ଯୋଧପୁର : ଆଶାରାମ ବାପୁଙ୍କ ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ଆଜି ଆସିବ ରାୟ। ରାଜସ୍ଥାନର ଯୋଧପୁର ଟ୍ରାୟାଲ କୋର୍ଟରେ ଏହି ରାୟ ପ୍ରକାଶ ପାଇବ। ଆଶାରାମଙ୍କ ବିରୋଧରେ ଉତ୍ତରପ୍ରଦେଶ ଶାହାଜାହାନପୁରର ଜଣେ ୧୬ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲା ରହିଛି। ଆଶାରାମଙ୍କ ହଜାର ହଜାର ସଂଖ୍ୟାରେ ଅନୁଗାମୀ ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଛି। ଏଥିଲାଗି ଯୋଧପୁର କେନ୍ଦ୍ରୀୟ କାରାଗାରରେ ଏକ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଇ ମାମଲାର ଫଇସଲା କରାଯିବ। […]