• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

nn
ସୁନ୍ଦରଗଡ଼ରୁ ନିଖୋଜ ନାବାଳିକା ଉତ୍ତରପ୍ରଦେଶରୁ ଉଦ୍ଧାର

ସୁନ୍ଦରଗଡ଼ (ବିଜୟ ବରୁଆ) : ସୁନ୍ଦରଗଡ଼ରୁ ନିଖୋଜ ନାବାଳିକା ୧୨ ଦିନ ପରେ ଉତ୍ତରପ୍ରଦେଶରୁ ଉଦ୍ଧାର। ଉତ୍ତରପ୍ରଦେଶ ମୁଜାଫରନଗରରୁ ଉଦ୍ଧାର କରିଛି ଲେଫ୍ରିପଡ଼ା ପୁଲିସ। ଆଜି ଏକ ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର। ଚାକିରି ଦେବା ନାଁରେ ନାବାଳିକାକୁ ଉତ୍ତରପ୍ରଦେଶ ନେଇ ଦଲାଲ ୬୦ ହଜାରରେ ବିକ୍ରି କରିଥିବା ପୁଲିସ୍‌ କହିଛି। ଏହି ଘଟଣାରେ ୩ ଦଲାଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଲେଫ୍ରିପଡ଼ାର ଜଣେ […]

  • Friday, 16 July 2021
gg
୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ରାଉରକେଲା( ସତ୍ୟାନନ୍ଦ ମହାନ୍ତି) : ରାଉରକେଲା ରେଳବାଇ କଲୋନୀ ଅଞ୍ଚଳର ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍‌। ନାବାଳିକାଟି ଘର ଆଗରେ ଖେଳୁଥିବା ବେଳେ ଅଭିଯୁକ୍ତ ନେଗଲୁ ଓରଫ ଅଜୟ ରାଓ ଉକ୍ତ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିଲା। ନାବାଳିକାକୁ ଉଦ୍ଧାର କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ପ୍ରଥମେ ଅଭିଯୁକ୍ତ ଯୁବକ ଅଜୟକୁ ଧରି ଛେଚିବା ପରେ ପ୍ଲାଣ୍ଟ ସାଇଟ୍‌ ଥାନା […]

  • Friday, 16 July 2021
kalia2
କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାଲିଗୁଡ଼ା(ଅଜିତ୍‌ ନାୟକ) : କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ। ମହାସିଙ୍ଗ ଠାରେ ଆୟୋଜିତ କାଳିଆ ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଜରିଆରେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ଲୋନ୍‌ ଯୋଗାଇ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ କାଳିଆ ଯୋଜନା ମାଧ୍ୟମରେ କିଭଳି ଚାଷୀଙ୍କ ପ୍ରଗତି ଓ ଉନ୍ନତି ହେବ ତା ଉପରେ […]

  • Friday, 16 July 2021
medical
ଡାକ୍ତରଖାନାରେ ବର୍ଷ ବର୍ଷ ଧରି ଝୁଲୁଛି ତାଲା, ଚିକିତ୍ସା ନପାଇ ରୋଗୀ ହନ୍ତସନ୍ତ

ଫୁଲବାଣୀ ( ତ୍ରିନାଥ ସାହୁ) :  ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ନିର୍ମାଣ ହେଉଛି ଚିକିତ୍ସାଳୟ। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏସବୁ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ଡାକ୍ତର ନଥିବାରୁ ଡାକ୍ତରଖାନାରେ ବର୍ଷ ବର୍ଷ ଧରି ତାଲା ଝୁଲୁଥିବାରୁ ନିରାଶ ହୋଇ ଫେରୁଛନ୍ତି ରୋଗୀ। ବାହାରୁ ଚକ୍‌ଚକ୍, କିନ୍ତୁ ଭିତର ଫମ୍ପା। ୧୫ରୁ ୧୬ ବର୍ଷ ହେଲାଣି କୋମାରେ କନ୍ଧମାଳ ଜିଲ୍ଲା ମିଣିଆ […]

  • Friday, 16 July 2021
child rescured
ପାଟଣାଗଡ଼ ମେଡିକାଲରୁ ଚୋରି ଶିଶୁପୁତ୍ରକୁ ଉଦ୍ଧାର କଲା ପୁଲିସ୍

ପାଟଣାଗଡ଼ : ୩ ଦିନ ପରେ ମିଳିଲା ପାଟଣାଗଡ଼ ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁପୁତ୍ର। ପୁଲିସ ଶିଶୁକୁ ଉଦ୍ଧାର କରି ମାଆକୁ ହସ୍ତାନ୍ତର କରିଛି। ଏହି ଘଟଣାରେ ସଂପୃକ୍ତ ଜଣେ ମହିଳାଙ୍କ ସମେତ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ। ଗତ ୬ ତାରିଖରେ ପାଟଣାଗଡ଼ ହସ୍ପିଟାଲରୁ ମାଆ କୋଳରୁ ଶିଶୁ ପୁତ୍ରକୁ ଚୋରି କରିନେଇଥିଲେ ଜଣେ ମହିଳା। ସିସିଟିଭି ଫୁଟେଜ ଆଧାରରେ ପୁଲିସ ପିଲା ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁକଦେବ ସାହୁ […]

  • Friday, 16 July 2021
Dengue
କରୋନା କାଳରେ ଡେଙ୍ଗୁକୁ ନେଇ ବଢ଼ିଲା ଚିନ୍ତା

ସେହିପରି ଘରୋଇ ମେଡିକାଲରେ ଟେଷ୍ଟ ବେଳେ ସଠିକ ମାନଦଣ୍ଡକୁ ଧ୍ୟାନ ଦିଆ ଯାଉନାହିଁ ବୋଲି ସେ କହିଛନ୍ତି । ଡେଙ୍ଗୁ ଟେଷ୍ଟ ପାଇଁ କ୍ୟାପିଟାଲ ମେଡିକାଲ, RMRC, AIIMS ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଙ୍ଗ ବ୍ୟବସ୍ଥା ରହିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ କମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସେ କହିଛନ୍ତି।

satya
କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଠିକ୍‌ ନୁହେଁ : ସତ୍ୟ ପ୍ରକାଶ ନାୟକ

ଭୁବନେଶ୍ୱର :  ବିଭିନ୍ନ ସୋଶାଲ୍ ମିଡ଼ିଆରେ ଘୂରି ବୁଲୁଥିବା କଂଗ୍ରେସ୍‌ର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଠିକ୍ ନୁହେଁ । କଂଗ୍ରେସ ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି। ଗତକାଲି କଂଗ୍ରେସର ପ୍ରଦେଶ ନିର୍ବାଚନ କମିଟି ବୈଠକ ପରେ ରାଜ୍ୟର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଲାଗି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଥିଲା। ତେବେ ସୋଶାଲ୍ ମିଡ଼ିଆରେ ଯେଉଁ ତାଲିକା ପ୍ରକାଶ ପାଇଥିଲା ତାହା ଠିକ୍ ନୁହେଁ […]

  • Friday, 16 July 2021
bjp35
ବିଜେପି ନେତା STFରେ ହାଜର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ଟିଟୋ ସହ ଲିଙ୍କ ଅଭିଯୋଗରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସର ସମନ ପରେ ହାଜର ହୋଇଛନ୍ତି। ପାରାଦୀପରେ ଥିବା ଟିଟୋର ପେଟ୍ରୋଲ ପମ୍ପ୍ ସହ ତାଙ୍କ ଲିଙ୍କ୍ ନେଇ ଏସ୍‌ଟିଏଫ୍‌ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ପଚରାଉଚରା କରିଛି। ସେପଟେ ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ଥିବା କହି ଭୁବନଙ୍କୁ ଏସ୍‌ଟିଏଫ୍‌ର ଜେରାକୁ ବିଜେପି ବିରୋଧ କରିଛି। ଏ ନେଇ ଦଳର କିଛି […]

  • Friday, 16 July 2021
suspend
ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ଘଟଣା : ପୁଲିସ ASI ସସ୍‌ପେଣ୍ଡ

ପାଟଣାଗଡ଼ (ବଂଶୀଧର ସେଠ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ଘଟଣାରେ ପୁଲିସ ASI ସସ୍‌ପେଣ୍ଡ। ତାଙ୍କ ନାଁ ଅନାଦି ମଟାରି। ଗତକାଲି ପିଲାଚୋରି ଘଟଣାକୁ ନେଇ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶିଶୁର ପରିବାର ଲୋକେ ଏବଂ ଲକ୍ଷେଘର ଗଣ୍ଡ ସମାଜ। ତେବେ ଏହି ସମୟରେ ପୁଲିସ ଏଏସ୍ଆଇ ଅନାଦି ମଟାରୀ ନବଜାତ ଶିଶୁର ବାପାଙ୍କୁ ମାଡ଼ ମାରିଥିଲେ। ଏଥିରେ ନବଜାତ ଶିଶୁର ବାପା ଚେତା ହରାଇବା ସହ ମେଡିକାଲରେ […]

  • Friday, 16 July 2021
crocodile attack
ଗାଧୋଉଥିବା ବେଳେ କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ) : କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍‌ ରାଜପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆକ୍ରମଣରେ ଯୁବକ ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାଁ ଭାଗବତ ରାଉତ। ସେ ଆଜି ସକାଳେ ଘାଟରେ ଗାଧୋଉଥିଲେ। ଏହି ସମୟରେ ହଠାତ୍‌ ଏକ କୁମ୍ଭୀର ତାଙ୍କ ବାମ ହାତକୁ ଆକ୍ରମଣ କରିଥିଲା। ତେବେ କୁମ୍ଭୀର ସହ ଲଢି ସେ କୌଣସି ମତେ ନିଜକୁ ବଂଚାଇଥିବା ଜଣାପଡିଛି। ଭାଗବତଙ୍କୁ ପ୍ରଥମେ […]

  • Friday, 16 July 2021
medical---1
ବାର୍‌ହା ଫାଶରେ ପଡ଼ି ଜଣେ ଯୁବତୀ ମୃତ

ଉମରକୋଟ (କାର୍ତ୍ତିକ ମଲ୍ଲିକ୍‌) : ନବରଙ୍ଗପୁରର ଝରିଗାଁରେ ଅଭାବନୀୟ ଘଟଣା। ବାର୍‌ହା ଫାଶରେ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇପଡିଛନ୍ତି। ସୂଚନା ଅନୁସାରେ, ଝରିଗାଁ ବ୍ଲକ୍‌ ନାଗଯୋଡି ଗାଁରେ ବାର୍‌ହା ମାରିବା ପାଇଁ ବିଦ୍ୟୁତ୍‌ ତାର ବିଛା ଯାଇଥିଲା। କିନ୍ତୁ ଗତକାଲି ରାତିରେ ସେହି ରାସ୍ତାରେ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଜଲିଲା ହରିଜନ ଓ ଲକ୍ଷ୍ମୀ ହରିଜନ ଫାଶରେ ପଡିଯାଇଥିଲେ। ଜଲିଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ୍ମୀଙ୍କୁ […]

  • Friday, 16 July 2021
rahul_gandhi
ଆସନ୍ତାକାଲି ଜୟପୁର ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି

ଜୟପୁର ( ଟି.ଗୌରୀ ଶଙ୍କର) : ଆସନ୍ତାକାଲି ଜୟପୁର ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି କୋରାପୁଟ କଂଗ୍ରେସ। ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଓଡ଼ିଶାରେ ରାହୁଲ ଗାନ୍ଧି କଣ କହିବେ ତାକୁ ସମସ୍ତଙ୍କ ଅପେକ୍ଷା। ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜା ଠାରେ ଆୟୋଜିତ ହୋଇଛି ସଭାସ୍ଥଳ। ରାହୁଲଙ୍କ ଗସ୍ତ ନେଇ ଏସ୍‌ପିଜି ସଭାସ୍ଥଳରେ ତଦାରଖ କରିଛି। […]

  • Friday, 16 July 2021
strike--
ଶିଶୁକୁ ଉଦ୍ଧାର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ପାଟଣାଗଡ଼ (ବଂଶୀଧର ସେଠ୍‌) : ବଲାଙ୍ଗିର ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ଘଟଣାରେ ତେଜୁଛି ଅସନ୍ତୋଷ। ଦୀର୍ଘ ୧୦ ଘଣ୍ଟା ଧରି ରାସ୍ତା ଅବରୋଧ ପରେ ହଟିଲା ଆନ୍ଦୋଳନ। ଚୋରି ହୋଇଥିବା ଶିଶୁକୁ ଉଦ୍ଧାର ସହ ଶିଶୁର ବାପାଙ୍କୁ ମାଡ଼ ମାରିଥିବା ପୁଲିସ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ହଟିଛନ୍ତି ପରିବାର ଲୋକେ। ଗତକାଲି ପିଲାଚୋରି ଘଟଣାକୁ ନେଇ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶିଶୁର ପରିବାର ଲୋକେ ଏବଂ ଲକ୍ଷେ […]

  • Friday, 16 July 2021
medical
ପାଟଣାଗଡ଼ ମେଡିକାଲରୁ ନବଜାତ ଶିଶୁପୁତ୍ର ଚୋରି ଅଭିଯୋଗ

ପାଟଣାଗଡ଼(ବଂଶୀଧର ସେଠ୍‌)  : ପୁଣି ଶିଶୁ ଚୋରି ଅଭିଯୋଗ। ଆଖି ସାମନାରେ ମେଡିକାଲରୁ ନବଜାତ ଶିଶୁପୁତ୍ରକୁ ନେଇ ପଳାଇଲା ମହିଳା। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମେଡିକାଲରୁ। ଗତ ରବିବାର ତେଲେନପାଲି ଗାଁର ଜୟନ୍ତୀ ତାଣ୍ଡିଙ୍କ ମେଡିକାଲରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ଆଜି ସକାଳେ ଜଣେ ଅଚିହ୍ନା ମହିଳା ମେଡିକାଲକୁ ଆସି ଜୟନ୍ତୀଙ୍କୁ ସଂପର୍କୀୟ ବୋଲି ପରିଚୟ ଦେଇଥିଲେ।  ଆଉ ନବଜାତ ପୁତ୍ରକୁ ଦେଖିବା ବାହାନାରେ ଧରିଥିଲେ। ତେବେ ହଠାତ୍‌ ସେ […]

  • Friday, 16 July 2021
cctv.JPG8
+୨ ପରୀକ୍ଷା କେନ୍ଦ୍ରରୁ ସିସିଟିଭି ଗାଏବ

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ଆସନ୍ତାକାଲି ଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ହେଲେ ଏପଟେ ପରୀକ୍ଷା ହଲ୍‌ରୁ ଗାଏବ୍‌ ହେଲାଣି ସିସିଟିଭି। ଏମିତି ଏକ ଖବର ଆସିଛି ପୁରୀ ଜିଲ୍ଲା ସାତପଡ଼ାରୁ। ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ସାତପଡ଼ାର ଏକ +୨ ପରୀକ୍ଷା କେନ୍ଦ୍ରରୁ ସିସିଟିଭି ଗାଏବ ହୋଇଥିବା ଅଭିଯୋଗ ହୋଇଛି। ସାତପଡା ପଞ୍ଚାୟତ ଜୁନିଅର କଲେଜରୁ ୨ଟି ରୁମ୍‌ରୁ  ୨ଟି ସିସିଟିଭି ଗାଏବ ହୋଇଛି। ଏନେଇ ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ ହୋଇଛି। […]

  • Friday, 16 July 2021
bikram burma
‘ମାହାଙ୍ଗାରେ ପିସି ନଦେଲେ କାମ ହେଉନି’ : ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା

ସାଲେପୁର ( ମନୋଜ ଆଚାର୍ଯ୍ୟ):  ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ପିସି ନେଉଛନ୍ତି। ମାହାଙ୍ଗାରେ ପିସି ନଦେଲେ କାମ ହେଉନି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା। ଗତକାଲି ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ ବିକ୍ରମ ବର୍ମା କହିଛନ୍ତି, ଏଥର ପରିବର୍ତ୍ତନ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆଉ ଥରେ ଆସ୍ଥା ପ୍ରକଟ କରିବେ ବୋଲି ସେ ଆଶା ରଖିଛନ୍ତି। ସେପଟେ ବିକ୍ରମ […]

  • Friday, 16 July 2021
strike
ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘର ଧାରଣା

ଭୁବନେଶ୍ୱର( ନିରଞ୍ଜନ ରେଡ୍ଡୀ) : ବିଭିନ୍ନ ଦାବିରେ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘ ତରଫରୁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ବାସଭବନ ଆଗରେ ଧାରଣା। ୬ ମାସିଆ ଠିକା କର୍ମଚାରୀ ପରିବର୍ତ୍ତେ ୧୨ମାସ ଚାକିରି। ଅନ୍ୟ ବିଭାଗରେ ୬ବର୍ଷ ପରେ ନିୟମିତ କଲାଭଳି ନିୟମିତ କରିବା। ନିଯୁକ୍ତି ଓ ଯୋଗ୍ୟତା ଅନୁଯାୟୀ ବ୍ଳକ୍‌, ତହସିଲ ଓ ଓଟିଡିସିର ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି କରିବାକୁ ସଂଗଠନ ଦାବି କରିଛି। ଏହାସହ ସରକାରଙ୍କ ଖାଲି ପଡିଥିବା ଲଞ୍ଚ ଡ୍ରାଇଭର […]

  • Friday, 16 July 2021
evm
ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି ଇଭିଏମ୍ ସଚେତନତା ଅଭିଯାନ

ଭୁବନେଶ୍ୱର ( ନିରଞ୍ଜନ ରେଡ୍ଡୀ): ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଇଭିଏମ୍ ସଚେତନତା ଅଭିଯାନ।   ଦ୍ୱିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୧୫ଶହ ୫୫ଟି ଗାଁରେ ଇଭିଏମ୍‌ର ବ୍ୟବହାର ଉପରେ ଲୋକଙ୍କୁ ସଚେତନ କରାଯିବ। ଏଥିପାଇଁ ପ୍ରାୟ ୩୪ଟି ଗାଡ଼ିକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଶୁଭାରମ୍ଭ କରିଛନ୍ତି। ଏହି ଗାଡ଼ି ବିଭିନ୍ନ ଗାଁକୁ ଯାଇ ଇଭିଏମ୍ ସଂପର୍କରେ ଲୋକଙ୍କୁ ସଚେତନ କରିବ। ଏହାସହ ଭୋଟର ଭେରିଫାଇଡ୍ […]

  • Friday, 16 July 2021
bjp
ନୂଆପଡ଼ା ବିଜେଡିକୁ ଶକ୍ତ ଧକ୍କା

ନୂଆପଡ଼ା( ମାୟାଧର ସରାଫ୍‌) : ନୂଆପଡ଼ା ବିଜେଡିକୁ ଶକ୍ତ ଧକ୍କା। ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ପାଢ଼ୀ ଏବଂ ତାଙ୍କ ସହ ମଧ୍ୟ ଇସ୍ତାଫା ଦେଇଛନ୍ତି ଛାତ୍ର ନେତା ହେମନ୍ତ କର ଓ ଅନ୍ୟ ବରିଷ୍ଠ ବିଜେଡି ନେତା। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେମାନେ ସମସ୍ତେ ବିଜେପିରେ ମିଶିଛନ୍ତି। ବିଜେଡିରେ ଅଣଦେଖା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାରେ ପ୍ରଭାବିତ ହୋଇ ବିଜେଡି ଛାଡ଼ିଥିବା ଏମାନେ କହିଛନ୍ତି। ଆଗାମୀ […]

  • Friday, 16 July 2021
dd
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ଭୁବନେଶ୍ୱର : ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ। ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଭୁବନେଶ୍ୱର କେଶୁରା ସ୍ଥିତ ଆଶୁତୋଷ ନଗରରେ ଏହି ଘଟଣା ଘଟିଛି। ଗତକାଲି ଆଶୁତୋଷ ନଗର ଅଞ୍ଚଳରେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମହିଳାଙ୍କ ପରିବାର ଲୋକେ ପହଞ୍ଚିଥିଲେ। ତେବେ ପୁଲିସକୁ ଏ ସମ୍ପର୍କରେ ଶାଶୂ ଘର ଲୋକେ ଜଣାଇନଥିବା ସେମାନେ କହିଛନ୍ତି। ଗତ କିଛି ଦିନ ଧରି ଯୌତୁକକୁ ନେଇ ଶାଶୂ […]

  • Friday, 16 July 2021
matric-exam
ମାଟ୍ରିକ ପରୀକ୍ଷାରେ ଆଜି ହେବ ବିଜ୍ଞାନ ପରୀକ୍ଷା

ଭୁବନେଶ୍ୱର :  ଆଜି ମାଟ୍ରିକ୍‌ରେ ହେବ ବିଜ୍ଞାନ ବିଷୟରେ ପରୀକ୍ଷା। ମାଟ୍ରିକ୍‌ ପରୀକ୍ଷାରେ କେବଳ ସଂସ୍କୃତ ବିଷୟକୁ ଛାଡିଦେଲେ ଆଉ ସମସ୍ତ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଏଥିରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଅନିୟମିତତାରେ ସାମିଲ ଶିକ୍ଷକଙ୍କ ବିରୋଧରେ ଏତଲା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ମାଲକାନଗିରି ପଡ଼ିଆ SSD ହାଇସ୍କୁଲରେ ଗଣିତ ପରୀକ୍ଷାର OMR ସିଟ୍ ଗାଏବ ମାମଲାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ପରୀକ୍ଷା ସେଣ୍ଟର […]

  • Friday, 16 July 2021
samir
ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକକୁ ନେଇ ବିଜେପିର କଡ଼ା ସମାଲୋଚନା

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକକୁ ନେଇ ବିଜେପିର କଡ଼ା ସମାଲୋଚନା। ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି। ରାଜ୍ୟ ସରକାର ୨୦୧୪ ମସିହାରେ ଘୋଷଣା କରିଥିବା ଇସ୍ତାହାର ପୂରଣ କରିବାରେ ଫେଲ୍ ମାରିଥିବା ସେ ଅଭିଯୋଗ କରିଛନ୍ତି। ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ଗ୍ରାମାଞ୍ଚଳରେ ସ୍ୱଂୟ ସମ୍ପୂର୍ଣ୍ଣ ହସ୍ପିଟାଲ ପ୍ରତିଷ୍ଠା ନିର୍ମାଣ, ସବୁ ଜିଲ୍ଲାର ବ୍ଲକ୍‌ସ୍ତରରେ ରକ୍ତ ଭଣ୍ଡାର ଓ ଭ୍ରାମ୍ୟମାଣ ଡାକ୍ତରଖାନା […]

  • Friday, 16 July 2021
encounter
କେନ୍ଦ୍ରାପଡ଼ାରେ ପୁଣି ଥରେ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କିଛି ଦିନର ବ୍ୟବଧାନ ପରେ କେନ୍ଦ୍ରାପଡ଼ାରେ ଆଉ ଏକ ଏନ୍‌କାଉଣ୍ଟର୍। ଦୁର୍ଦ୍ଦାନ୍ତ ଅପରାଧୀ ତଥା ସାର୍ପ ସୁଟର୍ ବିଜୟ ନାୟକକୁ ଏନ୍‌କାଉଣ୍ଟର ହୋଇଛି। କେନ୍ଦ୍ରାପଡ଼ାର କଜଳ ନିକଟସ୍ଥ ଏନ୍ଏଚ୍-୫ ନିକଟରେ ହୋଇଛି ଏନ୍‌କାଉଣ୍ଟର। ଦୀର୍ଘ ବର୍ଷ ଧରି ନିଜ ପରିଚୟ ଲୁଚାଇ ପୁଲିସ୍‌କୁ ଚକ୍‌ମା ଦେଉଥିଲା ବିଜୟ। ତେବେ ଆଜି ସେ ଗୌରୀ ବରହମ୍‌ପୁରରେ ଥିବା ଘରକୁ ଆସୁଥିବା ବେଳେ ପୁଲିସକୁ ଏନେଇ ଖବର ମିଳିଥିଲା। କେନ୍ଦ୍ରାପଡ଼ା ସଦର ପୁଲିସ୍‌ ଓ ସ୍ପେଶାଲ୍ […]

  • Friday, 16 July 2021
mm
ସହିଦନଗର ଥାନା ଆକ୍ରମଣ ଘଟଣାରେ ୨ ଗିରଫ

ଭୁବନେଶ୍ୱର : ସହିଦନଗର ଥାନା ଭଙ୍ଗାରୁଜା ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୁଲିସ। ଏହି ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି କମିଶନରେଟ୍‌ ପୁଲିସ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ ଗୁଡିକ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ଏହି ଘଟଣାରେ ସଂପୃକ୍ତ କାହାକୁ ଛଡାଯିବ ନାହିଁ ବୋଲି ପୁଣି ଥରେ କହିଛନ୍ତି ପୁଲିସ୍‌ କମିଶନର ସତ୍ୟଜିତ ମହାନ୍ତି। ରବିବାର ରାତିରେ କିଛି ଦୁର୍ବୃତ୍ତ ସହିଦନଗର ଥାନା ଭିତରେ ପଶି ଏଏସ୍ଆଇ […]

  • Friday, 16 July 2021
school
ଦୁଇ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ମାଲକାନଗିରି  : ମାଲକାନଗିରି ଜିଲ୍ଲା ପଡ଼ିଆ SSD ହାଇସ୍କୁଲରୁ ମାଟ୍ରିକ୍‌ ଗଣିତ OMR ସିଟ୍ ଗାଏବ ହେବା ଘଟଣାରେ ଆଉ ୨ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ପଡ଼ିଆ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ସୁପାରିସ୍‌ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ଜଳନ୍ଧର ବେହେରା ଓ ପ୍ରଭାକର ପାତ୍ରଙ୍କୁ ନିଲମ୍ବନ କରିଛନ୍ତି। ଏହା ପୂର୍ବରୁ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ଉପ ଅଧୀକ୍ଷକଙ୍କୁ ନିଲମ୍ବନ କରାଯାଇଥିଲା। ଗତକାଲି ସ୍କୁଲରୁ ମାଟ୍ରିକ୍‌ ପରୀକ୍ଷାର ଗଣିତ ବିଷୟର […]

  • Friday, 16 July 2021