• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପ୍ରେମ ପାଇଁ ଝାଡ଼ଖଣ୍ଡରୁ ବିହାର 

  • ସଫଳ ହେଲା ମୁକେଶ ଆଉ ଗୌରୀଙ୍କ ପ୍ରେମ କାହାଣୀ

ସୁପୋଲ : ଏଇ ବୋଧେ ପ୍ରେମ . . . . ଅଢ଼େଇ ଅକ୍ଷରେ କି ଶକ୍ତି ଅଛି, ଯେଉଁଥିରୁ କାହାକୁ ବି ମୁକ୍ତି ମିଳେନି । କୁହାଯାଏ ପ୍ରେମରେ ସୁନ୍ଦର ଅସୁନ୍ଦର ଦେଖାଯାଏନି । ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମରେ ସବୁ କିଛି ସମ୍ଭବ । ଏମିତି ଏକ ପ୍ରେମ କାହାଣୀ ମୁକେଶ ଆଉ ଗୌରୀଙ୍କର । ପ୍ରେମିକ ପାଇଁ ସବୁ ବାଧାବିଘ୍ନ ପାର କରି ଝାଡ଼ଖଣ୍ଡରୁ ବିହାର ପହଞ୍ଚିଗଲେ ପ୍ରେମିକା । ପ୍ରେମିକ ଦିବ୍ୟାଙ୍ଗ ଜାଣିବା ପରେ ବି ହାତ ଛାଡ଼ିଲେନି, କି ପାଦରେ ଆଡ଼େଇ ଚାଲି ଗଲେନି । ସଫଳ ହେଲା ମିସକଲ୍ ଲଭଷ୍ଟୋରୀ । ମୋବାଇଲରୁ ଆରମ୍ଭ ହୋଇଥିବା ପ୍ରେମ ସିନ୍ଦୂର ଗାରରେ ପରିଣତ ହେଲା । ପ୍ରାପ୍ତି ଓ ଅପ୍ରାପ୍ତିର ବାଟରେ ଏକାକାର ହୋଇଗଲେ ପ୍ରେମୀ ଯୁଗଳ ।

ମହାମାରୀ ଭୟ ଭିତରେ ପ୍ରେମ ପାଇଁ ଝାଡ଼ଖଣ୍ଡରୁ ବିହାର ଯାତ୍ରା । ସବୁ ଦିନ ପାଇଁ ମନେ ରହିବ ରାଞ୍ଚିର ଗୌରି ଓ ସୁପଲର ମୁକେଶଙ୍କର । ଗୌରୀ ଥରେ ଭୁଲରେ ଏକ ନମ୍ବରକୁ କଲ୍ କରି ଦେଇଥିଲେ, ଆଉ ନମ୍ବର ଲାଗିଥିଲା ବିହାର ସୁପଲର ମୁକେଶଙ୍କ ପାଖରେ । ତେବେ ଏହି ମିସକଲ ଯେ ଦିନ ଜୀବନର ମୋଡ଼ ବଦଳାଇ ଦେବ କିଏ ଜାଣିଥିଲା । ଗୋଟିଏ ମିସ କଲ୍ ସବୁକିଛି ବଦଳାଇ ଦେଲା । ମିସକଲ ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ପରେ ଏହି ବାର୍ତ୍ତାଳାପ ଧୀରେ ଧୀରେ ପ୍ରେମରେ ପରିଣତ ହେଲା ।

ଗୌରୀ ପାଇଁ ମନରେ ପ୍ରେମ ଥିଲେ ସୁଦ୍ଧା ଦିବ୍ୟାଙ୍ଗ ହୋଇଥିବାରୁ ବିବାହ କରିବା ପାଇଁ ରୋଗଠୋକ ମନା କରିଦେଇଥିଲେ ମୁକେଶ । ଗୌରୀ ସମାଲୋଚନାର ଶିକାର ହେଉ କିମ୍ବା ତା’ ଜୀବନ ଖରାପ ହେଉ ସେକଥା ଚାହୁଁନଥିଲେ । ହେଲେ ମୁକେଶଙ୍କୁ ହୃଦୟ ଦେଇ ଭଲପାଉଥିବା ଗୌରୀ ପଛକୁ ଫେରିବାକୁ ଚାହୁଁ ନଥିଲେ । ମୁକେଶକୁ ବିବାହ କରିବାର ସ୍ୱପ୍ନ ଦେଖୁଥିଲେ । କେବଳ ଯେ ସ୍ୱପ୍ନ ଦେଖୁଥିଲେ ତା’ ନୁହଁ ପ୍ରେମିକକୁ ପାଇବା ପାଇଁ ଅନେକ କଷ୍ଟ ମଧ୍ୟ ସହିଥିଲେ ।

ପରିବାର ଲୋକଙ୍କ ବାରଣ ନଶୁଣି ମୁକେଶଙ୍କୁ ବିବାହ କରିବା ପାଇଁ ଟ୍ରେନରେ ସୁପଲରେ ପହଞ୍ଚିଥିଲେ । ତେବେ ଗୌରୀଙ୍କ ଭାଇ ମଧ୍ୟ ତାଙ୍କ ସହ ଥିଲେ । ହେଲେ ମୁକେଶ ଦିବ୍ୟାଙ୍ଗ ଜାଣିବା ପରେ ସେ ଭଉଣୀକୁ ନେଇ ଫଘରକୁ ଫେରିଯିବାକୁ ଚାହୁଁଥିଲେ । କିନ୍ତୁ ଗୌରି କୌଣସି ମତେ ମୁକେଶକୁ ଛାଡ଼ି ଯିବାକୁ ରାଜି ହେଲେ ନାହିଁ । ଭାଇର ମନା କରିବା ପରେ ମଧ୍ୟ ମୁକେଶକୁ ବିବାହ କରିବେ ବୋଲି କହିଲେ । ଗୌରୀଙ୍କ ଜିଦ୍ ଆଗରେ ହାର ମାନିଲା ସବୁ ପ୍ରତିବନ୍ଧକ । ସୋମବାର କୋର୍ଟରେ ବିବାହ କଲେ ମୁକେଶ ଆଉ ଗୌରୀ ।