କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଶସ୍ତାରେ ଘରେ ଗ୍ରୋସରି ସାମଗ୍ରୀ ପହଞ୍ଚାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ। କରୋନା ମହାମାରୀ ସମୟରେ ଏଭଳି ମହା ଠକେଇର ଅଭିଯୋଗ ହୋଇଛି କୋରାପୁଟ ଜୟପୁରରେ। ଜଣେ କି ଦୁଇ ଜଣ ନୁହେଁ ଏକା ଥରେ ଶହ ଶହ ଲୋକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛି କମ୍ପାନୀ। ଜୟପୁରର ଅନ୍ନପୂର୍ଣ୍ଣା ଏଣ୍ଟରପ୍ରାଇଜେସ ବିରୋଧରେ ଆସିଛି ଏପରି ଅଭିଯୋଗ। କରୋନା କଟକଣା ସମୟରେ ଲୋକଙ୍କୁ ଶସ୍ତା ଦରରେ ଗ୍ରୋସେରି ସାମଗ୍ରୀ ଘରେ […]
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଆଜି ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବ୍ଲାଷ୍ଟ୍ ପରେ ପେଟ୍ରୋଲ ପମ୍ପରେ ନିଆଁ ଲାଗିଥିବା ସୂଚନା ମିଳିଛି। ଖବରପାଇ ନିଆଁ ଲିଭାଇବା ପାଇଁ ପେଟ୍ରୋଲ ପମ୍ପରେ ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚିଛି। ବିସ୍ଫୋରଣରେ ଅନେକ ଗାଡ଼ି ଛିନ୍ଛତ୍ର ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ରାଜ ଭବନ ଛକରୁ କ୍ୟାପିଟାଲ୍ ହସ୍ପିଟାଲ ଯାଏ ରାସ୍ତାକୁ ପୋଲିସ୍ ସିଲ କରିଦେଇଛି। ଅଗ୍ନିକାଣ୍ଡ ନେଇ […]
କାମାକ୍ଷାନଗର(ବିଦ୍ୟାଧର ବରାଳ): ଏଣିକି ହାତୀ ଉପଦ୍ରବରୁ ରକ୍ଷା ମିଳିବ। ହାତୀ ଉପଦ୍ରବ ରୋକିବା ପାଇଁ ଢେଙ୍କାନାଳ ପରଜଙ୍ଗ ବ୍ଲକ୍ରେ ବନ ବିଭାଗ ପକ୍ଷରୁ ଐରାବତ ବସ୍ ଯୋଜନା ଆରମ୍ଭ ହୋଇଛି। ଏହି ବସ୍ ମାଧ୍ୟମରେ ବନ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ଏକାଠି ମିଶି ହାତୀ ଉପଦ୍ରବ ଉପରେ କଡ଼ା ନଜର ରଖିବେ। ଏଥିସହ ହାତୀଙ୍କୁ ସୁରକ୍ଷା ମଧ୍ୟ ପ୍ରଦାନ କରିବେ। ୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ବସ୍ରେ ଅନେକ ସୁବିଧା କରାଯାଇଛି। […]
ଯାଜପୁର: ସୁନା ଦୋକାନିଙ୍କୁ ଆକ୍ରମଣ କରି ଲୁଟ୍। ଯାଜପୁର ଧର୍ମଶାଳା ବ୍ରହ୍ମବରଦା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ବ୍ୟବସାୟୀ ମହେଶ୍ୱର ସାହୁ ଲୁଟ୍ର ଶିକାର ହୋଇଛନ୍ତି। ମହେଶ୍ୱର ଦୋକାନ ବନ୍ଦ କରି ସୁନା ଗହଣା ନେଇ ସ୍କୁଟିରେ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ପଲ୍ସରରେ ୩ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିବା ସହ ସୁନା ଗହଣା ଓ ସ୍କୁଟି ନେଇ ଫେରାର ହୋଇଯାଇଥିବା ମହେଶ୍ୱର କହିଛନ୍ତି। […]
ଝାରସୁଗୁଡା: ରାତିରେ ଅପହରଣ ହୋଇଥିବା ନିର୍ବାହୀ ଯନ୍ତ୍ରୀ ସକାଳେ ଉଦ୍ଧାର ହେଲେ। ଗତକାଲି ରାତିରେ ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଜନର ର୍ନିବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଦୁର୍ବୃତ୍ତମାନେ ତାଙ୍କ ସରକାରୀ ବାସଭବନରୁ ଉଠାଇ ନେଇଥିଲେ। ତେବେ ଆଜି ସକାଳୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ ର୍ନିବାହୀ ଯନ୍ତ୍ରୀ ମନୋରଞ୍ଜନଙ୍କୁ ଉଦ୍ଧାର କରାଯାଇଛି। ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ଏକ ଧଳା ରଙ୍ଗର ବୋଲେରୋରେ ୭ରୁ ୮ଜଣ ଯୁବକ ମନୋରଞ୍ଜନଙ୍କ […]
ଭୁବନେଶ୍ୱର: ଉପ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା। ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରଣନୀତି । ତିର୍ତ୍ତୋଲ ସିଟ୍ ପାଇଁ ବିଜେପି ପକ୍ଷରୁ ନିର୍ବାଚନ ଦାୟିିତ୍ୱରେ ଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳର ବିଜୟ ନେଇ ଦୃଢୋକ୍ତି ବାଢ଼ିଛନ୍ତି । ଦିଲ୍ଲୀରେ ରହି ସେ ତିର୍ତ୍ତୋଲ ନିର୍ବାଚନ ନେଇ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନ […]
ଭୁବନେଶ୍ୱର: ଅପରାହ୍ନରେ ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ ସିଏନ୍ଜି ଷ୍ଟେସନରେ ଭୟଙ୍କର ବ୍ଲାଷ୍ଟ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଯାଇଥିଲା ପେଟ୍ରୋଲ ପମ୍ପ। ପେଟ୍ରୋଲ ପମ୍ପରୁ ନିଆଁ ଆକାଶ ଉଚ୍ଚା ଜଳିଥିବା ଦେଖାଯାଇଥିଲା। ୫ରୁ ଅଧିକ ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ କରିଥିଲେ। କିନ୍ତୁ ସେତେବେଳକୁ ବିସ୍ଫୋରଣ ଅନେକ କିଛି କ୍ଷତି ହୋଇଯାଇଥିଲା। ଏହି ଭୟଙ୍କର ବିସ୍ଫୋରଣ ପରେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି […]
ଭୁବନେଶ୍ୱର: ଭୁଲି ଗଲେ ସବୁ କଟକଣା। ମାନିଲେନି କୌଣସି ନିୟମ। ଜଣେ କି ଦୁଇ ଜଣ ନୁହେଁ ଶହ ଶହ ଲୋକ ଏକଜୁଟ୍ ହୋଇ ଦେଖିଲେ ଫୁଟବଲ ମ୍ୟାଚ୍। ଏଭଳି ଘଟଣା ଘଟିଛି ସମ୍ବଲପୁର କୁଚିଣ୍ଡା ଓ ଢେଙ୍କାନାଳ କଙ୍କଡ଼ାହାଡ଼ର। ଏଠାରେ ବିନା ମାସ୍କ ବିନା ସଚେତନତାରେ ଚାଲିଥିବା ଫୁଟବଲ ମ୍ୟାଚ୍। ଯେମିତି ଏଠି କରୋନାକୁ କାହାର ଖାତିର ନାହିଁ। କରୋନା ମହାମାରୀକୁ ଏଠି ତିଳେ ହେଲେ ଲୋକେ ଭୟ କରି ନାହାନ୍ତି। ଫୁଟବଲ୍ ମ୍ୟାଚ୍ରେ ମତୁଆଲା […]
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ଟାଙ୍କି ବିସ୍ଫୋରଣ ଘଟଣାରେ ଆହତଙ୍କ ପାଇଁ ମଗଣା ଚିକିତ୍ସା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଣା ଅନୁସାରେ ଆହତ ସମସ୍ଥଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବ। ବର୍ତ୍ତମାନ ସ୍ଥିତି ଆୟତଧୀନ ରହିଥିବା ସୂଚନା ଦେବା ସହିତ ବିସ୍ଫୋରଣରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେମିତ ଏଭଳି ଘଟଣା ଘଟିଲା ସନେଇ […]
ନବରଙ୍ଗପୁର: ନବରଙ୍ଗପୁର ଉମରକୋଟରେ ଜଣେ ନାବାଳିକାଙ୍କୁ ଅମାନବୀୟ ଭାବେ ମାଡ଼ ମାରି ଭିଡିଓ ଭାଇରାଲ କରିବା ଘଟଣାରେ ତିନି ଯୁବକ ଗିରଫ ହୋଇଛନ୍ତି। କିଛି ଦିନ ତଳେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା। ରାଇଘର ବ୍ଲକ୍ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା। ଏହି ଘଟଣାକୁ ଅଞ୍ଚଳବାସୀ ନାପସନ୍ଦ କରିଥିବା ବେଳେ ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ଅଙ୍ଗୁଳି ଉଠାଇଥିଲେ। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ଦାବି […]
ଆସ୍କା: ଜଣାଶୁଣା ହିନ୍ଦୀ ଓ ଓଡ଼ିଆ ଲେଖକ ଏସ୍.କେ ସଈଦଙ୍କ କରୋନାରେ ମୃତ୍ୟୁ ଘଟିଛି। ସାହିତ୍ୟ ପ୍ରତି ସଈଦଙ୍କ ଅନେକ ଅବଦାନ ରହିଛି। ତାଙ୍କ ସମ୍ପାଦନାରେ ହିନ୍ଦୀ ପତ୍ରିକା ‘ଆପ୍ନା ପାଇଗମ’ ପ୍ରକାଶିତ ହୋଇ ସମଗ୍ର ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଏସ୍.କେ ସଈଦ ଅନେକ ଓଡ଼ିଆ ଲେଖାକୁ ହିନ୍ଦୀରେ ଅନୁବାଦ କରି ବିଭିନ୍ନ ହିନ୍ଦୀ ପତ୍ରିକାରେ ପ୍ରକାଶିତ କରିଛନ୍ତି। ଓଡ଼ିଆରେ ମଧ୍ୟ ତାଙ୍କର ଅନେକ ଲେଖା ପ୍ରକାଶିତ ହୋଇଛି। ସେ ଆସ୍କା ବିଦ୍ୟାଳୟରେ ହିନ୍ଦୀ ପ୍ରଧ୍ୟାପକ […]
ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବିସ୍ଫୋରଣ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ସିପି କହିଛନ୍ତି, ଏହି ଘଟଣାରେ ପୋଲିସ ନିଜ ଆଡୁ ଏତଲା କରୁଛି। ଏହାର ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ହେଲା ତାର ତଦନ୍ତ ହେବ ବୋଲି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ଏକ ଅପରାଧିକ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। ତା ସହିତ ରାଜ୍ୟ ଫୋରେନସିକ୍ ଲ୍ୟାବ୍ ଟେକ୍ନିସିଆନ ତଦନ୍ତ ଆରମ୍ଭ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା କରିବା ପରେ ରାଜ୍ୟ ସରକାର ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ଅନୁକମ୍ପା ରାଶି ଦେବେ ବୋଲି ଘୋଷଣା ହୋଇଛି। ରାଜ୍ୟ ସରକାର ସହାୟତା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ତଦନୁଯାୟୀ ରାଜ୍ୟ ସରକାର ୬୦ ଜଣ ସହିଦଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇଥିଲେ। ତେବେ […]
ଭୁବନେଶ୍ୱର: ଇମ୍ପାକ୍ଟ ପକ୍ଷରୁ ୪୧ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। ଏଥରର ସାରଳା ପୁରସ୍କାର ପାଇବେ ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ। ତାଙ୍କ କବିତା ସଙ୍କଳନ ‘ସେତେବେଳକୁ ନଥିବ’ ପାଇଁ ସେ ପୁରସ୍କୃତ ହେବେ। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବା ସହିତ ମାନପତ୍ର ପ୍ରଦାନ କରାଯିବ। ଏଥିସହ ରାଜ୍ୟର ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ନିଜସ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଇଲା ପଣ୍ଡା ଚିତ୍ରକଳା ସମ୍ମାନରେ […]
ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ କମିଶନରେଟ୍ ପୋଲିସ୍ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିସ୍ଫୋରଣ ପରେ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାରେ ଯାଆସ ମନା ହୋଇଛି। ସ୍ଥିତାବସ୍ଥା ଫେରିବା ପର୍ଯ୍ୟନ୍ତ କଟକଣା ଜାରି କରିଛି କମିଶନରେଟ ପୋଲିସ। ଆଜି ଅପରାହ୍ନରେ ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଭୟଙ୍କର ବ୍ଲାଷ୍ଟ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଥିଲା ପେଟ୍ରୋଲ […]
ବାଲେଶ୍ୱର: ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଝଟ୍କା ଲାଗିଛି। ଶଙ୍ଖ ଛାଡ଼ି ପଦ୍ନ ହାତ ଧରିଛନ୍ତି ବିଜେଡିର ପୂର୍ବତନ ନେତା। ବାଲେଶ୍ୱର ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ଚନ୍ଦ୍ର ପ୍ରଧାନ ବିଜେଡି ଛାଡ଼ିଛନ୍ତି। ନାରାୟଣ ବିଜେଡିର ସଦର ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସହ ୧୮ଟି ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ଥିବା ସେ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା କହିଛନ୍ତି […]
ଖୋର୍ଦ୍ଧା: ଗୋଟିଏ ଅଭିଯୋଗରେ ମିଛ ଧରା ପଡ଼ୁ ପଡ଼ୁ, ପଛକୁ ପଛ ଖଞ୍ଜା ହେଉଛି ଆଉ ଗୋଟିଏ ଲେଖାଁ ଅଭିଯୋଗ। ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଜମି ଜବରଦଖଲ ଅଭିଯୋଗକୁ ନେଇ ଓଟିଭିକୁ କ୍ଲିନଚିଟ୍ ପରେ ବାଘମାରୀ ଥାନାରେ ଆଉ ଏକ ଅଭିଯୋଗକୁ ନେଇ ମାମଲା ହୋଇଛି। ତେବେ ସ୍ଥାନୀୟ ସରପଞ୍ଚଙ୍କ କାର୍ଯ୍ୟାଳୟରେ ଓଟିଭି ବିରୋଧରେ ଗୋଟିଏ ବି ଅଭିଯୋଗ ନଥିଲା ବେଳେ ଏବେ ଘନ ଘନ ଅଭିଯୋଗ ପଛର କାରଣକୁ ନେଇ ଉଠିଛି ପ୍ରଶ୍ନ। ଖୋର୍ଦ୍ଧା ସାରୁଅ […]
ଭୁବନେଶ୍ୱର: କ୍ରାଇମ୍ ସିଟି ପାଲଟିଛି ରାଜଧାନୀ ଭୁବନେଶ୍ୱର। ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍ ବଢ଼ିବାରେ ଲାଗିଛି। ମୋବାଇଲ୍ ଫୋନ୍ ଲୁଟ୍ କରିବା ପରେ ଜଣେ ଫୁଡ୍ ଡେଲିଭରି ବୟଙ୍କୁ ଚଳନ୍ତା ଗାଡ଼ିରୁ ଧକ୍କା ଦେଇନ୍ତି ଲୁଟେରା। ବ୍ୟସ୍ତବହୁଳ ପଳାଶୁଣୀ ନିକଟରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ଶୁଭକାନ୍ତ ନାଥ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର […]
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଥିଲା। ତେବେ ୨ ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ SCB ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାୟକ। ଗତକାଲି ବିସ୍ଫୋରଣରେ ତାଙ୍କ ଶରୀରର ୬୦ ପ୍ରତିଶତ […]
ଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ କଟକଣା ଲାଗୁ ହୋଇଛି। ଗତକାଲି ଅପରାହ୍ନରେ ପେଟ୍ରୋଲ ପମ୍ପରେ ଭୟଙ୍କର ବ୍ଲାଷ୍ଟ୍ ହୋଇ ନିଆଁ ଲାଗିବା ପରେ ହୁତୁ ହୁତୁ ହୋଇ ଜଳିଥିଲା ପେଟ୍ରୋଲ ପମ୍ପ। ତେବେ ସୁରକ୍ଷା କାରଣରୁ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ କଟକଣା ଲାଗୁ ହୋଇଛି। ଏ ନେଇ ପୋଲିସ୍ କମିଶନର ସୂଚନା ଦେଇଛନ୍ତି। ସ୍ଥାନ ସୁରକ୍ଷିତ ଘୋଷଣା ନ ହେବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ ବୋଲି ପୋଲିସ୍ କମିଶନର କହିଛନ୍ତି। […]
ପୁରୀ: ଓଡ଼ିଶାରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ମିଳିଲା ସଙ୍କେତ। କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲିବା ଲାଗି ଯୋଜନା ପ୍ରସ୍ତୁତ କରିବା ପାଇଁ ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସକଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୦ ଦିନରେ ରିପୋର୍ଟ ଦେବା ସହ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ୱିଟ୍ କରି ମୁଖ୍ୟ ଶାସନ ସଚିବ ଆଜି ଏହି ନିର୍ଦ୍ଦେଶନାମା ଜାରି […]
ଭୁବନେଶ୍ୱର: ଏଲ୍ପିଜି ଲିକେଜ୍ରୁ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତ ପରେ Petroleum and Explosives Safety Organisation(PESO)ର ଉପମୁଖ୍ୟ କଣ୍ଟ୍ରୋଲର ଏହି ସୂଚନା ଦେଇଛନ୍ତି। PESOର ଉପମୁଖ୍ୟ କଣ୍ଟ୍ରୋଲର କହିଛନ୍ତି, ‘ଟାଙ୍କିରେ ଏଲ୍ପିଜି ଭର୍ତ୍ତି ବେଳେ ଲିକେଜ୍ ହୋଇଥିଲା। ଏହାପରେ ନିଆଁ ଲାଗି ଯାଇଥିଲା ଓ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ଟାଙ୍କିରେ ସାଢ଼େ ୪ ଟନ୍ ଏଲ୍ପିଜି ରହିଥିଲା। ସେ ଆହୁରି କହିଛନ୍ତି, ପ୍ରାଥମିକ ତଦନ୍ତ ସରିଛି। […]
ଭୁବନେଶ୍ୱର: ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବାକୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସାଇକେଲ୍ଗିରି ଅଭିଯାନ। ଆସନ୍ତାକାଲି ସକାଳ ସାଢ଼େ ୬ଟାରେ ଶିଶୁଭବନ ଛକ ନିକଟ ଏକାମ୍ର ପ୍ଲାଜା ଜନପଥରୁ ୧୨ କିଲୋମିଟର ଦୂର ଧଉଳି ଯାଏଁ, ଏକ ସାଇକେଲ ରାଲି ଆୟୋଜିତ ହେବ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ‘ସାଇକେଲ୍ସ ଫର୍ ଚେଞ୍ଜ’ କ୍ୟାମ୍ପେନ୍ ଆୟୋଜିତ ହେବ। ଭୁବନେଶ୍ୱର ସମେତ ଦେଶର ୯୫ଟି ସହର ଇଣ୍ଡିଆ ସାଇକେଲ୍ […]
କନ୍ଧମାଳ: କନ୍ଧମାଳ ଜିଲ୍ଲା ପୋଲିସର ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କର କରୋନାରେ ମୃତ୍ୟୁ ହେବା ପରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ କନେଷ୍ଟବଳଙ୍କ ନା ବାଲି କହଁର। ସେ ଦାରିଙ୍ଗବାଡ଼ି କୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ବୌଦ୍ଧ ଜିଲ୍ଲାର ଗମ୍ଭାରୀପଡାରେ। ଗତ ମାସ ୨୦ ତାରିଖରେ କୋଭିଡ ପଜିଟିଭ ଜଣା ପଡିବା ପରେ ସେ ରାୟଗଡା ଜିଲ୍ଲା ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ […]
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାକୁ ନେଇ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପୋଲିସ୍ କମିଶନର କହିଛନ୍ତି, ‘ଏହି ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ୪ ଜଣ କାମ କରୁଥିଲେ। ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ SCBରେ ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ SCBରେ ଚିକିତ୍ସାଧିନ ଅଛନ୍ତି। ତୃତୀୟ ବ୍ୟକ୍ତି ସୁରକ୍ଷିତ […]