• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

congress
“ସ୍କୁଲ ଖୋଲିଲ କିନ୍ତୁ ସୁରକ୍ଷା ବ୍ୟବସ୍ଥା କରିବ କିଏ”

ତେଣୁ କାଳବିଳମ୍ବ ନକରି ଯଥାଶୀଘ୍ର ଟିକାକରଣ କରାଯିବାକୁ କଂଗ୍ରେସ ଦାବି କରିଛି। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ାକୁ କଂଗ୍ରେସ ସ୍ୱାଗତ କରୁଛି କିନ୍ତୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିରାପତ୍ତା ପ୍ରତି ସରକାର ଦୃଷ୍ଟି ଦେଇନାହାନ୍ତି ଯାହାକୁ ନେଇ କଂଗ୍ରେସ ଚିନ୍ତାବ୍ୟକ୍ତ କରୁଥିବା ଦଳୀୟ ନେତା କହିଛନ୍ତି।

maharashtra rain
ବର୍ଷା ନେଲାଣି ୧୫୦ ଜୀବନ: ଆହୁରି ବଢିବାରେ ମୃତକଙ୍କ ସଂଖ୍ୟା

କେବଳ ରାୟଗଡ଼ ଜିଲ୍ଲାରେ ୬୫ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି। ଆଉ ପୂରା ମହାରାଷ୍ଟ୍ରରେ ୧୫୦ ଲୋକଙ୍କ ଜୀବନ ଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ବେସରକାରୀ ହିସାବରେ ଏହାର ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ ବରଂ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପାଖାପାଖି ୫୦ ଜଣ ଆହତ ମଧ୍ୟ ହୋଇଛନ୍ତି।

Yediyurappa
କୌଣସି ବିଜେପି ନେତା ୫ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇପାରିନାହାନ୍ତି କର୍ଣ୍ଣାଟକରେ: ଜାଣନ୍ତୁ ପୂରା ଘଟଣା...

ଏସ୍‌  ନିଜଲିଙ୍ଗପ୍ପା (୧୯୬୨-୬୮),ଡ଼ି ଦେବରାଜ ଉର୍ସ (୧୭୭୨-୧୯୭୭) ଏବଂ ସିଦ୍ଧରମେୟା(୨୦୧୩-୨୦୧୮) ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନେ ସମସ୍ତେ କଂଗ୍ରେସର ନେତା ଥିଲେ କିନ୍ତୁ ଜେଡ଼ିଏସ୍‌ କିମ୍ବା ବିଜେପିର କୌଣସି ନେତା ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିଜର କାର୍ଯ୍ୟକାଳ ସମାପନ କରିନାହାନ୍ତି

dharmendra pradhan
କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏଠାରେ କହିରଖୁଛୁ ଯେ, ଉଷ୍ମ ହେବାରେ ଲାଗିଛି କର୍ଣ୍ଣାଟକ ରାଜନୀତି। ଆଜି ବିଧିବଦ୍ଧ ଭାବରେ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କୁହାଯାଉଛି, ଏଥର ଜଣେ ଯୁବବର୍ଗଙ୍କ ହାତରେ ଦାୟିତ୍ୱ ଦିଆଯିବ। ବିଜେପି ଦଳର ରାଷ୍ଟ୍ର ନେତା ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ୍‌ ଶାହା ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ରୁଦ୍ଧଦ୍ୱାର ବୈଠକ କରୁଥିବା ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

kulabhushan
କୁଳଭୂଷଣଙ୍କ ପାଇଁ ତୃତୀୟଥର କନ୍‌ସୁଲାର୍ ଆକ୍‌ସେସ୍ ଦେଲା ପାକିସ୍ତାନ

ଇସ୍‌ଲମାବାଦ: ଗୋଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ବନ୍ଦୀଥିବା କୁଳଭୂଷଣଙ୍କ ପାଇଁ ତୃତୀୟ କନ୍‌ସୁଲାର୍ ଆକ୍‌ସେସ୍ ଦେଇଛି ପାକିସ୍ତାନ। ବିନା ପାକିସ୍ତାନ କର୍ମଚାରୀରେ କୁଳଭୂଷଣକୁ କନସୁରାଲ ଆକ୍‌ସେସ୍‌ ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ। ତୃତୀୟ କନସୁଲାରରେ ସାକ୍ଷାତ ବେଳେ କୌଣସି ପାକିସ୍ତାନୀ କର୍ମଚାରୀ ରହିବେ ନାହିଁ ବୋଲି ପାକ୍‌ କହିଛି। ପାକିସ୍ତାନ ଗତକାଲି କୁଳଭୂଷଣ ପାଇଁ ଦ୍ୱିତୀୟଥର କନ୍‌ସୁଲାର ଅକ୍‌ସେସ୍‌ ଦେଇଥିଲା। କିନ୍ତୁ ମୁକ୍ତଭାବେ କନ୍‌ସୁଲାର ଦେଇନଥିବାରୁ ଆନ୍ତର୍ଜାତୀୟ ଟ୍ରିବ୍ୟୁନାଲର ରାୟକୁ ଉଲ୍ଲଂଘନ କରିଥିବା ଅଭିଯୋଗ […]

  • Monday, 26 July 2021
rahul
କାହିଁକି ଭାରତ ଉପରେ ରାଗିଲା ଚାଇନା, ଭିଡିଓ ଜାରି କରି କାରଣ କହିଲେ ରାହୁଲ୍

ନୂଆଦିଲ୍ଲୀ: ସୀମାରେ ଭାରତ ବିରୋଧରେ ଚାଇନାର ଆକ୍ରମଣାତ୍ମକ ମନୋଭାବକୁ ନେଇ  ପ୍ରତିକ୍ରିୟ ରଖି ପୁଣିଥରେ ମୋଦି ସରକାରଙ୍କୁ ଦୋଷ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ତା ସହିତ ଦେଶର ଅର୍ଥନୀତି, ବିଦେଶନୀତି ଓ ପଡ଼ୋଶୀ ସହିତ ଭାରତର ସମ୍ପର୍କକୁ ନେଇ ସେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଏସମ୍ପର୍କିତ ଏକ ଭିଡିଓ ଜାରି କରି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ। ବିଗତ ୬ ବର୍ଷ ହେବା ଏସବୁ ନଷ୍ଟ ହୋଇଛି। ଯାହାର ପରିଣାମ ସ୍ୱରୂପ […]

  • Monday, 26 July 2021
jammu-ashmi
ଉଦ୍ଧାର ହେଲେ ଅପହୃତ ବିଜେପି ନେତା

ଶ୍ରୀନଗର: ଅପହରଣ ହୋଇଥିବା ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ମେହରାଜ୍-ଉଦ୍‌-ଦିନ୍ ମଲ୍ଲାଙ୍କୁ ଉଦ୍ଧାର ହୋଇଛନ୍ତି। ପୁଲିସ୍ ଅଧିକାରୀଙ୍କ କହିବାନୁଯାଇ ସୁରକ୍ଷା କର୍ମୀ ଓ ଜାମ୍ମୁ ଓ କାଶ୍ମୀର ପୁଲିସର ମିଳିତ ଅପରେସନ୍‌ରେ ମଲ୍ଲାଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ମେହରାଜ୍‌ ବୁଧବାର ସକାଳେ କେଉଁ ଆଡ଼େ ଯାଉଥିବା ବେଳେ ବାରମୁଲ୍ଲା ଜିଲ୍ଲା ରାଫିଆବାଦର ମାରାଜିଗୁଣ୍ଡ ଅଞ୍ଚଳରେ ଦୁର୍ବୃତ୍ତମାନେ ଆସି ତାଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ। ଏହାପରେ ସୁରକ୍ଷା କର୍ମୀ ଓ ଜାମ୍ମୁ-କାଶ୍ମୀର ପୁଲିସର ମିଳିତ […]

  • Monday, 26 July 2021
SUNITA-1
ସୁନିତା ଯାଦବ କହିଲେ, ମୋତେ କେହି ଡରାଇ ପାରିବେ ନାହିଁ, ମୁଁ କାହା ବାପାକୁ ଡରିନି

ଗାନ୍ଧିନଗର: ମୋତେ କେହି ଡରାଇ ପାରିବେ ନାହିଁ। ମୁଁ କାହା ବାପାକୁ ଡରିନି। ଏହା କହିଛନ୍ତି ସୁନିତା ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିଥିବା ମନ୍ତ୍ରୀଙ୍କ ପୁଅଙ୍କୁ ଆଇନ୍‌ର ପାଠ ପଢ଼ାଇ ଚର୍ଚ୍ଚାରେ ଅଛନ୍ତି ଗୁଜରାଟ ପୋଲିସର ଲୋକ ରକ୍ଷକ ଅଧିକାରୀ ସୁନୀତା ଯାଦବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାର ମାତ୍ର ୧୦ ପ୍ରତିଶତ ସାମ୍ନାକୁ ଆସିଛି। ଆହୁରି ୯୦ ପ୍ରତିଶତ ଆସିବା ବାକି ଅଛି। ଘଟଣା ସମ୍ପର୍କରେ ସୁନୀତା କହିଛନ୍ତି ଯେ ସେଦିନ ତାଙ୍କ […]

  • Monday, 26 July 2021
sachin
ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବା ପରେ କ'ଣ ହେବ ସଚିନ୍ ପାଇଲଟ୍‌ଙ୍କ ପରବର୍ତ୍ତୀ ପଦକ୍ଷେପ?

ଜୟପୁର: ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ କଂଗ୍ରେସ ମୁଖ୍ୟ ପଦରୁ ବିଦା ହେବା ପରେ କଣ ହେବ ସଚିନ୍ ପାଇଲଟ୍‌ଙ୍କ ପରବର୍ତ୍ତୀ ପଦକ୍ଷେପ? ଏହି କଳ୍ପନାଜଳ୍ପନା  ଭିତରେ ଆଜି ପାଇଲଟ ସ୍ପଷ୍ଟ କରିଛନ୍ତି ଯେ, ସେ ବିଜେପିରେ ଯୋଗ ଦେଉନାହାନ୍ତି। ଯଦିଓ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଅଧିକ ଖୁଲାସା କରିବାର ଥିଲା, କିନ୍ତୁ ଶେଷ ମୂହୁର୍ତ୍ତରେ ତାହା ବାତିଲ ହୋଇଥିଲା। ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଇ ନୋଟିସ […]

  • Monday, 26 July 2021
student-skill-devlopment
ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବେ ଆଇଟି କମ୍ପାନୀ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବେ ଆଇଟି କଂପାନୀ। ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କର ଦକ୍ଷତା ବିକାଶ କରାଇବାରେ କଂପାନିମାନେ ସହାୟକ ହେବେ। ଏଥିଲାଗି ଯୁବ ଦକ୍ଷତା ବିକାଶ ଦିବସ ଅବସରରେ ୪ଟି ଆଇଟି କଂପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ୩୦ ପ୍ରତିଶତ ଛାତ୍ରୀ ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ଆଡମିଶନ ପାଇଁ ଲକ୍ଷ୍ୟ […]

  • Monday, 26 July 2021
sunita-yadav
ମନ୍ତ୍ରୀଙ୍କ ପୁଅଙ୍କୁ ଆଇନ୍‌ର ପାଠ ପଢ଼ାଇଥିବା ସୁନିତା ଯାଦବ ପୁଣି ଚର୍ଚ୍ଚାରେ

ଗାନ୍ଧିନଗର: ଆଇପିଏସ ଅଫିସର ହେବାକୁ ଚାହୁଁଛନ୍ତି ଗୁଜରାଟର ଚର୍ଚ୍ଚିତ ମହିଳା କନଷ୍ଟେବଳ ସୁନୀତ ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିବା ଅଭିଯୋଗରେ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅକୁ ଅଟକାଇ ଚର୍ଚ୍ଚାରେ ଥିବା ଏହି ମହିଳା କନେଷ୍ଟବଳ ନିଜକୁ ଆଇପିଏସ ପଦରେ ଦେଖିବାକୁ ଇଛା ପ୍ରକାଶ କରିଛନ୍ତି। ଏପରିକି ସିଭିଲ ସର୍ଭିସ ପ୍ରସ୍ତୁତି ପାଇଁ ସେ ଚାକିରିରୁ ଇସ୍ତଫା ଦେବା ନେଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସେ ସୁରତ ପୋଲିସ କମିଶନରଙ୍କୁ […]

  • Monday, 26 July 2021