ରାୟଗଡ଼ା : ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ପୁଣି ନିର୍ଯାତନା ଅଭିଯୋଗ। କଲ୍ୟାଣସିଂପୁର ବ୍ଲକ୍ ଚେରାପାଇ ଗ୍ରାମର ୩୬ ଜଣ ଶ୍ରମିକଙ୍କୁ ଗତ କିଛି ମାସ ତଳେ ରାୟଗଡ଼ାର ଜଣେ ଠିକାଦାର ହାଇଦ୍ରାବାଦରେ ବ୍ରିଜ୍ କାମରେ ନିୟୋଜିତ କରିଥିଲେ। ଶ୍ରମିକମାନେ ସେଠାରେ ୩ ମାସ କାମ କରିଥିଲେ ବି ତାଙ୍କୁ ମଜୁରୀ ମିଳିନଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରମ ବିଭାଗ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ଶେଷରେ ଥାନାରେ ଏତଲା ଦେଇଛନ୍ତି ଶ୍ରମିକମାନେ। ସେପଟେ ଏନେଇ […]
କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲା ନରସିଂହପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ୭୫ଟି ପଞ୍ଚାୟତରେ ୯୨୦ କୋଟି ଟଙ୍କା ବ୍ୟୟରେ ୩୦ଟି ପ୍ରକଳ୍ପ ଲାଗି ଉଦ୍ଘାଟନ ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ। ଏହି ଅବସରରେ ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ମୋବାଇଲ ଏବଂ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର : ଦିନ ଦ୍ୱିପହରେ ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ। ଲୁଟେରାଙ୍କୁ ଧରିବା ପାଇଁ ମହିଳା ହେଲେ କ୍ଷତବିକ୍ଷତ। ଲୁଟେରା ଓ ମହିଳାଙ୍କ ମଧ୍ୟରେ ୧୦ ମିନିଟ୍ର ଧସ୍ତାଧସ୍ତି ପରେ ଧରା ପଡିଲା ଲୁଟେରା। ମିଳିଥିବା ସୂଚନା ମୁତାବକ,ଆଜି ମଧ୍ୟାହ୍ନ ୧୨ଟାରେ ଜିଜିପି କଲୋନୀର ମଳୟ ବିହାରରେ ଘଟିଛି ଏଭଳି ଘଟଣା। ମାର୍କେଟରୁ ସଉଦା କିଣି ଘରକୁ ଫେରୁଥିଲେ ଅଭିଜିତା ମହାପାତ୍ର ନାମକ ଏହି ମହିଳା। ଏହି ସମୟରେ ପଲ୍ସରରେ ଆସିଲେ ୨ ଜଣ ଲୁଟେରା। ଠିକଣା […]
ଭୁବନେଶ୍ୱର : ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ନୂଆପଡ଼ାର ୫ଜଣ ଶିକ୍ଷକଙ୍କୁ ଅଟକ ରଖିଛି ବୋଡେନ ଥାନା ପୁଲିସ୍। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଇଓ ୫ଜଣ ଶିକ୍ଷକଙ୍କ ବିରୋଧରେ ବୋଡେନ ଥାନାରେ ଏତଲା ଦେଇଥିଲା। ଏତଲାକୁ ଭିତ୍ତି କରି ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇଛି। ଅନ୍ୟପଟେ ବୋର୍ଡ ସଭାପତିଙ୍କ ନିର୍ଦ୍ଦେଶର ୨୪ଘଣ୍ଟା ପରେ ବି ଢେଙ୍କାନାଳ ଓ କୋରାପୁଟରେ ଏତଲା ହୋଇନାହିଁ। ଜିଲ୍ଲା ଶିକ୍ଷାଧିକାରୀ ମାନେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଏତଲା ଦେବେ ବୋଲି ଗତକାଲି ବୋର୍ଡ […]
ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍କ୍ୟୁରି ରଣଜିତ କୁମାର। ଆସନ୍ତାକାଲି ସେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ସଂସ୍କାର ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ଆଲୋଚନା କରିବେ। ଆସନ୍ତା ୨୭ ତାରିଖରେ ସୁପ୍ରିମ୍କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଅଛି। ତା ପୂର୍ବରୁ ଆମିକସ୍କ୍ୟୁୟରିଙ୍କ ପୁରୀ ଗସ୍ତର ବେଶ୍ ଗୁରୁତ୍ୱ ରହିଛି। ସୁପ୍ରିମ୍କୋର୍ଟ ଦେଇଥିବା ୧୨ସୂତ୍ରୀ ସଂସ୍କାର ପ୍ରସ୍ତାବକୁ କିଭଳି କାର୍ଯ୍ୟକାରୀ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ରାଜ୍ୟ ସରକାରଙ୍କ ମତ […]
ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗର ‘ଖୁସି’ ଯୋଜନାକୁ ମିଳିଲା କ୍ୟାବିନେଟ ମଂଜୁରୀ। ‘ଖୁସି’ ଯୋଜନାରେ ମାଗଣାରେ ସ୍କୁଲ ଝିଅଙ୍କୁ ମିଳିବ ସାନିଟାରି ନାପକିନ୍। ଏହା ଦ୍ୱାରା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ। ସରକାରୀ ସ୍କୁଲ୍ ସହିତ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ସ୍କୁଲର ଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏଥିପାଇଁ ୫ ବର୍ଷରେ ୪୬୬ କୋଟି ଟଙ୍କାର ଖର୍ଚ୍ଚ କରିବାର ପ୍ରସ୍ତାବକୁ କ୍ୟାବିନେଟ୍ ବୈଠକରେ […]
ଭୁବନେଶ୍ୱର : ମାର୍ଚ୍ଚ ୨୦ ତାରିଖରେ ସ୍ୱପ୍ନା ପତି ଫାଉଣ୍ଡେସେନ ପାଳନ କରିବ ହର୍ବାଲ ହୋଲି। ରାଜଧାନୀର ଏକ ତାରକା ହୋଟଲରେ ସଂଧ୍ୟା ୬ଟାରୁ ୧୧ ମଧ୍ୟରେ ହୋଲି ପାଳନ କରାଯିବ। ହଳଦୀ, ଟମାଟୋ, ବିଟ୍ ଏବଂ ବିଭିନ୍ନ ଫୁଲରେ ତିଆରି ରଙ୍ଗରେ ହୋଲି ଖେଳାଯିବ। ଚଳିତ ବର୍ଷ ଓଲିଉଡ୍ ତାରକା ସବ୍ୟସାଚୀ ହର୍ବାଲ ହୋଲିର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ସୂଚନା ସୂଚନା ଦିଆଯାଇଛି। କେମିକାଲ ରଙ୍ଗ […]
ଗଜପତି : ବିଦ୍ୟୁତ୍ ତାର ଚୋରି ଅଭିଯୋଗରେ ୩ଜଣଙ୍କୁ ଗିରଫ କରିବା ସହ ଏକ ଅଟୋ ଜବତ କରିଛି ଗଜପତି ଜିଲ୍ଲା ମୋହନା ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ ଗୋବିନ୍ଦପୁର ଗ୍ରାମର ନାରାୟଣ କାର୍ଯ୍ୟୀ, ନିରଞ୍ଜନ ମଲ୍ଲିକ ଓ ଚାନ୍ଦିପୁଟଗାଁର ସୁରେନ୍ଦ୍ର ଗୌଡ଼ ୨୦୧୮ ଅଗଷ୍ଟ ମାସରେ ବିଯୁକ୍ତ ମାନେ ଏହି ତାର ଚୋରି କରି ଜଙ୍ଗଲରେ ଲୁଚାଇ ରଖିଥିଲେ। ଏହି ତାର ଚାନ୍ଦିପୁଟ କଲେଜ ପଛପଟୁ ଚୋରି ହେବା ପରେ ଏନେଇ ଠିକାଦର ଚାନ୍ଦିପୁଟ ଥାନାରେ […]
ଭୁବନେଶ୍ୱର: ‘ଫୋନି’ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଓଡ଼ିଶା ଆସୁଛି ଆନ୍ତଃ ମନ୍ତ୍ରାଳୟ ସ୍ତରୀୟ କମିଟି। ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏହି ଟିମ୍ ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ। ଟିମ୍ର ସଦସ୍ୟମାନେ ୧୨ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ। ଏହାପରେ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବେ।
ଚିତ୍ରକୋଣ୍ଡା : ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ। ୨ କିଲୋମିଟର ଖଟିଆରେ ବୋହି ନେଇ ଗୁରୁତର ରୋଗୀଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ପହଞ୍ଚାଇଲେ ଗାଁ ଲୋକେ। ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ବଡ଼ିପଦର ପଞ୍ଚାୟତର ମେଟାଗୁଡ଼ା ଗାଁରେ। ପାରିବାରିକ କଳହରୁ ସ୍ତ୍ରୀ ବିଷପାନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ଖବର ତାଙ୍କ ସଂପର୍କୀୟ ଜାଣିବାପରେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତେବେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ନଆସିବାରୁ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ବିଏମ୍ସି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ସୁଦ୍ଧା ପ୍ରାୟ ୮୦ହଜାର ହିତାଧିକାରୀଙ୍କୁ ୨୫୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାସ୍ତାରେ ପଡ଼ିଥିବା ଗଛକୁ ସଫା କରିବା ପାଇଁ ୫୦୦ରୁ ଅଧିକ ଟ୍ରାକ୍ଟର, ଜେସିବିକୁ କାର୍ଯ୍ୟରେ ଲଗାଯାଇଛି। ତେବେ ୨ଦିନ ମଧ୍ୟରେ ରାଜଧାନୀର ସ୍ଥିତି ସ୍ୱାଭାବିକ ହେବ ବୋଲି ବିଏମ୍ସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା […]
କଲ୍ୟାଣସିଂହପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି। ଲାଞ୍ଚ ନଦେବାରୁ ଘର ଅନ୍ୟ କାହାକୁ ଦିଆଯାଇଥିବା ଅଭିଯୋଗ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଖରଜୋଡ଼ା ଗାଁର ଅଙ୍ଗଦ ମହାନନ୍ଦିଆ ଏନେଇ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ତାଲିକାରେ ତାଙ୍କ ନାଁ ରହିଥିଲା। ମାତ୍ର ହାତଗୁଞ୍ଜା ନଦେଇପାରିବାରୁ ତାଙ୍କ ନାଁରେ ଆସିଥିବା ଘର ଅନ୍ୟ ଜଣଙ୍କୁ ଦିଆଯାଇଛି। ଏମିତି କି ତାଙ୍କ ନାଁରେ ଘର ଥିଲେ ବି ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଆସିଛି […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ରେ ଫସଲ କ୍ଷୟକ୍ଷତି ନେଇ ସରକାରଙ୍କ ଆକଳନ ସଂପର୍କରେ ସୂଚନା ଲୋକ ସଂପର୍କ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି। ୧୪ଟି ଜିଲ୍ଲାର ୮୮ ବ୍ଲକ୍ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଛି। ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି। ୧୨ ହଜାର ୨୭୭ ହେକ୍ଟର ଜମିର ନଡ଼ିଆ, ଆମ୍ବ ଚାଷ ନଷ୍ଟ ହୋଇଥିବା ସୂଚନା ଲୋକ ସଂପର୍କ ସଚିବ କହିଛନ୍ତି। ତେବେ କ୍ଷତି ଭରଣା ପାଇଁ ୧୪୫.୪୫ […]
ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ସୁପରିଚାଳିତ ପାଇଁ ଭୁବନେଶ୍ୱର ଡିଜିଙ୍କ କ୍ୟାମ୍ପ ଅଫିସ୍ରେ ଆନ୍ତଃରାଜ୍ୟ ପୁଲିସ୍ ଅଧିକାରୀଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ ସମୟରେ ନକ୍ସଲ, ଅପରାଧିକ ତତ୍ତ୍ୱ, ଟଙ୍କା ଚାଲାଣ, ଫେକ୍ ନୋଟ୍ ଓ ବେଆଇନ ସାମଗ୍ରୀ ପ୍ରବେଶ ଉପରେ କିଭଳି ରୋକ୍ ଲଗାଇହେବ ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି। ବିଶେଷ କରି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା, ମାଓ ଦମନ ଓ ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ସହ ନିର୍ବାଚନ […]
ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ବ୍ୟାଙ୍କ୍କରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ୨୮୩ ଗ୍ରାମ୍ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ। ବ୍ୟକ୍ତି ଜଣଙ୍କ ନିଜ ପୋଷାକ ବୋତାମରେ ସୁନା ଆଣୁଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇଁ କଷ୍ଟମ ବିଭାଗ ସୁନାକୁ ଜବତ କରିଥିଲା।
ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବରରେ ଭାରତକୁ ପ୍ରଥମ ରାଫେଲ୍ ବିମାନ ଆସିବ। ରାଫେଲ ଯୁଦ୍ଧ ବିମାନକୁ ନେଇ ଫ୍ରାନ୍ସର ଯୁଦ୍ଧ ବିମାନ କମ୍ପାନୀ ଦାସୋ ସିଇଓ ଏହି ବକ୍ତବ୍ୟ ରଖିଛନ୍ତି। ଭାରତକୁ ୩୬ଟି ରାଫେଲ୍ ବିମାନ ପ୍ରଦାନ କରାଯିବ ବୋଲି କହିଛି ଦାସୋ। ଯଦି ସରକାର ଅଧିକ ବିମାନ ଚାହିଁବେ, ତେବେ ଆବଶ୍ୟକ ମୁତାବକ ଏହି ସବୁ ବିମାନ ପ୍ରଦାନ କରାଯିବ। ତେବେ ରାଫେଲ ବିମାନକୁ ନେଇ କୌଣସି ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଛନ୍ତି ଦାସୋ ଆଭିଏସନ୍ […]
କାମାକ୍ଷାନଗର : ନବବଧୂଙ୍କୁ ଜାଳିଦେଲେ ଶ୍ୱଶୂର ଘର ଲୋକେ! ଆଜି ଏପରି ଅଭିଯୋଗ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରୁ ଆସିଛି। ଯୌତୁକ ପାଇଁ ନବବଧୂ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜିକୁ ୪ ବର୍ଷ ତଳେ ସଦର ଥାନା ବଣସିଂ ଭୁଇଁପୁର ଗ୍ରାମର ପରମାନନ୍ଦ ସ୍ୱାଇଁଙ୍କ ଝିଅ ସୁଚିତ୍ରା ସୁରପ୍ରତାପପୁର ଗ୍ରାମର ଭୋଳା ନାୟକଙ୍କ ବଡ଼ ପୁଅ କୁଲୁ ନାୟକଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା। […]
ପୁରୀ : ରେଳବିଭାଗର ଉତ୍କୃଷ୍ଟ ଯୋଜନାରେ ସାମିଲ ହୋଇଛି ପୁରୀ-ଦୁର୍ଗ ଏକ୍ସପ୍ରେସ୍। ପ୍ରଥମଥର ଲାଗି ପୁରୀ ଷ୍ଟେସନର ୮ନମ୍ବର ପ୍ଲାଟ୍ଫର୍ମରୁ ଦୁର୍ଗ ଅଭିମୁଖେ ପରୀକ୍ଷା ମୂଳକ ଯାତ୍ରା କରିଛି ଏହି ଅତ୍ୟାଧୁନିକ ଟ୍ରେନ୍। ପୁରୀ-ଦୁର୍ଗ ଏକ୍ସପ୍ରେସ୍ର ୧୮ଟି କୋଚ୍ ହଳଦିଆ ଓ ଗାଢ଼ ବାଦାମୀ ରଙ୍ଗର ହୋଇଥିବାବେଳେ ବିମାନ ଭଳି ଟ୍ରେନ୍ରେ ସେବା ଯୋଗାଇଦେବାକୁ ପ୍ରୟାସ କରାଯାଇଛି। ପ୍ରତି କୋଚ୍ରେ ଅଗ୍ନି ନିର୍ବାପକ ଯନ୍ତ୍ର, ନୂଆ ଗଦି, କମ୍ବଳ, ସିଟ୍ ଓ ତକିଆର ବନ୍ଦୋବସ୍ତ କରାଯାଇଛି। ବାୟୋ […]
ଢେଙ୍କାନାଳ : ଢେଙ୍କାନାଳ କଙ୍କାଡ଼ାହାଡ଼ ବ୍ଲକ୍ ଖନ୍ଦା ପଦ୍ମପୁରରେ ୫ ମାସ ହେଲା ହିତାଧିକାରୀଙ୍କୁ ମିଳିନି ରାସନ ସାମଗ୍ରୀ। ଡିଲର ହଇରାଣ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଗତ ବର୍ଷ ଅକ୍ଟୋବରରୁ ସେମାନଙ୍କୁ ଖାଉଟି ସାମଗ୍ରୀ ମିଳିନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ରାସନ ନମିଳିଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ। ସେପଟେ ବ୍ଲକ୍ ଯୋଗାଣ ଅଧିକାରୀଙ୍କୁ ତଦନ୍ତ […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ତାଳବରକୋଟରେ ଆୟୋଜିତ ଜନ ସମାବେଶରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗୋଡ଼ିପଡିଆ ଠାରେ ଥିବା କଳିଙ୍ଗ ସୂତାକଳ ପୁନଃରୁଦ୍ଧାର ଦାବିରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ଭଜନ, କୀର୍ତ୍ତନ, ହୁଳହୁଳି ଓ ପାଇକ ନାଚ ମାଧ୍ୟମରେ ବୈଜୟନ୍ତଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟରେ ପରିବର୍ତ୍ତନର ସ୍ୱର ଶାଣିତ ହେବା ଦରକାର ବୋଲି ଏହି ଅବସରରେ କହିଥିଲେ ବୈଜୟନ୍ତ। […]
ରାଇରଙ୍ଗପୁର : ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ୱାମୀ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କାଙ୍କି ଗାଁରେ ଘଟିଛି ହତ୍ୟାକାଣ୍ଡ। ଅଭିଯୁକ୍ତ ସ୍ୱାମୀ ଭାନେ ମାର୍ଡି ବହଳଦା ଥାନାରେ ଆତ୍ମସମର୍ପଣ କରିବା ପରେ ପୁଲିସ୍ କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଭାନେ ଓ ବୁନି ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ହୋଇ ଭାନେ ଠେଙ୍ଗାରେ ସ୍ତ୍ରୀ ବୁନିକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ବୁନିଙ୍କ ମୃତ୍ୟୁ ହୋଇଥିଲା। […]
ଖୋର୍ଦ୍ଧା : ବିଜେପି ଓଡ଼ିଶାରେ ୨୦ ମିଶନ ପୁରା କରି ସୁଶାସନ ଦେବ। ଓଡ଼ିଶା ଗସ୍ତରେ ଆସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏହି ଦୃଢୋକ୍ତି କରିଛନ୍ତି। ଏହାସହ ପାଇକ ବିଦ୍ରୋହର ୨ ଶହ ବର୍ଷ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ପ୍ରସ୍ତୁତ ଥିବାବେଳେ ଓଡ଼ିଶା ସରକାର ଏଥିପାଇଁ ଜମି ଦେଉନାହାନ୍ତି। ମହାପୁରୁଷଙ୍କ ସମ୍ମାନ ପ୍ରତି ନବୀନ ସରକାରର ନିଘା ନାହିଁ ବୋଲି ଟାର୍ଗେଟ କରି କହିଛନ୍ତି ଯୋଗୀ ଆଦିତ୍ୟନାଥ। ରାଜ୍ୟ ସରକାରଙ୍କ ମୁଖା […]
ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବ୍ରହ୍ମଗିରି ବ୍ଲକ୍ କୃଷ୍ଣପ୍ରସାଦରେ ପହଞ୍ଚି କୃଷ୍ଣପ୍ରସାଦ-ଜହ୍ନିକୁଦ ରାସ୍ତା, ଆଇଟିଆଇ ଛାତ୍ରାବାସ ଓ ଛାତ୍ରୀନିବାସ, ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନ କରିବା ସହ ପଣସପଦା ବିଦ୍ୟୁତ୍ ସବ୍ଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ୫ଟି ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ କୃଷ୍ଣପ୍ରସାଦ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମଧ୍ୟ ଭିତ୍ତି ପ୍ରସ୍ତର […]
କନ୍ଧମାଳ : କନ୍ଧମାଳରେ ଅଘଟଣ। ଜି.ଉଦୟଗିରି ଥାନା ମଗରଗୁଡ଼ାରେ ମାଆ ସହ ଜଳିଗଲେ ଦୁଇ ଜଣ ଶିଶୁ କନ୍ୟା। ନିଆଁ ଲାଗି ମଗରଗୁଡ଼ା ଗାଁର ବିମଳ ପ୍ରଧାନଙ୍କ ସ୍ତ୍ରୀ ଓ ଦୁଇ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଝୁଲିମା ପ୍ରଧାନ, ୯ ମାସର ଝିଅ ରୂପାଲି ଓ ଦେଢ଼ ବର୍ଷର ଝିଅ ସୋନାଲି। ଘରେ ନିଆଁ ଲାଗି ପୋଡ଼ି ଯାଇଥିଲେ ତିନି ଜଣ। ପୁଲିସ୍ ପହଞ୍ଚି ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳର ଛଡ଼ା ଗାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ଅଭିଯୁକ୍ତ ତମ୍ପଡ଼ା ଗୋଚ୍ଛାୟତକୁ ଧରି ପୁଲିସ୍ର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ମିଳିଥିବା ସୂଚନା ମୁତାବକ ,ବାଲିକୋଟି ଗାଁର ତମ୍ପଡ଼ା ଯୁବତୀଙ୍କ ଘରକୁ ଅଟୋ ନେବା ଲାଗି ଆସିଥିଲା। ଏତିକିବେଳେ ଘରେ କେହି ନଥିବାରୁ ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ଚିତ୍କାର କରିବାରୁ ଗାଁ ଲୋକେ ପହଞ୍ଚି ତମ୍ପଡ଼ାକୁ ଧରି ନିସ୍ତୁକ ମାଡ଼ […]