କଟକ: କଟକ SCB ମେଡ଼ିକାଲ୍ର କାଜୁଆଲ୍ଟି ବିଲ୍ଡିଂରେ ଅଗ୍ନିକାଣ୍ଡ। ବିଲ୍ଡିଂର ଟ୍ରମା ଆଇସିୟୁ ଏବଂ ସେଣ୍ଟ୍ରାଲ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ଭୋରରୁ ଘଡ଼ଘଡ଼ି ମାରିବାରୁ ସଟ୍ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଆଇସିୟୁର ଏସି ପୋଡ଼ି ଯିବା ସହ ଅକ୍ସିଜେନ୍ ପାଇପ୍ ବି ଲିକେଜ୍ ହୋଇଛି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଆଇସିୟୁରେ ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସେମାନେ ଭୟଭୀତ ହୋଇ ବାହାରକୁ […]
ଭୁବନେଶ୍ୱର : ଚିଲିକାରେ ପ୍ରତିଷ୍ଠା ହୋଇପାରେ ୱାଟର ଏରୋଡ୍ରମ୍। ଏନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଉଦ୍ୟମ ଆରମ୍ଭ କରିଛି। ଇତିମଧ୍ୟରେ ସଂସ୍ଥାର ଏକ ବିଶେଷଜ୍ଞ ଟିମ୍ ଚିଲିକାରେ କ୍ଷେତ୍ର ପରିଦର୍ଶନ କରିଛି। ଚିଲିକା ହ୍ରଦରେ ପ୍ଲେନ୍ ଓହ୍ଲାଇବା ଲାଗି ଓ୍ୱାଟର ଏରୋଡ୍ରମ ପ୍ରତିଷ୍ଠା ପାଇଁ ଯୋଜନା କରିଛି ଏୟାରପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ। ଭୁବନେଶ୍ୱରରୁ ଆମ୍ଫିବିୟସ୍ ପ୍ଲେନ୍ ଉଡ଼ି ଚିଲିକାରେ ଓହ୍ଲାଇବ। ଏନେଇ କିଛିଦିନ ତଳେ ଏୟାରପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ, ଡିଜିସିଏ ଓ ବିମାନ […]
ଭୁବନେଶ୍ୱର : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜରିମାନା ପୈଠ କରିନଥିବା ଖଣି ମାଲିକଙ୍କ ପାଇଁ ସତର୍କ ଘଣ୍ଟି। ତୁରନ୍ତ ଜରିମାନା ରାଶି ପୈଠ ନକଲେ ବ୍ୟାଜାପ୍ତି ହେବ ସଂପତ୍ତି। ଖଣି ସଚିବଙ୍କ ନିର୍ଦ୍ଦେଶ ପାଇବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଏନେଇ ପ୍ରଶାସନ ପକ୍ଷରୁ ନୋଟିସ ଦଆଯାଇଛି। ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇ ପକ୍ଷ ରଖିବାକୁ ଜରିମାନା ଖିଲାପକାରୀଙ୍କୁ କୁହାଯାଇଛି। ଜରିମାନା ଦେଇନଥିବା ଖଣି ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ପୂର୍ବରୁ ଖଣି […]
ବୁରହାନପୁର: ଏଠାରେ ଏମିତି ଏକ ଘଟଣା ଘଟିଛି ଯାହା ଅବିଶ୍ୱସନୀୟ ହେଲେ ବି ସତ୍ୟ । ମାନସିକ ବିଷାଦରେ ଥିବା ଜଣେ ମହିଳା ଆତ୍ମହତ୍ୟା କହିବାକୁ ନିଜର ଦେଢ଼ ମାସର ଛୁଆକୁ ଧରି ଟ୍ରେନ୍ ଟ୍ରାକ୍ରେ ଶୋଇପଡିଲେ । ଦ୍ରୁତ ଗତିରେ ଟ୍ରେନ୍ ଆସି ତାଙ୍କ ଉପର ଦେଇ ଚାଲିଗଲା । ନା ମା’ ନା’ ଛୁଆ ଦୁହିଁଙ୍କୁ ଟିକେ ହେଲେ ବି କ୍ଷତ ହେଲା ନାହିଁ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । […]
ନୟାଗଡ଼ : ନୟାଗଡ଼ରେ ଜିଲ୍ଲା ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପିଟାପିଟି। ଗୋଟିଏ ଗୋଷ୍ଠୀର ସଦସ୍ୟ ବୈଠକର ଆୟୋଜନ କରିଥିବାବେଳେ ଅନ୍ୟ ଗୋଷ୍ଠୀ ଏହାର ବିରୋଧ କରିବାରୁ ହାତାହାତି ହୋଇଥିଲେ। ଦୁଇ ଗୋଷ୍ଠୀର କର୍ମୀ ସଭା ଚାଲିଥିବାବେଳେ ଦୁଇ ଗୋଷ୍ଠୀର କର୍ମୀ ପରସ୍ପର ମଧ୍ୟରେ ପିଟାପିଟି ହୋଇଥିଲେ। ଉଭୟ ପକ୍ଷର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳରେ ୨ ଜଣ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।
ଇସଲାମାବାଦ: ସଦ୍ଭାବନାର ନିଦର୍ଶନ ସ୍ୱରୂପ ଭାରତ ଦୁଇ ପାକ୍ ନାଗରିକଙ୍କୁ ମୁକ୍ତ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଗତ ୧୧ ବର୍ଷ ତଳେ ବିଏସ୍ଏଫ୍ ଦ୍ୱାରା ଗିରଫ ହୋଇଥିଲେ । ବିଏସ୍ଏଫ ଦ୍ୱାରା ଗିରଫ ହୋଇଥିବା ଏହି ପାକିସ୍ତାନୀ ନାଗରିକ ହେଉଛନ୍ତି ମହମ୍ମଦ ୟାସିନ୍ ଓ ସଇନ୍ ଖାଁ । ୟାସିନ୍ ୧୧ ବର୍ଷ ପରେ ତା’ଙ୍କ ଘରକୁ ଫେରିଛନ୍ତି । ୨୦୦୭ ମସିହାରେ ଭୁଲରେ ସେ ଭାରତ ସୀମା ଭିତରକୁ ପଶି ଆସିଥିବାବେଳେ ବିଏଏସଫ […]
ଭୁବନେଶ୍ୱର: ଧୀରେ ଧୀରେ ସକ୍ରିୟ ହେଉଛି ମୌସୁମୀ। ତେବେ ସମ୍ପୂର୍ଣ୍ଣ ସକ୍ରିୟ ହୋଇ ସାରା ରାଜ୍ୟକୁ ଛୁଇଁବା ପାଇଁ ଆହୁରି ୪୮ ଘଣ୍ଟା ଲାଗିବ। ସେପଟେ ଉପକୂଳରେ ମୌସୁମୀ ପ୍ରଭାବରେ ଆାଜି କିଛି ସ୍ଥାନରେ ବର୍ଷା ହେବା ସହିତ ଉତ୍ତର ଓଡିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୯ଟି […]
ନୂଆଦିଲ୍ଲୀ: ଦିଲ୍ଲୀର ମେଜରଙ୍କ ପତ୍ନୀଙ୍କୁ ହତ୍ୟା ମାମଲାରେ ଗିରଫ ହେଲେ ଆଉ ଜଣେ ମେଜର୍। ଅଭିଯୁକ୍ତ ମେଜର୍ ନିଖିଲ ହାଣ୍ଡୱାଙ୍କୁ ଉତ୍ତରପ୍ରଦେଶ ମିରଟ୍ଟରୁ ଗିରଫ କରିଛି ପୋଲିସ। ଗତକାଲି ଦିଲ୍ଲୀର ବ୍ରାର୍ ସ୍କୋୟାର ନିକଟରେ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜା ଦ୍ୱିବେଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପ୍ରଥମରୁ ଏହା ଏକ ଦୁର୍ଘଟଣା ପରି ଲାଗୁଥିଲେ ମଧ୍ୟ ପରେ ଜଣାପଡ଼ିଲା ଯେ, ତାଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ା ଯାଇଛି। ଘଟଣାରେ ଅମିତ ଓ ଶୈଳଜାଙ୍କ […]
ପଟ୍ଟାମୁଣ୍ଡାଇ: ପୁଣି ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡିରା ଗାଁରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ନମିତା ମଲ୍ଲିକ। ଗତ ଦୁଇ ବର୍ଷ ତଳେ ନମିତାଙ୍କର ଅଣ୍ଡିରା ଗାଁର ରବିନ୍ଦ୍ର ମଲ୍ଲିକଙ୍କ ସହ ବିବାହ ହୋଇଥିଲା। ତେବେ ବିବାହ ପରଠୁ ହିଁ ତାଙ୍କ ଉପରେ ଯୌତୁକ ନିର୍ଯାତନା ଆରମ୍ଭ […]
ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକିସ୍ତାନ ପକ୍ଷରୁ ସୋଶାଲ ମିଡିଆରେ କରାଯାଉଥିବା ଅପପ୍ରଚାରର ପର୍ଦ୍ଦାଫାସ ହୋଇଛି। ଆଜି ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଅନଔପଚାରିକ ଆଲୋଚନା ହୋଇଛି। ଏହି ସମ୍ପର୍କର ସେତୁ ଗଠନ ହେବା ପୂର୍ବରୁ ଆଜି ସକାଳୁ ସୋଶାଲ ମିଡିଆରେ ମୋଦି ବିରୋଧୀ ପ୍ରଚାର ଆରମ୍ଭ ହୋଇଥିଲା। ହ୍ୟାଶଟ୍ୟାଗ ମୋଦି ଗୋ-ବ୍ୟାକ୍(#Modigoback) ଟ୍ରେଡିଂ କରିଥିଲା। ଏହାପରେ ସରକାରୀ ସ୍ତରରେ ଛାନଭିନ୍ କରାଯାଇଥିଲା। ଛାନଭିନ୍ ସମୟରେ ଏହି ସୋଶାଲ […]
ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ସିନ୍ଧୁ ସଭ୍ୟତାରେ ବସବାସ କରୁଥିବା ମନୁଷ୍ୟଙ୍କ ଭଳି ଅବିକଳ ମୁହଁ ବିକଶିତ କରିପାରିଛନ୍ତି। ହରିଆଣାର ରାଖିଗଡ଼ି ଠାରେ ଥିବା ୪,୫୦୦ ବର୍ଷ ପୁରୁଣା ସମାଧିସ୍ଥଳରୁ ମିଳିଥିବା ୩୭ ଜଣ ବ୍ୟକ୍ତିଙ୍କ ଦେହାବଶେଷରୁ ଏହି ମୁହଁର ପ୍ରତିରୂପ ବିକାଶ କରାଯାଇଛି। ଦକ୍ଷିଣ କୋରିଆ, ବ୍ରିଟେନ୍ ଏବଂ ଭାରତର ୬ଟି ଅନୁଷ୍ଠାନରୁ ଆସିଥିବା ୧୫ ଜଣ ବୈଜ୍ଞାନିକ ଏବଂ ବିଶେଷଜ୍ଞ କ୍ରାନିଫେସିଆଲ ରିକନ୍ଷ୍ଟ୍ରକ୍ସନ୍ (ସିଏଫ୍ଆର) ଟେକ୍ନୋଲୋଜିର ବ୍ୟବହାରରେ ଏବଂ ମିଳିଥିବା ଦେହାବଶେଷର […]
ନୂଆଦିଲ୍ଲୀ : ଟ୍ରମ୍ଫଙ୍କ ଭଳି ହେବ ମୋଦିଙ୍କ ପ୍ଲେନ୍। ଆଉ ଏୟାର ଇଣ୍ଡିଆ ନୁହେଁ ଏୟାର ଫୋର୍ସର ଅତ୍ୟାଧୁନିକ ବିମାନରେ ଉଡ଼ିବେ ମୋଦି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟବହାର କରୁଥିବା ବିମାନ ବୋଇଂ 747-200B ଭଳି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ବି ଆସିବ ବୋଇଂ-777-300ER ଏୟାରକ୍ରାଫ୍ଟ। ଯିଏକି ଶତ୍ରୁ ପକ୍ଷର ରାଡ଼ାରକୁ ଚକ୍ମା ଦେବା ସହ ଆଣ୍ଟି ମିଜାଇଲ୍ ଡିଫେନ୍ସ ସିଷ୍ଟମ୍ର ବି ଉପଯୋଗ କରିପାରିବ। ସାଉଥ୍ ବ୍ଲକର ଜଣେ […]
ନୂଆଦିଲ୍ଲୀ : ଏସ୍ବିଆଇ ସେଭିଂସ୍ ଡିପୋଜିଟ୍ ଉପରେ ନୂଆ ପରିବର୍ତ୍ତନ ଆଣିଛି। ଭାରତର ଏହି ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ବୁଧବାର ସେଭିଂସ୍ ଡିପୋଜିଟ୍ ଉପରେ ସୁଧହାର ହ୍ରାସ କରିଛି। ସ୍ଥାୟୀ ଜମାରେ ମଧ୍ୟ ସୁଧ ହ୍ରାସ କରିଥିବା ଘୋଷଣା କରିଛି ଏସ୍ବିଆଇ। ଆରବିଆଇ ବ୍ୟାଙ୍କ ମାନଙ୍କ ପାଇଁ ଲାଗୁ କରୁଥିବା ସୁଧ ହାର ବା ରେପୋରେଟ୍ ହ୍ରାସ କରିଥିବାବେଳେ ଏସ୍ବିଆଇ ଏହି ସମୟରେ ହିଁ ସୁଧ ହାର କମାଇବାର ନିଷ୍ପତ୍ତି […]