ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମଗ୍ର ଦେଶରେ ରାଜନୀତିକ ଉଷ୍ମତା ବଢ଼ି ଯାଇଛି। ଆଜିଠାରୁ ଆଚରଣ ବିଧି ଲାଗୁ ହେଉଥିବାରୁ ଏପ୍ରିଲ ୧୧ ତାରିଖ ପାଇଁ ସମସ୍ତ ରାଜନୀତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆଉ ଜନତା ଜନାର୍ଦ୍ଦନଙ୍କ ଜନାଦେଶର ବହୁ ପୂର୍ବରୁ ହିଁ ପ୍ରମୁଖ ଦଳ ଏବଂ ଏହାର ନେତୃବୃନ୍ଦ ‘ଏଥର ଦିଲ୍ଲୀରେ ଆମ ସରକାର’ ଦାବି କରିବା ଆରମ୍ଭ କଲେଣି। ଆସନ୍ତୁ ଜାଣିବା ନିର୍ବାଚନ […]
ଶ୍ରୀନଗର: ପୁଲ୍ୱାମା ଆତ୍ମଘାତୀ ଆକ୍ରମଣ ବାବଦରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ। ଫେବୃଆରୀ ୧୪ରେ ଘଟିଥିବା ଏହି ଆକ୍ରମଣ ପଛରେ ଜଣେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ମୁଦାସିର ଅହମ୍ମଦ ଖାନ୍ ବା ‘ମହମ୍ମଦ ଭାଇ’ର ହାତ ରହିଥିବା ଜଣାପଡ଼ିଛି। ସମସ୍ତ ପ୍ରମାଣକୁ ଏକାଠି କରିବା ପରେ ରବିବାର ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି, ୨୩ ବର୍ଷୀୟ ଖାନ୍ ପୁଲ୍ୱାମା ଜିଲ୍ଲାରେ ହିଁ ଗ୍ରାଜୁଏସନ୍ ପଢ଼ିଛି ଏବଂ ସେ ଜଣେ ଇଲେକ୍ଟ୍ରିସିଆନ୍। ସେ ଏହି ବିସ୍ଫୋରଣ ପାଇଁ ଗାଡ଼ି ଏବଂ […]
ନୂଆଦିଲ୍ଲୀ; ପୁଲୱାମା ଆତଙ୍କବାଦୀ ଆକ୍ରମର ନେଇ ତଥ୍ୟ ପ୍ରମାଣ ଦାଖଲ ସତ୍ତ୍ୱେ ମଧ୍ୟ ପାକିସ୍ତାନ ଆତଙ୍କବାଦୀ ସଂଗଠନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏବେ ବି ସେଠାରେ ଆତଙ୍କବାଦୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ପାଣ୍ଠି ଯୋଗାଇ ଦିଆଯାଉଛି। ଆଜି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ସେପଟେ ଏୟାର ଷ୍ଟ୍ରାଇକ ପ୍ରସଙ୍ଗରେ ବିରୋଧୀମାନେ ପ୍ରମାଣ ମାଗୁଥିବାରୁ ଏହାର ଉତ୍ତର ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ସେ କହିଛନ୍ତି, “ଯବାନମାନେ ଆତଙ୍କବାଦୀ […]
ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଜ୍ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ୍ ଦାଉଦ୍ ଇବ୍ରାହିମର ପୁତୁରା ରିଜୱାନ କାସକରକୁ ମୁମ୍ବାଇ ପୁଲିସ୍ ଗିରଫ କରିଛି। ସେ ବୁଧବାର ରାତିରେ ଭାରତରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ତାକୁ ଧରିବାରେ ସକ୍ଷମ ହୋଇଥିଲା। ତା’ ନାଁରେ ଧମକ ଦେଇ ଦାଦା ବଟି ମାଗିବା ଭଳି ସାଂଘାତିକ ଅଭିଯୋଗ ରହିଛି। ଏହାପୂର୍ବରୁ ପୁଲିସ୍ ଦାଉଦ୍ର ଭାଇ ତଥା ରିଜୱାନର ବାପା ଇକବାଲ କାସକରକୁ ଗିରଫ କରିଥିଲା। […]
କୋଲକାତା: ବିଜେପି ନେତ୍ରୀ ଇସରତ ଜାହାନ ଜଣେ ମୁସଲିମ। ହେଲେ ସେ ହିଜାବ ପରିଧାନ କରି ଏକ ହିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଏଥିପାଇଁ ଇସରତଙ୍କୁ ବାରମ୍ବାର ଧମକ ମିଳିଛି। ଏଥିସହ ତାଙ୍କୁ ଘର ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୬ରେ ଇସରତ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ହାୱଡ଼ା ସ୍ଥିତ ଏସି ମାର୍କେଟରେ ବିଜେପି ପକ୍ଷରୁ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେବାକୁ […]
ନୂଆଦିଲ୍ଲୀ: ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ଅଧିକ ଜୋରଦାର କରିଛି ଆମ୍ ଆଦମୀ ପାର୍ଟି (ଆପ୍)। ଦିଲ୍ଲୀର ଆପ୍ ସରକାର, କେନ୍ଦ୍ର ଆଗରେ ବାରମ୍ବାର ଏହି ଦାବି ଉପସ୍ଥାପନ କରିଥିଲେ ମଧ୍ୟ ଏହାକୁ କେନ୍ଦ୍ର କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି ଉଭୟ ଦିଲ୍ଲୀ ସରକାର ଏବଂ ଆପ୍ କାର୍ଯ୍ୟକର୍ତ୍ତା। ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପ୍ରଦାନ କଲେ ହିଁ ଦିଲ୍ଲୀର ବିକାଶ ସମ୍ଭବ ବୋଲି କହି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହାସହ ଦାବି ପୂରଣ […]
ପୁରୀ: ବାତ୍ୟା ଫୋନିର ଅଢ଼େଇ ମାସ ବିତିଗଲାଣି ତଥାପି କମିନି ଦୁର୍ଦ୍ଦଶା, ବଦଳିନି ପ୍ରଭାବିତ ଅଞ୍ଚଳଗୁଡ଼ିକର ଦୃଶ୍ୟ। ଆମେ ଆଜି ଆପଣଙ୍କୁ କହୁଛୁ ପୁରୀ ଜିଲ୍ଲା ବ୍ରହ୍ମଗିରିର ଭୁବନପୁର ଭୋଇ ସାହିର କଥା। ଏଠାରେ ୬୦ଟି ପରିବାରର ଘର ଭାଙ୍ଗି ଯାଇଛି। ଉଜୁଡ଼ା ଘର ସଜାଡ଼ିବାକୁ ଅର୍ଥାଭାବ ଥିବାରୁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ବିପନ୍ନ। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଘରଭଙ୍ଗା ସହାୟତା ମିଳିନାହିଁ। ଘର ଉପରେ ପଲିଥିନ ଖଣ୍ଡେ ପକାଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଏଠାକାର […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟିକ୍ଟକ୍ ଏବଂ ହେଲୋକୁ ବ୍ୟାନ କରିପାରନ୍ତି। ଏଥିପାଇଁ ଏହି ଦୁଇ ସଂସ୍ଥା ପାଖରୁ ୨୧ଟି ପ୍ରଶ୍ନର ଜବାବ ମାଗିଛନ୍ତି। ଯଦି ସରକାର ଉତ୍ତରରେ ସନ୍ତୋଷ ନହୁଅନ୍ତି ତାହେଲେ ବ୍ୟାନ୍ ହୋଇପାରନ୍ତି। ସୂଚନାଯୋଗ୍ୟ, ଆର୍ଏସ୍ଏସ୍ ସହ ଜଡ଼ିତ ଥିବା ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଏକ ଅଭିଯୋଗ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଟିଟ୍ଟକ୍ ଏବଂ ସ୍ୱଦେଶୀ ସୋଶାଲ୍ ମିଡିଆ କମ୍ପାନୀ ଦେଶ ବିରୋଧୀ […]
ଜମ୍ମୁ: ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲ୍ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଏବେ ବି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଅନ୍ୟପକ୍ଷରେ ଆତଙ୍କୀ ନିପାତ ପାଇଁ ଚାଲିଥିବା ଏହି ଅପରେସନ୍ ବେଳେ ସୁରକ୍ଷାକର୍ମୀଙ୍କୁ ପଥର ଫିଙ୍ଗାଳିଙ୍କ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅପରାହ୍ଣରେ ସୁରକ୍ଷାକର୍ମୀ ତ୍ରାଲ୍ ଅଞ୍ଚଳର ଇଂଗ୍ଲିଶ ଗାଁରେ ଘେରାବନ୍ଦୀ କରି ଯାଞ୍ଚ କରୁଥିବା ବେଳେ ଗୋଟିଏ ଘରେ ଲୁଚି ରହିଥିବା ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। […]
ନୂଆଦିଲ୍ଲୀ: ବନ୍ୟା ଯୋଗୁ ଆସାମର ସ୍ଥିତି ଖରାପ ହୋଇଥିବା ବେଳେ ଏଥିରୁ ଜାତୀୟ ଉଦ୍ୟାନ ‘କାଜିରଙ୍ଗା’ ବି ବର୍ତ୍ତିପାରିନି। ଅତ୍ୟଧିକ ବର୍ଷା କାରଣରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପାଣି ପଶିଯାଇଛି। ତେଣୁ ଉଦ୍ୟାନରେ ଥିବା ପଶୁମାନେ ସୁରକ୍ଷିତ ସ୍ଥାନକୁ ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଏହାରି ଭିତରେ କିନ୍ତୁ ସୁରକ୍ଷିତ ସ୍ଥାନ ଖୋଜି ଏକ ମହାବଳ ବାଘ ଜଣଙ୍କ ଘର ଭିତରେ ପଶି ଯାଇଛି। ଉକ୍ତ ଘରେ ଥିବା ଏକ ବିଛଣାରେ ସେ ବସିଥିବା ଦେଖିବାକୁ ମିଳିଛି। ଏହି […]
ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପୂରା ମାମଲାର ମଧ୍ୟସ୍ଥତା କରୁଥିବା ଜଷ୍ଟିସ୍ ଖଲିଫୁଲ୍ଲାଙ୍କ ନେତୃତ୍ୱାଧୀନ କମିଟିକୁ ଆସନ୍ତା ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚକୋର୍ଟ। ରିପୋର୍ଟ ପାଇବାର ଦୁଇ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨ ତାରିଖ ଦିନ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ମଧ୍ୟସ୍ଥତା ପ୍ୟାନେଲକୁ ଆଜି ରିପୋର୍ଟ ଦେବାକୁ ସୁପ୍ରିମ୍କୋର୍ଟ ପୂର୍ବରୁ ସମୟସୀମା […]
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନିରବ ମୋଦି ଲଣ୍ଡନ୍ରେ ବୁଲୁଥିବା ନେଇ ଖବର ପ୍ରକାଶ ପାଇଛି। ଏହି ଖବର ବ୍ରିଟିଶ ଖବରକାଗଜ ‘ଦ ଟେଲିଗ୍ରାଫ’ ପ୍ରକାଶ କରିବା ସହ ଖବରକାଗଜ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି। ଏଥିରେ ମୋଦି ଏକ ସ୍ପୋର୍ଟିଂ ଜ୍ୟାକେଟ୍ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ। ‘ଦ ଟେଲିଗ୍ରାଫ’ର ସୂଚନା ଅନୁଯାୟୀ […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ବିଶିଷ୍ଟ ମହିଳାଙ୍କୁ ‘ନାରୀ ଶକ୍ତି ସମ୍ମାନ’ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୪୧ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରତିବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟରେ ମହିଳାଙ୍କ ଅବଦାନ ଲାଗି ଏହି ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ଉତ୍ସବ୧୯୯୧ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ […]
ନୂଆଦିଲ୍ଲୀ: ଦେଶର କୌଣସି କୋଣରେ ବେଆଇନ ଅନୁପ୍ରବେଶକାରୀ ବସବାସ କରୁଥିଲେ ତାଙ୍କୁ ଚିହ୍ନଟ କାରାଯିବା ସହ ଦେଶରୁ ବିତାଡ଼ିତ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୁଧବାର ରାଜ୍ୟସଭାରେ ଶାହ କହିଛନ୍ତି ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇଦିଆଯିବ। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏନ୍ଆରସି ଲାଗୁ କରାଯିବା ନେଇ ସମାଜବାଦୀ ପାର୍ଟି ସାଂସଦ ଜାଭେଦ ଅଲ୍ଲୀ ଖାନ୍ଙ୍କ ପ୍ରଶ୍ନରେ ଗୃହମନ୍ତ୍ରୀ ଶାହ ଏହି ଉତ୍ତର ରଖିଛନ୍ତି। ବର୍ତ୍ତମାନ ସୁପ୍ରିମ୍କୋର୍ଟଙ୍କ […]
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୨ ର ଜୁଲାଇ ଶେଷ ଭାଗରେ ମହାକାଶ ଯିବ। ଗତ ଜୁଲାଇ ୧୫ ତାରିଖରେ ଉତକ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ-୨ କେତେକ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାର ଉଡ଼ାଣ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଏଥିରେ ଥିବା ତ୍ରୁଟିକୁ ସଜଡ଼ା ଯିବା ପରେ ଏହାର ଉତକ୍ଷେପଣ ଶୀଘ୍ର ହେବ ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ସବୁ ଯାନ୍ତ୍ରିକ ସମସ୍ୟାର ସମାଧାନ କରିପାରିଛି। […]
ନୂଆଦିଲ୍ଲୀ: ୨୦୧୯ ମସିହା ପାଇଁ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଇଥିବା ପଦ୍ମ ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ସୋମବାର ରାଷ୍ଟ୍ରପତି ଭବନଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ଦିଆଯିବ। ଗତ ଜାନୁଆରୀ ୨୬ ତାରିଖରେ ୧୧୨ ଜଣଙ୍କ ନାମ ଘୋଷଣା କରାଯାଇଥିଲା। ପ୍ରଥମ ଭାଗରେ ମାର୍ଚ୍ଚ ୧୧ ତାରିଖରେ ୫୬ ଜଣଙ୍କୁ ସମ୍ମାନିତ କରାଯିବ ଏବଂ ଦ୍ୱିତୀୟ ଭାଗରେ […]
ନୂଆଦିଲ୍ଲୀ: ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀଙ୍କ ବଡ଼ ପୁଅ ଆକାଶ ଅମ୍ୱାନୀଙ୍କ ବାହାଘରକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଅମ୍ବାନୀଙ୍କ ବଡ଼ ପୁଅ ବାହାଘର ହୀରା ବ୍ୟବସାୟୀ ରସଲ୍ ମେହଟ୍ଟାଙ୍କ ଝିଅ ଶ୍ଲୋକାଙ୍କ ସହିତ ହେବାକୁ ଯାଉଛି। ଏହି ଖୁସିରେ ମୁକେଶ ଅମ୍ୱାନୀ ମୁମ୍ୱାଇରେ କାର୍ଯ୍ୟ କରୁଥିବା ୫୦ ହଜାର ପୁଲିସ୍ କର୍ମୀଙ୍କୁ ମିଠା ପ୍ୟାକେଟ୍ ପଠାଇଛନ୍ତି। ରିଲାଏନ୍ସ ପକ୍ଷରୁ ମୁମ୍ୱାଇରେ ଥିବା ସମସ୍ତ ପୁଲିସ୍ ଷ୍ଟେସନ୍କୁ ମିଠା ପ୍ୟାକେଟ୍ ପଠା ଯାଇଛି। ସେତିକି […]
ଇସ୍ଲାମାବାଦ: ପାକିସ୍ତାନର ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ଦେଶକୁ ଏକ ବଡ଼ ଝଟ୍କା ଲାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଅଟୋ ଶିଳ୍ପ ମାନ୍ଦା ଅବସ୍ଥାରେ ରହିଥିବାରୁ ସବୁ ବଡ଼ ବଡ଼ ଅଟୋମୋବାଇଲ କମ୍ପାନୀ ଉତ୍ପାଦନ ବନ୍ଦ କରିଦେଇଛନ୍ତି। ଅନ୍ୟପଟେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ପାକିସ୍ତାନ(ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ପାକିସ୍ତାନ୍) ମଧ୍ୟ ଋଣ ପାଇଁ ସୁଧ ହାର ବଢ଼ାଇଛି। ଦୀର୍ଘ ୮ ବର୍ଷ ପରେ ଋଣ ଉପରେ ସୁଧ ହାର ୧୩.୨୫ ପ୍ରତିଶତ ହୋଇଛି। ଯାହାକୁ ନେଇ […]