ନୂଆପଡ଼ା( ମାୟାଧର ସରାଫ୍) : ନୂଆପଡ଼ା ବିଜେଡିକୁ ଶକ୍ତ ଧକ୍କା। ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ପାଢ଼ୀ ଏବଂ ତାଙ୍କ ସହ ମଧ୍ୟ ଇସ୍ତାଫା ଦେଇଛନ୍ତି ଛାତ୍ର ନେତା ହେମନ୍ତ କର ଓ ଅନ୍ୟ ବରିଷ୍ଠ ବିଜେଡି ନେତା। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେମାନେ ସମସ୍ତେ ବିଜେପିରେ ମିଶିଛନ୍ତି। ବିଜେଡିରେ ଅଣଦେଖା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାରେ ପ୍ରଭାବିତ ହୋଇ ବିଜେଡି ଛାଡ଼ିଥିବା ଏମାନେ କହିଛନ୍ତି। ଆଗାମୀ […]
ଭୁବନେଶ୍ୱର : ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ। ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଭୁବନେଶ୍ୱର କେଶୁରା ସ୍ଥିତ ଆଶୁତୋଷ ନଗରରେ ଏହି ଘଟଣା ଘଟିଛି। ଗତକାଲି ଆଶୁତୋଷ ନଗର ଅଞ୍ଚଳରେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମହିଳାଙ୍କ ପରିବାର ଲୋକେ ପହଞ୍ଚିଥିଲେ। ତେବେ ପୁଲିସକୁ ଏ ସମ୍ପର୍କରେ ଶାଶୂ ଘର ଲୋକେ ଜଣାଇନଥିବା ସେମାନେ କହିଛନ୍ତି। ଗତ କିଛି ଦିନ ଧରି ଯୌତୁକକୁ ନେଇ ଶାଶୂ […]
ଭୁବନେଶ୍ୱର : ଆଜି ମାଟ୍ରିକ୍ରେ ହେବ ବିଜ୍ଞାନ ବିଷୟରେ ପରୀକ୍ଷା। ମାଟ୍ରିକ୍ ପରୀକ୍ଷାରେ କେବଳ ସଂସ୍କୃତ ବିଷୟକୁ ଛାଡିଦେଲେ ଆଉ ସମସ୍ତ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଏଥିରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଅନିୟମିତତାରେ ସାମିଲ ଶିକ୍ଷକଙ୍କ ବିରୋଧରେ ଏତଲା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ମାଲକାନଗିରି ପଡ଼ିଆ SSD ହାଇସ୍କୁଲରେ ଗଣିତ ପରୀକ୍ଷାର OMR ସିଟ୍ ଗାଏବ ମାମଲାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ପରୀକ୍ଷା ସେଣ୍ଟର […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକକୁ ନେଇ ବିଜେପିର କଡ଼ା ସମାଲୋଚନା। ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି। ରାଜ୍ୟ ସରକାର ୨୦୧୪ ମସିହାରେ ଘୋଷଣା କରିଥିବା ଇସ୍ତାହାର ପୂରଣ କରିବାରେ ଫେଲ୍ ମାରିଥିବା ସେ ଅଭିଯୋଗ କରିଛନ୍ତି। ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ଗ୍ରାମାଞ୍ଚଳରେ ସ୍ୱଂୟ ସମ୍ପୂର୍ଣ୍ଣ ହସ୍ପିଟାଲ ପ୍ରତିଷ୍ଠା ନିର୍ମାଣ, ସବୁ ଜିଲ୍ଲାର ବ୍ଲକ୍ସ୍ତରରେ ରକ୍ତ ଭଣ୍ଡାର ଓ ଭ୍ରାମ୍ୟମାଣ ଡାକ୍ତରଖାନା […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କିଛି ଦିନର ବ୍ୟବଧାନ ପରେ କେନ୍ଦ୍ରାପଡ଼ାରେ ଆଉ ଏକ ଏନ୍କାଉଣ୍ଟର୍। ଦୁର୍ଦ୍ଦାନ୍ତ ଅପରାଧୀ ତଥା ସାର୍ପ ସୁଟର୍ ବିଜୟ ନାୟକକୁ ଏନ୍କାଉଣ୍ଟର ହୋଇଛି। କେନ୍ଦ୍ରାପଡ଼ାର କଜଳ ନିକଟସ୍ଥ ଏନ୍ଏଚ୍-୫ ନିକଟରେ ହୋଇଛି ଏନ୍କାଉଣ୍ଟର। ଦୀର୍ଘ ବର୍ଷ ଧରି ନିଜ ପରିଚୟ ଲୁଚାଇ ପୁଲିସ୍କୁ ଚକ୍ମା ଦେଉଥିଲା ବିଜୟ। ତେବେ ଆଜି ସେ ଗୌରୀ ବରହମ୍ପୁରରେ ଥିବା ଘରକୁ ଆସୁଥିବା ବେଳେ ପୁଲିସକୁ ଏନେଇ ଖବର ମିଳିଥିଲା। କେନ୍ଦ୍ରାପଡ଼ା ସଦର ପୁଲିସ୍ ଓ ସ୍ପେଶାଲ୍ […]
ଭୁବନେଶ୍ୱର : ସହିଦନଗର ଥାନା ଭଙ୍ଗାରୁଜା ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୁଲିସ। ଏହି ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି କମିଶନରେଟ୍ ପୁଲିସ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଗୁଡିକ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ଏହି ଘଟଣାରେ ସଂପୃକ୍ତ କାହାକୁ ଛଡାଯିବ ନାହିଁ ବୋଲି ପୁଣି ଥରେ କହିଛନ୍ତି ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି। ରବିବାର ରାତିରେ କିଛି ଦୁର୍ବୃତ୍ତ ସହିଦନଗର ଥାନା ଭିତରେ ପଶି ଏଏସ୍ଆଇ […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ SSD ହାଇସ୍କୁଲରୁ ମାଟ୍ରିକ୍ ଗଣିତ OMR ସିଟ୍ ଗାଏବ ହେବା ଘଟଣାରେ ଆଉ ୨ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ପଡ଼ିଆ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ସୁପାରିସ୍ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ଜଳନ୍ଧର ବେହେରା ଓ ପ୍ରଭାକର ପାତ୍ରଙ୍କୁ ନିଲମ୍ବନ କରିଛନ୍ତି। ଏହା ପୂର୍ବରୁ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ଉପ ଅଧୀକ୍ଷକଙ୍କୁ ନିଲମ୍ବନ କରାଯାଇଥିଲା। ଗତକାଲି ସ୍କୁଲରୁ ମାଟ୍ରିକ୍ ପରୀକ୍ଷାର ଗଣିତ ବିଷୟର […]
ଭୁବନେଶ୍ୱର : ମାଡ଼ ଖାଇ ବି ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁନି ଭୁବନେଶ୍ୱର କମିଶନରେଟ୍ ପୁଲିସ। ଏତଲା ରୁଜୁ ହୋଇଛି। ହେଲେ ଘଟଣାର ୩୬ ଘଣ୍ଟା ପରେ ବି ଜଣେ ହେଲେ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ। ଗତକାଲି ଠାରୁ ସିସିଟିଭି ଫୁଟେଜ ପାଇ ତଦନ୍ତ କରୁଥିବା ପୁଲିସ କାହାକୁ ଗିରଫ କରି ପାରିନାହିଁ। ଅଭିଯୁକ୍ତମାନେ ଶାସକ ଦଳର ହୋଇଥିବାରୁ, ପୁଲିସ ନିଜ ଉପରେ ହୋଇଥିବା ଆକ୍ରମଣକୁ ବି ହଜମ କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ହୋଇଛି। […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଆଉ ନିର୍ବାଚନ ଲଢ଼ିବେ ନାହିଁ ଢେଙ୍କାନାଳ ସାଂସଦ ତଥା ବରିଷ୍ଠ ବିଜେଡି ସାଂସଦ ତଥାଗତ ସତପଥୀ। ଓଟିଭି ସହ କଥା ହୋଇ ତଥାଗତ ଏନେଇ ସ୍ପଷ୍ଟ କରିଛନ୍ତି। ପୁଅ ଓ ସାମ୍ବାଦିକତା ପାଇଁ ରାଜନୀତି ଛାଡୁଛନ୍ତି ବୋଲି ତଥାଗତ କହିଛନ୍ତି। ସାମ୍ବାଦିକତା କର ଓ ଘରେ ରୁହ ବୋଲି ପୁଅ କହିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ସବୁ ସାମ୍ବାଦିକ ମୁଣ୍ଡ ବିକି ଦେଇଛନ୍ତି। ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକଙ୍କର […]
ମାଲକାନଗିରି( ଜିତେନ୍ଦ୍ର ବେଉରା): ସମ୍ବିଧାନ ବଞ୍ଚାଅ ଆହ୍ୱାନରେ ସମ୍ବିଧାନ ସୁରକ୍ଷା କମିଟି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଦଳିତ, ଅନ୍ୟାନ୍ୟ ପଛୁଆବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଏହି ବନ୍ଦ ପାଳନ ହେଉଛି। ମଞ୍ଚର ଡାକରାକୁ ସମର୍ଥନ କରି ମାଲକାନଗିରିରେ ବନ୍ଦ ପାଳନ ହୋଇଛି। ଫଳରେ ଜିଲ୍ଲାରେ ଜନଜୀବନ ଠପ୍ ହୋଇଛି। ସେହିପରି ନବରଙ୍ଗପୁରରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା […]
ପଟ୍ଟାମୁଣ୍ଡାଇ ( ପ୍ରବୀର ନାୟକ) : ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହୋଇଛି ମୃତଦେହ। ମୃତ ଛାତ୍ରୀ ହେଉଛନ୍ତି ସରୋଜିନୀ ଦାସ। ମିଳିଥିବା ସୂଚନା ଅନୁସାରେ, ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା ଇଟାପଡ଼ା ଗାଁରେ। ସେ ପଟ୍ଟାମୁଣ୍ଡାଇ ରମାଦେବୀ ନର୍ସିଂ କଲେଜରେ ପାଠ ପଢୁଥିଲେ। ସେ ପଟ୍ଟାମୁଣ୍ଡାଇ ମ୍ୟୁନସିପାଲିଟି ଅନ୍ତର୍ଗତ ବେଲତଳ ଗାଁରେ ଭଡ଼ାରେ ରହୁଥିଲେ। ଗତକାଲି ରାତିରେ ପୁଲିସ ଖବର ପାଇ ଭଡ଼ା ଘରକୁ ଯାଇ ସରୋଜିନୀଙ୍କ […]
ଭୁବନେଶ୍ୱର : ଆଉ ନିର୍ବାଚନ ଲଢ଼ିବେ ନାହିଁ ଢେଙ୍କାନାଳ ସାଂସଦ ତଥା ବରିଷ୍ଠ ବିଜେଡି ସାଂସଦ ତଥାଗତ ସତପଥୀ। ଏ ନେଇ ସେ ଗତକାଲି ଅନୁଗୁଳରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଏ ସଂପର୍କରେ ସଂକେତ ଦେଇଛନ୍ତି। ଖୁବ୍ ଶୀଘ୍ର ସେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଅବଗତ କରାଇବେ ବୋଲି ଜଣାପଡ଼ିଛି। ସାମ୍ବାଦିକତାକୁ ପୁଣି ଗୁରୁତ୍ୱ ଦେବେ ବୋଲି ତଥାଗତ କହିଥିବା ସୂଚନା ମିଳିଛି। ତଥାଗତ ସତପଥୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ମିନି ମାରାଥନ ଆୟୋଜନ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସକାଳ ୭ଟାରେ ବିମାନବନ୍ଦର ପାଖ ବିଜୁ ପଟ୍ଟନାୟକ ଛକରୁ ମାରାଥନ ଆରମ୍ଭ ହୋଇ ଶିଶୁ ଭବନ, ରାଜମହଲ, ଏଜି ସ୍କୋୟାର, ରାଜଭବନ, ପାଓ୍ୱାର ହାଉସ ଛକ ହୋଇ କଳିଙ୍ଗ ଷ୍ଟାଡିଅମ ଯାଏ ଚାଲିଥିଲା ମିନି ମାରାଥନ। ସୂଚନା ଅନୁସାରେ, ଏଥିରେ […]
ଭୁବନେଶ୍ୱର : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ରାଜ୍ୟରେ ପାଳନ ହେଉଛି ପଞ୍ଚାୟତିରାଜ ଦିବସ। ସେପଟେ ଆଜିଠୁ ବିଜେଡି ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ। ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ପହଞ୍ଚିବା ଓ ରାଜ୍ୟ ସରକାରଙ୍କ ସଫଳତାକୁ ବଖାଣିବା ପାଇଁ ଏହି ଅଭଯାନ ଆରମ୍ଭ କରିବ ଦଳ। ୧୯ ବର୍ଷ କ୍ଷମତାରେ ରହିବାପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ SSD ହଇସ୍କୁଲରୁ ମାଟ୍ରିକ୍ ଗଣିତ OMR ସିଟ୍ ଗାଏବ ଘଟଣାରେ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ରର ଅଧୀକ୍ଷକ ବିଦ୍ୟୁତ କୁମାର ପାତ୍ର ଓ ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଆଜି ଏହି ଦୁଇ ଜଣଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଥିଲା । ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଦେଶ କ୍ରମେ ପଡ଼ିଆ ଥାନାରେ ଏତଲା ଦେଇଥିଲେ ସ୍ଥାନୀୟ ବିଇଓ। ଏଥି ସହ ପରୀକ୍ଷା କେନ୍ଦ୍ର ଅବଜର୍ଭର ଓ ଜଣେ ପିଅନଙ୍କ ନାଁରେ […]
ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ରାତି ୧୦ଟାରେ ମହାଦୀପ ଉଠିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ଆଗରୁ ଉଠିଥିଲା ମହାଦୀପ। ଆଜି ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳିଥିଲେ ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ଅପେକ୍ଷା କରିଥିଲେ ମହାଦୀପ ଦର୍ଶନକୁ। ମହାଦୀପ ଉଠିବା ପରେ ହଜାର ହଜାର ଭକ୍ତ ଏହାର ଦର୍ଶନ କରିଥିଲେ। ପ୍ରଭୁ ଲିଙ୍ଗରାଜଙ୍କ […]
କୋଣାର୍କ ( ସଂଜୟ ପତି) : ପୁରୀ ଜିଲ୍ଲା କାକଟପୁର ରାସ୍ତା କଲରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱା ତଳେ ଚାପି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମୃତକ ହେଲେ ଜଗନ୍ନାଥପୁରର ବାବୁଲି ବେହେରା। ଆହତ ପ୍ରକାଶ କାଣ୍ଡିଙ୍କୁ ଚାରି ଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ନିମାପଡ଼ା-କାକଟପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ […]
ଭୁବନେଶ୍ୱର : ଆସନ୍ତାକାଲିଠୁ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ କରିବ ବିଜେଡି। ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଏକ ଅଭିଯାନ ଆରମ୍ଭ କରିବ ବିଜୁ ଜନତା ଦଳ। ଅଭିଯାନର ନାଁ ରହିଛି ‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’। ନିର୍ବାଚନ ଇସ୍ତାହାର ପାଇଁ ୮୬ ଲକ୍ଷ ଘରେ ପହଞ୍ଚି ମତାମତ ସଂଗ୍ରହ କରାଯିବ। ଏ ନେଇ ଆଜି ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ବିଜେଡି ନେତା ଅରୁଣ ସାହୁ ଓ ସସ୍ମିତ ପାତ୍ର। […]
କାମାକ୍ଷାନଗର ( ରାକେଶ ଦେହୁରୀ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅଚିହ୍ନା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ। କଙ୍କଡ଼ାହାଡ଼ ଥାନା ଆମ୍ବତଇଲା ଗାଁ ପାଖ ବିଲରେ ମହିଳାଙ୍କ ମୃତଦେହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିରହିଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ତେବେ ମୃତ ମହିଳାଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ। ସେପଟେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଧର୍ମଗଡ଼ : ହାଣ୍ଡିଶାଳରେ ବିସ୍ଫୋରଣ। ରୋଷେଇ କରୁଥିବାବେଳେ ରନ୍ଧନଗ୍ୟାସ୍ ସିଲିଣ୍ଡର ଫାଟି ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଟେମରୀ ଗାଁରେ। ଗାଁର ସୁକାନ୍ତି ପୁଟେଲ ନାମକ ଜଣେ ମହିଳା ଗ୍ୟାସ୍ ଲଗାଇ ରୋଷେଇ କରୁଥିଲେ। ଏହି ସମୟରେ ବିସ୍ଫୋରଣ ହୋଇଥିଲା। ଫଳରେ ପାଖରେ ଥିବା ତାଙ୍କ ୨୨ ବର୍ଷର ପୁଅ ସଂଜୀବଙ୍କ ମୃତ୍ୟୁ ହେବା ସହ ଘରର ଛାତ ଉଡ଼ିଯାଇ ନିଆଁ ଲାଗିଯାଇଥିଲା। […]
ପୁରୀ : ପୁରୀ-କୋଣାର୍କ ବେଳାମାର୍ଗର ଟିକନା ସ୍ଥିତ ପୁରୀ ଜିଲ୍ଲା କାରାଗାରରେ ବିଚାରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାଁ ଶେଖ୍ ଆକବର ମେହେମୁଦ୍। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ସରଧାପୁରରେ। ପୁଲିସର କହିବା କଥା, ଜଣେ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲ୍ରେ ରଖାଯାଇଛି। ଆଜି ମଧ୍ୟାହ୍ନରେ ଖାଇ ସାରିବା ପରେ ସେ ନିଜ କୋଠରୀ ନିକଟରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ୍ କହିଛି। […]
ଭୁବନେଶ୍ୱର : ପୌର କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନ ହାରରେ ଦରମା। ରାଜ୍ୟର ପୌର କର୍ମଚାରୀଙ୍କ ଲାଗି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଘୋଷଣା ରାଜ୍ୟର ସବୁ ପୌରସଂସ୍ଥାରେ ଲାଗୁ ହେବ। ୨୦୧୬ମସିହା ଏପ୍ରିଲ ପହିଲାରୁ ପିଛିଲା ଭାବେ ସପ୍ତମ ବେତନ କମିଶନ ହାରରେ ଦରମା ପାଇବେ ପୌର କର୍ମଚାରୀ। ରାଜ୍ୟ ନିଜ ପାଣ୍ଠିରୁ ଏହି ଅତିରିକ୍ତ ଖର୍ଚ୍ଚ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା ) : ଚାଷ ଜମିକୁ ପାଣି ମାଡ଼ିବ। ଭଲ ଫସଲ ହେବ। ଋଣ ଶୁଝି ହସଖୁସିରେ ପରିବାର ପ୍ରତିପୋଷଣ କରିବେ। ଏ ଆଶା ନେଇ ରାଜ୍ୟ ସରକାର ବିଜୁ କୃଷକ ବିକାଶ ଯୋଜନା ଅନ୍ତର୍ଗତ ଗଭୀର ନଳକୂପ ସେଚନ ଯୋଜନାରେ, କୋରାପୁଟ ମହାଦେଇପୁଟ ପଞ୍ଚାୟତର ଅନେକ ଚାଷୀ କୋରାପୁଟ ସ୍ଥିତ ୟୁନିୟନ ବ୍ୟାଙ୍କ୍ରେ ୧୦ହଜାର ଟଙ୍କା ଲେଖାଏଁ ବାନ୍ଧିଥିଲେ। ହେଲେ ଆଶା ରହିଗଲା ଆଶାରେ। ଆଜକୁ ଦେଢ଼ ବର୍ଷ ହେଲା ବୋର୍ୱେଲ ଖୋଲା […]
ମୋହନା : ପରକୀୟା ପ୍ରୀତିରୁ ଜଣେ ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଅନ୍ୟ ଜଣେ ମହିଳା। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ମହିଳା ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଧରି ପୁଲିସର ଜିମା ଦେଇଛନ୍ତି ଗାଁ ଲୋକେ। ଆହତ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ଅନୈତିକ ସଂପର୍କ ଥିବାରୁ ଏଭଳି ଆକ୍ରମଣ କରିଥିବା ସ୍ୱୀକାର କରିଛନ୍ତି। ପୁଲିସ୍ ଅଧିକ ତଥ୍ୟ ଜାଣିବା […]
ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବଢ଼ିବ ଯାତ୍ରୀ ପରିବହନ କ୍ଷମତା। ଆଗକୁ ଏହି ବିମାନବନ୍ଦରରେ ସମସ୍ତ ଆଧୁନିକୀକରଣ ସହ ଏହାର ଯାତ୍ରୀ ପରିବହନ କ୍ଷମତାକୁ ୩ ଗୁଣା ବୃଦ୍ଧି କରାଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା। ସିହ୍ନା କହିଛନ୍ତି, ଏବେ ୩୦ ଲକ୍ଷ ଯାତ୍ରୀ ପରିବହନ କ୍ଷମତା ଥିବା ବେଳେ ଆଗକୁ ଏହା ୯୦ ଲକ୍ଷ ହେବ। ଏଥିପାଇଁ ଆଉ ଏକ ନୂଆ ଟର୍ମିନାଲ ନିର୍ମାଣ […]