ଭୁବନେଶ୍ୱର : ଆସନ୍ତାକାଲି ବନ୍ଦ ରହିବ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ। ପୁଲଓ୍ୱାମା ଆକ୍ରମଣ ଘଟଣାକୁ ନିନ୍ଦା କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଏହି ଡ଼ାକରା ଦେଇଛି। ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହି ବନ୍ଦ ପାଳନ କରାଯାଉଥିବାରୁ ଏହାକୁ ସମର୍ଥନ ଜଣାଇଛନ୍ତି ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ। ଦୁଇ ଓଡ଼ିଆ ସହିଦ୍ଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କଟକ ଚାମ୍ବର ଅଫ୍ କମର୍ସ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ସକାଳ […]
ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ର ତାଣ୍ଡବ ପରେ ଉପକୂଳ ଓଡ଼ିଶା ଧୀରେ ଧୀରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି। ବିଶେଷ କରି ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ସାଷ୍ଟାମ ହେବାକୁ ଚେଷ୍ଟା କରୁଛି। କିନ୍ତୁ ସ୍ଥିତି ସ୍ୱାଭାବିକ ହୋଇ ନାହିଁ। ଏବେ ବି ଲୋକଙ୍କ ପାଖରେ ପାଣି କି ବିଜୁଳି ପହଞ୍ଚି ନାହିଁ। ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେଉଁଠି ତାର ଉପରେ ଗଛ ପଡ଼ିଛି, ତ ଆଉ କେଉଁଠି […]
ଢେଙ୍କାନାଳ : ଢେଙ୍କାନାଳରେ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ୩ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଘ ଚତୁର୍ଦ୍ଦଶୀ, ଗୁରୁ ପୂର୍ଣ୍ଣିମା ଓ ବାବା ପୂର୍ଣ୍ଣିମା ଭାବେ ପାଳିତ ହେବ ଏହି ମେଳା। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଚଳିତବର୍ଷ ୩ଦିନ ଧରି ଝାଡ଼ ଦ୍ୱୀପ ପ୍ରଜ୍ଜଳନ […]
ଭୁବନେଶ୍ୱର : ସିବିଆଇ ଭୟରେ ବିଜେପି ବିରୋଧୀ ମହାମେଣ୍ଟକୁ ନା କହୁଛନ୍ତି କି ନବୀନ ? ମମତା, ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆରେ ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କଂଗ୍ରେସ୍ ଦିଦିଙ୍କୁ ସମର୍ଥନ କରିବା ସହ ନବୀନ ସମଦୂରତା କଥା କହି ସୁବିଧାବାଦୀ ରାଜନୀତି କରୁଥିବା ଅଭିଯୋଗ କରିଛି। ସିବିଆଇ କାଳେ କିଛି କରିବ ନବୀନଙ୍କୁ ସେଇ ଭୟ ଘାରିଥିବା କହିଛନ୍ତି ଦଳର ବରିଷ୍ଠ ନେତା ଶରତ ରାଉତ। ତେବେ ବିଜେଡି ଏଭଳି ଅଭିଯୋଗକୁ […]
ଭଦ୍ରକ : ବିକାଶ କାର୍ଡ ଖେଳି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଭଦ୍ରକ ରାଣୀତାଲ୍ରେ ଆୟୋଜିତ ଦଳର ଶକ୍ତିକେନ୍ଦ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶାରେ କାହିଁକି ବିକାଶ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ରାଜନାଥ। ସ୍ଥାୟୀ ସରକାର ସତ୍ତ୍ୱେ ଓଡ଼ିଶା କାହିଁକି ପଛୁଆ ବୋଲି ସେ ନବୀନଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ରାଜ୍ୟର ଚାଷୀଙ୍କୁ ଫସଲ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ସହାୟତା ରାଶି ମିଳୁନଥିବା କହି, ବିଜେପି ସରକାର […]
ଉଦଳା : ଖଜଣା ଦେଉଛନ୍ତି ଗ୍ରାମବାସୀ। ହେଲେ ନାଁରେ ନାହିଁ ଜମିପଟ୍ଟା। ଜମିପଟ୍ଟା ନଥିବାରୁ କୌଣସି ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି। ଅତି ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ପ୍ରମାଣ ନଥିବାରୁ ସରକାରୀ ଆବାସ ଯୋଜନାରେ ଘର ବି ମିଳୁନି। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟା ଦୂର ନହେବାରୁ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଏନ୍ଏସି ୧୧ ନମ୍ବର ୱାର୍ଡର ତେଲିସାହି ବାସିନ୍ଦା। ସେମାନେ ଅଭିଯୋଗ କରିଛନ୍ତି, ପୁରୁଷ […]
ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ଗୋବର୍ଦ୍ଧନ ପୀଠରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ। ଶ୍ରୀମନ୍ଦିରରେ ସଂସ୍କାର ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ବୈଠକ ଡକାଇଥିଲେ ଶଙ୍କରାଚାର୍ଯ୍ୟ। ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାର ସମାଧାନ, ଶୃଙ୍ଖଳିତ ନୀତିକାନ୍ତିକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅଧିକାରୀ, ହାଇକୋର୍ଟ […]
ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ବାମ ଦଳ କରିବ ମହାମେଣ୍ଟ। ବିଜେଡି, ବିଜେପି ବିରୋଧରେ ହେବ ମହାମେଣ୍ଟ। ଆଜି ଏନେଇ ସୂଚନା ଦେଇଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା। ଏଥିରେ ଯୋଗ ଦେବେ କଂଗ୍ରେସ, ସିପିଆଇ, ସିପିଏମ୍ ଓ ଜେଏମ୍ଏମ୍। ନିର୍ବାଚନରେ ଏହି ମହାମେଣ୍ଟ ବିଜେପି, ବିଜେଡି ବିରୋଧରେ ଲଢ଼ିବ। ସେପଟେ ମହାମେଣ୍ଟ ନେଇ ଆଲୋଚନା ହୋଇଛି। ବିଧିବଦ୍ଧ ଭାବେ ନିଷ୍ପତ୍ତି ହେବାକୁ ବାକି ଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଭଦ୍ରକ : ଭଦ୍ରକରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଣୀତାଲରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସଭା ଆରମ୍ଭରୁ ପୁଲଓ୍ୱାମା ସହିଦ୍ଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ। ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଓଡ଼ିଶାର ଅବଦାନକୁ ମଧ୍ୟ ସ୍ମରଣ କରିଥିଲେ। ସାଧାରଣ ସଭାରେ ସେ ବୁଥ୍ସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରିବେ। ସମାବେଶରେ ଉତ୍ତର ଓଡ଼ିଶାର ସବୁ […]
ଭୁବନେଶ୍ୱର : ଜନ୍ମ ମାଟିରେ ସହିଦ୍ଙ୍କୁ ଦିଆଯାଇଛି ଶେଷ ବିଦାୟ। ପୁଲଓ୍ୱାମା ଆତଙ୍କୀ ଆକ୍ରମଣରେ ସହିଦ୍ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ଗାଁକୁ ନିଆଯାଇଛି। ଶୋକାକୂଳ ପରିବେଶ ଭିତରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଗାଁ ଲୋକେ। କାନ୍ଦ ବୋବାଳି ଭିତରେ ଘରର ପୁଅକୁ ବିଦାୟ ଦେଇଛନ୍ତି ପରିବାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନା ନିଆଳିର ସହିଦ୍ ମନୋଜ କୁମାରଙ୍କ ଗାଁରେ […]
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା। ଭବାନୀପାଟଣାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଭବାନୀପାଟଣା ମହିଳା ମହାବିଦ୍ୟାଳୟର ବିଜ୍ଞାନ ପରୀକ୍ଷାଗାରର ଭିତ୍ତିଭୂମି ବିକାଶ ପାଇଁ ୫କୋଟିର ସହାୟତା ଘୋଷଣା କରାଯାଇଛି। ଏହି ଅବସରରେ କଳାହାଣ୍ଡି ପାଇଁ ସେ ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା ସହ ବହୁ ପ୍ରତୀକ୍ଷିତ ରେତ୍ ଜଳସେଚନ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିଥିଲେ। ନୂଆ ସ୍ୱୟଂ […]
ଭୁବନେଶ୍ୱର : ବଦଳିବ ଉଚ୍ଚଶିକ୍ଷାର ଢାଞ୍ଚା। ଗବେଷଣାକୁ ଦିଆଯିବ ଗୁରୁତ୍ୱ। ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ଅଧିକ ପାଣ୍ଠିର ବ୍ୟବସ୍ଥା ରହିବ। ଭୁବନେଶ୍ୱରରେ ଆୟୋଜିତ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍ର ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍ଙ୍କ ସଚିବ ରଜନୀଶ୍ ଜୈନ୍। ଗ୍ଲୋବାଲ ରାଙ୍କିଙ୍ଗ୍ରେ କିପରି ଦେଶର ଶିକ୍ଷାନୁଷ୍ଠାନଗୁଡିକ ସ୍ଥାନ ପାଇବ, ସେଥିଲାଗି ଅଧ୍ୟାପକଙ୍କୁ ଅଧିକ ରିଫ୍ରେସ୍ମେଣ୍ଟ କୋର୍ସ ଦେବାକୁ ୟୁଜିସି ଯୋଜନା ରଖିଛି। ଗବେଷଣା ପ୍ରତି ଆଗ୍ରହ ବଢାଇବାକୁ ଛାତ୍ର ବୃତ୍ତିକୁ […]
ଭୁବନେଶ୍ୱର : ପରିବର୍ତ୍ତନ ହେବ କି ବିଜେଡିର ସମଦୂରତା ନୀତି ? ବଦଳୁଥିବା ରାଜନୈତିକ ହାଓ୍ୱାକୁ ଦେଖି ନୂଆ ଚକ୍କରରେ ଅଛି କି ଦଳ ? ଜାତୀୟ ଗଣମାଧ୍ୟମକୁ ଦଳର ବରିଷ୍ଠ ସାଂସଦ ତଥାଗତ ସତପଥୀ ଦେଇଥିବା ପ୍ରତିକ୍ରିୟା ପରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି। ତଥାଗତ କହିଛନ୍ତି, ନବୀନ ସ୍ଥିର ସରକାର ସପକ୍ଷରେ ରହିବେ। ସେ ଦୃଷ୍ଟିରୁ ଦେଶର ହିତ ଓ ଓଡ଼ିଶାର ସ୍ୱାର୍ଥ ପ୍ରତି ଯେଉଁ ଦଳ ଧ୍ୟାନ ଦେବ ବିଜେଡି ତାକୁ ସମର୍ଥନ […]
ଭୁବନେଶ୍ୱର : ଭୁବନେଶ୍ୱରରେ ଜୟଦେବ ବିହାର ସ୍ଥିତ N-6 ସାଇପରିବାର ତରଫରୁ ବୀର ଯବାନଙ୍କ ଆତ୍ମାର ସଦ୍ଗତି ପାଇଁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ ମନ୍ଦିରର ଉପଦେଷ୍ଟା, ସଭାପତି ଓ ମହିଳା ସମିତି ସଭ୍ୟାଙ୍କ ସମେତ ସ୍ଥାନୀୟ ଅଂଚଳର ଅନେକ ଲୋକ ଯୋଗ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଜମ୍ମୁ-କାଶ୍ମୀରର ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପି କଡ଼ା ନିନ୍ଦା କରାଯାଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ […]
ଭୁବନେଶ୍ୱର : ବ୍ୟବସାୟ ବନ୍ଦ ରଖି ପୁଲୱାମା ଆତଙ୍କୀ ହମଲାର ପ୍ରତିବାଦ କରିବା ସହ ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବ୍ୟବସାୟୀ। ଆସନ୍ତା ୧୮ ତାରିଖରେ ସାରା ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ଆହ୍ୱାନ ଦେଇଛି। ବନ୍ଦ ଜରିଆରେ ଆତଙ୍କବାଦୀ ଓ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବ୍ୟବସାୟୀ ସଂଘ। ଅଖିଳ ଭାରତୀୟ ବ୍ୟବସାୟୀ ସଂଘର ଆହ୍ୱାନରେ ରାଜ୍ୟରେ ମଧ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଆହ୍ୱାନ […]
ଭୁବନେଶ୍ୱର : ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ଏଭଳି କାପୁରୁଷୋଚିତ ଆକ୍ରମଣ ଯୋଗୁ ସମଗ୍ର ଦେଶ ମର୍ମାହତ ହୋଇଛି। ଭାରତର କୋଣ ଅନୁକୋଣରେ ପାକିସ୍ତାନ ବିରୋଧରେ ନାରାବାଜି ଚାଲିଛି। ଆତଙ୍କବାଦୀଙ୍କ ହମ୍ଲାରେ ସହିଦ୍ ହୋଇଥିବା ପରିବାରକୁ ସହାୟତା ପାଇଁ ହାତ ବଢ଼ାଇଛି ଓଡ଼ିଶା IPS ସଂଘ। ସହିଦଙ୍କ ପରିବାରକୁ ଦିନକର ଦରମା ଦେବାକୁ ନିଷ୍ପତ୍ତି ନେଇଛି ସଂଘ। ଏହି ଅର୍ଥ CRPF […]
ଯାଜପୁର : ଯାଜପୁର ବ୍ୟାସନଗର ସହରର ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଛି ବ୍ୟାସ ସରୋବର ମେଳା। ପୌର ପରିଷଦ ପକ୍ଷରୁ ପବିତ୍ର ଭୌମ ଏକାଦଶୀରୁ ଆରମ୍ଭ ହୋଇଛି ଏହି ମେଳା ଓ ମହୋତ୍ସବ। ମନ୍ଦିରରେ ୧୧ ଦିନ ଧରି ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା ଚାଲିବ। ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆସି ଠାକୁରଙ୍କ ଦର୍ଶନ କରିବା ସହିତ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରି ପୂଣ୍ୟ ଅର୍ଜନ […]
ଭୁବନେଶ୍ୱର : ପୁଲୱାମାରେ ସହିଦ୍ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପରିବାର ଲାଗି ଅନୁକମ୍ପାମୂଳକ ସହାୟତା ରାଶି ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଦୁଇ ସହିଦ୍ଙ୍କ ପିଲାମାନଙ୍କ ପାଠ ପଢ଼ା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। ସେହିପରି ଦୁଇ ସହିଦ୍ଙ୍କ ଗାଁକୁ ଆଦର୍ଶ ପଞ୍ଚାୟତ କରାଯିବା ସହିତ ସହିଦ୍ଙ୍କ ସ୍କୁଲକୁ ସେମାନଙ୍କ ନାମରେ ନାମିତ କରାଯିବ […]
ଭୁବନେଶ୍ୱର : କାଶ୍ମୀରର ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସମ୍ମାନରେ ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ୍ର ନିରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଦିନ ୧୧ଟା ସମୟରେ ଏକକାଳୀନ ରାଜ୍ୟବ୍ୟାପୀ ଏହି ନିରବ ପ୍ରାର୍ଥନା କରାଯିବ। ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ ସାହୁ ଓ କଟକ ଜିଲ୍ଲା ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା ସହିଦ୍ ହୋଇଥିଲେ। ଦୁଇ ସହିଦ୍ଙ୍କ […]
ଭୁବନେଶ୍ୱର : ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଶ୍ରଦ୍ଧାଞ୍ଜଳି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପଟିଆ ସ୍ଥିତ ଓଟିଭି ନେଟଓ୍ୱର୍କ ମୁଖ୍ୟ କାର୍ଯ୍ୟାଳୟରେ ଓଟିଭି, ତରଙ୍ଗ, ପ୍ରାର୍ଥନା ଚ୍ୟାନେଲର ଅଧିକାରୀ ଓ କର୍ମକର୍ତ୍ତା କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଏ ବର୍ବର କାଣ୍ଡକୁ କଡ଼ା ନିନ୍ଦା କରାଯିବା ସହ ସହିଦ୍ ଯବାନଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦିଆଯାଇଥିଲା। ଏହି ଆତ୍ମଘାତୀ ଆକ୍ରମଣରେ ଦୁଇ ଓଡ଼ିଆ ଏବଂ ସମସ୍ତ ଯବାନଙ୍କ […]
ଭୁବନେଶ୍ୱର: ଲଗାତର ତୃତୀୟ ଦିନ ପାଇଁ ରାଜ୍ୟ କଂଗ୍ରେସ୍ ମୁଖ୍ୟାଳୟରେ ଦଳୀୟ ତୁଙ୍ଗ ନେତା ଓ ଆଶାୟୀ ପ୍ରାର୍ଥୀଙ୍କର ଲାଗିଛି ଗହଳି ଚହଳି। ଆଉ ଏପଟେ ଜୟପୁରରେ ବି ଜୟପୁର ଓ କୋରାପୁଟ ଲାଗି ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଚାଲିଛି କସରତ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ମୁଡ୍ରେ ଥିବା କଂଗ୍ରେସ୍ ଦଳ ଆଜି ପ୍ରଥମ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ ଶେଷ କରିଛି। ତିନି ଦିନ ଧରି କଂଗ୍ରେସ୍ […]
ଭୁବନେଶ୍ୱର : ଓଡ଼ିଶାରୁ ରାଜସ୍ଥାନ। ଚାଲିଛି ଯୁବତୀ ଚାଲାଣ। ସୁନ୍ଦରଗଡ଼ ଲାଠିକଟାର ନାବାଳିକା ରାଜସ୍ଥାନର ଝୁନ୍ଝୁନ୍ରୁ ଉଦ୍ଧାର ହେବା ମାମଲା ହେଉ କି ସମ୍ବଲପୁରର ଅପହୃତ ଯୁବତୀ ରାଜସ୍ଥାନରୁ ଉଦ୍ଧାର ଘଟଣା। ଏହି ଦୁଇ ଦୁଇଟି ଘଟଣା ରାଜ୍ୟରେ ଯୁବତୀ ଚାଲାଣ ରାକେଟ ସକ୍ରିୟ ଥିବା ସ୍ପଷ୍ଟ କରିଛି। ଏପଟେ ସୁନ୍ଦରଗଡ଼ ଲାଠିକଟାର ନାବାଳିକା ଗର୍ଭବତୀ ଥିବାରୁ ତାଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ ସିଡବ୍ଲୁସି ଦିଲ୍ଲୀ ଶିଶୁ ମଙ୍ଗଳ କମିଟିକୁ ଚିଠି ଲେଖିଛି। ଚିଠି ମୁତାବକ ନାବାଳିକାଙ୍କୁ […]
ଭୁବନେଶ୍ୱର : ରାଜଧାନୀରେ ବଢୁଛି ଅପରାଧ। ସଂଗଠିତ ଅପରାଧର ଚିତ୍ର କଏଦ ହୋଇଛି ସିସିଟିଭିରେ। ଥାନାରେ ଅଭିଯୋଗ ହୋଇଛି ହେଲେ। ଦୁର୍ବୃତ୍ତଙ୍କ ଟେର ପାଉନି କମିଶନରେଟ୍ ପୁଲିସ। ଭୁବନେଶ୍ୱରର ୩ଟି ସ୍ଥାନରେ ଘଟିଥିବା ଅପରାଧର ସିସିଟିଭି ଫୁଟେଜ୍ରୁ ପୁଲିସ୍ର ନଜରକୁ ଆସିଛି କିଛି ଘଟଣା। ଜାଗମରାସ୍ଥିତ ଏକ ଟ୍ରାଭେଲ ଏଜେନ୍ସି ଭିତରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ। ମଦ୍ୟପାନ କରି ଗାଳି ଗୁଲଜ କରିବାକୁ ବିରୋଧ କରିବାରୁ ଟ୍ରାଭେଲ ଏଜେନ୍ସି କର୍ମଚାରୀଙ୍କୁ ଅଫିସ୍ ଭିତରେ ପଶି […]
ଭୁବନେଶ୍ୱର : ୨ ଓଡ଼ିଆ ସହିଦ୍ଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସହିଦ୍ଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ସହିଦ୍ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ଏବଂ ସହିଦ୍ଙ୍କ ମା’ ଓ ପତ୍ନୀଙ୍କ ସହ ମଧ୍ୟ ଟେଲିଫୋନ୍ରେ କଥା ହୋଇଛନ୍ତି ନବୀନ। ଆଜି ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ସହିଦ୍ଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ କରିଛନ୍ତି।
ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଆସନ୍ତା ୨୫ ସୁଦ୍ଧା କଂଗ୍ରେସର ବିଧାନସଭା ଓ ଲୋକସଭା ସମସ୍ତ ପ୍ରାର୍ଥୀ ତାଲିକା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି-ସିଇସିଙ୍କୁ ଦିଆଯିବ। କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କ ଭି.ଡି ସାଥିସାନ୍ ଏହି ସୂଚନା ଦେଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ସ୍କ୍ରିନିଂ କମିଟିର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ ବୋଲି ସେ କହିଛନ୍ତି। ସେହିପରି ସ୍କ୍ରିନିଂ କମିଟିର ଅନ୍ୟତମ ସଦସ୍ୟ ନୌସାଦ୍ ସୋଲାଙ୍କି […]