• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ସାଂସଦ ଅପରାଜିତାଙ୍କ ନାଁରେ ପୁଣି ଅଭିଯୋଗ

ଭୁବନେଶ୍ୱର: ସାଂସଦ ଅପରାଜିତାଙ୍କ ନାଁରେ ପୁଣି ଅଭିଯୋଗ। ତାଙ୍କ ନାଁରେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଖୋର୍ଦ୍ଧା ବୋଲଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବିଜେପି ମିଶ୍ରଣ ପର୍ବରେ ସାଂସଦ ଗାଇଡ ଲାଇନ୍ ମାନି ନାହାନ୍ତି। ବେଗୁନିଆର ପାଟପୁରରେ ମିଶ୍ରଣ ପର୍ବ ବେଳେ ଗାଇଡ୍ ଲାଇନ୍ ଭାଙ୍ଗିଛନ୍ତି। ସାଂସଦ ଉପସ୍ଥିତ ଥିବା ମିଶ୍ରଣ ପର୍ବରେ ଶହ ଶହ ଲୋକ ମାସ୍କ ପିନ୍ଧି ନଥିଲେ। ଏନେଇ ରାଇମୋହନ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ […]

  • Friday, 02 July 2021
loot
ମଲ୍‌ ଆଗରୁ ଝାମ୍ପିନେଲେ ଯୁବତୀଙ୍କ ପର୍ସ ଓ ମୋବାଇଲ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା। ରସୁଲଗଡ଼ ସ୍ଥିତ ଏକ ମଲ୍ ନିକଟରୁ ଜଣେ ଯୁବତୀଙ୍କ ଠାରୁ ହୋଇଛି ଛିନ୍ତାଇ। ବାଇକ୍‌ରେ ଆସି ପର୍ସ ଓ ମୋବାଇଲ୍ ଝାମ୍ପିନେଇ ଚମ୍ପଟ ମାରିଛନ୍ତି ୨ ଦୁର୍ବୃତ୍ତ। ଏନେଇ ଲୁଟର ଶିକାର ହୋଇଥିବା ଯୁବତୀ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୁଇ ଦୁର୍ବୃତ୍ତ ଚୋରି ପାଇଁ ବ୍ୟବହାର କରିଥିବା ଗାଡ଼ିରେ ନମ୍ବର ପ୍ଲେଟ ନଥିଲା। ସେମାନେ ଲୁଟ ପରେ ରଙ୍ଗ୍ ରୁଟରେ ପଳାଇଥିବା ଏତଲାରେ ଲୁଟର ଶିକାର ଯୁବତୀ […]

  • Friday, 02 July 2021
c
ଯବାନ ପୁଅର ଆକ୍ରମଣରେ ବାପା ମୃତ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଜଣେ ଆଇଟିବିପି ଯବାନ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଯବାନ ହେଉଛନ୍ତି ଆଇଟିବିପିରେ ଚାକିରି କରିଥିବା ରଞ୍ଜନ ଓଝା। ସେ ଅରୁଣାଚଳ ପ୍ରଦେଶରେ ଅବସ୍ଥାପିତ ଥିଲେ। ଛୁଟି ନେଇ ସେ  ଘରକୁ ଆସିଥିବା ଜଣାପଡ଼ିଛି। ଘଟଣା ଅନୁସାରେ କୌଣସି କାରଣରୁ ଘରୋଇ କଥାକୁ ନେଇ ପରିବାର ଏବଂ ଯବାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ଉଗ୍ରରୂପ ନେବାରୁ ଅଭିଯୁକ୍ତ ଯବାନ ପୁଅ ବାପାକୁ ଏକ ଭୁଜାଲିରେ ଆକ୍ରମଣ […]

  • Friday, 02 July 2021
କିଛି ଘଣ୍ଟା ମଧ୍ୟରେ ଡିପ୍‌-ଡିପ୍ରେସନ୍‌ର ରୂପ ନେଇପାରେ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଅବପାତ(ଡିପ୍ରେସନ୍‌)ର ରୂପ ନେଇଥିବା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ୱେଲ୍‌ମାର୍କଡ୍ ଲୋ-ପ୍ରେସର(ଲଘୁଚାପ) ଆସନ୍ତା କିଛି ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ(ଡିପ୍‌-ଡିପ୍ରେସନ୍‌) ପରିଣତ ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ବିଶାଖାପାଟଣାରୁ ୩୧୦ କି.ମି. ଦକ୍ଷିଣପୂର୍ବ ଦିଗରେ ରହିଛି। ଆଜି ମଧ୍ୟରାତ୍ରିରେ ଏହା ବିଶାଖାପାଟଣା ଓ ନର୍ସାପୁର ମଧ୍ୟରେ ଅତିକ୍ରମ କରିପାରେ। ଏବେ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି। ଏହାର ପ୍ରଭାବରେ ଓଡ଼ଶାର ଅଧିକାଂଶ ଜିଲ୍ଲାରେ […]

  • Friday, 02 July 2021
ଲୁଗା ଦୋକାନୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ, CCTVରେ କଏଦ ହେଲା ଆକ୍ରମଣର ଲାଇଭ୍ ଭିଜୁଆଲ୍‌‌

ଜଳେଶ୍ୱର: ଦୋକାନ ଭିତରେ ପଶି ଲୁଗା ଦୋକାନୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ଯାହାର ଲାଇଭ୍ ଭିଜୁଆଲ୍‌ ସିସିଟିଭିରେ କଏଦ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଏହି ଘଟଣା ଘଟିଛି। ଆକ୍ରମଣ କରିଥିବା ଦୁଇ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ରାଜେନ୍ଦ୍ର ଜେନା ଓ ତାଙ୍କ ଭାଇ ଜିତେନ୍ଦ୍ର ଜେନା।  ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ଦେଖିବାକୁ ମିଳିଛି, ରାଜେନ୍ଦ୍ର ଓ ଜିତେନ୍ଦ୍ର ଏକ ଳୁଗା ଦୋକାନ ଭିତରେ ପଶି ଦୋକାନୀଙ୍କୁ ଧମକ ଚମକ ଦେବା ସହ […]

  • Friday, 02 July 2021
ଅଲଗା ହୋଇ ଅନ୍ୟତ୍ର ବିବାହ କଲେ ଦମ୍ପତି, ପୁଅକୁ ବିକି ଦେଲେ

ମାଲକାନଗିରି: ଜନ୍ମ କଲା ଛୋଟ ଛୁଆ କଥା ଭାବିଲେନି ବାପା-ମା’। ଶେଷରେ ଏତେ ସ୍ୱାର୍ଥପର ହୋଇଗଲେ ଯେ ଏହି ଦମ୍ପତି, ଅଲଗା ହୋଇ ଅନ୍ୟତ୍ର ବିବାହ କଲେ ଆଉ ୯ ବର୍ଷର ପୁଅକୁ ଅନ୍ୟତ୍ର ବିକ୍ରି କରିଦେଲେ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ତେଲଗାବେଚା ଗାଁରୁ ଏଭଳି ଅଭିଯୋଗ ଆସିଛି। ଯେଉଁ ବ୍ୟକ୍ତିଙ୍କୁ ଛୁଆଟିକୁ ବିକ୍ରି କରାଯାଇଥିଲା ସମ୍ପୃକ୍ତି ବ୍ୟକ୍ତି ଜଣକ ଛୁଆଟିକୁ ଗାଈ ଚରାଇବାକୁ ବାଧ୍ୟ କରିବା ସହ ଠିକ୍‌ ଭାବରେ ଖାଇବାକୁ ଦେଉନଥିଲେ […]

  • Friday, 02 July 2021
marriage 2
ବାରମ୍ବାର ବାହାଘର ଭାଙ୍ଗି ଦେଉଥିଲେ ଯୁବକ, ଶେଷରେ ଏମିତି ନିଷ୍ପତ୍ତି ନେଲେ ଯୁବତୀ...

ବଲାଙ୍ଗିର: ବାରମ୍ବାର ବାହାଘର ଭାଙ୍ଗିବା ଯିବାରୁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ କୁଲତାଜୋର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ୩ଟାରେ ଯୁବତୀ ଜଣକ ନିଜ ଦେହରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ସୋନପୁର ହସ୍ପିଟାଲ ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ […]

  • Friday, 02 July 2021
bbsr murder
ମିଠା ଦୋକାନୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌, ମର୍ଡର ପାଇଁ ହୋଇଥିଲା ଏତେ ଟଙ୍କାର ଡିଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁରର ମିଠା ଦୋକାନୀ ଶମ୍ଭୁ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ ହୋଇଛି। ସୁପାରୀ କିଲର୍‌ଙ୍କ ଦ୍ୱାରା ଶମ୍ଭୁଙ୍କୁ ହତ୍ୟା କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି। ଆଜି ଏକ ପ୍ରେସ୍‌ମିଟ୍‌ରେ ପୋଲିସ କମିଶନର ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସୁପାରୀ କିଲର୍‌ ଶ୍ରୀତିକ ବିଶ୍ୱାଳ ମର୍ଡର ପାଇଁ ୫୦ ହଜାର ଟଙ୍କା ନେଇଥାନ୍ତା। ତେବେ ଅଗ୍ରୀମ ଆକାରରେ ଶ୍ରୀତିକଙ୍କୁ ୧୦ ହଜାର ଟଙ୍କା ଦିଆଯାଇଥିଲା। ପରେ ବାକି ୪୦ […]

  • Friday, 02 July 2021
election
ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ସଦର ପାଇଁ ସ୍ୱରୂପ କୁମାର ଦାସଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ହେଉଛନ୍ତି ବିଜୟ ଶଙ୍କର। ଗତକାଲି ବିଜେପି ଏହାର ପ୍ରାର୍ଥୀ ଘୋଷଣା କରିଥିଲା। ନଭେମ୍ବର ୩ରେ […]

  • Friday, 02 July 2021
aparajita
କୋଭିଡ ନିୟମ ଉଲ୍ଲଘଂନ ସମ୍ପର୍କିତ ଦସ୍ତାବିଜ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଲେ ଅପରାଜିତା

ଭୁବନେଶ୍ୱର:କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇ ପଡ଼ିଛି। BMCର ଏକ ଟିମ୍‌ ପଳାସପଲ୍ଲୀରେ ଥିବା ସାଂସଦ ଅପରାଜିତାଙ୍କ ଅଫିସ୍‌ରେ ପହଞ୍ଚି ୧୫ ଦିନ ପାଇଁ ଅଫିସ୍‌କୁ ସିଲ୍‌ କରି ଦେଇଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ସହ କରୋନା କଟକଣା ଉଲ୍ଲଂଘନ ସଂପର୍କିତ ଦସ୍ତାବିଜ ପଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ପଠାଇଥିବା ଦସ୍ତାବିଜରେ ରହିଛି ୧୭ଟି […]

  • Friday, 02 July 2021
bjd-in
ମୁଁ ରେସ୍‌ରେ ନଥିଲି: ସ୍ୱରୂପ

ଭୁବନେଶ୍ୱର: ବାଲେଶ୍ୱର ସସ୍‌ପେନ୍ସରେ ସର୍‌ପ୍ରାଇଜ୍ ଦେଲେ ବିଜେଡି ସୁପ୍ରିମୋ। ଆଦୌ ଆଲୋଚନାରେ ନଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚର୍ଚ୍ଚାରେ ଅନେକ ନେତା ଥିଲେ ବି ସ୍ୱରୂପଙ୍କୁ ପ୍ରାର୍ଥୀ ଘୋଷଣା କରିଯାଇଛି। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପତ୍ନୀ ସୁଭାଷିନୀ ଜେନା ଚର୍ଚ୍ଚାରେ ଥିଲେ। ଏମିତିକି ଜୀବନ ପ୍ରଦୀପ ଦାସ, ଅରୁଣ ଦେ, ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟଙ୍କ ନାଁ ବି ଚର୍ଚ୍ଚାରେ ରହିଥିଲା। ପ୍ରାର୍ଥୀ ଘୋଷଣା […]

  • Friday, 02 July 2021
varsha
ଅନୁଭବଙ୍କୁ ମିଳିଲା କୋର୍ଟରୁ ନୋଟିସ୍‌

କଟକ: ପାରିବାରିକ ହିଂସା ମାମଲାରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ କୋର୍ଟ ନୋଟିସ୍  କରିଛନ୍ତି। କଟକ SDJM କୋର୍ଟରେ ପାରିବାରିକ ହିଂସା ନେଇ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ  ମାମଲା ରୁଜୁ କରିଥିଲେ। ଆସନ୍ତା ମାସ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ସେପଟେ ପୂର୍ବରୁ ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ମାମଲା କରିଛନ୍ତି ସାଂସଦ ଅନୁଭବ।  ଏହି ମାମଲାରେ ହାଜର ହେବା ପାଇଁ ବର୍ଷାଙ୍କୁ ଦିଲ୍ଲୀ […]

  • Friday, 02 July 2021
sarat-kar
ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୧ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ପରଲୋକ ନେଇ ଶରତଙ୍କ ପୁଅ ସୁମନ କରଙ୍କ ସୂଚନା ଦେଇଛନ୍ତି। ବିଧାନସଭା ବାଚସ୍ପତି ସହ ଏକାଧିକ ଥର ମନ୍ତ୍ରୀ ଥିଲେ ଶରତ କର। ସେ ଗତ କିଛି ଦିନ ହେଲେ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଶରତ କର ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ୧୯୭୧, ୧୯୯୦ ଓ ୨୦୦୦ ମସିହାରେ ବିଧାୟକ ଭାବେ […]

  • Friday, 02 July 2021
petrol-pump
ପେଟ୍ରୋଲ ପମ୍ପ ବିସ୍ଫୋରଣ ପୂର୍ବରୁ କେମିତି ଚାଲିଥିଲା କାମ, ଦେଖନ୍ତୁ

ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ପୂର୍ବରୁ କେମିତି ଚାଲିଥିଲା କାମ, କିଭଳି ଥିଲା ବିସ୍ଫୋରଣ ପୂର୍ବର ଦୃଶ୍ୟ, ଏହାର ଟିକିନିକି ଭିଡିଓ କରୁଥିଲେ ବିସ୍ଫୋରଣରେ ମୃତ ସତ୍ୟ ନାୟକ। ଦୁର୍ଘଟଣା ପୂୂର୍ବରୁ କାମ ଚାଲିଥିବା ସ୍ଥାନରୁ ଅନେକ ଛୋଟ ଛୋଟ ଭିଡିଓ କରି ନିଜ ଘରଲୋକଙ୍କ ନିକଟକୁ ସେ ପଠାଇଥିଲେ। ସେହି ଭିଡିଓ ଗୁଡିକୁ ଦେଖି ଏବେବି ନିଜ କୋହ ସମ୍ଭାଳି ପାରୁ ନାହାନ୍ତି ପରିବାର ଲୋକେ। କେବଳ ସେତିକି ନୁହେଁ, ବିନା ସୁରକ୍ଷାରେ […]

  • Friday, 02 July 2021
covid
ଭୁବନେଶ୍ୱରରୁ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୨୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୮, ଲୋକାଲ କେସ୍ ୨୦୩ ରହିଛନ୍ତି। ରସୁଲଗଡ଼ରୁ ୧୦, ବରମୁଣ୍ଡା ଓ ଆଇଆର୍ସି ଭିଲେଜରୁ ୯, ନୟାପଲ୍ଲୀ ଓ ଭିଏସ୍ଏସ୍ ନଗରରୁ ୮, ପାତ୍ରପଡ଼ାରୁ ୭, ସୁନ୍ଦରପଦା ଓ ଖଣ୍ଡଗିରିରୁ ୬ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ଆଉ ୩୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। Update […]

  • Friday, 02 July 2021
cremation
ସତ୍ୟନଗର ଉପରେ ପଡୁଛି ଚାପ, ଭୁବନେଶ୍ୱରରେ ହେବ ଆଉ ୨ ଶ୍ମଶାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ ଶ୍ମଶାନ। ସତ୍ୟନଗର ଶ୍ମଶାନ ଉପରେ ଅଧିକ ଚାପ ପଡୁଥିବାରୁ ଏଭଳି ବ୍ୟବସ୍ଥା ହୋଇଛି। ଏ ନେଇ ସୂଚନା ଦେଇଛନ୍ତି  ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କମିଶନରଙ୍କ କହିବାନୁସାରେ, କୋଭିଡ଼ କାରଣରୁ ସତ୍ୟନଗରରେ ସଂସ୍କାର ସଂଖ୍ୟା ବଢ଼ିଛି। ଅନ୍ୟ ଜିଲ୍ଲା ପାଇଁ ସ୍ୱର୍ଗଦ୍ୱାର ବନ୍ଦ ଥିବାରୁ ସତ୍ୟନଗରକୁ ଚାପ ପଡୁଛି। ସେ ଦୃଷ୍ଟିରୁ ଭୁବନେଶ୍ୱରରେ ଆଉ ୨ଟି ଶ୍ମଶାନ କରାଯାଉଛି। ପଟିଆ ଏବଂ ଖଣ୍ଡଗିରି ଅଞ୍ଚଳରେ ୨ଟି […]

  • Friday, 02 July 2021
loot
ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠାରୁ ଲୁଟି ନେଲେ ୧ ଲକ୍ଷ ୮ ଶହ ଟଙ୍କା

ସୋନପୁର: ସ୍ପଷ୍ଟ ଦିବାଲୋକରେ ସ୍ୱୟଂ ସହାୟକ ଗୋଷ୍ଠୀର ୨ ମହିଳାଙ୍କଠାରୁ ଲୁଟି ନେଲେ ୧ ଲକ୍ଷ ୮ ଶହ ଟଙ୍କା । ଆଜି ସୋନପୁର ବସଷ୍ଟାଣ୍ଡରେ ହୋଇଛି ଏହି ଲୁଟ୍ । ଆଉ ଲୁଟର ଶିକାର ହୋଇଛନ୍ତି ସୋନପୁର ବ୍ଲକ ସାହାଜବାହାଲ…

loot
୨ ଲକ୍ଷ ଟଙ୍କା ଝାମ୍ପିନେଲେ

ଖୋର୍ଦ୍ଧା: ବାପ ପୁଅଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ଦୁର୍ବୃତ୍ତ ମାନେ ସେମାନଙ୍କଠୁ ଟଙ୍କାକୁ ଝାମ୍ପି ନେଇଛନ୍ତି। ଟାଉନ୍ ଥାନା ଗୋଡ଼ିପୋଖରୀ ନିକଟରେ ଲୁଟ୍‌ର ଅଭିଯୋଗ ହୋଇଛି। ସେପଟେ ବାଙ୍କୀରେ ଟଙ୍କା ଡିପୋଜିଟ୍ ପାଇଁ ଯାଉଥିବା ବେଳେ ଲୁଟ୍ ହୋଇଛି। ଏକ ଗ୍ୟାସ୍ ଏଜେନ୍ସି କର୍ତ୍ତୃପକ୍ଷଙ୍କ ଠାରୁ ୪ ଲକ୍ଷ ୯୬ ହଜାର ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି। ଏସ୍‌ବିଆଇ ବ୍ୟାଙ୍କରୁ ଟଙ୍କା ନେଇ ଆସୁଥିବା […]

  • Friday, 02 July 2021
biraja
୧୭ରୁ ମା' ବିରଜାଙ୍କ ରଥଯାତ୍ରା, ଜାରି ହେବ ୧୪୪ ଧାରା

ଭୁବନେଶ୍ୱର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ନିର୍ଘଣ୍ଟ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜନ ହେବ। ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ୧୪୪ ଧାରା ଜାରି ହେବ। ରଥଯାତ୍ରା ପୂର୍ବରୁ ସେବାୟତମାନଙ୍କର କୋଭିଡ଼ ଟେଷ୍ଟ କରାଯିବ। ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ହୋଇଛି।  ରଥଯାତ୍ରା ପାଇଁ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବିରଜାରେ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। […]

  • Friday, 02 July 2021
cyber
ନିଜ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ରୁ ବର୍ତ୍ତିବା ପାଇଁ କଣ କରିବେ?

ଭୁବନେଶ୍ୱର: ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ ଖୋଦ୍ ପୋଲିସ କମିଶନର ଓ ଗୁଇନ୍ଦା ବିଭାଗ ଡିଆଇଜିଙ୍କ ନାଁରେ ଖୋଲିଛି ଫେକ୍ ଫେସବୁକ୍ ଆକାଉଣ୍ଟ। ଅର୍ଥାତ୍ ସିପି ସୁଧାଂଶୁ ଷଡ଼ଙ୍ଗୀ ଓ ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ଫଟୋ ଓ ପ୍ରୋଫାଇଲ୍ ଥିବା ଏ ଆକାଉଣ୍ଟ ଜାଲ୍। ଏମିତିକି ଏଥିରୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଯାଇ ଟଙ୍କା ମଗାଯାଉଥିବା କଥା ନଜରକୁ ଆସିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏ ଦୁଇ ବରିଷ୍ଠ ପୋଲିସ ଅଫିସର। ଏଭଳି ଜାଲ୍ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୱେଷ୍ଟ […]

  • Friday, 02 July 2021
flag
ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ୨ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ପାଇଁ ମମତା କୁଣ୍ଡୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେହିପରି  ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ବାଲେଶ୍ୱରରେ ପିସିସି ସଭାପତିଙ୍କ ପୁଅଙ୍କୁ ଟିକେଟ୍ ଦିଆଯାଇପାରେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଅନ୍ତ ଘଟିଛି। ବିଳମ୍ବରେ ହେଲେ ବି ଆଜି ପ୍ରାର୍ଥୀ ତାଲିକା […]

  • Friday, 02 July 2021
432343234
ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ରବୀନ୍ଦ୍ରଙ୍କ ସମର୍ଥକ

ବାଲେଶ୍ୱର: ରାଜ୍ୟରେ ଦୁଇଟି ସ୍ଥାନରେ ଉପ ନିର୍ବାଚନ ପାଇଁ  ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ିବେ। ସେହିପରି ବାଲେଶ୍ୱର ଆସନ ପାଇଁ ବିଜେପି ସ୍ୱର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ, ବିଜେଡି ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି। ସେହିପରି ତିର୍ତ୍ତୋଲ ଆସନ ପାଇଁ ବିଜେପି ରାଜକିଶୋର ବେହେରା ଓ ବିଜେଡି ବିଜୟ ଶଙ୍କର […]

  • Friday, 02 July 2021
tirtol
ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଶେଷ, ଏବେ ଅପେକ୍ଷା ଲଢ଼େଇକୁ...

ନୂଆଦିଲ୍ଲୀ: ଉପ ନିର୍ବାଚନ ପାଇଁ ଯୋଦ୍ଧା ତୟାର, ମଇଦାନ ପ୍ରସ୍ତୁତ । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ିବେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଉଭୟଙ୍କୁ ଦଳ ଟିକେଟ୍ ଦେଇଛି। ବାଲେଶ୍ୱର ଆସନ ପାଇଁ ବିଜେପି ସ୍ୱର୍ଗତ ମଦନମୋହନ […]

  • Friday, 02 July 2021
rain
ଗଭୀର ଅବପାତ ରୂପ ନେଲା ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସକାଳୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି ୫ଟି ଜିଲ୍ଲା ହେଉଛି- କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା। ଡିପ୍ ଡିପ୍ରେସନ୍ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଗତକାଲିଠାରୁ ବର୍ଷା ଲାଗି ରହିଥିବା ବେଳେ ଆଜି […]

  • Friday, 02 July 2021
pythos
ସହର ଭିତରୁ ଅଜଗର ଉଦ୍ଧାର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଜନବସତି ଅଞ୍ଚଳରୁ ଉଦ୍ଧାର ହେଲା ଅଜଗର। ବଲାଙ୍ଗିର ସହର ଶିବମନ୍ଦିର ଛକ ପି.ଆର ହାଇସ୍କୁଲ ନିକଟରେ ଥିବା ଗଛରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ସାପଟିକୁ ଗଛରେ ଝୁଳୁଥିବା ଦେଖି ସ୍ଥାନୀୟ ଲୋକେ ସ୍ନେକ୍‌ ହେଲ୍ପ‌ ଲାଇନ୍‌କୁ ସୂଚନା ଦେଇଥିଲେ। ଖବର ପାଇ ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ସାନୁଜ ମିଶ୍ର ଏବଂ କାହ୍ନା ଶତପଥି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗଛରେ ଗୁଡେଇ ହୋଇ ରହିଥବା ସାପକୁ ସେଠାରୁ ବହୁ […]

  • Friday, 02 July 2021