ପ୍ୟାରିସ୍ : ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ଫ୍ରାନ୍ସ ଏହି ଅତ୍ୟାଧୁନିକ ଲଢୁଆ ବିମାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ହସ୍ତାନ୍ତର କରିଛି। ଫ୍ରାନ୍ସ ମେରିନାକରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଫେଲ ଗ୍ରହଣ କରିଛନ୍ତି। ରାଜନାଥ ରାଫେଲ ଗ୍ରହଣ ଅବସରରେ ବାୟୁସେନାକୁ ବଳଶାଳୀ କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ରାଜନାଥ କହିଛନ୍ତି। ସେ ପ୍ରଥମେ ପ୍ୟାରିସ୍ରେ ପହଞ୍ଚିବା ପରେ ମେରିଗନାକ୍ ଯାଇଥିଲେ। ସେଠାରେ ତାଙ୍କୁ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କରାଯାଇଛି। […]
ନୂଆଦିଲ୍ଲୀ :ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ମିଳିଲା ଏହି ପୁରସ୍କାର। ଜେମ୍ସ ପେବଲ୍ସ, ମାଇକେଲ ମେୟର, ଦିଦିଆର୍ କ୍ୱେଲୋଜଙ୍କୁ ନୋବେଲ ପୁରସ୍କାର ମିଳିବ। ସୌର ଶକ୍ତି ଗବେଷଣା କ୍ଷେତ୍ରରେ ଦିଦିଆର୍ କ୍ୱେଲୋଜ ଏବଂ ବିଶ୍ୱତତ୍ତ୍ୱ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜେମ୍ସ ପେବଲ୍ସ, ମାଇକେଲ ମେୟରଙ୍କୁ ନୋବେଲ ପୁରସ୍କାର ପାଇବା ପାଇଁ ଘୋଷଣା କରାଯାଇଛି। ଗତକାଲି ୩ ଜଣ ବୈଜ୍ଞାନିକଙ୍କୁ ମେଡିସିନ୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା […]
କରଞ୍ଜିଆ : ଅପହରଣର ୧୫ଦିନ ପରେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ। ଥାନାକୁ ଦୌଡ଼ିଦୌଡ଼ି ପରିବାର ଲୋକ ନୟାନ୍ତ। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, ଗତ ସେପ୍ଟେମ୍ବର ୧୬ ତାରିଖରେ ରରୁଆଁ ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ଯାଉଥିଲେ। ଏହି ସମୟରେ ରାସ୍ତାରେ ଛକି ରହିଥିବା କିଛି ବ୍ୟକ୍ତି ଛାତ୍ରୀଙ୍କୁ ଅପହରଣ କରିନେଇଥିଲେ। ଏନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଏମିତିକି ଝିଅକୁ […]
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମିକୁ ନେଇ ସୁପ୍ରିମ୍କୋର୍ଟ ଲଗାତାର ଶୁଣାଣି କରୁଥିବାବେଳେ ଆସନ୍ତା ନଭେମ୍ବର ୧୮ରେ ଏହାର ଚୂଡ଼ାନ୍ତ ରାୟ ଆସିବାର ଅଛି। ତେବେ ଏଭଳି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୂର୍ବତନ ଆଞ୍ଚଳିକ ମୁଖ୍ୟ କେକେ ମହମ୍ମଦ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି। ୧୯୭୬-୭୭ ମସିହାରେ ଏହି ବିବାଦୀୟ ଜମିର ଖନନ କରାଯିବା ସମୟରେ ସେ ଏଏସ୍ଆଆଇ ଟିମ୍ର ସଦସ୍ୟ ଥିଲେ। ମୁସଲିମ୍ ପକ୍ଷ ସ୍ୱତଃପ୍ରବୃତ୍ତ ଭାବେ ରାମ ମନ୍ଦିର ପାଇଁ ଏହି ଜମି ଦେଇଦେବାକୁ […]
ବିକାନେର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ରାଷ୍ଟ୍ରୀୟ ଏକତା ଅଭିଯାନ ପାଇଁ ରାଜସ୍ଥାନର ବିକାନେର ଗସ୍ତ କରିଛନ୍ତି। ସେ ଏହି ଅବସରରେ ଆୟୋଜିତ ଏକ ବୈଠକରେ ହାଓଡି ବିକାନେର୍ କହି ଜନତାଙ୍କୁ ସମ୍ବୋଧନ କରିବା ସହ ଓଡ଼ିଶା ଆସିବାକୁ ମଧ୍ୟ ରାଜସ୍ଥାନବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି। ସେ ଏହି ଅବସରରେ ୩୭୦ ଧାରା ଉଚ୍ଛେଦ ପରର ପରିବର୍ତ୍ତନକୁ ମିଳୁଥିବା ସମର୍ଥନ ବାବଦରେ ମତ ରଖିଛନ୍ତି। ସେ ଆଜି ଭାଷଣରେ କହିଥିଲେ, ମୁଁ […]
ଇସ୍ଲାମାବାଦ୍ : ପାକିସ୍ତାନରେ ଭୟଙ୍କର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୯ ଟପିଲାଣି। ତାସହ ୩୦୦ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୪ଟା ୩୫ରେ ହୋଇଥିବା ଭୂକମ୍ପ ଝଟକାରେ ଦୋହଲି ଯାଇଛି ପାକିସ୍ତାନର ରାଜଧାନୀ ଇସ୍ଲାମାବାଦ୍ ସମେତ ଆଖପାଖ ଅନେକ ଅଞ୍ଚଳ। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକ୍ ଅଧିକୃତ କାଶ୍ମୀର। ଭୂମିକମ୍ପ ପ୍ରଭାବରେ ପିଓକେରେ ବହୁ ଘର ଭାଙ୍ଗିବା ସହ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ମୁତାବକ ଜଣଙ୍କ ଭୂକମ୍ପରେ […]
ଜଗତସିଂହପୁର : ନର୍ସ ନିହାରିକା ହତ୍ୟା ଘଟଣାର ତଦନ୍ତ ଲାଗି ମୃତ ନିହାରିକାଙ୍କ ଘର ଭିଙ୍ଗାରପୁରରେ ପହଁଞ୍ଚି ତଦନ୍ତ କରିଛନ୍ତି ଜଗତସିଂହପୁର ଏସ୍ପି। ବାପା, ଭାଇ, ମାଆ ଏବଂ ସମ୍ପର୍କୀୟ ଭଉଣୀଙ୍କ ସହ କଥା ହୋଇ ତଦନ୍ତ କରିଛନ୍ତି ଏସ୍ପି। ହତ୍ୟାକାଣ୍ଡରେ ଆଉ କେଉଁମାନେ ଜଡିତ ଅଛନ୍ତି ସେ ବିଷୟରେ ତଦନ୍ତ କରାଯାଉଥିବା ଜଗତସିଂହପୁର ଏସପି କହିଛନ୍ତି। ନିହାରିକା ହତ୍ୟା ଘଟଣାରେ ପୁଲିସ ତାର ପ୍ରେମିକ ରାଜା ଓରଫ ଇଶ୍ୱର ଆଞ୍ଚଲକୁ ଗିରଫ କରି କୋର୍ଟଚାଲାଣ କରିଛି। […]
ନୂଆଦିଲ୍ଲୀ: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’ ପାଇଁ ହୋଷ୍ଟନର ଏନ୍ଆରଜି ଷ୍ଟାଡଅମ୍ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱର ପୁରୁଣା ଏହି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ୫୦ ହଜାର ଭାରତୀୟ-ଆମେରିକୀୟଙ୍କ ସାମ୍ନାରେ ଆଜି ଅଭିଭାଷଣ ରଖିବେ। ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି, ବିଶ୍ୱର ସବୁଠାରୁ ପୂରୁଣା ଏବଂ ସବୁଠାରୁ ବୃହତ ଗଣତନ୍ତ୍ର ମଧ୍ୟରେ ସହଭାଗୀତା ପାଇଁ ଏହା ଉଲ୍ଲେଖନୀୟ ଭୂମିକା ନେବ। ତେବେ […]
ପୁରୀ: ଶ୍ରୀଜିଉଙ୍କ ଦର୍ଶନ ବେଳେ ଶ୍ରଦ୍ଧାଳୁଙ୍କଠାରୁ ଚୋରି ଅଭିଯୋଗ। କଟକର ଜଣେ ଭକ୍ତଙ୍କ ପକେଟରୁ ପର୍ସ ଚୋରି କରିଛନ୍ତି ଖୋଦ୍ ଜଣେ ସେବାୟତ। ଏ ନେଇ ଭକ୍ତ ଜଣକ ସିଂହଦ୍ୱାର ଥାନାରେ ଅଭିଯୋଗ ପରେ ପୋଲିସ ସଂପୃକ୍ତ ସେବାୟତଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ, ଗତକାଲି କଟକରୁ ଆସିଥିବା ସ୍ୱପ୍ନଜୀତ ନାୟକ ନାମକ ଜଣେ ଭକ୍ତ ନାଟମଣ୍ଡପ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ବେଳେ ତାଙ୍କ ପକେଟ୍ରୁ ପର୍ସ ଚୋରି ହୋଇଥିଲା। ଏନେଇ ଜଣେ ସେବାୟତଙ୍କ ବିରୋଧରେ […]
ଝାରସୁଗୁଡ଼ା: ଭାରିଯାନର ଓଜନ ସହି ନ ପାରି ଦବିଗଲା ପୋଲ। ଆଉ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ହାଇଓ୍ୱା ଗାଡ଼ି। ଝାରସୁଗୁଡ଼ା ଜିଲ୍ଲା ବଞ୍ଜରି ପଞ୍ଚାୟତରେ ଏହି ଦୁର୍ଘଟଣା ଘଟିଛି। ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ସଂଯୋଗ କରୁଥିବା ଲୋଟସ ପୋଲ ଉପରେ ଗତକାଲି ରାତିରେ ଏକ ଚିପ୍ସ ବୋଝେଇ ହାଇଓ୍ୱା ଗାଡ଼ି ଅତିକ୍ରମ କରୁଥିବା ବେଳେ ସ୍ଲାବ୍ଟି ହଠାତ୍ ଦବି ଯାଇଥିଲା। ଫଳରେ ଭଙ୍ଗା ପୋଲ ଉପରେ ହାଇୱା ଗାଡ଼ିଟି ଲଟକି ରହିଥିଲା। ତେବେ ହାଇଓ୍ୱା ଗାଡ଼ିର ଡ୍ରାଇଭର […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ପୁଣି ମାତିଲେ ହାତୀପଲ। ଚମ୍ପୁଆ ରେଞ୍ଜ ମୁକୁନ୍ଦପୁର, ସାରତଳିଆ, ମିରିଗିସିଙ୍ଗା ଓ ମଙ୍ଗଳପୁର ଅଞ୍ଚଳରେ ପ୍ରାୟ ୨୦ରୁ ଅଧିକ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ଗୋଟିଏ ଦନ୍ତା ହାତୀ ରହିଛି। ହାତୀମାନେ ମୁକୁନ୍ଦପୁର ଗାଁରେ ପ୍ରାୟ ୨ଏକରରୁ ଅଧିକ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଗତ କିଛି ମାସ ହେଲା ଏହି ହାତୀପଲ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଯାତାୟତ କରୁଥିବାବେଳେ, ଗତ ୨୧ […]
ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାରେ ବିଭ୍ରାଟ ଆଶଙ୍କା। କାରଣ ରଥଟଣା ପାଇଁ ଆବଶ୍ୟକ ଦଉଡ଼ି ପ୍ରସ୍ତୁତି କାମ ଅଟକି ଯାଇଥିବାରୁ ଯାତ୍ରାରେ ବିଭ୍ରାଟ ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ। ପ୍ରସଙ୍ଗ ଅତି ଜରୁରୀ ଓ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ପୁରୀ ଏସ୍ପିଙ୍କୁ ଚିଠି ମାଧ୍ୟମରେ ସ୍ପେଶାଲ ବ୍ରାଞ୍ଚ ଏସ୍ପି ଅବଗତ କରିଛନ୍ତି । ଦଉଡ଼ି ପ୍ରସ୍ତୁତ ହେଉଥିବା ପୁରୀ ଜିଲ୍ଲା ବୀରପ୍ରତାପପୁର ସ୍ଥିତ କତା କାରଖାନାର କର୍ମଚାରୀମାନେ ଜୁନ୍ ୨୧ […]
କଟକ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କଟକ ଗସ୍ତ ଓ ବିଜେପି ନେତା ସମୀର ଦେଙ୍କ ବାସଭବନରେ ବୈଠକକୁ ନେଇ ଚର୍ଚ୍ଚା। ବୈଜୟନ୍ତ ଗତକାଲି ସଂଧ୍ୟାରେ ବିଜେପି ନେତା ସମୀର ଦେଙ୍କ ବାସଭବନରେ ସହରର କିଛି ବୁଦ୍ଧିଜୀବୀଙ୍କ ସହ ଅନୌପଚାରିକ ଆଲୋଚନା କରିଥିବା ଜଣାପଡ଼ିଛି। ହେଲେ କେଉଁ ବିଷୟରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇନି। କିନ୍ତୁ ବୈଜୟନ୍ତ ପଣ୍ଡାଙ୍କ ଏହି ଅନୌପଚାରିକ ଆଲୋଚନାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଜେଡିରୁ ଇସ୍ତଫା ଦେବା ପରେ ପୂର୍ବରୁ […]
ବ୍ରହ୍ମପୁର: ବ୍ରହ୍ମପୁର ଅନ୍ଧପସରା ସ୍ଥିତ ବାଣ ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବାଣ ପୋଡି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତିରେ ସ୍ଥାନୀୟ ଲୋକେ ବାଣ ମାର୍କେଟର ଏକ ଦୋକାନରୁ ହଠାତ ଧୂଆଁ ବାହାରିବା ସହ ବାଣ ଫୁଟିବା ଶବ୍ଦ ଶୁଣିଥିଲେ। ସାଙ୍ଗେସାଙ୍ଗେ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ୪ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଦୋକାନ ବନ୍ଦ […]
ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ରୋଭର ସହିତ ଯୋଗାଯୋଗ କରିବାର ଆଜି ଅନ୍ତିମ ଦିନ। ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ୧୪ ଦିନ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ କରିବା ପାଇଁ ଅବଧି ଥିଲା। ଆଜି ଶେଷ ଦିନ। ଏହାପରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସମ୍ଭବ ନୁହେଁ ବୋଲି ପୂର୍ବରୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା। ସେପ୍ଚେମ୍ୱର ୭-୮ ମଧ୍ୟରାତ୍ରୀରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ […]
ଭୁବନେଶ୍ୱର: ପୁଣି ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବିଶେଷତଃ ଗତକାଲିଠୁ ରାଜଧାନୀ ସମେତ ଉତ୍ତର ଓଡ଼ିଶାର ବହୁ ଅଞ୍ଚଳରେ ବର୍ଷା ହୋଇଛି। ଯାହା ଆଜି ମଧ୍ୟ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲିଠୁ ସାରା ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବ। ତେବେ କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆଜି […]
କଟକ: ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ଆହତ ହୋଇଥିବା ଅଭିଯୋଗ ହୋଇଛି। କଟକ କାଳୀଗଳି ନିକଟରେ ଜାଇକା ପ୍ରକଳ୍ପ ପାଇଁ ଖୋଳାଯାଇଥିବା ଗାତରେ ପଶି କାମ କରୁଥିବାବେଳେ ସଂଗ୍ରାମ ନାୟକ ଓ ରାଜେଶ ଇସ୍କୁ ଶ୍ୱାସରୁଦ୍ଧ ହୋଇପଡିଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କଟକ ସିଟି ହସ୍ପିଟାଲ ଏବଂ ପରେ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା
ମୁମ୍ୱାଇ : ମହାରାଷ୍ଟ୍ରରେ ପ୍ଲାଷ୍ଟିକ୍ ବ୍ୟାନ୍। ଆଜିଠୁ ମହରାଷ୍ଟ୍ରରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ବିକ୍ରି ଏବଂ ବ୍ୟବହାର ଉପରେ ରୋକ ଲାଗିଛି। ପ୍ଲାଷ୍ଟିକ୍ରେ ନିର୍ମିତ ବ୍ୟାଗ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯାହା ଥରେ ବ୍ୟବହାର ହୋଇ ଫୋପାଡ଼ି ଦିଆଯାଏ ସେ ନେଇ କଟକଣା ଜାରି ହୋଇଛି। ଏପରିକି ନିୟମକୁ ଖିଲାପ କଲେ ୨୫ ହଜାର ଟଙ୍କା ଯାଏ ଜୋରିମାନା ଏବଂ ତିନି ମାସ ଜେଲ୍ ଦଣ୍ଡାଦେଶ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ପ୍ଲାଷ୍ଟିକ୍ ବଦଳରେ କାଗଜ, […]