• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

petrollf
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ସହାୟତା ଘୋଷଣା କଲା IOCL

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ସହାୟତା ଘୋଷଣା କଲା ଭାରତୀୟ ତୈଳ ନିଗମ ବା ଆଇଓସିଏଲ୍‌। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ କମ୍ପାନୀ ଏହି ସହାୟତା ରାଶି ଘୋଷଣା କରିଛି।   ବିସ୍ଫୋରଣ ଘଟଣାରେ ମୃତାହତ, ଗୁରୁତର ଆହତ ଓ ଆହତଙ୍କ ପ୍ରତି ସହାୟତା ରାଶି ଘୋଷଣା ହୋଇଛି। IOCL ଘୋଷଣା କରିଥିବା ସହାୟତା ରାଶି ଅନୁସାରେ, ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା ସହାୟତା, ସେହିପରି ଗୁରୁତର ଆହତଙ୍କୁ ୪ […]

  • Saturday, 03 July 2021
bhubaneswar-blast-IOCL-anno
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଅପରେସନ ଶେଷ; ଖୋଲିଲା ରାସ୍ତା

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଅପରେସନ ଶେଷ ହୋଇଥିବା ନେଇ କମିଶନରେଟ୍ ପୋଲିସ ସୂଚନା ଦେଇଛି। ସଂଧ୍ୟା ୭ଟାରୁ ରାସ୍ତା ଖୋଲିଛି। କିନ୍ତୁ ଦୁର୍ଘଟଣାସ୍ଥଳକୁ ଯିବାକୁ ଲୋକଙ୍କୁ ଏବେ ବି ମନା ହୋଇଛି। ଅପରେସନ ସରିବା ପରେ ଏଥିରେ ସହଯୋଗ କରିଥିଇବାରୁ  ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛି ପୋଲିସ। ଅନ୍ୟପଟେ ଏହି ବିସ୍ଫୋରଣ ମାମଲାରେ ନିଜ ଆଡୁ ମାମଲା କରି ତଦନ୍ତ କରୁଛି କମିଶନରେଟ୍ ପୋଲିସ। ମିଳିଥିବା ମାଂସ ଖଣ୍ଡକୁ ଡିଏନ୍ଏ ଟେଷ୍ଟ ପାଇଁ […]

  • Saturday, 03 July 2021
odisha farmar bill
କୃଷି ବିଲ୍‌କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି କି ବିଜେଡି ?

ଭୁବନେଶ୍ୱର: କୃଷି ବିଲ୍‌କୁ ନେଇ ଦ୍ୱନ୍ଦ୍ୱରେ ବିଜେଡି। ନିଜ ଅଧ୍ୟାଦେଶକୁ ବିଲ୍ ଭାବେ ବିଧାନସଭାରେ ଉପସ୍ଥାପନ ଲାଗି ଯୋଜନା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ ଓହରିଗଲେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଶୈଳୀରେ ପ୍ରଥମେ କୃଷି ଉତ୍ପାଦନ ବଜାର ଓ ଚୁକ୍ତିଭିତ୍ତିକ ଚାଷ ନେଇ ଦୁଇଟି ଅଧ୍ୟାଦେଶ ଆଣିଥିଲା ରାଜ୍ୟ। ହେଲେ ବିଧାନସଭାରେ ଏହି ବିଲ୍‌କୁ ଆଣିଲେ ନାହିଁ। ବିଲ୍ ଆସିବା, ବିଧାନସଭା କାର୍ଯ୍ୟସୂଚିରେ ବି ସ୍ଥାନ ପାଇଥିଲା। ହେଲେ ସରକାର ହଠାତ୍ ନୀରବ ରହିଯାଇଥିଲେ। ତେବେ ପାର୍ଲାମେଣ୍ଟରେ […]

  • Saturday, 03 July 2021
minor girl
ଗୋଳିଆ ହେଉଛି ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା

ଭୁବନେଶ୍ୱର: ଦିନକୁ ଦିନ ଅଧିକ ଗୋଳିଆ ହେଉଛି ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା। କମିଶନରେଟ୍ ପୋଲିସର ତଦନ୍ତ ଅଧାରେ ଅଛି, ହେଲେ ହଠାତ୍ କ୍ରାଇମବ୍ରାଞ୍ଚକୁ ଦିଆଗଲା ଇନକ୍ୱାରୀ ଦାୟିତ୍ୱ। ଜଣେ ଏସ୍‌ପି ପାହ୍ୟାର ଅଫିସରଙ୍କ ତତ୍ୱାବଧାନରେ ଚାଲିବ ତଦନ୍ତ। ଦଳେଇ ଆଇଲେ ମୂଳରୁ ଗାଆ ନ୍ୟାୟରେ ପୁଣିଥରେ ଆରମ୍ଭରୁ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ। ତେଣୁ ଏଠି ପ୍ରଶ୍ନ, କମିଶନରେଟ୍ ପୋଲିସ୍‌ର ତଦନ୍ତ ତାହାଲେ ଗଲା କୁଆଡ଼େ? ଏଣେ ମାମଲାର ଗୁରୁତ୍ୱକୁ ଦେଖି ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ […]

  • Saturday, 03 July 2021
ଯୌତୁକ ନିର୍ଯାତନା ଅଭିଯୋଗରେ ସେନା ଅଧିକାରୀ ଗିରଫ

ଭୁବନେଶ୍ୱର: ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ସେନା ଅଧିକାରୀଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ୍‌ ଗିରଫ କରିଛି। ତାଙ୍କ ନାଁ ସୌମ୍ୟରଞ୍ଜନ ପତି। ସେ ଜଣେ ମେଜର ବୋଲି ଜଣାପଡ଼ିଛି। ପତ୍ନୀଙ୍କ ଏତଲା ଆଧାରରେ ପୋଲିସ୍ ସୌମ୍ୟରଞ୍ଜନଙ୍କୁ‌ ଗିରଫ କରିଥିବା ସୂଚନା ମିଳିଛି। ସୌମ୍ୟରଞ୍ଜନ ଫରିଦାବାଦରେ କାର୍ଯ୍ୟରତ ଥିଲେ। ତାଙ୍କ ବିରୋଧରେ ଯୌତୁକ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ୍‌ ତାଙ୍କୁ ଗିରଫ […]

  • Saturday, 03 July 2021
vigilance raid
ଫସିଲେ ପୂର୍ବତନ ଉଦ୍ୟାନ କୃଷି ଅଧିକାରୀ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ରମେଶଙ୍କ ପୈତୃକ ଓ ସମ୍ପର୍କୀୟଙ୍କ ୫ଟି ଘରେ ରେଡ୍ ଚାଲିଛି। କଟକ ଜ୍ୟୋତି ବିହାର, ବିଡ଼ାନାସୀ ଏବଂ ସିଡିଏ ସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ଜଗତସିଂହପୁର ଏରସମାରେ ଥିବା ରମେଶଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ।

  • Saturday, 03 July 2021
john nayak
କରୋନାରେ ଆଖି ବୁଜିଲେ ପୂର୍ବତନ ପୋଲିସ ଡିଜି ଜନ୍ ନାୟକ

ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ଜନ୍ ନାୟକଙ୍କ କରୋନାରେ ପରଲୋକ ହୋଇଯାଇଛି। ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିବା ଡିଜିପି  ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ଡିଜି ଜନ୍‌ ନାୟକଙ୍କୁ ୭୮ ବର୍ଷ ହୋଇଥିଲା। ୧୯୬୫ ବ୍ୟାଚର IPS ଅଫିସର ଜନ୍‌ ୨୦୦୨ରେ ଅବସର ନେଇଥିଲେ। ଆଦିବାସୀ ଅଧ୍ୟୁଷିତ ଫୁଲବାଣୀ ଜିଲ୍ଲାର ଏକ ଗାଁରୁ ଆସି ଡିଜି ପଦବୀରେ ଆସୀନ ହୋଇଥିଲେ ଜନ୍‌ ନାୟକ। ସେ ଅତ୍ୟନ୍ତ […]

  • Friday, 02 July 2021
rainfall
ଆସୁଛି ଆଉ ଏକ ଲଘୁଚାପ, କାଲି ସୁଦ୍ଧା ନେବ ଅବପାତର ରୂପ

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ। ୧୧ରୁ ଓଡ଼ିଶାରେ ପ୍ରବଳ ବର୍ଷିବ। ଏ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଲି ସକାଳ ୧୦ ସୁଦ୍ଧା ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଅବପାତରେ ପରିଣତ ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। କାଳକ୍ରମେ ତୀବ୍ର ଅବପାତରେ ପରିଣତ ହୋଇ ୧୨ରେ ଆନ୍ଧ୍ର ଉପକୂଳ ଛୁଇଁବ। ଏହାର […]

  • Friday, 02 July 2021
rape
ଅଟୋରେ ଯାଉଥିବା ଯୁବତୀଙ୍କୁ ଡ୍ରାଇଭରର ଦୁଷ୍କର୍ମ ଉଦ୍ୟମ !

କଟକ: ଅଟୋରେ ଯାଉଥିବା ଯୁବତୀଙ୍କୁ ଡ୍ରାଇଭରର ଦୁଷ୍କର୍ମ ଉଦ୍ୟମ। ଜଙ୍ଗଲିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ ବେଳେ ଧରିଲେ ଗାଈ ଚରାଳି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। କେନ୍ଦ୍ରାପଡ଼ାର ଜଣେ ଯୁବତୀ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସୁଥିଲେ। କଟକ ଲିଙ୍କରୋଡରେ ବସ୍‌ରୁ ଓହ୍ଲାଇ ଅଟୋରେ ଭୁବନେଶ୍ୱର ଯାଉଥିଲେ। ଅଟୋରୁ ଅନ୍ୟ ୨ ମହିଳା ଯାତ୍ରୀ ଓହ୍ଲାଇଯିବା ପରେ ଯୁବତୀ ଜଣକ ଏକୁଟିଆ ଥିଲେ। ଏକୁଟିଆ ଥିବା ଯୁବତୀଙ୍କୁ ଭୁଲାଇ ଡ୍ରାଇଭର ଜଣକ ଅନ୍ୟ ରାସ୍ତାରେ ନେଇଥିଲା। […]

  • Friday, 02 July 2021
train
ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଗଡ଼ିବ ଆଉ ୨ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ଓଡ଼ିଶାରୁ ନୂଆଦିଲ୍ଲୀକୁ ଚାଲିବ ଆଉ ୨ଟି ସ୍ୱତନ୍ତ୍ର ଟ୍ରେନ। ୧୭ରୁ ଚାଲିବ ଭୁବନେଶ୍ୱର-ଆନନ୍ଦବିହାର ସ୍ପେଶାଲ ଟ୍ରେନ। ପ୍ରତି ଶନିବାର ଅପରାହ୍ନ ୧୨ଟା ୪୫ରେ ଭୁବନେଶ୍ୱର ଛାଡ଼ିବ। ୧୯ରୁ ପ୍ରତି ସୋମବାର ସକାଳ ୭ଟା ୫ରେ ଆନନ୍ଦବିହାରରୁ ଛାଡିବ। ସେହିପରି ୨୧ରୁ ଦୂରନ୍ତ ଏକ୍ସପ୍ରେସ ପ୍ରତି ବୁଧବାର ସକାଳ ୭ଟା ୪୦ରେ ଭୁବନେଶ୍ୱର ଛାଡ଼ିବ। ୨୨ରୁ ପ୍ରତି ଗୁରୁବାର ଅପରାହ୍ନ ୧୨ଟା ୫୫ରେ ନୂଆଦିଲ୍ଲୀରୁ ଛାଡ଼ିବ।

  • Friday, 02 July 2021
elephant
ଖୋର୍ଦ୍ଧା ହାତୀ ମୃତ୍ୟୁ ଘଟଣା: ବ୍ୟବଚ୍ଛେଦ ବେଳେ ବାହାରିଲା ହାତୀଛୁଆ

ଖୋର୍ଦ୍ଧା: ଖୋର୍ଦ୍ଧା ମଳିପଡାଠାରେ ଗତକାଲି ମୃତ୍ୟୁବରଣ କରିଥିବା ହାତୀଟି ଗର୍ଭବତୀ ଥିବା ବ୍ୟବଛେଦ ବେଳେ ଜଣାପଡିଛି। ତା ପେଟରୁ ଏକ ମୃତ  ହାତୀ ଛୁଆ ବାହାରିଛି।  ଆଉ ଅଳ୍ପ ଦିନ ପରେ ସେ ଏହି ଛୁଆଟିକୁ ପ୍ରସବ କରାଇଥାନ୍ତା ବୋଲି ବ୍ୟବଛେଦ କରିଥିବା OUATର ଡାକ୍ତରୀ ଟିମ ପକ୍ଷରୁ ସୂଚନା ଦିଆଯାଇଛି। ହାତୀର ବ୍ୟବଛେଦ ଶେଷ ହୋଇଛି ଏବଂ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ବ୍ୟବଛେଦ ପରେ ମୃତ ହାତୀ […]

  • Friday, 02 July 2021
aparajita
ଅପରାଜିତାଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲା ରାଜ୍ୟ, ସାଂସଦ ଦେଲେ ଏଭଳି ଜବାବ

ଭୁବନେଶ୍ୱର: କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲା ରାଜ୍ୟ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଗିଦ ପାଇଁ ଦାବି କରିଛନ୍ତି। ଗତ ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ଼ ନିୟମ ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର। ଏମିତିକି ଚିଠି ସହ ଏକ ଭିଡିଓ ବି ପଠାଇଛନ୍ତି। ଯେଉଁଥିରେ […]

  • Friday, 02 July 2021
ଲାଞ୍ଚ ନେବାବେଳେ ଧରାପଡ଼ିଲେ ପ୍ରଧାନଶିକ୍ଷକ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହାଟଭରଣ୍ଡି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଧଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସାର୍ଟିଫିକେଟ ସଂଶୋଧନ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ରାଇଘର ବ୍ଲକ ଦନିପାରା ଗାଁର ଇନ୍ଦୁଲିରାମ ଗଣ୍ଡଙ୍କ ଝିଅ ଦୁର୍ଗାବତୀ ଗଣ୍ଡଙ୍କ ଦଶମ ବୋର୍ଡ ସାର୍ଟିଫିକେଟରେ ନାଁ ଠିକ୍ ଥିବାବେଳେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟରେ କିଛି ଭୁଲ୍ ଥିଲା। ଏହାକୁ ସଂଶୋଧନ କରିବା […]

  • Friday, 02 July 2021
man-booked 1
ମନ୍ଦିର ପରିସରରେ ପୋଷା କୁକୁର ବୁଲାଇ ଫସିଗଲେ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ମନ୍ଦିର ପରିସରରେ ପୋଷା କୁକୁର ବୁଲାଇବା। ଭୁବନେଶ୍ୱରର ବକ୍ରେଶ୍ୱର ମହାଦେବ ମନ୍ଦିର ପରିସରରେ ପୋଷା କୁକୁର ବୁଲାଇବା ଘଟଣାରେ କମିଶନରେଟ ପୋଲିସ୍‌ ତୋଫାନ ସାମନ୍ତରାୟ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୋସିଆଲ୍‌ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ କମିଶନରେଟ ପୋଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କମିଶନରେଟ ପୋଲିସ୍ ପକ୍ଷରୁ‌ ଟ୍ୱିଟ୍‌ କରାଯାଇ କୁହାଯାଇଛି, ‘ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ […]

  • Friday, 02 July 2021
electrocuted
ଶ୍ୱଶୁରଙ୍କ ଚିତ୍କାର ଶୁଣି ବଞ୍ଚାଇବାକୁ ଯାଇଥିଲେ ବୋହୂ, ହେଲେ...

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳ ଠଙ୍ଗପଡ଼ା ଗାଁରେ ବିଦ୍ୟୁତ୍‌ ଆଘାତରେ ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ୬୫ ବର୍ଷୀୟ ବୃଦ୍ଧ ଡାଉଣୀ ମଣ୍ଡିକା ଓ ତାଙ୍କ ବୋହୂ ସୁମିତ୍ରା ମଣ୍ଡିକା। ସୂଚନା ଅନୁସାରେ, ଇଲେକ୍ଟ୍ରିକ୍‌ ବୋର୍ଡରୁ ଆସିଥିବା ତାର ଘର ଭିତରେ ଏକ କବାଟରେ ଚାର୍ଜ ହୋଇ ଯାଇଥିଲା। ଆଜି ସକାଳେ  ଡାଉଣୀ ଉକ୍ତ କବାଟ ଧରିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଚିତ୍କାର କରିବାରୁ […]

  • Friday, 02 July 2021
simanchal
୩ ଦିନ ପରେ ବି ମିଳିଲାନି ପୁଅର ଖବର , ଶେଷରେ ଏମିତି ଦେଲେ ଅନ୍ତିମ ବିଦାୟ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ୩ ଦିନ ବିତିଗଲାଣି। ହେଲେ  ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କର କୌଣସି ପତ୍ତା ମିଳୁନାହିଁ।  ଏପରିକି ସେ ମୃତ ନା ଜୀବିତ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପରିବାର ଲୋକେ ଏ ନେଇ ଦ୍ୱନ୍ଦ୍ୱରେ  ପଡ଼ିଛନ୍ତି। କିଛି ବାଟ ନ ପାଇ ଶେଷରେ ପ୍ରତୀକ ଭାବେ ପୁଅର ଅନ୍ତିମ ସଂସ୍କାର କରିଛନ୍ତି। କିଛି ପାଳ ନଡ଼ାକୁ ବିଡ଼ା ବାନ୍ଧି ମଶାଣିକୁ କୋକେଇରେ ନେବା ସହ ସତ୍କାର […]

  • Friday, 02 July 2021
accident
ଖୁସିରେ ପରିବାର ସହ ଫେରୁଥିଲେ, ବାଟରେ ଉଜୁଡ଼ିଗଲା ସଂସାର

ତେଲକୋଇ: ଆଖି ସାମ୍ନାରେ ବାପାଙ୍କୁ ହରାଇଲେ ଦୁଇ ଭାଇ। ମାମୁ ଘରକୁ ବୁଲିବାକୁ ଯାଇ ନିଜ ଘରକୁ ଫେରୁ ଥିବାବେଳେ ବାଟରେ ଘଟିଲା ଦୁର୍ଘଟଣା। ଏଥିରେ ଦୁଇ ଭାଇ ଓ ମା’ଙ୍କ ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ସବୁଦିନ ପାଇଁ ଦୁଇ ଭାଇ ସେମାନଙ୍କର ବାପାଙ୍କୁ ହରାଇଦେଲେ।  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନାରଣପୁର-ବ୍ରାହ୍ମଣୀପାଳ ରାସ୍ତା ଦାନ୍ତୁଆଣି ରେଲ୍‌ୱେ ଓଭରବ୍ରିଜ୍ ନିକଟରେ ଗତକାଲି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ମୃତକ ହେଲେ ସୁଦର୍ଶନ ମହାକୁଡ଼। […]

  • Friday, 02 July 2021
puri
ଚିକିତ୍ସା ପାଇଁ ରୋଗୀଣା ପତ୍ନୀଙ୍କୁ ଟ୍ରଲିରେ ବସାଇ କଟକ ଆଣିଲେ ବୃଦ୍ଧ

ପୁରୀ: ଦୀର୍ଘ ଏକ ବର୍ଷ ଧରି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ପତ୍ନୀ। ସାଧ୍ୟମତେ ଚିକିତ୍ସା କରିଥିଲେ ମଧ୍ୟ ଯନ୍ତ୍ରଣା ବଢୁଥିଲା ସିନା କମୁ ନ ଥିଲା। ପତ୍ନୀଙ୍କ ଦୁଃଖ ଆଉ ସହି ପାରିଲେନି। ଅଧିକ ଚିକିତ୍ସା ପାଇଁ ହାତରେ ସମ୍ବଳ ନାହିଁ, ତଥାପି ମନରେ ଆଶା ଅଛି, କଟକ ନେଲେ ପତ୍ନୀ ଭଲ ହେବେ। ଅର୍ଥାଭାବରୁ ଗାଡ଼ି କି ଆମ୍ବୁଲାନ୍ସ କରିପାରି ନ ଥିଲେ। ଶେଷରେ ଟ୍ରଲିରେ ବସାଇ ସାକ୍ଷୀଗୋପାଳରୁ କଟକ ଆଣିଥିଲେ ୭୦ ବର୍ଷର […]

  • Friday, 02 July 2021
rain
୨ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲମାର୍କରେ ପରିଣତ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ତୀବ୍ର ଅବପାତର ରୂପ ନେବା ସମ୍ଭାବନା ରହିଛି। ପରେ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତିକରି ୧୨ରେ ଆନ୍ଧ୍ର ଉପକୂଳ ଛୁଇଁବ। ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି […]

  • Friday, 02 July 2021
aparajita
ବିଜେଡି ଅଫିସ୍ କେବେ ସିଲ୍ ହେବ- ଅପରାଜିତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆଇନ୍  ସମସ୍ତଙ୍କ ପାଇଁ ସମାନ, ହଇରାଣ କରନ୍ତୁନି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଫିସ୍ ସିଲ୍ କରାଯିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ସିଲ୍ ଅଫିସ୍ ସାମ୍ନାରେ ବାହାରେ ବସି ପ୍ରେସମିଟ୍ କରିବା ଅବସରରେ ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଲେ ଅପରାଜିତା। […]

  • Friday, 02 July 2021
economy
ଟ୍ରାକ୍‌କୁ ଫେରୁଛି ରାଜ୍ୟ ଅର୍ଥନୀତି

ଭୁବନେଶ୍ୱର: କରୋନା ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ରାଜ୍ୟ ଅର୍ଥନୀତି ଏବେ ଟ୍ରାକ୍‌କୁ ଫେରୁଛି। ଲକଡାଉନ୍ ପରେ ପ୍ରଥମ ଥର ପାଇଁ ବଢ଼ିଛି ରାଜ୍ୟର ନିଜସ୍ୱ ଟିକସ ଆୟ। ଓଡ଼ିଶା ବାଣିଜ୍ୟକର ଓ ଜିଏସ୍‌ଟି କମିସନରେଟ୍ ତଥ୍ୟରୁ ଏମିତି ସୂଚନା ମିଳିଛି। କେବଳ ସେପ୍ଟେମ୍ୱରରେ ଟିକସ ଆୟ ୧୨ପ୍ରତିଶତ ବୃଦ୍ଧି ହୋଇଛି। ଏବାବଦରେ ମିଳିଛି ୧ ହଜାର ୬୭୯ କୋଟି ଟଙ୍କା। ୨୦୧୯-୨୦ ପୂର୍ବ ଆର୍ଥିକବର୍ଷ ସେପ୍ଟେମ୍ବର ମାସରେ ରାଜକୋଷକୁ ଆସିଥିଲା ୧ ହଜାର ୫୦୨ କୋଟି। ଚଳିତବର୍ଷ ସେପ୍ଟେମ୍ୱରରେ […]

  • Friday, 02 July 2021
chuda
ବିପନ୍ନଙ୍କୁ ରିଲିଫ୍ ଧୋକା: ପୋକ ଖାଇଗଲା ୧୫ କ୍ୱିଣ୍ଟାଲ ‘ଚୁଡ଼ା-ଗୁଡ଼’

କେନ୍ଦ୍ରାପଡ଼ା: ବାତ୍ୟା ହେଉ କି ବନ୍ୟା। ବିପନ୍ନଙ୍କୁ ରିଲିଫ୍‌ ମିଳୁନାହିଁ। ଜିଲ୍ଲାପାଳଙ୍କ ପାଖେ ଆସି ଫେରାଦ୍‌ ହେଲେ ମଧ୍ୟ କୌଣସି ସମାଧାନ ହେଉନି। ସେପଟେ ବିପନ୍ନଙ୍କ ପାଇଁ ଆସିଥିବା କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଚୁଡ଼ା-ଗୁଡ଼ ବଣ୍ଟା ନ ହୋଇ ବ୍ଲକ୍‌ କାର୍ଯ୍ୟାଳୟରେ ଖତ ଖାଉଛି। କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ୧୫ କ୍ୱିଣ୍ଟାଲ ଚୁଡ଼ା ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଅମ୍ଫାନ ବାତ୍ୟାବେଳେ ଆସିଥିବା ଚୁଡ଼ା ବଣ୍ଟା ନ ଯାଇ ପଡ଼ି ରହିଥିଲା। ଫଳରେ ପୋକ ଲାଗି […]

  • Friday, 02 July 2021
bidyut
ବିଦ୍ୟୁତ ତାର ବିଛାଇ ଶିକାର କରୁଥିଲେ, ଗିରଫ ହେଲେ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ପଥରଖମ୍ବ ଗାଁରେ ଗତ ମାସ ୨୫ ତାରିଖ ଦିନ ହାତୀ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ରେଞ୍ଜର ବିଭୂଦାନନ୍ଦ ମିଶ୍ର । ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଙ୍କିଳି ସଂରକ୍ଷିତ ଜଙ୍ଗଲରୁ ଆଜି ୨ ଜଣ ଶିକାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ବାରହା ମାଂସ ଜବତ କରିଛି ବନବିଭାଗ । ଗିରଫ ଦୁଇ ଅଭିଯୁକ୍ତ ପରଜଙ୍ଗ ଥାନା ସାଆନ୍ଦା ଗାଁ […]

  • Friday, 02 July 2021