ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଅଗଣତାନ୍ତ୍ରିକ କହିଛି କଂଗ୍ରେସ। ଏଥିପାଇଁ ଆସନ୍ତାକାଲି ଦେଶବ୍ୟାପୀ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ଅଖିଳ ଭାରତ କଂଗ୍ରେସ କମିଟି। ପ୍ରତିବାଦରେ ସବୁ ରାଜ୍ୟର ରାଜଧାନୀ ସାଙ୍ଗକୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦେବାକୁ ପ୍ରଦେଶ କଂଗ୍ରେସ କମିଟି ମାନଙ୍କୁ ନିର୍ଦ୍ଦେଶ ଦେଇଛି ଏଆଇସିସି। ପିସିସି ସଭାପତି ଓ ବରିଷ୍ଠ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବାକୁ ମଧ୍ୟ କୁହାଯାଇଛି। ଏ […]
କର୍ଣ୍ଣାଟକ: ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଗୁରୁବାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବି.ଏସ୍.ୟେଦ୍ୟୁରପ୍ପା। ଏହି ଖୁସିରେ ବିଜେପି କର୍ମୀମାନେ ଆତ୍ମବିଭୋର ହେଉଛନ୍ତି। କିନ୍ତୁ ଆଗକୁ ୟେଦ୍ୟୁରପ୍ପାଙ୍କ ପାଇଁ ଗାଦି ବଞ୍ଚାଇବା ସହଜ ମନେ ହେଉ ନାହିଁ। କାରଣ ସରକାର ଗଢ଼ିବାକୁ ହେଲେ ତାଙ୍କୁ ଆହୁରି ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଧାନସଭାରେ ସିନା ବହୁମତ ସାବ୍ୟସ୍ତ ପାଇଁ ରାଜ୍ୟପାଳ ୧୫ଦିନ ସମୟ ଦେଇଛନ୍ତି, ହେଲେ ଆସନ୍ତାକାଲି କିନ୍ତୁ ତାଙ୍କ ପାଇଁ ରହିଛି […]
ଭୁବନେଶ୍ୱର: ବର୍ଷା ଋତୁ ଆସିବା ଆଗରୁ ବାତ୍ୟା ମୁକାବିଲା ପାଇଁ ସଚିବାଳୟରେ ପ୍ରାକ୍ ବାତ୍ୟା ସମ୍ପର୍କିତ ଏକ ବୈଠକ ହୋଇଛି। ରାଜ୍ୟରେ ଥିବା ବଡ଼ ବଡ଼ ଠିକାଦାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ବିପଦ ଆପଦ ସମୟରେ ଠିକାଦାରଙ୍କ ପାଖରେ ଥିବା EARTH MOVING EQUIPMENTS ଯଥା-ଜେସିବି, କ୍ରେନ୍ ଇତ୍ୟାଦି ବ୍ୟବହାର କରାଯାଇପାରିବ। ଏହାର ତାଲିକା ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ରହିବ। ବର୍ତ୍ତମାନ ୮୭୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଥିବା ବୈଠକରୁ […]
ନୂଆଦିଲ୍ଲୀ: ଭୟଙ୍କର ସାମୁଦ୍ରିକ ଝଡ଼ ‘ବାୟୁ’ ପୁଣିଥରେ ଗୁଜରାଟ ଆଡ଼କୁ ମୁହାଁଇଛି। ଗତକାଲି ଏହା ଗୁଜରାଟ ଉପକୂଳ ବଦଳରେ ଓମାନ ଆଡ଼େ ମୁହାଁଇଥିଲା। କିନ୍ତୁ ସମୁଦ୍ର ମଧ୍ୟରେ ହଠାତ୍ ଏହା ଦିଗ ବଦଳାଇ ଗୁଜରାଟ୍ର ପୋରବନ୍ଦର ଓ ଦ୍ୱାରକା ଆଡ଼େ ମୁହାଁଇଛି। ‘ବାୟୁ’ ପୁଣି ଗୁଜରାଟ୍ ମୁହାଁ ହୋଇଥିବାରୁ ପୁଣିଥରେ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ‘ବାୟୁ’ର ଦିଗ ପରିବର୍ତ୍ତନ ଯୋଗୁ ପୋରବନ୍ଦର ଓ ଦ୍ୱାରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା […]
ବାଲେଶ୍ୱର/ସାଲେପୁର/ପୁରୀ: ପୁଣି ତିନି ତିନିଟି ଦୁଷ୍କର୍ମ ଅଭିଯୋଗ I ନାବାଳିକା, ମାନସିକ ଅନଗ୍ରସର କେହି ବି କାମାନ୍ଧ ଲମ୍ପଟଙ୍କ ଲୋଲୁପ ଦୃଷ୍ଟିରୁ ବାଦ ପଡ଼ୁନାହାନ୍ତି I ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ I ଗତକାଲି ଘରେ କେହି ନଥିବା ବେଳେ ମନ୍ମଥ ଜେନା ନାମକ ଜଣେ ୫୬ ବର୍ଷର ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ହୋଇଛି I ନାବାଳିକାଙ୍କ ମା ଘରେ ପହଂଚିବା ପରେ ଅଭିଯୁକ୍ତ ମନ୍ମଥ ଘଟଣା […]
ଅନୁଗୁଳ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିବା ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଳା ଛେଣ୍ଡିପଦା ଅଞ୍ଚଳରେ। ଅଭିଯୋଗ ଅନୁସାରେ ଗତ ସୋମବାର ବେହେରା ସାହିର ଜଣେ ନାବାଳିକା ଗାଧୋଇବା ବେଳେ ଯୁବକ ଜଣକ ତାଙ୍କୁ ଟଣାଓଟରା କରିଥିଲେ। ହେଲେ ସଙ୍ଗରେ ଥିବା ଯୁବତୀମାନେ ପାଟି କରିବାରୁ ସେଠାରୁ ଯୁବକ ଜଣକ ପଳାଇ ଯାଇଥିଲେ। ଗତକାଲି ସନ୍ଧ୍ୟାରେ ଯୁବକ ପୁଣି ଥରେ ଗାଁ ଦାଣ୍ଡରେ ପହଞ୍ଚି ନାବାଳିକାକୁ […]
ବରଗଡ଼: ପାଇଖାନା ଟାଙ୍କିରୁ କଂଙ୍କ୍ରିଟ୍ ସ୍ଲାବ୍ ହଟାଇବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଗାଁରେ। ଗୁରବାର ସକାଳେ ଏହି ଗାଁର ସୁଶୀଳ ବାଗ୍ଙ୍କ ଘରେ ତିଆରି ହୋଇଥିବା ନୂଆ ପାଇଖାନାର ସ୍ଲାବ୍ ଖୋଲା ଯାଉଥିଲା। ନବ ନିର୍ମିତ ପାଇଖାନା ଟାଙ୍କିରୁ କଂଙ୍କ୍ରିଟ୍ ସ୍ଲାବ ହଟାଇବା ବେଳେ ବିଷାକ୍ତ ଗ୍ୟାସ୍ ପ୍ରଭାବରେ ମଦନ ବରିହା ନାମକ ଜଣେ ବ୍ୟକ୍ତି ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ […]
ଭୁବନେଶ୍ୱର: କୁଆଖିଆ ପଠାରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ମୃତ ଯୁବକ ଉନ୍ମୟ ପାଢ଼ୀଙ୍କୁ ହତ୍ୟା କରାଯାଇନି, ବରଂ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଉନ୍ମୟ ପ୍ରଥମେ ନିଜକୁ ଛୁରୀ ଭୁସିବା ପରେ ଆତ୍ମଦାହ କରିଥିବା ପୋଲିସ କହିଛି। ମେଡିକାଲ ଓ ଫରେନସିକ୍ ରିପୋର୍ଟ ଆଧାରରେ ସେ ଆତ୍ମଦାହ କରିଥିବା ସ୍ପଷ୍ଟ ହୋଇଛି ବୋଲି ପୋଲିସ କମିଶନର ଓ୍ୱାଇ.ବି. ଖୁରାନିଆ କହିଛନ୍ତି। ଏପରିକି ଉନ୍ମୟଙ୍କ ମୃତ୍ୟୁ ଘଟଣା ସହ ତୃତୀୟ ପକ୍ଷର […]
କୋଲକାତା : ଚତୁର୍ଥ ଦିନରେ ପହଁଞ୍ଚିଛି ପଶ୍ଚିମବଂଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ। ଦିଦିଙ୍କ ଚେତାବନୀ ପରେ ଡାକ୍ତର ଆନ୍ଦୋଳନକୁ ଅଧିକ ତୀବ୍ର କରିଛନ୍ତି। ଗତକାଲି ଦିନ ୨ଟା ସୁଦ୍ଧା କାମକୁ ନଫେରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଚରମବାଣୀ ଶୁଣାଇ ଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଡାକ୍ତର ଏହି ଧମକକୁ ବେଖାତିର କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସୁରକ୍ଷା ଯୋଗାଇ ଦିଆଯିବା ଦାବିକୁ ନେଇ କିଛି ଡାକ୍ତର ସାମୁହିକ ଇସ୍ତଫା ଦେଇଛନ୍ତି। ସେପଟେ ପଶ୍ଚିମବଙ୍ଗ […]
ଜାମସେଦପୁର: ଝାରଖଣ୍ଡର ସରେଇକେଲା ଠାରେ ଆଜି ପୁଲିସ୍ କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଭୟଙ୍କର ହମ୍ଲା କରିଛନ୍ତି। ନକ୍ସଲଙ୍କ ଏହି ହମ୍ଲାରେ ୫ ଜଣ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ପୁଲିସ୍ ପକ୍ଷରୁ ସରେଇକେଲା ଠାରେ ଥିବା ଏକ ମାର୍କେଟ ନିକଟରେ ପ୍ୟାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ୨ ଜଣ ନକ୍ସଲ ସେମାନଙ୍କୁ ଘେରି ଯାଇ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ସରେଇକେଲା ଜିଲ୍ଲା ତୁରୁଲଡିହ ଅନ୍ତର୍ଗତ କୁକଡୁ ହାଟଟି ଝାରଖଣ୍ଡ ଓ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣକୁ ବିରୋଧ କରିଛି କଂଗ୍ରେସ। ଏହାର ପ୍ରତିବାଦ କରି ଦଳର ନେତାମାନେ କର୍ଣ୍ଣାଟକ ବିଧାନସୌଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଏହି ଧାରଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ ଜି.ଏନ୍. ଆଜାଦ୍, ଅଶୋକ ଗେହଲଟ୍, ମଲ୍ଲିକାର୍ଜ୍ଜୁନ ଖଡଗେ ସାମିଲ ହୋଇଛନ୍ତି। ବିଜେପି ସହିତ ଜେଡିଏସ୍ ନେତା ମାନେ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି। ଏଥିରେ ପ୍ରତିକ୍ରିୟା ରଖି ସିଦ୍ଧରମୈୟା କରିଛନ୍ତି ଯେ, “ଆମେ […]
ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାରର ପ୍ରତିବାଦ। ଅତ୍ୟାଚାରର ପ୍ରତିବାଦ କରି ଆଜିଠୁ ଆରମ୍ଭ ହୋଇଛି ବିଜେପିର ମହିଳା ସୁରକ୍ଷା ଯାତ୍ରା। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ରାଜ୍ୟର ୭ଟି ରୁଟ୍ ଦେଇ ୧୧ ଦିନ ଧରି ମେ ୨୯ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମଧ୍ୟରେ ୪୫୦ ସାଧାରଣ ସଭା ଅନୁଷ୍ଠିତ ହେବ। ସଭାରେ ମହିଳାଙ୍କ ସମସ୍ୟା, ଅଧିକାର ଏବଂ ସୁରକ୍ଷା ସମ୍ପର୍କିତ ବାର୍ତ୍ତା […]
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଆଲୋଚନା। ଆଜି ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ଓଡ଼ିଶାରେ ବାତ୍ୟା ଫୋନି ଜନିତ କ୍ଷୟକ୍ଷତିକୁ କିଭଳି ଭରଣା କରାଯିବ ଏବଂ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର କିଭଳି ସହାୟତା ଯୋଗାଇ ଦେବେ ସେ ନେଇ ଉଭୟ ଆଲୋଚନା କରିଛନ୍ତି। ସେହିଭଳି ଆଗାମୀ ଦିନରେ ରାଜ୍ୟର ବିକାଶ ଓ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କିଭଳି ପାରସ୍ପରିକ […]
ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଅଭିନେତା ପପୁ ପମ୍ ପମ୍। ତେବେ ତାଙ୍କ ସମ୍ପର୍କରେ କିଛି ଗୁଜବ ପ୍ରଚାର କରାଯାଉଥିବାରୁ ଏଭଳି ନ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ସଙ୍ଗୀତା ଶତପଥୀ। ଅଗ୍ନାଶୟ ବା ପାନ୍କ୍ରିୟାସ୍ ଯନ୍ତ୍ରଣା ଯୋଗୁଁ ପପୁ ଗତ ତିନି ଦିନ ଧରି ଚିକିତ୍ସାଧୀନ ଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପପୁଙ୍କୁ ଦିଲ୍ଲୀ ପଠାଯାଇଥିଲା। ବର୍ତ୍ତମାନ ସେ ଦିଲ୍ଲୀରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ […]
ଭୁବନେଶ୍ୱର: ଆସନ୍ତା ୧୯ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଦିନ ୧୧ଟାରେ CHSE କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍ chseodisha.nic.in ରେଜଲ୍ଟ ଦେଖିପାରିବେ। ଏହାବ୍ୟତୀତ orissaresults.nic.in ରେ ମଧ୍ୟ ରେଜଲ୍ଟ ଦେଖିହେବ। ତେବେ ଚଳିତ ମାସ ଶେଷ ସୁଦ୍ଧା କଳା ଏବଂ ବାଣିଜ୍ୟ ଫଳ ପ୍ରକାଶ ପାଇପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି […]