• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

para athlete
୧୮ତମ ପାରା ଆଥଲେଟିକ୍ ଚାମ୍ପିଅନସିପ୍ : ୪ ଜଣ ଦିବ୍ୟାଙ୍ଗ ଖେଳାଳି ମନୋନୀତ

କଟକ : ଅଦମ୍ୟ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ଫଳରେ ଅସାଧ୍ୟ ବି ସାଧନ କରିହୁଏ। ଆଉ ଏହା ପ୍ରମାଣ କରି ଦେଖାଇଛନ୍ତି ୪ ଜଣ ଦିବ୍ୟାଙ୍ଗ ଖେଳାଳି। ସାଲେପୁର ପାଇଁ ଗୌରବ ଆଣିଥିବା ଏହି ୪ ଦିବ୍ୟାଙ୍ଗ ଖେଳାଳି ହେଲେ ବିଦ୍ୟାଧର ବେହେରା, ନାଗାର୍ଜୁନ ସେଠୀ, ପରମାନନ୍ଦ ମହାନ୍ତି ଓ କୃଷ୍ଣଚନ୍ଦ୍ର। ଆସନ୍ତା୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ହରିୟାଣାର ପଞ୍ଚକୁଲାରେ ହେବାକୁ ଥିବା ୧୮ତମ ପାରା ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ଏମାନେ ରାଜ୍ୟକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। […]

railway
ରେଲୱେରେ ୮୯ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ । Railway Recruitment Board (RRB) ଗ୍ରୁପ ସି ଓ ଡି ବିଭାଗରେ ଖାଲି ପଡ଼ିଥିବା ୮୯ହଜାର ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦବୀ ଲାଗି ବର୍ତ୍ତମାନ ସୁଦ୍ଧା ୧.୫କୋଟି ଛାତ୍ରଛାତ୍ରୀ ଆବେଦନ କରି ସାରିଥିବା ଜଣାପଡ଼ିଛି। ଆରଆରବି […]

Anand Bhawan
ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ଜନାର୍ପିତ କଲେ ରାଷ୍ଟ୍ରପତି

କଟକ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେତାଜୀ ଭବନ ଯାଇ ବୁଲି ଦେଖିଛନ୍ତି। ସେଠାରୁ ସେ  ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ମ୍ୟୁଜିୟମ ଯାଇ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆରେ ୨ ପଦ କହି ବକ୍ତବ୍ୟ ଆରମ୍ଭ କରିଥିଲେ। ଓଡ଼ିଶାର ପବିତ୍ର ମାଟି ଓ ଲୋକଙ୍କୁ ପ୍ରମାଣ ଜଣାଇବା ସହ ବିଜୁ ଜନ୍ମସ୍ଥାନକୁ ଉତ୍ସର୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ଆନନ୍ଦ […]

fire
ନିଆଁରେ ପୋଡି ୩ ଗୁରୁତର

କଟକ: ରୋଷେଇ ଗ୍ୟାସ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ଗୁରୁତର। କଟକ ଜିଲ୍ଲା ବାଙ୍କି ପଶାଣିଆରେ ଘଟିଛି ଏହି ଅଭାବନୀୟ ଘଟଣା। ୩ ଆହତଙ୍କ ମଧ୍ୟରେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ସ୍ୱାମୀ ଓ ପୁଅ ମଧ୍ୟ ଆହତ ଅଛନ୍ତି। ସମସ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସରସ୍ୱତୀ କର, ବାବୁଲି କର ଓ ଆଦିତ୍ୟ କର। ମିଳିଥିବା ସୂଚନା ଅନୁସାରେ ସରସ୍ୱତୀଙ୍କ ଶରୀର ୯୦ପ୍ରତିଶତ ପୋଡ଼ି ହୋଇଯାଇଥିବାର ଜଣାପଡ଼ିଛି। ଅନ୍ୟପକ୍ଷରେ, […]

president
ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର:  ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ହେବା ପରେ କୋବିନ୍ଦଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରେ ପହଞ୍ଚିଲା ପରେ ରାଜ୍ୟପାଳ ଏସ୍‌.ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପୋଲିସ ଡିଜି ଆର.ପି ଶର୍ମା, ପୋଲିସ କମିଶନର ୱାଇ.ବି ଖୁରାନିଆ, ମୁଖ୍ୟ ଶାସନ ସଚିବ ସମେତ […]

aicc member
ଏଆଇସିସି ର ସର୍ବ କନିଷ୍ଠ ସଦସ୍ୟ ଭାବେ ଓଡ଼ିଆ ଝିଅ ମନୋନୀତ

ଭୁବନେଶ୍ୱର: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ସର୍ବ କନିଷ୍ଠ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ମନିଷା ତ୍ରିପାଠୀ। ରାହୁଲଙ୍କ ୟଙ୍ଗ ବ୍ରିଗେଡରେ ନବରଙ୍ଗପୁରର ମନିଷାଙ୍କୁ ମିଳିଛି ସ୍ଥାନ। ସର୍ବ କନିଷ୍ଠ ସଦସ୍ୟ ଭାବେ ମନୋନୀତ ନେଇ ମନିଷା କହିଛନ୍ତି, ‘ମୁଁ ମୋ ଖୁସିକୁ ବର୍ଣ୍ଣନା କରିପାରୁନି। କାରଣ ଏଇଟା ଖୁସି ଆଉ ସନ୍ତୁଷ୍ଟତାର ବହୁ ଉର୍ଦ୍ଧ୍ୱରେ ମୁଁ ଅଛି। ଏଇଟା ମୋ ପାଇଁ ବହୁ ଗର୍ବର କଥା। ମୋ ପରିବାରରର ମୁଁ […]

minor gang rape
ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ଜଣକ ଗତକାଲି ରାତିରେ ବାଡ଼ିପଟେ ଶୌଚ ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ୪ ଜଣ ଦୁର୍ବୃତ୍ତ ତାଙ୍କୁ କାଜୁ ବଗିଚାକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ୪ ଜଣଙ୍କ ନାଁରେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଅନ୍ୟପକ୍ଷରେ, ଥାନାରେ ଏତଲା ପରେ ୨ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଆଉ ୨ ଅଭିଯୁକ୍ତ ଫେରାର ଅଛନ୍ତି। […]

AICC
ଦିଲ୍ଲୀରେ ଏଆଇସିସି ବୈଠକ: ଆସନ୍ତା ୫ ବର୍ଷ ପାଇଁ ହେଉଛି ଖସଡା ପ୍ରସ୍ତୁତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର  ମହା ଅଧିବେଶନ।  ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଦାୟିତ୍ୱ ନେବା  ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଆସନ୍ତା ୫ ବର୍ଷ ପାଇଁ ଦଳ  ପାଇଁ ଖସଡା ପ୍ରସ୍ତୁତ ହେଉଛି।  ମୋଦି ସରକାରର ବିଫଳତାକୁ ନେଇ  ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚିବାକୁ ଷ୍ଟ୍ରାଟେଜି କରୁଛି। ୨୦୧୯  ସାଧାରଣ ନିର୍ବାଚନରେ ବିଜେପିକୁ କିଭଳି ଦଳ ଟକ୍କର ଦେଇପାରିବ,  ସେନେଇ ମାନସ ମନ୍ଥନ ଚାଲିଛି।  ଏପଟେ ରାଜ୍ୟର […]

farmers agitation
ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ ନେଇ ଛକାପଞ୍ଝା

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ  ସତ୍ୟାଗ୍ରହ କରୁଥିବା ନବନିର୍ମାଣ କୃଷକ ସଂଗଠନ ଓ ସରକାରଙ୍କ  ମଧ୍ୟରେ ଆଲୋଚନାକୁ ନେଇ ଛକାପଞ୍ଛା। ସରକାର ଆଲୋଚନା ପାଇଁ  ଅପେକ୍ଷା କରିଥିବା ସତ୍ତ୍ୱେ ଚାଷୀ ନେତା ଆସି ନ ଥିଲେ ବୋଲି କହିଛନ୍ତି  କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ।  ତେବେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ  ଉପରେ ପ୍ରତିକ୍ରିୟା ରଖି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ  ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ସତ୍ୟାଗ୍ରହ ସ୍ଥଳ ଛାଡ଼ି ଅନ୍ୟ  […]

Sundergarh bandh
ସୁନ୍ଦରଗଡ଼ ବନ୍ଦ ଡାକରା

ସୁନ୍ଦରଗଡ଼:  ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ମସ୍କକାନୀରେ  ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାଗରିକ କମିଟିର ବିରୋଧ।  ଟୋଲ  ଆଦାୟକୁ ବିରୋଧ କରି ଆଜି ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କମିଟିର ଯୁକ୍ତି ହେଲା, ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ  ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲା।  ଜିଲ୍ଲାବାସୀ ଦୀର୍ଘ ୧୭  ବର୍ଷ ଟୋଲ ଦେଇଛନ୍ତି।  ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ  କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି। ତେଣୁ […]

ram nath kovind
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ  କୋବିନ୍ଦ।  ଆଜି ଦିନ ପ୍ରାୟ ୧୦ଟା ୪୫ ମିନିଟରେ ସେ ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଠାରୁ ସିଧା  କଟକ ଯାଇ ଦିନ ୧୨ଟା ୧୫ ମିନିଟରେ ସେ ବିଜୁ ପଟ୍ଟନାୟକ  ମ୍ୟୁଜିୟମକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।  ବିଜୁ  ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ମ୍ୟୁଜିୟମରେ ପରିଣତ  କରାଯାଇଛି। ରାଷ୍ଟ୍ରପତି କଟକର ନେତାଜୀ ମ୍ୟୁଜିୟମ, ନ୍ୟାସନାଲ  ଲ ୟୁନିଭରସିଟିରେ ମଧ୍ୟ […]

doctor rabindra
ଏସ୍‌ସିବି ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର : ଏସ୍‌ସିବି ହେମାଟୋଲୋଜୀ ବିଭାଗ ମୁଖ୍ୟ ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେଇଛନ୍ତି। ତେବେ କୋର୍ଟଙ୍କ ବିନା ଅନୁମତିରେ ସେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।  ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ମଧ୍ୟ ସର୍ତ୍ତ ରଖାଯାଇଛି। ସେପଟେ ପ୍ରତ୍ୟେକ ତାରିଖରେ ହାଜର ହେବାକୁ ଜାମିନରେ ନିର୍ଦ୍ଦେଶ […]

  • Friday, 16 July 2021
child
ବାପା ଋଣ ଶୁଝି ନପାରିବାରୁ ଶିଶୁକନ୍ୟାକୁ ଅପହରଣ ଅଭିଯୋଗ

ଖୋର୍ଦ୍ଧା : ବାପା ଋଣ କରି ଶୁଝି ନଥିବାରୁ ଶିଶୁକନ୍ୟାର ଅପହରଣ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଝିଆଙ୍କ ସାହିରେ ଶିଶୁକନ୍ୟାକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଙ୍ଗନବାଡ଼ିକୁ ଯାଉଥିବାବେଳେ ଶିଶୁକନ୍ୟାକୁ ଜଣେ ମହିଳା ଅପହରଣ କରିଥିଲେ। ତେବେ ସଂପର୍କୀୟ ଋଣ ବାବଦରେ ୧୫ ହଜାର ଶୁଝିବା ପରେ ମୁକୁଳିଥିଲା ଶିଶୁ। ସେପଟେ ଅପହର୍ତ୍ତାଙ୍କ ବିରୋଧରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।

  • Friday, 16 July 2021
school studeent
ପୁଣି ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟିବାକୁ ସ୍କୁଲ ପାଚେରୀ ଡେଇଁଲେ ଶତାଧିକ ଛାତ୍ରଛାତ୍ରୀ : ସ୍କୁଲ ସମସ୍ୟା ଜଣାଇବାକୁ ଚାଲିଲେ ମାଇଲ ମାଇଲ ବାଟ

ବାରିପଦା : ଜିଲ୍ଲାପାଳଙ୍କୁ ଭେଟିବାକୁ ମୟୂରଭଞ୍ଜ ଜିଲ୍ଲାରେ ପୁଣି ସ୍କୁଲ ପାଚେରୀ ଡେଇଁଲେ ଛାତ୍ରଛାତ୍ରୀ। ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟି ସ୍କୁଲ ସମସ୍ୟା ଜଣାଇବାକୁ ଶ୍ୟାମାଖୁଣ୍ଟା ବ୍ଲକ୍ SSD ସ୍କୁଲର ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ୧୫ କିଲୋମିଟର ବାଟ ଚାଲିଚାଲି ଆସିଛନ୍ତି। ପଞ୍ଚମରୁ ଦଶମ ଶ୍ରେଣୀର ଏହି ଛାତ୍ରଛାତ୍ରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଅବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଧମକ ଦେଉଥିବା ଓ କୌଣସି ଉଚ୍ଚ ଅଧିକାରୀ ଏନେଇ କାର୍ଯ୍ୟାନୁଷ୍ଠାନ ନେଉନଥିବା ସେମାନେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି। […]

fake note
୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ, ୫ଜଣ ଗିରଫ

ନୂଆପଡା : ନୂଆପଡା ଜିଲ୍ଲା ଖରିଆର ଥାନା ପୋଲିସ୍‌ ଚଢାଉ କରି ୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଛି। ଗିରଫ ହୋଇଛନ୍ତି ୫ଜଣ ଅଭିଯୁକ୍ତ। ପ୍ରଥମେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଖରିଆର ଥାନାର ଚାଲାଣପଡାରେ ଚଢାଉ କରିଥିଲା। ଚଢାଉ ବେଳେ ୪୫ଟି ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଥିଲା। ଏହାପରେ ଗିରଫ ୨ ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୁଣିଥରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ଚିଚିଆ ଓ ତେମେରି […]

florida
ଭୁସୁଡ଼ିଲା ଫୁଟ୍ ଓଭର ବ୍ରିଜ୍: ୪ ମୃତ

ଫ୍ଲୋରିଡା: ଆମେରିକା ଫ୍ଲୋରିଡାରେ ଭୁସୁଡ଼ିଲା ଫୁଟ୍ ଓଭର ବ୍ରିଜ୍। ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ନିକଟସ୍ଥ ଟ୍ରାଫିକ୍ ସିଗ୍ନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେ ସୁଦ୍ଧା ଜାରି ରହିଛି। ବହୁ ସଂଖ୍ୟାରେ ଲୋକେ ଫୁଟ୍ ଓଭର ବ୍ରିଜ୍ ତଳେ ଦବି ରହିଥିବା ସନ୍ଦେହ କରାଯାଉଛି। ସନ୍ଧାନୀ କୁକୁର ଏବଂ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ ବ୍ରିଜରେ […]

dharmendra
ବିରାଟ ରୋଡ ସୋ କରି କେନ୍ଦ୍ରମନ୍ତ୍ରୀଙ୍କୁ ପାଛୋଟି ନେଲେ କର୍ମୀ

ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପାଖାପାଖି ଦିନ ୧.୨୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ଶହ ଶହ ବିଜେପି ନେତା ଓ କର୍ମୀ ତାଙ୍କୁ ପାଛୋଟି ନେବା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ବିରାଟ ରୋଡ ସୋ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ସେ ବରିଷ୍ଠ ନେତା ମାନଙ୍କ ସହ ବୈଠକ କରିବେ। ଧର୍ମେନ୍ଦ୍ରଙ୍କୁ […]

govt. jobs
ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି? ତେବେ ପ୍ରଥମେ ଆର୍ମିରେ ୫ ବର୍ଷ ଖଟିବାକୁ ପଡ଼ିବ !

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି? ତାହେଲେ ଆପଣଙ୍କୁ ପ୍ରଥମେ ସେନାରେ ଖଟିବାକୁ ପଡ଼ିବ। ଏମିତି ଏକ ଖବରକୁ ନେଇ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେଉଛି। ମିଳିଥିବା ତଥ୍ୟ ଅନୁଯାୟୀ, ସରକାରୀ ଚାକିରି କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ପ୍ରଥମେ ୫ ବର୍ଷର ମିଲିଟାରୀ ସର୍ଭିସକୁ ବାଧ୍ୟତାମୂଳକ କରାଯିବ। ଅବଶ୍ୟ ଏହା ଏବେ ପ୍ରସ୍ତାବ ଆକାରରେ ରହିଛି। କେନ୍ଦ୍ର ସରକାରଙ୍କ Department of Personnel and Training (DoPT) ବିଭାଗ ଏହି ଯୋଜନା ପ୍ରସ୍ତୁତ କରୁଥିବାର ସୂଚନା […]

NABARD
ନାବାର୍ଡ଼ରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ମୁମ୍ବାଇ: ସରକାରୀ ଚାକିରୀ ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ନ୍ୟାସନାଲ ବ୍ୟାଙ୍କ ଫର୍ ଏଗ୍ରିକଲଚର ଏଣ୍ଡ ରୁରାଲ୍ ଡେଭଲପମେଣ୍ଟ (ନାବାର୍ଡ଼),  ଗ୍ରେଡ୍ –ଏ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଯୋଗ୍ୟ ଆବେଦନକାରୀ ଆବେଦନର ଶେଷ ତାରିଖ ଏପ୍ରିଲ ୨ ପୂର୍ବରୁ ତୁରନ୍ତ ଆବେଦନ କରନ୍ତୁ। ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, […]