• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Capture
ଗାଁରେ ପଶି ଫସଲ ନଷ୍ଟ କଲେ, ସ୍କୁଲ ଘର ଭାଙ୍ଗି ଦେଲେ ହାତୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଥିବା ଭୂୟାଁ ଜୁଆଙ୍ଗପୀଢ଼ ରେଞ୍ଜରେ ହାତୀ ଆତଙ୍କ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି । ହାତୀପଲ ଚାଷ ଜମିରେ ପଶି କ୍ଷୟକ୍ଷତି କରିବା ସହିତ ଲୋକଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ଗତକାଲି ରାତିରେ ପଦ୍ମପୁର ଓ ବାମେବାରୀ ଅଞ୍ଚଳକୁ ପ୍ରାୟ ୩୬ଟି ହାତୀ ପଶି ଆସିଥିଲେ। ହାତୀପଲ ଚାଷ ଜମିରେ ପଶି ଫସଲ ଦଳି ଚକଟି ଦେବା ସହ  କଟା ଯାଇଥିବା ଧାନ ବିଡ଼ାକୁ ନଷ୍ଟ କରି ଦେଇଥିଲେ। […]

  • Saturday, 10 July 2021
medical
ବଢିଲା ମେଡିକାଲ କଲେଜ ସିଟ୍

ଭୁବନେଶ୍ୱର: ରାଜ୍ୟରେ ୩ଟି ମେଡିକାଲ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି।  କୋରାପୁଟ ମେଡିକାଲ କଲେଜ ଓ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୫ ଲେଖାଏ ସିଟ୍‌ ବଢିଥିବାବେଳେ ବୁର୍ଲା ଭିମ୍‌ସାରରେ ଏମବିବିଏସ୍‌ରେ  ୫୦ଟି ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି।  ଚଳିତ ଶିକ୍ଷାବର୍ଷଠାରୁ ବର୍ଦ୍ଧିତ ସିଟ୍‌ରେ ପିଲାଙ୍କ ନାମ ଲେଖାଯିବ ବୋଲି ଏମ୍‌ସିଆଇ ପକ୍ଷରୁ କୁହାଯାଇଛି। କୋରାପୁଟ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର୍ କୃଷ୍ଣଚନ୍ଦ୍ର ବିଶ୍ୱାଳଙ୍କ ସୂଚନା ଅନୁଯାୟୀ କଲେଜରେ ସିଟ୍‌ ସଂଖ୍ୟା ୨୫ ବୃଦ୍ଧି କରାଯାଇଛି। […]

  • Saturday, 10 July 2021
baragada
ମା’ ଉପରେ ରାଗି ନିଜ ମୁଣ୍ଡକୁ ଗୁଳି କଲେ ଯୁବକ

ବରଗଡ଼ (ଦୀପକ ଶର୍ମା): ମା’ ସହ ଝଗଡ଼ା କରିବା ପରେ ଜଣେ ଯୁବକ ନିଜ ମୁଣ୍ଡରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ୱାଭୋନା ଥାନା କଲମୀ ଗାଁରେ। ମୃତକଙ୍କ ନାଁ ରାକେଶ ବେହେରା(୨୪)। ରାକେଶ ତାଙ୍କ ମାଆଙ୍କ ସହ ମାମୁ ଘର ଗାଁ କଲମୀରେ ରହୁଥିଲେ। ସେ ଡ୍ରାଇଭର ଭାବେ କାମ କରୁଥିଲେ। ଗତକାଲି ରାତି ପ୍ରାୟ ୯ଟା ବେଳେ ରାକେଶ ତାଙ୍କର ଜଣେ ସାଙ୍ଗ ସହିତ ଘରକୁ ଆସିଥିଲେ। […]

  • Saturday, 10 July 2021
wa-11
ଏମିତି ଆମ ଶିକ୍ଷା ବ୍ୟବସ୍ଥା ! ୫୦ରୁ ମିଳିଲା ୬୬ ମାର୍କ

ଅହମଦାବାଦ: ଆମ ଦେଶର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକଙ୍କ ଅବସ୍ଥା କ’ଣ, ଏହାର ଜ୍ୱଳନ୍ତ ଉଦାହରଣ ଗୁଜରାଟରେ ଦେଖିବାକୁ ମିଳିଛି। ବିଜ୍ଞାନର ପାଠ୍ୟକ୍ରମରେ ପୂର୍ଣ୍ଣ ମାର୍କ ୫୦ ହୋଇଥିବା ବେଳେ ଜଣେ ଛାତ୍ରଙ୍କୁ ଏଥିରେ ୬୬ ମାର୍କ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୧୦ମ ଶ୍ରେଣୀର ଜଣେ ଛାତ୍ରଙ୍କ ସହ ଏମିତି ଘଟିଛି। ତେବେ ଶିକ୍ଷକଙ୍କ ଏଭଳି ଭୁଲକୁ ଗୁଜରାଟ ସେକେଣ୍ଡାରୀ ଓ ହାୟର ସେକେଣ୍ଡାରୀ ଏଡୁକେସନ ବୋର୍ଡ(ଜିଏସ୍‌ଏଚ୍‌ଏସ୍‌ଇବି) ରେଜଲ୍ଟ ପ୍ରକାଶ ପୂର୍ବରୁ ଠାବ କରିଥିଲା। […]

  • Saturday, 10 July 2021
accident
ନବଜାତକକୁ ଧରି ଡାକ୍ତରଖାନାରୁ ଫେରୁଥିଲେ, ଟ୍ରକ ଧକ୍କାରେ ଚାଲିଗଲା ମା’ ଓ ଶିଶୁଙ୍କ ଜୀବନ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):ଗତକାଲି ହସ୍‌ପିଟାଲରେ ଜନ୍ମ ନେଇଥିଲା କନ୍ୟା ସନ୍ତାନ। ଘରକୁ ଲକ୍ଷ୍ମୀ ଆସିବାର ଖୁସିରେ ଆତ୍ମହରା ହୋଇଥିଲେ ପରିବାର ଲୋକେ।  ଆଜି ସକାଳୁ ଖୁସି ମନରେ ନବଜାତ ଶିଶୁକୁ ଧରି ବାହାରିଥିଲେ ଘର ଅଭିମୁଖେ।  ହେଲେ ଅଧା ରାସ୍ତାରୁ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ମା’ ଓ ନବଜାତ ଶିଶୁକନ୍ୟା। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡାରେ ମାର୍ଶାଘାଇ ଥାନା ତେରଗାଁ ପାଟଣାରେ। ଏହି ଗାଁର ମାମା ମଲ୍ଲିକ ଗତକାଲି ପ୍ରସବ ପାଇଁ […]

  • Saturday, 10 July 2021
well
ବାଉଁଶରେ ତିଆରି ହୋଇଛି ନନ୍ଦ କୂଅ

ରାୟଗଡ଼ା: ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ ଆପଣମାନେ ଘରେ ବ୍ୟବହାର କରନ୍ତି। ଘରର ସୋଫା ଠାରୁ ଆରମ୍ଭ କରି କାନ୍ଥ ଘଣ୍ଟା ପର୍ଯ୍ୟନ୍ତ, କିନ୍ତୁ ଆପଣ କେବେ ବାଉଁଶ ତିଆରି କୂଅ ଦେଖିଛନ୍ତି କି? ଯାହାକୁ ଅତି କମ୍ ମୂଲ୍ୟରେ ଚାଷୀମାନେ ଚାଷ କାମରେ ବ୍ୟବହାର କରିପାରିବେ। କେବଳ ସହରରେ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ନୂତନ ଜ୍ଞାନ କୌଶଳ ଉପରେ ତିଆରି ହୋଇଥିବା ଏହି କୂଅକୁ ନେଇ ଏବେ ଚର୍ଚ୍ଚା। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ସିନ୍ଧିପଙ୍ଗା […]

  • Saturday, 10 July 2021
pic3
ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ବିଡିଓ ମାଡ଼ ମାରିଥିବା ଅଭିଯୋଗ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅଫିସରେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ବିଡିଓଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଡିଓ ତ୍ରିନାଥ ମାଝୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ନିକଟସ୍ଥ ମୂଷାଗୁଡା ଗାଁର ଦିବ୍ୟାଙ୍ଗ ହିତାଧିକାରୀ ଚନ୍ଦ୍ର ଖରା। ଅଭିଯୋଗ ଅନୁସାରେ, ଚନ୍ଦ୍ର ନିଜ ପତ୍ନୀଙ୍କ ନାଁରେ ଆସିଥିବା ଘରର ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ବିଲ୍ ଅନୁଯାୟୀ ଅର୍ଥ ମଞ୍ଜୁର ଲାଗି ଅନୁରୋଧ କରିବାକୁ ବ୍ଲକ ଅଫିସକୁ ଯାଇଥିଲେ। ତେବେ ବିଲ୍ ବାବଦ ଅର୍ଥ ଅନ୍ୟ […]

  • Saturday, 10 July 2021
laptop
ଯୁକ୍ତ ଦୁଇ କଳାରେ ଆଗରେ ବାଲେଶ୍ୱର, ପଛରେ ରହିଗଲା ନବରଙ୍ଗପୁର

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ଭଳି କଳାରେ ମଧ୍ୟ ବାଲେଶ୍ୱର ଜିଲ୍ଲା ବାଜି ମାରିଛି। ଅର୍ଥାତ୍ ରାଜ୍ୟରେ ବାଲେଶ୍ୱରର ପାସ୍ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ଏଥର ପାସ୍ ହାର ୭୫.୬୭% ରହିଛି। ଗତବର୍ଷ ପୁରୀରେ କଳା ପାସ୍ ହାର ସର୍ବାଧିକ ରହିଥିଲା। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ କଳାରେ ପାସ୍ ହାର ସର୍ବନିମ୍ନ ୪୭.୪୬% ରହିଛି। ଗତଥର ବି ନବରଙ୍ଗପୁରରେ କଳା ପାସ୍ […]

  • Saturday, 10 July 2021
lightening death
ବଜ୍ରପାତରେ ମା’ପୁଅ ମୃତ

ଅନୁଗୁଳ: ଅନୁଗୁଳ ଥାନା ରନ୍ତଲେଇରେ ଗତକାଲି ବଜ୍ରପାତରେ ଜଣେ ମହିଳା ଓ ତାଙ୍କର ପୁଅର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଭଇନା ବାଲାନାଥ ଓ ତାଙ୍କ ପୁଅ ହେଉଛନ୍ତି, ନନ୍ଦୁ ବାଲାନାଥ। ସେମାନଙ୍କ ଘର ମହାରାଷ୍ଟ୍ର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ମୃତକ ଦୁହେଁ ଯାଯାବର ସମ୍ପ୍ରଦାୟର ଲୋକ। ବଜ୍ରପାତରେ ଦୁହିଁଙ୍କର ମୃତ୍ୟୁ ହେବା ପରେ ପୁଲିସ୍‌ କିମ୍ୱା ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ପୂର୍ବରୁ ମୃତ ମହିଳାଙ୍କ […]

  • Saturday, 10 July 2021
pic1
ଭାଇର ପ୍ରତିଶୋଧ ନେଲା ଭାଇ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଡବଲ ମର୍ଡର ହୋଇଛି। ଅମ୍ବାଦଳା ଥାନା ଅନ୍ତର୍ଗତ ସୁକଲାଭଟାରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଦୁଇ ଜଣ ହେଲେ ମକର ନାୟକ ଓ କରୁଣା ନାୟକ। ଦୁହେଁ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁଣି ଗାରେଡ଼ିକୁ ନେଇ ମକର ଓ କରୁଣାଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ମକର ଜଙ୍ଗଲ ଯାଇଥିବା ବେଳେ କରୁଣା ଏକ ଠେଙ୍ଗାରେ ପିଟିପିଟି ତାଙ୍କୁ ହତ୍ୟା କରିଥିଲା। ମକରଙ୍କ ନିଜ […]

  • Saturday, 10 July 2021
666666
ସାଇବର ଅପରାଧ ରୋକିବାକୁ ହେବ ନୂଆ ସାଇବର ଥାନା

ଜୟପୁର: ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଇଣ୍ଟରନେଟ ବ୍ୟାଙ୍କିଂ ହେଉ କିମ୍ବା ୱେବସାଇଟରେ ଚିଟିଂ କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ଭିଜୁଆଲ ଭାଇରାଲ କରି ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଅପରାଧୀ। ଏସବୁକୁ ରୋକିବା ପାଇଁ ଦୃଢ ତଦନ୍ତ ବ୍ୟବସ୍ଥା ନଥିବାରୁ ଦୋଷୀ ଖସିଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ତିନୋଟି ନୂଆ ସାଇବର ଥାନା ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଜୟପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଏହି ଥାନା ପ୍ରତିଷ୍ଠା କରାଯିବା […]

  • Saturday, 10 July 2021
pic4
ସହିଦ ଯବାନଙ୍କ ପରିବାରକୁ ୨୫ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ପରିବାର ପାଇଁ ୨୫ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିବା ସହ ଆତଙ୍କବାଦ କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରିଛନ୍ତି। ସେପଟେ ଆଜି ଓଡ଼ିଶା ଆସୁଛି ସହିଦ ଯବାନ ଅଜିତ ସାହୁଙ୍କ ମରଶରୀର। ସୋମବାର ଜାମ୍ମୁ ଓ କାଶ୍ମୀର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା । […]

  • Saturday, 10 July 2021
exam
୨୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ସାଢ଼େ ୩ଟାରେ ଫଳ ପ୍ରକାଶ ପାଇବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସୂଚନାଯୋଗ୍ୟ, ଜୁନ୍‌ ୩ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

  • Saturday, 10 July 2021
lady labour
ରେଳ ଷ୍ଟେସନରୁ ୮ ମହିଳା ଶ୍ରମିକ ଉଦ୍ଧାର

ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନ୍‌ରୁ ଉଦ୍ଧାର ହୋଇଛନ୍ତି ୮ ଜଣ ମହିଳା ଶ୍ରମିକ।  ଏମାନଙ୍କ ମଧ୍ୟରେ ୩ ଜଣ ନାବାଳିକା ଅଛନ୍ତି। ଏହି ସମସ୍ତ ଶ୍ରମିକଙ୍କ ଘର ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ଗାଁରେ ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ଓ କେରଳର ବିଭିନ୍ନ ଚିଙ୍ଗୁଡ଼ି ସଂସ୍ଥାକୁ ଏମାନେ କାମ କରିବାକୁ ଯାଉଥିବା ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ଦିଆଯାଇଛି। ବେଆଇନ ଭାବେ ଏମାନଙ୍କୁ ଚାଲାଣ କରାଯାଉଥିବା ବେଳେ ଷ୍ଟେସନରୁ ଏମାନଙ୍କୁ ଉଦ୍ଧାର କରାଯାଇଛି।

  • Saturday, 10 July 2021
alivridle
ଫେରି ନାହାନ୍ତି ଅଲିଭ୍‌ରିଡ୍‌ଲେ, ଗହୀରମଥାରେ ଏବେ ବି ଜାରି ରହିଛି ଅଣ୍ଡାଦାନ ପ୍ରକ୍ରିୟା

ଭୁବନେଶ୍ୱର: ଗହୀରମଥାରେ ବିରଳ ଅଲିଭରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଏବେ ବି ଜାରି ରହିଛି। ଅଲିଭ ରିଡ଼୍‌ଲେ ଦୀର୍ଘ ଦୁଇ ମାସ ଧରି ଅଣ୍ଡା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବିରଳ ଅଲିଭରିଡଲେ କଇଁଛଙ୍କୁ ସଧାରରତଃ ଅକ୍ଟୋବର ଶେଷ ସପ୍ତାହରେ ଗହୀରମଥା ଉପକୂଳରେ ଦେଖିବାକୁ ମିଳିଥାଏ। ଦୀର୍ଘ ୪ ମାସ ଧରି  ମିଳନ ପ୍ରକ୍ରିୟାରେ ସାମିଲ ହେବା ସହ ଅଣ୍ଡାଦାନ କରନ୍ତି।  ଫେବ୍ରୁଆରିରୁ ମାର୍ଚ୍ଚ ତୃତୀୟ ସପ୍ତାହ ମଧ୍ୟରେ ଏମାନେ ଛୁଆ ଫୁଟାଇ ଗଭୀର ସମୁଦ୍ର ମଧ୍ୟକୁ […]

  • Saturday, 10 July 2021
weightlifting_ravikumar
ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଲେ ରବି କୁମାର

ଭୁବନେଶ୍ୱର: ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଓଡ଼ିଆ ଭାରୋତ୍ତୋଳକ କେ. ରବିକୁମାର ପ୍ରତିକ୍ରିୟା ରଖିଛନ୍ତି। ଓଟିଭିକୁ ଏକ୍ସକ୍ଲୁସିଭ୍‌ ଇଣ୍ଟରଭ୍ୟୁ ଦେଇ ସେ କହିଛନ୍ତି, ଏନେଇ ନାଡା ନିକଟରେ ଅପିଲ କରିବେ। ଯେଉଁ ଉତ୍ପାଦ ସେ ସେବନ କରିଥିଲେ, ତାହା ବ୍ୟାନ୍ ହୋଇଥିବା ନେଇ ତାଙ୍କ ପାଖରେ ସୂଚନା ନଥିଲା। ତେବେ ଏହା ପଛରେ କୌଣସି ପ୍ରକାର ଷଡ଼ଯନ୍ତ୍ର ନଥିବା ସେ କହିଛନ୍ତି। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି- NADA ଦ୍ୱାରା ହୋଇଥିବା ଡୋପ୍ ଟେଷ୍ଟରେ ରବିକୁମାରଙ୍କ […]

  • Saturday, 10 July 2021
train
ଟ୍ରେନ୍‌ ଚକା ତଳୁ ବର୍ତ୍ତିଲେ, ସେହି ଟ୍ରେନ୍‌ ଚଢ଼ି ଘରକୁ ଗଲେ

ଝାରସୁଗୁଡ଼ା: ରଖେ ହରି ତ ମାରେ କିଏ, ଏହି ଉକ୍ତିଟି ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ପ୍ରମାଣିତ ହୋଇଛି। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନେକ ଯାତ୍ରୀ। ଘଟଣାଟି ଥିଲା ଏମିତି। ଝାରସୁଗୁଡ଼ା ଷ୍ଟେସନରେ ଟ୍ରେନ ଅଟକିଲା। ଜଣେ ଯାତ୍ରୀ ଷ୍ଟେସନରେ ଓହ୍ଲାଇଲେ ପିଇବା ପାଇଁ। ଚା’ ପିଉଥିଲେ। ହଠାତ୍‌ ଟ୍ରେନ ଛାଡ଼ିଦେଲା। ଟ୍ରେନ ଗଡ଼ିବା ଆରମ୍ଭ ହେବା ଦେଖି ଯାତ୍ରୀ ଜଣକ ଦୌଡ଼ି ଆସି ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ପ୍ଲାଟଫର୍ମ ଓ ଚଳନ୍ତା ଟ୍ରେନ […]

  • Saturday, 10 July 2021
ojee
ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଏହି ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ ଓ ଅଫଲାଇନ୍‌ରେ ତାଙ୍କର ରେଜଲ୍ଟ ଜାଣିପାରିବେ। ରେଜଲ୍ଟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ଅଫ୍‌ଲାଇନ୍‌ରେ ୨୫ ହଜାର ୭୩୧ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଅନ୍‌ଲାଇନ୍‌ରେ ୧୩ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥଲେ।

  • Saturday, 10 July 2021
chashi-1
ମଣ୍ଡିରୁ ଧାନ କିଣିବା ପାଇଁ ମିଲର ଆସୁନାହାନ୍ତି, ଧାରଣାରେ ବସିଲେ ଚାଷୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମଣ୍ଡିରେ ପଡ଼ି ରହିଛି ଧାନ। ମିଲର ଧାନ କିଣୁ ନଥିବାରୁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତିବାଦରେ ଚାଷୀ ରାସ୍ତାରୋକ କରିଛନ୍ତି। ଜିଲ୍ଲାର ଜଲାମୁଣ୍ଡା ମଣ୍ଡି ବାହାରେ ୪୦୦୦ରୁ ଅଧିକ ବସ୍ତା ଧାନ ପଡ଼ି ରହିଛି। ହେଲେ ଧାନ କିଣିବା ପାଇଁ ମିଲର ଆସୁ ନାହାନ୍ତି।  ଚାଷୀମାନେ ଧାନକୁ ଜଗି ମଣ୍ଡି ବାହାରେ ପଡ଼ି ରହିଛନ୍ତି। ଗୋଟିଏ ପଟେ ଦିନରେ ପ୍ରବଳ ଖରା, ଅନ୍ୟପଟେ ସଂଧ୍ୟାରେ କାଳବୈଶାଖୀ। ୪ ଦିନ ଧରି […]

  • Saturday, 10 July 2021
monsoon
୨୦ରୁ ୨୨ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ଅସହ୍ୟ ଗୁଳୁଗୁଳି ଏବଂ ତାତିରୁ ତ୍ରାହି ମିଳିଛି। ଗତ କିଛି ଦିନ ହେବ ପାଗରେ ପରିବର୍ତ୍ତନ ଆସିଛି। ଯାହା ସୂଚନା ମିଲୁଛି ମୌସୁମୀ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର୍ ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୦ରୁ ୨୨ ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି। ୨୦ରୁ ୨୨ ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁପାରେ ମୌସୁମୀ। ୨୦ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ। […]

  • Saturday, 10 July 2021
12
ବିଦ୍ୟୁତ୍‌ ଆଘାତରେ ଇଟାଭାଟି ମାଲିକ ମୃତ, ମାଲିକଙ୍କୁ ବଞ୍ଚାଇବାକୁ ଯାଇ ଶ୍ରମିକଙ୍କ ଜୀବନ ବି ଗଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ହରିହରପୁର ଗାଁରେ ବିଦ୍ୟୁତ୍‌ ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ଇଟାଭାଟି ମାଲିକ ଓ ଅନ୍ୟ ଜଣେ ଶ୍ରମିକ  ବୋଲି ଜଣାପଡ଼ିଛି। ମୃତ ଇଟାଭାଟି ମାଲିକ ହେଲେ ଅନନ୍ତ ଚରଣ ସାହୁ ଏବଂ ମୃତ ଶ୍ରମିକ ଜଣକ ହେଉଛନ୍ତି ମିଞ୍ଜରୀ ମୁଣ୍ଡା। ମିଞ୍ଜରୀଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ। ସୂଚନା ଅନୁସାରେ, ଇଟାଭାଟିରେ ଅଣ୍ଡରଗ୍ରାଉଣ୍ଡ ବିଦ୍ୟୁତ୍‌ ତାର ଯାଇଥିଲା। ପୋଷା କୁକୁରକୁ ବାନ୍ଧିବା ପାଇଁ […]

  • Saturday, 10 July 2021
deadbody-2
ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କମୁରୀ ଗାଁ ନିକଟ ଏକ ଆମ୍ୱ ଗଛରୁ ଆଜି ସକାଳେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଘର ଡଲାସିଂହା ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଙ୍କ ଘର କୋଠଭୂଇଁ ଅଞ୍ଚଳରେ। ପୁଲିସର କହିବା ଅନୁଯାୟୀ,  ଉଭୟ ବିବାହିତ । ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଏପରିକି ୬ ମାସ ହେଲା ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁକୁ ଛାଡ଼ି […]

  • Saturday, 10 July 2021
labourer
୨୯ ଜଣ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୬ଜଣ ଶିଶୁ ଅଛନ୍ତି। ବାହାର ରାଜ୍ୟକୁ ଚାଲାଣ ପାଇଁ ଉଦ୍ୟମ ବେଳେ ପୁଲିସ୍‌ ଚଢ଼ଉ କରି ଶ୍ରମିକଙ୍କୁ ଉଦ୍ଧାର କରିଛି। ମାକରବର୍ଲି ଗାଁରେ ଏହି ଶ୍ରମିକଙ୍କୁ ବନ୍ଧକ ରଖାଯାଇଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ଉଦ୍ଧାର ଶ୍ରମିକମାନେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ବାଉଁଶୁଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କୁ ଇଟା ଗଢ଼ିବାକୁ ଆନ୍ଧ୍ର ଚାଲାଣ କରୁଥିଲା […]

  • Saturday, 10 July 2021
rainfall
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି। ବିଶେଷ କରି ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ଗତକାଲି ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି।

  • Saturday, 10 July 2021
pipili
ଗାଁରେ ପହଞ୍ଚିଲା ବିଜୟଙ୍କ ମୃତଦେହ

ପୁରୀ: ନେପାଳରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିଜୟ କୁମାର ଜେନାଙ୍କ ମୃତଦେହ ଗାଁରେ ପହଞ୍ଚିଛି।  ମୃତ ଦେହ ପହଞ୍ଚିବା ପରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁରେ ଶୋକର ଛାୟା ଖେଳି ଯାଇଛି। ଭାରତର ଏକ ତୀର୍ଥଯାତ୍ରୀ ବସ୍ ନେପାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ ଏବଂ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁର ବିଜୟ କୁମାର ଜେନାଙ୍କ ମୃତ୍ୟୁ  ହୋଇଥିଲା। ୨ ଓଡ଼ିଆ ତୀର୍ଥଯାତ୍ରୀ ସର୍ବେଶ୍ୱର ଜେନା […]

  • Saturday, 10 July 2021