ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜାହର ବିରୋଧରେ ଫ୍ରାନ୍ସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫ୍ରାନ୍ସ ସରକାର ନିଜ ଦେଶରେ ଥିବା ମାସୁଦର ସମସ୍ତ ସମ୍ପତ୍ତି ଫ୍ରିଜ କରିବା ସହ ତା’ ଆକାଉଣ୍ଟ ଅଚଳ କରିବାକୁ ନିଷ୍ପତ୍ତି ନେଇଛଇ। ଏନେଇ ଫ୍ରାନ୍ସର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି। ଏହାସହ ମାସୁଦକୁ ୟୁରୋପିୟାନ ୟୁନିୟନ ଆତଙ୍କବାଦୀ ତାଲିକାରେ ରଖିବାକୁ ଫ୍ରାନ୍ସ ଦାବି କରିବ ବୋଲି ମଧ୍ୟ ଏଥିରେ କୁହାଯାଇଛି। ମାସୁଦକୁ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପଚରାଉଚରା ପ୍ରକ୍ରିୟା ସରିବା ପରେ ତାଙ୍କୁ ‘ଅସୁସ୍ଥତା ଜନିତ ଛୁଟି’ରେ ଯିବା ପାଇଁ କୁହାଯାଇଛି। ସେ ବର୍ତ୍ତମାନ ଚିକିତ୍ସାଧୀନ ଥିବା ସ୍ୱତନ୍ତ୍ର ହସ୍ପିଟାଲର ଡାକ୍ତରମାନଙ୍କ ଉପଦେଶରେ ଦିଆଯାଇଥିବା ଏହି ଛୁଟି ଅବଧି ୩ ସପ୍ତାହ ଯାଏ ବଢ଼ାଯିବାର ଅଛି। ତାଙ୍କୁ ପଚରାଉଚରା କରାଯିବା ସମୟରେ ସେ ଶତ୍ରୁ କ୍ୟାମ୍ପରେ ବନ୍ଦୀ ଥିବା ସମୟର ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି ସେଠାରେ ତାଙ୍କୁ ଭୟଙ୍କର ମାନସିକ ନିର୍ଯାତନା ଦିଆଯାଉଥିଲା। […]
ନୂଆଦିଲ୍ଲୀ: ପାକିସ୍ତାନର ବନ୍ଧୁ ଚୀନ୍ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର ସମର୍ଥନ କରିଥିବାରୁ ଏବେ ଭାରତରେ ବେଜିଂ ବିରୋଧରେ ଜନମତ ପ୍ରକାଶ ପାଇଛି। ଭାରତରେ ପ୍ରଚଳିତ ହେଉଥିବା ସମସ୍ତ ଚୀନ୍ ଦ୍ରବ୍ୟକୁ ବୟକଟ୍ କରିବାକୁ ବିଭିନ୍ନ ସୋଶାଲ୍ ମିଡିଆ ବ୍ୟବହାରକାରୀ ଅଭିଯାନ ଆରମ୍ଭ କରିଛନ୍ତି। ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ମାସୁଦ ଆଝାରକୁ ଆତଙ୍କୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରିଥିଲେ। ହେଲେ ଚୀନ୍ ମାସୁଦକୁ ଅହେତକୁ ଅନୁକମ୍ପା ଦେଖାଇ ଏହି ପ୍ରସ୍ତାବ […]
ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ରେଲୱେ ଷ୍ଟେସନ୍ ନିକଟରେ ଏକ ଫୁଟ୍ ଓଭରବ୍ରିଜ୍ ଭୁଶୁଡ଼ିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ପ୍ରାଣ ହରାଇଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୁମ୍ବାଇର ସବୁଠାରୁ ଜନଗହଳିପୂର୍ଣ୍ଣ ଏହି ଷ୍ଟେସନ୍ରେ ବ୍ରିଜ୍ର କ୍ଷମତାଠାରୁ ଅଧିକ ଲୋକ ଏହି ସମୟରେ ଏକାଠି ବ୍ରିଜ୍ ଉପରେ ଯିବାରୁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଉଛି ବୋଲି ମୁମ୍ବାଇ ପୁଲିସ୍ ପକ୍ଷରୁ […]
ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୧୫ ତାରିଖରେ ବରଗଡ଼ ଜିଲ୍ଲା ଗସ୍ତରେ ଆସିବେ। ବରଗଡ଼ ଉପକଣ୍ଠ ସରସରା ଗାଁରେ ସମାବେଶ ସ୍ଥଳ କରାଯିବାକୁ ନିଷ୍ପତ୍ତି ହୋଇଛି। ରାହୁଲଙ୍କ ସମାବେଶ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ତାଙ୍କ ଗସ୍ତ ପୂର୍ବରୁ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡ଼ିଶା ପ୍ରଭାରୀ ଟି.ଏସ୍. ସିଂଦେଓ ବରଗଡ଼ ପହଂଚି ସରସରା ଗାଁ ପଡିଆକୁ ଯାଇ ତଦାରଖ କରିଥିଲେ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାହୁଲ ଗାନ୍ଧୀଙ୍କ […]