• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

elephant attack
ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ: ହାତୀ ଆକ୍ରମଣରେ ଜଣେ ମୃତ। ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ନୂଆଖେତା ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରମେଶ ସାହୁ। ସୂଚନା ଅନୂସାରେ, ରମେଶ ସାହୁ କୌଣସି କାମରେ ଘର ନିକଟ ଜଙ୍ଗଲ ପାଖକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହାତୀମାନଙ୍କ କବଳରୁ ଫସଲ ଓ ଧନ ଜୀବନର ସୁରକ୍ଷା ଦେବା ସହ […]

  • Saturday, 10 July 2021
111
ଏସ୍‌ଓଜି କମାଣ୍ଡାଣ୍ଟଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

ଭୁବନେଶ୍ୱର: SOG କମାଣ୍ଡାଣ୍ଟ ଅନିରୁଦ୍ଧ ସିଂଙ୍କ ବିରୋଧରେ ଆସିଥିବା ଦୁର୍ବ୍ୟବହାର ଅଭିଯୋଗ ଜଟିଳ ରୂପ ନେଇଛି। ଟ୍ରେନି SI ବିଶ୍ୱଜିତ୍ ବେହେରା ଏପରି ଅଭିଯୋଗ କରି ଅନ୍‌ଲାଇନ୍‌ରେ ଚନ୍ଦକା ଥାନାରେ ଫେରାଦ ହୋଇଛନ୍ତି। କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହଙ୍କ ବିରୋଧରେ ଅନ୍‌ଲାଇନ୍‌ରେ ଚନ୍ଦକା ଥାନାରେ ଏତଲା ଦେଇ ବିଶ୍ୱଜିତ କହିଛନ୍ତି ଯେ, ଟ୍ରେନିଂ ବେଳେ ଅନିରୁଦ୍ଧ ସିଂ ତାଙ୍କ ସହ ଦୁର୍ବ୍ୟବହାର ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ସେ ଅଭିଯୋଗ କରିଛନ୍ତି। ଖାଲି ଏତିକି ନୁହେଁ, ଟ୍ରେନିଂ ବେଳେ […]

  • Saturday, 10 July 2021
bac
ଦାନଗଦୀ ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ଯାଜପୁର:ସାଧାରଣ ନିର୍ବାଚନ ସରିବା ପରେ ଏବେ ଯାଜପୁର ଦାନଗଦୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି।  ଗୋଟିଏ ପଟେ ବିଧାୟକଙ୍କ ସମର୍ଥକ ଗୋଷ୍ଠୀ, ଅନ୍ୟ ପଟେ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ। ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ଅଧ୍ୟକ୍ଷାଙ୍କ ବିରୋଧରେ ଦୁର୍ନୀତି ଓ ପିସି କାରବାର ଅଭିଯୋଗ ଆଣିଛନ୍ତି । ପିସି କାରବାର ବନ୍ଦ କରିବା ତଥା ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରି ଗୋଟିଏ ଗୋଷ୍ଠୀ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। […]

  • Saturday, 10 July 2021
jaleswar
ପ୍ରେମିକାକୁ ହତ୍ୟା ପାଇଁ ଦୁବାଇରୁ ଆସିଥିଲା ପ୍ରେମିକ, ଜାଣନ୍ତୁ କାହିଁକି?

ବାଲେଶ୍ୱର: ଓଡ଼ିଶାରେ ପ୍ରେମିକା, ଦୁବାଇରେ ପ୍ରେମିକ। ଉଭୟ ରୋଜଗାରିଆ। ଚାକିରି କରିବାକୁ ଉଭୟ ରହୁଥିଲେ ବାହାରେ। ଡିସେମ୍ବରରେ ବାହାଘର ପାଇଁ କଥା ଦେଇଥିଲା ପ୍ରେମିକା। କିନ୍ତୁ ଦୁଇ ଦିନ କାଳ ଫୋନ୍‌ ନ ଲାଗିବାରୁ ପ୍ରେମିକାକୁ ହତ୍ୟା କରିବାର ଯୋଜନା। ଏହି କାଣ୍ଡ ପାଇଁ ସୁଦୂର ଦୁବାଇରୁ ଚାକିରି ଛାଡ଼ି ଆସିଥିଲା ପ୍ରେମିକ। ହେଲେ ପ୍ରେମିକାକୁ ନ ପାଇ ତାଙ୍କ ମାଆକୁ ଆକ୍ରମଣ କରିଥିଲା ହତାଶ ପ୍ରେମିକ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଶ୍ୟାମାନନ୍ଦିପୁରରେ ଏହି ଘଟଣା […]

  • Saturday, 10 July 2021
66
ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

କେନ୍ଦ୍ରାପଡ଼ା: ଅସହାୟ ଓ ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ସରକାରଙ୍କ ବିଜୁପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି। ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସବୁ ଯୋଜନାର ଲାଭ ମିଳିପାରୁନାହିଁ। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଏରଡଙ୍ଗ ପଂଚାୟତରେ ଅନେକ ଗରିବ ହିତାଧିକାରୀ ସରକାରୀ ଯୋଜନାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ବି କିଛି ସୁଫଳ ମିଳୁନଥିବା ଏବଂ ପଂଚାୟତରେ ଥିବା ଅନେକ ଧନୀ […]

  • Saturday, 10 July 2021
1777
ଗାଁ ବୁଡ଼ିଯିବା ଆଶଙ୍କା ନେଇ ଜଳସେଚନ ପ୍ରକଳ୍ପକୁ ବିରୋଧ କଲେ ଗ୍ରାମବାସୀ

ଝାରସୁଗୁଡ଼ା: ଚାଷ ଜମିକୁ ସୁବିଧାରେ ପାଣି ପହଞ୍ଚାଇବା ପାଇଁ ସରକାର ଅନେକ ଜଳସେଚନ ପ୍ରକଳ୍ପ କରିଛନ୍ତି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଲୋକମାନେ ବିରୋଧ କରି ଲିଖିତ ଅଭିଯୋଗ କରିଛନ୍ତି। ଝାରସୁଗୁଡା କୋଲାବିରା ଅମାତି ନୂଆପଡ଼ାରେ ରହିଛି ରବଡେଗା ନାଳା। ଏହି ନାଳାରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ସରକାରୀ ଟଙ୍କା ଅନୁମୋଦନ ହେଇସାରିଛି। କାମ ଆରମ୍ଭ କରିବା ପାଇଁ ଚିପ୍ସ, ବାଲି ପଡିବା ସହିତ ଟେଣ୍ଡର ସରିଛି। ହେଲେ କାମ ଆରମ୍ଭ […]

  • Saturday, 10 July 2021
tkp
ଲୋପ ହେବାକୁ ଯାଉଛି ଘଡ଼ିଆଳ କୁମ୍ଭୀର ! ବଂଶ ବୃଦ୍ଧି ପାଇଁ ତତ୍ପର ହେଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟିକରପଡ଼ାସ୍ଥିତ ସାତକୋଶିଆ ଗଣ୍ଡରେ ଗୋଟିଏ ପରେ ଗୋଟିଏ ଘଡିଆଳ କୁମ୍ଭୀରଙ୍କର ମୃତ୍ୟୁ ଘଟୁଛି। ଘଡିଆଳଙ୍କ ଏପରି ମୃତ୍ୟୁ ପରିବେଶବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି। କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଁ ନନ୍ଦନକାନନ କୁମ୍ଭୀର ଗବେଷଣା କେନ୍ଦ୍ରରୁ କିଓ ଘଡିଆଳ ପ୍ରଜାତିର କୁମ୍ଭୀର ଅଣାଯାଇ ଗଣ୍ଡରେ ଛଡ଼ାଯିବାକୁ ଯୋଜନା ଚାଲିଛି। ବର୍ଷା ଋତୁ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୫ଟି କୁମ୍ଭୀର ଛଡାଯିବାର କାର୍ଯ୍ୟକ୍ରମ ରହିଛି। ଅନୁଗୁଳର ସାତକୋଶିଆ ଗଣ୍ଡ ଘଡ଼ିଆଳ କୁମ୍ଭୀରଙ୍କ ବଂଶବୃଦ୍ଧି ପାଇଁ ପ୍ରକୃଷ୍ଟ ଆବାସସ୍ଥଳୀ। […]

  • Saturday, 10 July 2021
sales man murder
ଦେଶୀ ମଦଭାଟିର ସେଲ୍ସମ୍ୟାନ୍‌ଙ୍କୁ ହତ୍ୟା!

ବ୍ରହ୍ମପୁର: ଦେଶୀ ମଦଭାଟିର ସେଲ୍ସମ୍ୟାନ୍‌ଙ୍କୁ ହତ୍ୟା। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ଏକ ଦେଶୀ ମଦଭାଟିର ସେଲ୍ସମ୍ୟାନ୍‌ ବିଜୟ ଡାକୁଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଘର ଜଗଦଳପୁରରେ। ଆଜି ସକାଳେ ବିଜୟଙ୍କ ମୃତଦେହ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ଏହାପରେ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ। ବିଜୟ ଜଗଦଳପୁର ଅଞ୍ଚଳର ଏକ ଦେଶୀ […]

  • Saturday, 10 July 2021
14
DRDOକୁ ଆଉ ଏକ ସଫଳତା, ଏଚ୍‌ଏସ୍‌ଟିଡିଭିର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ DRDOକୁ ଆଉ ଏକ ସଫଳତା ମିଳିଛି। ଆଜି ହାଇପରସୋନିକ୍ ଟେକ୍ନୋଲୋଜି ଡେମନଷ୍ଟ୍ରେସନ ଭେଇକ୍ଲ ବା HSTDVର ସଫଳ ପରୀକ୍ଷଣ କରାଯାଇଛି। ଧାମରା ITR ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଏହି ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ଆଜି ସକାଳ ୧୧ଟା ୨୨ରେ ଏହି ପରୀକ୍ଷଣ କରାଯାଇଛି। ଏଣିକି ଭାରତ ଆକାଶ ମାର୍ଗରେ ଦୂରଗାମୀ କ୍ରୁଜ ମିସାଇଲକୁ ଏହି HSTDVରୁ ଟାର୍ଗେଟ କରିପାରିବ। ସେହିପରି ଏହାର […]

  • Saturday, 10 July 2021
11
ସରିଲା ଚକ ଡେରା କାମ, ଆଜି ଆରମ୍ଭ ହେବ ୩ ରଥର ମୁହାଁଟି ବାଡିଆ

ପୁରୀ: ଜୋରଦାର ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନିରଥର ନିର୍ମାଣ କାର୍ଯ୍ୟ। ବିଶ୍ୱକର୍ମା ସେବକ ପରମ୍ପରା ଅନୁଯାୟୀ ରଥ ନିର୍ମାଣ କାମ କରୁଛନ୍ତି । ଚକ ଡେରା ପରେ ଆଜି ୩ ରଥର ମୁହାଁଟି ବାଡିଆ କାମ ଆରମ୍ଭ ହେବ। ସ୍ନାନ ପୂର୍ଣ୍ଣମୀରେ ଚାରିନାହାକା ଉଠିବାର ପରମ୍ପରା ରହିଥିବାରୁ ଭୋଇସେବକ ମହାରଣାଙ୍କୁ ନାହାକା କାଠ ଯୋଗାଇଛନ୍ତି। ଏଥିସହ ଦଣ୍ଡା, ମୁହାଁଟ, କୋଣଗୁଜ କାମ ଆଗେଇ ଚାଲିଛି। କୋଣଗୁଜରେ ହାତୀବିରାଳ ଓ ସିଂହବିରାଳ ଖୋଦେଇ କାମ କରାଯାଉଛି। ସେପଟେ ରଥ […]

  • Saturday, 10 July 2021
vigilance
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ବରଗଡ଼ (ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ସରକାରୀ ବାସଭବନ ସମେତ ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ବୀରେନ୍ଦ୍ର ନାଏକଙ୍କ ନେତୃତ୍ୱରେ ରାଉରକେଲା, ଝାରସୁଗଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ବରଗଡ଼ର ଭିଜିଲାନ୍ସ ଅଧିକାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି। ଟଙ୍କଧରଙ୍କ କେନାଲ ଡିଭିଜନ […]

  • Saturday, 10 July 2021
koraput1
କୋରାପୁଟର ଆମ୍ୱ ଯିବ ଦିଲ୍ଲୀ

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟର ଆମ୍ବ ଦିଲ୍ଲୀରେ ଜିଲ୍ଲା ପ୍ରଶାସନର ‘ଓରମାସ୍’ ସହାୟତାରେ ସହାୟତାରେ ବିକ୍ରି ହେବ। ଗତକାଲି କୋରାପୁଟ୍‌ର ‘ମଲ୍ଲିକା’ ଓ ‘ଲେଙ୍ଗଡା’ ଆମ୍ବ ଦିଲ୍ଲୀ ବଜାରରେ ବିକ୍ରି ପାଇଁ ଯାଇଛି। ଏହା ନିୟମିତ ଭାବେ କରାଗଲେ ଆମ୍ବ ପାଇଁ ଉଚିତ ମୂଲ୍ୟ ମିଳିବ ବୋଲି ଆମ୍ୱ ଚାଷୀ ଆଶା କରିଛନ୍ତି। ଆମ୍ବ କିଣିବା ପାଇଁ ଦିଲ୍ଲୀର ମଦର୍ସ ଡେୟାରୀର ପ୍ରତିନିଧି ନିକଟରେ କୋରାପୁଟ ଆସିଥିଲେ। ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ଆମ୍ବ ଚାଷୀଙ୍କ […]

  • Saturday, 10 July 2021
monsoon up
ଆଉ ପାଞ୍ଚ ଦିନ ପରେ ଆସିବ ମୌସୁମୀ !

ଭୁବନେଶ୍ୱର: ଜୁନ୍‌ ୮ରେ କେରଳ ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେବେ ଓଡ଼ିଶା ଛୁଇଁବ, ତା’କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଏହି ଅପେକ୍ଷାର ଅନ୍ତ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି। କାରଣ ଜୁନ୍‌ ୧୬ ସୁଦ୍ଧା ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଏବେ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ […]

  • Saturday, 10 July 2021
p-11-1-750x430
ସାହିତ୍ୟ ଅକାଦେମିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ପୁରସ୍କାର ସହିତ ଘୋଷଣା ହେବ ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା

ଭୁବନେଶ୍ୱର: ସାହିତ୍ୟ ଅକାଦେମି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ଏଣିକି କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ଘୋଷଣା କରାଯିବ। ବିଳମ୍ବରେ ହସ୍ତଗତ ହୋଇଥିବା ଅକାଦେମି ସଚିବ କେ. ଶ୍ରୀନିବାସନ୍‌ଙ୍କ ଏକ ଚିଠିରୁ ଏହା ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ, ସାହିତ୍ୟ ଅକାଦେମି ପ୍ରତିବର୍ଷ ଦେଶର ୨୪ଟି ସ୍ୱୀକୃତ ଭାଷାରେ ୪ଟି ପୁରସ୍କାର ପ୍ରଦାନ କରିଥାଏ । ସେହି ପୁରସ୍କାରଗୁଡ଼ିକ ହେଉଛି […]

  • Saturday, 10 July 2021
1
ସମୁଦ୍ରରେ ଲୀନ ହେବ ପୋଡମପେଟା !

ବ୍ରହ୍ମପୁର:କୂଳ ଲଂଘୁଛି ସମୁଦ୍ର। ଆଉ ତା ଆଁ ଭିତରେ ପଶି ଯାଉଛି ଗଂଜାମର ପୋଡମପେଟା ଗାଁ । ଗାଁର ଅନେକ ଅଞ୍ଚଳ ଧିରେ ଧିରେ ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି। ‌ତଥାପି କିଛି ଲୋକ ଭିଟାମାଟି ଛାଡ଼ି ଯାଇ ପାରୁନାହାନ୍ତି । କୁଆଡେ ବା ଯିବେ ! ବଙ୍ଗୀୟ ଉପକୂଳରେ ବିଭିନ୍ନ ସମୟରେ ଆସୁଥିବା ବାତ୍ୟା ପ୍ରଭାବରେ ବାରମ୍ବାର  କ୍ଷତିଗ୍ରସ୍ତ ହୋଇଛି ଏହି ପୋଡମପେଟା ଗାଁ। ଏଠାକାର ଲୋକଙ୍କୁ ଥଇଥାନ କରିବାକୁ ଓଡ଼ିଶା ଡିଜାଷ୍ଟର ରିଲିଫ୍ ପ୍ୟାକେଜ୍ […]

  • Saturday, 10 July 2021
66
ହାତ ଛାଡ଼ିଲେ କେ. ସୁରିୟା ରାଓ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୁରିୟା ରାଓ ଆଜି କଂଗ୍ରେସ ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଗତ ବିଧାନସଭାରେ ନିର୍ବାଚନରେ ସେ ପାରଳାଖେମୁଣ୍ଡିରୁ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ତେବେ ଟିକେଟ ପ୍ରଦାନରେ ବିଳମ୍ବ ଯୋଗୁ ପ୍ରଚାର ପାଇଁ ଯଥେଷ୍ଟ ସମୟ ମିଳିନଥିବାରୁ ସେ ପରାଜିତ ହୋଇଥିବା ସେ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଏଥିପାଇଁ ସେ […]

  • Saturday, 10 July 2021
vigilance-56
ଭିଜିଲାନ୍ସ ଜାଲରେ ପରମେଶ୍ୱର

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସହକାରୀ ପରିସଂଖ୍ୟାନ ଅଧିକାରୀ ପରମେଶ୍ୱର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି।  ଭିଜିଲାନ୍ସର ୪ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ବାଲେଶ୍ୱରର ଅଙ୍ଗାରଗାଡ଼ିଆ ବାସଭବନ, ଅଫିସ୍‌ ଓ ଭଦ୍ରକର ବାସୁଦେବପୁରରେ ଚଢ଼ଉ ହୋଇଛି। ଭିଜିଲାନ୍ସ ଏସ୍‌ପି ସୁନିଲ କୁମାର ସେନାପତି କହିଛନ୍ତି,“ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରମେଶ୍ୱର ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହେଇଛି। ତାଙ୍କ ନାଁରେ  ଚାରୋଟି ଜାଗାରେ […]

  • Saturday, 10 July 2021
Capture
ଖୁବ୍‌ ଶିଘ୍ର ନୂଆ କୃଷି ନୀତି

ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର କୃଷି ଓ କୃଷକଙ୍କ କଲ୍ୟାଣକୁ ଗୁରୁତ୍ୱ ଦେଇଛି। ଏଥିପାଇଁ ରାଜ୍ୟ ସରକାର ନୂଆ କୃଷି ନୀତି ଆଣିବାକୁ ଯାଉଛନ୍ତି। ୨୦୧୩ର କୃଷି ନୀତି ବଦଳାଇ ଆବଶ୍ୟକତା ଅନୁସାରେ ନୂଆ ନୀତି ଆଣିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଜି ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି । ବୈଠକ ଶେଷ ହେବା ପରେ କୃଷି ସଚିବ […]

  • Saturday, 10 July 2021
heatwave
ଆଉ ଦୁଇ ଦିନ ତାତି ଓ ଗୁଳୁଗୁଳି

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆହୁରି ଦୁଇ ଦିନ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଖରାର ପ୍ରକୋପ ସକାଳ ୮ଟାରୁ ଆରମ୍ଭ ହେଉଛି। ତେଣୁ ସାଧାରଣ ଲୋକମାନେ ଗରମରେ ଅସ୍ତବ୍ୟସ୍ତ ହେଉଛନ୍ତି। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଗରମ ସହ ଗୁଳୁଗୁଳି ହେଉଛି। ବିଭିନ୍ନ ଜିଲ୍ଲାରେ ଦ୍ୱିପ୍ରହରରେ ତାତି ସମୟରେ ବିଦ୍ୟୁତ୍‌ କାଟ ଯୋଗୁଁ […]

  • Saturday, 10 July 2021
foni
ଫୋନି କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାକୁ ମିଳିବ ୧୯୭ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଯାଇଥିବା ପୁରୀ ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୭ କୋଟି ୫୯ ଲକ୍ଷ ଟଙ୍କା ମଞ୍ଜୁର କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ‘ଫୋନି’ ପ୍ରକୋପରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପକ୍କା ଓ କଚ୍ଚା ଘର ପାଇଁ ୯୫ ହଜାର ଶହେ ଟଙ୍କା କ୍ଷତିପୂରଣ ଦିଆଯିବ। ଅଳ୍ପ ବା ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ପକ୍କା ଘର ପାଇଁ ୫ ହଜାର ୨୦୦ ଓ ମାଟି ବା ଚାଳ ଛପର […]

  • Saturday, 10 July 2021
accident
ବିଦ୍ୟୁତ୍ ଆଘାତରେ ଠିକା କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର(ଅଭୟ ପତି):ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ କଣ୍ଟାବଣିଆ ଗାଁରେ ବିଦ୍ୟୁତ୍ ଆଘାତର ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରହଲ୍ଲାଦ ଜେନା। ଘର ତାରାକୋଟ ଗାଁରେ। କାଳବୈଶାଖୀ ଯୋଗୁ ଛିଣ୍ଡି ଯାଇଥିବା ବିଦ୍ୟୁତ୍ ତାରକୁ  ବିଭାଗ ପକ୍ଷରୁ ଗତକାଲି ମରାମତି ହେଉଥିଲା। ବିଦ୍ୟୁତ୍ ବିଭାଗରେ ଠିକା କର୍ମଚାରୀ ଭାବେ କାମ କରୁଥିବା ପ୍ରହଲ୍ଲାଦ ଖୁଣ୍ଟରେ ଚଢ଼ି କାମ କରୁଥିଲେ। ଏତିକି ବେଳେ ହଠାତ୍‌ ବିଦ୍ୟୁତ ଚାର୍ଜ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ମୃତଦେହ […]

  • Saturday, 10 July 2021
assembly
ଗଠନ ହେଲା ୩ ନୂଆ ଆରଆଇ ସର୍କଲ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ଟି ରାଜସ୍ୱ ନିରୀକ୍ଷଣ ମଣ୍ଡଳ ବା ଆରଆଇ ସର୍କଲ ଗଠନ କରିଛନ୍ତି ସରକାର। ବରଗଡ଼ ଜିଲ୍ଲାରେ ଏହି ୩ଟି ଯାକ ଆରଆଇ ସର୍କଲ ସୃଷ୍ଟି କରାଯାଇଛ। ନୂଆ ସର୍କଲଗୁଡ଼ିକ ହେଲା ତାଲପାଲି, ଗୁଡେରପାଲି ଓ ଡଙ୍ଗବାହାଲ। ଏହାଛଡ଼ା ଗାଈସିଲଟ ଆରଆଇ ସର୍କଲର ପୁନର୍ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ପ୍ୟାକେଜ୍ ଘୋଷଣା ଅନୁଯାୟୀ ଏହି ୩ଟି ଆରଆଇ ସର୍କଲ ପ୍ରତିଷ୍ଠା କରାଯାଇଛି। ଗତବର୍ଷ ବିଜେପୁର ଉପ ନିର୍ବାଚନ ଓ ଚଳିତ ଥର ମୁଖ୍ୟମନ୍ତ୍ରୀ ନବୀନ […]

  • Saturday, 10 July 2021
bus-accident
ଓଲଟି ପଡ଼ିଲା ବସ୍‌, ୧୫ ଯାତ୍ରୀ ଆହତ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧାର ଜାଗୁଳେଇ ପାଟଣା ଠାରେ ଏକ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲା। ଦୁର୍ଘଟଣାଗ୍ରସ୍ତ ବସ୍‌ ଭିତରୁ ଅଗ୍ନିଶମ ବିଭାଗ ଓ ପୁଲିସ୍‌ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଓ ହେଲପର୍‌ ଫେରାର୍ ହୋଇଯାଇଛନ୍ତି।

  • Saturday, 10 July 2021
baragada
ଛାତ ଉପରେ ଗୁଳି କରି ହତ୍ୟା

ବରଗଡ଼(ଦୀପକ ଶର୍ମା): ବରଗଡ଼ ସହର ଉପକଣ୍ଠ ଜମୁଡ଼ା ଗ୍ରାମରେ ଛାତ ଉପରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ବସନ୍ତ ପ୍ରଧାନ। ତାଙ୍କ ବୟସ ୫୦ ବର୍ଷ । ବସନ୍ତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ବରଗଡ଼ ପୋଲିସ ଜମୁଡା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବସନ୍ତ ଗତକାଲି ରାତିରେ ଛାତ ଉପରେ ଏକୁଟିଆ ଶୋଇଥିଲେ। ଡକାୟତି […]

  • Saturday, 10 July 2021
koraput
୧୦ ଦିନ ସଂଘର୍ଷ ପରେ ଛାତ୍ରୀଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ସହପାଠୀଙ୍କ ଆକ୍ରମଣରେ ଗୁରୁତର ଛାତ୍ରୀଙ୍କର ଆଜି ମୃତ୍ୟୁ ଘଟିଛି। ଛାତ୍ରୀ ଜଣକ ସେମିଳିଗୁଡ଼ାର ଏକ ଇଞ୍ଜିନିୟରିଂ କଲେଜରେ ପଢୁଥଲେ। ଏକତରଫା ପ୍ରେମ ନିବେଦନ କରି ବିଫଳ ଜଣେ ନାବାଳକ ସହପାଠୀ ଜୁନ୍ ପହିଲାରେ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିଲେ। ପୀଡ଼ିତାଙ୍କୁ ପ୍ରଥମେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ଏବଂ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଆଜି ତାଙ୍କର […]

  • Saturday, 10 July 2021