ବାଲେଶ୍ୱର : ପୁଲିସକୁ ଦେଖି ଘରୁ ଛୁ’ ମାରିଛି ଡ୍ରଗ୍ସ ମାଫିଆ ସେକ ରାଜାର ଭାଉଜ ସନଓ୍ୱାର ବିବି। ତେଣୁ ଖାଲି ହାତରେ ରାଜାର ଭାଉଜ ସନଓ୍ୱାର ବିବିଙ୍କ ବାଲେଶ୍ୱର ସ୍ଥିତ ଅରଡବଜାର ଘରୁ ଫେରିଛି ପୁଲିସ। ଏହି ଚଢ଼ଉ ବେଳେ ପୁଲିସକୁ କିଛି ସିସିଟିଭି ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଥିଲା ବ୍ରାଉନସୁଗାର ମାଫିଆ ସେକ୍ ରାଜା। ଆଜି ସ୍ପେଶାଲ ସ୍କ୍ୱାଡର ଏକ ଟିମ୍ ବାଲେଶ୍ୱର ଅରଡ଼ବଜାର ସ୍ଥିତ […]
ଭୁବନେଶ୍ୱର: ହକି ବନାମ ବନ୍ଦେ ଉତ୍କଳ ଜନନୀ। ହକିକୁ ହକ୍ ଦେବା ପାଇଁ ଜାତୀୟ ସ୍ତରରେ ନବୀନଙ୍କ ଗୋଟିଚାଳନା ପରେ ଏବେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ନ ମିଳିବାକୁ ନେଇ ପ୍ରଶ୍ନ ଉଠିଛି। ନବୀନ ସରକାର ପ୍ରଥମ ପାଳିରୁ ଏଥିପାଇଁ ଉଦ୍ୟମ କରିଥିଲେ ବି, ଶୀତଳଭଣ୍ଡାରରେ ପଡ଼ିଛି ରାଜ୍ୟ ସଂଗୀତ ମାନ୍ୟତାର ନିଷ୍ପତ୍ତି। ଯାହାକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଛି। ବିଧାନସଭା ହେଉ କି ରାଜ୍ୟ ଉତ୍ସବ ଅନୁଷ୍ଠାନ,ସବୁଠି ଆଗ ବନ୍ଦେ ଉତ୍କଳ […]
ପୁରୀ: ଆସନ୍ତାକାଲି ଦିନ ୧୧ ବେଳେ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା ପରିଷଦର ଏକ ବୈଠକ ବସିବ। ଏଥିରେ ନୂତନ ଭାବେ ଯୋଗଦାନ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ.ପି ସାର୍ଥକ ଷଡଙ୍ଗୀଙ୍କ ସମେତ ପରିଚାଳନା ପରିଷଦର ସଦସ୍ୟ ମାନେ ଯୋଗ ଦେବେ। ଏଥିରେ ବିଶେଷ କରି ଗତ ଛତିଶା ନିଯୋଗରେ ପାରିତ ହୋଇଥିବା ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଉପରେ ଆଲୋଚନା କରାଯାଇ […]
ଭୁବନେଶ୍ୱର: ମହଙ୍ଗା ହେଲା ମହିମା ମୋହ। ଗିରଫ ପରେ ନିଲମ୍ବିତ ହେଲେ କଟକ ଏପିଆର ହାବିଲଦାର ଧନଞ୍ଜୟ ଦତ୍ତ। ବେନିୟମ କାର୍ଯ୍ୟ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କୁ କଟକ ଡିସିପି ନିଲମ୍ବିତ କରିଛନ୍ତି। କେଉଁ ପରିସ୍ଥିତିରେ ୨୦ ରାଉଣ୍ଡ ସର୍ଭିସ ଗୁଳି ଧରି ଧନଞ୍ଜୟ ଏୟାରପୋର୍ଟ ଯାଉଥିଲେ ? ଏୟାରପୋର୍ଟର ସୁରକ୍ଷାକର୍ମୀଙ୍କୁ ଅନ୍ୟ ଜଣଙ୍କ ନାଁ କହିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା ? ଏସବୁ ଦିଗକୁ ନେଇ ଖୋଳତାଡ଼ କରାଯିବ ବୋଲି ପୋଲିସ […]
ଭୁବନେଶ୍ୱର: ସାତକୋଶିଆ ଜଙ୍ଗଲରେ ସ୍ୱାଭାବିକ ବିଚରଣ କରୁଛି ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ବାଘ। ସିସିଟିଭି, ରେଡିଓ ଫ୍ରିକ୍ୱେନ୍ସି ଓ ସାଟେଲାଇଟ୍ ମନିଟରିଂ ଜରିଆରେ ବାଘ ଉପରେ ନଜର ରଖାଯାଇଛି। ତେବେ ବାଘ ଏ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରିନାହିଁ। ବାଘ ପାଇଁ ବନ ବିଭାଗ ପକ୍ଷରୁ ଜଙ୍ଗଲୀ ବାରାହା ରଖାଯାଇଛି। ଯଦି ବାଘ ତାକୁ ନ ମାରେ ତେବେ ବନବିଭାଗ ପକ୍ଷରୁ ବାରାହାକୁ ମାରି ବାଘକୁ ଖାଇବାକୁ ଦିଆଯିବ। କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିବା ଏହି ବାଘକୁ ସାତକୋଶିଆରେ […]
ନୂଆଦିଲ୍ଲୀ : ଦୀର୍ଘ ୨୦ ବର୍ଷ ଧରି ନ୍ୟାୟ ପାଇଁ ପ୍ରାର୍ଥନା। ଓଡ଼ିଶାରୁ ଯାଇ ଦିଲ୍ଲୀରେ ବୁଲି ବୁଲି ବାପାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଆକୁଳ ନିବେଦନ କରୁଛନ୍ତି ଯୁବତୀ। ୧୯୯୯ମସିହାରେ ଜମିବାଡ଼ି ବିବାଦରୁ ବାପାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲେ ବି ଆଜିଯାଏ ହତ୍ୟାକାରୀଙ୍କୁ ଦଣ୍ଡ ମିଳିନାହିଁ। ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଜିଲ୍ଲା ପୁଲିସ ଓ ରାଜ୍ୟ ପୁଲିସ ପାଖରେ ନିବେଦନ କରି ବିଫଳ ହେବା ପରେ ଦିଲ୍ଲୀରେ ପହଞ୍ଚିଛନ୍ତି କଳାହାଣ୍ଡି ଜିଲ୍ଲା […]
ନୂଆଦିଲ୍ଲୀ : ନୂଆ ଟ୍ରାଫିକ୍ ନିୟମ ଓ ଜୋରିମାନା ଆଦାୟକୁ ନେଇ ସାରା ଦେଶରେ ହାହାକାର ସୃଷ୍ଟି ହୋଇଛି। କିଛି ରାଜ୍ୟ ନୂଆ ଟ୍ରାଫିକ୍ ନିୟମ ଲାଗୁ କରିବାକୁ ମଧ୍ୟ ଚାହୁଁନାହାନ୍ତି। ତେବେ ଟ୍ରାଫିକ୍ ଉଲ୍ଲଙ୍ଘନର ଭୟଙ୍କର ସ୍ଥିତି କ’ଣ ହୋଇପାରେ, ତାହା ୨୦୧୮ରେ ଘଟିଥିବା ସଡ଼କ ଦୁର୍ଘଟଣା ତଥ୍ୟ ବୟାନ କରୁଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୧୮ରେ ୪୩,୬୦୦ ଜଣ ବିନା ହେଲମେଟ୍ରେ ଗାଡ଼ି ଚଳାଇ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୧୭ରେ ବିନା ହେଲମେଟ୍ରେ ୩୫,୯୭୫ […]
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ। ସାରା ଦେଶରେ ମୋଦିଙ୍କ ଜନ୍ମଦିନ ପାଳନ କରାଯାଉଛି। ବିଜେପି ପକ୍ଷରୁ ଏହି ସପ୍ତାହରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି। ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନିଜ ଘର ଗୁଜରାଟ ଅହମ୍ମଦାବାଦ ଯିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ମାଆ ହୀରାବେନଙ୍କ ଠାରୁ ଆଶୀର୍ବାଦ ନେବେ। ତାପରେ ନର୍ମଦା ଜିଲ୍ଲାର କାଭାଡିଆ ଯାଇ ସେଠାରେ ଏକ ରାଲିରେ ସମ୍ବୋଧନ କରିବେ। ଏଥିସହ ସର୍ଦ୍ଦାର ସରୋବର […]
ଥିରୁଭନନ୍ତପୁରମ: ସେପ୍ଟେମ୍ବର ୧ରୁ କେନ୍ଦ୍ର ସରକାର ସାରା ଦେଶରେ ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁ କରିଛନ୍ତି। ହେଲେ ନୂଆ ଆଇନ୍ରେ ଟ୍ରାଫିକ୍ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ ବ୍ୟବସ୍ଥାକୁ ଏକାଧିକ ରାଜ୍ୟ ବିରୋଧ କରିଛନ୍ତି। ବିରୋଧ ସତ୍ତ୍ୱେ ପ୍ରାୟ ଅଧିକାଂଶ ରାଜ୍ୟରେ ପରିବହନ ଅଧିକାରୀମାନେ ଉଲ୍ଲଙ୍ଘନକାରୀଙ୍କ ଠାରୁ ଫାଇନ ଆଦାୟ କରୁଛନ୍ତି। ହେଲେ କେରଳ ସରକାର କେନ୍ଦ୍ର ଏହି ନିଷ୍ପତ୍ତିକୁ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ଆଇନ୍ର ତର୍ଜମା କରିବାକୁ […]
ନୂଆଦିଲ୍ଲୀ: ହରିଆଣାର ରେୱାରୀ ରେଲ୍ୱେ ଷ୍ଟେସନ୍ ଉଡ଼ାଇବାକୁ ଧମକାଇଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ। ଆସନ୍ତା ଅକ୍ଟୋବର ୮ ତାରିଖ ଭିତରେ ଏଭଳି ଭୟଙ୍କର ଆକ୍ରମଣ ହେବ ବୋଲି ଧମକାଇଛି ଏହି ସଂଗଠନ। ପୁଲିସ୍ ଜବତ କରିଥିବା ଏହି ଚିଠି କରାଚିର କେହି ଜଣେ ‘ମାସୁଦ୍’ ଏହି ଚିଠି ପଠାଇଛି। ଚର୍ଚ୍ଚା ଆରମ୍ଭ ହୋଇଛି ଏହି ‘ମାସୁଦ୍’ ଜୈଶ୍ ମୁଖ୍ୟ ମାସୁଦ୍ ଆଝାର। ଏହି ଧମକ ପରେ ରେୱାରୀ ଷ୍ଟେସନ୍ ଚାରିକଡ଼େ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଜୈଶ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଇଞ୍ଜିନିୟର୍ସ ଡେ’ରେ ଜଣେ ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଏପରି ଅଭିଯୋଗ ସିଲ୍ଭରସିଟି ରାଉରକେଲାରୁ ଆସିଛି। ଆଜି ରାଉରକେଲା ଇସ୍ପାତ କାରଖାନା ପରିସରରେ ଥିବା Ferro Scarf ନିଗମ ଲିମିଟେଡ୍ କମ୍ପାନୀର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକ ଲୁହା ରଡ୍ରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଚେନ୍ନାଇର ଜି.ଗଣେଶ କୁମାର FSNLରେ ମେଣ୍ଟେନାନ୍ସ ଇଞ୍ଜିନିୟର ଭାବେ କାମ କରୁଥିଲେ। ସେ ଆଜି ଦିନ ୩ଟା ବେଳେ ଫ୍ୟାକ୍ଟ୍ରିକୁ […]
ବାଲୁଗାଁ ( ଶକ୍ତି ପ୍ରସାଦ ମହାପାତ୍ର) : ରୋଡ୍ ରୋମିଓକୁ ପାନେ। ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ଜଣେ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରୁ ଅନ୍ୟ ଦୁଇ ନାବାଳକ ଫେରାର ହୋଇଯାଇଥିଲେ। ମିଳିଥିବା ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଗତକାଲି ଟ୍ୟୁସନ ସାରି ଘରକୁ ଫେରୁଥିଲେ ଜଣେ ୧୦ ଶ୍ରେଣୀ ଛାତ୍ରୀ । ବାଟରେ କୁମାରାଙ୍ଗ ଛକରେ ୩ ଜଣ ନାବାଳକ ତାଙ୍କୁ ଅସଦାଚରଣ […]