ନୟାଗଡ଼( ସତ୍ୟ ନାରାୟଣ ସୁରଜଗ୍ଦେବ) : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଧାରଣା। ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ଫତେଗଡ଼ ଥାନା ବାଇଗୁଣିଆ ଗାଁର ଶ୍ରଦ୍ଧାଞ୍ଜଳି ପ୍ରଧାନ। ନୂଆଗାଁ ଅଞ୍ଚଳ ସଂପଡା ଗାଁର ସନ୍ତୋଷ ନାୟକଙ୍କୁ ବିବାହ କରିଥିଲେ ଶ୍ରଦ୍ଧାଞ୍ଜଳି। ବିବାହର ୪ ମାସ ପରେ ଯୌତୁକ ଦାବି କରି ଶାଶୁ ଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଯୌତୁକ ନଆଣିବାରୁ ଶ୍ରଦ୍ଧାଞ୍ଜଳିଙ୍କୁ ଘରୁ ବାହାର କରିଦେବା […]
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ) : ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ। ଗତକାଲି ସଂଜୟ ଦାସବର୍ମା ହେଲିକପ୍ଟରରେ ଆସି ଅପରାହ୍ନ ପ୍ରାୟ ୫ଟା ୧୫ ମିନିଟରେ ରେବଣା ନୂଆଗାଁ କେରାଣ୍ଡିଆ ହେଲିପ୍ୟାଡରେ ଅବତରଣ କରିଥିଲେ। ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରଶ୍ନ କରିଛନ୍ତି, ହେଲିକପ୍ଟର ଲାଣ୍ଡିଂ ପାଇଁ ୭୨ ଘଣ୍ଟା ଆଗରୁ ଅନୁମତି ଦରକାର। କିନ୍ତୁ ବିଧାୟକ ମାତ୍ର ୨୪ ଘଣ୍ଟା ମଧ୍ୟରେ ମୌଖିକ ଅନୁମତି […]
ବାଲେଶ୍ୱର/ ନୂଆପଡ଼ା/ ବୌଦ୍ଧ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ। ବାଲେଶ୍ୱରରେ ସଂଧ୍ୟାରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ବେଗରେ ପବନ ବହିଥିଲା। ଫଳରେ କିଛି ଅଞ୍ଚଳରେ ଗଛପତ୍ର ଛିଣ୍ଡି ପଡ଼ିବା ସହ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ସେହିପରି ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଅଧିକ ରହିଛି। ଅପରାହ୍ନ ୩ରୁ ୪ଟା ମଧ୍ୟରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ […]
କଟକ : ଗିରଫ ଅଭିଯୁକ୍ତକୁ ନେଇ ଦ୍ୱନ୍ଦ୍ୱ। ପୁରୁଣା ୱାରେଣ୍ଟ ଆଧାରରେ କଟକ ଲାଲ୍ବାଗ ପୁଲିସ୍ ଚନ୍ଦନ ମହାରଣା ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ନେଇ ଦେଖାଦେଇଛି ବିବାଦ। ଚନ୍ଦନ କୌଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ନାହାନ୍ତି, ପୁଲିସ୍ ମିଛ ମାମଲାରେ ଗିରଫ କରିଥିବା ଚନ୍ଦନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଡିସିପି କହିଛନ୍ତି, ପୁରୁଣା ୱାରେଣ୍ଟ ବଳରେ ଚନ୍ଦନକୁ ଗିରଫ କରାଯାଇଛି। ତଥାପି ପରିବାର ଲୋକଙ୍କ ଅଭିଯୋଗକୁ ଗୁରୁତର ସହ ନିଆଯାଇ ତଦନ୍ତ […]
ଭଦ୍ରକ(ତପନ ସ୍ୱାଇଁ) : ବଞ୍ଚି ଥାଉ ଥାଉ ରୋଗୀଙ୍କୁ ମାରି ଦେଲେ ଡାକ୍ତର। ଭଦ୍ରକ ଡାକ୍ତରଖାନାରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବା ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଷ୍ଟମୋର୍ଟମ ହେବାକୁ ଯିବା ଆଗରୁ ରୋଗୀଙ୍କର ହୋସ୍ ଆସିବା ପରେ ପଦାରେ ପଡ଼ିଥିଲା ଡାକ୍ତରଙ୍କ କାରନାମା। ସୂଚନା ଅନୁସାରେ, ଗତକାଲି ରାତିରେ ଭଦ୍ରକ ଧୁଷୁରା ଥାନା ଖଟୁଆପାଟଣା ଗାଁର ସୁଜିତ ଖଟୁଆଙ୍କୁ ଅଚେତ ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ […]
ପୁରୀ (ମଧୁସୂଦନ ମିଶ୍ର) : ପୁରୀ ପୌର ସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟାକ୍ସ। ସହରର ଶତାଧିକ ହୋଟେଲ, ରେଷ୍ଟୁରାଣ୍ଟ, ଲଜିଂ ଦେଇ ନାହାଁନ୍ତି କର। ଟାକ୍ସ ଦେଇନଥିବା ତାଲିକାରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି। ବର୍ଷ ବର୍ଷ ଧରି ହୋଲ୍ଡିଂ ଟାକ୍ସ ବାକି ପଡ଼ିଥିଲେ ବି ପ୍ରଶାସନର ନିଘା ନାହିଁ। ପୁରୀ ପୌରସଂସ୍ଥାର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଥିବା ଅନୁଷ୍ଠାନର ଲମ୍ବା ତାଲିକାରୁ ଜଣାପଡିଛି, ଯେଉଁଥିରେ ହୋଟେଲ ସୋନାଲିର ଦୁଇଟି […]
ବାଲେଶ୍ୱର ( ରଶ୍ମିରଂଜନ ଦାସ୍) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହୋଟେଲ ଉପରେ ଚଢ଼ାଉ। ସହରର ବଡ଼ ବଡ଼ ହୋଟେଲରେ ଚଢ଼ାଉ କରି ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି ଫୁଡ ସିକ୍ୟୁରିଟି ଅଫିସର। ଶୁକ୍ରବାର ୩୫ କେଜି ବାସି ରନ୍ଧାଖାଦ୍ୟ ଜବତ କରାଯାଇ ନଷ୍ଟ କରାଯାଇଥିଲା। ବାଲେଶ୍ୱର ସହରରେ ଏହି ଅଚନାକ ଚଢାଉ ସମୟରେ ବାସି ଖାଦ୍ୟ ସହ ଖାଦ୍ୟରେ ବ୍ୟବହାର ହେଉଥିବା ରାସାୟନିକ ସାମଗ୍ରୀ ଜବତ କରାଯାଇଛି। ଏହା ସହ ଖାଦ୍ୟର ନମୁନା ପରୀକ୍ଷା […]
ଭୁବନେଶ୍ୱର : ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ତାଲିକା ଘୋଷଣା କରାଯିବ। ୩ଟି ଲୋକସଭା ଆସନ ପାଇଁ ଜେଏମ୍ଏମ୍, ସିପିଆଇ ଓ ସିପିଏମ୍ ସହ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ମହିଳାଙ୍କୁ ଅଧିକ ଟିକେଟ୍ ଦେବା ପାଇଁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାର୍ଥୀ ଚୟନ ନେଇ ଦିଲ୍ଲୀରେ […]
ସୁବର୍ଣ୍ଣପୁର ( ରବିନ୍ଦ୍ର ହୋତା) : କୂଅରୁ ଭାସୁଥିବା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ। ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ମହଦା ପଂଚାୟତ ବ୍ରାହ୍ମଣୀପାଲି ଗାଁର ସୁଶାନ୍ତ ନାଏକ। ଗତ ୧୦ ତାରିଖରେ ସୁଶାନ୍ତ ପିପିଲିପାଲି ଗାଁକୁ ବରଯାତ୍ରୀ ଆସି ଆଉ ଫେରିନଥିଲେ। ତାଙ୍କ ପରିବାର ଲୋକ ବହୁ ଖୋଜାଖୋଜି ପରେ ନପାଇବାରୁ ବୀରମହାରାଜପୁର ଥାନାରେ ଏକ ନିଖୋଜ ହୋଇଥିବାର ରିପୋର୍ଟ କରିଥିଲେ। ଆଜି ପିପିଲିପାଲି ଗାଁ ମଝିରେ ଥିବା ଏକ କୂଅରେ ସୁଶାନ୍ତଙ୍କ ମୃତ ଦେହ […]
ଭୁବନେଶ୍ୱର : ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କ ବିରୋଧରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲାକୁ ରଦ୍ଦ କରି ଦେଇଛନ୍ତି ହାଇକୋର୍ଟ। ସୂଚନା ଯେ,୨୦୧୦ ମସିହାରେ ଦାମୋଦର ରାଉତ ଏକ ସାଧାରଣ ସଭାରେ ଜାତିଆଣ ଆକ୍ଷେପ କରିଥିଲେ। ଏନେଇ ମନୋଜ ଭୋଇ ନାମକ ଜଣେ ବ୍ୟକ୍ତି କୁଜଙ୍ଗ ଥାନାରେ ଏତଲା ଦେଇଥିଲେ। ଏହାପରେ ମାମଲା ଖାରଜ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦାମୋଦର। ହାଇକୋର୍ଟ ଏହି ମାମଲାକୁ ରଦ୍ଦ କରିଦେଇଛନ୍ତି।
ବାଲେଶ୍ୱର : ଅଧାରେ ଅଟକିଲା ବାହାଘର। ପୁଲିସ୍ ପିଛା କରିବାରୁ ଅଧାବାଟରୁ ଚମ୍ପଟ ମାରିଲା ବର। ଏଭଳି ଘଟଣା ଘଟିଛି ବାଲେଶ୍ୱର ସୋର ଅଞ୍ଚଳରେ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଜଗନ୍ନାଥପୁର ଗାଁର ଜିତେନ୍ଦ୍ର ନାୟକ ନାମକ ଜଣେ ଯୁବକ ସୋର ଥାନା ଅଞ୍ଚଳର ଯୁବତୀଙ୍କୁ ବିବାହ କରିବା ପାଇଁ ବିରାଟ ପଟୁଆରରେ ଯାଉଥିଲେ। ତେବେ ଏହି ସମୟରେ ପୁଲିସ୍ ଜିତେନ୍ଦ୍ରଙ୍କୁ ଗୋଡାଇବା ଯୋଗୁଁ ସେ କାରରୁ ଡେଇଁ ଚମ୍ପଟ ମାରିଥିଲେ। ପୂର୍ବରୁ ଜିତେନ୍ଦ୍ର ଆଉ ଜଣେ […]
ଖୋର୍ଦ୍ଧା (ବଳରାମ ଲେଙ୍କା) : ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ବୋମାମାଡ଼। ଜଣେ ବ୍ୟକ୍ତିଙ୍କ ଘର ଆଗରେ ଥିବା କାର ଉପରକୁ ବୋମା ମାଡ଼ କରି ଦୁର୍ବୃତ୍ତ ଚମ୍ପଟ୍ ମାରିଛି। ସିସିଟିଭିରେ କଏଦ୍ ହୋଇଛି ଏହି ବୋମାମାଡ଼ ବେଳର ଦୃଶ୍ୟ। ୨ ଜଣ ଦୁର୍ବୃତ୍ତ ଆସି କାର ଉପରକୁ ବୋମା ପକାଇ ଦୌଡ଼ି ପଳାଉଛନ୍ତି। ସିସିଟିଭିରେ କଏଦ୍ ହୋଇଛି। ବୋମା ମାଡ଼ରେ କାର୍ର କାଚ ଭାଙ୍ଗି ଯାଇଛି। ଏହି ଘଟଣାରେ ଟାଉନ ଥାନାରେ ଏତଲା ଦିଆଯାଇଛି
ଭୁବନେଶ୍ୱର : ସହିଦ ନଗର ଥାନାରେ ପୁଲିସକୁ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କ ସପକ୍ଷରେ ବାହାରିଛି ଓଡିଶା ଷ୍ଟୁଡେଣ୍ଟ ଲିଡର୍ସ ଫୋରମ। ଜଣେ ଯୁବନେତା ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରନେତାଙ୍କୁ ପୁଲିସ ମାଡ ମାରିବା, ସିଲଟ ଧରାଇବା ଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି ଫୋରମ। ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହିତ ବିଭିନ୍ନ ଫୋରମକୁ ଯିବାକୁ ଚେତାବନୀ ଦେଇଛି ଓଡିଶା ଷ୍ଟୁଡେଣ୍ଟ ଲିଡର୍ସ ଫୋରମ।ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୁଚନା […]
ବାଲିଗୁଡ଼ା: କନ୍ଧମାଳରେ ମାଓ ପୋଷ୍ଟର। ବାଲିଗୁଡ଼ାର ପରମପାଙ୍ଗା ସୁକିଙ୍ଗିଆ ଛକରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲାଗିଛି। ଭୋଟ୍ ବର୍ଜନ ପାଇଁ ପୋଷ୍ଟର ଓ ବ୍ୟାନରରେ ଆହ୍ୱାନ ଦେଇଛନ୍ତି ମାଓବାଦୀ।
ନିଳଗିରି( ବିଶ୍ୱମ୍ବର ଦାସ) : ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ଅଭାବନୀୟ ଘଟଣା। ଅଭୟାରଣ୍ୟର ବାଲିଚୁଆ ପାହାଡ଼ ଉପରେ ଦୁଇ ମାଈ ହାତୀଙ୍କ ମୃତଦେହ ଠାବ କରିଛି ବନ ବିଭାଗ। ଏନେଇ ବନ କର୍ମଚାରୀ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖବର ଦେବା ପରେ RCCF ଓ ACF ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତ ହାତୀ ଦୁଇଟିର ଶବ ବ୍ୟବଚ୍ଛେଦ ପରେ ବନ କର୍ମଚାରୀ ପୋଡ଼ି ଦେଇଥିବା ଜଣାପଡ଼ିଛି। ଆନ୍ଥ୍ରାକ୍ସ ରୋଗରେ ପୀଡ଼ିତ ହୋଇ ହାତୀ ଦୁଇଟିର ମୃତ୍ୟୁ ହୋଇଥିବା […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର-ସୋନପୁର ୨୬ ନମ୍ବର ରାଜପଥର ସୁଦପଡା କଲ୍ୟାଣ ମଣ୍ଡପ ନିକଟରେ ଟ୍ରକ୍ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ବିଳମ୍ବିତ ରାତି ପ୍ରାୟ ୩ଟାରେ ପଂଜାବରୁ ଝାରସୁଗୁଡାକୁ ଆସୁଥିବା କୋଇଲା ବୋଝେଇ ଟ୍ରକ୍ର ଚକ ପଙ୍କଚର ହୋଇଯାଇଥିଲା। ଫଳରେ ଡ୍ରାଇଭର ସରତାଜ ସିଂ, କଲ୍ୟାଣ ମଣ୍ଡପ ନିକଟରେ ଚକ ସଜାଡୁଥିଲେ। ସେହି ସମୟରେ ହଠାତ୍ ଉଭୟ ପଟୁ ଆସୁଥିବା ଦୁଇଟି ଟ୍ରକ୍ ସେହି ଜାଗାରେ ପରସ୍ପରକୁ ଧକ୍କା ଦେଇଥିଲେ। ରାସ୍ତାକଡ଼ରେ ଚକ […]
ଦେବଗଡ଼ ( ସିଦ୍ଧାର୍ଥ ଗୁରୁ) : ଦେବଗଡ଼ କଲେଜରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାବେଳେ ଅଜବ ସ୍ଥିତି। କପି କରିବାକୁ ଦାବି କଲେ ପରୀକ୍ଷାର୍ଥୀ। କଲେଜର ଉପର ମହଲାରେ ସିସିଟିଭି ଲାଗିଥିବା ସତ୍ତ୍ୱେ ପରୀକ୍ଷାର୍ଥୀ କପି କରିବାକୁ ଜିଦ୍ ଧରିଥିଲେ। ହେଲେ ପରୀକ୍ଷକ ଅନୁମତି ନଦେବାରୁ ୪୪ ଛାତ୍ର ଓ ୨୪ ଜଣ ଛାତ୍ରୀଙ୍କୁ ମିଶାଇ ୬୮ ଜଣ ପରୀକ୍ଷା ଖାତା ଓ ପ୍ରଶ୍ନପତ୍ର ଧରି ତଳ ମହଲାକୁ ଆସି ପରୀକ୍ଷା ଦେଇଥଲେ। କଲେଜ ଅଧ୍ୟକ୍ଷା ସନ୍ତୋଷିନୀ […]
ନୟାଗଡ ( ସତ୍ୟ ନାରାୟଣ ସୁରଜଗଦେବ) : ନୟାଗଡ ଜିଲ୍ଲା ରଣପୁର ର୍ନିବାଚନ ମଣ୍ଡଳୀର ଡିମିଷରରେ ବିଜେପିର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟରେ ଅପାରଗ ସରକାର ଚାଲିଥିବାବେଳେ ଏଠି ନାରୀ, ଯୁବକ ସୁରକ୍ଷିତ ନୁହନ୍ତି ବୋଲି ଧର୍ମେନ୍ଦ୍ର କହିଥିଲ। ଯୁବକଙ୍କୁ ରୋଜଗାର ଭଳି ଜନହିତକର କାର୍ଯ୍ୟରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଥିବା ସେ […]
ଭୁବନେଶ୍ୱର : ବିଜେପିରେ ମିଶିଲେ ଯୁବ ନେତା ବାବୁ ସିଂହ। ଆଜି ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବାବୁସିଂ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ, ବିଜେପି ନେତା ଅପରାଜିତା ଷଡଙ୍ଗୀଙ୍କ ସହ ବହୁ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଅଛନ୍ତି। ବାବୁଙ୍କ […]
କାମାକ୍ଷାନଗର ( ରାକେଶ ଦେହୁରୀ) : ନିମ୍ନମାନର କେନାଲ କାମ ହୋଇଥିବାରୁ ଚାଷ ଜମିକୁ ପାଣି ମାଡୁନଥିବା ଅଭିଯୋଗ। ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛନ୍ତି ବାଲିକୁମା ପଞ୍ଚାୟତ ଉର୍ବେଙ୍ଗି ଗାଁର ଚାଷୀ। ଏହି ଗାଁର ଚାଷୀ ଅଭିଯୋଗ କରିଛନ୍ତି, ଡଣ୍ଡାଧାର ଡ୍ୟାମ-ରାମିଆଳ କେନାଲରେ ନିମ୍ନମାନର କାମ ହୋଇଥିବାରୁ ଜମିକୁ ଜଳସେଚନ ହୋଇପାରୁନି। ଫଳରେ ଚାଷ ନଷ୍ଟ ହେଉଛି। କ୍ଷତିଗ୍ରସ୍ତ ହେଉଛନ୍ତି ଗୋଠପସୀ, ପିଢ଼ପସୀ, ନୁଆଁପସୀ, କଇଁଆନାଳୀ,ଟାସିରପସି ଆଦି ଅଞ୍ଚଳର ଚାଷୀ। ସେପଟେ […]
ଗୁଣପୁର (ଇନ୍ଦ୍ରଜିତ୍ ପଣ୍ଡା) : ମଦ କାରବାର ବନ୍ଦ କରିବା ଦାବିରେ ତାତିଲେ ଲୋକେ। ରାୟଗଡ଼ା ଜିଲ୍ଲା ଗୁଣପୁରରେ ମଦ ବିରୋଧୀ ସ୍ଲୋଗାନ ଦେଇ ଶତାଧିକ ଲୋକଙ୍କ ଶୋଭାଯାତ୍ରା। ମାତୃଶକ୍ତି ମହାସଂଘ ପକ୍ଷରୁ ଗୁଣପୁର ସମତେ ରାମନାଗୁଡ଼ା, ଗୁଡ଼ାରୀ, ପଦ୍ମପୁର ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ମଦ ବନ୍ଦ ପାଇଁ ଗ୍ରାମସଭା ଦେଇଥିବା ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରିବା, ଗାଁ ଗାଁରେ ବେଆଇନ୍ ମଦ ବିକ୍ରି ବନ୍ଦ […]
ସୁନ୍ଦରଗଡ଼ (ବିଜୟ ବରୁଆ) : ସାମ୍ନାକୁ ଆସିଛି ଆଉ ଏକ ଅସଦାଚରଣ ଘଟଣା । ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳର ଏକ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଭାବକ ଥାନାରେ ଅଭିଯୋଗ କରିଛନ୍ତି। ସ୍କୁଲ ହଷ୍ଟେଲରେ ପ୍ରଧାନଶିକ୍ଷକ ଅନେକ ଛାତ୍ରୀଙ୍କୁ ଅସଦାଚରଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ସେପଟେ ପୁଲିସ […]
ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ଜୋରଦାର ହୋଇଛି ତୁ ତୁ ମେ ମେ। ଆଜି ବିଜେଡି ନାଁରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେପି। ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଭିନ୍ନ ଜାଗାରେ ସରକାରୀ ଯୋଜନା ସଂପର୍କିତ ହୋର୍ଡିଂ ଲାଗିଥିବା ଅଭିଯୋଗ କରିଛି। ଏଥିସହିତ ବିଭିନ୍ନ ରାସନ ଦୋକାନରେ ଏଲଇଡି ବଲ୍ବ ବି ମିଳୁଥିବା ଅଭିଯୋଗ କରିଛି ଦଳ। ସେପଟେ ରାଜ୍ୟ […]
କଟକ : କେନ୍ଦ୍ରାପଡ଼ାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା। ବିଜେପିରେ ଯୋଗ ଦେବା ପରେ ଆଜି ପ୍ରଥମ କରି ନିଜ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ାକୁ ଯାଇଥିଲେ ବୈଜୟନ୍ତ। ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀଙ୍କ ସହ ସମର୍ଥକମାନେ ବୈଜୟନ୍ତଙ୍କୁ ସ୍ୱାଗତ କରିଛନ୍ତି। କେନ୍ଦ୍ରାପଡ଼ା ଦୁହୁରିଆରୁ ତାଙ୍କୁ ଏକ ବାଇକ୍ ରାଲିରେ ବଳଦେବଜୀଉ ରଥ ଦାଣ୍ଡ ପର୍ଯ୍ୟନ୍ତ ନିଆଯାଇଥିଲା। ପରେ ମାଉସୀମା ମନ୍ଦିର ନିକଟରେ ଥିବା ଇଚ୍ଛାପୁରରେ ଏକ ସଭାରେ ଯୋଗ ଦେଇଥିଲେ। […]
କେନ୍ଦୁଝର( ପ୍ରଣୟ ପାଣି) : ଖରା ଆରମ୍ଭରୁ ଜଳ କଷ୍ଟ। ପାନୀୟ ଜଳ ପାଇଁ ଗରା, ବାଲ୍ଟି ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ। କେନ୍ଦୁଝର ସଦର ନରଣପୁର ପଞ୍ଚାୟତର ହଳଦିଆଟାଙ୍ଗିରି ନିକଟରେ ଲୋକେ ରାସ୍ତାରୋକ୍ କରିଛନ୍ତି। ପାଣି ପାଇଁ ହଳଦିଆଟାଙ୍ଗିରି ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ କରିଆସୁଛନ୍ତି। ବାରମ୍ବାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଛି। ୪ ଦିନ ହେଲା ଏନେଇ ପ୍ରଶାସନକୁ ମଧ୍ୟ ଜଣାଇ ଆସୁଛନ୍ତି ଗ୍ରାମବାସୀ। ତଥାପି କିଛି ଫଳ ନମିଳିବାରୁ ଲୋକେ ବାଧ୍ୟ […]