ଭୁବନେଶ୍ୱର: ଲଗାତର ତୃତୀୟ ଦିନ ପାଇଁ ରାଜ୍ୟ କଂଗ୍ରେସ୍ ମୁଖ୍ୟାଳୟରେ ଦଳୀୟ ତୁଙ୍ଗ ନେତା ଓ ଆଶାୟୀ ପ୍ରାର୍ଥୀଙ୍କର ଲାଗିଛି ଗହଳି ଚହଳି। ଆଉ ଏପଟେ ଜୟପୁରରେ ବି ଜୟପୁର ଓ କୋରାପୁଟ ଲାଗି ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଚାଲିଛି କସରତ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ମୁଡ୍ରେ ଥିବା କଂଗ୍ରେସ୍ ଦଳ ଆଜି ପ୍ରଥମ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ ଶେଷ କରିଛି। ତିନି ଦିନ ଧରି କଂଗ୍ରେସ୍ […]
ଭୁବନେଶ୍ୱର : ଓଡ଼ିଶାରୁ ରାଜସ୍ଥାନ। ଚାଲିଛି ଯୁବତୀ ଚାଲାଣ। ସୁନ୍ଦରଗଡ଼ ଲାଠିକଟାର ନାବାଳିକା ରାଜସ୍ଥାନର ଝୁନ୍ଝୁନ୍ରୁ ଉଦ୍ଧାର ହେବା ମାମଲା ହେଉ କି ସମ୍ବଲପୁରର ଅପହୃତ ଯୁବତୀ ରାଜସ୍ଥାନରୁ ଉଦ୍ଧାର ଘଟଣା। ଏହି ଦୁଇ ଦୁଇଟି ଘଟଣା ରାଜ୍ୟରେ ଯୁବତୀ ଚାଲାଣ ରାକେଟ ସକ୍ରିୟ ଥିବା ସ୍ପଷ୍ଟ କରିଛି। ଏପଟେ ସୁନ୍ଦରଗଡ଼ ଲାଠିକଟାର ନାବାଳିକା ଗର୍ଭବତୀ ଥିବାରୁ ତାଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ ସିଡବ୍ଲୁସି ଦିଲ୍ଲୀ ଶିଶୁ ମଙ୍ଗଳ କମିଟିକୁ ଚିଠି ଲେଖିଛି। ଚିଠି ମୁତାବକ ନାବାଳିକାଙ୍କୁ […]
ଭୁବନେଶ୍ୱର : ରାଜଧାନୀରେ ବଢୁଛି ଅପରାଧ। ସଂଗଠିତ ଅପରାଧର ଚିତ୍ର କଏଦ ହୋଇଛି ସିସିଟିଭିରେ। ଥାନାରେ ଅଭିଯୋଗ ହୋଇଛି ହେଲେ। ଦୁର୍ବୃତ୍ତଙ୍କ ଟେର ପାଉନି କମିଶନରେଟ୍ ପୁଲିସ। ଭୁବନେଶ୍ୱରର ୩ଟି ସ୍ଥାନରେ ଘଟିଥିବା ଅପରାଧର ସିସିଟିଭି ଫୁଟେଜ୍ରୁ ପୁଲିସ୍ର ନଜରକୁ ଆସିଛି କିଛି ଘଟଣା। ଜାଗମରାସ୍ଥିତ ଏକ ଟ୍ରାଭେଲ ଏଜେନ୍ସି ଭିତରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ। ମଦ୍ୟପାନ କରି ଗାଳି ଗୁଲଜ କରିବାକୁ ବିରୋଧ କରିବାରୁ ଟ୍ରାଭେଲ ଏଜେନ୍ସି କର୍ମଚାରୀଙ୍କୁ ଅଫିସ୍ ଭିତରେ ପଶି […]
ଭୁବନେଶ୍ୱର : ୨ ଓଡ଼ିଆ ସହିଦ୍ଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସହିଦ୍ଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ସହିଦ୍ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ଏବଂ ସହିଦ୍ଙ୍କ ମା’ ଓ ପତ୍ନୀଙ୍କ ସହ ମଧ୍ୟ ଟେଲିଫୋନ୍ରେ କଥା ହୋଇଛନ୍ତି ନବୀନ। ଆଜି ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ସହିଦ୍ଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ କରିଛନ୍ତି।
ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଆସନ୍ତା ୨୫ ସୁଦ୍ଧା କଂଗ୍ରେସର ବିଧାନସଭା ଓ ଲୋକସଭା ସମସ୍ତ ପ୍ରାର୍ଥୀ ତାଲିକା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି-ସିଇସିଙ୍କୁ ଦିଆଯିବ। କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କ ଭି.ଡି ସାଥିସାନ୍ ଏହି ସୂଚନା ଦେଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ସ୍କ୍ରିନିଂ କମିଟିର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ ବୋଲି ସେ କହିଛନ୍ତି। ସେହିପରି ସ୍କ୍ରିନିଂ କମିଟିର ଅନ୍ୟତମ ସଦସ୍ୟ ନୌସାଦ୍ ସୋଲାଙ୍କି […]
ଭଣ୍ଡାରୀ ପୋଖରୀ : ଗତ ଶନିବର ଦିନ ଭଣ୍ଡାରୀ ପୋଖରୀ ବ୍ଲକ୍ ଅନ୍ତର୍ଗତ ସାନ ଶାସନ ପଞ୍ଚାୟତ ବାହାଦୂଲ ନଗରର ଯୁବ ସଂଗଠକ ପକ୍ଷରୁ ,ରକ୍ତଦାନ ଶିବିର ଗ୍ରାମ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳୀ ଯୁବ ଭାରତର ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ପିତାମ୍ବର ସାହୁଙ୍କ ସଂଚାଳନରେ ଅନୁଷ୍ଠିତ ଶିବିରକୁ ଭଦ୍ରକ ଅତିରିକ୍ତ ଏସ୍ପି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପରିଡ଼ା ଉଦ୍ଘାଟନ କରିଥିଲେ। ଭଦ୍ରକ ବ୍ଲଡ୍ ବ୍ୟାଙ୍କ୍ ପକ୍ଷରୁ ଶ୍ରୀ ରବି ନାରାୟଣ ଖୁଣ୍ଟିଆ, ରତିକାନ୍ତ ବଳ […]
ବିନିକା : ବିନିକା ଡୁଙ୍ଗୁରୀପାଲିରେ ‘ପିଠା’ କାର୍ଯ୍ୟକ୍ରମ ବେଳେ ଫାଙ୍କା ଗୁଳି ଚାଳନା। ‘ପିଠା’ ଶିବିରରେ ୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଅଚିହ୍ନା ଯୁବକ ଚମ୍ପଟ। ମିଳିଥିବା ସୂଚନା ଅନୁସାରେ, ରାଜୀବ ଭବନରେ ଚାଲିଥିଲା ‘ପିଠା’ କାର୍ଯ୍ୟକ୍ରମ। ତା ଭିତରକୁ ପଶି ଆସିଥିଲା ଏହି ଯୁବକ ଜଣକ। ଏହି ଯୁବକ ଲୋକଙ୍କୁ ଅସୌଜନ୍ୟ ବ୍ୟବହାର କରିବାରୁ ପ୍ରତିବାଦ କରିଥିଲେ ଲୋକେ। ଲୋକଙ୍କୁ ଡ଼ରାଇବାକୁ ପିସ୍ତଲରୁ ଫାଙ୍କା ଗୁଳି ଚଳାଇଥିଲା ସଂପୃକ୍ତ ଯୁବକ।
ନୟାଗଡ଼ : ନୟାଗଡ଼ ବାଲୁଗାଁରେ ଜଣ୍ଡିସ୍ ଆତଙ୍କ। ପ୍ରାୟ ୧୦ ଦିନ ହେଲାଣି ଗାଁରେ ୫୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। ଦୂଷିତ ପାଣି ପିଇବା ଯୋଗୁ ଏହା ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁକୁ ଯୋଗାଣ ହେଉଥିବା ପାଣି ପାଇପ୍ ଅଧିକାଂଶ ସ୍ଥାନରେ ଫାଟି ଯାଇଛି। ସେହିପରି ଯେଉଁ ସ୍ଥାନରୁ ପାଣି ସପ୍ଲାଇ କରାଯାଉଛି, ସେଠାରେ ଦୂଷିତ ପାଣି ଜମା ହୋଇ ରହିଥିବାରୁ ଏଭଳି ସ୍ଥିତି ଉପୁଜିଥାଇପାରେ ବୋଲି […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଦାମଡ଼ାପଡା ଅଞ୍ଚଳରେ ପୁଣି ଚେଙ୍କ ଚିକିତ୍ସା ଘଟଣା ସାମ୍ନାକୁ ଆସିଛି। ଏପରି ଅନ୍ଧବିଶ୍ୱାସର ଶିକାର ହୋଇ ଜଣେ ୭ ବର୍ଷର ପିଲା ଗୁରୁତର ହୋଇପଡ଼ିଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ୧୦ଟି ଚେଙ୍କ ଚିହ୍ନ ରହିଛି । କିଛି ଦିନ ପୂର୍ବେ ଅସୁସ୍ଥ ହୋଇପଡିଥିବା ଶିଶୁକୁ ପରିବାର ଲୋକେ ଡାକ୍ତର ନ ଦେଖାଇ ଚେଙ୍କ ଚିକିତ୍ସାର ଆଶ୍ରୟ ନେଇଥିଲେ। ସେଠାରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହାପରେ ଅବସ୍ଥା ଗୁରୁତର […]
ଖୋର୍ଦ୍ଧା : ଖୋର୍ଦ୍ଧା ଜଟଣୀ ଥାନା ଅଞ୍ଚଳରେ ଲଜ୍ଜା। ନବମଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର। ତେବେ ଝିଅଟିକୁ ଦୁଷ୍କର୍ମ ପରେ ହତ୍ୟା କରି ଝୁଲାଇ ଦିଆଯାଇଥିବା ମୃତ ଛାତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି। ପଡ଼ୋଶୀ ଭଡ଼ାଟିଆ ଜଣେ ଯୁବକ ଦୁଷ୍କର୍ମ ପରେ ମାରି ଝୁଲାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଜଟଣୀ ଥାନାରେ ଅଭିଯୋଗ ପରେ ପୁଲିସ୍ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କ୍ଷୀରସାହିରେ ଅଭାବନୀୟ ଘଟଣା। ଗାଁର ଲକ୍ଷ୍ମୀଧର ଦାସଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବାପା, ମା’ଙ୍କ ଅନୁପସ୍ଥିତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ପୁଲିସର ସୂଚନା ଅନୁଯାୟୀ, କୌଣସି ଏକ କାରଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ଏହାପରେ ସାନ ଭଉଣୀ ରୂପା ଦାସ […]
କନ୍ଧମାଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ନବୀନ ଆଜି ଏହି ଜିଲ୍ଲା ପାଇଁ ମୋଟ ୨୫୦ କୋଟିର ଭିନ୍ନ ଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହାସହ କନ୍ଧମାଳ ଷ୍ଟାଡିୟମ୍ରେ ଆୟୋଜିତ ବିଜୁ ଯୁବ ବାହିନୀର ଆଞ୍ଚଳିକ ଯୁବ ସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗଞ୍ଜାମ, କନ୍ଧମାଳ, ଗଜପତି, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ବିଜୁ ବାହିନୀର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ […]
ବରଗଡ଼ : ଖାକିରେ ଲାଗିଲା କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ପଦାକୁ ଆସିଛି ଏମିତି ଏକ କଦର୍ଯ୍ୟ ମାନସିକତାର ଚିତ୍ର। ଜଣେ ଥାନା ଏଏସ୍ଆଇ ଓ ଆଉ ଜଣେ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି। ଉଭୟ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ,ନାବାଳିକା ଜଣକ ଟ୍ୟୁସନ୍ ସାରି ଫେରୁଥିବା ବେଳେ ତାକୁ ଅପହରଣ କରାଯାଇଥିଲା। ପରେ ଉଭୟ ଏଏସ୍ଆଇ ଓ ଯୁବକ ସମ୍ପୃକ୍ତ ଝିଅକୁ ଦୁଷ୍କର୍ମ କରିଥିବା ସୋହେଲା ଥାନାରେ ପୀଡ଼ିତାଙ୍କ […]
ସୁନ୍ଦରଗଡ଼ : ପୂର୍ବତନ ବିଧାୟକ ଯୋଗେଶ ସିଂ ଏବଂ ବିଜେଡି ନେତ୍ରୀ କୁସୁମ୍ ଟେଟେଙ୍କୁ ନେଇ ସୁନ୍ଦରଗଡ଼ ବିଜେଡିରେ ବଢ଼ୁଛି ଗୋଷ୍ଠୀ ବିବାଦ। ଉଭୟେ ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ୬ ତାରିଖରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଶ ସିଂ ବିଜେଡିରେ ସାମିଲ ହେବା ପରେ ୮ତାରିଖରେ ସୁନ୍ଦରଗଡ଼ରେ ବାଇକ୍ ରାଲି ସହ ବାଣ ଫୁଟାଇ ରାଲି କରିଥିଲେ। ହେଲେ ଗତ ନିର୍ବାଚନରେ ପରାଜିତ ପ୍ରାର୍ଥୀ ତଥା ସ୍ୱତନ୍ତ୍ର ଉନ୍ନୟନ […]
ଭୁବନେଶ୍ୱର : ଭତ୍ତା ଟଙ୍କା ଚଳୁ କରିନେଲେ ସରକାରୀ ବାବୁ। ବିଧବା, ବୃଦ୍ଧ, ଭିନ୍ନକ୍ଷମ କେହି ବି ବାଦ୍ ପଡିଲେନି। ଗୋଟିଏ ବର୍ଷର ହିସାବ ରାଜ୍ୟ ସରକାରଙ୍କ ସ୍ୱଚ୍ଛତାର ମୁଖା ଖୋଲିଛି। ୨୦୧୭- ୧୮ ବର୍ଷ ପାଇଁ ହୋଇଥିବା ଲୋକାଲ୍ ଫଣ୍ଡ ଅଡିଟ୍ର ରିପୋର୍ଟ ଉପରେ ନଜର ପକାଇଲେ ଜଣାପଡ଼େ ବ୍ଲକ୍ ସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଛି। ବ୍ଲକସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଥିବାର ଏ ତଥ୍ୟରୁ ଜଣାପଡ଼େ।୨୦୧୬-୧୭ ମସିହାରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା […]
ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ସହ ପୁଲିସ୍ର ସଂପର୍କ ଯୋଡିବାକୁ ପ୍ରୟାସ। କମିଶନରେଟ୍ ପୁଲିସ୍ ଦ୍ୱାରା ଆରମ୍ଭ ହେବାକୁ ଯାଉଛି ଆପୋଷ ଯୋଜନା କାର୍ଯ୍ୟକ୍ରମ। ଏଥିରେ ସାମିଲ ହେବେ ବସ୍ତି ଅଂଚଳରେ ରହୁଥିବା ଯୁବକ ଓ କିଶୋର। ବସ୍ତି ଅଂଚଳରେ ଅପରାଧ ରୋକିବା, ଅପରାଧୀଙ୍କ ସଂପର୍କରେ ସୂଚନା ଦେବା, ବସ୍ତିବାସିନ୍ଦାଙ୍କ ସହ ସଂପର୍କ ଯୋଡିବା ଉଦ୍ଦେଶ୍ୟରେ ଏହି ଯୋଜନା କାମ କରିବ। ଏଥିରେ ବସ୍ତିରେ ଥିବା ବିଭିନ୍ନ କ୍ଲବ୍ ମାନଙ୍କୁ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦେବା ସହ […]
ଢେଙ୍କାନାଳ : ମାନସିକ ବିକାରଗ୍ରସ୍ତ ପୁଅକୁ ଘରେ ଚେନ୍ରେ ତାଲା ପକାଇ ରଖିଛନ୍ତି ପରିବାର ଲୋକ। ଢେଙ୍କାନାଳ ଜିଲ୍ଲା ସାନ୍ଦା ଶାନ୍ତିନଗର ଗାଁର ଅକ୍ଷୟ କୁମାର ପଧାନଙ୍କ ବଡ଼ ପୁଅ ଅନିଲ କୁମାର ପଧାନଙ୍କ ଗୋଡ଼ରେ ଚେନ୍ ବାନ୍ଧି ରଖାଯାଇଛି। ୩ ବର୍ଷ ତଳେ ଦେହ ଖରାପ ହେବାରୁ ପରିବାର ଲୋକେ ଚିକିତ୍ସା କରିଥିଲେ। କିନ୍ତୁ ପୁଅର ସ୍ୱାସ୍ଥ୍ୟାବସ୍ଥା ଭଲ ହୋଇନଥିଲା। ଅକ୍ଷୟଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପୁଅର ଅଧିକ ଚିକିତ୍ସା କରି ପାରିନଥିଲେ। ଫଳରେ […]
ପୁରୀ : ବସନ୍ତ ପଞ୍ଚମୀ ଅବସରରେ ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବ। ପୁରୋହିତମାନେ ଏହି ପୂଜା କାର୍ଯ୍ୟ ସମ୍ପନ୍ନ କରିବେ। ପବିତ୍ର ଅକ୍ଷୟ ତୃତୀୟା ଭିତରେ ଆବଶ୍ୟକ କାଠ ପହଞ୍ଚିବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।
ଭୁବନେଶ୍ୱର : ବିଜେପି ଗତକାଲି କରିଥିବା ପ୍ରତିଶ୍ରୁତି ସମାବେଶକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ଦଳର ରାଜ୍ୟ ସାଧାରଣ ସଂପାଦକ ସଂଜୟ ଦାସବର୍ମା। ସେ ଅଭିଯୋଗ କରିଛନ୍ତି, ବିଜେପିର ପ୍ରତିଶ୍ରୁତି ନୁହେଁ, ଏହା ପୁଣି ଥରେ ପ୍ରତାରଣା ଓ ପ୍ରହେଳିକାର ସମାବେଶ। ଏହି ଅବସରରେ ବିଜେଡି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛି। ୨୦୧୪ମସିହାରେ ବିଜେପି ଏହି ପ୍ରତିଶ୍ରୁତି ଦେଇଥିଲେ ବି ୫ ବର୍ଷ ପରେ ବି ତାହା […]
ବ୍ରହ୍ମପୁର : ବ୍ରହ୍ମପୁରରେ ଅଭିନବ ଉପାୟରେ ଲୁଟ୍। ନିଜକୁ ସିବିଆଇ ଅଧିକାରୀ କହି ଦମ୍ପତିଙ୍କଠାରୁ ଲୁଟିଲେ ସୁନା ଅଳଙ୍କାର। ମିଳିଥିବା ସୂଚନା ମୁତାବକ, ଭାସ୍କର ପାତ୍ର ଓ ତାଙ୍କ ପତ୍ନୀ କେ. ରାଜକୁମାରୀ ପାତ୍ର ଏକ ବାହାଘରରେ ଯୋଗ ଦେବାକୁ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ। ବୈଦ୍ୟନାଥପୁର ଥାନା ଜୟପ୍ରକାଶ ନଗର ମୁଖ୍ୟ ରାସ୍ତାରେ ଯାଉଥିବାବେଳେ ୩ ଜଣ ଯୁବକ ପ୍ରଥମେ ଅଟକାଇଥିଲେ। ରାସ୍ତାରେ କାହିଁକି ଏତେ ପରିମାଣର ଅଳଙ୍କାର ପିନ୍ଧି ଯାଉଛ ବୋଲି କହି ବୃଦ୍ଧାଙ୍କ ବେକରୁ […]
ନୂଆଦିଲ୍ଲୀ / ଭୁବନେଶ୍ୱର : ମହାନଦୀ ଜଳ ବିବାଦରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ନେଇ ଆପୋଷ ସମାଧାନ କରିବାକୁ ଓଡ଼ିଶା ଏବଂ ଛତିଶଗଡ଼କୁ ପ୍ରସ୍ତାବ ଦେଇଛନ୍ତି ମହାନଦୀ ଟ୍ରିବ୍ୟୁନାଲ। ଉଭୟ ପକ୍ଷର ବୈଷୟିକ ଟିମ୍ ଏକାଠି ବସି ସମାଧାନର ବାଟ ବାହାର କରିବାକୁ ଟ୍ରିବ୍ୟୁନାଲ କହିଛନ୍ତି। ଯଦି ଏହା ନ ହୁଏ, ତେବେ ଚୂଡ଼ାନ୍ତ ରାୟ ପ୍ରକାଶ କରାଯିବ। ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ମଧ୍ୟବର୍ତ୍ତୀକାଳୀନ ଆବେଦନ କରି ଦାବି କରିଥିଲା ଯେ, ଅଣ ମୌସୁମୀ ସମୟରେ ରାଜ୍ୟକୁ […]
ଭୁବନେଶ୍ୱର : ୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଭୁବନେଶ୍ୱର ମହାନଗର ନିଗମ କମିଶନର। ବିଏମ୍ସି କମିଶନର ଥିବା ଶୁଭମ୍ ସାକ୍ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ଅନୁଗୁଳ ଜିଲ୍ଲାପାଳ ଅନୀଲ ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆର୍ଡିସି ଭାବେ ବଦଳି କରାଯାଇଥିବାବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ହେଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ। ଜଗତସିଂପୁର ଜିଲ୍ଲାପାଳ ଯାମିନୀ ଷଡଙ୍ଗୀଙ୍କୁ ସ୍ୱାସ୍ଥ୍ୟ […]
ଭୁବନେଶ୍ୱର : ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଲୁଟ୍। ବସ୍ ଭିତରୁ ଜଣେ ଯାତ୍ରୀଙ୍କ ପାଖରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି। ବସ୍ ଭିତରେ ପଶି ଟଙ୍କା ବ୍ୟାଗ୍ ଝାମ୍ପି ନେଇଛନ୍ତି ବାଇକ୍ରେ ଆସିଥିବା ଏକ ଲୁଟେରା ଗ୍ୟାଙ୍ଗ୍। କୃଷ୍ଣଚନ୍ଦ୍ର ସାହୁ ନାମକ ବ୍ୟବସାୟୀଙ୍କ ଠାରୁ ଏହି ଲୁଟ୍ ହୋଇଥିବା ଜଣାପଡିଛି। କୃଷ୍ଣଚନ୍ଦ୍ର ଖୋର୍ଦ୍ଧା ବେଗୁନିଆରୁ କଟକ ଯିବାବେଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଲୁଟ୍ର ଶିକାର ହୋଇଥିଲେ। ଲୁଟ୍ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ […]
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ଏବେଠୁ ଜୋରଦାର ହେଲାଣି ରାଜନୈତିକ ଦଳଙ୍କ ଅଙ୍କ କଷା। ଓଡ଼ିଶା ଜୟ ଲାଗି ପଣ କରିଥିବା ବିଜେପି ଓ କଂଗ୍ରେସ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରଚାର। ଦୁଇ ଦଳର କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ରାଜ୍ୟ ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି। ପୁରୀ ଓ ସାଲେପୁରରେ ଅମିତ୍ ଶାହ, କାମାକ୍ଷାନଗର ଓ ପାରାଦୀପରେ ନୀତୀନ ଗଡ଼କରୀ, ଆଉ ଆଜି କେନ୍ଦୁଝରରେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଗଲା […]
ଭୁବନେଶ୍ୱର : ସରିଲା ବିଧାନସଭାର ବଜେଟ୍ ଅଧିବେଶନ। ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରର ଏହା ଥିଲା ଶେଷ ଅଧିବେଶନ। ଗତ ୪ ତାରିଖରେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ସହ ଆରମ୍ଭ ହୋଇଥିବା ଏହି ଅଧିବେଶନ ୨ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି। ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ କରିଛନ୍ତି ବାଚସ୍ପତି। ବଡ଼ କଥା ହେଲା ଏ ଅଧିବେଶନର କୌଣସି ଗୋଟିଏ ବି ଦିନ ସୁରୁଖୁରରେ ଚାଲିପାରି ନାହିଁ। ଶେଷ ଅଧିବେଶନରେ ଚାଷୀ, ଚିଟ୍ଫଣ୍ଡ ଓ […]