• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ସାହିତ୍ୟ ଅକାଦେମି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ଏଣିକି କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ଘୋଷଣା କରାଯିବ। ବିଳମ୍ବରେ ହସ୍ତଗତ ହୋଇଥିବା ଅକାଦେମି ସଚିବ କେ. ଶ୍ରୀନିବାସନ୍‌ଙ୍କ ଏକ ଚିଠିରୁ ଏହା ଜାଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ସାହିତ୍ୟ ଅକାଦେମି ପ୍ରତିବର୍ଷ ଦେଶର ୨୪ଟି ସ୍ୱୀକୃତ ଭାଷାରେ ୪ଟି ପୁରସ୍କାର ପ୍ରଦାନ କରିଥାଏ । ସେହି ପୁରସ୍କାରଗୁଡ଼ିକ ହେଉଛି ସାହିତ୍ୟ ଅକାଦେମି ପୁରସ୍କାର, ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର, ସାହିତ୍ୟ ଅକାଦେମି ଯୁବ ପୁରସ୍କାର ଏବଂ ସାହିତ୍ୟ ଅକାଦେମି ଶିଶୁ ସାହିତ୍ୟ ପୁରସ୍କାର। ପ୍ରତିଟି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ତିନିଜଣିଆ ବିଚାରକମଣ୍ଡଳୀଙ୍କ ନାମ ଏବଂ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ଘୋଷଣା କରାଯିବ।

ଉଲ୍ଲେଖନୀୟ ଯେ ପୁରସ୍କାର ନିୟମ ପାଳନ ବାବଦରେ କିଛି ବ୍ୟତିକ୍ରମକୁ ଉଠାଇ ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ତାଙ୍କର ଦୁଇଟି ପ୍ରବନ୍ଧରେ ଉଲ୍ଲେଖ କରିଥିଲେ। ସେହି ଲେଖା ଦୁଇଟିର ଶୀର୍ଷକ ଥିଲା ‘ଅକାଦେମୀ ପୁରସ୍କାର: ଗୋପନୀୟତାର ଗୋପନ କଥା’ ଏବଂ ‘ଅକାଦେମୀ ପୁରସ୍କାର: ଗୋପନୀୟତାର ଗଣ୍ଠି ଫିଟୁ’।

ସେହି ଲେଖା ପ୍ରକାଶ ପାଇବା ପରେ ଭୁବନେଶ୍ୱରର ସାହିତ୍ୟାନୁରାଗୀ ଓ ଅନୁବାଦକ ନରେନ୍ଦ୍ର ନାରାୟଣ ଦାଶ ଗତ ମାର୍ଚ୍ଚ ୧୯ ତାରିଖରେ ସାହିତ୍ୟ ଅକାଦେମୀର ସଚିବଙ୍କୁ ଏକ ଚିଠି ଲେଖିଥିଲେ। ସେଥିରେ ପୁରସ୍କାର ନିୟମ ପାଳନରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର କପି ମଧ୍ୟ ଅକାଦେମିର ସଭାପତିଙ୍କୁ ଦେଇଥିଲେ। ଅକାଦେମି ଏହି ତ୍ରୁଟି ସଂଶୋଧନ କରି ପୁରସ୍କାର ନିୟମକୁ ବିଧି ଅନୁଯାୟୀ ପାଳନ କରୁ ବୋଲି ସେ ଅନୁରୋଧ କରିଥିଲେ।

Some-important-decission-taken-by-sahitya-academy12
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories