ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଅଭିନେତା ପପୁ ପମ୍ ପମ୍। ତେବେ ତାଙ୍କ ସମ୍ପର୍କରେ କିଛି ଗୁଜବ ପ୍ରଚାର କରାଯାଉଥିବାରୁ ଏଭଳି ନ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ସଙ୍ଗୀତା ଶତପଥୀ। ଅଗ୍ନାଶୟ ବା ପାନ୍କ୍ରିୟାସ୍ ଯନ୍ତ୍ରଣା ଯୋଗୁଁ ପପୁ ଗତ ତିନି ଦିନ ଧରି ଚିକିତ୍ସାଧୀନ ଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପପୁଙ୍କୁ ଦିଲ୍ଲୀ ପଠାଯାଇଥିଲା। ବର୍ତ୍ତମାନ ସେ ଦିଲ୍ଲୀରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ […]
ଭୁବନେଶ୍ୱର: ଆସନ୍ତା ୧୯ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଦିନ ୧୧ଟାରେ CHSE କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍ chseodisha.nic.in ରେଜଲ୍ଟ ଦେଖିପାରିବେ। ଏହାବ୍ୟତୀତ orissaresults.nic.in ରେ ମଧ୍ୟ ରେଜଲ୍ଟ ଦେଖିହେବ। ତେବେ ଚଳିତ ମାସ ଶେଷ ସୁଦ୍ଧା କଳା ଏବଂ ବାଣିଜ୍ୟ ଫଳ ପ୍ରକାଶ ପାଇପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି […]
ବାଲେଶ୍ୱର: ଚାନ୍ଦା ନ ଦେବାରୁ ୫ଟି ପରିବାରକୁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇ ଦିଆଯାଇଛି। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳର କାଳିକ ଗାଁରେ ଦେଖିବାକୁ ମିଳିଛି। ଗାଁର ନିର୍ମଳ ମହାପାତ୍ର, ବିମଳ ମହାପାତ୍ର ଓ ସର୍ବେଶ୍ୱର ମହାପାତ୍ର ଏମିତି ୫ଟି ପରିବାରକୁ ମନ୍ଦିର ନ ଯିବାକୁ ଗ୍ରାମ୍ୟ କମିଟି ବାରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏମିତିକି ଏହି ୫ଜଣଙ୍କ ନାଁ ମନ୍ଦିର କାନ୍ଥରେ ଲେଖାଯାଇଛି। ଗାଁ ଚାନ୍ଦା ଦେଇ […]
ବେଙ୍ଗାଲୁରୁ: ମିଡ୍ ନାଇଟ୍ ହାଇଡ୍ରାମା ପରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକରେ ଗଠିତ ହୋଇଛି ବିଜେପି ସରକାର। ବି.ଏସ୍. ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳେ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବଜୁ ଭାଇ ଭାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିପାଇଁ ରାଜଭବନରେ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦ୍ୟୁରପ୍ପା ବିଜୟ ସୂଚକ ବା VICTORY SIGN ଦେଖାଇଥିଲେ। ୨୩ତମ ମୁଖ୍ୟମନ୍ତ୍ରୀ […]
କନ୍ଧମାଳ: ଲୋକଙ୍କୁ ଭୁଆଁ ବୁଲାଇ ଏଟିଏମ୍ରୁ ଟଙ୍କା ଉଠାଇ ପୋଲିସ୍କୁ ଚକ୍ମା ଦେଇ ଫେରାର ଥିବା ଜଣେ ଏଟିଏମ୍ ଲୁଟେରାକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛି କନ୍ଧମାଳ ଟିକାବାଲି ଅଞ୍ଚଳର ପ୍ରଭାକର ପ୍ରଧାନ। ତା’ ନିକଟରୁ ପୋଲିସ ୨ ଲକ୍ଷ ଟଙ୍କା, ୧୩ଟି ଏଟିଏମ୍ କାର୍ଡ ଓ ଗୋଟିଏ ବାଇକ୍ ଜବତ କରିଛି। ପ୍ରଭାକର ବ୍ରହ୍ମପୁରରେ ଭଡ଼ାରେ ରହି ଆଖପାଖ ଅଞ୍ଚଳର ଏଟିଏମ୍ରୁ ଲୁଟ୍ କରୁଥିଲା। ଭଲଭାବରେ ଏଟିଏମ୍ ବ୍ୟବହାର କରି ଜାଣୁନଥିବା ଲୋକଙ୍କଠାରୁ […]
ବେଙ୍ଗାଲୁରୁ: ବି.ଏସ୍. ୟେଦ୍ୟୁରପ୍ପା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଆଜି ସକାଳ ୯ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜଭବନରେ ଶପଥ ଗ୍ରହଣ ଲାଗି ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଶପଥ ଗ୍ରହଣ ଉତ୍ସବର ଆୟୋଜନ ମଧ୍ୟ କରାଯାଇଛି। ଗତକାଲି କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ତେଣୁ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଶ୍ଚିତ ହୋଇଛି। […]
ଲକ୍ଷ୍ନୌ: ବାରାଣସୀ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣା ପରେ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ସରକାର। ଏହି ଅଘଟଣ ପାଇଁ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଭରବ୍ରିଜର ମୁଖ୍ୟ ପରିଯୋଜନା ପ୍ରବନ୍ଧକଙ୍କ ସମେତ ୪ଜଣଙ୍କୁ ନିଲମ୍ବିତ କରାଯାଇଛି। ଗତକାଲି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ୪୮ ଘଣ୍ଟା ମଧ୍ୟରେ ରିପୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏଥିସହିତ ଆଜି ତଦନ୍ତ କମିଟି ମୁଖ୍ୟ ରାଜ ପ୍ରତାପ ସିଂହ ଘଟଣାସ୍ଥଳରେ ପହଞ୍ଛି ସ୍ଥିତି […]
ଶ୍ରୀନଗର: ରମଜାନ ମାସରେ ଜାମ୍ମୁ-କାଶ୍ମୀରରେ ସର୍ଚ୍ଚ ଅପରେସନ ହେବ ନାହିଁ। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଜାମ୍ମୁ-କାଶ୍ମୀରର ମୁସଲମାନ ଭାଇଭଉଣୀମାନେ ବିନା ପ୍ରତିବନ୍ଧକରେ ରମଜାନ ପାଳନ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। କିନ୍ତୁ ଯଦି ସାଧାରଣ ନାଗରିକ କିମ୍ବା ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ହୁଏ ତେବେ ସୁରକ୍ଷାକର୍ମୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଇଛି। ପୂର୍ବରୁ ସର୍ବଦଳୀୟ ବୈଠକରେ ରମଜାନ ମାସରେ […]
ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ଶପଥ ଗ୍ରହଣ ପାଇଁ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଚିଠି ଲେଖି ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ରାଜଭବନରେ ୟେଦ୍ୟୁରପ୍ପା ଶପଥ ଗ୍ରହଣ କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବି.ଏସ୍ ୟେଦ୍ୟୁରପ୍ପା ହେଉଛନ୍ତି ଏନଡିଏର ୨୩ ତମ ମୁଖ୍ୟମନ୍ତ୍ରୀ। ୟେଦ୍ୟୁରପ୍ପାଙ୍କ ଶାସନ ସହ ସୁବର୍ଣ୍ଣ କର୍ଣ୍ଣାଟକ ଗଠନ ଅଭିଯାନ ଆରମ୍ଭ ହେବ ବୋଲି ବିଜେପି […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ? ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି। ଶେଷରେ ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ତାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଆମନ୍ତ୍ରଣ କରିଥିବା ସୂଚନା ମିଳିଛି। ଏ ନେଇ ଏଏନ୍ଆଇ ସୂତ୍ରରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି। ତେବେ ଏହା ପରେ କଂଗ୍ରେସ ଓ ଜେଡିଏସ […]
କନ୍ଧମାଳ: କୋଟଗଡ଼ ରଢିଗୁମାଡାରେ ମାଓବାଦୀମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ କୋଟଗଡ଼ ଏବଂ ମୁନିଗୁଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବାଂଶଧାରା, ଘୁମୁସର ଏବଂ ନାଗାବଳି ଡିଭିଜନ୍ ପକ୍ଷରୁ ଏହି ରାସ୍ତା ଅବରୋଧ କରାଯାଇଛି। ଏହାସହିତ ମାଓବାଦୀଙ୍କ ପକ୍ଷରୁ ଏକ ପୋଷ୍ଟର ବି ଲଗାଯାଇଛି। କନ୍ଧମାଳର ସୁଡୁକୁମ୍ପା ଏବଂ ବଲାଙ୍ଗିର ବରକାମାଲରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ସହିତ ପୋଲିସ୍ର ଦମନଲୀଳାକୁ ମାଓବାଦୀମାନେ ନିନ୍ଦା କରିଛନ୍ତି। ଏଥିସହିତ ନବୀନ ଏବଂ […]
ନୂଆଦିଲ୍ଲୀ:ଗୁରୁବାର ଇଏସ୍ଆଇ ବୀମାରେ ଯୋଗଦାନ ବା କଣ୍ଟ୍ରିବ୍ୟୁସନ୍ ହାର ୬.୫%ରୁ ୪%କୁ କମ୍ କରି ଦିଆଯାଇଛି। ଏହି କ୍ରମରେ ନିଯୁକ୍ତିଦାତାଙ୍କ ଯୋଗଦାନ ମଧ୍ୟ ୪.୭୫%ରୁ ୩.୨୫%କୁ ଖସିଆସିଛି। ସେହିଭଳି କର୍ମଚାରୀଙ୍କ ଯୋଗଦାନ ୧.୭୫%ରୁ ୦.୭୫%କୁ ଖସିଆସିଛି। ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଏହା ଲାଗୁ ହେବ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଫଳରେ ୩.୬ କୋଟି କର୍ମଚାରୀ ଏବଂ ୧୨.୮୬ ଲକ୍ଷ ନିଯୁକ୍ତିଦାତାଙ୍କୁ ସିଧାସଳଖ ଫାଇଦା ମିଳିବ। ଯିଏ ମାସିକ ୨୧ ହଜାର […]
କେନ୍ଦ୍ରାପଡ଼ା: ରାଜନଗର ତହସିଲ ମିଟିଂରେ ଏଡିଏମ ଆରଇଙ୍କୁ ଉଠାବସା କରାଇବା ଅଭିଯୋଗ ନେଇ ଆରଆଇ ସଂଘ ଜିଲ୍ଳାପାଳଙ୍କ ନିକଟରେ ଫେରାଦ ହୋଇଛି। ଏଡିଏମଙ୍କୁ ବଦଳି ସହ ଭବିଷ୍ୟତରେ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନ ହେବ ସେ ନେଇ ସଂଘ ପକ୍ଷରୁ ଜିଲ୍ଳାପାଳଙ୍କ ନିକଟରେ ଦାବି କରାଯାଇଛି। କାଳବୈଶାଖୀରେ ଜଣଙ୍କ ମୃତ୍ୟୁ ନେଇ ଗତକାଲି ରାଜନଗର ତହସିଲ ଅଫିସରେ ଏଡିଏମ ବସନ୍ତ ରାଉତ ସମୀକ୍ଷା କରୁଥିଲେ। ଏହି ମିଟିଂରେ ଦୁଇ ଜଣ ଆରଆଇ ବିଳମ୍ବରେ ଆସି ଯୋଗ […]
ଭୁବନେଶ୍ୱର : ଓଡ଼ିଶାରେ ଯେତେ ପ୍ରକାରର ଟେଲିକମ୍ ଉପଭୋକ୍ତା ଅଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ରାଧିକ ଜିଓକୁ ପସନ୍ଦ କରୁଛନ୍ତି। ସେହିପରି ଜିଓ ହିଁ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ଅଧିକ ଆୟ କରୁଛି। ୨୦୧୯ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସର ରିପୋର୍ଟ ଆଧାରରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ ଏହା କହିଛି। ସୂଚନା ଅନୁସାରେ ଅନ୍ୟ କମ୍ପାନୀ ତୁଳନାରେ ଓଡ଼ିଶାରେ ଏବେ ଜିଓ ସର୍ବାଧିକ ୪୨.୪% ବଜାର ଦଖଲ କରିଛି। ମାର୍ଚ୍ଚ ତ୍ରୈମାସରେ ରାଜ୍ୟରୁ ଜିଓ ମୋଟ […]
ମୟୁରଭଞ୍ଜ: ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ମିଶନ। ଦୀର୍ଘ ୩ ବର୍ଷ ହେଲା ମୟୁରଭଞ୍ଜ ଜିଲ୍ଲାର ଖଡ଼ିଆଶୁଳ ଗାଁର ଘରେ ଘରେ ପାଇଖାନା ନିର୍ମାଣ ହୋଇଛି। ହେଲେ ପାଣି ସମସ୍ୟା ଲାଗି ତାହା ବ୍ୟବହାର ହୋଇ ନ ପାରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। କେଉଁଠି କବାଟ ଭାଙ୍ଗି ଗଲାଣି ତ ଆଉ କେଉଁଠି କୁଢ଼ କୁଢ଼ ଆବର୍ଜନା ଗଦା ହୋଇଛି। ଖାଲି ସେତିକି ନୁହେଁ ପିଇବା ପାଣି ଟୋପାଏ ପାଇଁ ମଧ୍ୟ ଗାଁ ଲୋକେ ଛଟପଟ […]
ବାଲେଶ୍ୱର: ଏକ ତରଫା ପ୍ରେମ କରି ହଟହଟା ହେଲେ ପ୍ରେମିକ। ବିବାହ ପାଇଁ ଜଣେ ଯୁବତୀଙ୍କୁ ପ୍ରସ୍ତାବ ଦେବାରୁ ନିର୍ଦ୍ଧୁମ ଛେଚା ଖାଇଲେ। ଏମିତିକି ଯୁବକଙ୍କୁ ଗଛରେ ବାନ୍ଧି ପିଟିଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁଡ଼ିଗଢ଼ିଆ ଅଞ୍ଚଳରେ। ଅଭିଯୋଗ ଅନୁସାରେ, ଜାମଦା ଅଞ୍ଚଳର ଜଣେ ଯୁବକ ବିଲ କାମ ପାଇଁ ତୁଡ଼ିଗଢ଼ିଆ ଗାଁକୁ ଆସିଥିଲା। ଏଠାରେ କିଛିଦିନ ରହିବା ପରେ ଯୁବକଙ୍କର ସେହି ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ପରିଚିତ ହୋଇଯାଇଥିଲା। ଫଳରେ […]
ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକ ଅୟୁବ ଖାଁଙ୍କ ସମ୍ପର୍କୀୟଙ୍କ ନାଁରେ ଅଭିଯୋଗ। ବିଧାୟକଙ୍କ ୩ ଜଣ ସମ୍ପର୍କୀୟ ଦୁଇ ଜଣ ଠିକାଦାରଙ୍କୁ ଅପହରଣ କରିଥିବା ନେଇ ବଲାଙ୍ଗିର ଏସ୍ପିଙ୍କ ପାଖରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଲାଠୋର ଗାଁର ଦୁଇ ଠିକାଦାର ଭାଇ ନିଲେଶ ଅଗ୍ରଓ୍ୱାଲ ଏବଂ ଆକାଶ ଅଗ୍ରଓ୍ୱାଲ ଏକ ଠିକା କାମର କାଗଜ ପତ୍ର କରିବା ପାଇଁ ଆଜି ଦିନ ପ୍ରାୟ ୧୧ ଟାରେ ବଲାଙ୍ଗିର ଏମ୍.ଆଇ ଅଫିସ ଆସିଥିଲେ। ଏତିକିବେଳେ ବିଧାୟକଙ୍କ ତିନି ସମ୍ପର୍କୀୟ […]
ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବି ଖାଲି ଫଡ଼ିଛି। ପ୍ରତିଦିନ ସୁନ୍ଦରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ଝାଡଖଣ୍ଡ ଓ ଛତିଶଗଡ଼ରୁ ହଜାର ହଜାର ରୋଗୀ ଏହି ମେଡିକାଲକୁ ଆସନ୍ତି। ହେଲେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ବହୁ ସମୟରେ ଠିକ୍ ଚିକିତ୍ସା ନ ପାଇ ଫେରିଯାଆନ୍ତି ରୋଗୀ। ଏହି ଡାକ୍ତରଖାନାରେ ବର୍ଷ ତମାମ ପ୍ରତିଦିନ ହଜାରେରୁ ଅଧିକ ରୋଗୀ ଆଉଟଡୋରରେ ଚିକିତ୍ସିତ ହେଉଥିବା ବେଳେ ଇନଡୋରରେ ରୋଗୀଙ୍କ ସଂଖ୍ୟା ପ୍ରାୟ ତିନିଶହ ହେବ। କିନ୍ତୁ […]
ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ପ୍ରଚଣ୍ଡ ଖରାରରେ ଜଳ କଷ୍ଟ ଭୋଗୁଛନ୍ତି ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗ ପଞ୍ଚାୟତର ନାରାୟଣ ନଗର ଗାଁ ଲୋକେ। ଗାଁରେ ସମୁଦାୟ ତିନିଟି ନଳକୂପ ରହିଛି। ସେଥିମଧ୍ୟରୁ ଦୁଇଟି ଅଚଳ ହୋଇପଡ଼ିଛି। ଗାଁର ଲୋକସଂଖ୍ୟା ୨୦୦ରୁ ଅଧିକ ହୋଇଥିବା ବେଳେ ମାତ୍ର ଗୋଟିଏ ନଳକୂପରୁ ବାହାରୁଥିବା ପାଣି ନିଅଣ୍ଟ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି। ଗାଁରେ ଜଳାଭାବ ଦୂର କରିବା ପାଇଁ ପାନୀୟଜଳ ପ୍ରକଳ୍ପ ସିନା ଅଛି, କିନ୍ତୁ ତାହା […]
ପୁରୀ: ଚିଲିକାରେ ଅଟକିଲା ଭସାପୋଲ। ଯାନ୍ତ୍ରିକ ତ୍ରୁଟି ପାଇଁ ସାତପଡ଼ା ଘାଟଠାରୁ ମାତ୍ର ୨୦୦ ମିଟର ଯିବା ପରେ ଏକ ଫେରି ଅଟକି ଯାଇଥିଲା। ଫଳରେ ଫେରିରେ ଯାଉଥିବା ୧୦୦ରୁ ଅଧିକ ଲୋକ ଚିଲିକା ମଝିରେ ଅଟକି ରହିଥିଲେ। ଫେରିରେ ୧୦୦ରୁ ଅଧତ୍କ ଯାତ୍ରୀ ଓ ୨ଟି ବସ୍ ଏବଂ ୧୫ରୁ ଅଧିକ ବାଇକ୍ ଥିଲା। ପ୍ରାୟ ୨୦ ମିନିଟ ପରେ ଆଉ ଏକ ଫେରି ପହଞ୍ଚିବାରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
କୋରାପୁଟ: ଓଡ଼ିଶାରେ ଗଡ଼ ମଝବୁତ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ରାଜ୍ୟ କଂଗ୍ରେସ। ଏ ନେଇ ମଙ୍ଗଳବାର ଦଳ କୋରାପୁଟରେ ନିଜ ଶକ୍ତି ପ୍ରଦର୍ଶନ କରିଛି। ପିସିସି ନବନିଯୁକ୍ତ କମିଟି କୋରାପୁଟ ଜିଲ୍ଲା ଗସ୍ତ କରି ଜୟପୁରରେ ବିରାଟ ସମାବେଶ କରିଛନ୍ତି। ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ନରସିଂହ ମିଶ୍ର ଯୋଗ ଦେଇଥିଲେ। ଏଥିରେ କଂଗ୍ରେସର ବହୁ ବିଧାୟକ ଯୋଗ ଦେଇ ବିରାଟ ଶୋଭାଯାତ୍ରାରେ […]