• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

masoood
ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା

ନୂଆଦିଲ୍ଲୀ : ଜାତିସଂଘରେ ଭାରତର ବଡ଼ କୁଟନୈତିକ ବିଜୟ। ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିଛି ମିଳିତ ଜାତିସଂଘର ସୁରକ୍ଷା ପରିଷଦ। ଚୀନ୍‌ ପ୍ରତିବନ୍ଧକ ହଟାଇବା ପରେ ଜୈସ୍‌ ମୁଖ୍ୟ ମାସୁଦକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଏହାକୁ ନେଇ ଭାରତ ଜାତିସଂଘର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛି। ପୂର୍ବରୁ ଚୀନ ୪ଥର ଭିଟୋ ପ୍ରୟୋଗ କରି ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣାରୁ ରକ୍ଷା କରିଥିଲା। […]

  • Saturday, 17 July 2021
puri mahaprasad
୪ ଦିନର ବିଶୃଙ୍ଖଳା ପରେ ସ୍ୱାଭାବିକ ହେଲା ଶ୍ରୀମନ୍ଦିର ନୀତିକାନ୍ତି

ପୁରୀ : ୪ ଦିନର ବ୍ୟତିକ୍ରମ ଆଉ ବିଭ୍ରାଟର ଅନ୍ତ ଘଟିଛି। ବାହାରିଛି ମହାପ୍ରଭୁଙ୍କ ମହାପ୍ରସାଦ। ମହ ମହ ବାସୁଛି ଏବେ ରୋଷଶାଳା, ଆନନ୍ଦବଜାର, ବାଇଶିପାହାଚ ସବୁକିଛି। କାଳିଆ ସାଆନ୍ତ ବି ଆଶ୍ୱସ୍ଥ। ମହାପ୍ରସାଦ ଟିକିଏ ପାଇ ଭକ୍ତ ବି ଭାବବିହ୍ୱଳ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ କଡ଼ା ତାଗିଦ୍ ପରେ ଆଜି ଶୃଙ୍ଖଳିତ ହୋଇଥିଲା ନୀତିକାନ୍ତି। ଏହାପରେ ଦିନ ୧୨ଟା ୩୦ ମିନିଟ୍‌ରେ ଭୋଗମଣ୍ଡପ ଉଠିବା ସହ ବାହାରିଥିଲା ମହାପ୍ରସାଦ। ଗତ ୧୬ ତାରିଖରେ ନୀତିକାନ୍ତିରେ ବିଳମ୍ବ […]

naveen
ମହିଳାଙ୍କ ଉପରେ ଅପରାଧକୁ ସରକାର ଗମ୍ଭୀରତାର ସହ ନେଉଛନ୍ତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୟୂରଭଞ୍ଜ ଠାକୁରମୁଣ୍ଡାରୁ ବାଲେଶ୍ୱରର ନୀଳଗିରି, ଭୁବନେଶ୍ୱରରୁ ଭବାନୀପାଟଣା। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମର ଶିକାର ହେଉଛନ୍ତି କୁନିଝିଅ। ଭବାନୀପାଟଣାର ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ୨ ଦିନ ଧରି ଦୁଷ୍କର୍ମ କରିବା ପରେ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ସଂପର୍କୀୟ ଭିଣୋଇ। ରାଜ୍ୟରେ ନାବାଳିକାଙ୍କ ପ୍ରତି ବଢ଼ିଚାଲିଥିବା ଏ ଅତ୍ୟାଚାରକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ମୁଲତବୀ ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ପ୍ରତିଦିନ ୬ ଜଣ […]

rp sharma
ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାସ୍ ଖୁବ୍ ଶୀଘ୍ର ହେବ: ପୋଲିସ ମହାନିର୍ଦ୍ଦେଶକ ଆର୍‌ପି ଶର୍ମା

ଭୁବନେଶ୍ୱର : ବଲାଙ୍ଗିର ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାସ୍ ଖୁବ୍ ଶୀଘ୍ର ହେବ। ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଘଟଣାରେ ପ୍ରଥମଥର ପାଇଁ ମୁହଁ ଖୋଲି ଆଜି ଏହି ସୂଚନା ଦେଇଛନ୍ତି। ଡିଜିପି କହିଛନ୍ତି, କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି। ପୋଲିସକୁ ମଧ୍ୟ ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ଖୁବ୍ ଶୀଘ୍ର ରହସ୍ୟ ଉନ୍ମୋଚନ ହେବ ବୋଲି ଡିଜିପି ସୂଚନା ଦେଇଛନ୍ତି। ଏହି ଘଟଣାରେ ୨ଜଣଙ୍କର […]

  • Saturday, 17 July 2021
thunderstorm
୫ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୫ ଜିଲ୍ଲା- କନ୍ଧମାଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବ। ଘନଘନ ବଜ୍ରପାତ ମଧ୍ୟ ହେବ। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି।  ତେଣୁ ଘରୁ ନବାହାରିବା ପାଇଁ […]

dawood
ଜବତ ହେବ ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ୍‌ର ସଂପତ୍ତି

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ୍ ଇବ୍ରାହିମ୍‌କୁ ଝଟ୍‌କା। ମୁମ୍ବାଇରେ ଥିବା ଦାଉଦ୍‌ର ସମ୍ପତ୍ତି ହେବ ଜବତ। ମୁମ୍ବାଇ ନାଗପଡ଼ାରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିବେ ସରକାର। ଏନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି। ଦାଉଦ୍‌ର ସମ୍ପତ୍ତିକୁ ଜବତ ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦାଉଦ୍‌ର ମାଆ ଏବଂ ଭଉଣୀ ହସିନା ପାରକର୍। ତେବେ ଏହି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ମୁମ୍ବାଇ ନାଗପଡ଼ାରେ ଦାଉଦ୍‌ର ମାଆ ଅମିନାଙ୍କ ନାଁରେ […]

abhada
ପୁଣି ଚଳଞ୍ଚଳ ହେଲା ଆନନ୍ଦବଜାର, ଅବଢ଼ା ବାହାରିଲା

ପୁରୀ: ୪ ଦିନର ଅପେକ୍ଷାର ଅନ୍ତ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଭକ୍ତ ପାଇଲେ ମହାପ୍ରସାଦ। ସଠିକ୍ ସମୟରେ ଠାକୁରଙ୍କ ନୀତିକାନ୍ତି ସାଙ୍ଗକୁ ଭୋଗ ମଣ୍ଡପ ଉଠିବା ପରେ ଆନନ୍ଦ ବଜାରରେ ଅବଢ଼ା ଖାଇ ଖୁସି ହୋଇଛନ୍ତି ଭକ୍ତ। ନୀତି ବିଭ୍ରାଟ ସାଙ୍ଗକୁ ସୁଆର ସେବାୟତଙ୍କ ଆନ୍ଦୋଳନ ଯୋଗୁଁ ଗତ ୧୬ ତାରିଖରୁ ଅବଢ଼ା ବାହାରୁନଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକଠାକ୍ ହେବା ପରେ ସଠିକ୍ ସମୟରେ ମହାପ୍ରସାଦ ବାହାରିଛି। ଫଳରେ […]

chandrababu naidu
ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ଅନଶନ

ହାଇଦ୍ରାବାଦ: ଜନ୍ମଦିନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅନଶନ। ଆନ୍ଧ୍ରକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ଦାବିରେ ସେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସିଧାସିଧା ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଛି। କେନ୍ଦ୍ରର ଏଭଳି ଟାଳଟୁଳ ନୀତି ପ୍ରତିବାଦରେ ଚନ୍ଦ୍ରବାବୁ ଆଜି ସକାଳୁ ଦିନିକିଆ ଅନଶନରେ ବସିଛନ୍ତି।  ଆଜି ହେଉଛି ଚନ୍ଦ୍ରବାବୁ ନାଇଡୁଙ୍କର ୬୮ତମ ଜନ୍ମଦିନ। ଜନ୍ମଦିନରେ ସେ ବିଜୟୱାଡାରେ ଅନଶନ କରୁଛନ୍ତି। ଏଥିପାଇଁ ଅନଶନ ସ୍ଥଳରେ ସ୍ୱତନ୍ତ୍ର ଭାବେ ମନ୍ତ୍ର ଉଚ୍ଚାରଣ ସହ ପୂଜାପାଠ କରାଯାଇଛି। […]

  • Saturday, 17 July 2021
  • NDA
  • Tdp
tractor
ଓଲଟି ପଡ଼ିଲା ଟ୍ରାକ୍ଟର; ୨ ମୃତ

ବଲାଙ୍ଗିର: ବାଲି ଉଠାଇବାକୁ ନଦୀକୁ ଯିବା ବେଳେ ଏକ ଟ୍ରାକ୍ଟର ଓଲଟି ଯିବା ଫଳରେ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ବେଲପଡାର ଲଥାକେନ୍ଦ୍ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଲି ପାଇଁ ଟ୍ରାକ୍ଟରରେ ୩ଜଣ ନାଥବୁଢା ନଦୀକୁ ଯିବା ବେଳେ ଟ୍ରାକ୍ଟରଟି ଓଲଟି ଏକ ଚାଷ ଜମି ଭିତରକୁ ପଶିଯାଇ ତିନିଜଣଙ୍କ ଉପରେ ଚାପି ହୋଇଯାଇଥିଲା। ଫଳରେ ୨ଜଣଙ୍କର ମୃତୁ୍ୟ ହୋଇଥିଲା। ମୃତକମାନେ ହେଲେ […]

train
ଏସି ବଗିରେ ଧୂଆଁ

ସମ୍ବଲପୁର: ଟ୍ରେନ ଏସି ବଗିରେ ଧୂଆଁ। ଆଜି ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ୍‌ର ଗୋଟିଏ ଏସି ବଗିରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା। ରାଉରକେଲା-ଝାରସୁଗୁଡ଼ା ରୁଟ୍ ମଧ୍ୟରେ ଏସି ବଗିଟିରୁ ଧୂଆଁ ବାହାରୁଥିବା ପ୍ରଥମେ ଯାତ୍ରୀ ଦେଖିଥିଲେ। ଏହାପରେ ସଂପୃକ୍ତ ବଗିରୁ ଏସି ବନ୍ଦ କରାଯାଇଥିଲା। ତେବେ ସମ୍ବଲପୁରରେ ସଂପୃକ୍ତ ବଗି ବଦଳାଯିବା ପରେ ପୁଣିଥରେ ଟ୍ରେନ୍ ଛାଡିଥିଲା। ଏସିରୁ ସଟ୍ ସର୍କିଟ ହୋଇ ଧୂଆଁ ବାହାରୁଥିବା ଅନୁମାନ କରାଯାଉଛି।

bhawanipatna
ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ

ଭବାନୀପାଟଣା: ଭବାନୀପାଟଣାରେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ। ୨ଦିନ କାଳ ଦୁଷ୍କର୍ମ ପରେ ରାସ୍ତାରେ ଛାଡ଼ି ପଳାଇଲା ଅଭିଯୁକ୍ତ। ଘଟଣା ସମ୍ପର୍କରେ ଥୁଆମୂଳ ରାମପୁର ଥାନାରେ ପରିବାର ଲୋକଙ୍କ ଏତଲା ପରେ ପୋଲିସ ତନାଘନା ଚଳାଇଛି। ପୀଡ଼ିତା ଜଣକ ଏକୋଇଶା ଭୋଜି ଖାଇବାକୁ ବଡ଼ବାପା ଘରକୁ ଯାଇଥିଲାବେଳେ ସେଠାରୁ ଜଣେ ସଂପର୍କୀୟ ଭିଣୋଇ ଅପହରଣ କରି ନେଇଥିଲା। ୨ ଦିନ କାଳ ଅଟକ ରଖି ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ଗତକାଲି ସଂଧ୍ୟାରେ […]

cbse
ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ମିଳିବ ଗ୍ରେସ୍ ମାର୍କ

ନୂଆଦିଲ୍ଲୀ: ଇଂରାଜୀ ପ୍ରଶ୍ନପତ୍ରରେ ତ୍ରୁଟି ପାଇଁ ଗ୍ରେସ୍ ମାର୍କ ଦେବ ସିବିଏସ୍ଇ। ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ୨ ମାର୍କ ଲେଖାଏଁ ଗ୍ରେସ୍ ମାର୍କ ଦିଆଯିବ ବୋଲି ସିବିଏସ୍ଇ କାର୍ଯ୍ୟାୟଳୟରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ଇଂରାଜୀ ପରୀକ୍ଷାରେ ପ୍ରଶ୍ନପତ୍ରରେ ଟାଇପିଂରେ ତ୍ରୁଟି ପାଇଁ ସାରା ଦେଶରେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାକୁ ସିବିଏସ୍ଇ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ଏହାର ବିଚାର କରାଯିବ ବୋଲି କହିଥିଲେ। ତେବେ ଆଜି […]

  • Saturday, 17 July 2021