ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ମାତୃ ବିୟୋଗ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କର ଆଜି ଭୋରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମନ୍ତ୍ରୀଙ୍କ ମାତୃ ବିୟୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।
ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ସବୁଠି ପିଠା, ମିଠା ଓ ପାନର ମହକ। ରଜପାନ, ରଜ ପିଠା ସାଙ୍ଗକୁ ଦୋଳି, ପୁଚି ଖେଳି ଏବଂ ମେହେନ୍ଦୀ ଲଗାଇ ଉତ୍ସବ ମନାଉଛନ୍ତି ଝିଅମାନେ। ପୁଅମାନେ ମଧ୍ୟ ତାସ୍ ସାଙ୍ଗକୁ କବାଡି ଖେଳି ମଜା ନେଉଛନ୍ତି। ରାଜଧାନୀର ପାତ୍ରପଡା ଓ ଧଉଳିର ଗୋପୀନାଥପୁରରେ ରଜକୁ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଛି। ପାତ୍ରପଡାର ମୁଖ୍ୟ ଆକର୍ଷଣ ହେଉଛି ୧୬୨ଟି ଦୋଳି। ଏହା ସାଙ୍ଗକୁ ବିଭିନ୍ନ ଖେଳକୁଦ […]
ସୋର: ଲଭ୍-ସେକ୍ସ ଆଉ ଶେଷରେ ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଯୁବକ ଜଣଙ୍କ ୨ଥର ଗର୍ଭପାତ କରାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ସବୁଠୁ ବଡ଼ କଥା ହେଉଛି ଜଣେ ଅଗ୍ନିଶମ କର୍ମଚାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା କମରପୁର ଅଞ୍ଚଳର ଜଣେ ଯୁବତୀଙ୍କର ୨୦୦୯ ମସିହାରୁ ମୟୂରଭଞ୍ଜ ରାସଗୋବିନ୍ଦପୁର ସାରୁଗୁଣା ଗ୍ରାମର ସଂଗ୍ରାମ ମୁର୍ମୁଙ୍କ ସହିତ […]
ଭୁବନେଶ୍ୱର: ମୌସୁମୀ ଆସିଲା, ହେଲେ ବର୍ଷାର ଦେଖା ନାହିଁ। ଏପଟେ ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪୨ ଡିଗ୍ରୀ ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର ଥିଲା। ସେହିପରି ୪୦ ଦଶମିକ ୨ ଡିଗ୍ରୀ ସେଲସିୟସ୍ରେ ରାଜଧାନୀବାସୀ ଶିଝିଥିଲେ। ସତେ ଯେମିତି ଅଗ୍ନି ବର୍ଷା ହୋଇଥିଲା ଭଳି ଅନୁଭୂତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ […]
ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ପୂର୍ବତନ ପତ୍ନୀ ଶୁଚି ସିଂହଙ୍କ ଗୁରୁତର ଅଭିଯୋଗ। ବର୍ମା ତାଙ୍କୁ ହଇରାଣ ହରକତ କରିବା ସହ ତାଙ୍କ କ୍ୟାରିୟର ବରବାଦ୍ କରିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ପତ୍ନୀ ଶୁଚି ସିଂହ। ସେ ଏବେ ଆଲାଏଡ୍ ଅଫିସର ଭାବେ ରେଲେଓ୍ୱରେ କାର୍ଯ୍ୟରତ ଅଛନ୍ତି। ବେଆଇନ ଭାବେ ବର୍ମା ତାଙ୍କ ଅଫିସିଆଲ ରେକର୍ଡ ହାସଲ କରିବାକୁ ଉଦ୍ୟମ କରିବା ସହ ସିଭିଲ ସର୍ଭିସ ପରୀକ୍ଷା ଦେବାରେ ବାଧା […]
ଭୁବନେଶ୍ୱର : ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଆସିଲା କେଉଁଠୁ ? ଟ୍ରେଜେରୀରେ ରହିବା ଚାବି ରେକର୍ଡ ରୁମକୁ ଗଲା କିପରି ? କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ନଥାଏ ବୋଲି ଗୁମର ଖୋଲିଛନ୍ତି ଶ୍ରୀମନ୍ଦିରର ପୂର୍ବତନ ସହ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ଶେଷ ଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲା ଯାଇଥିବାବେଳେ ନିଜେ ଉପସ୍ଥିତ ଥିଲେ ସେ ।ଏବେ ରେକର୍ଡ […]
ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟନେଲ-୯ରେ ୫ଜଣ ଫସିବା ଘଟଣାରେ ଆଜି ଆଉ ଦୁଇଟି ମୃତଦେହ ମିଳିଛି। ଉଦ୍ଧାରକାରୀ ଦଳ ବହୁ ଖୋଜାଖୋଜି କରିବା ପରେ ୨ଟି ମୃତଦେହ ଉଦ୍ଧାର କରିଛନ୍ତି। ପୂର୍ବରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା। ବର୍ଜ୍ୟ ଲୁହା ସଂଗ୍ରହ କରିବାକୁ ଯାଇ ୪ ଜଣ ଫସିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଫସିଥିଲେ। ଏବେବି ଆହୁରି ୨ଟି ମୃତଦେହ ଉଦ୍ଧାର କରିବାକୁ ଲାଗିପଡିଛନ୍ତି ଉଦ୍ଧାରକାରୀ ଟିମ୍।
ଜମ୍ମୁ-କଶ୍ମୀର : କଶ୍ମୀରରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ସ୍ଥିତି। ପାଦେ ପାଦେ ସୁରକ୍ଷାକର୍ମୀ ସ୍ଥିତି ଉପରେ ନଜର ରଖିଥିବା ବେଳେ ମୋବାଇଲ ଓ ଇଣ୍ଟରନେଟ୍ ସେବା କିନ୍ତୁ ସଂପୂର୍ଣ୍ଣ ବନ୍ଦ ରହିଛି। କିଛି ସ୍ଥାନରେ ଦୋକାନ ବଜାର ଖୋଲିବା ସହ କାଁ ଭାଁ ଯାନବାହନ ଚଳାଚଳ କରୁଛି। ପ୍ରାୟ ସପ୍ତାହେ ଧରି ଅଚଳାବସ୍ଥା ରହିବା ପରେ ଆଜି ସ୍କୁଲ ଏବଂ କଲେଜ ଖୋଲିବ। ତେବେ ବର୍ତ୍ତମାନ ବି ୧୪୪ ଧାରା ବଳବତ୍ତର ରହିଛି। ପାସ୍ ଦେଖାଇ ଲୋକେ […]
ଶ୍ରୀନଗର : ବିରାଟ ଶୋଭାଯାତ୍ରା। ଯେଉଁଥିରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ। ଏହା ହେଉଛି ସୁଜାତ ବୁଖାରୀଙ୍କ ମୃତଦେହର ଶୋଭାଯାତ୍ରା । ସୁଜାତ ବୁଖାରୀ, ଜାମ୍ମୁ କାଶ୍ମୀରର ଖବର କାଗଜ ରାଇଜିଂ କାଶ୍ମୀରର ମୁଖ୍ୟ ସଂପାଦକ। ଗତକାଲି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସୁଜାତ ବୁଖାରୀଙ୍କ ଜନ୍ମସ୍ଥାନ ବାରମୁଳାର କ୍ରିଏରିରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ତାଙ୍କୁ କବର ଦିଆଯାଇଥିଲା। ବୁଖାରୀଙ୍କ ପରିବାରକୁ ସମବେଦନା ଜଣାଇବାକୁ ତାଙ୍କ […]
ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମୋଦି ସରକାର ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଦୀର୍ଘଦିନରୁ ଦରମା ବୃଦ୍ଧି ପାଇଁ କେନ୍ଦ୍ରୀୟ କର୍ମଚାରୀମାନେ ଯେଉଁ ଦାବି କରୁଥିଲେ, ତାହା ଚଳିତ ମାସରେ ପୂରଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କ ଡିଅରନେସ ଆଲାଉନ୍ସ (ଡିଏ) ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି। ଜାନୁଆରୀ ୨୦୧୯ରୁ କେନ୍ଦ୍ରୀୟ କର୍ମଚାରୀମାନେ ଡିଏ ବାବଦରେ ୧୨% ଅର୍ଥ ପାଉଛନ୍ତି। ଏବେ ବର୍ଷର ଦ୍ୱିତୀୟ ଭାଗରେ ସେମାନଙ୍କ ଡିଏ ଆଉ […]
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ଓ ଲଦାଖରେ ନୂଆ ଯୁଗର ଆରମ୍ଭ ହୋଇଛି। ସର୍ଦ୍ଦାର ପଟେଲ, ଆମ୍ବେଦକର ଓ ବାଜପେୟୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି। ଏବେ ସାରା ଦେଶବାସୀଙ୍କ ଦାୟିତ୍ୱ ଓ ଅଧିକାର ସମାନ ହୋଇଛି। ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ପୂରା ଦେଶ ଏକ ଐତିହାସିକ ଫଇସଲା ନେଇଛି। ଲଦାଖ […]
ନୂଆଦିଲ୍ଲୀ: ୱାଘା ବର୍ଡରରେ ପାକିସ୍ତାନ ଅଟକାଇ ରଖିଥିବା ‘ସମଝୌତା ଏକ୍ସପ୍ରେସ୍’ ଶେଷରେ ଭାରତ ପହଞ୍ଚି ପାରିଛି। ପୂର୍ବରୁ କୂଟନୈତିକ ସମ୍ପର୍କ କାଟିଥିବା ପାକିସ୍ତାନ ଏହି ‘ସମଝୌତା ଏକ୍ସପ୍ରେସ୍’ ଚଳାଚଳକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଏକ୍ସପ୍ରେସ୍ ସୀମା ଅତିକ୍ରମ କରିବା ଆଗରୁ ୱାଘାଠାରେ ହିଁ ଅଟକାଇ ଦେଇଥିଲା ଏବଂ କହିଥିଲା ପାକିସ୍ତାନର ଡ୍ରାଇଭର ଏବଂ କ୍ରୁ ଭାରତ ଯିବେନାହିଁ। ତେଣୁ ଭାରତ ନିଜର ଡ୍ରାଇଭର ଏବଂ କ୍ରୁ ପଠାଇବାକୁ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା। ଧାରା […]
ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ପ୍ରଦାନ କରାଯାଇଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ। ପ୍ରଣବଙ୍କ ସହ ଦିବଙ୍ଗତ ସଙ୍ଗୀତଜ୍ଞ ଭୂପେନ୍ ହଜାରିକା ଓ ସମାଜ ସଂସ୍କାରକ ନାନାଜୀ ଦେଶମୁଖଙ୍କୁ ବି ମରଣୋତ୍ତର ଭାବେ ମିଳିଛି ଏହି ସମ୍ମାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଣବ ମୁଖାର୍ଜୀ ନିଜେ ରାଷ୍ଟ୍ରପତିଙ୍କ ହାତରୁ ଭାରତ ରତ୍ନ ଗ୍ରହଣ କରିଥିବା ବେଳେ ମରୋଣତ୍ତୋର ଭାବେ […]
ନୂଆଦିଲ୍ଲୀ : ଭାରତ ପାଇଁ ସବୁଠୁ ବଡ଼ ବିପଦ ଏହାର ପଡ଼ୋଶୀ ଦେଶ। ଆଜି ଏପରି କିଛି ବୟାନ ରଖି ପାକିସ୍ତାନକୁ ଇସାରାରେ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ନିଜ ବନ୍ଧୁଙ୍କୁ ପରିବର୍ତ୍ତନ କରିପାରିବେ କିନ୍ତୁ ପଡ଼ୋଶୀଙ୍କୁ ନୁହେଁ। ଆଉ ଭାରତର ପଡ଼ୋଶୀ ଯେଭଳି ରହିଛନ୍ତି ସେହିଭଳି ପଡ଼ୋଶୀ ଭଗବାନ ଆଉ କାହାକୁ ବି ନଦିଅନ୍ତୁ ବୋଲି ରାଜନାଥ ଦୋହରେଇଛନ୍ତି। ଭାରତରେ ଆତଙ୍କବାଦୀ ଗତିବିଧି ଏବଂ ଅଶାନ୍ତର ବାତାବରଣ ଦୂର କରିବା ପାଇଁ କେନ୍ଦ୍ର […]
ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ଗତକାଲି ଦିଲ୍ଲୀ ଏମ୍ସଠାରେ ପରଲୋକ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ହୃଦ୍ଘାତ ପରେ ତାଙ୍କୁ ଏମ୍ସ ହସ୍ପିଟାଲ ନିଆଯାଇଥିଲା। ୫ ଜଣ ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଖବର ପାଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି ଏମ୍ସରେ ପହଞ୍ଚିଥିଲେ। ସୁଷମାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖନୀୟ ଯେ, […]
ଇସ୍ଲାମାବାଦ : ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ମହାଭାରତ ପୋଷ୍ଟରକୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା। ଇସ୍ଲାମାବାଦ୍ର ବିଭିନ୍ନ ସ୍ଥାନରେ ଆଜି ମହାଭାରତ-ଏ ଷ୍ଟେପ୍ ଫରଓ୍ୱାର୍ଡ ଶୀର୍ଷକରେ ଶହ ଶହ ସଂଖ୍ୟାରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ଏଏନ୍ଆଇ ଟୁଇଟ୍ କରିଥିବା ରାଜ୍ୟସଭାରେ ଶିବସେନା ସାଂସଦ ସଂଜୟ ରାଉତଙ୍କ ବୟାନ ସ୍ଥାନ ପାଇଥିଲା। ଯେଉଁଥିରେ ଲେଖାଥିଲା, ଆଜି ଜାମ୍ମୁ-କାଶ୍ମୀର ନେଇଛୁ, କାଲି ବେଲୁଚିସ୍ତାନ ଓ ପିଓକେର ପାଳି। ଭାରତର ପ୍ରଧାନମନ୍ତ୍ରୀ ଅଖଣ୍ଡ ଭାରତର ସ୍ୱପ୍ନ ପୁରା କରିବା […]
ନୂଆଦିଲ୍ଲୀ: ରାଜ୍ୟସଭା ପରେ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ପାସ୍ ହୋଇଛି। ଅର୍ଥାତ ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଛି। ଏଥିସହ ଭାରତୀୟ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଏହି ବିଲ୍ ସପକ୍ଷରେ ୩୬୬ ଭୋଟ ପଡ଼ିଥିବା ବିପକ୍ଷରେ ୬୬ଟି ଭୋଟ ପଡ଼ିଛି। ଜଣେ ସାଂସଦ ଭୋଟ ଦାନରୁ ବିରତ ରହିଥିଲେ। ଏବେ ଏହି ବିଲ୍କୁ ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ […]