ଢେଙ୍କାନାଳ: ସ୍ୱାଧୀନତାର ୭୦ ବର୍ଷ ପରେ ବି ଅନ୍ଧାରରେ ଲୋକେ। ପରଜଙ୍ଗ ବ୍ଲକ୍ ପାଣିଗେଙ୍ଗୁଟିଆ ଗାଁରେ ଆଜିଯାଏ ପହଞ୍ଚିପାରିନି ବିଜୁଳି ଆଲୁଅ। ଡିବିରି ଭରସାରେ ରାତି କାଟୁଛନ୍ତି ଗ୍ରାମବାସୀ। ଲାଇନ୍ ନଥିବାରୁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ବି ଅସୁବିଧା ଭୋଗୁଛନ୍ତି। ଗାଁକୁ ଲାଗି ଜଙ୍ଗଲ ଥିବାରୁ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ଲାଗିରହୁଛି। ଗାଁକୁ ବିଦ୍ୟୁତସେବା ଯୋଗାଇ ଦେବାକୁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ମଧ୍ୟ କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କୁଲଡ଼ିଆ ଅଭୟାରଣ୍ୟରୁ ଜଣେ ଶିକାରୀକୁ ଗିରଫ କରାଯାଇଛି। ଗିରଫ ଶିକାରୀର ନାମ ପହଲି ମୁଦୁଲି। ଖୁମକୁଟ ଡ୍ୟାମ୍ ପାଖରେ ପହଲି ବିଦେଶୀ ପକ୍ଷୀଙ୍କୁ ଶିକାର କରିବାକୁ ଉଦ୍ୟମ କରୁଥିବାବେଳେ ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ତା ପାଖରୁ ଏକ ଫାଶ ମଧ୍ୟ ଜବତ ହୋଇଛି। ଜଙ୍ଗଲ ମଝିରେ ଡ୍ୟାମ୍ ଥିବାରୁ ବହୁ ବିଦେଶୀ ପକ୍ଷୀ ଏଠାକୁ ଆସିଥାନ୍ତି। ଏହାର ସୁଯୋଗ ନେଇ ଶିକାରୀମାନେ ପକ୍ଷୀ ଶିକାର କରିବାକୁ ଚେଷ୍ଟା କରିଥାନ୍ତି।
ନୟାଗଡ଼: ଖରା ଦିନ ଆରମ୍ଭ ନ ହେଉଣୁ ପାଣି ପାଇଁ ସଂଘର୍ଷ ଆରମ୍ଭ ହୋଇଗଲାଣି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବୋରଗାଁର ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ଗରା, ବାଲଟି ରଖି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ତୁରନ୍ତ ପାଣି ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି ଲୋକେ। ସେମାନେ ଅଭିଯୋଗ କରିଛନ୍ତି, ଗାଁରେ ୬ ଶହରୁ ଅଧିକ ଲୋକଙ୍କ ପାଇଁ ୩ଟି ନଳକୂଅ ଅଛି। ମାତ୍ର ତାହା ଭାଙ୍ଗିରୁଜି ଯାଇଛି। ଯେଉଁ ନଳକୂଅଟିଏ […]
ନୂଆଦିଲ୍ଲୀ: ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେର ଆଗାମୀ ସାପ୍ତାହିକ ସଂସ୍କରଣର କଭର ପେଜ୍ରେ ସ୍ଥାନ ପାଇଛନ୍ତି ଓଡ଼ିଶାର ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଚନ୍ଦ୍ରାଣୀଙ୍କ ସମେତ କ୍ରିକେଟରରୁ ରାଜନେତା ପାଲଟିଥିବା ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର, ଅଭିନେତା ରବି କିଷାନ ପ୍ରମୁଖ ମଧ୍ୟ ସ୍ଥାନ ପାଇଛନ୍ତି। ସାଧାରଣ ନିର୍ବାଚନରେ କେନ୍ଦୁଝର ଆସନରୁ ଚନ୍ଦ୍ରାଣୀ ମୁର୍ମୁ ଦେଶର ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟ୍ରେ ଲୋକସଭାକୁ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀଙ୍କ ବୟସ ଏବେ ୨୫ ବର୍ଷ ୧୧ […]
ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ୧୫ ଦିନ ବିଳମ୍ବରେ ବିଜ୍ଞାନ ପରୀକ୍ଷା ଫଳ ବାହାରୁଛି। ସାଧାରଣ ନିର୍ବାଚନ, ଫୋନି ଓ ମୂଲ୍ୟାୟନକାରୀ ଅଭାବ ବିଳମ୍ବର କାରଣ ବୋଲି ପରିଷଦ କହିଛି। ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଜଣ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ୯୯ହଜାର ୧୮ଜଣ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର। ଗତକାଲି କାଠମାଣ୍ଡୁରୁ କଳ୍ପନାଙ୍କ ମୃତଦେହକୁ ଧରି ନୂଆଦିଲ୍ଲୀରେ ବିଳମ୍ବରେ ପହଞ୍ଚିଥିଲା ବିମାନ । ଫଳରେ ଦିଲ୍ଲୀ-ଭୁବନେଶ୍ୱର ବିମାନ ପଳାଇ ଆସିଥିଲା। ଆଜି ମରଶରୀର ପହଞ୍ଚିବା ପରେ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମ ନିଆଯିବ। ସକାଳ ୯ ଟା ୪୫ ମିନିଟ୍ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ରେ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ ବୋଲି ରାଜ୍ୟ କ୍ରାଡ଼ା ବିଭାଗ ସୂତ୍ରରୁ ସୂଚନା ମିଳିଛି। […]
ଜୟପୁର : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଅବତରଣ ନେଇ ସିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ଖରାପ ପାଗ ଯୋଗୁଁ ବିମାନଟି ଜୟପୁରରେ ଅବତରଣ କରିଥିଲା। ଜରୁରୀ ଅବତରଣ କରିଥିବା ଖବର ଠିକ୍ ନୁହେଁ, ଖରାପ ପାଗ ଯୋଗୁଁ ଲାଂଜିଗଡ଼ରେ ବିମାନଟି ଅବତରଣ କରିପାରିନଥିଲା। ତେଣୁ ଏହାକୁ ଜୟପୁର ଡାଇଭର୍ଟ କରାଯାଇଥିଲା। ଏହାର କିଛି ସମୟ ପରେ ନବୀନ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହାସହ ପଢ଼ନ୍ତୁ : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର […]
ଜୟପୁର : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଜରୁରୀ ଅବତରଣ। ଜୟପୁର ଏୟାର ଷ୍ଟ୍ରୀପ୍ରେ ଜରୁରୀ ଅବତରଣ କଲା ବିମାନ। ଲାଞ୍ଜିଗଡ଼ରେ ଓହ୍ଲାଇବା ପରିବର୍ତ୍ତେ ଜୟପୁରରେ ଓହ୍ଲାଇଲା ବିମାନ। ଆଜି ରାୟଗଡ଼ା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲାଞ୍ଜିଗଡ଼ରେ ଓହ୍ଲାଇ ହେଲିକପ୍ଟରରେ ରାୟଗଡ଼ା ଯାଇଥାନ୍ତେ। ଏବେ ଜୟପୁରରେ ହେଲିକପ୍ଟରକୁ ଅପେକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଲାଞ୍ଜିଗଡ଼ରୁ ହେଲିକପ୍ଟର ଆସିବା ପରେ ରାୟଗଡ଼ା ଯିବେ। କଣ ପାଇଁ ଲାଞ୍ଜିଗଡ଼ରେ ବିମାନ ଅବତରଣ କରିପାରିଲାନି, ସେନେଇ କାରଣ ଅସ୍ପଷ୍ଟ ରହିଛି।
ତେଲକୋଇ : ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଭାବେ ଘର ଜାଳି ଦେଲେ। ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତ୍ତିଙ୍କ ସହ ୨ଜଣ ଶିଶୁ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସାରୁଆଳୀ ଗାଁରୁ ଏଭଳି ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ, ସାରୁଆଳୀ ଗାଁର ଅର୍ଜୁନା ପାତ୍ରଙ୍କ ପୁଅ ପ୍ରସନ୍ନ ପାତ୍ର ପାଲଲହଡ଼ା ଥାନା ଡ଼ିମିରିଆ ଗ୍ରାମରେ କାମ କରୁଥିଲା। ସେଠାରେ ଜଣେ ଯୁବକଙ୍କୁ ସେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ପ୍ରସନ୍ନ ଫେରାର ଥିବାବେଳେ, […]
ସଇଁତଳା : ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍। ଆଜି ପରୀକ୍ଷା ହେଉଥିବା ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍ ହେବାର ଅଭିଯୋଗ ଆସିଛି। ବଲାଙ୍ଗିର ସଇଁତଳାରେ ମୋବାଇଲ୍ରେ ବୁଲୁଛି ପ୍ରଶ୍ନପତ୍ର। ଏନେଇ କୌଣସି ସଠିକ୍ତା ଏଯାଏ ଜଣାପଡ଼ିନାହିଁ। ଏପଟେ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍କୁ ଭିତ୍ତିହୀନ କହିଲେ ବଲାଙ୍ଗିର DEO । କିଛି ନିର୍ଦ୍ଦିଷ୍ଟ ଲୋକ ବଦ୍ମାସୀ କରି ପୁରୁଣା ପ୍ରଶ୍ନପତ୍ରକୁ ଭାଇରାଲ୍ କରି ବଲାଙ୍ଗିରକୁ ବଦ୍ନାମ୍ କରୁଛନ୍ତି ବୋଲି DEO କହିଛନ୍ତି । ତେବେ ହିନ୍ଦୀ ପ୍ରଶ୍ନପ୍ରତ୍ର ଭାଇରାଲ୍ ହେବା […]
ଭୁବନେଶ୍ୱର : ଭୁବନେଶ୍ୱରରେ ବରିଷ୍ଠ ଅଗ୍ନି ନିର୍ବାପକ ଅଧିକାରୀଙ୍କ ବୈଠକ। କିପରି ଅଗ୍ନି ନିର୍ବାପନ ସଂପର୍କିତ ନିୟମ ପାଳନ ହେବ, ତାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ଏହା ସହିତ ବିଷାକ୍ତ ଗ୍ୟାସ୍ ଦୁର୍ଘଟଣା, ଡାକ୍ତରଖାନାରେ ବିଷାକ୍ତ ଗ୍ୟାସ୍ ଅଘଟଣ ହେଲେ କିପରି ତାର ମୁକାବିଲା କରାଯିବ, ସେ ଉପରେ ମଧ୍ୟ ଆଲୋଚନା ହେବ। ବୈଠକରେ ଶହେରୁ ଅଧିକ ଅଧିକାରୀ ଯୋଗ ଦେବେ ବୋଲି ଜଣାପଡ଼ିଛି।
କେନ୍ଦୁଝର : କେନ୍ଦୁଝରରେ ଅଘଟଣ। ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ, ୧୧ ଅସୁସ୍ଥ। ସୂଚନା ଅନୁସାରେ, କେନ୍ଦୁଝରର ଜଣେ ବ୍ୟକ୍ତିଙ୍କ ବାହାଘର ପାଇଁ ଗତକାଲି ରାତିରେ ଟେଣ୍ଟ ବନ୍ଧା ଯାଇଥିଲା। ଏଥିରେ ପ୍ରାୟ ୮ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ଖାଇବା ପାଇଁ ଘରେ ରୋଷେଇ ହୋଇଥିବାବେଳେ, ଗତାକାଲି ରାତିରେ ଟେଣ୍ଟ ବନ୍ଧା ପାଇଁ ଆସିଥିବା ୮ଜଣ କର୍ମଚାରୀ ଓ ପରିବାରର ୪ଜଣ ଖାଇଥିଲେ। ଏହାପରେ ମଧ୍ୟରାତ୍ରରେ ସମସ୍ତଙ୍କୁ ବାନ୍ତି ହୋଇଥିଲା। ଅସୁସ୍ଥଙ୍କୁ ପ୍ରଥମେ କେନ୍ଦୁଝର ମେଡିକାଲ୍ରେ […]
କୋରାପୁଟ : ତେଜୁଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ପ୍ରତିବାଦରେ ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୟପୁରରେ ଦୁଇଦିନିଆ ଅର୍ଥନୈତିକ ଅବରୋଧ କରାଯାଇଛି। ସହରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ କମିଟି ପକ୍ଷରୁ ବନ୍ଦ କରାଯାଇଛି। ତେବେ ସହରରେ ଦୋକାନ ବଜାର ଖୋଲା ରହିଛି। କୋରାପୁଟ ଜିଲ୍ଲାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ସେମ୍ବେର ୪ତାରିଖରୁ କମିଟି ପକ୍ଷରୁ ଆନ୍ଦୋଳନ ଜାରି […]
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା। ଗତକାଲି ବରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ସହିତ କୁଆପଥର ମାଡ଼ ହୋଇଛି। ଏତେ କୁଆପଥର ପଡ଼ିଥିଲା ଯେ, ମାଟି ଉପରେ ଏହାର ଏକ ଆସ୍ତରଣ ଜମି ଯାଇଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବହୁ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପୂର୍ବ ବିହାରରୁ ପଶ୍ଚିମବଙ୍ଗର ଗାଙ୍ଗେୟ ସମତଳ ଅଞ୍ଚଳକୁ ପ୍ରବାହିତ ଏକ ଟ୍ରପ୍ ଲାଇନ୍ ପ୍ରଭାବରେ ଉତ୍ତର […]
ବିନିକା : ପୁଣି ଥରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଚକଡ଼ା ପୋକ ଓ ଋଣ ବୋଝ ସୁଝି ନପାରି ବିଷପିଇ ଯୁବଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଭଣ୍ଡାର ପଞ୍ଚାୟତ ଚୁଲୀମାଲ ଗାଁର ଯୁବଚାଷୀ ମୋହନ କଲତା ଆତ୍ମହତ୍ୟା କରିଛନ୍ତି। ଗତ ଖରିଫ ଋତୁରେ ପାଞ୍ଚ ଏକର ଧାନ ଚାଷ କରିଥିଲେ ମୋହନ। କିନ୍ତୁ ଧାନରେ ଚକଡ଼ା ପୋକ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ଫସଲ ନଷ୍ଟ ହୋଇଯାଇଥିଲା। ତେବେ ଫସଲ ନଷ୍ଟ ହେବା ପରେ […]
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ନାକେଦମ୍ କଲାଣି। ଆହୁରି ପାଞ୍ଚ ଦିନ ଧରି ହିଟ୍ୱେଭ୍ ଜାରି ରହିବ। ପାଣିପାଗ ବିଭାଗ ପକ୍ଷରୁ ହିଟ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର ଆଦି ଜିଲ୍ଲାରେ ପାଖାପାଖି ୪୩ ଡିଗ୍ରି ତାପମାତ୍ରା ଥିବାବେଳେ ଅନୁଗୁଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ, ପୁରୀ ଆଦି ଜିଲ୍ଲାରେ ୪୦ ଡିଗ୍ରିରୁ ଅଧିକ ତାପମାତ୍ରା ରହିବ। […]
ନୟାଗଡ଼: କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଆଇନଜୀବୀ। ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁ ଜମି ବିବାଦକୁ ନେଇ ଅଦାଲତ ଯିବାରୁ ଆଇନଜୀବୀଙ୍କୁ ନିଆଁ, ପାଣି ବାସନ୍ଦ କରାଯାଇଛି। ନୟାଗଡ଼ ଖଣ୍ଡପଡ଼ା ଥାନା ସିଙ୍ଗିବାର ଗାଁରେ କଙ୍ଗାରୁ କୋର୍ଟରେ ଆଇନଜୀବୀଙ୍କୁ ଦଣ୍ଡିତ କରାଯାଇଥିବା ଅଭିଯୋଗ ହୋଇଛି। ଖଣ୍ଡପଡ଼ା ବାର୍ ଆସୋସିଏସନ୍ ସଭ୍ୟ ତଥା ଆଇନଜୀବୀ ହୃଦାନନ୍ଦ ବେହେରା ଏଭଳି ଅଭିଯୋଗ ଆଣିଛନ୍ତି। ଗାଁ ମହକିଲଙ୍କ କେସ୍ କୋର୍ଟରେ ଲଢ଼ିବାରୁ ଗ୍ରାମବାସୀଙ୍କ ଆକ୍ରୋଶର […]
ଭୁବନେଶ୍ୱର : ଆଜି ରାତିରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ଏଥିପାଇଁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ସୂଚନା ମୁତାବକ,ଆଜି ରାତି ୧.୩୦ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହେବ। ଏଥିସହ ବିଜୁଳି ମାରିବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଏକ ଟ୍ରପ୍ ଲାଇନ୍ ଯୋଗୁ ଗତ କିଛିଦିନ ହେଲା ପାଗ କୋହଲା ରହିଥିଲା। […]
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଫୋକସରେ ଜନଜାତି ଭୋଟ୍। ଟାର୍ଗେଟ୍ରେ ୩୩ ବିଧାନସଭା ସିଟ୍। ମହିଳା, ଚାଷୀ ଓ ଯୁବକ ପରେ ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ। ଖାସ୍ ସେଥିପାଇଁ ୯ଟି ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ଓ ଅନ୍ୟମାନଙ୍କ ସହ ଆଲୋଚନ କରିଥିଲେ ନବୀନ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ଟି ଜିଲ୍ଲାର ୩ ହଜାର ପବିତ୍ର ପୂଜାସ୍ଥଳୀ, ୪ଶହ ଜନଜାତି ସଂସ୍କୃତି କ୍ଲବ୍ ଓ ସାପ୍ତାହିକ ହାଟ ଉଦ୍ଘାଟନ କରିଥିଲେ। […]
କଟକ : ମାଟ୍ରିକ୍ ପରୀକ୍ଷାରେ କପି ଅଭିଯୋଗରେ ବୋର୍ଡର କାର୍ଯ୍ୟାନୁଷ୍ଠାନ ୩ଟି ହାଇସ୍କୁଲର ଇଂରାଜୀ ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ନେଇଛି ବୋର୍ଡ। ଏହି ୩ଟି ପରୀକ୍ଷା କେନ୍ଦ୍ର ହେଉଛି ବଲାଙ୍ଗିର ଜିଲ୍ଲାର ଘୁନସର ସରକାରୀ ହାଇସ୍କୁଲ, ଢେଙ୍କାନାଳ ଜିଲ୍ଲା ପଳାସପିଠାର ପି.ଆର୍ ହାଇସ୍କୁଲ ଏବଂ କଟକ ଗୋପୀନାଥପୁରର କୃପାସିନ୍ଧୁ ନୋଡାଲ ହାଇସ୍କୁଲ। ଏହି ୩ଟି ସେଣ୍ଟରର ଇଂରାଜୀ ଖାତା ମୂଲ୍ୟାୟନ ନିଷ୍ପତ୍ତି ପରେ ନିର୍ଦ୍ଧାରଣ ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ୭ ଦିନ […]
ଭୁବନେଶ୍ୱର: ପଶ୍ଚିମରୁ ଉପକୂଳ, ସବୁଠି ଅସମ୍ଭାଳ ଗରମ। ସାରା ରାଜ୍ୟରେ ବହୁଛି ତତଲା ହାୱା। ଗତକାଲି ରାଜ୍ୟର ୧୨ଟି ସହରରେ ପାରଦ ୪୧ ଡିଗ୍ରୀ ଉପରେ ରହିଥିବାବେଳେ ୪୪ ଦଶମିକ ୬ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା। ପାରଦ ସାମାନ୍ୟ ଖସିଥିଲେ ବି ବିଦ୍ୟୁତ ବିଭ୍ରାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଅନ୍ୟପଟେ ଉପକୂଳ ଓଡ଼ିଶାରେ ତାତି ବିଶେଷ ନଥିଲେ ବି ବାୟୁମଣ୍ଡଳରେ ଆଦ୍ରତା ବଢ଼ିଥିବା ଯୋଗୁ ପ୍ରବଳ ଗୁଳୁଗୁଳି ନାକେଦମ୍ କରିଦେଉଛି। […]
ରାୟଗଡ଼ା : ରାୟଗଡ଼ାରେ ପ୍ରମାଣପତ୍ର ପାଇଁ ନାକେଦମ ହେଉଛନ୍ତି ଦିବ୍ୟାଙ୍ଗ। ସ୍ୱାସ୍ଥ୍ୟ ପରୀକ୍ଷାବେଳେ ସେମାନଙ୍କୁ ଅଣଦେଖା ବି କରାଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଡାକ୍ତରଙ୍କ ଦେଖାନମିଳିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ ଏମାନଙ୍କ ପାଇଁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ଏଠାରେ ୨ ମାସରେ ଥରେ ଶାରୀରିକ ଓ ମାନସିକ ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପରିଚୟ ପତ୍ର ପ୍ରଦାନ କରାଯାଏ। […]
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଆସୁଥିବା କାଠ ପଡ଼ି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଟ୍ରାକ୍ଟରରୁ ରଥକାଠ ତଳକୁ ଓହ୍ଲାଉଥିବା ବେଳେ ଶ୍ରମିକଙ୍କ ଗୋଡରେ ପଡ଼ିଥିଲା। ଆହତ ଶ୍ରମିକଙ୍କ ନାଁ ମାନସ ପ୍ରଧାନ। ପ୍ରଥମେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଦଶପଲ୍ଲାରୁ ୪୦ ଫୁଟିଆ ଫାଶୀ କାଠ ଅଣାଯାଉଥିଲା।
ଭୁବନେଶ୍ୱର: ବାତ୍ୟା ‘ଫୋନି’ରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍। ବାତ୍ୟା ପୁନରୁଦ୍ଧାର ପ୍ରସଙ୍ଗରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଶକ୍ତି ସଚିବଙ୍କ ନେତୃତ୍ୱରେ ଏହି ଟିମ୍ ଓଡ଼ିଶା ଆସୁଛନ୍ତି। ଏହି ଟିମ୍ରେ ଟେଲିକମ୍, ବ୍ୟାଙ୍କିଙ୍ଗ ବ୍ୟାପାର ସଚିବ ଓ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। ଆସନ୍ତା ସପ୍ତାହରେ ଗୃହ ବିଭାଗର ଏକ ଟିମ୍ ମଧ୍ୟ ଓଡ଼ିଶା ଆସିବ। […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ତାଣ୍ଡବର ୯ ଦିନ ପରେ ମଧ୍ୟ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବିଦ୍ୟୁତ ସେବା ମିଳିପାରନି। ଏବେବି ବହୁ ଅଞ୍ଚଳରେ ବିଜୁଳି ଆସିପାରିନି। ଅନ୍ୟପଟେ କିନ୍ତୁ ସରକାର ଦାବି କରୁଛନ୍ତି, ଆଜି ସୁଦ୍ଧା ଭୁବନେଶ୍ୱର ସହରାଞ୍ଚଳରେ ସବୁ ଉପଭୋକ୍ତାଙ୍କୁ ବିଜୁଳି ଦେଇଦେବେ। ଗତକାଲି ହୋଇଥିବା ପ୍ରେସମିଟ୍ରେ ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱର ସହରାଞ୍ଚଳର ବିଦ୍ୟୁତ ପୁନଃସଂଯୋଗ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। […]