ନୂଆଦିଲ୍ଲୀ: ଆଜି ସୁନା ଓ ରୂପାର ଦର ବୃଦ୍ଧି ପାଇଛି। ଆଜି ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମର ଦର ୩୫,୯୭୦ ଟଙ୍କା ରହିଛି। ସେହିପରି ରୂପା ଦର କେଜି ପିଛା ୨୬୦ ଟଙ୍କା ବୃଦ୍ଧି ପାଇ ୪୧,୯୬୦ ଟଙ୍କାରେ ପହଞ୍ଚିଛି। ସର୍ବଭାରତୀୟ ସରଫା ମହାସଂଘର ଉପ ସଭାପତି ସୁରେନ୍ଦ୍ର ଜୈନ କହିଛନ୍ତି, “ସୁନା ଦର ଆଜି ପୁଣି ୧୦୦ ଟଙ୍କା ବଢ଼ିଛି। ଫଳରେ ଏବେ ୧୦ ଗ୍ରାମ ସୁନା ଦର ୩୫,୯୭୦ ଟଙ୍କାରେ ପହଞ୍ଚିଛି। ୯୯.୯% ସୁନା […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଗତକାଲି ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଧୂଳିଝଡ଼ ଓ ଘୂର୍ଣ୍ଣିଝଡ଼ରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି। ୧୩ ମୃତକଙ୍କ ମଧ୍ୟରୁ ୬ ଜଣ ସୀତାପୁରର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଆହତଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାକୁ ସହାୟତା ପ୍ରଦାନ କରିବା ଲାଗି ମଧ୍ୟ ସେ […]
ଭୁବନେଶ୍ୱର: ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାର ନା। ପୂର୍ବରୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ଗ୍ରହଣ କରିବନାହିଁ। କାରଣ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ୭୦ଲକ୍ଷ ପରିବାରକୁ ସାମିଲ ପାଇଁ ଦାବି କରିଥିବା ବେଳେ, ୬୧ଲକ୍ଷ ପରିବାରକୁ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସିଙ୍ଗଲା ଥାନା ଅଧିନସ୍ଥ ନାହଞ୍ଜରା ଗାଁରେ ଦେହ ବ୍ୟବସାୟ ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ନାହଞ୍ଜରା ଗାଁରେ ରହୁଥିବା ମନୋରଞ୍ଜନ ପ୍ରଧାନଙ୍କ ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ କୌଣସି ସୂତ୍ରରୁ ସ୍ଥାନୀୟ ଲୋକେ ଜାଣିପାରିଥିଲେ। ଏନେଇ ଗ୍ରାମବାସୀ ମିଳିତ ହୋଇ ଘର ଚାରି ପାଖ ଘେରାଉ କରି ପୋଲିସକୁ ଖବର ଦେଇଥିଲେ। ବିଳିମ୍ବିତ ରାତିରେ ପୋଲିସ ପହଞ୍ଚି ମନୋରଞ୍ଜନଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା। […]
ଭୁବନେଶ୍ୱର: ଗାଡ଼ିରୁ ଲକ୍ଷଲକ୍ଷ ନଗଦ ଟଙ୍କା ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍ ତହସିଲଦାର ବିଜୟ କୁମାର ବେହେରାଙ୍କୁ କଟକ ଭିଜିଲାନ୍ସ ସେଲ୍ ଗିରଫ କରିଛି। ଗତକାଲି ତହସିଲଦାର ଏକ କାର୍ରେ ତାଙ୍କ ଘର ଛତ୍ରପୁରକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ପାଲଲହଡ଼ା ଠାରେ ତାଙ୍କୁ ଅଟକାଇଥିଲେ । ସେଠାରେ ତାଙ୍କ ନିକଟରୁ ନଗଦ ୫ଲକ୍ଷ ୫୪ ହଜାର ଟଙ୍କା ଓ ତାଙ୍କ ସାଙ୍ଗରେ ଥିବା ଲାଠିକଟା ତହସିଲର ପୂର୍ବତନ ରାଜସ୍ୱ ସୁପରଭାଇଜର ପ୍ରମୋଦ ବେଉରାଙ୍କ ଠାରୁ […]
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ହିନ୍ଦୋଳ ରେଞ୍ଜ ତେନ୍ତୁଳିସିଂହା ଗାଁର ପ୍ରସନ୍ନ ବେହେରା ଆଜି ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଏହି ରେଞ୍ଜର କଳିଙ୍ଗା ଗାଁର ସୁରେଶ ଚନ୍ଦ୍ର ପାଲ୍ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ […]
କୋରାପୁଟ: କୋରାପୁଟ ଜିଲ୍ଲା ବୋରିପୁଟ ଷ୍ଟୋନ୍ ଟ୍ରାଜେଡିର ୧୪ ଦିନ ପରେ ଜଣେ ଜେସିବି ଅପରେଟରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ମୃତଦେହଟି ଜେସିବି ଅପରେଟର୍ ଦେବଗଡ଼ର ଘନଶ୍ୟାମ ଗୁରୁଙ୍କର। ତାଙ୍କ ଭାଇ ମୃତଦେହକୁ ଚିହ୍ନଟ କରିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ମୃତଦେହର ବ୍ୟବଛେଦ ପରେ ଦେବଗଡ଼କୁ ପଠାଯାଇଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେପଟେ […]
କେନ୍ଦ୍ରାପଡ଼ା: ଥମିବାର ନାଁ ନେଉନି ଲଜ୍ଜା। ରାଜ୍ୟରେ ପୁଣି ଆଉ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ତେବେ ଦୁଷ୍କର୍ମକାରୀ ଖୋଦ୍ ପରିବାର ସଦସ୍ୟ ହୋଇଥିବା ନେଇ ଜଘନ୍ୟ ଅଭିଯୋଗ ଆଣିଛନ୍ତି ପୀଡ଼ିତା। ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକାଙ୍କୁ ତାଙ୍କ ଦାଦା ଏବଂ ବଡ଼ବାପା ପୁଅ ଦୁଷ୍କର୍ମ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଗତ […]
ପୁରୀ: ପୁଣି ଘନେଇଲା ରତ୍ନଭଣ୍ଡାର ଚାବି ରହସ୍ୟ। ଜିଲ୍ଲା ରେକର୍ଡ ରୁମ୍ ଲକରରେ ଥିବା ଏକ ଲଫାପାରୁ ଭିତର ଭଣ୍ଡାରର ନକଲି ଚାବି ମିଳିଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ କହିବା ପରେ ଏନେଇ ରହସ୍ୟ ଆହୁରି ଘନେଇଛି। ଜିଲ୍ଲାପାଳଙ୍କ କହିବା ଅନୁସାରେ, ଭିତର ଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରିରେ ଅଛି ଏବଂ ସେଠାରୁ ଆଣିଦେବା ପାଇଁ ଅନୁରୋଧ କରି ଗତ ଏପ୍ରିଲ ୨ ତାରିଖରେ ଶ୍ରୀମନ୍ଦିର ପ୍ରଶାସକ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥିଲେ। ମାତ୍ର ସେଠାରୁ […]
ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… ରଜ ଉତ୍ସବର ଆଜି ହେଉଛି ପହିଲି ରଜ। ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର। ଗାଁଠୁ ସହର ସବୁଆଡ଼େ ରଜର ମହକ। ବିଶେଷ କରି ଝିଅମାନଙ୍କ ମଧ୍ୟରେ ଉତ୍ସାହ କାହିଁରେ କ’ଣ। ଗତକାଲି ଥିଲା ସଜବାଜ। ଝିଅମାନେ ଅଳତା, କୁଙ୍କୁମ, ମେହେନ୍ଦୀ ଲଗାଇ ସଜ ହୋଇଛନ୍ତି। ଆଜିଠୁ ରଜ ମଉଜ। ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ଦୋଳି ଖେଳିବାରେ ବ୍ୟସ୍ତ। ଏହା ସହିତ ସାଙ୍ଗସାଥୀଙ୍କ […]
ପୁରୀ: ମିଳିଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ। ଜିଲ୍ଲାର ରେକର୍ଡ ରୁମ୍ ଲକର ଥିବା ଏକ ଜଉମୁଦ ଲଫାପାରୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିଥିବା ସେ କହିଛନ୍ତି। ଏକ ୪ ଜଣିଆ ଟିମ୍ ୫ ଦିନ ହେଲା ଚାବି ଖୋଜୁଥିଲେ। ଶେଷରେ ଚାବି ଖୋଜିବାରେ ସଫଳତା ମିଳିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଯିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ନେଇ ମଧ୍ୟ ରାଜନୀତି […]
ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ। ଆଜି ହୋଇଥିବା ନବନିର୍ବାଚିଚ ଜିଲ୍ଲାସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ପ୍ରଥମ ବୈଠକରେ ସତର୍କବାଣୀ ଶୁଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗାଁରେ ଲୋକଙ୍କ ସହ ନ ରହି ଭୁବନେଶ୍ୱରରେ ରହିଲେ କଂଗ୍ରେସରେ ଟିକଟ ମିଳିବ ନାହିଁ ବୋଲି ନିରଞ୍ଜନ କହିଛନ୍ତି। ପ୍ରତି ଜିଲ୍ଲାପରିଷଦ ଜୋନ୍ରେ ସଭାପତି ନିଯୁକ୍ତ କରିବାକୁ ଏହି ବୈଠକରେ ଯୋଜନା ହୋଇଛି। ଏଥିସହିତ ପ୍ରତି ୧୫ ଦିନରେ ଜିଲ୍ଲା କମିଟି ବସି ସଭାପତିଙ୍କୁ ରିପୋର୍ଟ […]
ଭୁବନେଶ୍ୱର: ନିର୍ବାଚନ ବର୍ଷରେ ଚାଲିଛି ଯୋଜନା ଘୋଷଣା ପ୍ରତିଯୋଗିତା। ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାକୁ କାଉଣ୍ଟର ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। କେନ୍ଦ୍ର ଅଗଷ୍ଟ ୧୫ ତାରିଖରରେ ଆୟୁଷ୍ମାନ୍ ଭାରତ ଯୋଜନା ଲଞ୍ଚ କରୁଥିବା ବେଳେ ଠିକ୍ ସେଇ ଦିନ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ। ଏଭଳି ସ୍ଥିତିରେ ରାଜ୍ୟରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେବା ସମ୍ଭାବନା କମ୍ ଥିବା ଦେଖାଯାଉଛି। […]
କୋରାପୁଟ: ବରିପୁଟରୁ ଉଦ୍ଧାର ହେଲା ଜଣଙ୍କର ମୃତଦେହ। ଦୁର୍ଘଟଣାର ଦୁଇ ସପ୍ତାହ ପରେ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ, ଓଡ଼୍ରାଫ୍, ଏନ୍ଡିଆରଏଫ୍ ଏବଂ ଭାରତୀୟ ସେନାର ମିଳିତ ଅପରେସନ ପରେ ବିରାଟକାୟ ପଥରଖଣ୍ଡ ଭିତରେ ଚାପି ହୋଇରହିଥିବା ଜେସିବିରୁ ଉଦ୍ଧାର ହେଲା ମୃତଦେହ। ମୃତଦେହଟି ଗଳିତ ଅବସ୍ଥାରେ ରହିଛି । ମୃତଦେହ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳକୁ ମହାପ୍ରୟାଣ ଗାଡ଼ି ପଠାଯାଇଛି। ଅନ୍ୟ ଜଣେ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଜାରି ରହିଛି […]
କଟକ: କଟକ ବଡ଼ ମେଡିକାଲରେ ଅସୁସ୍ଥ ଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଭେଟିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା କଟକ-ଚୌଦ୍ୱାର ପ୍ରଭାତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରତାପ। ସି ସୋର ଚିଟ୍ ଫଣ୍ଡ ଲିଙ୍କ୍ ଅଭିଯୋଗରେ ଗିରଫ ହେବା ପରେ କୋର୍ଟରୁ ଜାମିନ୍ରେ ଅଛନ୍ତି ପ୍ରଭାତ। ହେଲେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଏବେ ବି ସେ ଚିକିତ୍ସାଧୀନ ଅଛନ୍ତି।
ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପିରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ବିଜେପି ନେତା ବିଜୟ ମହାପାତ୍ରଙ୍କ ଅଭିଯୋଗର ଜବାବ ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ସରକାରରେ ୯ ବର୍ଷ ଧରି ଆଇନ ମନ୍ତ୍ରୀ ଥିବା ବିଶ୍ୱଭୂଷଣ କହିଛନ୍ତି, ବିଜେପି ଆନ୍ଦୋଳନରେ ସରକାରଙ୍କ ସହ ଆଉ କିଛି ଲୋକ ବିବ୍ରତ। ତେବେ ବିଜୟ ମହାପାତ୍ର କିଛି ନ ଜାଣି ଏଭଳି ପ୍ରଶ୍ନ କରିବା କୌତୁହଳର ବିଷୟ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଶ୍ୱଭୂଷଣ। […]