ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ। ସାରା ଦେଶରେ ମୋଦିଙ୍କ ଜନ୍ମଦିନ ପାଳନ କରାଯାଉଛି। ବିଜେପି ପକ୍ଷରୁ ଏହି ସପ୍ତାହରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି। ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନିଜ ଘର ଗୁଜରାଟ ଅହମ୍ମଦାବାଦ ଯିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ମାଆ ହୀରାବେନଙ୍କ ଠାରୁ ଆଶୀର୍ବାଦ ନେବେ। ତାପରେ ନର୍ମଦା ଜିଲ୍ଲାର କାଭାଡିଆ ଯାଇ ସେଠାରେ ଏକ ରାଲିରେ ସମ୍ବୋଧନ କରିବେ। ଏଥିସହ ସର୍ଦ୍ଦାର ସରୋବର […]
ଥିରୁଭନନ୍ତପୁରମ: ସେପ୍ଟେମ୍ବର ୧ରୁ କେନ୍ଦ୍ର ସରକାର ସାରା ଦେଶରେ ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁ କରିଛନ୍ତି। ହେଲେ ନୂଆ ଆଇନ୍ରେ ଟ୍ରାଫିକ୍ ଉଲ୍ଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ ବ୍ୟବସ୍ଥାକୁ ଏକାଧିକ ରାଜ୍ୟ ବିରୋଧ କରିଛନ୍ତି। ବିରୋଧ ସତ୍ତ୍ୱେ ପ୍ରାୟ ଅଧିକାଂଶ ରାଜ୍ୟରେ ପରିବହନ ଅଧିକାରୀମାନେ ଉଲ୍ଲଙ୍ଘନକାରୀଙ୍କ ଠାରୁ ଫାଇନ ଆଦାୟ କରୁଛନ୍ତି। ହେଲେ କେରଳ ସରକାର କେନ୍ଦ୍ର ଏହି ନିଷ୍ପତ୍ତିକୁ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ଏଥିସହ ଆଇନ୍ର ତର୍ଜମା କରିବାକୁ […]
ନୂଆଦିଲ୍ଲୀ: ହରିଆଣାର ରେୱାରୀ ରେଲ୍ୱେ ଷ୍ଟେସନ୍ ଉଡ଼ାଇବାକୁ ଧମକାଇଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ। ଆସନ୍ତା ଅକ୍ଟୋବର ୮ ତାରିଖ ଭିତରେ ଏଭଳି ଭୟଙ୍କର ଆକ୍ରମଣ ହେବ ବୋଲି ଧମକାଇଛି ଏହି ସଂଗଠନ। ପୁଲିସ୍ ଜବତ କରିଥିବା ଏହି ଚିଠି କରାଚିର କେହି ଜଣେ ‘ମାସୁଦ୍’ ଏହି ଚିଠି ପଠାଇଛି। ଚର୍ଚ୍ଚା ଆରମ୍ଭ ହୋଇଛି ଏହି ‘ମାସୁଦ୍’ ଜୈଶ୍ ମୁଖ୍ୟ ମାସୁଦ୍ ଆଝାର। ଏହି ଧମକ ପରେ ରେୱାରୀ ଷ୍ଟେସନ୍ ଚାରିକଡ଼େ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଜୈଶ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଇଞ୍ଜିନିୟର୍ସ ଡେ’ରେ ଜଣେ ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଏପରି ଅଭିଯୋଗ ସିଲ୍ଭରସିଟି ରାଉରକେଲାରୁ ଆସିଛି। ଆଜି ରାଉରକେଲା ଇସ୍ପାତ କାରଖାନା ପରିସରରେ ଥିବା Ferro Scarf ନିଗମ ଲିମିଟେଡ୍ କମ୍ପାନୀର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକ ଲୁହା ରଡ୍ରେ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଚେନ୍ନାଇର ଜି.ଗଣେଶ କୁମାର FSNLରେ ମେଣ୍ଟେନାନ୍ସ ଇଞ୍ଜିନିୟର ଭାବେ କାମ କରୁଥିଲେ। ସେ ଆଜି ଦିନ ୩ଟା ବେଳେ ଫ୍ୟାକ୍ଟ୍ରିକୁ […]
ବାଲୁଗାଁ ( ଶକ୍ତି ପ୍ରସାଦ ମହାପାତ୍ର) : ରୋଡ୍ ରୋମିଓକୁ ପାନେ। ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ଜଣେ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରୁ ଅନ୍ୟ ଦୁଇ ନାବାଳକ ଫେରାର ହୋଇଯାଇଥିଲେ। ମିଳିଥିବା ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଗତକାଲି ଟ୍ୟୁସନ ସାରି ଘରକୁ ଫେରୁଥିଲେ ଜଣେ ୧୦ ଶ୍ରେଣୀ ଛାତ୍ରୀ । ବାଟରେ କୁମାରାଙ୍ଗ ଛକରେ ୩ ଜଣ ନାବାଳକ ତାଙ୍କୁ ଅସଦାଚରଣ […]
ଇସ୍ଲାମାବାଦ୍: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶୁକ୍ରବାର ପାକିସ୍ତାନ ଅଧିକୃତ କଶ୍ମୀରର ମୁଜାଫରବାଦ୍ଠାରେ ଭାରତ ବିରୋଧରେ ମୁସଲିମ୍ ସମ୍ପ୍ରଦାୟଙ୍କୁ ଉସକାଇଛନ୍ତି। ଇମ୍ରାନ୍ ଚେତାବନୀ ଦେଇଛନ୍ତି, କଶ୍ମୀରରେ ଭାରତର ପଦକ୍ଷେପ ଭାରତୀୟ ମୁସଲିମ୍ଙ୍କ ମନରେ ବିଶ୍ୱାସ ଜନ୍ମାଇବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ଏହା ଫଳରେ ସେମାନେ ଚରମ ପନ୍ଥା ଅବଲମ୍ବନ କରିବେ ବୋଲି ଇମ୍ରାନ ଧମକାଇଛନ୍ତି। ସେ ଏହି ଅବସରରେ କହିଥିଲେ, ମୁଁ କଶ୍ମୀର ପାଇଁ ଏଭଳି ପକ୍ଷ ନେବି ଯେ ଆଗରୁ କେହି ନେଇନଥିବେ। […]
ଭୁବନେଶ୍ୱର : ନେତା, ମନ୍ତ୍ରୀ, ବିଧାୟକ ଏମାନେ କଣ ଆଇନର ବାହାରେ। ଆଜି ଲୋକସେବା ଭବନର ଦୃଶ୍ୟ ଦେଖିଲେ ଆପଣଙ୍କ ମନକୁ ବି ସମାନ ପ୍ରଶ୍ନ ଆସିବ। କାରଣ ଆଜି ଏଠାକୁ ଆସିଥିବା ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ଉଚ୍ଚପଦସ୍ଥ ଅଧିକାରୀ କେହି ବି ନୂଆ ଟ୍ରାଫିକ୍ ନିୟମ ଅନ୍ତର୍ଗତ ସିଟ୍ବେଲ୍ଟ ପିନ୍ଧି କାର୍ରେ ବସି ନଥିଲେ। ରାଜରାସ୍ତାରେ ଦୁଇ ଚକିଆ ଯାନରୁ ଆରମ୍ଭ କରି ଅଟୋ ରିକ୍ସା ଡ୍ରାଇଭରଙ୍କୁ ହଜାର ହଜାର ତଣ୍ଡ ଲାଗୁଥିବା ବେଳେ […]
ଗୁଜରାଟ : ଗଣେଶ ପୂଜା ପେଣ୍ଡାଲରେ ଉଡିଲା ନୋଟ୍। ଗୁଜରାଟର ରାଜକୋଟରେ ଏକ ପୂଜା ପେଣ୍ଡାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗଣେଶ ପୂଜା ଅବସରରେ ସେଠାରେ ଏକ ଲୋକ ସାହିତ୍ୟ ଏବ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ମଞ୍ଚ ଉପରେ ସଙ୍ଗୀତ ପରିବେଷଣ ବେଳେ ଲୋକ ଆସି ନୋଟ୍ ବର୍ଷା କରିଥିବା ଦେଖିବାକୁ ମିଳିଥିଲା। ସୂଚନା ଯେ ,ରଜଭା ଗଡଭୀ ନାମକ ଜଣେ ଗାୟକ ଗାଉଥିଲେ। ତାଙ୍କ ଗାୟନରେ ଲୋକେ ଏତେ ଖୁସି ହୋଇଥିଲେ ଯେ […]
ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଆଜି ପ୍ରସ୍ତାବ ପାରିତ କରିଛି ମୁସଲିମ ଧର୍ମର ସବୁଠାରୁ ବଡ଼ ଅନୁଷ୍ଠାନ ଜାମିଆତ ଉଲେମା-ଇ-ହିନ୍ଦ। ଏଥିସହ ସଂଗଠନ ପକ୍ଷରୁ ପାରିତ ପ୍ରସ୍ତାବରେ ଜମ୍ମୁ-କଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଯାଇଛି। ଭାରତର ଆଭ୍ୟନ୍ତରୀଣ ଅଂଶର ଯେଉଁଭଳି ବିକାଶ ହେଉଛି ଉପତ୍ୟକାରେ ମଧ୍ୟ ତଦନୁଯାୟୀ ବିକାଶ ହେବ ବୋଲି ସଂଗଠନ କହିଛି। ଆଜି ଏଠାରେ ସଂଗଠନ ପକ୍ଷରୁ ବାର୍ଷିକ ସମ୍ମିଳନୀ ବସିଥିଲା। ଏଥିରେ କୁହାଯାଇଛି ଯେ ବିଦ୍ରୋହୀ ଫୋର୍ସ ଓ ପଡ଼ୋଶୀ ରାଷ୍ଟ୍ର […]
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ପିଓକେ ଦଖଲ ମନ୍ତବ୍ୟ ପରେ ସେନାଧ୍ୟକ୍ଷ ବିପିନ୍ ରାୱତ୍ ମଧ୍ୟ ପାକିସ୍ତାନକୁ ସମାନ ସ୍ୱରରେ ବାର୍ତ୍ତା ଦେଇଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାରଙ୍କ ଆଗାମୀ ମିଶନ୍ ହେଉଛି ପିଓକେ ଦଖଲ। ସେହି ସ୍ୱରକୁ ଦୋହରାଇ ଜେନେରାଲ ରାୱତ୍ କହିଛନ୍ତି, ପିଓକେରେ କ’ଣ କରିବେ ସରକାର ନିଷ୍ପତ୍ତି ନେବେ। କିନ୍ତୁ ସେନା କିଛି ମଧ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛି। ସେ ନିର୍ଦ୍ଦେଶ ଅପେକ୍ଷାରେ […]
ନୂଆଦିଲ୍ଲୀ: ଆମେରିକାର ଖାଦ୍ୟ ନିରାପତ୍ତା ତଦନ୍ତକାରୀ ସଂସ୍ଥା ଫୁଡ୍ ଆଣ୍ଡ ଡ୍ରଗ୍ ଆଡ୍ମିନ୍ଷ୍ଟ୍ରେସନ୍ ଏମ୍ଡିଏଚ୍ର ସମ୍ବର ମସଲାରେ ସାଲମୋନେଲା ବ୍ୟାକ୍ଟେରିଆ ଠାବ କରିଛି। ଲଗାତାର ୩ଟି ବ୍ୟାଚ୍ର ଏମ୍ଡିଏଚ୍ ମସଲାରେ ଏହା ଠାବ କରାଯାଇଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ବ୍ୟାକ୍ଟେରିଆ ସାଧାରଣତଃ ପଶୁ ଏବଂ ମଣିଷଙ୍କ ଶରୀର ଭିତରେରେ ଥାଏ। ସାଲମୋନେଲା ଇନ୍ଫେକ୍ସନ୍କୁ ସାଲମୋନେଲୋସିସ୍ କୁହାଯାଏ। ଏହା ଆନ୍ତ୍ରିକ ସଂକ୍ରମଣର କାରଣ ପାଲଟେ। ଏହି କାରଣରୁ ହଇଜା ଏବଂ ବାନ୍ତି ପରି ସମସ୍ୟା ଦେଖାଯାଇଥାଏ। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳୁଥିବା ଉପହାର ସବୁର ନିଲାମ କରାଯିବ। ଆସନ୍ତା ସେପ୍ଟେମ୍ବର ୧୪ରୁ ଏହି ନିଲାମ ଆରମ୍ଭ ହେବ ଏବଂ ଏଥିରୁ ମିଳିବାକୁ ଥିବା ଟଙ୍କା ନମାମି ଗଙ୍ଗେ ପ୍ରକଳ୍ପକୁ ଯିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି। ଗତ ୬ ମାସରେ ମିଳିଥିବା ମୋଟ ୨,୭୭୨ଟି ଉପହାର ଏକ ଇ-ପୋର୍ଟାଲ ଜରିଆରେ ନିଲାମ କରାଯିବ। ଆସନ୍ତା ଅକ୍ଟୋବର ୩ ତାରିଖରେ ଏହି ନିଲାମ ସରିବ। ଏଥିପାଇଁ ସର୍ବନିମ୍ନ ଦର […]
ନୂଆଦିଲ୍ଲୀ : ପିଏମ୍ଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସଫା ସଫା ବୟାନ। ଜମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ହେଲା, ଏବେ ଟାର୍ଗେଟ୍ ପାକ୍ ଅଧିକୃତ କାଶ୍ମୀର। POKକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କରିବା ଏବେ ମୁଖ୍ୟ ଲକ୍ଷ୍ୟ। କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଳିବିଳଉଥିବା ବେଳେ ଏଭଳି ବୟାନ ଦେଇ ନିଆଁରେ ଘିଅ ଢାଳିଛନ୍ତି ଜିତେନ୍ଦ୍ର ସିଂହ। ପାକ୍ ଅଧିକୃତ କାଶ୍ମୀରକୁ ପାକିସ୍ତାନଠାରୁ ଛଡ଼େଇ ନିଜ ଅଧିନକୁ ଆଣିବା କେନ୍ଦ୍ର ସରକାରଙ୍କ ପ୍ରଧାନ ଲକ୍ଷ୍ୟ ବୋଲି ସେ କହିଛନ୍ତି। […]
ଜେନେଭା : କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳାଇବେ ନାହିଁ କହି ପାକିସ୍ତାନକୁ ଶକ୍ତ ଚାପୁଡା ମାରିଛି ଜାତିସଂଘ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବନି ବୋଲି ଜାତିସଂଘ କହିବା ପରେ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ନିରାଶ ହୋଇଛି। ଜାତିସଙ୍ଘର ଜେନେଭା ସ୍ଥିତି ମୁଖ୍ୟାଳୟରେ ଚାଲିଥିବା ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଆଜି ଏହି ପ୍ରସଙ୍ଗରେ ଜାତିସଂଘ ମହାସଚିବ ସ୍ପଷ୍ଟ କରିଛନ୍ତି ଯେ, କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏହା ପୂର୍ବରୁ କାଲି ଜାତିସଂଘରେ ପାକିସ୍ତାନର ଧଜ୍ଜିଆ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଲିସ ହେବ ତ ଏମିତି , ଯିଏ ବିପଦ ଆପଦରେ ଲୋକଙ୍କ ପାଖରେ ଛିଡ଼ା ହୁଏ। ଠିକ୍ ଯେମିତି ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ର। ଜଣେ ଆହତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ସେ ନିଜ କର୍ତ୍ତବ୍ୟର ପରିଚୟ ଦେଇଛନ୍ତି। ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ ରାଜଗାଙ୍ଗପୁର ଆସୁଥିଲେ ଏସ୍ପି ସୌମ୍ୟା। କୁତ୍ରା ନିକଟ ବିଜୁ expressway ରେ ସେହି ସମୟରେ ଏକ ବାଇକ ଧକ୍କା ଦେଇଥିଲା ଜଣେ ସାଇକେଲ ଅରୋହୀଙ୍କୁ […]