• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ts singdeo
ଛତିଶଗଡ଼ ମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କୁ ଓଡ଼ିଶା କଂଗ୍ରେସ ଦାୟିତ୍ୱ

ଭୁବନେଶ୍ୱର : ଛତିଶଗଡ଼ ମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କୁ ମିଳିଲା ଓଡ଼ିଶା କଂଗ୍ରେସ ଦାୟିତ୍ୱ। ସିଂଦେଓଙ୍କୁ ସାମୟିକ ଭାବେ ଓଡ଼ିଶାର ଇନ୍‌ଚାର୍ଜ ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ତେବେ ଜିତେନ୍ଦ୍ର ସିଂହ ପୂର୍ବପରି ପ୍ରଭାରୀ ଦାୟିତ୍ୱରେ ରହିବେ। ଏଆଇସିସି ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

  • Friday, 16 July 2021
temple
ଆଗେଇଲା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା

ପୁରୀ : ଧର୍ମ, ଭକ୍ତ, ସେବକ ଓ ପ୍ରଶାସନ ଶ୍ରୀମନ୍ଦିରର ଏହା ଚାରିଟି ସ୍ତମ୍ଭ। ତେଣୁ ସଂସ୍କାର ପ୍ରକ୍ରିୟାରେ ଯେମିତି ଏଥିରୁ କୌଣସି ଗୋଟିଏ ବି ପ୍ରଭାବିତ ନହୁଏ, ତା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରୀ ରଞ୍ଜିତ୍ କୁମାର। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା ନେଇ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ଶ୍ରୀନଅରରେ ଠାକୁରଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କ ସହ କରିଥିଲେ କଥାବାର୍ତ୍ତା। ଏହାପରେ ଶ୍ରୀମନ୍ଦିର […]

  • Friday, 16 July 2021
girl suicide
ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ

ବାଙ୍କୀ : ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ। କଟକ ବାରଙ୍ଗ ଥାନା ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ରିଜ୍ ଉପରୁ ତାଙ୍କର ସ୍କୁଟି ଏବଂ ଭ୍ୟାନିଟି ମିଳିଛି। ଭ୍ୟାନିଟିରେ ଥିବା ପରିଚୟପତ୍ରରେ ତାଙ୍କ ନାଁ ପୁଷ୍ପା ବେହେରା ବୋଲି ଲେଖାଯାଇଛି। ଯୁବତୀ ଜଣକ ଭୁବନେଶ୍ୱରରେ ରହୁଥିବା ଜଣାପଡ଼ିଛି। ବାରଙ୍ଗ ପୁଲିସ୍‌ ଓ ଦମକଳ ବାହିନୀ ଉଦ୍ଧାର କରିଛନ୍ତି ମୃତଦେହ। ସେ କାହିଁକି ଆତ୍ମହତ୍ୟା କଲେ, ମୃତ୍ୟୁ ପଛର […]

  • Friday, 16 July 2021
debasish --
ବଢୁଛି ଦେବାଶିଷ ସାମନ୍ତରାୟଙ୍କ ଅଡୁଆ

କଟକ : ସହିଦ୍‌ଙ୍କ ସଂପର୍କୀୟଙ୍କୁ ତଣ୍ଟିଆ ମାରିବା ଘଟଣାରେ ବିଧାୟକ ଦେବାଶିଷ ସାମନ୍ତରାୟ ଯେତେ ସଫେଇ ଦେଉଛନ୍ତି, ସେତେ ଅଡୁଆରେ ପଡୁଛନ୍ତି। ଏହି ଘଟଣା ପାଇଁ କ୍ଷମା ମାଗିବା ସହ ଦେବାଶିଷ ସ୍ପଷ୍ଟୀକରଣ ଦେଇଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଠେଲି ସହିଦ୍‌ଙ୍କ ସଂପର୍କୀୟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ସେ ସହିଦ୍‌ଙ୍କ ସଂପର୍କୀୟଙ୍କ ହାତ ଧରି ବସାଇ ଦେଇଥିଲେ। ହେଲେ ଆଜି ଏ କଥାକୁ ଖଣ୍ଡନ କରିଛନ୍ତି ଜୁଏଲ୍। କହିଛନ୍ତି ,ଦେବାଶିଷ ଯାହା କହିଛନ୍ତି […]

  • Friday, 16 July 2021
ujjala didi
ଆରମ୍ଭ ହେଲା ଉଜ୍ଜ୍ୱଳା ଦିଦି ଅଭିଯାନ

ଭୁବନେଶ୍ୱର : ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ନେଇ ଆରମ୍ଭ ହେଲା ଉଜ୍ଜ୍ୱଳା ଦିଦି ଅଭିଯାନ। କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ମହିଳାଙ୍କୁ ସଚେତନ କରିବେ ଏହି ଉଜ୍ଜ୍ୱଳା ଦିଦି। ବିଶେଷ ଭାବେ ମହିଳା ସଶକ୍ତି କରଣ, ସ୍ୱଚ୍ଛତା, ସୁରକ୍ଷା ସହ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ମହିଳାଙ୍କୁ ସଚେତନ କରିବେ। ଆଜି ଭୁବନେଶ୍ୱରରେ ପ୍ରାୟ ୧୦ ହଜାର ଉଜ୍ଜ୍ୱଳା ହିତାଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଛି ଉଜ୍ଜ୍ୱଳା ଦିଦି ସମାବେଶ। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

  • Friday, 16 July 2021
student missing
ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ଅଭିଯୋଗ

ରାଉରକେଲା : ରାଉରକେଲା କୁଆରମୁଣ୍ଡା ଡ଼ନ୍ ବାସ୍କୋ ସ୍କୁଲ ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ର ନିଖୋଜ। ଛାତ୍ର ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା କାଲଟା ଅଞ୍ଚଳର ପଦୁ ଗୋପଙ୍କ ପୁଅ ଅରୁଣ କୁମାର ଗୋପ। ଅରୁଣ ଗତ ୫ ଫେବ୍ରୁଆରୀରୁ ନିଖୋଜ ହୋଇଥିବା ଜଣାପଡିଛି। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଘଟଣାର ୧୧ ଦିନ ପରେ ଥାନାରେ ରିପୋର୍ଟ ଦେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ପୁଲିସ୍‌ ଗୋଟିଏ ଅପହରଣ ମାମଲା ରୁଜ୍ଜୁ କରି ତଦନ୍ତ […]

  • Friday, 16 July 2021
g1
ପ୍ରତାରଣା ସହି ନ ପାରି ପ୍ରେମିକ ଆତ୍ମହତ୍ୟା କରିବା ପରେ ବନ୍ଧା ହେଲେ ପ୍ରେମିକା

ନୂଆପଡ଼ା(ମାୟାଧର ସରାଫ): ମହଙ୍ଗା ପଡ଼ିଲା ପ୍ରେମରେ ପ୍ରତାରଣା। ବ୍ଲାକ୍‌ମେଲିଂ ଓ ପ୍ରେମିକର ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୁଲିସ୍‌ ପ୍ରେମିକାକୁ ଗିରଫ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଖଡ଼ିଆଳ ଅଞ୍ଚଳର ଜଣେ ଯୁବକ ଓ ବଲାଙ୍ଗିରର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେବେ ଯୁବକଙ୍କୁ ବାରମ୍ବାର ବିଭିନ୍ନ କାରଣ ଦର୍ଶାଇ ପ୍ରତାରଣା ଦେଇଥିଲେ ଯୁବତୀ। କେବଳ ଏତିକି ନୁହେଁ ଯୁବତୀ ଜଣକ ତାଙ୍କୁ ଦାମୀ ଫୋନ୍ ଉପହାରରେ ମାଗିଥିଲେ। ଫୋନ୍ […]

  • Friday, 16 July 2021
q1
ପାଣି ଓ ବିଦ୍ୟୁତ୍‌ ପାଇଁ ରାଜଧାନୀରେ ରାସ୍ତାରୋକ

ଭୁବନେଶ୍ୱର: ପାଣି ଓ ବିଦ୍ୟୁତ୍‌ ଯୋଗାଣରେ ବିଳମ୍ବ ହେବା ପ୍ରତିବାଦରେ ଭୁବନେଶ୍ୱର ଗ୍ୟାରେଜ୍‌ ଛକରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ମ୍ୟୁନିସିପାଲଟି ପକ୍ଷରୁ ପାଣି ଯୋଗାଣ କରାଯାଇନଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି ବିଦ୍ୟୁତ୍‌ ଯୋଗାଣରେ ମଧ୍ୟ ବିଳମ୍ବ ହେଉଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।

  • Friday, 16 July 2021
labourer
ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା

ରାୟଗଡ଼ା : ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ପୁଣି ନିର୍ଯାତନା ଅଭିଯୋଗ। କଲ୍ୟାଣସିଂପୁର ବ୍ଲକ୍‌ ଚେରାପାଇ ଗ୍ରାମର ୩୬ ଜଣ ଶ୍ରମିକଙ୍କୁ ଗତ କିଛି ମାସ ତଳେ ରାୟଗଡ଼ାର ଜଣେ ଠିକାଦାର ହାଇଦ୍ରାବାଦରେ ବ୍ରିଜ୍‌ କାମରେ ନିୟୋଜିତ କରିଥିଲେ। ଶ୍ରମିକମାନେ ସେଠାରେ ୩ ମାସ କାମ କରିଥିଲେ ବି ତାଙ୍କୁ ମଜୁରୀ ମିଳିନଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରମ ବିଭାଗ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ଶେଷରେ ଥାନାରେ ଏତଲା ଦେଇଛନ୍ତି ଶ୍ରମିକମାନେ। ସେପଟେ ଏନେଇ […]

  • Friday, 16 July 2021
naveen-1
କଟକ ନରସିଂହପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲା ନରସିଂହପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ୭୫ଟି ପଞ୍ଚାୟତରେ ୯୨୦ କୋଟି ଟଙ୍କା ବ୍ୟୟରେ ୩୦ଟି ପ୍ରକଳ୍ପ ଲାଗି ଉଦ୍‌ଘାଟନ ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ। ଏହି ଅବସରରେ ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ମୋବାଇଲ ଏବଂ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।

  • Friday, 16 July 2021
lady
ଲୁଟେରାଙ୍କୁ ମାଡ଼ି ବସିଲେ ମହିଳା

ଭୁବନେଶ୍ୱର : ଦିନ ଦ୍ୱିପହରେ ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ। ଲୁଟେରାଙ୍କୁ ଧରିବା ପାଇଁ ମହିଳା ହେଲେ କ୍ଷତବିକ୍ଷତ। ଲୁଟେରା ଓ ମହିଳାଙ୍କ ମଧ୍ୟରେ ୧୦ ମିନିଟ୍‌ର ଧସ୍ତାଧସ୍ତି ପରେ ଧରା ପଡିଲା ଲୁଟେରା। ମିଳିଥିବା ସୂଚନା ମୁତାବକ,ଆଜି ମଧ୍ୟାହ୍ନ ୧୨ଟାରେ ଜିଜିପି କଲୋନୀର ମଳୟ ବିହାରରେ ଘଟିଛି ଏଭଳି ଘଟଣା। ମାର୍କେଟରୁ ସଉଦା କିଣି ଘରକୁ ଫେରୁଥିଲେ ଅଭିଜିତା ମହାପାତ୍ର ନାମକ ଏହି ମହିଳା। ଏହି ସମୟରେ ପଲ୍‌ସରରେ ଆସିଲେ ୨ ଜଣ ଲୁଟେରା। ଠିକଣା […]

  • Friday, 16 July 2021
nuapada
ନୂଆପଡ଼ାର ୫ ଶିକ୍ଷକ ବୋଡେନ ଥାନାରେ ଅଟକ

ଭୁବନେଶ୍ୱର : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆପଡ଼ାର ୫ଜଣ ଶିକ୍ଷକଙ୍କୁ ଅଟକ ରଖିଛି ବୋଡେନ ଥାନା ପୁଲିସ୍‌। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଇଓ ୫ଜଣ ଶିକ୍ଷକଙ୍କ ବିରୋଧରେ ବୋଡେନ ଥାନାରେ ଏତଲା ଦେଇଥିଲା। ଏତଲାକୁ ଭିତ୍ତି କରି ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍ୟପଟେ ବୋର୍ଡ ସଭାପତିଙ୍କ ନିର୍ଦ୍ଦେଶର ୨୪ଘଣ୍ଟା ପରେ ବି ଢେଙ୍କାନାଳ ଓ କୋରାପୁଟରେ ଏତଲା ହୋଇନାହିଁ। ଜିଲ୍ଲା ଶିକ୍ଷାଧିକାରୀ ମାନେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଏତଲା ଦେବେ ବୋଲି ଗତକାଲି ବୋର୍ଡ […]

  • Friday, 16 July 2021
amicus
ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରି

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରି ରଣଜିତ କୁମାର। ଆସନ୍ତାକାଲି ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ସଂସ୍କାର ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ଆଲୋଚନା କରିବେ। ଆସନ୍ତା ୨୭ ତାରିଖରେ ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଅଛି। ତା ପୂର୍ବରୁ ଆମିକସ୍‌କ୍ୟୁୟରିଙ୍କ ପୁରୀ ଗସ୍ତର ବେଶ୍ ଗୁରୁତ୍ୱ ରହିଛି। ସୁପ୍ରିମ୍‌କୋର୍ଟ ଦେଇଥିବା ୧୨ସୂତ୍ରୀ ସଂସ୍କାର ପ୍ରସ୍ତାବକୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ  ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ରାଜ୍ୟ ସରକାରଙ୍କ ମତ […]

  • Friday, 16 July 2021
khusi yojana
'ଖୁସି' ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗର ‘ଖୁସି’ ଯୋଜନାକୁ ମିଳିଲା କ୍ୟାବିନେଟ ମଂଜୁରୀ। ‘ଖୁସି’ ଯୋଜନାରେ ମାଗଣାରେ ସ୍କୁଲ ଝିଅଙ୍କୁ ମିଳିବ ସାନିଟାରି ନାପକିନ୍‌। ଏହା ଦ୍ୱାରା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ। ସରକାରୀ ସ୍କୁଲ୍‌ ସହିତ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ସ୍କୁଲର ଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏଥିପାଇଁ ୫ ବର୍ଷରେ ୪୬୬ କୋଟି ଟଙ୍କାର ଖର୍ଚ୍ଚ କରିବାର ପ୍ରସ୍ତାବକୁ କ୍ୟାବିନେଟ୍‌ ବୈଠକରେ […]

  • Friday, 16 July 2021
holi herbal
ମାର୍ଚ୍ଚ ୨୦ ତାରିଖରେ ସ୍ୱପ୍ନା ପତି ଫାଉଣ୍ଡେସେନ ପାଳନ କରିବ ହର୍ବାଲ ହୋଲି

ଭୁବନେଶ୍ୱର : ମାର୍ଚ୍ଚ ୨୦ ତାରିଖରେ ସ୍ୱପ୍ନା ପତି ଫାଉଣ୍ଡେସେନ ପାଳନ କରିବ ହର୍ବାଲ ହୋଲି। ରାଜଧାନୀର ଏକ ତାରକା ହୋଟଲରେ ସଂଧ୍ୟା ୬ଟାରୁ ୧୧ ମଧ୍ୟରେ ହୋଲି ପାଳନ କରାଯିବ। ହଳଦୀ, ଟମାଟୋ, ବିଟ୍ ଏବଂ ବିଭିନ୍ନ ଫୁଲରେ ତିଆରି ରଙ୍ଗରେ ହୋଲି ଖେଳାଯିବ। ଚଳିତ ବର୍ଷ ଓଲିଉଡ୍‌ ତାରକା ସବ୍ୟସାଚୀ ହର୍ବାଲ ହୋଲିର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ସୂଚନା ସୂଚନା ଦିଆଯାଇଛି। କେମିକାଲ ରଙ୍ଗ […]

  • Friday, 16 July 2021
wire
ବିଦ୍ୟୁତ୍‌ ତାର ଚୋରି ଅଭିଯୋଗରେ ୩ ଗିରଫ

ଗଜପତି  : ବିଦ୍ୟୁତ୍‌ ତାର ଚୋରି ଅଭିଯୋଗରେ ୩ଜଣଙ୍କୁ ଗିରଫ କରିବା ସହ ଏକ ଅଟୋ ଜବତ କରିଛି ଗଜପତି ଜିଲ୍ଲା ମୋହନା ପୁଲିସ୍‌। ଗିରଫ ଅଭିଯୁକ୍ତ ହେଲେ ଗୋବିନ୍ଦପୁର ଗ୍ରାମର ନାରାୟଣ କାର୍ଯ୍ୟୀ, ନିରଞ୍ଜନ ମଲ୍ଲିକ ଓ ଚାନ୍ଦିପୁଟଗାଁର ସୁରେନ୍ଦ୍ର ଗୌଡ଼ ୨୦୧୮ ଅଗଷ୍ଟ ମାସରେ ବିଯୁକ୍ତ ମାନେ ଏହି ତାର ଚୋରି କରି ଜଙ୍ଗଲରେ ଲୁଚାଇ ରଖିଥିଲେ। ଏହି ତାର ଚାନ୍ଦିପୁଟ କଲେଜ ପଛପଟୁ ଚୋରି ହେବା ପରେ ଏନେଇ  ଠିକାଦର ଚାନ୍ଦିପୁଟ ଥାନାରେ […]

  • Friday, 16 July 2021
3
‘ଫୋନି’ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସୁଛି ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ କମିଟି

ଭୁବନେଶ୍ୱର: ‘ଫୋନି’ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡ଼ିଶା ଆସୁଛି ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ କମିଟି। ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏହି ଟିମ୍ ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ। ଟିମ୍‌ର ସଦସ୍ୟମାନେ ୧୨ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ। ଏହାପରେ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବେ।

  • Friday, 16 July 2021
patient carry on cot
ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ

ଚିତ୍ରକୋଣ୍ଡା : ରାସ୍ତା ଖରାପ ଯୋଗୁଁ  ଆସିପାରିଲାନି ଆମ୍ବୁଲାନ୍ସ। ୨ କିଲୋମିଟର ଖଟିଆରେ ବୋହି ନେଇ ଗୁରୁତର ରୋଗୀଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ପହଞ୍ଚାଇଲେ ଗାଁ ଲୋକେ। ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ବଡ଼ିପଦର ପଞ୍ଚାୟତର ମେଟାଗୁଡ଼ା ଗାଁରେ। ପାରିବାରିକ କଳହରୁ ସ୍ତ୍ରୀ ବିଷପାନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ଖବର ତାଙ୍କ ସଂପର୍କୀୟ ଜାଣିବାପରେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ତେବେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ନଆସିବାରୁ […]

  • Friday, 16 July 2021
2
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ବିଏମ୍‌ସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ସୁଦ୍ଧା ପ୍ରାୟ ୮୦ହଜାର ହିତାଧିକାରୀଙ୍କୁ ୨୫୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାସ୍ତାରେ ପଡ଼ିଥିବା ଗଛକୁ ସଫା କରିବା ପାଇଁ ୫୦୦ରୁ ଅଧିକ ଟ୍ରାକ୍ଟର, ଜେସିବିକୁ କାର୍ଯ୍ୟରେ ଲଗାଯାଇଛି। ତେବେ ୨ଦିନ ମଧ୍ୟରେ ରାଜଧାନୀର ସ୍ଥିତି ସ୍ୱାଭାବିକ ହେବ ବୋଲି ବିଏମ୍‌ସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା […]

  • Friday, 16 July 2021
yojana
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

କଲ୍ୟାଣସିଂହପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି। ଲାଞ୍ଚ ନଦେବାରୁ ଘର ଅନ୍ୟ କାହାକୁ ଦିଆଯାଇଥିବା ଅଭିଯୋଗ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଖରଜୋଡ଼ା ଗାଁର ଅଙ୍ଗଦ ମହାନନ୍ଦିଆ ଏନେଇ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ତାଲିକାରେ ତାଙ୍କ ନାଁ ରହିଥିଲା। ମାତ୍ର ହାତଗୁଞ୍ଜା ନଦେଇପାରିବାରୁ ତାଙ୍କ ନାଁରେ ଆସିଥିବା ଘର ଅନ୍ୟ ଜଣଙ୍କୁ ଦିଆଯାଇଛି। ଏମିତି କି ତାଙ୍କ ନାଁରେ ଘର ଥିଲେ ବି ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଆସିଛି […]

  • Friday, 16 July 2021
1
‘ଫୋନି’ ଦ୍ୱାରା ୧୪ ଜିଲ୍ଲାର ୮୮ ବ୍ଲକ୍‌ ପ୍ରଭାବିତ

‍ଭୁବନେଶ୍ୱର: ବାତ୍ୟା ‘ଫୋନି’ରେ ଫସଲ କ୍ଷୟକ୍ଷତି ନେଇ ସରକାରଙ୍କ ଆକଳନ ସଂପର୍କରେ ସୂଚନା ଲୋକ ସଂପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି। ୧୪ଟି ଜିଲ୍ଲାର ୮୮ ବ୍ଲକ୍‌ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଛି। ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି। ୧୨ ହଜାର ୨୭୭ ହେକ୍ଟର ଜମିର ନଡ଼ିଆ, ଆମ୍ବ ଚାଷ ନଷ୍ଟ ହୋଇଥିବା ସୂଚନା ଲୋକ ସଂପର୍କ ସଚିବ କହିଛନ୍ତି। ତେବେ କ୍ଷତି ଭରଣା ପାଇଁ ୧୪୫.୪୫ […]

  • Friday, 16 July 2021
meeting
ଭୁବନେଶ୍ୱରରେ ଆନ୍ତଃରାଜ୍ୟ ପୁଲିସ୍‌ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ସୁପରିଚାଳିତ ପାଇଁ ଭୁବନେଶ୍ୱର ଡିଜିଙ୍କ କ୍ୟାମ୍ପ ଅଫିସ୍‌ରେ ଆନ୍ତଃରାଜ୍ୟ ପୁଲିସ୍‌ ଅଧିକାରୀଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ ସମୟରେ ନକ୍ସଲ, ଅପରାଧିକ ତତ୍ତ୍ୱ, ଟଙ୍କା ଚାଲାଣ, ଫେକ୍ ନୋଟ୍ ଓ ବେଆଇନ ସାମଗ୍ରୀ ପ୍ରବେଶ ଉପରେ କିଭଳି ରୋକ୍‌ ଲଗାଇହେବ ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। ବିଶେଷ କରି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା, ମାଓ ଦମନ ଓ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ସହ ନିର୍ବାଚନ […]

  • Friday, 16 July 2021
gold
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ବ୍ୟାଙ୍କ୍‌କରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ୨୮୩ ଗ୍ରାମ୍‌ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ। ବ୍ୟକ୍ତି ଜଣଙ୍କ ନିଜ ପୋଷାକ ବୋତାମରେ ସୁନା ଆଣୁଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇଁ କଷ୍ଟମ ବିଭାଗ ସୁନାକୁ ଜବତ କରିଥିଲା।

  • Friday, 16 July 2021
rafel
ଆସନ୍ତା ସେପ୍ଟେମ୍ବରରେ ଆସିବ ରାଫେଲ୍‌ ବିମାନ

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବରରେ ଭାରତକୁ ପ୍ରଥମ ରାଫେଲ୍‌ ବିମାନ ଆସିବ। ରାଫେଲ ଯୁଦ୍ଧ ବିମାନକୁ ନେଇ ଫ୍ରାନ୍ସର ଯୁଦ୍ଧ ବିମାନ କମ୍ପାନୀ ଦାସୋ ସିଇଓ ଏହି ବକ୍ତବ୍ୟ ରଖିଛନ୍ତି। ଭାରତକୁ ୩୬ଟି ରାଫେଲ୍‌ ବିମାନ ପ୍ରଦାନ କରାଯିବ ବୋଲି କହିଛି ଦାସୋ। ଯଦି ସରକାର ଅଧିକ ବିମାନ ଚାହିଁବେ, ତେବେ ଆବଶ୍ୟକ ମୁତାବକ ଏହି ସବୁ ବିମାନ ପ୍ରଦାନ କରାଯିବ। ତେବେ ରାଫେଲ ବିମାନକୁ ନେଇ କୌଣସି ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଛନ୍ତି ଦାସୋ ଆଭିଏସନ୍ […]

  • Friday, 16 July 2021
death
ନବବଧୂଙ୍କ ଜଳନ୍ତା ମୃତଦେହ ଉଦ୍ଧାର

କାମାକ୍ଷାନଗର : ନବବଧୂଙ୍କୁ ଜାଳିଦେଲେ ଶ୍ୱଶୂର ଘର ଲୋକେ! ଆଜି ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରୁ ଆସିଛି। ଯୌତୁକ ପାଇଁ ନବବଧୂ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜିକୁ ୪ ବର୍ଷ ତଳେ ସଦର ଥାନା ବଣସିଂ ଭୁଇଁପୁର ଗ୍ରାମର ପରମାନନ୍ଦ ସ୍ୱାଇଁଙ୍କ ଝିଅ ସୁଚିତ୍ରା ସୁରପ୍ରତାପପୁର ଗ୍ରାମର ଭୋଳା ନାୟକଙ୍କ ବଡ଼ ପୁଅ କୁଲୁ ନାୟକଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା। […]

  • Friday, 16 July 2021