• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kendrapara
ମାଟି ତଳୁ ମହିଳାଙ୍କ ଶବ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ବନ୍ଧସାହି ଗାଁରେ ମାଟି ତଳୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ପାର୍ବତୀ ମଲ୍ଲିକ। ତାଙ୍କ ଘର ସେହି ବନ୍ଧସାହି ଗାଁରେ ବୋଲି ଜଣାପଡ଼ିଛି। ପାର୍ବତୀ ୨୦୦୯ ମସିହାରେ ବନ୍ଧସାହି ଗାଁର ଚିତ୍ରସେନ ମଲ୍ଲିକଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପାର୍ବତୀ ଓ ଚିତ୍ରସେନଙ୍କ ମଧ୍ୟରେ ବିଭିନ୍ନ ସମୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ଓ ବଚସା […]

  • Sunday, 11 July 2021
cloudy
୨୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର ୨୦ଟି ଜିଲ୍ଲାରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିବା ସହ ବର୍ଷା ମଧ୍ୟ ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ବାଲେଶ୍ୱର ଓ ପୁରୀ। ଏହି ଜିଲ୍ଲା ଗୁଡ଼ିକୁ […]

  • Sunday, 11 July 2021
mla
ତେଜିଲା ପାଟଣାଗଡ଼ ବିଧାୟକଙ୍କ ଗିରଫ ଦାବି; ସେପଟେ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଲେ ବିଧାୟକ

ବଲାଙ୍ଗିର: ପାଟଣାଗଡ଼ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ ଘଟଣାରେ ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିବା ଚାପ ବଢ଼ିବାରେ ଲାଗିଛି। ଡିପ୍ଲୋମା ଇଞ୍ଜିନିୟର ସଂଘ ପରେ ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବାଦ୍ୟ ବଜାଇ ଆନ୍ଦୋଳନକାରୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। ଏହି ସମୟରେ ପୁଲିସ୍ ସହିତ ସେମାନଙ୍କର ଠେଲାପେଲା ହୋଇଥିଲା। ବିଧାୟକଙ୍କ ବିରୋଧରେ […]

  • Sunday, 11 July 2021
cyclone
‘ବାୟୁ’ ପାଇଁ ଓଡ଼ିଶାର ପରାମର୍ଶ ଲୋଡ଼ିଲା ଗୁଜରାଟ

ଭୁବନେଶ୍ୱର: ଗୁଜରାଟ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ବାୟୁ’। ଆସନ୍ତାକାଲି ସକାଳେ ଏହା ସ୍ଥଳଭାଗ ଛୁଇଁବ। ସେତେବେଳେ ଘଣ୍ଟା ପ୍ରତି ୧୪୦ ରୁ ୧୬୫ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ରରେ ଦେଢ଼ ମିଟର ପର୍ଯ୍ୟନ୍ତ ଢେଉ ଉଠିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ […]

  • Sunday, 11 July 2021
nayagarh
ଚୋର ଧରିବାକୁ ଗାଁରେ ବୁଲିଲା ଖଟ

ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା କୋଟଗଡ଼ ଗାଁରେ କଙ୍ଗାରୁ କୋର୍ଟ ହୋଇଥିବା ନେଇ ଅଭିଯୋଗ ହୋଇଛି।  ଚୋର ଧରିବାକୁ ଗାଁରେ ଖଟ ବୁଲିବା ସହ ଏକ ପରିବାର ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।  ଏଥିରେ ଦୁଇ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ରାଜସୁନାଖଳା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁସାରେ, ଗତ ୧୮ ତାରିଖରେ ଗାଁର ଜଣଙ୍କ ଘରୁ ଲୁଟ୍ ହୋଇଥିଲା। ଏନେଇ ସେ ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ […]

  • Sunday, 11 July 2021
nilagiri..
ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଏକ ଝାଡ଼ଖଣ୍ଡୀ ହାତୀପଲ ପଶି ଆସିଛନ୍ତି। ଦୁର୍ଗାଦେବୀ ଅଞ୍ଚଳ ଦେଇ ଆଜି ଭୋରରେ ତିନିକୋଶିଆ ଜଙ୍ଗଲରେ ୪୦ଟି ହାତୀ ପଶିଛନ୍ତି। ଏହି ହାତୀପଲରେ ୩୫ଟି ବଡ଼ ହାତୀ ଥିବା ବେଳେ ୫ଟି ଛୁଆ ହାତୀ ଥିବା ନୀଳଗିରି ରେଞ୍ଜର କହିଛନ୍ତି। ୧୦ ବର୍ଷ ହେଲା ଝାଡ଼ଖଣ୍ଡୀ ହାତୀ ପଲ ଏଠାକୁ ଆସୁଛନ୍ତି। ହାତୀ ପଲ ବାରମ୍ବାର ଆସିବା ଯୋଗୁ ଲୋକେ ଭୟଭୀତ ହୋଇଯାଇଛନ୍ତି।

  • Sunday, 11 July 2021
snake
ନାଗୁଣୀ ସହ ୨୪ଟି ନାଗ ଛୁଆ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅନ୍ତର୍ଗତ ଦିହୁଡି ଆନନ୍ଦପୁର ଗାଁରେ ଜଣଙ୍କ ଘରୁ ଏକ ନାଗୁଣୀ ସହ ୨୪ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଗାଁର ଖଗେଶ୍ୱର ମହାକୁଡଙ୍କ ଘରୁ ଏହି ନାଗ ଛୁଆ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଖଗେଶ୍ୱର ତୋରାଣୀ ହାଣ୍ଡିରେ ଏକ ମଲା ସାପ ପଡ଼ିଥିବା ଦେଖିଥିଲେ। ଏହା ପରେ ତାଙ୍କ ଠାକୁର ଘରେ ମଧ୍ୟ ଏକ ନାଗ ଛୁଆ ଦେଖିବାକୁ ମିଳିଥିଲା। ଏଥିରେ ଭୟଭୀତ ହୋଇ ସେ ସ୍ନେକ୍‌ ହେଲ୍‌ପ୍‌ […]

  • Sunday, 11 July 2021
students
ରଜ ପରେ ବାହାରିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ରଜ ପରେ ବାହାରିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ। ୧୭ କିମ୍ବା ୧୮ ତାରିଖ ବେଳକୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଜୁନ୍‌ ୩ ତାରିଖରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ଫଳ ପ୍ରକାଶ ପାଇଥିଲା। ୯ଟି କଲେଜରେ ରେଜଲ୍ଟ ଶୂନ ରହିଥିବା ବେଳେ ୨୯ଟି କଲେଜରେ ଶହେ ପ୍ରତିଶତ ରେଜଲ୍ଟ ହୋଇଥିଲା। ଚଳିତ ବର୍ଷ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ବିଜ୍ଞାନ […]

  • Sunday, 11 July 2021
cloudy
ଏହିସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍‌ ୱେଭ୍‌ କଣ୍ଡିସନ୍‌ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କହିଛି। ଏନେଇ ୧୦ଟି ଜିଲ୍ଲାକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି-ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି। ଏହି […]

  • Sunday, 11 July 2021
s jaishankar
ନେପାଳରେ ମୃତ ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଲେ ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର: ନେପାଳରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିବାର ପ୍ରତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗଭୀର ସମବେଦନା ଜଣାଇଛନ୍ତି। ବୈଦେଶିକ ମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଛନ୍ତି,“ନେପାଳରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରୀଯୁକ୍ତ ଜେନା ଓ ଶ୍ରୀଯୁକ୍ତ ବିଶ୍ୱାଳଙ୍କ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି। ଆମ କର୍ମଚାରୀମାନେ ହସ୍‌ପିଟାଲ୍‌ରେ ଅଛନ୍ତି ଓ ଆହତଙ୍କ ଚିକିତ୍ସା ଉପରେ ନଜର ରଖିଛନ୍ତି। ସେମାନଙ୍କ ପରିବାର ଲୋକଙ୍କୁ ସବୁପ୍ରକାର ସହାୟତା ଦିଆଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]

  • Sunday, 11 July 2021
bolangir
ଜୋର ଧରିଲା ପାଟଣାଗଡ଼ ବିଧାୟକଙ୍କ ଗିରଫ ଦାବି

ବଲାଙ୍ଗିର: ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜୋର ଧରିଛି। ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଚେତାବନୀ ଦେଇଛି। ଏହାସହ ବଲାଙ୍ଗିର ଚାଲ ଡାକରା ମଧ୍ୟ ଦିଆଯାଇଛି। ଅନ୍ୟପକ୍ଷେ, କଲମ ଛାଡ଼ ଆନ୍ଦୋଳନ ଜାରି ରଖିଥିବା କନିଷ୍ଠ ଯନ୍ତ୍ରୀ ସଂଘ ଆଜି ଭୁବନେଶ୍ୱରରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ ସର୍ଭିସ୍ ଆସୋସିଏସନ୍ ସହ ଆଲୋଚନା କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି କହିଛି।  ସର୍ବସାଧାରଣରେ […]

  • Sunday, 11 July 2021
post office
ରାଜ୍ୟରେ ଖୋଲିବ ବିଦେଶ ପୋଷ୍ଟ ଅଫିସ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ବିଦେଶ ପୋଷ୍ଟ ଅଫିସ। ବିଦେଶରେ ରହୁଥିବା ସଂପର୍କୀୟଙ୍କ ପାଖକୁ ରାଜ୍ୟବାସୀ ଯେପରି ଶୀଘ୍ର ଓ ସହଜରେ ପାର୍ସଲ ପଠାଇ ପାରିବେ, ତାହାର ସୁବିଧା କରିବା ଲାଗି ଡାକ ବିଭାଗ ଏ ପଦକ୍ଷେପ ନେଇଛି। ପୂର୍ବରୁ ବିଦେଶକୁ ପାର୍ସଲ ପଠାଇବାକୁ ରାଜ୍ୟରେ ଡାକ ବିଭାଗର କୌଣସି ବ୍ୟବସ୍ଥା ନଥିଲା। ଏଠାରୁ ପାର୍ସଲଗୁଡ଼ିକ କୋଲକାତା ଯାଉଥିଲା। ସେଠାରେ ଥିବା ଫରେନ୍ ପୋଷ୍ଟ ଅଫିସରେ ସର୍ଟିଂ କରାଯାଇ ବିଦେଶ ପଠାଯାଉଥିଲା। ତେଣୁ ଏହି ସୁବିଧା ରାଜ୍ୟରେ ଉପଲବ୍ଧ […]

  • Sunday, 11 July 2021
ratha yatra
କୌଣସି ଚ୍ୟାନେଲ୍‌ ରଥଯାତ୍ରା ପ୍ରସାରଣରୁ ବାଦ୍ ପଡ଼ିବେନି

ପୁରୀ: ସମସ୍ତ ଚ୍ୟାନେଲ୍‌କୁ ମିଳିବ ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର। ସ୍ନାନଯାତ୍ରାଠୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସବୁର ସିଧା ପ୍ରସାରଣ ସମସ୍ତ ଚ୍ୟାନେଲ୍‌ କରିପାରିବେ। ଏଥିପାଇଁ ଚ୍ୟାନେଲ୍‌ମାନଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ କୁହାଯିବ। ରଥଯାତ୍ରା ସିଧା ପ୍ରସାରଣ ବିଡିଂ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ରଥଯାତ୍ରାର ସିଧାପ୍ରସାରଣ ନେଇ […]

  • Sunday, 11 July 2021
sambalpur
ଘର ବାହାରେ ଶୋଇଥିବା ବେଳେ ଯୁବକଙ୍କ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ

ସମ୍ୱଲପୁର: ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ତାଙ୍କ ମୁଣ୍ଡ କାଟି ନେଇଯାଇ ଫେରାର ହୋଇଯାଇଛନ୍ତି। ମୃତକଙ୍କ ନାଁ ସତ୍ୟନାରାୟଣ ମୁଣ୍ଡା। ପରିବାର ଲୋକେ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ସୂଚନା ଅନୁସାରେ, ଗତକାଲି ରାତିରେ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ସତ୍ୟନାରାୟଣ ଘର ବାହାରେ ଖଟିଆରେ ମାଶାରୀ ଟାଙ୍ଗି ଶୋଇଥିଲେ। ହେଲେ ଆଜି ଭୋରୁ ତାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ […]

  • Sunday, 11 July 2021
pm modi ..
ଆଜି ମୋଦି-ନବୀନ ଭେଟ

ଭୁବନେଶ୍ୱର: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟଙ୍କ ସାକ୍ଷାତରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ। ବାତ୍ୟା ‘ଫୋନି’ କ୍ଷୟକ୍ଷତି ସଂପର୍କରେ ଆଲୋଚନା ସହିତ କେନ୍ଦ୍ରର ସହାୟତା ପ୍ରସଙ୍ଗରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ସହ ସାକ୍ଷାତ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ। ଏହାସହ ୧୫ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦେବେ। ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ […]

  • Sunday, 11 July 2021
murderer
ଗିରଫ ହେଲା ସାନ ଭାଇର ହତ୍ୟାକାରୀ ବଡ଼ ଭାଇ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଅତଳାଗଡ଼ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତର ନାଁ ମାମୁଲୁ ଓରଫ ସ୍ରଷ୍ଟା ରାଉତରାୟ। ଆଜି ସକାଳୁ ପୁଲିସ୍‌ ସ୍ରଷ୍ଟାକୁ କଟକର ଫୁଲନଖରା ଅଞ୍ଚଳରୁ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳକୁ ନେଇ ବଡ଼ଭାଇ ସ୍ରଷ୍ଟା ସାନଭାଇ ପ୍ରୀତମକୁ ହତ୍ୟା କରିଥିଲା। ସିସିଟିଭି ଫୁଟେଜ ଦେଖିବା ପରେ ହତ୍ୟାକାରୀ ସ୍ରଷ୍ଟା ଚିହ୍ନଟ କରାଯାଇଥିଲା। ଏହାପରେ ତାକୁ ଧରିବା ପାଇଁ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। […]

  • Sunday, 11 July 2021
wall collapse
ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ି ୪ ମୃତ, ୭ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଅଳସୁଆ ହାଟ ନିକଟରେ ଥିବା ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭ ଜଣ ଗୁରୁତର ଭାବେ ଆହତ ହୋଇଛି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ଆହତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଚାଇଁପୁରର ସଂଗ୍ରାମ ସାହୁ, ଗେଙ୍ଗୁଟିଆର ରାମଚନ୍ଦ୍ର ସାହୁ, ଗୁରୁଜଙ୍ଗର ଅଭିମନ୍ୟୁ ବିଶ୍ୱାଳ ଓ […]

  • Sunday, 11 July 2021
sitalasasthi
ନାଚ, ଗୀତରେ ଦୁଲୁକୁଛି ସମ୍ବଲପୁର ସହର: ଚାଲିଛି ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ

ସମ୍ୱଲପୁର/ଭୁବନେଶ୍ୱର: ଚାଲିଛି ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନର ଶୋଭାଯାତ୍ରା। ସେଥିପାଇଁ ଦୁଲୁକୁଛି ସମ୍ବଲପୁର ସହର। ନାଚ, ଗୀତ ଓ ବାଜାର ତାଳରେ ପୂରା ପରିବେଶ କମ୍ପୁଛି। ବିବାହ ସଂପନ୍ନ ହେବା ପରେ ଶିବ-ପାର୍ବତୀ ମନ୍ଦିରକୁ ଫେରୁଛନ୍ତି। ସାଙ୍ଗରେ ବିରାଟ ପଟୁଆର ରହିଛି। ଗତ ରାତିରୁ ହିଁ ଏହି ଶୋଭାଯାତ୍ରା ବାହାରିଛି। ଏଥିରେ ହଜାର ହଜାର ଭକ୍ତ ତା’ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ନାଚ ଗୀତର ଦର୍ଶକ ମଜା ଉଠାଉଛନ୍ତି। ପୌରାଣିକ ବିଶ୍ୱାସ ଅନୁସାରେ, ଶିବ-ପାର୍ବତୀଙ୍କ […]

  • Sunday, 11 July 2021
chse
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଜିରୋ ରେଜଲ୍ଟ କରିଥିବା ୯ଟି କଲେଜ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଜିରୋ ରେଜଲ୍ଟ କରିଥିବା ୯ଟି କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏସମସ୍ତ କଲେଜରେ ଜଣେ ହେଲେ ବି ଛାତ୍ରଛାତ୍ରୀ ପାସ୍‌ କରି ନାହାନ୍ତି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୬ଟି କଲେଜରେ ନାମଲେଖା ଉପରେ ରୋକ୍ ଲଗାଯାଇଥିବା ବେଳେ ବାକି ୩ଟି କଲେଜର କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ନାମଲେଖା ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା ୬ଟି କଲେଜ ମଧ୍ୟରୁ ୪ଟିରେ ଗତବର୍ଷଠୁ ନାମଲେଖା […]

  • Sunday, 11 July 2021
snake bite
ସାପ କାମୁଡ଼ାରେ ମା’ପୁଅଙ୍କ ମୃତ୍ୟୁ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ କୁର୍ସି ପଞ୍ଚାୟତ ମାଳପାରା ଗାଁରେ ସାପ କାମୁଡ଼ି ଦେବାରୁ ଜଣେ ମହିଳା ଓ ତାଙ୍କ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ମହିଳାଙ୍କ ନାଁ ଲକ୍ଷ୍ମୀ ଗଣ୍ଡ। ତାଙ୍କ ପୁଅ ନାଁ ଭାଗିରଥୀ ଗଣ୍ଡ (୫)। ଗତକାଲି ରାତିରେ ଏ ଦୁଇ ଜଣ ପରିବାର ଲୋକଙ୍କ ସହିତ ଘରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ମା’ପୁଅଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଉଭୟଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ […]

  • Saturday, 10 July 2021
police station
ହାତୁଡ଼ିରେ ପିଟି ପିଟି ବୋହୂକୁ ହତ୍ୟା!

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଜଣେ ମହିଳାଙ୍କୁ ତାଙ୍କ ଶାଶୂ ଘର ଲୋକେ ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପିଙ୍କି ସ୍ୱାଇଁ। ତାଙ୍କ ବାପଘର ମଧ୍ୟ ସେହି ଗାଁରେ। ଆଜି ସକାଳେ ପିଙ୍କିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ  ତାଙ୍କ ଶାଶୂ ଘରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ତାଙ୍କ ଶାଶୂ ଘର ଲୋକେ ଫେରାର ହୋଇଯାଇଛନ୍ତି। ପିଙ୍କି ଦୁଇ ବର୍ଷ […]

  • Saturday, 10 July 2021
patnagarh
ଜେଇଙ୍କୁ ଉଠ୍‌ବସ୍‌ ଘଟଣା: ପରିବାର ପ୍ରତି ବିପଦ ଥିବା ‌ଆଶଙ୍କା କଲେ ଜେଇଙ୍କ ପତ୍ନୀ

ବଲାଙ୍ଗିର: ପାଟଣାଗଡ଼ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ(ଜେଇ)ଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଜେଇଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିବା କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ଆଶଙ୍କା କରିଛନ୍ତି।  ଗତ ୬ ତାରିଖରୁ ଏତଲା ଦେଇଥିଲେ ବି ଏଯାଏ ପୁଲିସ୍‌ କାହିଁକି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ବୋଲି ସେ ପ୍ରଶ୍ନ କରିଛନ୍ତି। ଜୟକାନ୍ତଙ୍କୁ ବିଧାୟକ ସରୋଜ […]

  • Saturday, 10 July 2021
sitalasashthi
ସରିଲା ଦେବ ଦମ୍ପତିଙ୍କ ବିବାହ

ସମ୍ବଲପୁର: ଭୋଳାବାବାଙ୍କ ବିବାହ ଗତକାଲି ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି। ଆଜି ରାତିରେ ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ ହେବ। ସବୁ ରୀତିନୀତି ସରିବା ପରେ ଗତକାଲି ବରଯାତ୍ରୀଙ୍କୁ ସାଥିରେ ନେଇ କନ୍ୟାଘର ଅଭିମୁଖେ ବାହାରିଥିଲେ ମହାଦେବ। ଏଥିଲାଗି ଚଳଚଞ୍ଚଳ ସମ୍ବଲପୁର ସହର ହୋଇ ପଡ଼ିଥିଲା। ସହରର ଝାଡୁଆପଡ଼ା, ମୋଦିପଡ଼ା, ବଡବଜାର, ବୁଢାରାଜା ଓ ଠାକୁରପଡ଼ା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଭୋଳାବାବାଙ୍କୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ […]

  • Saturday, 10 July 2021
rain
୯ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର। ଦିନ ୨ଟା ପର୍ଯ୍ୟନ୍ତ ଏହି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଛି।

  • Saturday, 10 July 2021
bbsr
ଅପହରଣ ଉଦ୍ୟମ ପଣ୍ଡ; କାର୍‌, ବନ୍ଧୁକ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨ଟି କାର୍ ଭିତରୁ ୨ଟି ବନ୍ଧୁକ ଜବତ ହେବା ଘଟଣା ନୂଆ ମୋଡ଼ ନେଇଛି। ଅପହରଣ ଉଦ୍ୟମବେଳେ କାର୍‌ ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଅପହରଣ ଉଦ୍ୟମ କରିଥିଲେ। ଏନେଇ ସଂପୃକ୍ତ ବ୍ୟକ୍ତି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଗତ ରାତିରେ ବ୍ୟବସାୟୀ ଜଣକ କାର୍ ଯାଉଥିବାବେଳେ ୪ ଦୁର୍ବୃତ୍ତ ତାଙ୍କୁ ଅଟକାଇ ବନ୍ଧୁକ ଲଗାଇ ଅପହରଣ ଉଦ୍ୟମ କରିଥିଲେ। ତାଙ୍କୁ […]

  • Saturday, 10 July 2021