• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mao poster
ପୁଣି ଥରେ ଦାରିଙ୍ଗବାଡ଼ିରେ ମାଓ ପୋଷ୍ଟର୍

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଲାଲ୍‌ ବାହିନୀ ଜାହିର କରିଛି ନିଜ ସ୍ଥିତି। ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ନିକଟ ବୁଡ଼ାଗୁଡ଼ାରେ ଲାଗିଛି ମାଓବାଦୀଙ୍କ ଏକାଧିକ ପୋଷ୍ଟର୍। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର୍ ଲଗାଯାଇଛ। ପୁଲଓ୍ୱାମା ଆକ୍ରମଣ ପାଇଁ ମୋଦି ସରକାରଙ୍କୁ ଦାୟୀ କରି ଏହା ଫାଶିବାଦ ନୀତିର ପରିଣାମ ବୋଲି ପୋଷ୍ଟରରେ ଲେଖା ଯାଇଛି। ସେପଟେ ନବନିର୍ମାଣ କୃଷକ ସଂଘ ପକ୍ଷରୁ ୨୧ ତାରିଖକୁ ବନ୍ଦ ଘୋଷଣା କରାଯାଇଛି। […]

  • Friday, 16 July 2021
4
ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ୨୦ ବର୍ଷ ଜେଲ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୨୦୧୩ ମସିହାରେ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ଜଣେ ଅଟୋ ଚାଳକଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡ ହୋଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଶିଖାରାଣୀ ରଥ ୪ ଜଣଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ ଦେଇଛନ୍ତି। ୨୦୧୩ ମସିହାରେ ପୁରୁଷୋତ୍ତମପୁରର ଜଣେ ବିଧବା ମହିଳାଙ୍କୁ ତାରାତାରିଣୀ ମନ୍ଦିର ନେବା ବାହାନାରେ ଅଟୋ ଚାଳକ […]

  • Friday, 16 July 2021
baijayanta
କେନ୍ଦ୍ରାପଡ଼ାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବୈଜୟନ୍ତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମହାକାଳପଡ଼ା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପ୍ରଥମେ ଗଗୁଆ ଓ ବାବରରେ ହେଉଥିବା ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ସୁନିତି ପଞ୍ଚାୟତର ମିଲନ ମୋର୍‌ ଠାରେ ଅର୍ଧ ନିର୍ମିତ ପୋଲ ବୁଲି ଦେଖିଥିଲେ। କଳତୁଙ୍ଗା ଠାରେ ଅଗ୍ନି ବିପନ୍ନଙ୍କୁ ଭେଟି ସମବେଦନା ଜଣାଇଥିଲେ ବୈଜୟନ୍ତ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ସମର୍ଥକ ଯୋଗଦେଇଥିଲେ।

  • Friday, 16 July 2021
representational image
ବିଦ୍ୟୁତ୍‌ ଟ୍ରାନ୍ସଫରମର୍‌ ଫାଟି ୨ ଗୁରୁତର

ଭୁବନେଶ୍ୱର: ବିଦ୍ୟୁତ୍‌ ଟ୍ରାନ୍ସଫରମର୍‌ ଫାଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ସାଇବର ସିଟି ନିକଟରେ ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ହେଲେ ଶୁଭାଶିଷ ସାହୁ ଏବଂ ଅଜୟ ନାୟକ। ଗତକାଲି ସାଇବର ସିଟି ନିକଟରେ ଏକ ଟ୍ରାନ୍ସଫରମର୍‌ ଚାର୍ଜ ଦିଆଯାଇଥିଲା। ଏହି ସମୟରେ ଶୁଭାଶିଷ ଓ ଅଜୟ ବାଇକ୍‌ରେ ସେହି ବାଟ ଦେଇ ଯାଉଥିଲେ। ତେବେ ହଠାତ୍‌ ଟ୍ରାନ୍ସଫରମର୍‌ଟି ଫାଟି ଯାଇଥିଲା। ଘଟଣାସ୍ଥଳରେ ପିସିଆର ଭ୍ୟାନ୍‌ପ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ବିସ୍ଫୋରଣର ମାତ୍ରା ଏତେ […]

  • Friday, 16 July 2021
debasish
ସହିଦ୍‌ଙ୍କ ପରିବାର ସଦସ୍ୟଙ୍କୁ ଅଶାଳୀନ ବ୍ୟବହାରର ପ୍ରତିବାଦ

କଟକ : ସହିଦ୍‌ଙ୍କ ପରିବାର ସଦସ୍ୟଙ୍କୁ ଅଶାଳୀନ ବ୍ୟବହାରର ପ୍ରତିବାଦ। ପୁଲୱାମାରେ ସହିଦ୍‌ ହୋଇଥିବା ମନୋଜ ବେହେରାଙ୍କ ପରିବାର ସଦସ୍ୟଙ୍କୁ କଟକ ବାରବାଟୀ ବିଧାୟକ ଅଶାଳୀନ ବ୍ୟବହାର କରିବା ଘଟଣା ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ବିଧାୟକଙ୍କ ଏଭଳି ବ୍ୟବହାରର ପ୍ରତିବାଦ କରିଛି ବିଜେପି। ଯବାନଙ୍କ ଶେଷକୃତ୍ୟ ଦିନ ସହିଦ୍‌ଙ୍କ ଦାଦା କଫିନ୍‌ ନିକଟରେ ଯାଉଥିବା ବେଳେ ବିଧାୟକ ବିରକ୍ତ ହେବା ସହ ତାଙ୍କୁ ଧକ୍କା ମାରିଥିଲେ। ବିଧାୟକଙ୍କ ଧକ୍କା ମାଡ଼ରେ ସହିଦ୍‌ଙ୍କ ଦାଦା କଫିନ୍‌ ପାଖରେ […]

  • Friday, 16 July 2021
2
‘ଫୋନି’ ଦ୍ୱାରା ରାଜଧାନୀର ୧୦ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଦ୍ୱାରା ଭୁବନେଶ୍ୱରରେ ୧ଲକ୍ଷ ୫ ହଜାର ପରିବାରର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦ ହଜାର ଲୋକଙ୍କୁ ୨୫୦୦ ଟଙ୍କା ଓ ୫୦ କିଲୋ ଲେଖାଏ ଚାଉଳ ଯୋଗାଇ ଦିଆଯାଇଛି। ବାକି ଲୋକଙ୍କୁ ୨ ଦିନ ମଧ୍ୟରେ ସହାୟତା ଯୋଗାଇ ଦିଆଯିବ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ସୁରେଶ ଚନ୍ଦ୍ର ମଲ୍ଲିକ କହିଛନ୍ତି। ଏହାସହ ସହରରେ ପଡ଼ି ରହିଥିବା ଆବର୍ଜନା ସଫା କରିବା ଲାଗି ୫୧୬ଟି […]

  • Friday, 16 July 2021
1
ବାତ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ୍‌ ପହଞ୍ଚି ନଥିବାରୁ ରାଜ୍ୟ ସରକାରଙ୍କୁ ନୋଟିସ୍‌

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ୍ ପହଞ୍ଚିନଥିବାରୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ ନୋଟିସ୍‌ କରିଛନ୍ତି। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ‘ଫୋନି’ ପ୍ରଭାବିତଙ୍କ ପାଖରେ ଠିକ୍‌ରେ ରିଲିଫ୍ ପହଞ୍ଚୁନଥିବା ଏବଂ ଏଥିପାଇଁ ଲୋକମାନେ ରାସ୍ତାକୁ ଆସି ବିକ୍ଷୋଭ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ କମିଶନ ନିଜ ଆଡ଼ୁ ଏହି ନୋଟିସ୍‌ ଜାରି କରିଛନ୍ତି। ବାତ୍ୟାର ୪ ଦିନ ପରେ ବି ହଜାର ହଜାର ବିପନ୍ନଙ୍କ ପାଖରେ ରିଲିଫ ଖାଦ୍ୟ […]

  • Friday, 16 July 2021
dama
ଯାଜପୁର ଡଙ୍କାରୀ ପାହାଡ଼ ପରିଦର୍ଶନ କଲେ ବିଧାୟକ ଦାମୋଦର ରାଉତ

ଯାଜପୁର  : ଯାଜପୁର ଜିଲ୍ଲା ଡଙ୍କାରୀ ପାହାଡ଼ ପରିଦର୍ଶନ କରିଛନ୍ତି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ। ବେଆଇନ ଭାବେ ଏହି ପାହାଡ଼ରୁ ଖଣିଜ ଦ୍ରବ୍ୟ ଲୁଟ୍ ନେଇ ଅଭିଯୋଗ ଆସୁଥିଲା। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଜାଣତରେ ଏହି ଲୁଟ୍‌ ଚାଲିଛି ବୋଲି ପାହାଡ଼ ପରିଦର୍ଶନ ପରେ କହିଛନ୍ତି ଦାମୋଦର। ଏହା ଏକ ବଡ଼ ଦୁର୍ନୀତି ହୋଇଥିବାରୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି। ଏହାପରେ ସେ ଡଙ୍କାରୀ ଗାଁକୁ […]

  • Friday, 16 July 2021
highcourt
ଆଜିଠାରୁ ଖୋଲିବ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍‌

ସମ୍ବଲପୁର : ଦୀର୍ଘ ୫ ମାସର ଅଚଳାବସ୍ଥା ପରେ ଆଜିଠାରୁ ଖୋଲିବ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍‌। ଓକିଲ ସଂଘ ବୈଠକରେ କେବଳ କୋର୍ଟ କଚେରୀ ବନ୍ଦ ରଖି ଅନ୍ୟ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗତ ସେପଟେମ୍ବର ୫ରୁ ଆନ୍ଦୋଳନ ଆରମ୍ଭ ହେବା ସହ ପର୍ଯ୍ୟାୟକ୍ରମେ ଓକିଲ ମାନେ ସରକାରୀ ଅଫିସ୍‌ ଗୁଡିକୁ ବନ୍ଦ ରଖିଥିଲେ। ଫଳରେ ୫ ମାସ ଧରି ସମସ୍ତ ସରକାରୀ କାର୍ଯ୍ୟ […]

  • Friday, 16 July 2021
en
କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଲିସ୍‌ ଏନ୍‌କାଉଣ୍ଟର। ହାଲପୁର ଛକରେ ସ୍ପେଶାଲ ସ୍କ୍ୱାର୍ଡ ଏନ୍‌କାଉଣ୍ଟରରେ ଅପରାଧୀ ଗଣେଶ ମଲ୍ଲିକ ଗୁରୁତର ଆହତ ହୋଇଛି।  ଗଣେଶର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗଣେଶ ନାଁରେ କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ରାଉରକେଲା, ଯାଜପୁର, କଟକ, ଖୋର୍ଦ୍ଧାରେ ହତ୍ୟା, ଲୁଟ୍ ଭଳି ଏକାଧିକ ମାମଲା ରହିଛି। ସେ ୫ ବର୍ଷ ହେଲା ଫେରାର ଥିଲା। ଗତ ରାତିରେ ଗଣେଶ ନିଜ ଗାଁ ହାଲ୍‌ପୁରକୁ ସରସ୍ୱତୀ ମେଳଣରେ ଯୋଗ ଦେବାକୁ ଆସିଥିଲା। ଏନେଇ ପୁଲିସ୍‌କୁ […]

  • Friday, 16 July 2021
xx
ଓଡ଼ିଶା ପୁଲିସ୍‌ର ଫ୍ରି କିଚେନ୍

ପୁରୀ: ବାତ୍ୟା ‘ଫୋନି’ ଅନେକ ଦୁଃଖ ଦେଇ ଯାଇଛି। ‘ଫୋନି’ ପ୍ରଭାବରେ ଅନେକଙ୍କ ଘର ଭାଙ୍ଗିଯାଇଥିବା ବେଳେ ନା ମିଳୁଛି ପିଇବା ପାଇଁ ପାଣି, ନା ମିଳୁଛି ଖାଇବା ପାଇଁ ଓଳିଏ ଖାଦ୍ୟ। ଅସହାୟଙ୍କ ମୁହଁରେ ମୁଠାଏ ଖାଦ୍ୟ ଦେବା ପାଇଁ ପୁରୀରେ ଓଡ଼ିଶା ପୁଲିସ୍‌ ଫ୍ରି କିଚେନ୍ ଆରମ୍ଭ କରିଛି। ତେବେ ଏହି ଫ୍ରି କିଚେନ୍‌ ବ୍ୟବସ୍ଥା ବହୁ ଲୋକଙ୍କ ପେଟରେ ମୁଠାଏ ଆହାର ଦେଇଛି। ବାତ୍ୟା ପରଠାରୁ ଜଳଖିଆ ଖାଇ ରହିଥିବା ଲୋକେ ଭାତ […]

  • Friday, 16 July 2021
accident car
ବସ୍‌କୁ ଧକ୍କା ଦେଲା କାର୍ ; ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ, ୪ ଗୁରୁତର

କଟକ : କଟକ ଜିଲ୍ଲା ଟାଙ୍ଗୀ ରଜକଣା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ଅଛି। ସୂଚନା ମୁତାବକ, ଯାଜପୁରରୁ କଟକ ଯାଉଥିବା ଏକ କାର୍ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡର ଡେଇଁ ଆରପାଖରେ ଯାଉଥିବା ଏକ ବସ୍‌କୁ ଧକ୍କା ଦେଇଥିଲା। ଫଳରେ କାର୍‌ରେ ଥିବା ଜଣେ ମହିଳା ଏବଂ ପୁରୁଷଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେପଟେ ବସ୍ ଯାତ୍ରୀଙ୍କ ମଧ୍ୟରୁ ୪ଜଣ […]

  • Friday, 16 July 2021
matric
ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନିକ ନିଷ୍ପତ୍ତି

ଭୁବନେଶ୍ୱର : ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନିକ ସ୍ତରରେ ବଡ଼ ନିଷ୍ପତ୍ତି ହୋଇଛି। ପରୀକ୍ଷା ଦିନ ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ କେନ୍ଦ୍ର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିବ। ପୁଲିସ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ତ୍ରିସ୍ତରୀୟ ‘କଭର’ରେ କେନ୍ଦ୍ରକୁ ଆସିବ। ପରୀକ୍ଷା ସୁପରିଚାଳନା ପାଇଁ ୧୭ଟି ପଏଣ୍ଟକୁ ନେଇ ‘ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍‌’ ପ୍ରସ୍ତୁତ ହୋଇଛି। ସେହି ନିୟମକୁ ପାଳନ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଲିକ୍ ଓ ଗୁଜବ […]

  • Friday, 16 July 2021
rice
ଅନ୍ନପୂର୍ଣ୍ଣା ଚାଉଳ ଓ ସହାୟତାରେ କେନ୍ଦ୍ର ଟାଳଟୁଳ ନୀତି ଧରିଥିବା ରାଜ୍ୟର ଅଭିଯୋଗ

ଭୁବନେଶ୍ୱର : ପୁଣି ତାଜା ହେଲା ଚାଉଳ କଳି। ଏଥର କିନ୍ତୁ ମାଗଣାରେ ମିଳୁଥିବା ଅନ୍ନପୂର୍ଣା ଚାଉଳକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଅଭିଯୋଗ ୨ ବର୍ଷ ହେଲା କେନ୍ଦ୍ର ଉଦ୍ଦେଶ୍ୟମୂଳକ ଭାବେ ଅନ୍ନପୂର୍ଣା ଯୋଜନାରେ ଓଡ଼ିଶାକୁ ଚାଉଳ ଦେଉନାହିଁ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବଙ୍କୁ ରାଜ୍ୟ ଯୋଗାଣ ସଚିବ ଲେଖିଥିବା ଚିଠିରେ ଉଲ୍ଲେଖ ଅଛି। ବାରମ୍ବାର ଅନୁରୋଧ ପରେ କେନ୍ଦ୍ର ୨୦୧୬-୧୭ର ବକେୟା ଥିବା ଶେଷ ୬ ମାସ […]

  • Friday, 16 July 2021
puri-1
ପୁଲୱାମାରେ ସହିଦ୍‌ ୨ ଓଡ଼ିଆ ଯବାନଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ

ପୁରୀ : ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ଓଡ଼ିଶାର ୨ ଜବାନ୍‌ଙ୍କ ଚିତାଭସ୍ମ ପୁରୀ ତୀର୍ଥରାଜ ମହୋଦଧିରେ ବିସର୍ଜନ କରାଯାଇଛି। ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦୁଇ ସହିଦ୍‌ଙ୍କ ଗାଁରେ ପହଞ୍ଚି ପରିବାରର ସହମତିରେ ଚିତାଭସ୍ମ ଆଣିଥିଲେ। ଏନେଇ ଆୟୋଜିତ ଶୋଭାଯାତ୍ରାରେ ସେନାର କର୍ମକର୍ତ୍ତା ଓ ବୁଦ୍ଧିଜୀବୀମାନେ ଚିତାଭସ୍ମ ଧରି ସିଂହଦ୍ୱାର ଆଗରେ ସହିଦ୍‌ଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଥିଲେ।

  • Friday, 16 July 2021
tiger
ଭୁବନେଶ୍ୱରରେ କଲରାପତରିଆ ବାଘ

ଭୁବନେଶ୍ୱର : ରାଜଧାନୀରେ ବାଘ ଆତଙ୍କ। ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳକୁ ଏକ କଲରାପତରିଆ ବାଘ ପଶି ଆସିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତକାଲି ରାତିରେ ବାଘଟି ପଳାସପଲ୍ଲୀର ଜନବସତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଘର ପାଚେରୀ ଡେଇଁ ବାଘଟି ପଶୁଥିବା ଆଜି ଏକ ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା। ଗତକାଲି ରାତିରେ ବାଘଟି ବିମାନବନ୍ଦର ପାଚେରୀ ଡେଇଁ ଜନବସତି ଆଡ଼କୁ ଆସିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ବି […]

  • Friday, 16 July 2021
in ed
EDରେ ହାଜର ହେଲେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି

ଭୁବନେଶ୍ୱର : EDରେ ହାଜର ହେଲେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି ଦୁର୍ଗାପ୍ରସାଦ ମିଶ୍ର। ଆଜି ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ସେ ହାଜର ହୋଇଥିବା ଜଣାପଡିଛି। ବେଆଇନ୍‌ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଇଡି ପଚରାଉଚରା କରୁଥିବା ସୂଚନା ମିଳିଛି। ପୂର୍ବରୁ CBI ତାଙ୍କୁ ଚିଟ୍ ଫଣ୍ଡ ଦୁର୍ନୀତି ଅଭିଯୋଗରେ ଗିରଫ କରିଥିଲା। ତେବେ ପରେ ଦୁର୍ଗାପ୍ରସାଦ ଜାମିନ୍‌ରେ ଆସିଥିଲେ।

  • Friday, 16 July 2021
prayer
ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ୍‌ ରାଲି ଓ ପ୍ରାର୍ଥନା ସଭା

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ ତରଫରୁ ପୁଲୱାମାରେ ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଅନୁଗୁଳ କଂଗ୍ରେସ ଭବନ ଠାରୁ ବଜାର ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରି ବୀର ଯବାନ ଅମର ରହେ ଧ୍ୱନି ଦେବା ସହ ପାକିସ୍ତାନ ମୁର୍ଦାବାଦ୍‌ ନାରା ଦେଇଥିଲେ। ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ପୋଡ଼ାଶୁଳ ଠାରେ ସହିଦ୍‌ ଯବାନଙ୍କ ପାଇଁ କ୍ୟାଣ୍ଡେଲ ରାଲି କରାଯାଇଛି। କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ […]

  • Friday, 16 July 2021
wine-protest
ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ମଦ ବିରୋଧୀ ଆନ୍ଦୋଳନ

ଜଗତସିଂହପୁର : ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ଚୋରା ମଦ କାରବାର ବନ୍ଦ ତଥା ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା ଦାବି ନେଇ ଆନ୍ଦୋଳନ। ଓଡ଼ିଶା ନିଶା ନିବାରଣ ଅଭିଯାନ ଓ ନବନିର୍ମାଣ ସମିତି ତରଫରୁ ଆୟୋଜିତ ଏହି ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ମଦ୍ୟପାନର କୁପ୍ରଭାବରେ ସାମାଜିକ ଜୀବନ ପ୍ରଭାବିତ ହେଉଛି; ତେଣୁ ମଦମୁକ୍ତ ଓଡିଶା ଗଠନ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି […]

  • Friday, 16 July 2021
mandi
ଫେବ୍ରୁଆରୀ ୨୮ ପରେ ବି ଖୋଲା ରହିବ ଧାନ ମଣ୍ଡି

ଭୁବନେଶ୍ୱର : ଫେବ୍ରୁଆରୀ ୨୮ ତାରିଖ ପରେ ବି ଖୋଲା ରହିବ ଧାନ ମଣ୍ଡି। ଏନେଇ ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ସଚିବ ଲେଖିଛନ୍ତି କଡ଼ା ଚିଠି। ଯେଉଁ ୧୯ଟି ଜିଲ୍ଲାରେ ଧାନ ସଂଗ୍ରହ ଲାଗି ଚିଠି କରାଯାଇଛି ସେଗୁଡ଼ିକ ହେଲା,  ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର। ସେହିପରି କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଂଜ, ନୟାଗଡ଼,ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାକୁ ବି ଚିଠି ହୋଇଛି। ଏହି ଜିଲ୍ଲା […]

  • Friday, 16 July 2021
accident
କଟକ-ପାରାଦ୍ୱୀପ NHରେ ସିରିଜ୍‌ ଦୁର୍ଘଟଣା

କଟକ : କଟକ-ପାରାଦ୍ୱୀପ ଜାତୀୟ ରାଜପଥ ରାମ କୁମାର ପୁରରେ ସିରିଜ୍ ଦୁର୍ଘଟଣା। ଯେଉଁଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। କଟକରୁ ପାରାଦ୍ୱୀପ ଯାଉଥିବା ବେଳେ ସ୍କୁଟିକୁ ଅଟୋ, କାର୍ ଧକ୍କା ଦେଇଛି। ଘଟଣା ପରେ ଫେରାର୍ ହୋଇ ଯାଇଛନ୍ତି କାର୍, ଅଟୋ ଡ୍ରାଇଭର୍। ଘଟଣାସ୍ଥଳରେ ସୋମପୁର ଥାନା ପୁଲିସ୍‌ ପହଞ୍ଚି ଖୋଳତାଡ଼ କରୁଛି।

  • Friday, 16 July 2021
bjp
ବିଜେପି ପକ୍ଷରୁ ଜନ ଅଦାଲତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଜେପି ପକ୍ଷରୁ ଭୁବନେଶ୍ୱର ସ୍ଥିତ ସହିଦନଗର ପଡ଼ିଆରେ ଜନ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସରକାର ବିରୋଧରେ ବିଭିନ୍ନ ଅଭିଯୋଗ ଉଠାଇଥିଲା ବିଜେପି। ବିଶେଷ କରି ଭୁବନେଶ୍ୱର ଲୋକସଭା ଅଞ୍ଚଳରେ ମୌଳିକ ସମସ୍ୟା ସମାଧାନ ହେଉନଥିବା ଅଭିଯୋଗ ହୋଇଥିଲା। ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ୟା ପ୍ରସଙ୍ଗ ବି ଉଠିଥିଲା। ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ବିନ୍ଦୁ ସାଗର ସଫେଇ ସହ ୧୦ଟି ମୁଖ୍ୟ ନାଳକୁ […]

  • Friday, 16 July 2021
q1
ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଶିଖ୍‌ ସମ୍ପ୍ରଦାୟ

ଭୁବନେଶ୍ୱର: ଶିଖ୍‌ ସମ୍ପ୍ରଦାୟର ଆନ୍ତର୍ଜାତିକ ସଂସ୍ଥା ‘ଖାଲସା ଏଡ୍’ ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଭୁବନେଶ୍ୱର ସ୍ଥିତ ଗୁରୁଦ୍ୱାର ସିଂହ ସଭା ସଂଗଠନ ସହାୟତାରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଗତ ଶନିବାର ଠାରୁ ଏହି ସଂସ୍ଥା ଦ୍ୱାରା ଭୁବନେଶ୍ୱର ଓ ପୁରୀରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ପୁରୀରେ ପ୍ରାୟ ୫ ହଜାର ଲୋକଙ୍କ ପାଇଁ ଫ୍ରି କିଚେନ୍ ଆରମ୍ଭ ହୋଇଛି। ପୁରୀରେ ଜିଲ୍ଲା ପ୍ରଶାସନର ସହାୟତାରେ ଏହି ସଂଗଠନ […]

  • Friday, 16 July 2021
strike
ଆସନ୍ତାକାଲି ବନ୍ଦ ରହିବ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ

ଭୁବନେଶ୍ୱର : ଆସନ୍ତାକାଲି ବନ୍ଦ ରହିବ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ। ପୁଲଓ୍ୱାମା ଆକ୍ରମଣ ଘଟଣାକୁ ନିନ୍ଦା କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଏହି ଡ଼ାକରା ଦେଇଛି। ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହି ବନ୍ଦ ପାଳନ କରାଯାଉଥିବାରୁ ଏହାକୁ ସମର୍ଥନ ଜଣାଇଛନ୍ତି ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ। ଦୁଇ ଓଡ଼ିଆ ସହିଦ୍‌ଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କଟକ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ସକାଳ […]

  • Friday, 16 July 2021
toofan
‍‍‘ଫୋନି’ ପରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି ଉପକୂଳ ଓଡ଼ିଶା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ର ତାଣ୍ଡବ ପରେ ଉପକୂଳ ଓଡ଼ିଶା ଧୀରେ ଧୀରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି। ବିଶେଷ କରି ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ସାଷ୍ଟାମ ହେବାକୁ ଚେଷ୍ଟା କରୁଛି। କିନ୍ତୁ ସ୍ଥିତି ସ୍ୱାଭାବିକ ହୋଇ ନାହିଁ। ଏବେ ବି ଲୋକଙ୍କ ପାଖରେ ପାଣି କି ବିଜୁଳି ପହଞ୍ଚି ନାହିଁ। ବିଦ୍ୟୁତ୍‌ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେଉଁଠି ତାର ଉପରେ ଗଛ ପଡ଼ିଛି, ତ ଆଉ କେଉଁଠି […]

  • Friday, 16 July 2021