• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

pregnant lady
ନଈ ପାର ହୋଇ ମେଡିକାଲ ଗଲେ ଗର୍ଭବତୀ

ନୂଆପଡ଼ା : ଗାଁକୁ ରାସ୍ତା ନାହିଁ। ତେଣୁ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଅଣ୍ଟେ ପାଣିରେ ନଦୀ ପାର କରାଇ ଡାକ୍ତରଖାନା ନେଲେ ଗାଁ ଲୋକ। ଏପରି ଘଟଣା ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ରେ ଘଟିଛି। ଗତକାଲି ଚିତାରମା ଗାଁର ବିଜେଶ୍ୱର ଚିନ୍ଦାଙ୍କ ପତ୍ନୀ ନିରୁ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଗାଁକୁ ରାସ୍ତା ନାହିଁ ଓ ବର୍ଷା ଲାଗି ରହିଥିବାରୁ ପତ୍ନୀଙ୍କୁ ମେଡିକାଲ୍‌ କେମିତି ନେବେ? ଏହାକୁ ନେଇ ବିଜେଶ୍ୱର ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ କୌଣସି ଉପାୟ ନପାଇ ସେ ଗାଁ […]

  • Saturday, 10 July 2021
lootera
ଲୁଟେରା ଗ୍ୟାଙ୍ଗ୍ ଗିରଫ

ଝାରସୁଗୁଡ଼ା: ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ୍‌ପାଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଝାରସୁଗୁଡ଼ା ପୁଲିସ୍ ଗିରଫ କରିଛି। ଲୁଟପାଟ ସମୟର ସମସ୍ତ ଘଟଣା ସିସିଟିଭିରେ କଏଦ୍ ହୋଇଛି ଚୋରି ସମୟର ଭିଡିଓ ଫୁଟେଜ୍। ସୁନ୍ଦରଗଡ଼ ଟାଉନ ଥାନା ସୁନାରୀପଡ଼ା ଛକରେ ଗତ ୨୨ ତାରିଖ ଦିନ ୧୧ଟା ସମୟରେ ଏହି ଲୁଟପାଟ୍‌ ହୋଇଥିଲା। ସିସିଟିଭିରେ କଏଦ୍‌ ହୋଇଥିବା ଭିଡିଓରେ ୩ ଜଣ ଚୋର ପୂରା ଯୋଜନାବଦ୍ଧ ଭାବେ ଆସି ଟଙ୍କା ଚୋରି କରୁଥିବାର ଦେଖାଯାଉଛି। ଆଉ ଜଣେ […]

  • Saturday, 10 July 2021
Capture-5
ବରିଷ୍ଠ ନାଗରିକଙ୍କ ପାଇଁ କରାଯାଉଛି ୧୫୦ କମ୍ପ୍ଲେକ୍ସ

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ବିରୋଧୀଙ୍କ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ମାଆ ବାପାଙ୍କୁ ଅତ୍ୟାଚାର ନେଇ ରାଜ୍ୟରେ ୨୮୬ଟି ମାମଲା ରୁଜୁ ହୋଇଛି । ତା ମଧ୍ୟରୁ ୧୧୯ଟି ମାମଲା ଫଇସଲା ହୋଇଛି । ପୁରୀ ଜିଲ୍ଲାର ଜଣଙ୍କୁ ଏହି ମାମଲାରେ ଦଣ୍ଡିତ କରାଯାଇଥିବା ଶ୍ରୀ ପଣ୍ଡା […]

  • Saturday, 10 July 2021
cyclone
ମାଡ଼ି ଆସୁଛି ବାତ୍ୟା! ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ ଠାରୁ ୧୦୪୦ କିଲୋମିଟର ଦୂରରେ ଓ ଦକ୍ଷିଣ-ଦକ୍ଷିଣ ପୂର୍ବ ମାଛଲିପଟନମ୍‌ (ଆନ୍ଧ୍ରପ୍ରଦେଶ) ଠାରୁ ୧୨୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆଜି ଏହା ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଫଳରେ ଏହାର ପ୍ରଭାବରେ ଆସନ୍ତାକାଲି […]

  • Saturday, 10 July 2021
Capture-1
ସ୍ଥାୟୀ ପୋଲ ଭାଙ୍ଗିଗଲା, ଅସ୍ଥାୟୀ ପୋଲ ଭାସିଗଲା, ଯିବୁ କେମିତି...

ରାୟଗଡ଼ା:ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ରାୟଗଡ଼ା । ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ଓ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧିପାଉଛି। ପ୍ରଖର ସ୍ରୋତରେ କଲ୍ୟାଣୀ ନଦୀର ପୋଲ ଧୋଇଯାଇଛି। କଲ୍ୟାଣସିଂହପୁରରେ କଲ୍ୟାଣୀ ନଦୀରେ ଥିବା ସ୍ଥାୟୀ ପୋଲ ୨୦୧୭ରେ ଭାଙ୍ଗିଯାଇଥିଲା । ଲୋକେ ଯାତାୟାତ ସୁବିଧା ପାଇଁ  ଏକ ଅସ୍ଥାୟୀ ମାଟି ପୋଲ ନିର୍ମାଣ କରିଥିଲେ। ଏବେ ବନ୍ୟର ଯୋଗୁ ଏହି ଅସ୍ଥାୟୀ ପୋଲ ଭାସି ଯାଇଛି। ପୋଲ  ଉପରେ ୫ ଫୁଟର ପାଣି ଚାଲୁଛି। ଫଳରେ ଯାତାୟାତ […]

  • Saturday, 10 July 2021
1111
ଚା’ ପିଇବାକୁ ଯାଇଥିଲେ, ଚୋର ମାରିଲା ଚମ୍ପଟ

ସୋନପୁର: ପୋଲିସ ହେପାଜତରୁ ଫେରାର୍ ହୋଇଯାଇଛି ଚୋର। ଚୋରକୁ ଧରି ଫେରିବା ବାଟରେ ପୁଲିସ ବାବୁଙ୍କୁ ଥକ୍କା ଲାଗିଲା।  ଚୋରକୁ ଗାଡ଼ିରେ ବସାଇ ଯାଇଥିଲେ ଚା ପିଇବାକୁ। ଚା ପିଇ ସାରିବା ବେଳକୁ ଚୋର ଛୁ…। ଘଟଣା ଘଟିଛି ଦେଓଗାଁ ଥାନା ଅଞ୍ଚଳରେ। ଆଜି ବିଦ୍ୟୁତ ତାର ଚୋରି ଅଭିଯୋଗରେ ଦେଓଗାଁ ପୁଲିସ ସମ୍ବଲପୁର ଗଣ୍ଡେରପୁର ଗାଁରୁ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ଯୁବକଙ୍କ ନାଁ ଗୁଲେଠୁ ଭରାଗାଗର। ଅଭିଯୁକ୍ତ ଗୁଲେଠୁଙ୍କୁ ଧରି ଫେରିବା ବାଟରେ […]

  • Saturday, 10 July 2021
3333
୧୦ ଘଣ୍ଟା ଅଟକ ପରେ ଶିକ୍ଷକଙ୍କୁ ଛାଡ଼ିଲେ

ସୋର (ଶଶିକାନ୍ତ ବେହେରା): କେନାଲରେ ବୁଡ଼ି ୨ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ପରେ ବାଲେଶ୍ୱର ଖଇରା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।  ଖଇରା ଥାନା ରଟିଣା ପ୍ରହଲ୍ଲାଦ ନୋଡାଲ ହାଇସ୍କୁଲର ଶିକ୍ଷକଙ୍କୁ ଗାଁ ଲୋକେ ଦୀର୍ଘ ୧୦ ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛନ୍ତି । ଏହି ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଉତ୍ତ୍ୟକ୍ତ ଲୋକାଙ୍କୁ ବୁଝାଶୁଝା କରିବା ପରେ ପ୍ରତି ମୃତଛାତ୍ରଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଉପଜିଲ୍ଲାପାଳ […]

  • Saturday, 10 July 2021
222
ସାବଧାନ! ସହର ଭିତରେ ବୁଲୁଛନ୍ତି ଭାଲୁ

ନବରଙ୍ଗପୁର: ସାବଧାନ ! ସହର ଭିତରେ ବୁଲୁଛନ୍ତି ଭାଲୁ। ଦୁଇ ଦୁଇଟି ଭାଲୁ। ୧୫ ଦିନ ହେଲା ସହରର ବିଭିନ୍ନ କଲୋନୀରେ, ଗଳିକନ୍ଦିରେ ବୁଲୁଛନ୍ତି। ଆମ ନବରଙ୍ଗପୁର ସହର କଥା କହୁଛୁ। ସହରରେ ୧୫ ଦିନ ହେଲାଣି ଭାଲୁ ଆତଙ୍କ ସୃଷ୍ଟି କରିଛି।  ସହରର ଜମାଲ କଲୋନୀରେ ୨ଟି ଭାଲୁ ପଶିଯାଇ ଏଣେ ତେଣେ ବୁଲୁଛନ୍ତି । ଲୋକେ ଆତଙ୍କିତ ହୋଇପଡିଛନ୍ତି । ହେଲେ ବନ ବିଭାଗର ନିଘା ନାହିଁ। ତେଣୁ ନିଜ ସୁରକ୍ଷା ନିଜେ କରୁଛନ୍ତି […]

  • Saturday, 10 July 2021
1
ବିଜୟଙ୍କ ଅକାଳ ମୃତ୍ୟୁକୁ ନେଇ ଥମୁନି ଉତ୍ତେଜନା: ଡ୍ରାଇଭର,ପୁଲିସଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱର: ଦୁଇଦିନ ହେଲା ବାଲିଆପାଳରେ ଥମୁନି ଉତ୍ତେଜନା । ନାବାଳକ ବିଜୟ ଦଳାଇର ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଗାଁ ଲୋକେ । ଗତକାଲି ବିଜୟର ମୃତ ଦେହ ଉଦ୍ଧାର କରିବା ପରେ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରି  ତୁରନ୍ତ ଅଭିଯୁକ୍ତର ଗିରଫ ଦାବି କରିଥିଲେ ସ୍ଥାନୀୟ ଲୋକେ । ଏପରିକି ପୁଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି  ବାଲିଆପାଳ ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ। ଏହି […]

  • Saturday, 10 July 2021
FASI-LGAI
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା: ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେଲେ ପକ୍ସୋ କୋର୍ଟ

ଅନୁଗୋଳ (ବିରଜା ଦାଶ): ଜଣେ ନାବାଳିକା ଦୁଷ୍କର୍ମକାରୀ  ତଥା ହତ୍ୟାକାରୀକୁ ଆଜି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୋଳ ‘ପକ୍ସୋ’ କୋର୍ଟ। ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଏହି ମାମଲାର ବିଚାର କରି ଅଭିଯୁକ୍ତ ଅନାମ ଦେହୁରୀକୁ ଏହି ଦଣ୍ଡ ଦେଇଛନ୍ତି। ୩୬ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏମିତି ଥିଲା ଘଟଣା ଜାନୁଆରୀ ୨୦ ତାରିଖରେ ନାବାଳିକା ତାଙ୍କ ବାପାଙ୍କ ପାଖକୁ ଖାଦ୍ୟ ଧରି ଯାଉଥିଲା। ନାବାଳିକାକୁ ଏକୁଟିଆ ପାଇ ଅଭିଯୁକ୍ତ […]

  • Saturday, 10 July 2021
4444
ନିଖୋଜର ୮ ବର୍ଷ ପରେ ମାଟିତଳୁ ବାହାରିଲା ଖପୁରୀ

ସମ୍ବଲପୁର: ସମ୍ବଲପୁରରେ ଜୟଶ୍ରୀ ନିଖୋଜ ମାମଲାର ୮ ବର୍ଷ ପରେ ପୁଣି ଥରେ ଆରମ୍ଭ ହୋଇଛି ଖୋଳତାଡ଼। ପୁଲିସ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ଗିରଫ କରିଛି। ଅଭିଯୁକ୍ତର ବୟାନ ଆଧାରରେ ଖୋଜାଖୋଜି କରିବା ପରେ ଖପୁରୀର କିଛି ଅଂଶକୁ ଜବତ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହାକୁ ଯାଞ୍ଚ କରାଯାଉଛି। ୨୦୧୧ ଅକ୍ଟୋବର ୧୩ ତାରିଖରେ ଜୟଶ୍ରୀ ନିଖୋଜ ହୋଇଯାଇଥିଲେ । ଏନେଇ ମାମଲା ରୁଜୁ କରାଯାଇଥିଲା।  ତେବେ ତଦନ୍ତରେ ଅଗ୍ରଗତି ନହେବାରୁ ଗତ […]

  • Saturday, 10 July 2021
c-900-750x430
ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାର ପ୍ରମାଣ ମିଳିନାହିଁ

କଟକ: କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଏଯାଏ ପ୍ରମାଣିତ ହୋଇ ପାରିନାହିଁ । ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି । ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ଏହି ମାମଲାରେ ମୋଟ୍‌ ୬ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଏଥିସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି। ଏଥିରୁ ଅଭିଯୋଗକାରିଣୀଙ୍କ ସହ ଅନୁଭବ ଓ ଅନୁପ୍ରାସଙ୍କର କେବଳ ପାଟିତୁଣ୍ଡ ହୋଇଥିଲା ଏବଂ […]

  • Saturday, 10 July 2021
333333
ନବନିଯୁକ୍ତ ASOଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ନବନିଯୁକ୍ତ ASOଙ୍କ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବା ସହ ମନୋନୀତ ୫୦୦ ଜଣ ASOଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନବନିଯୁକ୍ତ ଏଏସ୍‌ଓଙ୍କୁ ଉଦ୍‌ବୋଧନ ଦେବା ସହ ସେମାନଙ୍କୁ ନିଷ୍ଠାର ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୂଚନାଥାଉ କି, ନବନିଯୁକ୍ତ ASOଙ୍କ ମଧ୍ୟରେ ୫ ଜଣ IITରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଜିର ଏହି ଉତ୍ସବରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର […]

  • Saturday, 10 July 2021
jajpur
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

ଯାଜପୁର: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଧାନ କ୍ଷେତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କୋରାଇ ବ୍ଲକ ରହେମାନପୁର ଗାଁରେ ଏହି ଅଘଟଣ ଘଟିଛି। ମୃତକଙ୍କ ନାଁ ରବି ମଳିକ। ସୂଚନା ଅନୁସାରେ, ଗତକାଲି ଭୋର ସମୟରେ ରବି ବିଲକୁ ଧାନ କାଟିବା ପାଇଁ ଯାଇଥିବା ବେଳେ ବିଲରେ ଛିଡ଼ି ପଡିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଧାନ […]

  • Saturday, 10 July 2021
accident
ସୋରରେ ସିରିଜ୍‌ ଦୁର୍ଘଟଣା

ସୋର: ସୋରରେ ସିରିଜ୍‌ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଏହିପରି ୩ଟି ଦୁର୍ଘଟଣା ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସୋରରେ ଘଟିଛି। ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ସମୟରେ ଛପୋଲିଆ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସେମାନଙ୍କୁ ଉଦ୍ଧାର କରିବାକୁ ପୁଲିସ୍‌ ଗାଡ଼ି ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟ ଚାଲୁଥିବା ସମୟରେ ଛିଡ଼ା ହୋଇଥିବା ପୁଲିସ୍‌ ଗାଡିକୁ ଆଉ ଏକ […]

  • Saturday, 10 July 2021
Capture-1
ନାବାଳିକା ଦୁଷ୍କର୍ମ, କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ନେଇ କମ୍ପିଲା ଗୃହ

ଭୁବନେଶ୍ୱର:ବିଧାନସଭାର ଶୂନ୍ୟକାଳରେ ଆଜି  କଣ୍ଟାବାଞ୍ଜିରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଦୁଷ୍କର୍ମ ଉଦ୍ୟମ ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ବି ପୋଲିସ ମାମଲା ରୁଜୁ କରି ନ ଥିବା ସେ ଅଭିଯୋଗ ଉଠାଇଛନ୍ତି। ସେ କହିଛନ୍ତି, ସରକାର ଏ ପ୍ରସଙ୍ଗରେ ଗୃହରେ ବୁଲେଇ ବଙ୍କେଇ ତଥ୍ୟ ଦେଉଛନ୍ତି। ଭୁଲ ତଥ୍ୟ ଦେଉଛନ୍ତି ଏବଂ ବାଚସ୍ପତି ସରକାରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସାଲୁଜା ଅଭିଯୋଗ ଆଣିଛନ୍ତି । ବିଦ୍ୟାଳୟରେ […]

  • Saturday, 10 July 2021
Winter-session-of-Odisha-Assembly
ଭଦ୍ରକ, ଗଞ୍ଜାମ ଓ ବୌଦ୍ଧରେ ନିଯୁକ୍ତି ହାର ନଗଣ୍ୟ

ଭୁବନେଶ୍ୱର: ଦାଦନ ପ୍ରସଙ୍ଗକୁ ନେଇ ଆଜି  ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିରୋଧୀ । ରାଜ୍ୟରେ କୁଶଳୀ ଯୁବକଯୁବତୀଙ୍କ ଅଭାବ ନଥିବା ସତ୍ତ୍ୱେ ଦାଦନ ଅବସ୍ଥା ଅତି ଭୟଙ୍କର ବୋଲି କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ୩୦ଟି ପୋଷ୍ୟ ପଞ୍ଚାୟତରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଟାଟା ଟ୍ରଷ୍ଟ ସହ ସରକାରଙ୍କ ଏମ୍ଓୟୁ ଶୀତଳ ଭଣ୍ଡାରରେ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି । ୨୦୦୭-୦୮ରେ ରାଜ୍ୟର ଦାଦନ ଶ୍ରମିକଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ […]

  • Saturday, 10 July 2021
111
ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଗାତାର କିଛି ଦିନର ତାତି ପରେ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଲଘୁଚାପ ଜନିତ ବର୍ଷା ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଭିଜାଇ ଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଫଳରେ ରାଜ୍ୟର ଉତ୍ତର ଏବଂ ଦକ୍ଷିଣ ଜିଲ୍ଲାରେ ବର୍ଷା ହୋଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, କନ୍ଧମାଳ ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ […]

  • Saturday, 10 July 2021
11
ବାହୁଡ଼ା ପରେ ଆଜି ହେବ ମହାପ୍ରଭୁଙ୍କର ପ୍ରଥମ ବନକଲାଗି

ପୁରୀ: ହେରାପଞ୍ଚମୀର ପୂର୍ବ ଦିନ ଆଡ଼ପମଣ୍ଡପରେ ବିରାଜମାନ କରିଥିବା ଶ୍ରୀଜୀଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରଠାରୁ ଶ୍ରୀ ଜିଉଙ୍କର  ଆଉ ବନକଲାଗି ନୀତି  ହୋଇନଥିଲା। ବାହୁଡା ବିଜେ ପରେ ରତ୍ନବେଦୀରେ ଆଜି ପ୍ରଥମ ଥର ଲାଗି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ।  ମଧ୍ୟାହ୍ନ ଧୂପ ସରି ପଛ ଭୋଗମଣ୍ଡପ ବଢିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ।  ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ […]

  • Saturday, 10 July 2021
Capture
ଏମିତି ଆମ ଡାକ୍ତରଖାନା: କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ରୋଗୀଙ୍କ ପାଇଁ ବେଡ୍‌ ନାହିଁ

ରାୟଗଡ଼ା/ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ସ୍ୱାସ୍ଥ୍ୟସେବା। କେଉଁଠି ଡାକ୍ତର ନହାନ୍ତି ତ ଆଉ କେଉଁଠି ବେଡ୍ ନାହିଁ। କେଉଁଠି ରୋଗୀ ଡଷ୍ଟବିନ୍‌ ପାଖେ ଶୋଇଛି ତ କେଉଁଠି ବାରଣ୍ଡାରେ ଶୋଇଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଯେତେ ଅଭିଯୋଗ ଆଣିଲେ, ଆନ୍ଦୋଳନ କଲେ ବି ଏଇ ଡାକ୍ତରଖାନା ସମସ୍ୟାର ସମାଧାନ ହେଉନାହିଁ କି ରୋଗୀଙ୍କ ଦୁଃଖର ଅନ୍ତ ହେଉନାହିଁ।  ରାୟଗଡ଼ା […]

  • Saturday, 10 July 2021
3333333
ଆଶ୍ରୟ ଗୃହରେ ନାବାଳିକା ଯୌନ ନିର୍ଯାତନା ଘଟଣା: ଜେଲ ଗଲେ ନିର୍ଦ୍ଦେଶକ

ବଲାଙ୍ଗୀର: ଆଶ୍ରୟ ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ଘଟଣାରେ ଗିରଫ ହୋଇଥିବା ସଂସ୍ଥାର ନିର୍ଦ୍ଦେଶକ ସରୋଜ ଦାସଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୋମବାର କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ହେଲେ ତାଙ୍କର ଜାମିନ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି । ସରୋଜ ଦାସଙ୍କ ବିରୋଧରେ ଲାଗିଛି ପୋକ୍ସୋ ଆକ୍ଟ । ତେବେ ଅନ୍ୟତମ ଅଭିଯୁକ୍ତ ତଥା କେୟାର ଟେକର କମଳିନୀ ପୂଜାରୀ ଓରଫ ବଡ଼ ମମିଙ୍କୁ ଗିରଫ କରିବାକୁ ଦାବି […]

  • Saturday, 10 July 2021
3333333333
ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗକୁ ନେଇ ଆଜି ବି ଗୃହ ଅଚଳ

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ବିଧାନସଭା ହୁଲ୍‌ସ୍ଥୁଲ ହୋଇଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦୁଇ ବିରୋଧୀ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି । ଦିନକୁ ଦିନ ନାବାଳିକା ଦୁଷ୍କର୍ମ ଓ ନିଖୋଜ ମାମଲା ବଢ଼ି ଚାଲିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ। ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ। ହଟ୍ଟଗୋଳ […]

  • Saturday, 10 July 2021
debasish
ପାରାଦୀପ ବିଜେଡି ସମାବେଶରେ ବିଧାୟକ ଦାମ ରାଉତଙ୍କୁ ଟାର୍ଗେଟ୍‌

ପାରାଦୀପ: ପାରାଦୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ଫତେପୁର ଗାଁରେ ଅନୁଷ୍ଠିତ ବିଜେଡି ଜନ ସଂପର୍କ ପଦଯାତ୍ରା ସମାବେଶରେ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡି ନେତାମାନେ ଟାର୍ଗେଟ କରିଛନ୍ତି। ଏହି ଅବସରରେ ଉପସ୍ଥିତ ବିଜେଡି ନେତାମାନେ ସିଧାସଳଖ ଦାମ ରାଉତଙ୍କୁ ଟାର୍ଗେଟ କରିଥିଲେ। ଯଦି ସତ୍‌ ସାହାସ ଅଛି ତେବେ ଦାମ ବାବୁ ମୋ ବିରୋଧରେ ଲଢନ୍ତୁ ବୋଲି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଦାମୋଦର ରାଉତଙ୍କୁ ଆହ୍ୱାନ ଦେଇଥିଲେ। ଖାଲି ଏତିକି ନୁହେଁ […]

  • Saturday, 10 July 2021
11111
ଆଜି ଶ୍ରାବଣର ପ୍ରଥମ ସୋମବାର, ମହାଦେବଙ୍କୁ ଏମିତି ପୂଜା କଲେ ପୂର୍ଣ୍ଣ ହୁଏ ମନସ୍କାମନା

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଶିବ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଶ୍ରାବଣ ମାସ ସୋମବାରରେ ଦେବ ଦେବ ମହାଦେବଙ୍କୁ କରାଯାଏ ଜଳାଭିଷେକ। ତେଣୁ ମନ୍ଦିରରେ ସାଧାରଣ ଲୋକଙ୍କ ସହ କାଉଡ଼ିଆମାନଙ୍କର ବେଶି  ଭିଡ଼ ଜମିଛି। ଶ୍ରାବଣ ସୋମବାରରେ ଜଳାଭିଷେକ କାହିଁକି ? ଶ୍ରାବଣ ମାସରେ ଜଳାଭିଷେକ କାହିଁକି ?  ବିଶ୍ୱାସ ରହିଛି, ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳାଭିଷେକ କଲେ ତଥା ବ୍ରତ ରଖିଲେ ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ। ମହିଳାମାନେ ଏହି ସୋମବାରରେ […]

  • Saturday, 10 July 2021
ddddddd
ଘରେ ପଶି ଜ୍ୱାଇଁଙ୍କୁ ପିଟିଲେ ଶ୍ୱଶୁର ଘର ଲୋକେ

ନୀଳଗିରି: ପାରବାରିକ କଳହକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା କଳାକାଦ ଗାଁର ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ ନାମ ମୁକ୍ତିକାନ୍ତ ସ। ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ତାଙ୍କର ଏପରି  ଅବସ୍ଥା ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଗତକାଲି କଳାକାଦ ଗାଁର ମୁକ୍ତିକାନ୍ତ  ଘରେ ଥିବାବେଳେ ହଠାତ୍‌ ତାଙ୍କ ଶ୍ୱଶୁର ଘର ଲୋକ ଏବଂ ପତ୍ନୀ ପହଞ୍ଚି ଥିଲେ। […]

  • Saturday, 10 July 2021