ନୂଆଦିଲ୍ଲୀ: ତଥାକଥିତ ‘ପୁଞ୍ଜିବାଦ’ ବା କ୍ୟାପିଟାଲିଜମ ଭୟଙ୍କର ବିପଦ ମଧ୍ୟରେ ରହିଛି। କେବଳ ଏହାରି ପାଇଁ ହିଁ ଆଜି ଦେଶର ରାଜନୀତିକ ଓ ଅର୍ଥନୈତିକ ବ୍ୟବସ୍ଥା ଲୋକମାନଙ୍କୁ ସମାନ ସୁବିଧା ଓ ସୁଯୋଗରୁ ବଞ୍ଚିତ କରିଛି। ଗରିବକୁ ଆହୁରି ଗରିବ ଏବଂ ଧନୀକୁ ଅତ୍ୟଧିକ ଧନୀ ସଜେଇଥିବା ଏହି ପୁଞ୍ଜିବାଦ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏଭଳି କହିଛନ୍ତି। ୨୦୦୮ ମସିହା ପରଠାରୁ […]
ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲ୍ର ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିଶେଲ। ଅସ୍ଥାନା ତାଙ୍କୁ ଧମକାଉଥିବା ଅଭିଯୋଗ କରିଛନ୍ତି ମିଶେଲ। ଦିଲ୍ଲୀ କୋର୍ଟରେ ମିଶେଲ୍ ଦେଇଥିବା ବୟାନ୍ରେ କହିଛନ୍ତି ଯେ ଅସ୍ଥାନା ତାଙ୍କୁ ଦୁବାଇରେ ଭେଟିଥିଲେ। ଭାରତ ଫେରିଲେ ତାଙ୍କ ଜୀବନ ନର୍କ କରିଦେବେ ବୋଲି ଅସ୍ଥାନା ଧମକାଇଥିବା ମିଶେଲ୍ କୋର୍ଟରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଅସ୍ଥାନା ମିଶେଲର ପ୍ରତ୍ୟର୍ପଣ ଏବଂ ଅଗୁସ୍ତା ମାମଲାର […]
କୋଲକାତା: ୧୯ ନିର୍ବାଚନ ଲାଗି ପଶ୍ଚିମବଙ୍ଗରେ ସମସ୍ତ ୪୨ ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ତୃଣମୂଳ କଂଗ୍ରେସ। ତାଲିକାରେ ୧୦ ଜଣ ସିଟିଂ ଏମ୍ପିଙ୍କ ଟିକଟ କଟିଥିବା ବେଳେ ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛନ୍ତି ଦଳର ସୁପ୍ରିମୋ ମମତା ବାନାର୍ଜୀ। ଏମାନଙ୍କ ମଧ୍ୟରେ ଅଛନ୍ତି, ବଙ୍ଗଳା ଅଭିନେତ୍ରୀ ମିମି ଚକ୍ରବର୍ତ୍ତି, ନୁସରତ ଜାହାନଙ୍କ ଭଳି ସେଲେବ୍ରିଟି। ଟିକଟ କଟିଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଜଣାଶୁଣା ଐତିହାସିକ ପ୍ରଫେସର୍ ସୁଗତ ବୋଷ। […]
ନୂଆଦିଲ୍ଲୀ: ବାଜି ସାରିଛି ନିର୍ବାଚନୀ ବିଗୁଲ୍। ପ୍ରସ୍ତୁତ ହେଉଛି ରାଜନୈତିକ କ୍ଷେତ୍ର। ଚର୍ଚ୍ଚାରେ ରହିଛି ଦଳବଦଳ ରାଜନୀତି। ଆଜି କଂଗ୍ରେସରେ ମିଶିଛନ୍ତି ପାଟିଦାର ନେତା ହାର୍ଦ୍ଦିକ ପଟେଲ୍। ପାଟିଦାର ସଂରକ୍ଷଣ ଦାବି କରି ଚର୍ଚ୍ଚାକୁ ଆସିଥିବା ହାର୍ଦ୍ଦିକ ପଟେଲଙ୍କୁ କଂଗ୍ରେସ ଆଜି ହାର୍ଦ୍ଦିକ ସ୍ୱାଗତ କରିଛି। ଅହମଦାବାଦଠାରେ କଂଗ୍ରେସର ହାତ ଧରି ରାଜନୀତିର ମଇଦାନକୁ ଲମ୍ଫ ଦେଇଛନ୍ତି ଏହି ଯୁବ ନେତା। ଚର୍ଚ୍ଚା ହେଉଛି, ହାର୍ଦ୍ଦିକଙ୍କୁ ଜାମନଗର ଲୋକସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ କରିବ। ଯାହା […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ନିଜ ନିଜ ରଣନୀତି ପ୍ରସ୍ତୁତିରେ ସମସ୍ତ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି। ପୁଣି ଥରେ ଦିଲ୍ଲୀ ଗାଦି ଦଖଲ ପାଇଁ କଂଗ୍ରେସ କଡ଼ା କସରତ କରୁଛି। ଆଜି ଅହମ୍ମଦାବାଦରେ ଦଳ ଆୟୋଜନ କରୁଛି ଓ୍ୱାର୍କିଂ କମିଟି ବୈଠକ। ବୈଠକରେ ଆଗାମୀ ଲୋକସଭା ଏବଂ ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଦଳର ହାଇକମାଣ୍ଡ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ […]
ନୂଆଦିଲ୍ଲୀ: ଆଜି କଂଗ୍ରେସରେ ମିଶିବେ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ। ଏନେଇ ସେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗଦେବେ। ଅହମଦାବାଦରେ କଂଗ୍ରେସର ୱାର୍କିଂ କମିଟି ବୈଠକ ହେଉଥିବା ବେଳେ ହାର୍ଦ୍ଦିକଙ୍କ କଂଗ୍ରେସରେ ଯୋଗଦାନର ଅନେକ ଗୁରୁତ୍ୱ ରଖୁଛି। ହାର୍ଦ୍ଦିକ ଗୁଜରାଟର ଜାମନଗର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପ୍ରିଲ ୨୩ରେ ଗୁଜରାଟର ୨୬ଟି ଲୋକସଭା […]
ନୂଆଦିଲ୍ଲୀ; ଇଥିଓପିଆନ୍ ଏୟାରଲାଇନ୍ସର ବିମାନ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ସମେତ ୧୫୭ ଜଣ ଯାତ୍ରୀଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କତା ନିୟମାବଳୀ ଜାରି କରାଯାଇଛି। ବିଶେଷ କରି ବୋଇଂ-୭୩୭ ମାକ୍ସ ଏୟାରକ୍ରାଫ୍ଟ ପାଇଁ ଏହି ନିୟମାବଳୀ ଜାରି ହୋଇଛି। ବଜେଟ୍ କ୍ୟାରିଅର ସ୍ପାଇସ ଜେଟ୍ର ୧୨ଟି ଓ ଜେଟ୍ ଏୟାରେଓ୍ୱଜର୍ ୫ଟି ବିମାନର ଉଡ଼ାଣ ବନ୍ଦ ନ କରି ଡିଜିସିଏ ନୂଆ ନିୟମ କରିଛି। ନିୟମ ଅନୁସାରେ […]
ଇଥିଓପିଆ: ଇଥିଓପିଆ ବିମାନ ଦୁର୍ଘଟଣାରେ ମୃତ ୧୫୭ ଜଣଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଭାରତୀୟ। ଭରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୟୁଏନ୍ଡିପିରେ ଅବସ୍ଥାପିତ ଭାରତ କନସଲ୍ଟାଣ୍ଟ ଶିଖା ଗାର୍ଗ। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି ମୃତକଙ୍କ ପରିବାର ପ୍ରତି ସମବେଦନ ଜଣାଇଛନ୍ତି। ସେହିପରି ମୃତକଙ୍କୁ କିପରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ସେନେଇ ଇଥିଓପିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମସ୍ତ ପ୍ରକାର ସହାୟତା […]
ନୂଆଦିଲ୍ଲୀ: ସାଧାରାଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି। ଏଠାରେ କଂଗ୍ରେସ ଏନ୍ସିପି ସହ ଆସନ ବୁଝାମଣା କରିଥିବା ସୂଚନା ମିଳିଛି। ମହାରାଷ୍ଟ୍ରରେ କଂଗ୍ରେସ ୨୬ଟି ସଂସଦୀୟ କ୍ଷେତ୍ର ଲାଗି ପ୍ରାର୍ଥୀ ଦେବ। ବଳକା ୨୨ ଶିଟ୍ ସହଯୋଗୀ ଦଳକୁ ଦେବା ଲାଗି ସ୍ଥିର କରିଛି। ସେପଟେ ବିଭିନ୍ନ ଛୋଟ ଦଳ ସହ ଶିଟ୍ ବୁଝାମଣା ଲାଗି ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପଞ୍ଜାବର ଅମୃତସର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ କରିବା ଲାଗି ଦାବି କରିଛନ୍ତି ସ୍ଥାନୀୟ ନେତା। ହେଲେ ସେ ସେଠାରୁ ନିର୍ବାଚନ ଲଢିବା ଲାଗି ଇଚ୍ଛୁକ ନଥିବା ଜଣାପଡ଼ିଛି। ପୂର୍ବରୁ ୨୦୦୯ ମସିହାରେ ଏହି ଆସନରୁ ମନମୋହନଙ୍କୁ ପ୍ରାର୍ଥୀ ହେବା ଲାଗି ଅଫର ଆସିଥିଲା। ସେତେବେଳେ ମଧ୍ୟ ସେ ଏହାକୁ ଗ୍ରହଣ କରିନଥିଲେ। ମନମୋହନ ସିଂହ ୧୯୯୧ ମସିହାରୁ ଆସାମରୁ ରାଜ୍ୟସଭା ଲାଗି ନିର୍ବାଚିତ ହୋଇଆସୁଛନ୍ତି। ଜୁନ ୧୪ ତାରିଖରେ ତାଙ୍କ […]
ନୂଆଦିଲ୍ଲୀ: କଥାରେ ଅଛି, ‘ଯାହା ପୁଅକୁ ସାପ କାମୁଡ଼ିଛି, ତା’ ମାଆ ପାଳ ଦଉଡ଼ି ଦେଖିଲେ ଡରେ’। ଏହାର ଅର୍ଥ କେହି ନିଜର ଅତି ନିକଟ ସମ୍ପର୍କୀୟଙ୍କୁ ହରାଇଥିଲେ, ଘରର ମହିଳା ସଦସ୍ୟମାନେ ବିଚଳିତ ହୋଇପଡ଼ିଥାନ୍ତି। କିନ୍ତୁ ଏପରି ସ୍ଥିତିରେ ବିଚଳିତ ହେବା ବଦଳରେ ନିଜକୁ ପ୍ରସ୍ତୁତ କରି ଆଗକୁ ବଢ଼ିବାର ଦମ୍ଭ ଦେଖାଉଛନ୍ତି ଆମ ନାରୀ ସମାଜ। ଯାହା କରି ଦେଖାଇଛନ୍ତି ସଙ୍ଗୀତା ମଲ୍ଲ। ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ସ୍ୱାମୀ ସହିଦ ହୋଇଯିବା ପରେ […]
ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ସହ ରାଜ୍ୟ ରାଜନୀତି ପୂରା ଜୋର ଧରିଛି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ରାହୁଲଙ୍କ ମୋହର ବସାଇବାକୁ କଂଗ୍ରେସର ତୁଙ୍ଗନେତା ଦିଲ୍ଲୀରେ ଡେରା ପକାଇଛନ୍ତି। ଏପଟେ କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ବିଜେଡି ଆରମ୍ଭ କରିଛି ‘ହକ୍ ମାଗୁଛି ଓଡ଼ିଶା’ ଅଭିଯାନ। ବିଜେପି ମଧ୍ୟ ପଛରେ ପଡ଼ିନାହିଁ। ନବୀନ ସରକାର ବଦଳାଇବା ଆହ୍ୱାନରେ ଦଳର ‘ବିଜୟ ସଙ୍କଳ୍ପ’ ଅଭିଯାନ ଜାରି ରହିଛି। ଆଜି ବିଜେଡି ‘ହକ୍ ମାଗୁଛି ଓଡ଼ିଶା’ ଅଭିଯାନ ଆରମ୍ଭ କରିଛି। କେନ୍ଦ୍ରର […]
ନୂଆଦିଲ୍ଲୀ: ଗତ ଫେବୃଆରୀ ୧୪ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମୁଦାସିର ଅହମଦ ଖାନ୍ (୨୩) ନିହତ ହୋଇଛି। ଗତ ରାତିରେ ହୋଇଥିବା ଏନ୍କାଉଣ୍ଟରରେ ତା’ର ମୃତ୍ୟୁ ଘଟିଥିବା କୁହାଯାଉଛି। ମୁଦାସିର ଖାନ୍ ଜଣେ ଇଲେକ୍ଟ୍ରିସିଆନ୍ ଥିଲା। ସେ ଆଇଟିଆଇ କରିଥିଲା। ପୁଲୱାମାର ତ୍ରାଲରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ଗତ ରାତିରେ ସୁରକ୍ଷାକର୍ମୀ ଅପରେସନ୍ କରିଥିଲେ। ଏଥିସହ ପୂରା ଅଞ୍ଚଳକୁ କର୍ଡନ କରି ଯାଞ୍ଚ ଚାଲିଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ଗତକାଲି ହୋଇଥିବା ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଛନ୍ତି। ପୁଲୱାମାର ତ୍ରାଲ ଅଞ୍ଚଳରେ ଏହି ଏନ୍କାଉଣ୍ଟର ହୋଇଥିଲା। ତ୍ରାଲ୍ ଅଞ୍ଚଳର ଏକ ଘରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ରିପୋର୍ଟ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ। ପୂରା ଅଞ୍ଚଳକୁ କର୍ଡନ କରି ଯାଞ୍ଚ ଚାଲିଥିବା ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ। […]
ନୂଆଦିଲ୍ଲୀ: ଆଜି ସକାଳେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଉତ୍ତର ପଶ୍ଚିମ ବାମ୍ବୁ ଫ୍ଲାଟ୍ରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ସକାଳ ୬ଟା ୪୪ ମିନିଟ୍ରେ ଏହି ଝଟ୍କା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରହିଛି। ତେବେ ମୃଦୁ ଭୂମିକମ୍ପ ହୋଇଥିବାରୁ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି।