ଥାଞ୍ଜାଭୌର: ଚନ୍ଦ୍ରପୃଷ୍ଠରେ ମିଶନ୍ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ଅବତରଣ କରିଥିବା ଦେଇ ସୂଚନା ମିଳିସାରିଥିଲେ ହେଁ ଏଯାଏ ଏହା ସହ ଯୋଗାଯୋଗ ହୋଇପାରିନାହିଁ। ସମସ୍ତେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିରହିଥିବାବେଳେ ଏଥିରେ ଇସ୍ରୋର ସଫଳତା କାମନା କରି ଜହ୍ନ ଦେବତା ବା ଚନ୍ଦ୍ରଙ୍କର ଏକ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ। ଚନ୍ଦ୍ରଙ୍କୁ ସେମାନେ ପ୍ରାର୍ଥନା କରିଛନ୍ତି, ସେ ହିଁ ଇସ୍ରୋ ଏବଂ ବିକ୍ରମ ମଧ୍ୟରେ ସମ୍ପର୍କ ସ୍ଥାପନା କରାଇ ପାରିବେ। ବିଭିନ୍ନ ପ୍ରାର୍ଥନା ମଧ୍ୟରେ ଅଭିଷେକ ମଧ୍ୟ […]
ମୁମ୍ୱାଇ: ମାତ୍ର ୫ ମାସ ପାଇଁ କଂଗ୍ରେସରେ ରହି ନିରାଶ ହୋଇଗଲେ ବଲିଉଡ ଅଭିନେତ୍ରୀ ତଥା ଉତ୍ତର ମୁମ୍ୱାଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର। ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇସ୍ତଫା ବାବଦରେ କହିଛନ୍ତି। ଦଳରେ ରହି କିଛି କରିବାକୁ ସୁଯୋଗ ଦେଇଥିବାରୁ ଦଳକୁ ଧନ୍ୟବାଦ ଦେଇଛନ୍ତି ଉର୍ମିଳା। ଆଗାମୀ ଦିନରେ ଲୋକଙ୍କ ପାଇଁ ବ୍ୟକ୍ତିଗତ ଭାବରେ ସେବା କରିବେ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି। ସୂଚନାଯୋଗ୍ୟ କଂଗ୍ରେସ […]
ଗାନ୍ଧିନଗର: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ଟ୍ରାଫିକ ଓ ଜୋରିମାନା ଲାଗୁ ହେବା ପରେ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍ ଉଲ୍ଲଙ୍ଘନକାରୀଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟା ଯାଉଥିବାରୁ ଚାରିଆଡ଼େ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ନୂଆ ମୋଟର ଭେଇକିଲ୍ ଆକ୍ଟରେ ଥିବା ଜୋରିମାନା ଅର୍ଥକୁ ସରକାର ହ୍ରାସ କରିଛନ୍ତି। କେନ୍ଦ୍ର ସରକାର ଆଣିଥିବା ଏହି […]
ବାଗଦାଦ୍: ମଙ୍ଗଳବାର ଇରାକ୍ର କାରବାଲ ସହରରେ ଦଳାଚକଟା କାରଣରୁ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଶହ ଶହ ଲୋକ ଅଶୁରା ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଏକାଠି ହୋଇଥିବା ସମୟରେ ଏଭଳି ଘଟଣା ଘଟିଛି। ଶିଆଇଟ୍ ସମ୍ପ୍ରଦାୟର ଲୋକେ ଏହି ଉତ୍ସବରେ ଏକାଠି ହୋଇଥିଲେ। ଏଥିରେ ୧୦୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅଶୁରା ଶୋଭାଯାତ୍ରାର ଶେଷ ଭାଗରେ ଗହଳିର ମାତ୍ରା ବଢ଼ିଯିବାରୁ ଏଭଳି ଘଟଣା ଘଟିଥିଲା। ଲୋକେ ପ୍ରତିବର୍ଷ ଏହି ଶୋଭାଯାତ୍ରାରେ […]
ଜେନେଭା : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ପାକିସ୍ତାନ ଏବେ କ’ଣ କରୁଛି, ସେକଥା ନିଜେ ମଧ୍ୟ ଜାଣିପାରୁ ନାହିଁ। ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏବେ ଏହା ଭାରତର ବୋଲି ସ୍ୱୀକାର କରିଛି। ଆଜି ଜେନେଭାରେ ଆରମ୍ଭ ହୋଇଥିବା ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଯୋଗଦେଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କ୍ୟୁରେଶୀ କଶ୍ମୀର ଭାରତର ଏକ ରାଜ୍ୟ ବୋଲି କହିଛନ୍ତି। ଆଜି ଗଣାମଧ୍ୟମର ପ୍ରତିନିଧିମାନେ ତାଙ୍କୁ କଶ୍ମୀର […]
ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଭାଙ୍ଗିନି ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି । ଗତ ୭ ତାରିଖ ରାତିରେ ବିକ୍ରମ୍ ଲାଣ୍ଡର ହାର୍ଡ ଲାଣ୍ଡିଂ କରିଥିଲା। ଚନ୍ଦ୍ରପୃଷ୍ଠରେ ପଡ଼ିବା ପରେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ବିକ୍ରମ ସୁରକ୍ଷିତ ଭାବେ ରହିଛି। ଏହାର କୌଣସି ଅଂଶ ଭାଙ୍ଗିନି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗଯୋଗ ପାଇଁ ଇସ୍ରୋ ନିରନ୍ତର ପ୍ରୟାସ ଜାରି ରଖିଛି। […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଶ୍ରୀଗୁଫୱାରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏକ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହେବା ସହିତ ଜଣେ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଶ୍ରୀଗୁଫୱାରାର ଏକ ଘରକୁ ଜୋର ଜବରଦସ୍ତ ଭାବେ ଅକ୍ତିଆର କରିଥିଲେ। ଖବର ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ଯବାନ। ଏଥିରେ ଭୟଭୀତ ହୋଇ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଅଚାନକ୍ ଆକ୍ରମଣ କରିବା ସହ ଘର […]
ବାଲେଶ୍ୱର: ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରଙ୍କ ହୁଣ୍ଡିରୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ଗତକାଲି ରାତିରେ ହୁଣ୍ଡି ବାକ୍ସରୁ ୫୦ ହଜାରରୁ ଅଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ନୀଳଗିରି ଏସ୍ଡିପିଓ ଓ ଆଇଆଇସି ସନ୍ଧାନୀ କୁକୁର ସହ ମନ୍ଦିରରେ ପହଞ୍ଚି ତନାଘନା କରିଛନ୍ତି।
ମାଲକାନଗିରି: ଗୁରୁପ୍ରିୟା ସେତୁ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବ ମାଲକାନଗିରି ଜିଲ୍ଲା କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ଏଥିସହିତ ସେ ଅଭିଯୋଗ କରିଛନ୍ତି ଯେ, ସରକାର ମାଲକାନଗିରି ଜିଲ୍ଲାବାସୀଙ୍କୁ ତଥା ଆଦିବାସୀଙ୍କୁ ଅବହେଳା କରି ଆସୁଛନ୍ତି। ବିଶେଷ କରି ଆଦିବାସୀଙ୍କ ସମସ୍ୟା ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ପ୍ରଦୀପ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରରେ ବଣ୍ଡା ଛାତ୍ର ନିଖୋଜରେ ସରକାର ତତ୍ପରତା ଦେଖାଉ […]
ଯାଜପୁର: ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ। ଏଭଳି ସଂଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଞ୍ଚାରପୁର ଥାନା କଏଣା ଗାଁରୁ। ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଜଣେ ଯୁବକ ଅପହରଣ କରିନେଇ ଯାଜପୁର ଟାଉନର ୪ଜଣ ଯୁବକଙ୍କ ନିକଟରେ ଛାଡ଼ି ଦେଇଥିଲା। ଉକ୍ତ ଯୁବମାନେ ଯୁବତୀକୁ ବିଭିନ୍ନ ସ୍ଥାନରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ କୌଶଳ କ୍ରମେ ଖସି ପଳାଇ ଆସି ଘର ଲୋକଙ୍କୁ ସବୁ କଥା କହିଥିଲେ। ଏହାପରେ ପୀଡ଼ିତାର […]
ବାଲୁଗାଁ: ଚିଲିକାରେ ଡଙ୍ଗାବୁଡ଼ି ୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି। ଅନ୍ତର୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ଦେଇଥିବା ତଦନ୍ତ ରିପୋର୍ଟ ପ୍ରବଳ ପବନ ହିଁ ଦୁର୍ଘଟଣାର କାରଣ ବୋଲି ଦର୍ଶାଯାଇଛି। ଡଙ୍ଗାରେ ପର୍ଯ୍ୟାପ୍ତ ପରିମାଣରେ ଲାଇଫ୍ ଜ୍ୟାକେଟ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଡଙ୍ଗାରେ ୧୫ ଜଣ ବସିବାକୁ ଜାଗା ଥିବାବେଳେ ୨୦ଟି ଜ୍ୟାକେଟ ଥିଲା। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି. […]
ସାଲେପୁର: ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଘରୁ ନେଇ ଆସିଲେ। ତା’ପରେ ତାଙ୍କ ସହ ସମ୍ପର୍କ ରଖିବା ପରେ ନିର୍ଯାତନା ଦେବା ଆରମ୍ଭ କରିଦେଲେ। ଏହି ଅଭିଯୋଗ ଆସିଛି ସାଲେପୁରର ଓଡାସିଂ ଗାଁରୁ। ନିଜେ ନାବାଳିକା ଏହି ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ସାଲେପୁରର ଓଡାସିଂ ଗାଁର ଉମାକାନ୍ତ ସାହୁ ତାଙ୍କୁ ବିବାହ ପ୍ରତିଶୃତି ଦେଇ ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ନେଇ ଆସିଥିଲେ। ପରେ ୭ ମାସ ଧରି ତାଙ୍କୁ ବିଭିନ୍ନ ସ୍ଥାନରେ ରଖି ଶାରୀରିକ […]
ମୁମ୍ବାଇ: ମୁମ୍ବାଇର ତଲୋଜା ଜେଲ୍ରେ ଓଡ଼ିଆ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାସ୍ଥିତ ଛନ୍ଦା ଗାଁର ବଟକୃଷ୍ଣ ସ୍ୱାଇଁ ବୋଲି ଜଣାପଡ଼ିଛି। ୨୦ ବର୍ଷୀୟ ବଟକୃଷ୍ଣ ମୁମ୍ବାଇକୁ କାମ ଅନ୍ୱେଷଣରେ ଯାଇଥିଲେ। ତେବେ ସେଠାରେ ସେ ଡ୍ରାଇଭରଭାବେ କାମ କରୁଥିବା ବେଳେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସେ ତଲୋଜା ଜେଲରେ ବିଚାରାଧୀନ କଏଦୀ ଭାବେ ଥିଲେ। ଗତ ୧୮ତାରିଖରେ ତାଙ୍କ ଭାଇ ଜାମିନରେ […]
ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତା’ସହିତ ସତର୍କ ରହିବାକୁ କୁହାଯାଇଛି। ଏହି ଚାରୋଟି ଜିଲ୍ଲା ହେଉଛି- ରାୟଗଡ଼ା, ଗଜପତି, ମାଲକାନଗିରି ଓ କୋରାପୁଟ। ଅପରାହ୍ନ ୫ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ଚାରୋଟି ଜିଲ୍ଲାର ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଆହୁରି ମଧ୍ୟ ପଢ଼ନ୍ତୁ: ଦିନେ ଦୁଇ ଦିନ ମଧ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ
ଭୁବନେଶ୍ୱର: ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୨ ଓଡ଼ିଆଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। କବିତା ସଂକଳନ ‘ରୁମ୍କୁ ଝୁମା’ ପାଇଁ ବୀରେନ୍ଦ୍ର ମହାନ୍ତିଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ସେହିପରି କବିତା ପୁସ୍ତକ ‘ଶୋଷ’ ପାଇଁ କଳାହାଣ୍ଡିର ଜୟଦ୍ରଥ ସୁନା ଯୁବ ପୁରସ୍କାର ପାଇବେ। ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ବୀରେନ୍ଦ୍ର ମହାନ୍ତି ଏବେ ପୁରୀରେ ଅବସ୍ଥାପିତ। ତାଙ୍କର ୨୫ ରୁ ଅଧିକ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ […]