• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cyber fraud
KYC ଅପଡେଟ୍ ବାହାନାରେ ଲୁଟି ନେଲେ ୬୦ ହଜାର ଟଙ୍କା

ଭୁବନେଶ୍ୱର: KYC ଅପଡେଟ୍ କରିବା ବାହାନାରେ ଲୁଟି ନେଲେ ୬୦ ହଜାର ଟଙ୍କା । ଲୁଟର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଶିକ୍ଷୟିତ୍ରୀ । ଫୋନ୍ ଓ ବ୍ୟାଙ୍କ ଆକାଉଣ୍ଟ ବ୍ଲକ ହୋଇ ଯାଇଥିବା କହି ସାଇବର ଠକ, ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ…

dead-body
ବନ ବିଭାଗ ହେପାଜତରେ ମୃତ୍ୟୁ ! ମେଡିକାଲରେ ଉତ୍ତେଜନା

ବାଲୁଗାଁ: କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ବାଣପୁର ମେଡିକାଲରେ। ଗତକାଲି ରାତିରେ ବନ ବିଭାଗର ପାଟ୍ରୋଲିଂ ବେଳେ କାଠଚୋର ସନ୍ଦେହରେ ଜଣେ ବ୍ୟକ୍ତି ଧରାପଡ଼ିଥିଲେ। ତାଙ୍କୁ ଟାମଣା ପାହାଡ଼ରୁ ଧରି ବନ ବିଭାଗ କର୍ମଚାରୀ ବିଟ୍ ହାଉସ୍ ନେଇଥିଲେ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୂଳ ନିକଟ ଗୋଲଗାଁର ବଳଭଦ୍ର ବେହେରା ବୋଲି ଜଣାପଡ଼ିଥିଲା। କୌଣସି କାରଣରୁ ବଳଭଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ ହେବା ପରେ ହସ୍ପିଟାଲରେ […]

  • Friday, 02 July 2021
mock
ସୁନାମି ମୁକାବିଲା ପାଇଁ ମକଡ୍ରିଲ୍, ୬ ଜିଲ୍ଲା ସାମିଲ

ଭୁବନେଶ୍ୱର: ସୁନାମି ମୁକାବିଲା ପାଇଁ ମକଡ୍ରିଲ୍। ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ ଭର୍ଚୁଆଲ୍ ମକ୍‌ଡ୍ରିଲ୍‌ର ଆୟୋଜନ ହୋଇଛି। ପୂର୍ବ ଉପକୂଳ ଓ ଆଣ୍ଡାମାନ ସାଗରରେ ଭର୍ଚୁଆଲ୍ ମକଡ୍ରିଲ୍‌ କରାଯାଇଛି। ମକଡ୍ରିଲ୍ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଏହି ମକଡ୍ରିଲ୍‌ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲା ସାମିଲ୍ ହୋଇଥିଲେ। ୬ ଜିଲ୍ଲାର ଜିଲ୍ଲାପାଳ, ଏଡିଏମ୍, ବିଡିଓ, ତହସିଲଦାର ଓ ସରପଞ୍ଚ ସାମିଲ୍ ହୋଇଥିଲେ। ସୁନାମି ସଂପର୍କିତ ତଥ୍ୟ ଗାଁରେ କିପରି […]

  • Friday, 02 July 2021
Capture 8
ବଂଶଧାରା ନଦୀରେ ନେରେଡ଼ି ବ୍ୟାରେଜ, ପ୍ରଭାବିତ ଅଞ୍ଚଳବାସୀଙ୍କୁ ଭେଟିଲା ବିଜେପି ଟିମ୍‌

ଆନ୍ଧ୍ରପ୍ରଦେଶରେ ବଂଶଧାରା ନଦୀ ଉପରେ ହେବାକୁ ଥିବା ନେରେଡ଼ି ବ୍ୟାରେଜ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି ବିଜେପି ଟିମ୍ । ଏହି ଅବସରରେ ବିଜେପି ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ କାଶୀନଗର ବ୍ଲକର ୩ଟି ଗାଁ ପରିଦର୍ଶନ…

rape
ନାବାଳିକାକୁ ୨୨ ଦିନ ଧରି ଘରେ ରଖି ଦୁଷ୍କର୍ମ !

କଟକ: ନାବାଳିକାକୁ ୨୨ ଦିନ ଧରି ଘରେ ରଖି ଦୁଷ୍କର୍ମ। ଏଭଳି ଅଭିଯୋଗ ହୋଇଛି କଟକ ଚାଉଳିଆଗଞ୍ଜ ଥାନାରେ। ଅଭିଯୋଗ ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକା ମାସେ ତଳେ ଘରୁ ରାଗି ପଲାଇ ଆସିଥିଲେ।ପରିବାର ଲୋକେ କୌଣସି କାରଣରୁ ଗଣ୍ଡଗୋଳ ଏବଂ ମାରପିଟ୍ କରିବା ପରେ ସେ କଟକ ସ୍ଥିତ ପ୍ରଫେସରପଡ଼ାରେ ରହୁଥିବା ବଡ଼ଭଉଣୀ ଭିଣୋଇଙ୍କ ଘରେ ରହୁଥିଲା। ସେମାନେ ମଧ୍ୟ ଗାଳିଗୁଳଜ କରି ଘରଛାଡ଼ି ଚାଲିଯିବାକୁ ଧମକ ଦେବାରୁ ସେ ଘରଛାଡ଼ି […]

  • Friday, 02 July 2021
bjd
ବାଲେଶ୍ୱର ବିଜେଡିରେ ବିଦ୍ରୋହ ଭଳି ସ୍ଥିତି !

ଭୁବନେଶ୍ୱର: ବିକ୍ଷୋଭ, ପାଟିତୁଣ୍ଡ ଆଉ ନାରାବାଜି। ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ସମର୍ଥକ। ବାଲେଶ୍ୱର ଉପନିର୍ବାଚନ ପାଇଁ ବିଜେଡି, ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ ଘୋଷଣା କରିବାପରେ ଉପୁଜିଛି ଏଭଳି ସ୍ଥିତି। ଗତକାଲି ବିଳମ୍ବିତ ରାତି ଯାଏଁ ରବୀନ୍ଦ୍ରଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଆଜି ମଧ୍ୟ ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ଦଳୀୟ ନେତା ଓ କର୍ମୀମାନେ ଆସି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ବରୁପଙ୍କୁ ପରିବର୍ତ୍ତନ କରି ରବୀନ୍ଦ୍ର ଜେନା […]

  • Friday, 02 July 2021
ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ବାଲେଶ୍ୱର: ଭାରସାମ୍ୟ ହରାଇ ଧାନ ବିଲକୁ ଯାତ୍ରୀବାହୀ ବସ୍‌ ଓଲଟିଲା ପଡ଼ିବା ଫଳରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଡିଗିରିବାହୀ ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି କଷାଫଳ ମୁହାଣରୁ ବାଲେଶ୍ୱର ଆସୁଥିଲା। ଏହି ସମୟରେ ବସ୍‌ଟି ଭାରସାମ୍ୟ ହରାଇ ଡିଗିରିବାହୀ ଛକ ନିକଟରେ  ଓଲଟି ପଡ଼ିଥିବା ସୂଚନା ମିଳିଛି। ଆହତ ୫ ଯାତ୍ରୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଅଛନ୍ତି।ବସ୍‌ରେ ୨୦ଜଣ […]

  • Friday, 02 July 2021
rain
ବର୍ଷା ସହ ବଜ୍ରପାତ ଆଶଙ୍କା: ଦିନ ୧୧ଟା ଯାଏ ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେଆଜି କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କନ୍ଧମାଳ, ବୌଦ୍ଧ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ରାୟଗଡ଼ା, ଯାଜପୁର, ସୁବର୍ଣ୍ଣପୁର, ମୟୂରଭଞ୍ଜ, ଭଦ୍ରକ, ଅନୁଗୁଳ, ସମ୍ବଲପୁର, ନୟାଗଡ଼, ଗଞ୍ଜାମ,ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାବାସୀଙ୍କୁ ଆଜି ଦିନ ୧୧ଟା ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ […]

  • Friday, 02 July 2021
lighting 1
ବଜ୍ରପାତ ନେଲା ୨ ଜୀବନ

ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଡିହଗାଁରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ମୃତକ ଦ୍ୱୟ ହେଲେ- ଆଶାଲତା ସାହୁ ଓ ଉଦୟନାଥ ପ୍ରଧାନ। ଆଜି ସକାଳେ ବଜ୍ରପାତରେ ଆଶାଲତା ଓ ଉଦୟନାଥ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

  • Friday, 02 July 2021
loot
ୟୁଟ୍ୟୁବ୍‌ରୁ ଶିଖି ଲୁଟ୍‌ ପାଇଁ ଆସିଥିଲେ,‌ ହେଲେ...

କଟକ: କାମ କଲାନି ୟୁଟ୍ୟୁବ୍‌ ବିଦ୍ୟା। ଫେଲ୍‌ ମାରିଲା ଏଟିଏମ୍‌ରୁ ଲୁଟ୍ ଉଦ୍ୟମ। ଶେଷରେ ପୋଲିସ ହାତରେ ଧରା ପଡ଼ିଲା ଲୁଟେରା। ଏଭଳି କିଛି ଘଟଣା ଘଟିଛି କଟକରେ। ସୂଚନା ଅନୁସାରେ, ଗତ ରବିବାର ରାତିରେ କଟକ ଗଣ୍ଡରପୁରରେ ଥିବା ଏକ ଏଟିଏମ୍‌ରୁ ଜଣେ ଯୁବକ ଲୁଟ୍‌ ପାଇଁ ଆସିଥିଲେ। ଲୁଟ୍‌ ପାଇଁ ଯୁବକ ଜଣକ ୟୁଟ୍ୟୁବ୍‌ରୁ ଚୋରି ବିଦ୍ୟା ଶିଖିଥିଲେ ଓ ଏହାକୁ ସେ ପ୍ରୟୋଗ ମଧ୍ୟ କରିଥିଲେ। ଏଟିଏମ୍ ମେସିନ କାଟିବାକୁ ସେ ଏକ […]

  • Friday, 02 July 2021
bus
ବସ୍‌ ମାଲିକଙ୍କୁ ୫ ଲକ୍ଷ ୬୬ ହଜାର ଟଙ୍କା ଫାଇନ୍‌

ଭୁବନେଶ୍ୱର: ଏକ ଯାତ୍ରୀବାହୀ ବସ୍‌ର ମାଲିକଙ୍କୁ ୫,୬୬,୯୮୧ ଟଙ୍କା ଫାଇନ୍‌ କରାଯାଇଛି। ୨୦୧୯ ମେ’ରୁ ଏଯାଏ MV ଟ୍ୟାକ୍ସ ଦିଆଯାଇ ନ ଥିବାରୁ RTO-୨ ଭୁବନେଶ୍ୱର ଏହି ଜରିମାନା କରିଥିବା ସୂଚନା ମିଳିଛି। ବସ୍‌ଟି(OD10 F0409) କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା। ବସ୍‌ଟିର ବୈଧ ଷ୍ଟେଜ୍‌ କ୍ୟାରେଜ୍ ପରମିଟ୍ ନ ଥିବା ମଧ୍ୟ ସୂଚନା ମିଳିଛି। ଏ ନେଇ RTO-୨ ଭୁବନେଶ୍ୱର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। A bus no. OD10F0409 plying from […]

  • Friday, 02 July 2021
କୋଇଲା ଦୁର୍ନୀତି ମାମଲା: ୨୬କୁ ଘୁଞ୍ଚିଲା ଦିଲୀପ ରାୟଙ୍କ ଦଣ୍ଡବିଧାନ

ଭୁବନେଶ୍ୱର: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ ଶୁଣାଣି ଆସନ୍ତା ୨୬ ତାରିଖକୁ ଘୁଞ୍ଚିଛି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ କୋର୍ଟରେ ହାଜର ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍ ଭାରତ ପରାଶର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ହାଜିରା ବେଳେ କୋଭିଡ୍ ୧୯ ଗାଇଡ୍‌ଲାଇନ୍‌ ପାଳନ ନେଇ ମଧ୍ୟ ଧ୍ୟାନ ରଖିବାକୁ କୋର୍ଟ କହିଛନ୍ତି। ୧୯୯୯ ମସିହାର କୋଇଲା ଖଣି ଆବଣ୍ଟନ […]

  • Friday, 02 July 2021
thunder
୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡ଼ିଶା ଉପରୁ ଅବପାତ ପ୍ରଭାବ ଯାଇଥିଲେ ତେବେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। କାଲି ଯାଏ ପ୍ରବଳ ବର୍ଷିବ। ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ବର୍ଷା ସମ୍ଭାବନା ନେଇ କାଲି ପର୍ଯ୍ୟନ୍ତ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା- ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର। ସେହିପରି ଘଡ଼ଘଡ଼ି ଏବଂ ବଜ୍ରପାତ ନେଇ ଆଉ ୬ ଜିଲ୍ଲାକୁ ସତର୍କ […]

  • Friday, 02 July 2021
ganjam
ଭାସିଗଲା ପୋଲ, ବର୍ଷାରେ ବେହାଲ୍‌ ଗଞ୍ଜାମ ସ୍ଥିତି

ବ୍ରହ୍ମପୁର: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା। ସବୁଠୁ ବେଶୀ ପ୍ରଭାବିତ ହୋଇଛି ଗଞ୍ଜାମ ଓ ଗଜପତି ଜିଲ୍ଲା। ତେବେ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଗୋକୁଳପୁର ନିକଟରେ ପଦ୍ମା ନଦୀର ପୋଲ ଭାସିଯାଇଛି। ଏଥିଯୋଗୁଁ ୧୦ଖଣ୍ଡ ଗାଁର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ପୋଲ ପାରି ହେଉଛନ୍ତି। ଗୋକୁଳପୁର ଠାରୁ ଡୁମ୍ବୁଳା ଗାଁକୁ ସଂଯୋଗ କରୁଥିବା ଏକ ପୋଲ ଭାସି ଯାଇଥିବାରୁ ଲୋକମାନେ ନାହିଁ ନଥିବା […]

  • Friday, 02 July 2021
high-court
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ହାଇକୋର୍ଟଙ୍କ ଉତ୍ତର ଅପେକ୍ଷାରେ କେନ୍ଦ୍ର

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ। କେନ୍ଦ୍ର ସରକାରଙ୍କ ପାଖରେ ଏ ନିଷ୍ପତ୍ତି ଅଟକି ନାହିଁ। ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ କେନ୍ଦ୍ର ସରକାର ଅପେକ୍ଷା କରିଛନ୍ତି। ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଦୁଇଟି ବେଞ୍ଚ୍ ପ୍ରତିଷ୍ଠାପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ନିକଟରୁ ପ୍ରସ୍ତାବ ମିଳିବା ପରେ କେନ୍ଦ୍ର ସରକାର […]

  • Friday, 02 July 2021
mao-stuff-seized
ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଦନ୍ତେୱାଡାର ଫେରେସାଲ ଜଙ୍ଗଲରେ ଏକ ବଡ ଧରଣର ମାଓ ଶିବିର ଥିବା ସୂଚନା ପାଇ ଛତିଶଗଡ ପୋଲିସ ଓ ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ପୋଲିସକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ କିଛି ମାଓ ସାମଗ୍ରୀ ଜବତ ହୋଇଛି। ମାଓବାଦୀମାନେ ଏକ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ପୋଲିସ […]

  • Friday, 02 July 2021
rape
କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ

କଟକ: କଟକ ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଗିରଫ। ପ୍ରାଥମିକ ତଦନ୍ତ ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତଙ୍କ ସନ୍ଧାନ ଏବେ ପୋଲିସ୍ କରୁଛି। ଏକ ସ୍ପେଶାଲ ଟିମ ଗଠନ କରି ମାମଲାର ଖୋଳତାଡ଼ ହେଉଥିବା ଡିସିପି ସୂଚନା ଦେଇଛନ୍ତି। ୧୬୧ ଧାରାରେ ଚାଉଳିଆଗଞ୍ଜ ଥାନା ପୋଲିସ ପୀଡିତାର ବୟାନ ରେକର୍ଡ କରିଛି। ପୋଲିସ ସୋମବାର ରାତିରେ ୧୫ ବର୍ଷୀୟା […]

  • Friday, 02 July 2021
lekhashree
''ଅଜ୍ଞାତବାସରେ ମୁଖ୍ୟମନ୍ତ୍ରୀ, ନ୍ୟାୟ ମିଳିବ କେମିତି?''

କଟକ: କଟକରେ ଜଣେ ନାବାଳିକାଙ୍କୁ ୨୨ ଦିନ ଧରି ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କଟକ ଭଳି ଜାଗାରେ ୨୨ ଦିନ ଦୁଷ୍କର୍ମ କରାଗଲା କିନ୍ତୁ ପୋଲିସ କେମିତି ଟେର ପାଇଲାନି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର। ପୀଡ଼ିତା ତିର୍ତ୍ତୋଲର ଝିଅ ହୋଇଥିବା ବେଳେ ସରକାରୀ ଦଳ ସେଠି ର୍ନିବାଚନ ଲଢ଼ିବାକୁ ବସିଛି। ଏହି ଘଟଣାରେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ, ଗୃହ ମନ୍ତ୍ରୀ ମୁହଁ […]

  • Friday, 02 July 2021
accident
ଟ୍ରେଲର ପଛପଟୁ ପିଟି ହେଲା ଟ୍ରକ, କ୍ୟାବିନ୍ ଭିତରେ ରହିଗଲେ ଡ୍ରାଇଭର

ଭୁବନେଶ୍ୱର: ବରମୁଣ୍ଡା ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ। ଦୁର୍ଘଟଣା ପରେ କ୍ୟାବିନ ଭିତରେ ଚାପି ହୋଇଯାଇଛନ୍ତି ଡ୍ରାଇଭର। ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି। ସୂଚନା ଅନୁସାରେ ବିଶାଖାପାଟଣାରୁ ଗୋଟିଏ କମ୍ପାନୀର ୧୧ଟି ଗାଡି ବଣେଇ ଅଭିମୁଖେ ଯାଉଥିଲା।କିନ୍ତୁ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଗୋଟିଏ କଲମ୍ ଲୁହା ଟ୍ରକ୍ ଖରାପ ହୋଇଯିବାରୁ ସେଠାରେ ଅଟକି ରହିଥିଲା। କିନ୍ତୁ ପଛରୁ ଆସୁଥିବା ସେହି […]

  • Friday, 02 July 2021
pic
କୋଭିଡ୍‌ ମୃତକଙ୍କ ଶବ ସତ୍କାରକୁ ଗ୍ରାମବାସୀଙ୍କ ବିରୋଧ

କନ୍ଧମାଳ: ଜଙ୍ଗଲରେ ଶବ ସତ୍କାରକୁ ଗ୍ରାମବାସୀଙ୍କ ବିରୋଧ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଝୀପଡାରେ ମୃତକଙ୍କ ଶବ ସତ୍କାରକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଠାକାର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଗ୍ରାମବାସୀ ତାଙ୍କର ଦେହାନ୍ତ କରୋନାରେ ହୋଇଛି ସନ୍ଦେହ କରି ଶବ ସତ୍କାରକୁ ବିରୋଧ କରିଛନ୍ତି। ତାଙ୍କ ଶବ ସତ୍କାର ପାଇଁ ପରିବାରଲୋକ ଓ ପ୍ରଶାସନ ମିଶି ମାଝୀପଡ଼ା ଜଙ୍ଗଲର ଘାଟି ଜାଗାକୁ ଆଣିଥିଲେ। ଖବର ପାଇ ଗ୍ରାମବାସୀ ସେଠାରେ […]

  • Friday, 02 July 2021
GUN-POINT
ବିହାରର ମୁଙ୍ଗେରରୁ ବନ୍ଧୁକ ଆଣି ସୁଧୀର କରୁଥିଲା ବେପାର !

କଟକ: କଟକରେ ଚାଲିଥିବା ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ୍ କରିଛି ପୋଲିସ୍। ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି ଚାଉଳିଆଗଞ୍ଚ ପୋଲିସ୍‌। ମୁଖ୍ୟ ଅଭିଯୁକ୍ତ ସୁଧୀର ସ୍ୱାଇଁକୁ ଗିରଫ କରିବା ସହ ତାର ୩ ଜଣ ସହଯୋଗୀଙ୍କୁ ପୋଲିସ୍ ଗିରଫ କରିଛି। ଏହାସହ ୫ଟି ବନ୍ଧୁକ ସହ ୫୦ ରାଉଣ୍ଡ ଗୁଳି ସମେତ ଅନେକ ମୋବାଇଲ ଜବତ ହୋଇଛି। ସୂଚନା ନେବାରୁ ଜଣାପଡ଼ିଛି, ଆଖପାଖ ଅଞ୍ଚଳର ଅପରାଧୀ ୭୦ ହଜାର ଟଙ୍କାରେ […]

  • Friday, 02 July 2021
forest dept
ହାତୀ ସୁରକ୍ଷାରେ ଅବହେଳା ଅଭିଯୋଗ, ରେଞ୍ଜର ନିଲମ୍ବିତ

ସମ୍ବଲପୁର: ହାତୀ ସୁରକ୍ଷାରେ ଅବହେଳା ଅଭିଯୋଗରେ ରେଞ୍ଜର ନିଲମ୍ବିତ। ସମ୍ବଲପୁର ସଦର ବନାଞ୍ଚଳର ରେଞ୍ଜର ଗୌରୀଶଙ୍କର ଦାସଙ୍କୁ ନିଲମ୍ବନ କରାଯାଇଛି। ଗତ ୨୦୧୯ରୁ ୨୦ ୨୧ ମଧ୍ୟରେ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ମୋଟ ୬ଟି ହାତୀଙ୍କର ମୃତ୍ୟୁ ଘଟିଥିଲା।  କେତେବେଳେ…

  • Friday, 02 July 2021
police-public
ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ

ସମ୍ବଲପୁର: ସମ୍ବଲପୁରରେ ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି।  ଲକ୍ଷ୍ମୀ ଟକିଜ ଛକ ନିକଟରେ ଗାଡ଼ି ଚେକିଂ ବେଳେ ଏଭଳି ସ୍ଥିତି ଉପୁଜିଛି। ବାଇକରେ ୩ ଜଣ ଯାଉଥିବାବେଳେ ଏମାନଙ୍କୁ ପୋଲିସ ଅଟକାଇଥିଲା।  ତେବେ ପୋଲିସ ଗାଡ଼ି ରୋକିବାରୁ ସ୍ଥାନୀୟ…

  • Friday, 02 July 2021
rairakhol
କୋଇଲା ଚୋରା ଚାଲାଣ ବେଳେ ୫ ଟ୍ରେଲର ଜବତ : ଚଢ଼ାଉ ବେଳେ ଦୌଡ଼ି ପଳାଇଲେ ଡ୍ରାଇଭର

ରେଢ଼ାଖୋଲରେ କୋଇଲା ଚୋରି ରାକେଟ ଠାବ ୫ ଟ୍ରେଲର ଜବତ, ଜଣେ ଅଟକ ଚୋରା କୋଇଲା ଥିବା ଷ୍ଟକୟାର୍ଡରେ ଚଢ଼ାଉ କରିଥିଲା ପୋଲିସ ରେଢ଼ାଖୋଲ: ଧରାପଡିଲା କୋଇଲା ଚୋରି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଏକ ବଡ଼ ଧରଣର କୋଇଲା ଚୋରି…

  • Friday, 02 July 2021