• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

railway track
ଟ୍ରେନ୍‌ ଲାଇନ୍‌ ଉଡ଼ାଇଲେ ମାଓବାଦୀ

ବିସ୍ଫୋରଣ କରି ଟ୍ରେନ୍‌ ଲାଇନ୍‌ ଉଡ଼ାଇଲେ ମାଓବାଦୀ ବିସ୍ଫୋରଣରେ ୨ ମିଟର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ୍ ବିସ୍ଫୋରଣରେ ନଷ୍ଟ ହୋଇଯାଇଛି ବିସ୍ଫୋରଣ ଯୋଗୁ ମୁମ୍ବାଇ-ହାୱଡା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ଘଟଣା ପରେ ଆରପିଏଫ, ଝାଡ଼ଖଣ୍ଡ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ ରାଉରକେଲା: ବିସ୍ଫୋରଣ କରି ଟ୍ରେନ୍‌ ଲାଇନ୍‌ ଉଡ଼ାଇଲେ ମାଓବାଦୀ। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ ବିସ୍ଫୋରଣ ଘଟାଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୨ ମିଟର ପର୍ଯ୍ୟନ୍ତ […]

  • Tuesday, 13 July 2021
odisha
୧୩ ଘଣ୍ଟା ଧରି ପଡ଼ି ରହିଲା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହ

ବୌଦ୍ଧ: କରୋନା ପାଇଁ ଧୀରେ ଧୀରେ ମରି ଯାଉଛି ମାନବିକତା। ବାଡ଼ ସୃଷ୍ଟି କରିଛି ସଂକ୍ରମଣର ଭୟ। ୧୩ ଘଣ୍ଟାରୁ ଅଧିକ ସମୟ ହେବ ଶବ ସେମିତି ପଡ଼ି ରହିଥିବା ବେଳେ କରୋନା ଭୟରେ କେହିବି ପାଖ ମାଡ଼ୁ ନଥିଲେ। ଏଭଳି ସମୟରେ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କୁମ୍ଭମେଳା ଫେରନ୍ତା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ପରେ କେହିବି ମୃତଦେହ ପାଖ ମାଡ଼ୁ ନଥିବା ଦେଖିବାକୁ ମିଳିଥିଲା। ଖବର ପାଇ ହରଭଙ୍ଗା ବିଡିଓ, […]

  • Tuesday, 13 July 2021
man died
ସ୍ତ୍ରୀ ଓ ପୁଅ ସହ ଟ୍ରେନ୍‌ରେ ସୁରତରୁ ଫେରୁଥିଲେ, ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ

ଖଲ୍ଲିକୋଟ: ସ୍ତ୍ରୀ ଓ ପୁଅ ସହ ଟ୍ରେନ୍‌ରେ ସୁରତରୁ ଗାଁକୁ ଫେରୁଥିଲେ। ହେଲେ ଜାଣିନଥିଲେ ସେ ଆଉ ଘରେ ପହଞ୍ଚି ପାରିବେ ନାହିଁ ଓ ଅଧା ବାଟରେ ଚାଲିଯିବ ଜୀବନ। କିଛିଦିନ ତଳେ ସୁରତରୁ ଗାଁକୁ ଫେରିବା ବାଟରେ ଟ୍ରେନ୍‌ରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଓଖା-ପୁରୀ ଟ୍ରେନ ଭିତରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବେଗୁନିଆପଡ଼ା ବ୍ଲକ୍‌ […]

  • Tuesday, 13 July 2021
Cloudy sky
ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା ନେଇ ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ୧୨ ଜିଲ୍ଲାରେ ଆଜି ଝଡ଼ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୩ ଘଣ୍ଟା ପାଇଁ ଏହି ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ଏହି ୧୨ ଜିଲ୍ଲା ହେଲା-ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର,ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର। କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଆଜି ସକାଳେ […]

newborn baby
ଜନ୍ମ ନେଲା ବିରଳ ଶିଶୁକନ୍ୟା, ଅଦ୍ଭୁତ ଦିଶୁଛି ମୁହଁ

ବ୍ରହ୍ମପୁର: କିଛିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାରେ ଏଭଳି ଏକ ବିରଳ ଓ ବିଚିତ୍ର ଶିଶୁୁକନ୍ୟା ଜନ୍ମ ନେଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ୨ଟା ୪୦ ମିନିଟ୍‌ରେ ଶିଶୁ କନ୍ୟାଟି ବ୍ରହ୍ମପୁର ମେଡିକାଲରେ ଜନ୍ମ ନେଇଛି। ଶିଶୁଟିର ମୁହଁ ଅଦ୍ଭୁତ ଦିଶୁଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ, ପ୍ରାୟ ୫ରୁ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଏଭଳି ଜଣେ […]

  • Tuesday, 13 July 2021
man died
ସୁରତରୁ ଟ୍ରେନ୍‌ରେ ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ଜୀବନ

ବ୍ରହ୍ମପୁର: ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନ୍‌ରେ ଉଡିଗଲା ପ୍ରାଣବାୟୁ। ପୁରୀ-ଅହମଦାବାଦ ଟ୍ରେନ୍‌ରେ ଏଭଳି ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଖଣ୍ଡଦେଉଳି ଗାଁର ବିଶ୍ୱନାଥ ଜେନା। ଗତକାଲି ବିଶ୍ୱନାଥ ସୁରତରୁ ସମ୍ପର୍କୀୟଙ୍କ ସହ ପୁରୀ-ଅହମଦାବାଦ ଟ୍ରେନ୍‌ରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିଲେ। ରାତି ୧୧ଟା ସମୟରେ ଟ୍ରେନରେ ହିଁ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା। ପରେ ଗାଡି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ଶବକୁ ବାହାର କରାଯାଇଥିଲା। ଏନେଇ ଜିଆର୍‌ପି ପାଖରେ ଖବର […]

  • Tuesday, 13 July 2021
Lingaraj
ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏନେଇ ୧୪୪ ଧାରା ଜାରି ହୋଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ଏଥର ରୁକୁଣା ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ କମିଶନରେଟ୍ ପୋଲିସ ପକ୍ଷରୁ ୧୪୪ ଧାରା ଜାରି ହେବ। ଆଜି ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେବ। ଏପ୍ରିଲ ୨୦ ଓ ୨୪ ତାରିଖରେ ୧୪୪ ଧାରା ବଳବତ୍ତର ରହିବ ବୋଲି ପୋଲିସ କମିଶନର […]

  • Tuesday, 13 July 2021
OTV
୨୪ ବର୍ଷ ପୂର୍ବେ ଆଜିର ଦିନରେ ଲଞ୍ଚ୍‌ ହୋଇଥିଲା ଓଟିଭି

ଭୁବନେଶ୍ୱର: ଠିକ୍ ୨୪ ବର୍ଷ ପୂର୍ବେ ଆଜିର ଦିନ ଅର୍ଥାତ୍ ୧୯୯୭ ଏପ୍ରିଲ ୧୮ରେ ଲଞ୍ଚ୍ ହୋଇଥିଲା ଓଟିଭି। ସେଦିନ ପୁରୀ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ଅନ୍ତେଷ୍ଟି କ୍ରିୟାର ସିଧା ପ୍ରସାରଣ ସହ ଓଟିଭି ଆରମ୍ଭ କରିଥିଲା ଖବର ପ୍ରସାରଣ ଅଭିଯାନ। ସେବେଠୁ ଆଜି ଯାଏ ଦୀର୍ଘ ୨୪ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ଓଟିଭି ଖବର ପରିବେଷଣ କରି ଆସୁଛି। ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଖବର ପରିବେଷଣ କରୁଥିବା ଓଟିଭି ଆଜି ଯାଏ ତା’ ଲକ୍ଷ୍ୟ […]

  • Tuesday, 13 July 2021
wife allegation against husband
ବାହାଘର ପୂର୍ବରୁ କହିଲେନି, ଚତୁର୍ଥୀ ରାତିରେ କହିଲେ, ‘ଷ୍ଟେ ଆୱେ ଫ୍ରମ୍‌ ମି...’

ଭୁବନେଶ୍ୱର: ‘ତା’ ବାପାମା’ କହିଲେ ବୋଲି ବାହା ହେଲା। ତା’ର କୌଣସି ଇଚ୍ଛା ନଥିଲା। ବିବାହର ୪ ମାସ ପୂର୍ବରୁ ମୋ ସହ କଥା ବି ହୋଇଥିଲା। ବାହା ହେବାପାଇଁ ଇଚ୍ଛା ନାହିଁ ବୋଲି ସେତେବେଳେ କିଛି କହିଲା ନାହିଁ। ହେଲେ ବାହାଘର ପରେ କହିଲା, ଆଇ ନିଡ୍‌ ସମ୍‌ ସ୍ପେଶ୍‌, ଷ୍ଟେ ଆୱେ ଫ୍ରମ୍‌ ମି…’ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଗତକାଲି ମହିଳା କମିଶନରେ ପାରିବାରିକ ବିବାଦକୁ ନେଇ ମାମଲାର […]

  • Tuesday, 13 July 2021
hyder
ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର

ଓଡ଼ିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର ଗତକାଲି ହାଇଦରକୁ ତେଲେଙ୍ଗାନାରୁ‌ ଗିରଫ କରିଥିଲା ପୋଲିସ୍‌ ହାଇଦର ଗାଡ଼ି ବଦଳାଇ ଲୁଚିବାକୁ ଉଦ୍ୟମ ବେଳେ ଧରାପଡ଼ି ଯାଇଥିଲା ହାଇଦର ଫେରାର ପଛରେ ପରିବାରର ହାତ ଥିବା ଅଭିଯୋଗକୁ ଖଣ୍ଡନ କଲେ ସ୍ତ୍ରୀ ହାସିନା ବିବି ଭୁବନେଶ୍ୱର: ସୁରକ୍ଷାକର୍ମୀଙ୍କୁ ନିଶା ଦେଇ କଟକ ଏସ୍‌ସିବିରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ତେଲେଙ୍ଗାନାରୁ ଗିରଫ ପରେ ଆଜି ଓଡ଼ିଶା ଅଣାଯାଇଛି। ତେଲେଙ୍ଗାନା ପୋଲିସ୍‌ ସହାୟତାରେ ଗତକାଲି ହାଇଦରକୁ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ କମିଶନରେଟ […]

Cloudy
ଆସନ୍ତା ୨୪ ଘଣ୍ଟାରେ ଓଡିଶାର ୧୨ ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା

୨୪ ଘଣ୍ଟାରେ ୧୨ ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାକୁ ସତର୍କ ସୂଚନା ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ଏପ୍ରିଲ ୧୬ରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଝଡ଼ତୋଫାନ ସହ ବର୍ଷା ହୋଇପାରେ ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ୧୨ ଟି ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ଭାରତୀୟ ପାଣିପାଗ […]

odisha
ପ୍ରେମ ବ୍ୟାପାରକୁ ନେଇ ସାଙ୍ଗ ଉପରେ ଜେସିବି ଚଢ଼ାଇ ଦେଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରେଗଡ଼ା ଗାଁର ଜଣେ ଯୁବକ ନିଖୋଜ ହେବା ଓ ପରେ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଘଟଣାର ପର୍ଦ୍ଦାଫାଶ ହୋଇଛି। ନିଖୋଜ ଯୁବକକୁ ଜେସିବି ଚଢ଼ାଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ପୋତି ଦିଆଯାଇଥିଲା ଓ ପରେ ତାଙ୍କୁ ପୋଡ଼ି ଦିଆଯାଇଥିଲା। ଘଟଣାରେ ପୋଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକ ହେଲେ ଶେଷଦେବ କମ୍ପ। ଗିରଫ ଦ୍ୱୟ ହେଲେ-ତ୍ରିଲୋଚନ ସାହୁ ଓ ସୁରେନ୍ଦ୍ର ସାହୁ। […]

  • Tuesday, 13 July 2021
hotel
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ହୋଟେଲ୍‌ ଛାଡ଼ିଲେ ୬ ପୋଲିସ୍ କର୍ମଚାରୀ‌

ବିଳମ୍ବିତ ରାତିରେ ହୋଟେଲ୍‌ ଛାଡ଼ିଲେ ୬ ପୋଲିସ୍ କର୍ମଚାରୀ ଗ୍ୟାଙ୍ଗଷ୍ଟର ହାଇଦରକୁ ଜଗିଥିବା ଏହି ୬ ପୋଲିସ୍‌ କର୍ମଚାରୀ କଟକ ମଙ୍ଗଳବାଗ ସ୍ଥିତ ଏକ ହୋଟେଲ୍‌ରେ ରହୁଥିଲେ ହାଇଦର ଫେରାର ଦିନ ହିଁ ଡ୍ୟୁଟି କରୁଥିବା ମହମ୍ମଦ ମୌସିମ ହୋଟେଲ ବୁକ୍ କରିଥିଲେ ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ୟାକୁବ ୧୭ ଦିନ ଧରି ଏସ୍‌ସିବିରେ ଚିକିତ୍ସାଧିନ ଅବସ୍ଥାରେ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା ହାଇଦର କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ ଜଗିଥିବା ପୋଲିସ୍‌ କର୍ମଚାରୀ ହୋଟେଲ […]

  • Tuesday, 13 July 2021
Hyder's Aide Yakub
କେମିତି ହାଇଦର ଗ୍ୟାଙ୍ଗରେ ସାମିଲ ହେଲା ୟାକୁବ ?

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଏକ ଟ୍ୱିଷ୍ଟ ଆସିଛି। ହାଇଦରର ପୁରୁଣା ସହଯୋଗୀ ସଲ୍ଲୁ ଓରଫ ୟାକୁବ ଆଜି କଟକ ଚାଉଳିଆଗଞ୍ଜ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ସଲ୍ଲୁ ହାଇଦରର ବହୁ ପୁରୁଣା ସହଯୋଗୀ ବୋଲି କୁହାଯାଉଛି। କିଏ ଏହି ୟାକୁବ ? କେମିତି ହାଇଦର ସହ ତାର ସାକ୍ଷାତ ହୋଇଥିଲା ? ଏକ ବୋମାମାଡ ଘଟଣାରେ ୟାକୁବ ଜେଲ୍ ଯାଇଥିଲା। ସେଠାରେ ହାଇଦରର ପୁଅ ସହ ୟାକୁବର ଦେଖା ହୋଇଥିଲା। ସେହିଦିନ ଠାରୁ ୟାକୁବ […]

child
ଜନ୍ମ ନେଲା ଅଦ୍ଭୁତ ଶିଶୁ କନ୍ୟା; ଶରୀର ଗୋଟେ ହେଲେ...

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମ୍‌ରେ ଗତକାଲି ଏକ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି l ଶିଶୁଟିର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଛି l ଗତକାଲି ଦିନ ୧୧ଟାରେ ଶିଶୁଟି ଜନ୍ମ ହେବା ପରେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଶିଶୁଟିକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା କଣୀ ଗାଁର […]

  • Tuesday, 13 July 2021
odisha
ଡେଲାଙ୍ଗ ନିର୍ବାଚନୀ ହିଂସା ମାମଲାରେ ୨ ଗିରଫ, ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ

ପିପିଲି: ଡେଲାଙ୍ଗ ନିର୍ବାଚନୀ ହିଂସା ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଜେନାପୁର ବ୍ରାହ୍ମଣବାଡ଼ ଗାଁରେ ଗତକାଲି ନିର୍ବାଚନ ପ୍ରଚାର ବେଳେ ଏହି ହିଂସାକାଣ୍ଡ ଘଟିଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ୩ ଜଣ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଭୁବନେଶ୍ୱର ଏମ୍ସ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। […]

  • Tuesday, 13 July 2021
nilagiri
ରଣକ୍ଷେତ୍ର ପାଲଟିଲା ମେଡିକାଲ୍‌ ପରିସର, ରୋଗୀଙ୍କୁ ନେବାକୁ ବାଡ଼ିଆପିଟା

ନୀଳଗିରି: ଭଡ଼ା ନେବା କଥାକୁ କେନ୍ଦ୍ର କରି ହସ୍ପିଟାଲ୍‌ ପରିସର ପାଲଟିଲା ରଣକ୍ଷେତ୍ର। ମାର୍‌ପିଟ୍‌ ସହ ମୁଣ୍ଡଫଟା ଫଟି ତାହା ବି ପୁଣି ହସ୍ପିଟାଲ ପରିସରରେ। ଏଭଳି କିଛି ଅଭାବନୀୟ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରି ମେଡିକାଲ ପରିସରରେ ଦେଖିବାକୁ ମିଳିଛି। ହସ୍ପିଟାଲ୍‌ରୁ ଜଣେ ରୋଗୀ ଡିସ୍‌ଚାର୍ଜ ହେବାପରେ ଭଡ଼ାରେ ତାଙ୍କୁ ଘରେ ଛାଡ଼ିବା ପାଇଁ ଦୁଇ ଘରୋଇ ଆମ୍ବଲାନ୍ସ ଗାଡ଼ିର ମାଲିକ ଏବଂ ଡ୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ସୂଚନା ଅନୁସାରେ, ପେଟରେ ଯନ୍ତ୍ରଣା […]

  • Tuesday, 13 July 2021
Hyder
ଗ୍ୟାଙ୍ଗଷ୍ଟର ହାଇଦର ଫେରାର, ୬ ସସ୍‌ପେଣ୍ଡ୍‌

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଲ୍‌ ସସ୍‌ପେଣ୍ଡ୍‌ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ କଟକ: କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ଲାଗି ୫ରୁ ଊର୍ଦ୍ଧ୍ୱ ଟିମ୍‌କୁ ନେଇ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ୍‌। ତେବେ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା […]

accident
ବାଇକ୍‌ରେ ଯାଉଥିଲେ ପିଟିଦେଲା ଟ୍ରକ୍‌; ସ୍ୱାମୀସ୍ତ୍ରୀ ମୃତ, ୮ ବର୍ଷର ଝିଅ ଗୁରୁତର

ଯାଜପୁର/ଆନନ୍ଦପୁର: ରାଜ୍ୟରେ ଆଜି ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦମ୍ପତି ଓ ଅନ୍ୟ ଜଣେ ଟ୍ରକ୍‌ ମାଲିକ ଅଛନ୍ତି। ଦୁର୍ଘଟଣାରେ ୮ ବର୍ଷର ଝିଅ ଗୁରୁତର ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ NH-୧୬ ନେଉଳପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କର ୮ […]

  • Tuesday, 13 July 2021
haider-ali
ଗ୍ୟାଙ୍ଗଷ୍ଟର ହାଇଦରକୁ ଖୋଜିବା ପାଇଁ କଟକ ସହର ସୀମା ସିଲ୍, ଆଲର୍ଟରେ କେନ୍ଦ୍ରାପଡ଼ା

ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ମେଡିକାଲ୍‌ରୁ ଖସି ପଳାଇଲା ଗ୍ୟାଙ୍ଗଷ୍ଟର ହାଇଦର ହାର୍ଡକୋର କ୍ରିମିନାଲ୍‌ ହାଇଦରକୁ ଖୋଜିବା ପାଇଁ ଏକାଧିକ ସ୍ପେଶାଲ ସ୍କ୍ୱାଡ୍ କଟକ ସହର ସୀମା ସିଲ୍ ଆଲର୍ଟରେ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ପୋଲିସ୍‌ କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ କଟକ: କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀର ଏବେବି କୌଣସି ପତ୍ତା ମିଳିପାରି ନାହିଁ। କାଲି ସନ୍ଧ୍ୟାରୁ ହାଇଦର ନିଖୋଜ ଥିବାବେଳେ ବର୍ତ୍ତମାନ ସୁଦ୍ଧା […]

puri
ପୁଣି ଚର୍ଚ୍ଚାରେ ଏମାର ମଠ, ମୂଲ୍ୟବାନ ସାମଗ୍ରୀ ପରେ ମିଳିଲା ରୂପା ଇଟା

ପୁରୀ: ପୁଣି ଚର୍ଚ୍ଚାରେ ପୁରୀ ଏମାର ମଠ। ଗତକାଲି ଏମାର ମଠରୁ ବହୁ ପୁରାତନ ଓ ମୂଲ୍ୟବାନ କାରୁକାର୍ଯ୍ୟ ହୋଇଥିବା ରୂପା ତାରକସିର ସାମଗ୍ରୀ ମିଳିଥିବା ବେଳେ ଆଜି ରୂପା ଇଟା ମିଳିଥିବା ସୂଚନା ମିଳିଛି। ଏମାର ମଠର ୪ନଂ କୋଠରୀରୁ ୮ ଖଣ୍ଡ ରୂପା ଇଟା ମିଳିଥିବା ନେଇ ଖବର ସାମ୍ନାକୁ ଆସିବାର କିଛି ସମୟ ପରେ ଆଉ ୩୭ ଖଣ୍ଡ ରୂପା ଇଟା ମିଳିଥିବା ସୂଚନା ମିଳିଛି। ଏହାସହ କିଛି ପିତ୍ତଳ ଗରା ମଧ୍ୟ […]

  • Tuesday, 13 July 2021
rain
ଆଜି ୧୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୩ ଦିନ ଯାଏ କାଳବୈଶାଖୀ ସମ୍ଭାବନା ଥିବାବେଳେ ଆଜି ପାଇଁ ୧୨ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ,  ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ଏହି ୧୨ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ […]

  • Tuesday, 13 July 2021
matric exam
ଘୁଞ୍ଚିବନି ମାଟ୍ରିକ୍‌ ଓ +୨ ପରୀକ୍ଷା

ଘୁଞ୍ଚିବନି ମାଟ୍ରିକ୍‌ ଓ +୨ ପରୀକ୍ଷା ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା ହେବ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର କରାଯିବ ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ, ସେନେଇ କିଛି ସ୍ଥିର ହୋଇନାହିଁ ଭୁବନେଶ୍ୱର: ମାଟ୍ରିକ୍‌ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ। ମାଟ୍ରିକ୍‌ ଓ +୨ ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସ୍କୁଲ୍‌ ଓ ଗଣଶିକ୍ଷା […]

naveen patnaik
ଆଜି ଅପରାହ୍ଣ ୪ଟାରେ କ’ଣ କହିବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ଆଜି ଅପରାହ୍ଣ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିଛି ପରାମର୍ଶ ଦେଇପାରନ୍ତି। କରୋନା ସ୍ଥିତିକୁ ନେଇ ଗତକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ। କୋଭିଡ-୧୯ ସ୍ଥିତି, ଟିକାକରଣ, ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନ୍, ନାଇଟ୍‌ କର୍ଫ୍ୟୁ ଏବଂ ଟେଷ୍ଟିଂ ରଣନୀତି ଉପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ […]