ନୂଆଦିଲ୍ଲୀ: ଉତ୍ତର ଓ ପଶ୍ଚିମ ଭାରତରେ ହୋଇଥିବା ଧୂଳିଝଡ଼ରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି। ଏଥିସହ ୨୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ବିପଦ ଏବେ ବି ଟଳି ନାହିଁ। କାରଣ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜସ୍ଥାନରେ ଆଉ ଏକ ବଡ଼ ଧୂଳିଝଡ଼ ଆସିବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଗତକାଲି ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟଗୁଡ଼ିକରେ ଭୟଙ୍କର ଧୂଳିଝଡ଼ ହୋଇଥିଲା। ରାଜସ୍ଥାନର ଧୋଲପୁର, ଅଲୱାର, […]
ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ହିନ୍ଦୀ ଭାଷାରେ ହିଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦିଙ୍କ ପରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ୨୫ ଜଣ ସାଂସଦ ଶପଥ ନେଇଥିଲେ। ମୋଦିଙ୍କ କ୍ୟାବିନେଟ୍ରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନ ପାଇଛନ୍ତି। ଧର୍ମେନ୍ଦ୍ର ପ୍ରଥମେ ବିହାରରୁ ଏବଂ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି। ମୋଦିଙ୍କ ପରେ ପ୍ରଥମେ ରାଜନାଥ ସିଂହ, ଅମିତ ଶାହ, […]
ଭୁବନେଶ୍ୱର: ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାରେ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି। ଏପଟେ ଏହି ଦୁର୍ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡା ଆଜି ଗିରଫ […]
ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ମୋଦି ସରକାର-୨। ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନିର୍ଦ୍ଧାରିତ ସମୟ ସନ୍ଧ୍ୟା ଠିକ୍ ୭ଟାରେ ମୋଦି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦି ଶପଥ ଗ୍ରହଣ କରିଛନ୍ତି। ବ୍ରାଉନ୍ ଜ୍ୟାକେଟ୍ ଓ ଧଳା କୁର୍ତ୍ତାରେ ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ […]
ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳିତ କନ୍ୟାକୁ ଚେଙ୍କ ଦେଇଛି ବାପା। ବ୍ରହ୍ମପୁର ବଡ଼ବଜାର ଥାନା ଶ୍ରୀରାମନଗରରେ ଏଭଳି ଘଟଣା ଘଟିଛି। ଶିଶୁଟି ଅଝଟ ହେବାରୁ ବାପା ତତଲା ଖଡ଼ିକାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଶିଶୁର ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ, ଚେଙ୍କ ଦେଇଥିବା ରୁନା ଗୌଡ଼କୁ ଅଟକ ରଖିଛି ପୋଲିସ।
ପୁରୀ: ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ରାଜ୍ୟରେ କୁନିକୁନି ଝିଅମାନଙ୍କ ଉପରେ ଘଟୁଥିବା ପାଶବିକ ଅତ୍ୟାଚାର ରୋକିବା ଲାଗି ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ପ୍ରୟାସ କରିଛନ୍ତି। କୁନି କୁନି ଝିଅ ଆମ ଝିଅ ଓ ଆମ ଭଉଣୀ- ଏମାନଙ୍କ ସୁରକ୍ଷା ଆମର ଦାୟିତ୍ୱ। ସମସ୍ତେ ଏକାଠି ହୋଇ ଏଭଳି ଅମାନୁଷିକ କାର୍ଯ୍ୟ କରୁଥିବା ରାକ୍ଷସମାନଙ୍କୁ ଦଣ୍ଡ ଦେବା ସହ ସମସ୍ତଙ୍କ ମଧ୍ୟରେ […]
ଭୁବନେଶ୍ୱର: ନିର୍ମାଣାଧୀନ ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ କିଶୋର ପଣ୍ଡା ଗିରଫ ହୋଇଛନ୍ତି। ପ୍ରୋଜେକ୍ଟ ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯାଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି। ଗତକାଲି ଭୁବନେଶ୍ୱର ବମିଖାଲର ନିର୍ମାଣାଧୀନ ଓଭବ୍ରିଜ୍ର ଲୁହା ରଡ଼୍ରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ରାତି ପ୍ରାୟ ୯ଟାବେଳେ ଏହି ଅଘଟଣ ଘଟିଥିଲା […]
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ଶାସକ ବିଜୁ ଜନତା ଦଳ(ବିଜେଡି)। ତେବେ ଏହାପୂର୍ବରୁ ଆସନ୍ତା ୮ ତାରିଖ ଠାରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭାଗୀୟ ସଚିବ ମାନଙ୍କ ଉପସ୍ଥିତିରେ ଆସନ୍ତା ୮ ତାରିଖ ଠାରୁ ସେ ସମସ୍ତ ବିଭାଗର ସମୀକ୍ଷା କରିବେ ବୋଲି ମନ୍ତ୍ରୀ ମାନଙ୍କୁ ଚିଠି ଲେଖିଛନ୍ତି ନବୀନ। ଏଥିସହ ପ୍ରତି ବିଭାଗର ୩ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା […]
ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍ରେ ପୁଣି ଦୁର୍ଘଟଣା। ନିର୍ମାଣାଧିନ ବ୍ରିଜର ଲୁହା ରଡ୍ରେ ଚାପି ହୋଇ ୨ ଶ୍ରମିକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଶ୍ରମିକ ହେଲେ ସୁନ୍ଦରଗଡ଼ର ଅଜୟ ଗୁମିଚ ଆଜି ରାତି ପ୍ରାୟ ୯ଟାବେଳେ ଘଟିଥିଲା ଏହି […]
ନୂଆଦିଲ୍ଲୀ: ୨୦୨୦ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର ପାଇଁ ୨୦୧୯ ମେ ୧ ତାରିଖରୁ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ୱର ୧୫ ତାରିଖ ରହିଛି। ପଦ୍ମ ପୁରସ୍କାର ଅନ୍ତର୍ଗତ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର। ଏହା ହେଉଛି ଦେଶର ଶ୍ରେଷ୍ଠ ବେସାମରିକ ପୁରସ୍କାର। ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଦାନ […]
ଭୁବନେଶ୍ୱର : ପୁଣି ବମିଖାଲ ଓଭର ବ୍ରିଜ୍ରେ ଦୁର୍ଘଟଣା। ଲୁହା ରଡ୍ରେ ଚାପି ହୋଇ ୨ ଶ୍ରମିକ ଗୁରୁତର। ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାରମ୍ୱାର ଦୁର୍ଘଟଣା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି। ଏ ଘଟଣା ପ୍ରସାରିତ ହେବା କ୍ଷଣି ସେଠାରେ ଅନେକ ଲୋକ ରୁଣ୍ଡ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ କିଛି ଶବ୍ଦ ଶୁଣି ସେମାନେ ଦୌଡ଼ି ଆସିଥିଲେ ଘଟଣା ସ୍ଥଳକୁ। ଉଲ୍ଲେଖନୀୟ ଯେ, ଗତବର୍ଷ ନିର୍ମାଣାଧୀନ […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଧୂଳିଝଡର ତାଣ୍ଡବ। ପ୍ରଳୟଙ୍କାରୀ ଧୂଳିଝଡରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଉତ୍ତରପ୍ରଦେଶରେ ୪୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଗ୍ରାରେ କେବଳ ୩୬ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଧୂଳିଝଡର ତାଣ୍ଡବରେ ରାଜସ୍ଥାନରେ ୨୭ଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ଓ ରାଜସ୍ଥାନ ବ୍ୟତୀତ ଦିଲ୍ଲୀରେ ମଧ୍ୟ ଧୂଳିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ତେବେ ଦିଲ୍ଲୀରେ କିଛି କ୍ଷୟକ୍ଷତି ହୋଇନଥିବାର […]
ହାଇଦ୍ରାବାଦ୍: ରେଳ ଷ୍ଟେସନ୍ରେ ଆପଣ ଚା’ କିମ୍ବା କଫି ପିଉଛନ୍ତି କି ? ହେଲେ ହୁସିଆର୍। ଆପଣ ପିଉଥିବା ଚା’ ଆଉ କଫି କେଉଁ ପାଣିରେ ତିଆରି ହେଉଛି ତାକୁ ନେଇ ଆପଣଙ୍କୁ ରହିବାକୁ ପଡ଼ିବ ଯଥେଷ୍ଟ ସାବଧାନ। କାରଣ, ଟ୍ରେନ୍ରେ ବିକ୍ରି ହେଉଥିବା ଚା’ରେ ଶୌଚାଳୟ ପାଣି ମିଶା ଯାଇଥିବା ଘଟଣା ସମ୍ନାକୁ ଆସିଛି। ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାପରେ ଏମିତି ଏକ ଧାରଣା ଲୋକଙ୍କ ମନରେ […]
ସାଲେପୁର: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗତକାଲି ସେ ପାଇଖାନା ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ସାଲେପୁର ଥାନା ପୋଲିସ ଜେଲକୁ ଯାଇ ତଦନ୍ତ କରିଛି। ଏହା ସହିତ ଅଭିଯୁକ୍ତ ବିରୋଧରେ ପୁଣି ଏକ ମାମଲା କରିଥିବା ଜଣାପଡ଼ିଛି। ତେବେ ଏ ସଂପର୍କରେ ଜେଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା […]
ନୂଆଦିଲ୍ଲୀ : କେନ୍ଦ୍ରରେ ସରକାର ଗଠନର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ଦିଲ୍ଲୀରେ ଥିବା ୭ ଲୋକ କଲ୍ୟାଣ ମାର୍ଗ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଉଭୟେ ମନ୍ତ୍ରିମଣ୍ଡଳ ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। କାହାକୁ କ୍ୟାବିନେଟ ପାହ୍ୟା ମିଳିବ, କିଏ ମନ୍ତ୍ରିମଣ୍ଡଳରେ ରହିବେ, କିଏ ବାଦ୍ ପଡ଼ିବେ, କାହାକୁ କେଉଁ ବିଭାଗ ମିଳିବ, ଅମିତ ଶାହା ମନ୍ତ୍ରିମଣ୍ଡଳରେ ସାମିଲ ହେଲେ କିଏ ଦଳର ପରବର୍ତ୍ତୀ ସଭାପତି […]