• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Kashmir-1
କେମିତି ଅଛି ଜମ୍ମୁ କଶ୍ମୀରର ପରିବେଶ ?

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସ୍ଥିତିର ସମୀକ୍ଷା କରିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍। ବର୍ତ୍ତମାନ ସୁଦ୍ଧା ଜାମ୍ମୁ ଓ କାଶ୍ମୀରର ସ୍ଥିତି ସ୍ୱାଭାବିକ ରହିଥିବା ଡୋଭାଲ କହିଛନ୍ତି। କେନ୍ଦ୍ରର ନିଷ୍ପତ୍ତିକୁ କଶ୍ମୀରବାସୀ ସ୍ୱାଗତ କରିଛନ୍ତି। ଜମ୍ମୁ-କଶ୍ମୀରରେ ପରବର୍ତ୍ତୀ ପଦକ୍ଷେପ ନେଇ ପ୍ରଶାସନ ଓ ସୁରକ୍ଷା ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଜମ୍ମୁ-କଶ୍ମୀରକୁ ବିଭକ୍ତ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳ ଗଠନ ଲାଗି ନିଷ୍ପତ୍ତି ହୋଇଥିବାରୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କରାଯାଉଛି। […]

  • Thursday, 22 July 2021
bus
ଘାଟିରୁ ଖସିପଡ଼ିଲା ବସ୍‌; ୭ ସ୍କୁଲ୍‌ ପିଲାଙ୍କର ଜୀବନ ଗଲା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ତେହରୀ ଗଡ଼ଓ୍ୱାଲ ଅଂଚଳରେ ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏଥିରେ ଆହତ ହୋଇଥିବା ପିଲାମନଙ୍କୁ ଡାକ୍ତରଖାନା ନିଆଯାଇଛି। ଖବର ଅନୁସାରେ, ୧୮ ଜଣ ସ୍କୁଲ୍‌ ପିଲାଙ୍କୁ ନେଇ ଭ୍ୟାନ୍‌ଟି ଯାଉଥିଲା। ଗାଡ଼ିଟି କାଂଗସାଲି ଅଂଚଳରେ ଯାଉଥିବା ବେଳେ ହଠାତ୍‌ ଡ୍ରାଇଭର୍‌ ଜଣକ ଗାଡ଼ି ଉପରେ ଭାରସାମ୍ୟ ରଖିପାରିନଥିଲେ। ଫଳରେ ଭ୍ୟାନ୍‌ଟି ଏକ ଖାଲ ମଧ୍ୟକୁ ଖସି ପଡ଼ିଥିଲା।

  • Thursday, 22 July 2021
jamu
ଧାରା-୩୭୦ ଉଚ୍ଛେଦକୁ ନେଇ ଜାତିସଂଘର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଜାତିସଂଘ ଚିନ୍ତା ପ୍ରକଟ କରିଛି। କଶ୍ମୀରକୁ ନେଇ ଭାରତର ପଦକ୍ଷେପ ପରେ ସୀମାରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ୍‌ ଦୁଜାରିକ। କଶ୍ମୀରରେ ପ୍ରତିବନ୍ଧ ପ୍ରସଙ୍ଗରେ ଜାତିସଂଘ ଅବଗତ ଅଛି। ଏହା ମାମଲାରେ ଜଡ଼ିତ ସମସ୍ତ ପକ୍ଷ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ଜାତିସଂଘ ମହାସଚିବଙ୍କ ମୁଖପାତ୍ର। ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଉଭୟ ଦେଶରେ ଜାତିସଂଘ ପକ୍ଷରୁ ମିଲିଟାରୀ ଅବଜରଭେସନ ଗ୍ରୁପ୍ […]

  • Thursday, 22 July 2021
jammu-kashmir-1565000124
ଉପରକୁ ଶାନ୍ତ କିନ୍ତୁ ଭିତରେ ଭିତରେ କୁହୁଳୁଛି କି ଜମ୍ମୁ-କଶ୍ମୀର ?

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ଉପରକୁ ସ୍ଥିତି ଶାନ୍ତ ଦେଖାଯାଉଥିଲେ ବି ଭିତରେ ଭିତରେ ଜନ ଅସନ୍ତୋଷ ଓ ରାଜନୈତିକ ଉଷ୍ଣତା ଥିବା ଅନୁମାନ କରାଯାଉଛି। ଗୃହବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍ ଅବଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କୁ ଗତକାଲି ଗିରଫ କରାଯାଇଛି। ଶ୍ରୀନଗର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଥିବାରୁ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। ଅଧିକ ଫୋର୍ସ ପଠାଇ ସୁରକ୍ଷା […]

  • Thursday, 22 July 2021
trumpd68c50
ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ଆମେରିକାର ନଜର

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରସଙ୍ଗରେ ଭାରତ ସରକାରଙ୍କ ପଦକ୍ଷେପ ଉପରେ ସତର୍କ ଦୃଷ୍ଟି ରଖିଛି ଆମେରିକା। ଜମ୍ମୁ-କାଶ୍ମୀରୁ ଧାରା ୩୭୦ ଉଚ୍ଛେଦକୁ ନେଇ କୌଣସି ଆପତ୍ତି ଉଠାଇନି ୟୁଏସ୍ଏ। ତେବେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ଆମେରିକା ବୈଦଶିକ ବିଭାଗ ମୁଖପାତ୍ର ମର୍ଗାନ ଅର୍ଟାଗସ। ଜମ୍ମୁ-କଶ୍ମୀର ବାସୀଙ୍କ ଅଧିକାରକୁ ସମ୍ମାନ ଏବଂ ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ […]

  • Thursday, 22 July 2021
delhi
ଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ; ୫ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ଜାକିରନଗର ଅଞ୍ଚଳରେ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ଏହି ଅଗ୍ନିକାଣ୍ଡରେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ୮ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ବି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଦିଲ୍ଲୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। […]

  • Thursday, 22 July 2021
19encounter2
ପାକିସ୍ତାନ ପଟୁ ବେଆଇନ୍‌ ଅନୁପ୍ରବେଶକାରୀଙ୍କୁ ବିନାଶ କରୁଛି ସେନା: ୫ ଟଳିଲେଣି

ନୂଆଦିଲ୍ଲୀ: ପାକିସ୍ତାନର ବର୍ଡର ଆକସନ୍‌ ଟିମ୍‌ ଏଲ୍‌ଓସି ଦେଇ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଥିବାବେଳେ ଭାରତୀୟ ଯବାନଙ୍କ ଘନ ଘନ ଆକ୍ରମଣ ଏହାକୁ ପଣ୍ଡ କରିଛି। ଏଥିରେ ୫ ଜଣ ଅନୁପ୍ରବେଶକାରୀ ନିପାତ ହୋଇଛନ୍ତି। କେରନ୍‌ ସେକ୍ଟରରେ ଏଭଳି ଘଟଣା ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ସେନା ପକ୍ଷରୁ କିଛି ଫଟୋ ମଧ୍ୟ ଜାରି କରାଯାଇଛି ଯେଉଁଥିରେ ଏହି ବେଆଇନ ଅନୁପ୍ରବେଶକାରୀମାନେ ଭାରତର ସୀମା ଭିତରେ ପଡ଼ିରହିଛନ୍ତି। ଗତ ୩୬ ଘଣ୍ଟା ଧରି ଜମ୍ମୁକଶ୍ମୀରରେ ସୁରକ୍ଷା କଡ଼ା […]

  • Thursday, 22 July 2021
HD-Kumaraswamy-1-750x400
ରାଜନୀତି ଛାଡ଼ିଦେବେ କୁମାରସ୍ୱାମୀ !

ହାସନ୍‌: ପୂର୍ବତନ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କହିଛନ୍ତି ସେ ରାଜନୀତି ଛାଡ଼ିବାକୁ ଚିନ୍ତା କରୁଛନ୍ତି। କଂଗ୍ରେସ ସହିତ ତାଙ୍କ ଦଳ ଜେଡିଏସ୍‌ର ମେଣ୍ଟ ସରକାର ଭାଙ୍ଗିବାର କିଛି ଦିନ ମଧ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ୧୪ ମାସର ଏହି ସରକାର ବିଧାନସଭାରେ ଆସ୍ଥା ଭୋଟ୍‌ରେ ପରାଜୟ ଲାଭ କରିବା ପରେ ଭାଙ୍ଗିଯାଇଥିଲା। ଏହା ପୂର୍ବରୁ ବେଶ୍ କିଛି ସପ୍ତାହ ଧରି କର୍ଣ୍ଣାଟକାରେ ରାଜନୀତିକ ସଙ୍କଟ ଲାଗି ରହିଥିଲା। ସେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଏସବୁରୁ ଦୂରେଇ […]

  • Thursday, 22 July 2021
kashmir
ସେନା ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସାପୋରରେ ଆଜି ଭୋରରୁ ଆରମ୍ଭ ହୋଇଥିବା ସେନାର ଅପରେସନକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୨ଜୈସ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଦୁଇ ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ଏକେ ରାଇଫଲ ସମେତ ବହୁ ମାରଣାସ୍ତ୍ର ଜବତ ହୋଇଛି। ଏହି ଅପରେସନରେ ଜଣେ ସେନା ଯବାନ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଯବାନଙ୍କ ଅବସ୍ଥା ସ୍ଥିର ରହିଥିବା ସେନା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ସୋପିଆନରେ ସେନା ଏନକାଉଣ୍ଟରରେ […]

  • Thursday, 22 July 2021
ff
ଝଡ଼ ପୂର୍ବର ନିରବତା ଏବେ କଶ୍ମୀରରେ; ଫେରୁଆସୁଛନ୍ତି ପର୍ଯ୍ୟଟକ, ନିଜ ଦେଶର ପର୍ଯ୍ୟଟକଙ୍କୁ ଫେରିଯିବାକୁ କହିଲେଣି ବ୍ରିଟେନ୍‌ ଓ ଜର୍ମାନୀ

ଶ୍ରୀନଗର: ବ୍ୟାପକ ସୁରକ୍ଷାକର୍ମୀ ନିୟୋଜନ, ସରକାରଙ୍କ ନିର୍ଦ୍ଦେଶ ଏବଂ ଜମ୍ମୁକଶ୍ମୀରର ଆଞ୍ଚଳିକ ଦଳଙ୍କ ଚେତାବନୀ ଭିତରେ ବିଭିନ୍ନ ଆଶଙ୍କା ମଧ୍ୟରେ ରହିଛନ୍ତି କଶ୍ମୀରବାସୀ। ଆଗକୁ କ’ଣ ପଦକ୍ଷେପ ରହିବ ଏବଂ କାହିଁକି ଏପରି ମିଲିଟାରୀ ଆୟୋଜନ, ସେନେଇ କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ଅନ୍ୟପକ୍ଷରେ ସମ୍ଭାବ୍ୟ ଅଘଟଣ ନେଇ ସରକାରଙ୍କ ସତର୍କବାଣୀ ପରେ କଶ୍ମୀର ଛାଡ଼ିବାକୁ ବ୍ୟାକୁଳ ହେଉଥିବା ପର୍ଯ୍ୟଟକ ଏବଂ ଅମରନାଥ ଶ୍ରଦ୍ଧାଳୁ ଘରକୁ ଫେରିବାକୁ ସମସ୍ତ ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଅନ୍ୟପକ୍ଷେ, […]

  • Thursday, 22 July 2021
cv
ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ଓବିସି ବିଜେପି ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ଓବିସି କମିଶନ୍ ନିଯୁକ୍ତି ଦାବି ନେଇ ଓବିସି ବିଜେପି ମୋର୍ଚ୍ଚା ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି। ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋତ୍ସାହନ ରାଶୀ, ଚାକିରୀରେ ୨୭ ପ୍ରତିଶତ ସଂରକ୍ଷଣ ଭଳି ୫ଟି ଦାବି ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛି ବିଜେପି ମୋର୍ଚ୍ଚା। ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱାଧୀନ ୫ ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି।

  • Thursday, 22 July 2021
Ravish-Kumar
ସାମ୍ବାଦିକ ରବୀଶ କୁମାର ପାଇବେ ‘ରେମନ ମ୍ୟାଗସେସେ’ ଆଓ୍ୱାର୍ଡ୍

ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ୱାଦିକ ରବୀଶ କୁମାରଙ୍କୁ ମିଳିବ ‘ରେମନ ମ୍ୟାଗସେସେ ଆଓ୍ୱାର୍ଡ୍’। ୨୦୧୯ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ ହେବେ ଏନଡିଟିଭି ଇଣ୍ଡିଆର ମ୍ୟାନେଜିଂ ଏଡିଟର। ହିନ୍ଦୀ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କର ପ୍ରଭାବୀ ଯୋଗଦାନ ପାଇଁ ତାଙ୍କୁ ଚୟନ କରାଯାଇଛି। ଏହି ସମ୍ମାନ ଜଣେ ସାମ୍ୱାଦିକଙ୍କ ପାଇଁ ବଡ଼ କାରଣ ‘ ରେମନ ମ୍ୟାଗସେସେ’ ଆୱାର୍ଡକୁ ଏସିଆର ନୋବେଲ ପୁରସ୍କାର ବୋଲି କୁହାଯାଏ। ଏହି ପୁରସ୍କାର ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରେମନ ମାଗସେସେଙ୍କ ନାମରେ ନାମିତ […]

  • Thursday, 22 July 2021