ବାର୍ଡ ଫ୍ଲୁ ସଂକ୍ରମଣରେ ଦେଶରେ ପ୍ରଥମ ମାନବ ମୃତ୍ୟୁ । ଏମ୍ସର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ୧୧ ବର୍ଷର ନାବାଳକ ବାର୍ଡ ଫ୍ଲୁରେ ଜୀବନ ହରାଇଛି । ନାବାଳକ ଜଣକ ଏଚ୫ଏନୱାନରେ ସଂକ୍ରମିତ ହୋଇଥିବା କହିଛନ୍ତି ଡାକ୍ତର
ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ୍ ଭାରତ ଗସ୍ତ କରିବାର ସମ୍ଭାବନା ଅନୁସନ୍ଧାନ କରୁଛନ୍ତି। ଏହି ଯାତ୍ରା ଆସନ୍ତା ସପ୍ତାହରେ ହୋଇପାରେ।
ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି କେରଳ ପୋଲିସ ପିଙ୍କ୍ ପ୍ରୋଟେକ୍ସନ୍ ପ୍ରୋଜେକ୍ଟ ଆରମ୍ଭ କରିଛି । ସର୍ବସାଧାରଣ ସ୍ଥାନ ତଥା ସାଇବର ଦୁନିଆରେ ମହିଳାଙ୍କୁ ସୁରକ୍ଷା ଯୋଗାଇବା ଏହି ପ୍ରକଳ୍ପର ଲକ୍ଷ୍ୟ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ।
ମାଙ୍ଗାଲୁରୁ: ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ। ଆଉ ଏହି ମହାପର୍ବରେ ସମସ୍ତେ ସାମିଲ ହେଉଛନ୍ତି। ନବବିବାହିତ ଦମ୍ପତିଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହେଉଛନ୍ତି। ତେବେ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ଖାତିର୍ ନ କରି ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ଜଣେ ଗର୍ଭବତୀ ପହଞ୍ଚିଥିଲେ। କର୍ଣ୍ଣାଟକର ମାଙ୍ଗାଲୁରୁରେ ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ମହିଳା ଜଣକ ତାଙ୍କ ‘ଗୋଦ୍ ଭରାଇ’ କାର୍ଯ୍ୟକ୍ରମ ଛାଡ଼ି ଭୋଟ୍ ଦେବାକୁ […]
କୋଲକାତା: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ରାଇଗଞ୍ଜ ନିର୍ବାଚନମଣ୍ଡଳୀର ଦିଗିରପାର ମତଦାନ କେନ୍ଦ୍ରରେ କିଛି ଦୁର୍ବୃତ୍ତ ପୁଲିସ୍ଉ ପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିସହ ଦୁର୍ବୃତ୍ତମାନେ କିଛି ଲୋକ ଭୋଟ୍ ଦେବାକୁ ଯିବା ବେଳେ ଏଥିରେ ବାଧା ଉପୁଜାଇବା ସହ ରାସ୍ତାରୋକ ମଧ୍ୟ କରିଛନ୍ତି। ଫଳରେ ପୁଲିସ୍ ଲାଠିଚାର୍ଜ କରିବା ସହ ଟିୟର୍ ଗ୍ୟାସ୍ ପ୍ରୟୋଗ କରିଥିବା ଜଣାପଡ଼ିଛି। ଅନ୍ୟପଟେ, ସିପିଏମ୍ ନେତା […]
ନୂଆଦିଲ୍ଲୀ: ଗତକାଲି ଦେଶର ୩ଟି ରାଜ୍ୟରେ ପ୍ରବଳ ବର୍ଷା, ଝଡ଼ ତୋଫାନ, ଧୂଳିଝଡ଼, ବଜ୍ରପାତ ଓ କୂଆପଥର ମାଡ଼ରେ ୩୩ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗୁଜରାଟ୍ରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶର ୧୩ ଓ ରାଜସ୍ଥାନରେ ୯ ଜଣଙ୍କ ମୃତ୍ୟୁ ହୋଇଛି। An ex- gratia of Rs 2 lakh each for the next of kin of those who lost their lives due to unseasonal rain […]
ଚେନ୍ନାଇ: ତାମିଲନାଡୁର ଭେଲ୍ଲୋର ଲୋକସଭା ଆସନରେ ନିର୍ବାଚନ ବାତିଲ ଲାଗି ସୁପାରିଶ। ବେଆଇନ୍ ଭାବେ ଟଙ୍କା କାରବାର ଓ ବହୁ ପରିମାଣର ଟଙ୍କା ଜବତ ହେବା ଘଟଣାକୁ ନେଇ ନିର୍ବାଚନ ବାତିଲ କରିବା ଲାଗି ରାଷ୍ଟ୍ରପତିଙ୍କୁ ନିର୍ବାଚନ କମିଶନ ସୁପାରିଶ କରିଛନ୍ତି। ଭେଲ୍ଲୋର ଲୋକସଭା ଆସନର ଡିଏମ୍କେ ପ୍ରାର୍ଥୀ କାଥିର୍ ଆନନ୍ଦଙ୍କ କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢ଼ଉ କରିଥିଲେ। କାଥିରଙ୍କ କାର୍ଯ୍ୟାଳୟରୁ ୧୦.୫୦ ଲକ୍ଷ ଟଙ୍କା ଓ ପରେ ତାଙ୍କ ସିମେଣ୍ଟ ଗୋଦାମରୁ ୧୧.୫୩ କୋଟି […]
ଥିରୁଭନନ୍ତପୁରମ: ଚିକିତ୍ସାଧୀନ କଂଗ୍ରେସ ନେତା ଶଶି ଥରୁରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭେଟିଛନ୍ତି। କେରଳ ଗସ୍ତରେ ଥିବା ସୀତାରମଣ ଥିରୁଭନନ୍ତପୁରମରେ ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଥରୁର୍ଙ୍କୁ ଭେଟିବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଗତକାଲି ପ୍ରଚାର ପୂର୍ବରୁ ଥରୁର୍ କେରଳର ଥାମ୍ପନୁରରେ ଗାନ୍ଧାରୀ ଆମ୍ନା କୋଭଲି ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଯାଇଥିଲେ। ପରମ୍ପରା ଅନୁସାରେ, ପୂଜାବେଳେ ସେ ଏକ ଓଜନ କଣ୍ଟାରେ ବସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏତିକି ବେଳେ କଣ୍ଟା ଭାଙ୍ଗି […]
ନୂଆଦିଲ୍ଲୀ: ଯୋଗୀଙ୍କୁ ନିର୍ବାଚନ କମିଶନଙ୍କ ଝଟକା। ଆସନ୍ତା ଗୁରୁବାର ଯାଏ, ୩ ଦିନ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୌଣସି ନିର୍ବାଚନ ପ୍ରଚାର କରିପାରିବେ ନାହିଁ କି କୌଣସି ନିର୍ବାଚନୀ ସଭାରେ ଭାଷଣ ଦେଇପାରିବେ ନାହିଁ। କେବଳ ଯୋଗୀ ନୁହେଁ ମାୟାବତୀ ମଧ୍ୟ ଦୁଇ ଦିନ ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ହିଂସା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ମାମଲାର ଶୁଣାଣି କରି […]
ଲକ୍ଷ୍ନୌ: ଆପତ୍ତିଜନକ ମନ୍ତବ୍ୟକୁ ନେଇ ଉତ୍ତରପ୍ରଦେଶ ରାମପୁରରେ ବିଜେପି ପ୍ରାର୍ଥୀ ଜୟାପ୍ରଦା ଓ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧରିଛି। ଆଜମ୍ ଖାନ୍ ଦେଇଥିବା ଅଶାଳୀନ ମନ୍ତବ୍ୟର ଦୃଢ଼ ଜବାବ ଦେଇଛନ୍ତି ଜୟା। ଏଭଳି ବ୍ୟକ୍ତିକୁ ନିର୍ବାଚନ ଲଢିବାରୁ ସୁଯୋଗ ଦିଆଯିବା ଉଚିତ୍ ନୁହେଁ ବୋଲି ଜୟା କହିଛନ୍ତି। ଏଥିସହ ସେ ଭୟଭୀତ ହୋଇ ରାମପୁରରୁ ପଳାୟନ କରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି। ଗତ ରବିବାର ଏକ ନିର୍ବାଚନ […]
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ରାଫେଲ୍ ଅଡ଼ୁଆ। ରାଫେଲ ଜେଟ୍ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ରେଡ୍ ସିଗ୍ନାଲ୍ ଦେଇଛନ୍ତି। କୋର୍ଟଙ୍କ ରାୟକୁ ରାହୁଲ କଦର୍ଥ କରିଥିବା ନେଇ ସୁପ୍ରିମକୋର୍ଟ ତାଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଜେପି ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଏହି ନୋଟିସ୍ ଦେଇଛନ୍ତି। ଏଥିରେ ନିଜ ପକ୍ଷ ରଖିବା ଲାଗି ରାହୁଲଙ୍କୁ ୭ ଦିନ ସମୟ ଦିଆଯାଇଛି। କୋର୍ଟଙ୍କ ରାୟକୁ ଆଧାର କରି ରାହୁଲ ଗଣମାଧ୍ୟମ ଏବଂ ସର୍ବସାଧାରଣରେ […]
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସର୍ବ ବରିଷ୍ଠ ତଥା ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ନିର୍ବାଚନୀ ଟିକେଟ୍ ଦିଆଯାଇନଥିବା ନେଇ ବିବାଦ ଘନେଇଥିବାବେଳେ ଏହା ପରେ ପ୍ରଥମ ଥର ପାଇଁ ସେ ମୁହଁ ଖୋଲିଛନ୍ତି। ଗୁରୁବାର ଏକ ବାର୍ତ୍ତା ପଠାଇ ସେ କହିଛନ୍ତି, “ପ୍ରଥମେ ରାଷ୍ଟ୍ର, ତାପରେ ଦଳ, ତାପରେ ଯାଇ ମୁଁ।” ସୂଚନାଯୋଗ୍ୟ ଯେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କ ପାରମ୍ପରିକ ଆସନ ଗାନ୍ଧିନଗରରୁ ଚଳିତ ଥର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଲଢ଼ୁଛନ୍ତି। […]
ଥିରୁଅନନ୍ତପୁରମ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର ୱାୟନାଡ଼ ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ବେଳେ ତାଙ୍କ ସହିତ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ। ଚଳିତ ଥର ରାହୁଲ ଗାନ୍ଧି ଉଭୟ ଉତ୍ତର ପ୍ରଦେଶର ଆମେଥି ଓ କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢୁଛନ୍ତି। ନାମାଙ୍କନ ଭରିବା ପରେ ରାହୁଲ ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ବିରୋଧରେ ବେଲ୍ଲାପଲ୍ଲି ଏନଡିଏ ପ୍ରାର୍ଥୀ ହୋଇଥିବାବେଳେ ସିପିଆଇର ପିପି […]
ଭୁବନେଶ୍ୱର: ବିନା ତାଲିକା ଓ ବିନା ବଜେଟରେ କାଳିଆ ଯୋଜନା କରି ଚାଷୀଙ୍କୁ ଠକୁଛନ୍ତି ସରକାର। ଆଜି ନୟାଗଡରେ ପୂର୍ବତନ ସାଂସଦ ହେମେନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ରାଜ୍ୟ ସରକାରଙ୍କ ଉପରେ ଏଭଳି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, “କାଳିଆ’ର ବଜେଟ ଓ ତାଲିକା ମାଗିଥିଲେ ନିର୍ବାଚନ କମିଶନ। ହେଲେ ରାଜ୍ୟ ସରକାର ତଥ୍ୟ ଦେଇପାରି ନଥିଲେ। ‘କାଳିଆ’ କେବଳ ଭାଷଣରେ ସୀମିତ ରହିଛି। ସେହିପରି ପିଏମ୍ କିଷାନ ପାଇଁ ମାତ୍ର […]
ମହାମାରୀ ଭୟ ଭିତରେ ପ୍ରେମ ପାଇଁ ଝାଡ଼ଖଣ୍ଡରୁ ବିହାର ଯାତ୍ରା । ସବୁ ଦିନ ପାଇଁ ମନେ ରହିବ ରାଞ୍ଚିର ଗୌରି ଓ ସୁପଲର ମୁକେଶଙ୍କର
ନୂଆଦିଲ୍ଲୀ: ଗତକାଲି ବିଜେପି ସାଧାରଣ ନିର୍ବାଚନ ପାଇଁ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କେରଳର ଟମ୍ ୱଡକନ୍ଙ୍କୁ ଲୋକସଭା ଟିକେଟ୍ ଦିଆଯାଇନାହିଁ। କେରଳର ଅନ୍ୟତମ ନେତା ତଥା କେନ୍ଦ୍ରମନ୍ତ୍ରୀ ଆଲଫନ୍ସ କନ୍ନଥନମ ଏବଂ ମିଜୋରାମର ପୂର୍ବତନ ରାଜ୍ୟପାଳ କୁମନମ ରାଜଶେକରନଙ୍କୁ ଦଳ ପ୍ରାର୍ଥୀ କରିଛି। ସାବରିମାଲା ମନ୍ଦିର ବିବାଦକୁ ନେଇ ଚର୍ଚ୍ଚିତ ଥିବା ନିର୍ବାଚନ ମଣ୍ଡଳୀ ପଥନମଥିତାରେ ଏବେ ଯାଏ ପ୍ରାର୍ଥୀ […]
ନୂଆଦିଲ୍ଲୀ: ସବୁ ପ୍ରମାଣ ସତ୍ତ୍ଵେ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ ପ୍ରସଙ୍ଗରେ ପୁଣି ସରକାର ବିରୋଧରେ ବିଷ ଓଗାଳିଛନ୍ତି ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା। କଂଗ୍ରେସ କୋର ଗ୍ରୁପର ସଦସ୍ୟ ତଥା ଗାନ୍ଧି ପରିବାର ସହ ଘନିଷ୍ଠ ସମ୍ପର୍କ ଥିବା ସାମ ପିଟ୍ରୋଡ଼ା ଆଜି ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଭାରତର ଛବିକୁ ଖରାପ କରିଛି। ଏୟାର ଷ୍ଟ୍ରାଇକରେ କୌଣସି ଆତଙ୍କବାଦୀ ମୃତ୍ୟୁବରଣ […]
ନୂଆଦିଲ୍ଲୀ: ନିର୍ବାଚନ ବେଳେ ମୋଦି ସରକାରଙ୍କ ଶାସନ କାଳରେ ଦେଶର ଅର୍ଥନୀତିକୁ ପ୍ରଶଂସା କରିଛି ଆଇଏମଏଫ। ବିରୋଧୀ ଯେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ସେହି ପ୍ରସଙ୍ଗରେ ଆଇଏମଏଫ ମୋଦି ସରକାରଙ୍କ ପିଠି ଥାପୁଡ଼େଇଛି। ଆଇଏମଏଫ ଅନୁସାରେ ଭାରତ ଏବେ ବି ବିଶ୍ୱର ସବୁଠୁ ଦ୍ରୁତ ଅଗ୍ରଗତି କରୁଥିବା ଅର୍ଥନୀତି ତାଲିକାରେ ଆଗରେ ରହିଛି। ଗତବର୍ଷ ତୁଳନାରେ ଆର୍ଥିକ ସୁଧାର ପାଇଁ ଏଥିରେ ମୋଦି ସରକାରଙ୍କୁ ପ୍ରଶଂସା କରାଯାଇଛି। ତେବେ ଆହୁରି ଅନେକ ସୁଧାର ଆସିବା […]