• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cloudy
ଧୂଳିଝଡ଼, ବଜ୍ରପାତ ସହ ବର୍ଷା ସମ୍ଭାବନା; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼, ବଜ୍ରପାତ ସହ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୨ଟା ଯାଏ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି  କେନ୍ଦୁଝର, ମୟୂରଭଂଜ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି।

  • Sunday, 11 July 2021
lightning
ବଜ୍ରପାତ ନେଲା ୩ ଜୀବନ

ଭୁବନେଶ୍ୱର: ରାଜ୍ୟର ଦୁଇଟି ଅଲଗା ଅଲଗା ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ପଦ୍ମପୁର ବିଶିପାଲିରେ ବଜ୍ରପାତରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ କୈଳାସ ବରିହା ଓ ତାଙ୍କ ପତ୍ନୀ କିଶୋରୀ ବରିହା। ଉଭୟ ରାତିରେ ଶୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନଇରୀରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି।  ଏଥିରେ […]

  • Sunday, 11 July 2021
bus hits a man
ପଥଚାରୀଙ୍କୁ ଧକ୍କା ଦେଲା ବସ୍‌

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼-କଲମପୁର ରାସ୍ତାର ଭତ୍ରାଗଡ଼ା ଛକରେ ବସ୍ ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ହେମରାଜ ପୂଜାରୀ। ସେ ଭତ୍ରାଗଡ଼ାକୁ ଯାଉଥିବା ବେଳେ କଲମପୁର ପଟୁ ଆସୁଥିବା ‘ସନ୍ତୋଷୀ’ ନାମକ ଏକ ଘରୋଇ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା। ହେମରାଜ ଜଣେ ଦିନ ମଜୁରିଆ। ସେ ରାତିରେ କାମ ସାରି ଜୁନାଗଡ଼ରୁ ଫେରୁଥିଲେ। […]

  • Sunday, 11 July 2021
puri
ଆଜି ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି: ଦିନ ୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେଉଛି। ପରମ୍ପରା ଅନୁସାରେ ଗତକାଲି ବିଳମ୍ବିତ ରାତିରୁ ମହାପ୍ରଭୁଙ୍କର ଏହି ଶ୍ରୀଅଙ୍ଗ ସୁରକ୍ଷା ନୀତି ଆରମ୍ଭ କରାଯାଇଛି। ଏହା ଗୁପ୍ତ ସେବା ହୋଇଥିବାରୁ ଆଜି ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଛି। ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା ହେବ। ସ୍ନାନ ବେଦୀରେ ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଦେବସ୍ନାନ ପୂର୍ଣ୍ଣମୀରେ ଠାକୁରମାନେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡ଼ିତ ହେବେ। ଏହି […]

  • Sunday, 11 July 2021
fire
ଚଳନ୍ତା ଅବସ୍ଥାରେ ଜଳିଗଲା କୋଇଲା ବୋଝେଇ ଟ୍ରକ୍

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ଏକ କୋଇଲା ବୋଝେଇ ଟ୍ରକ୍ ଜଳି ଯାଇଛି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଟ୍ରକ୍‌ଟି ଏମ୍‌ସିଏଲ୍‌ ଖୋଲାମୁହଁ ଖଣି ଅଞ୍ଚଳରୁ କୋଇଲା ନେଇ ଯାଉଥିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ଡ୍ରାଇଭର ଓ ହେଲ୍‌ପର ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ବିଳମ୍ବ ହୋଇସାରିଥିଲା। ଟ୍ରକ୍‌ଟି ସଂପୂର୍ଣ୍ଣ ଜଳି ଯାଇଛି। ଟ୍ରକ୍‌ଟି ବିଦ୍ୟୁତ୍‌ ତାର […]

  • Sunday, 11 July 2021
raja
ଆଜି ଶେଷ ରଜ, ପିଠା ଓ ପାନରେ ମହକୁଛି ପରିବେଶ

ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ରଜ। ମିଠା, ପିଠା ଓ ପାନର ମହକରେ ଗାଁଠୁ ଆରମ୍ଭ କରି ସହର ଚଳଚଞ୍ଚଳ ହୋଇ ଉଠିଛି। ଦୋଳି ଓ ବାଗୁଡ଼ି ଖେଳରେ ମସ୍‌ଗୁଲ୍‌ ହୋଇ ଧୁମ୍‌ଧାମ୍‌ରେ ଚାଲିଛି ରଜ ଉତ୍ସବ ପାଳନ। ଗତକାଲି ରଜ ସଂକ୍ରାନ୍ତି ଅବସରରେ ଘରେ ଘରେ ପିଠାପଣା ମହକରେ ଚହଟି ଉଠିଥିଲା ସାରା ରାଜ୍ୟ। ନୂଆ ପୋଷାକ ସାଙ୍ଗକୁ ପାଦରେ ଅଳତା, ମଥାରେ କୁଙ୍କୁମର ଟିକା ଆଉ ହାତରେ ମେହେନ୍ଦି ଲଗାଇ […]

  • Sunday, 11 July 2021
odisha
ବଜେଟ୍ ପୂର୍ବରୁ ପ୍ରଥମ ଥର ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଚଳିତ ବର୍ଷ ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ। ଆସନ୍ତା ୨୩ କିମ୍ବା ୨୪ ତାରିଖରେ ସର୍ବଦଳୀୟ ବୈଠକ ହୋଇପାରେ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ବଜେଟ୍ ଅଧିବେଶନ୍ ପୂର୍ବରୁ ସର୍ବଦଳୀୟ ବୈଠକ ବସୁଛି। ଆସନ୍ତା ୨୫ରୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ପ୍ରଥମ ଅଧିବେଶନ। ଗୃହକୁ ସୁରୁଖୁରୁରେ ଚଲାଇବା ପାଇଁ ବିରୋଧୀଙ୍କ ସହଯୋଗ ଆବଶ୍ୟକ। ତେଣୁ ବିଧାନସଭା ଆରମ୍ଭ […]

  • Sunday, 11 July 2021
lightning
ଅପରାହ୍ଣ ୫ଟା ଯାଏ ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ଣ ୫ଟା ପର୍ଯ୍ୟନ୍ତ ୧୨ ଜିଲ୍ଲାବାସୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା, ବଲାଙ୍ଗିର ସୋନପୁର,ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଂଜ ଓ କେନ୍ଦୁଝର।

  • Sunday, 11 July 2021
murder
ରଖେ ହରି ତ ମାରେ କିଏ : ହତ୍ୟା ଉଦ୍ୟମ ବେଳେ ଆକସ୍ମିକ ଭାବେ ବର୍ତ୍ତିଲେ ମହିଳା

ଆନନ୍ଦପୁର: ରଖେ ହରି ତ ମାରେ କିଏ। ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ କରିବା ବେଳେ ସେ ଆକସ୍ମିକ ଭାବେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ନଦୁଅଁ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ନଦୁଅଁ ଗାଁର ପ୍ରମୋଦ ଦେହୁରୀ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ପ୍ରମୋଦଙ୍କ ପତ୍ନୀ ନିଜ ବାପ ଘର ଆଗରପଡାରେ ରହୁଥିଲେ। ପ୍ରମୋଦଙ୍କ ପାଖରେ ତାଙ୍କ ଝିଅ ରହୁଥିଲେ। ଏହାରି ମଧ୍ୟରେ […]

  • Sunday, 11 July 2021
cloudy
୧୪ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୨ଟା ଯାଏ ୧୪ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି,ସମ୍ବଲପୁର, ସୋନପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ,ଗଜପତି, ରାୟଗଡ଼ା ଓ ନୟାଗଡ଼।

  • Sunday, 11 July 2021
raja
ଆଜି ପହିଲି ରଜ; ସବୁଠି ପିଠାପଣାର ମହକ

ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… ରଜ ଉତ୍ସବର ଆଜି ହେଉଛି ପହିଲି ରଜ। ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର।  ଗାଁଠୁ ସହର ସବୁଆଡ଼େ ରଜର ମହକ। ବିଶେଷ କରି ଝିଅମାନଙ୍କ ମଧ୍ୟରେ ଉତ୍ସାହ କାହିଁରେ କ’ଣ। ଗତକାଲି ଥିଲା ସଜବାଜ।  ଝିଅମାନେ ଅଳତା, କୁଙ୍କୁମ, ମେହେନ୍ଦୀ ଲଗାଇ ସଜ ହୋଇଛନ୍ତି। ଆଜିଠୁ ରଜ ମଉଜ।  ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ଦୋଳି ଖେଳିବାରେ ବ୍ୟସ୍ତ। ଏହା ସହିତ ସାଙ୍ଗସାଥୀଙ୍କ […]

  • Sunday, 11 July 2021
matric exam
୭୨ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀରେ ଫେଲ୍

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୨ ପ୍ରତିଶତ କେବଳ ଇଂରାଜୀ ପେପର୍‌ରେ ଫେଲ୍‌ ହୋଇଛନ୍ତି। ଫଳରେ ପାସ୍ ହାର କମିଛି । ଏନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି,“ ଇଂରାଜୀ ପାଠକୁ ଅଧିକ କ୍ରିୟାଶୀଳ କରିବାକୁ କାର୍ଯ୍ୟ ଆରମ୍ଭ କରାଯିବ। ଆସନ୍ତା ୨୧ତାରିଖରୁ ମୁଁ ବ୍ୟକ୍ତିଗତ ଭାବେ ବିଭିନ୍ନ ସ୍କୁଲ ପରିଦର୍ଶନରେ ଯିବି। ଇଂରାଜୀ ପରୀକ୍ଷା ଫଳ ଖରାପ ହେବାର କାରଣ କ’ଣ, ସେନେଇ ଅନୁଧ୍ୟାନ […]

  • Sunday, 11 July 2021
representational image
ଭାଇବୋହୂକୁ ଭୁଜାଲିରେ ହାଣିଲା ଦେଢ଼ଶୁର

କଟକ: ଭାଇବୋହୂକୁ ଭୁଜାଲିରେ ହାଣିଲା ଦେଢ଼ଶୁର। କଟକ ଜିଲ୍ଲା ନିଆଳି ଥାନା ପହଙ୍ଗା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ଭାଇବୋହୂକୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଆହତ ମହିଳାଙ୍କ ନାଁ କାଦମ୍ୱିନୀ ବାରିକ। ତାଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତଙ୍କ ନାଁ ଗଣେଶ୍ୱର ବାରିକ। ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ କାଦମ୍ୱିନୀ ଘରେ ଏକୁଟିଆ ଥିବା ଦେଖି ଗଣେଶ […]

  • Sunday, 11 July 2021
cloudy
ଆହୁରି ୪୮ ଘଣ୍ଟା ଯାଏ ତାତି, ସେପଟେ ମୌସୁମୀ ବାଟରେ ‘ବାୟୁ’ ବାଧା!

ଭୁବନେଶ୍ୱର: ଆହୁରି ୪୮ ଘଣ୍ଟା ଧରି ରାଜ୍ୟରେ ହିଟ୍‌ ୱେଭ କଣ୍ଡିସନ୍‌ ଜାରି ରହିବ। ଫଳରେ ପାରଦ ବଢ଼ିବା ସହ ଗରମ ବି ବଢ଼ିବ। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇବ। ତେବେ ଉପକୂଳ ଓଡ଼ିଶା ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆହୁରି ୪ରୁ ୫ ଦିନ ଲାଗି […]

  • Sunday, 11 July 2021
exam
ଜୁଲାଇ ୮ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୮ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୧୪ ରେ ଶେଷ ହେବ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମେ’ ୨୧ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୨୧୩ ପିଲା ପରୀକ୍ଷା ଦେଇଥିଲେ। ଏଥିରେ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରଛାତ୍ରୀ ପାସ୍ କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ […]

  • Sunday, 11 July 2021
selfie
ସେଲ୍‌ଫି ୱିଥ୍‌ ସ୍ନେକ୍‌

ବ୍ରହ୍ମପୁର: ବିବାହ ଭୋଜି ଓ ବିଭିନ୍ନ କାର୍ଯ୍ୟକ୍ରମରେ ସାପ, ଏଣ୍ଡୁଅଙ୍କ ସହ ସେଲଫି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାରଣ ପ୍ରତିଯୋଗିତା ମୂଳକ ଦୁନିଆରେ କିଛି ନୂଆ କରି ଚର୍ଚ୍ଚାକୁ ଆସିବା ପାଇଁ ସମସ୍ତେ ବ୍ୟସ୍ତ। ଏଥିପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇ ଲୋକମାନେ ଏହାକୁ ସଫଳ କରିବାରେ ଲାଗି ପଡ଼ିଛନ୍ତି। ହେଲେ ଏସବୁ ଭିତରେ ନିରୀହ ଜୀବଜନ୍ତୁ ବଳି ପଡ଼ୁଛନ୍ତି। ବ୍ରହ୍ମପୁରରେ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ନିରୀହ ଜୀବଜନ୍ତୁଙ୍କୁ […]

  • Sunday, 11 July 2021
plane crash
ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବିମାନରେ କେହି ବି ଜୀବିତ ନାହାନ୍ତି; ବିମାନରେ ଥିଲେ ଓଡ଼ିଆ ପାଇଲଟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନ ଏଏନ୍‌-୩୨ରେ ଆଉ କେହି ବି ଜୀବିତ ନାହାନ୍ତି। ଏନେଇ ଆଜି ଭାରତୀୟ ବାୟୁ ସେନା ବିଧିବଦ୍ଧ ଭାବେ ଘୋଷଣା କରିଛି। ବିମାନରେ ଥିବା ସମସ୍ତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତି ମଧ୍ୟ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ବଳିଆପଲ୍ଲୀରେ। ଲଗାତାର ୧୧ ଦିନର ସର୍ଚ୍ଚ ଅପରେସନ୍ ପରେ ଆଜି ଏହି ଘୋଷଣା କରାଯାଇଛି। ଦୁଇ ଦିନ ତଳେ ନିଖୋଜ ବିମାନକୁ […]

  • Sunday, 11 July 2021
nuapada
ବନ୍ଧା ହେଲେ ବଦମାସ୍‌ ବାବା

ନୂଆପଡ଼ା: ପୁଣି ଥରେ ଜଣେ ବାବାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଖଡ଼ିଆଳ ପୁଲିସ୍‌ ଗିରଫ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଭୂତ ଲାଗିଥିବାର ଅଭିଯୋଗ ହୋଇଥିଲା। ଭୂତ ଛଡ଼ାଇବା ପାଇଁ ବସନ୍ତ କୁମାର ବାଗ ନାମକ ଜଣେ ବାବା ଉକ୍ତ ନାବାଳିକାଙ୍କ ଘରକୁ ଆସି ଝଡ଼ାଫୁଙ୍କା କରିଥିଲେ। ଏହି ସମୟରେ ବାବା ନାବାଳିକାଙ୍କୁ କିଛି ଔଷଧ ଖାଇବାକୁ ଦେବା ସହ ବନ୍ଦ କୋଠରୀରେ […]

  • Sunday, 11 July 2021
snake rescue
୧୮ଟି ନାଗ ସାପ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ଜଣେ ବ୍ୟକ୍ତିଙ୍କ ଘର ପଛପଟୁ ୧୮ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି।  ଗାଁ ଲୋକେ ଓ ସାପ ଧରାଳିଙ୍କ ସହାୟତାରେ ପ୍ରଥମେ ଛୁଆ ସାପ ଓ ପରେ ମାଆ ସାପକୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ସମୟରେ ଗୋଟିଏ ସାପ ଛୁଆର ମୃତ୍ୟୁ ହୋଇଛି। ଅନ୍ୟ ସମସ୍ତ ସାପଗୁଡ଼ିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି।  ଏତେ ସଂଖ୍ୟକ ନାଗ ସାପ ବାହାରିଥିବା ଦେଖି ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।

  • Sunday, 11 July 2021
kendrapara
ମାଟି ତଳୁ ମହିଳାଙ୍କ ଶବ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ବନ୍ଧସାହି ଗାଁରେ ମାଟି ତଳୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ପାର୍ବତୀ ମଲ୍ଲିକ। ତାଙ୍କ ଘର ସେହି ବନ୍ଧସାହି ଗାଁରେ ବୋଲି ଜଣାପଡ଼ିଛି। ପାର୍ବତୀ ୨୦୦୯ ମସିହାରେ ବନ୍ଧସାହି ଗାଁର ଚିତ୍ରସେନ ମଲ୍ଲିକଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପାର୍ବତୀ ଓ ଚିତ୍ରସେନଙ୍କ ମଧ୍ୟରେ ବିଭିନ୍ନ ସମୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ଓ ବଚସା […]

  • Sunday, 11 July 2021
cloudy
୨୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର ୨୦ଟି ଜିଲ୍ଲାରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିବା ସହ ବର୍ଷା ମଧ୍ୟ ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବାଲେଶ୍ୱର ଓ ପୁରୀ। ଏହି ଜିଲ୍ଲା ଗୁଡ଼ିକୁ […]

  • Sunday, 11 July 2021
mla
ତେଜିଲା ପାଟଣାଗଡ଼ ବିଧାୟକଙ୍କ ଗିରଫ ଦାବି; ସେପଟେ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଲେ ବିଧାୟକ

ବଲାଙ୍ଗିର: ପାଟଣାଗଡ଼ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ ଘଟଣାରେ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିବା ଚାପ ବଢ଼ିବାରେ ଲାଗିଛି। ଡିପ୍ଲୋମା ଇଞ୍ଜିନିୟର ସଂଘ ପରେ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବାଦ୍ୟ ବଜାଇ ଆନ୍ଦୋଳନକାରୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। ଏହି ସମୟରେ ପୁଲିସ୍ ସହିତ ସେମାନଙ୍କର ଠେଲାପେଲା ହୋଇଥିଲା। ବିଧାୟକଙ୍କ ବିରୋଧରେ […]

  • Sunday, 11 July 2021
cyclone
‘ବାୟୁ’ ପାଇଁ ଓଡ଼ିଶାର ପରାମର୍ଶ ଲୋଡ଼ିଲା ଗୁଜରାଟ

ଭୁବନେଶ୍ୱର: ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ବାୟୁ’। ଆସନ୍ତାକାଲି ସକାଳେ ଏହା ସ୍ଥଳଭାଗ ଛୁଇଁବ। ସେତେବେଳେ ଘଣ୍ଟା ପ୍ରତି ୧୪୦ ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ରରେ ଦେଢ଼ ମିଟର ପର୍ଯ୍ୟନ୍ତ ଢେଉ ଉଠିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ […]

  • Sunday, 11 July 2021
nayagarh
ଚୋର ଧରିବାକୁ ଗାଁରେ ବୁଲିଲା ଖଟ

ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା କୋଟଗଡ଼ ଗାଁରେ କଙ୍ଗାରୁ କୋର୍ଟ ହୋଇଥିବା ନେଇ ଅଭିଯୋଗ ହୋଇଛି।  ଚୋର ଧରିବାକୁ ଗାଁରେ ଖଟ ବୁଲିବା ସହ ଏକ ପରିବାର ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।  ଏଥିରେ ଦୁଇ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ରାଜସୁନାଖଳା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁସାରେ, ଗତ ୧୮ ତାରିଖରେ ଗାଁର ଜଣଙ୍କ ଘରୁ ଲୁଟ୍ ହୋଇଥିଲା। ଏନେଇ ସେ ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ […]

  • Sunday, 11 July 2021
nilagiri..
ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଏକ ଝାଡ଼ଖଣ୍ଡୀ ହାତୀପଲ ପଶି ଆସିଛନ୍ତି। ଦୁର୍ଗାଦେବୀ ଅଞ୍ଚଳ ଦେଇ ଆଜି ଭୋରରେ ତିନିକୋଶିଆ ଜଙ୍ଗଲରେ ୪୦ଟି ହାତୀ ପଶିଛନ୍ତି। ଏହି ହାତୀପଲରେ ୩୫ଟି ବଡ଼ ହାତୀ ଥିବା ବେଳେ ୫ଟି ଛୁଆ ହାତୀ ଥିବା ନୀଳଗିରି ରେଞ୍ଜର କହିଛନ୍ତି। ୧୦ ବର୍ଷ ହେଲା ଝାଡ଼ଖଣ୍ଡୀ ହାତୀ ପଲ ଏଠାକୁ ଆସୁଛନ୍ତି। ହାତୀ ପଲ ବାରମ୍ବାର ଆସିବା ଯୋଗୁ ଲୋକେ ଭୟଭୀତ ହୋଇଯାଇଛନ୍ତି।

  • Sunday, 11 July 2021