• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଥିରୁବନ୍ତପୁରମ୍ : ମହିଳାଙ୍କ ସୁରକ୍ଷା ପାଇଁ କେରଲ ପୋଲିସର ନୂତନ ପଦକ୍ଷେପ । ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି କେରଳ ପୋଲିସ ପିଙ୍କ ସୁରକ୍ଷା ସେବା(Pink Protection Project) ଆରମ୍ଭ କରିଛି । ସର୍ବସାଧାରଣ ସ୍ଥାନ ତଥା ସାଇବର ଦୁନିଆରେ ମହିଳାଙ୍କୁ ସୁରକ୍ଷା ଯୋଗାଇବା ଏହି ପ୍ରକଳ୍ପର ଲକ୍ଷ୍ୟ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ।

ଲକଡାଉନରେ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି । ରାଜ୍ୟରେ ସରକାର ଆରମ୍ଭ କରିଥିବା ପିଙ୍କ ସୁରକ୍ଷା ସେବା ଯୋଜନା ଅନୁସାରେ ସ୍ୱତନ୍ତ୍ର ଭାବେ କାର ଏବଂ ଦୁଇ ଚକିଆ ଯାନକୁ ନିୟୋଜିତ କରାଯାଇଛି । କାରଗୁଡିକୁ ଗୋଲାପୀ ରଙ୍ଗରେ ସଜ୍ଜିତ କରାଯାଇଛି । ଏହି ପ୍ରୋଜେକ୍ଟ ପାଇଁ ୧୦ଟି କାର, ୪୦ଟି ଦୁଇ ଚକିଆ ଯାନ ଏବଂ ୨୦ଟି ବାଇସାଇକେଲ ମଧ୍ୟ ନିୟୋଜିତ କରାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ ଏହି ସେବାର ଶୁଭାରମ୍ଭ କରିଛନ୍ତି ।

ପାଟ୍ରୋଲିଂ ପାଇଁ ମହିଳା ପୋଲିସ କର୍ମୀଙ୍କୁ ନିଯୁକ୍ତ କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆାଯାଇଛି । ଏହି ସ୍ପେସିଅଲ ଡ୍ରାଇଭରେ ନିଯୁକ୍ତ ପୋଲିସ ନିୟମିତ ବ୍ୟବଧାନରେ ଫିଲ୍ଡ ଭିଜିଟ୍ କରି ମହିଳାଙ୍କୁ ଭେଟିବେ । ପଡ଼ୋଶୀ ତଥା ପଞ୍ଚାୟତ ସଦସ୍ୟଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଏଥିସହ ସେମାନଙ୍କ ଅଭିଯୋଗ ଅନୁଯାୟୀ କାର୍ଯାନୁଷ୍ଠାନ ନିଆଯିବ ବୋଲି କେରଳ ପୋଲିସ ପକ୍ଷରୁ କୁହାଯାଇଛି । ଏହି ପ୍ରୋଜେକ୍ଟରେ ୧୦ଟି ସେବାକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏହାପୂର୍ବରୁ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟକୁ ଯୌତୁକ ପ୍ରଥା ବିରୁଦ୍ଧରେ ଆଗେଇ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବିଶ୍ୱବିଦ୍ୟାଳୟରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିବାକୁ ପଡ଼ିବ । କଲେଜରୁ ଛାତ୍ରଛାତ୍ରୀ ଡିଗ୍ରୀ ନେବା ପୂର୍ବରୁ ଯୌତୁକ ନେବେ ନାହିଁ ବୋଲି ଏକ ବଣ୍ଡ୍ ସାଇନ୍ କରିବା ଜରୁରୀ ବୋଲି ରାଜ୍ୟପାଳ ପରାମର୍ଶ ଦେଇଥିଲେ ।

ଗତ ଶୁକ୍ରବାର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ରାଜ୍ୟପାଳଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଉ ଏଥିରେ ରାଜ୍ୟପାଳ କହିଛଥିଲେ, ସମାଜରୁ ଏହି କୁପ୍ରଥାକୁ ବିଲୋପ କରିବା ପାଇଁ ଶିକ୍ଷାନୁଷ୍ଠାନରୁ ପ୍ରୟାସ ଆରମ୍ଭ ହେବା ଉଚିତ । ଯୌତୁକ ପ୍ରଥା ରୋକିବାକୁ ତଥା ଛାତ୍ରଛାତ୍ରୀଙ୍କୁ ସେଚତନ କରିବାକୁ ସମସ୍ତ କୁଳପତିଙ୍କୁ ଏକ ବଣ୍ଡ ଦସ୍ତଖତ କରାଇବାକୁ ପରାମର୍ଶ ଦିଆଯାଇଥିଲା । ଯେଉଁମାନେ ଏହି ବଣ୍ଡରେ ଦସ୍ତଖତ କରିବେ, ସେମାନଙ୍କୁ ଛାତ୍ର ଡିଗ୍ରୀ ପ୍ରଦାନ କରାଯିବ। ”