ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଆସାମ, ବିହାର, ଛତିଶଗଡ଼, ଜମ୍ମୁ ଓ କଶ୍ମୀର , କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଭୋଟ୍ ଗ୍ରହଣ ଚାଲିଛି। ସେହିପରି ଗୁଜରାଟ, କେରଳ, ଦାଦରାନଗର ହାବେଲି, ଗୋଆ ଓ ଡାମନ୍ ଡିଉର ସମସ୍ତ ଲୋକସଭା ଆସନରେ ମଧ୍ୟ ଆଜି ଭୋଟ୍ ଗ୍ରହଣ ହେଉଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ […]
ନୂଆଦିଲ୍ଲୀ: ଦିଲ୍ଲୀର ୬ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ନର୍ଥ ଇଷ୍ଟ ଦିଲ୍ଲୀ ଆସନରୁ ଦଳ ପ୍ରାର୍ଥୀ କରିଛି। ଅନ୍ୟପଟେ ବରିଷ୍ଠ ନେତା ଅଜୟ ମାକେନଙ୍କୁ ଦଳ ନୂଆ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି। ସେହିପରି ଜେ.ପି.ଅଗ୍ରଓ୍ୱାଲଙ୍କୁ ଚାନ୍ଦିନୀ ଚୌକ୍, ଅରବିନ୍ଦର ସିଂ ଲଭଲିଙ୍କୁ ଇଷ୍ଟ ଦିଲ୍ଲୀ, ରାଜେଶ ଲିଲୋଥିଆଙ୍କୁ ନର୍ଥ-ୱେଷ୍ଟ ଦିଲ୍ଲୀ ଓ ମହାବଳ ମିଶ୍ରଙ୍କୁ ୱେଷ୍ଟ ଦିଲ୍ଲୀ ଆସନରୁ ଦଳ ପ୍ରାର୍ଥୀ କରିଛି। […]
ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୦ କୁ ବୃଦ୍ଧି ହୋଇଛି। ଏହାସହ ପାଖାପାଖି ୫୦୦ରୁ ଅଧିକ ଆହତ ହୋଇଛନ୍ତିା ଏହି ବିସ୍ଫୋରଣରେ ଜେଡିଏସ୍ର ୨ଜଣ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ନିଖୋଜ ଥିବା ଜଣାପଡ଼ିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଏହା ସ୍ପଷ୍ଟ କରିଛନ୍ତି। ସେମାନଙ୍କର ନାମ କେ.ଜି ହନୁମନଥାରୟପ୍ପା ଏବଂ ଏମ୍ ରଙ୍ଗପ୍ପା ବୋଲି କୁମାରସ୍ୱାମୀ କହିଛନ୍ତି। External affairs Min. @SushmaSwaraj has confirmed […]
ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ। ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଏହି ପିଲଗ୍ରୀମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ସେପ୍ଟେମ୍ବର ୨୫ରୁ ସିକନ୍ଦରାବାଦରୁ ଛାଡିବ।
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଫାଇଟର୍ ଜେଟ୍ର କକ୍ପିଟ୍କୁ ଫେରି ପାରନ୍ତି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ। ଗତ କିଛିଦିନ ହେବ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଥିବା ଅଭିନନ୍ଦନ ଏବେ ପୂରା ଫିଟ୍ ହେବାସହ ପୁଣିଥରେ ମଇଦାନ୍କୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଗଲେଣି। ହେଲେ ଏବେ କେବଳ ଅପେକ୍ଷା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍ ମେଡିସିନ୍ର ଅନୁମତିକୁା IAF ପକ୍ଷରୁ ବିଧିବଦ୍ଧ କ୍ଲିଏରାନ୍ସ ମିଳିବା ପରେ ହିଁ ଡ୍ୟୁଟିରେ ଯୋଗଦେବେ ଅଭିନନ୍ଦନା ମିଳିଥିବା ସୂଚନା ମୁତାବକ ଅଭିନନ୍ଦନଙ୍କ ସୁସ୍ଥ ହୋଇଯିବା ଖବର […]
କନ୍ଧମାଳ(ତ୍ରିନାଥ ସାହୁ): ଘଞ୍ଚ ଜଙ୍ଗଲ, ଅନ୍ଧାର ରାତି ଓ ଢୁଉଢୁଉ ବର୍ଷା ସାଙ୍ଗକୁ ମାଓବାଦୀଙ୍କ ଭୟ। ଏ ସବୁକୁ ଅତିକ୍ରମ କରି ନିର୍ଦ୍ଧାରିତ ସ୍ଥଳକୁ ସୁରକ୍ଷିତ ଭାବେ ଫେରିଛନ୍ତି ପୋଲିଂ କର୍ମଚାରୀ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାରହଲା ଗ୍ରାମରେ ନିର୍ବାଚନ ଦାୟିତ୍ୱରେ ଥିବା ପୋଲିଂ ପାର୍ଟି ଫୁଲବାଣୀ ସ୍ଥିତ ଡିସ୍ପର୍ସାଲ୍ ସେଣ୍ଟରକୁ ସୁରକ୍ଷିତ ଫେରିପାରିଛନ୍ତି। ସୂଚନା ଅନୁସାରେ ପୋଲିଂ କର୍ମଚାରୀଙ୍କୁ ଅସୁବିଧାରେ ପକାଇବା ପାଇଁ ମାଓବାଦୀ ମାନେ ବିଭିନ୍ନ ହିଂସାକାଣ୍ଡ ଘଟାଇବାକୁ ଉଦ୍ୟମ […]
ପୁରୀ: ପୁରୀ ଲୋକସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ପ୍ରଥମେ ରଣପୁରରେ ପ୍ରଚାର କରିବା ପରେ ବାଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଚିଲିକା କାର୍ଡ ଖେଳିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଚିଲିକା ଆମର ମାଆ ଏବଂ ଓଡ଼ିଶାର ଗର୍ବ ବୋଲି। ଚିଲିକା ଏଠାକାର ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଥିବା ବେଳେ କେନ୍ଦ୍ର ସରକାର ଚିଲିକାକୁ ନଷ୍ଟ କରିଦେବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ନବୀନ ଅଭିଯୋଗ କରିଛନ୍ତି। ଏଥିସହ […]
ଝୁଲଝୁଲି ଗ୍ରାମର ଏକ ଘରୋଇ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି ମିଲନ୍ ଯାଦବ । ରାଜନୀତି ବିଜ୍ଞାନ ପୁସ୍ତକରୁ ଗ୍ରାମକୁ କାମ ମିଳିବା ପ୍ରସଙ୍ଗରେ ସ୍ଥାନୀୟ ସଂସ୍ଥା ତଥା ପଞ୍ଚାୟତର ଦାୟିତ୍ୱ ସମ୍ପର୍କରେ ଜାଣିବାକୁ ପାଇଥିଲେ
ମଙ୍ଗଳବାର ସନ୍ଧ୍ୟାରେ ଲାଲକିଲ୍ଲା ବନ୍ଦ ହେବା ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ସୂଚନା ଦିଆଯାଇଛି । ଏକ ନିର୍ଦ୍ଦେଶ ପତ୍ର ଜାରି କରି ଦିଲ୍ଲୀ ସର୍କଲର ସମସ୍ତ ଅଧିକାରୀ, ଉତ୍ତର ଜିଲ୍ଲା ପୋଲିସ୍ ଏବଂ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରୁଥିବା ସିଏସ୍ଏଫ୍ କମାଣ୍ଡାଣ୍ଟଙ୍କୁ ସୂଚନା ଦେଇଛନ୍ତି ଏଏସଆଇ ଏନକେ ପାଠକ୍ ।