ପୁରୀ: ନନ୍ଦିଘୋଷ ରଥ ପରେ ଏବେ ପୁଣି ସାମ୍ନାକୁ ଆସିଛି ଦେବଦଳନ ରଥ ନିର୍ମାଣରେ ତ୍ରୁଟି। ଏହି ରଥ ଚକର ତୁମ୍ଭ ଏବଂ ପହିରେ ଫାଟ ଜଣାପଡ଼ିଥିବାରୁ ଏହାକୁ ଫେରାଇ ଦେଇଛନ୍ତି ରଥ ନିର୍ମାଣ କମିଟିର ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ପି.କେ.ଦାସ। ରଥଖଳାକୁ ଆସି ସେ ତିନି ରଥର ମହାରଣା, ଭୋଇ ସର୍ଦ୍ଦାର ଏବଂ ରଥର ଅମିନଙ୍କ ଉପସ୍ଥିତିରେ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଏହାକୁ ଫେରାଇ ଦେଇଥିଲେ। ଏହି ସମୟରେ ଦେବଦଳନ ରଥ […]
ଭୁବନେଶ୍ୱର: ଆସନ୍ତା ୨୫ ତାରିଖ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ଘରୋଇ ମେଡିକାଲ୍। ଭୁବନେଶ୍ୱରରେ ଆଇଏମଏ ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନେଇଛି ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍ମେଣ୍ଟ ଫୋରମ। ଫୋରମର ଅଭିଯୋଗ, ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍ମେଣ୍ଟ ଆଇନ ଅନୁଯାୟୀ ନା ହୋଇପାରୁଛି ପଞ୍ଜିକରଣ ନା ନବୀକରଣ। ୨୦୧୪ ମସିହାରୁ ଏହି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସମାଧାନ ବାହାରିନି। ଫଳରେ ଆସନ୍ତା ୨୫ ତାରିଖ ଦିନ […]
ଭୁବନେଶ୍ୱର: ଆଜି ନବୀନ ସରକାରଙ୍କ ଚତୁର୍ଥ ଇନିଂସ୍ର ଚତୁର୍ଥ ବର୍ଷ ଶେଷ ହେଉଛି। ଏନେଇ ଆଜି ବସୁଛି ବିଜେଡ଼ି ମନ୍ତ୍ରୀ ପରିଷଦ ବୈଠକ। ନିର୍ବାଚନ ବର୍ଷ ହୋଇଥିବାରୁ ଫୋକସ୍ରେ ରହିପାରେ ୨୦୧୪ରେ ବିଜେଡ଼ିର ନିର୍ବାଚନୀ ଇସ୍ତାହାର। ଭୋଟରଙ୍କ ପାଖକୁ ଯିବା ପୂର୍ବରୁ ଇସ୍ତାହାର ମୁତାବାକ କେତେ କାମ ହୋଇଛି ସେ ନେଇ ତର୍ଜମା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଓ ସମସ୍ତ ମହାବିଦ୍ୟାଳୟରେ କ୍ୟାରିୟର୍ କାଉନସିଲିଂ ସୁବିଧା ପାଇଁ ଇସ୍ତାହାରରେ କରାଯାଇଥିବା […]
କଟକ: କଟକରେ ପୁଣି ଏନ୍କାଉଣ୍ଟର। କଟକ ସଦର ଥାନା ଅଞ୍ଚଳରେ ଏନ୍କାଉଣ୍ଟର କରିଛି ପୋଲିସ। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଉତ୍ତମ ସିଂ ଓରଫ କାବୁଆ ଆହତ ହୋଇଛି। କାବୁଆର ବାମ ଗୋଡ଼ରେ ଗୁଳି ବାଜିଛି। ଫଳରେ ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ପୋଲିସ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି। କଟକ ସଦର ଥାନା କୁରୁଣ୍ଟି ଗାଁରେ ପୋଲିସ୍ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ କାବୁଆର ସମ୍ପୃକ୍ତି ଥିବା କୁହାଯାଉଛି।
କେନ୍ଦ୍ରାପଡ଼ା : ବିଶ୍ୱପ୍ରସିଦ୍ଧ ଭିତରକନିକା ଆଖପାଖ ନଈକୂଳିଆ ଲୋକଙ୍କୁ କୁମ୍ଭୀର ଆତଙ୍କ। ଏବେ ପ୍ରଜନନ ଋତୁ ପାଇଁ ବ୍ରାହ୍ମଣୀ ଓ ଏହାର ଶାଖା ନଦୀଗୁଡ଼ିକରେ କୁମ୍ଭୀରଙ୍କୁ ନେଇ ସବୁ ସମୟରେ ବିପଦ। ଗତ ଏପ୍ରିଲ୍ ୨୧ ତାରିଖରେ ରାଜନଗର ଡିଆପାରୀ ଗାଁ ପାଖ ହଂସୁଆ ନଈରେ ଭାଇ ସାଙ୍ଗରେ ଗାଧୋଉ ଗାଧୋଉ ଉଭାନ୍ ହୋଇଯାଇଥିଲା ୧୪ ବର୍ଷର ବାଳକ ଶ୍ରୀକାନ୍ତ। ପରଦିନ ମିଳିଥିଲା ଶ୍ରୀକାନ୍ତଙ୍କ ମଲାଦେହ। ଏଠି ରାଜପୁର ଗାଁ ବ୍ରାହ୍ମଣୀ ନଈ କୂଳରେ ବି ସେଇ […]
ଭୁବନେଶ୍ୱର : ମୁମ୍ବାଇରେ ୮୪, ଦିଲ୍ଲୀରେ ୭୬। ସର୍ବକାଳୀନ ରେକର୍ଡ କରିଛି ତୈଳ ଦର। କର୍ଣ୍ଣାଟକ ନିର୍ବାଚନ ସରିବା ପରଠାରୁ ଗତ ୧୪ ତାରିଖରୁ କ୍ରମାଗତ ୭ ଦିନ ହେଲା ଦୈନିକ ବଢିଛି ଦର। ଏହା ପୂର୍ବରୁ ୧୯ ଦିନ ଧରି ତେଲ ଦର ଅପରିବର୍ତ୍ତିତ ରହିଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମର ଦର ବୃଦ୍ଧି ସତ୍ତ୍ୱେ କର୍ଣ୍ଣାଟକ ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ର ସରକାର ପ୍ରାୟ ୩ ସପ୍ତାହ ଧରି ତୈଳ ଦରକୁ ନିୟନ୍ତ୍ରଣରେ ରଖିଥିବା କୁହାଯାଉଛି। […]
ଭୁବନେଶ୍ୱର : ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀରେ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଛି। ଆଇନ ଶୃଙ୍ଖଳା, ଦୁର୍ନୀତି, ମହିଳା ନିର୍ଯାତନା, ମହାନଦୀ,ଜଳସେଚନ ଆଦି ପ୍ରସଙ୍ଗରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି କଡ଼ା ସମାଲୋଚନା କରିଛି ବିଜେପି। ଦଳ ଅଭିଯୋଗ କରିଛି, ରାଜ୍ୟରେ ଦିନକୁ ଦିନ ମହିଳା ନିର୍ଯାତନ ବଢୁଛି। ଦୁଷ୍କର୍ମ ସଂଖ୍ୟା ବଢୁଥିଲେ ମଧ୍ୟ ସେହି ଅନୁସାରେ ଦୋଷୀ ଦଣ୍ଡ ପାଉନାହିଁ। ସେହିପରି ମହାନଦୀ ପ୍ରସଙ୍ଗରେ ଆଜିର ପରିସ୍ଥିତି […]
ବାଲେଶ୍ୱର : ବାଲେଶ୍ୱର ସୋର ଅଞ୍ଚଳରରୁ ଗୁଜରାଟର ଦୁଇ ନାବାଳିକା ଉଦ୍ଧାର। ଗୁଜରାଟ ପୋଲିସର ୧୨ ଜଣିଆ ଟିମ୍ ସହାୟତାରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛି ସୋର ପୋଲିସ। ମାମଲାରେ ରାହୁଲ ମୋତିଭାଇ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଛି। ବିବାହ ପ୍ରଲୋଭନ ଦେଖାଇ ଗୁଜରାଟ ଗୁରଭି ଥାନା ଅଞ୍ଚଳରୁ ଦୁଇ ନାବାଳିକାଙ୍କୁ ସେହି ଅଞ୍ଚଳର ଦୁଇ ଯୁବକ ବାଲେଶ୍ୱର ନେଇ ଚାଲିଆସିଥିଲେ। ଜଣେ ଯୁବକ ସୋର ଏବଂ […]
ପୁରୀ : ଶ୍ରୀମନ୍ଦିର ସେବାୟତଙ୍କ ଆକ୍ରମଣରେ ଭକ୍ତ ଲହୁ ଲୁହାଣ ଅଭିଯୋଗ। ମନ୍ଦିର ଭିତରେ ନିୟୋଜିତ ଜଣେ ସେବାୟତଙ୍କ ଆକ୍ରମଣରେ ମହାରାଷ୍ଟ୍ରରୁ ଆସିଥିବା ଜଣେ ଭକ୍ତ ଆହତ ହୋଇଛନ୍ତି। ଏ ନେଇ ସଂପୃକ୍ତ ଭକ୍ତ ଜଣକ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଏହି ଭକ୍ତଙ୍କ ନାଁ ଚେତନ ଗନପତ। ଅଭିଯୋଗ ଅନୁସାରେ ଚେତନ ଆଜି ନିଜ ପତ୍ନୀଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯାଇଥିଲେ। ତେବେ ଭିତରେ ପ୍ରବେଶ ବେଳେ ସେବାୟତ […]
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ବ୍ଲକ୍ର ଉଚ୍ଚ ବିଦ୍ୟାଳୟ ଓ ଜଗନ୍ନାଥ ମନ୍ଦିର କାନ୍ଥରେ ୪ଟି ମାଓ ବିରୋଧୀ ପୋଷ୍ଟର ଲାଗିଛି। ଅନିୟମଗିରିର ଆଦିବାସୀ, ଦଳିତଙ୍କୁ ହତ୍ୟା କରନ୍ତୁ ନାହିଁ, ରାସ୍ତାରେ ବୋମା ଓ ଲ୍ୟାଣ୍ଡ ମାଇନ ଖଞ୍ଜନ୍ତୁ ନାହିଁ, ଲୋକଙ୍କୁ ଡରାଇବାକୁ ପ୍ରଜା କୋର୍ଟ କରନ୍ତୁ ନାହିଁ, ବେଦାନ୍ତ ଦଲାଲ ନାଁରେ ଆଦିବାସୀଙ୍କୁ ହତ୍ୟା ଓ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ ଦିଅନ୍ତୁ ନାହିଁ ବୋଲି ଏହି ପୋଷ୍ଟରରେ ଅନୁରୋଧ କରାଯାଇଛି। ପୋଷ୍ଟର ତଳେ ରାୟଗଡ଼ା […]
କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ଥାନା ଟିକରପଡ଼ା ଗାଁ ନିକଟରେ ଏକ ଟିପ୍ପରକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଗତକାଲି ଆନ୍ଧ୍ରରୁ ମେଟାଲ୍ ନେଇ ଟିକରପଡ଼ା ଅଞ୍ଚଳକୁ ଆସିଥିଲା ଏହି ଗାଡ଼ି। ଡ୍ରାଇଭରଙ୍କ କହିବା ଅନୁସାରେ ମେଟାଲ୍ ଅନ୍ଲୋଡ଼୍ କରି ଫେରୁଥିବା ବେଳେ ରାତି ସାଢ଼େ ୧୦ଟାରେ କେତେକ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇଥିଲେ। ଡ୍ରାଇଭରକୁ ଗାଡ଼ିରୁ ଓହ୍ଲାଇ ଦେଇ ମାଡ଼ ମାରିଥିଲେ। ଏହା ପରେ ଟିପ୍ପରରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତମାନେ। ତେବେ ଛୁରୀ, ଟାଙ୍ଗିଆ ଆଦି […]
କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ।ଜୟପୁର ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ସେ ଜୟପୁର ଆସିଛନ୍ତି। ଜୟପୁରକୁ ଉଡ଼ାଣ ଯୋଜନାରେ ସାମିଲ କରାଯାଇଛି। ୨୦୧୬ରୁ କାମ ଆରମ୍ଭ ହୋଇଥିଲେ ମଧ୍ୟ, ଏ ଯାଏ ତାହା ଶେଷ ହୋଇନାହିଁ। ସେତେବେଳେ ଲକ୍ଷ୍ୟ ରଖାଯାଇଥିଲା ଯେ, ୨୦୧୭ ସେପ୍ଟେମ୍ବର ସୁଦ୍ଧା କାମ ସରିବ ପରେ ରାଜ୍ୟ ସରକାର ଡିସେମ୍ବର ସୁଦ୍ଧା ସମୟ ମାଗିଥିଲେ କିନ୍ତୁ ୨୦୧୮ର ମେ […]