ବାଲେଶ୍ୱର/ ଜୟପୁର: ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ଦେଖାଦେଇଛି ଚରମ ଅବ୍ୟବସ୍ଥା। ଫଳରେ ନିର୍ଦ୍ଧାରିତ ସମୟରେ ଫଳ ପ୍ରକାଶ ହୋଇ ପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ଉପୁଜିଛି। ସୂଚନା ଅନୁସାରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଗତ ୮ ତାରିଖରୁ ଆରମ୍ଭ ହୋଇ ୧୮ରେ ଶେଷ ହେବା କଥା। ମାତ୍ର କେତୋଟି ମୂଲ୍ୟାୟନ କେନ୍ଦ୍ରରେ ଆନୁସଙ୍ଗିକ ସୁବିଧାର ଅଭାବ ପାଇଁ ଖାତା ଦେଖାରେ […]
ନିରାଡମ୍ବର ଜୀବନ ବିତାଉଛନ୍ତି ପୂର୍ବତନ ବିଧାୟକ । ନିଜର ସରଳ, ଅମାୟିକ, ନିଷ୍କପଟ ଓ ସରଳ ଜୀବନ ଶୈଳୀ ପାଇଁ ସେ ଚର୍ଚ୍ଚାରେ । ସାଇକେଲରେ ଯିବାଆସିବା କରିବା ସହ ବୟସର ଅପରାହ୍ନରେ ନିଜ ଗାଁରେ ଚାଳଛପର ଘରେ ଜୀବନ ଅତିବାହିତ କରୁଛନ୍ତି ।
ରାଜଧାନୀରେ ଖତ ଖାଉଥିବା ବିଏମ୍ସିର ମୋ’ ସାଇକେଲ ଯୋଜନାରେ ସାମ୍ନାକୁ ଆସିଛି ଆହୁରି ସାଂଘାତିକ ତଥ୍ୟ । କବାଡ଼ି ବାଲାକୁ ମାତ୍ର ୫୦୦ ଟଙ୍କାରେ ବିକ୍ରି ହୋଇଥିବା ସାଇକେଲ୍ ପିଛା ସରକାର ୨୫ ହଜାର ନୁହେଁ, ମୋଟ ୫୦ ହଜାରର ଚୁକ୍ତି କରିଥିଲେ ।
ଗତ ମଙ୍ଗଳବାରଠୁ ଏ ମଙ୍ଗଳବାର, ୮ ଦିନ ବିତିଗଲା । ତଥାପି ସାମ୍ନାକୁ ଆସିଲାନି ଯୁବ ACF ସୌମ୍ୟରଜଂନଙ୍କ ମୃତ୍ୟୁ ପଛର ସତ । କିନ୍ତୁ ସୌମ୍ୟଙ୍କ ପରିବାର ଓ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନବାଜି ଭିତରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଆସିଛି ।
ଲକଡାଉନରେ ସମୟରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିନବ କୌଶଳ ଆପଣାଇଛନ୍ତି ଗୁଜରାଟର ଜଣେ ଶିକ୍ଷୟିତ୍ରୀ । ଯେଉଁ ପିଲାମାନେ ଅନଲାଇନ କ୍ଲାସରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ପାଇଁ ଖୋଲାସ୍ଥାନରେ ନିଜେ କ୍ଲାସ ନେଉଛନ୍ତି ସରକାରୀ ସ୍କୁଲର କିଛି ଶିକ୍ଷୟିତ୍ରୀ ।
ଦେଶରେ ବଢୁଥିବା ତେଲ ଦରରୁ ମୁକୁଳିବା ପାଇଁ ଅଭିନବ ଉପାୟ । କେରଳର ଜଣେ ବ୍ୟକ୍ତି ଏଭଳି ଏକ ସାଇକେଲ ନିର୍ମାଣ କରିଛନ୍ତି ଯାହାକି ମୋଟୋର ସାଇକେଲ ଭଳି ଦେଖାଯାଉଛି ।
ଗଜପତି(ଆଦର୍ଶ ଦାଶ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ମା’ କଦମଖଣ୍ଡିଙ୍କ ଗଜାମୁଆଁ ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ପାରଳାଖେମୁଣ୍ଡିରେ ଏହି ଯାତ୍ରା ବେଶ୍ ଧୂମଧାମରେ ପାଳିତ ହୁଏ। ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଏହି ଯାତ୍ରା ବାହାରିଥାଏ। ମୁଖ୍ୟତଃ ଶେଷ ମଙ୍ଗଳବାର ରାତିରେ ସହରର ପ୍ରତି ଗଳିକନ୍ଦିରେ ଗଜାମୁଆଁକୁ ଆକର୍ଷଣୀୟ ସାଜ ସଜା କରି ମୁଣ୍ଡରେ ଧରି ଲୋକେ ପ୍ରତ୍ୟେକ ସାହି ଭ୍ରମଣ କରିଛନ୍ତି। ରାତି ସାରା ଏହି ଉତ୍ସବକୁ ସହରବାସୀ ଭରପୁର […]
ଭୁବନେଶ୍ୱର : ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ବିଜେଡି ପାର୍ଟି ଅଫିସ୍ରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ତାଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ମଧ୍ୟ ବିଜେଡି କାର୍ଯ୍ୟାଳୟ ଯାଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଛନ୍ତି। ସେପଟେ ପୁରୀ ସ୍ୱର୍ଗଦ୍ୱାରସ୍ଥିତ ବିଜୁବାବୁଙ୍କ ସମାଧୀପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏକ ନିରାଡମ୍ବର ଉତ୍ସବରରେ ପୁରୀ ସାଂସଦ ପିନାକି ମିଶ୍ର, ବିଧାୟକ […]
ରାଉରକେଲା: ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯାଇଥିବା ହେଲିକପ୍ଟରର ଯାଞ୍ଚ ହୋଇଛି। ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କାଡ୍ ପକ୍ଷରୁ ଏହି ଯାଞ୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀ ବସିଥିବା ହେଲିକପ୍ଟର ଯାଞ୍ଚ ବେଳର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। ଭିଡିଓଟି ଗତକାଲିର ବୋଲି ସୂଚନା ମିଳିଛି। ରାଉରକେଲାକୁ ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ଯିବାବେଳେ ରଘୁନାଥପାଲୀ ଆଇଡିଏଲ୍ ହେଲିପ୍ୟାଡରେ ହେଲିକପ୍ଟର ଯାଞ୍ଚ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।
ମୟୂରଭଞ୍ଜ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜରେ ନିର୍ବାଚନ ପ୍ରଚାର କରିଛନ୍ତି। କେନ୍ଦୁଝର ଲୋକସଭା କ୍ଷେତ୍ରର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଠାକୁରମୁଣ୍ଡାରେ ଆୟୋଜିତ ଏକ ସମାବେଶରେ ସେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ପୁଣିଥରେ କାଳିଆ ଯୋଜନା ପ୍ରସଙ୍ଗ ଉଠାଇ ସେ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି। କାଳିଆ ଯୋଜନାକୁ ବନ୍ଦ କରିଦେବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏଥିସହ ବିଜେଡି ସରକାର ଆସିଲେ ୨ କିସ୍ତିରେ ଟଙ୍କା […]
ବରଗଡ଼(ଦୀପକ ଶର୍ମା): ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ବରଗଡ଼ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ଭୋଟ୍ ଗ୍ରହଣ ପାଇଁ ପୋଲିଂ ଅଫିସର୍ ନିଜ ନିଜର ବୁଥକୁ ଯାଇଛନ୍ତି। ବରଗଡ଼ରୁ ଭଟଲି ଓ ଅତାବିରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ରେ ପୋଲିଂ ଅଫିସର୍ ଇଭିଏମ୍, ଭିଭିପାଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ପହଞ୍ଚିସାରିଛନ୍ତି। ସେହିପରି ପଦ୍ମପୁର ଉପଖଣ୍ଡ କାର୍ଯ୍ୟାଳୟରୁ ପୋଲିଂ ଅଫିସର୍ ପଦ୍ମପୁର ଓ ବିଜେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ମତଦାନ […]
ସୋରୋ(ଶଶିକାନ୍ତ ବେହେରା): ମୁମ୍ବାଇରୁ ଚୋରି କରି ପଳାଇ ଆସିଥିବା ଯୁବକ ବାଲେଶ୍ୱରରେ ଗିରଫ। ବାଲେଶ୍ୱର ଖଇରା ଥାନା ଗଣ୍ଡୁଆ ଗାଁର ମାନସ ନାମରେ ଜଣେ ଯୁବକ ଗତ କିଛି ବର୍ଷ ଧରି ମୁମ୍ବାଇ ଦାଦର ଥାନା ଅଞ୍ଚଳରେ ଜଣଙ୍କ ଘରେ ରହି କାମ କରୁଥିଲା। ତେବେ ମାନସ ମାଲିକଙ୍କ ସହ ବିଶ୍ୱାସଘାତକତା କରି ତାଙ୍କ ଘରୁ ୧ କିଲୋ ରୁପା ଓ ସୁନା ସହିତ ୫୦ ହଜାର ଟଙ୍କା ଚୋରି କରିଥିଲା। ଚୋରି କରି ମାନସ ମୁମ୍ବାଇରୁ […]
ବାଲିଗୁଡ଼ା(ଅଜିତ୍ କୁମାର ନାୟକ): ଆସନ୍ତାକାଲି କନ୍ଧମାଳ ଜିଲ୍ଲାର ମାଓପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ବାଲିଗୁଡା ଓ ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ। ଏ ନେଇ ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଭୟ ଅଞ୍ଚଳର ବହୁ ମତଦାନ କେନ୍ଦ୍ର ମାଓପ୍ରବଣ ତଥା ଅତି ଉତ୍ତେଜନା ପ୍ରବଣ ହୋଇଥିବାରୁ ସେ ସବୁ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ସମେତ ଘଞ୍ଚ ଜଙ୍ଗଲରେ କମ୍ବିଂକୁ ଜୋରଦାର କରାଯାଇଛି। […]
ଭୁବନେଶ୍ୱର: ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ହେବ। ଭାରପ୍ରାପ୍ତ ଡିଜିପି ବି.କେ. ଶର୍ମା ଆଜି ଏହି ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍ପି ପ୍ରମୋଦ ରଥଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏଥିସହ ଆଇଜି ଅରୁଣ ବୋଥ୍ରା ଏହାର ତତ୍ୱାବଧାନ କରିବେ। ରବିବାର ରାତିରେ ଖୋର୍ଦ୍ଧା ନବୀନବାଗରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜଣେ ଦୁର୍ବୃତ୍ତ ସ୍କୁଟିରେ ଆସି ତାଙ୍କୁ ଗୁଳି କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ। […]
ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ମୁଖ୍ୟ ରାସ୍ତାର ସାନକେରକ ଛକଠାରେ ଏକ ଚଳନ୍ତା କାର୍ରେ ନିଆଁ ଲାଗିଯାଇଛି। ରାସ୍ତା ମଝିରେ କାର୍ଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ତେବେ ଗାଡ଼ିରେ ଥିବା ଡ୍ରାଇଭରଙ୍କ ସମେତ ୩ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେଲ ଟାଙ୍କିରୁ ତେଲ ଲିକ୍ ହୋଇ କାର୍ରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। କାର୍ଟି ବାରିପଦାରୁ ଉଦଳା ଅଭିମୁଖେ ଆସୁଥିଲା।
ଭୁବନେଶ୍ୱର: ଏନ୍ଆଇଆର୍ଏଫ୍ ରାଙ୍କିଂରେ ଓଡ଼ିଶାର କୌଣସି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ଥାନ ନ ପାଇବା ଘଟଣାକୁ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଗୁରୁତ୍ୱର ସହ ନେଇଛି । ଏନେଇ ବିପିୟୁଟି, ଆଇଜିଆଇଟି ସରାଙ୍ଗ, ସିଇଟି ଭୁବନେଶ୍ୱର ସମେତ ୮ଟି ବୈଷୟିକ ଶିକ୍ଷାନୁଷ୍ଠାନକୁ ବିଭାଗ ରିପୋର୍ଟ ତଲବ କରିଛି। କାହିଁକି ଏନ୍ଆଇଆର୍ଏଫ୍ ରାଙ୍କିଂରେ ସ୍ଥାନ ପାଇଲା ନାହିଁ ବୋଲି ସପ୍ତାହେ ଭିତରେ ରିପୋର୍ଟ ଦେବା ପାଇଁ ବିଭାଗ ସମସ୍ତ ଶିକ୍ଷାନୁଷ୍ଠାକୁ ନୋଟିସ୍ କରିଛି। ଏନ୍ଆଇଆର୍ଏଫ୍ ରାଙ୍କିଂ […]
ଭୁବନେଶ୍ୱର: ଉପସାଗରୀୟ ଦେଶ ବାହାରିନ୍ରେ ଓଡ଼ିଆ ନବ ବର୍ଷ ପାଳିତ ହୋଇଯାଇଛି। ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଆଡଲିୟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଅବସରପ୍ରାପ୍ତ କୁଟନୀତିଜ୍ଞ ଲଲିତ୍ ମାନସିଂହ ଏବଂ ବାହାରିନ ଶ୍ରମ ଓ ସମାଜ କଲ୍ୟାଣ ମନ୍ତ୍ରୀ ଅହମ୍ମଦ ଅଲ ହାଇକି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ‘ବାହାରିନ୍ ଉତ୍କଳିକା ୨୦୧୯’ ଉନ୍ମୋଚିତ ହୋଇଥିଲା। ପରେ ବିଭିନ୍ନ କଳାକାରଙ୍କ ଦ୍ୱାରା ସାସ୍କୃତିକ […]
ଭୁବନେଶ୍ୱର: ଭୁବନେଶ୍ୱରର ଏକ ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା ଠାବ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ କର୍ମଚାରୀଙ୍କ ସରକାରୀ ବାସଭବନରେ ଏହି ବନ୍ଧୁକ କାରଖାନା ଠାବ କରାଯାଇଛି। ଏହି କାରଖାନାରୁ ୩ଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ବିପୁଳ ପରିମାଣର ବାରୁଦ ଓ ଗୁଳି ପୁଲିସ୍ ଜବତ କରିଛି। ଗତକାଲି OUAT କର୍ମଚାରୀଙ୍କ କ୍ୱାର୍ଟର୍ସ ଭିତରୁ ଜୋର୍ରେ ଶବ୍ଦ ଶୁଭିବା ପରେ ଏହି ବନ୍ଧୁକ କାରଖାନାର ଗୁମର ଫିଟିଥିଲା। ଏହାପରେ ସଂପୃକ୍ତ କର୍ମଚାରୀଙ୍କୁ […]
ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ସାଉଦି ଆରବରେ ଉତ୍କଳ ଦିବସ ପାଳନ କରାଯାଇଛି। ଓଡ଼ିଶା ଆସୋସିଏସନ୍ ଅଫ୍ ସାଉଦି ଆରବିଆ କଳିଙ୍ଗାନ୍-KSA ପକ୍ଷରୁ ଏହ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଶିଳ୍ପପତି ଡକ୍ଟର ଦେବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ସେ ଅନୁଷ୍ଠାନର ବାର୍ଷିକ ପତ୍ରିକା ଉନ୍ମୋଚନ କରିଥିଲେ। ତାଙ୍କ ବ୍ୟତୀତ ଓଲିଉଡ୍ ଅଭିନେତା ଜ୍ୟୋତି ରଞ୍ଜନ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି […]
ପୁରୀ(ମଧୁସୂଦନ ମିଶ୍ର): ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ହନୁମାନଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଛି। ଏହି ଅବସରରେ ନୂତନ ପଞ୍ଜିକା ପ୍ରଚଳନ ହୋଇଥିଲା। ନୂତନ ପଞ୍ଜିକାରେ ଚଳିତ ବର୍ଷର ତିଥି ବାର, ନକ୍ଷତ୍ର ଓ ପର୍ବପର୍ବାଣୀର ସମସ୍ତ ସୂଚନା ଦିଆଯାଇଛି। ଚଳିତ ବର୍ଷ ବନ୍ୟା, ବାତ୍ୟା ଓ ଭୂକମ୍ପ ହେବ ବୋଲି ନୂତନ ପଞ୍ଜିକାରେ ଉଲ୍ଲେଖ ରହିଛି। ଏହାସହ ରାଜ୍ୟରେ ରାଜନୈତିକ ଅସ୍ଥିରତା ମଧ୍ୟ ଲାଗି ରହିବ ବୋଲି ଜ୍ୟୋର୍ତିବିଦ୍ କହିଛନ୍ତି।
ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ। ୫୮ଟି ଅପ୍ଲାଇନ୍ ଓ ୩୬ଟି ଅନ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ପ୍ରକ୍ରିୟା ହେବ। ଯେଉଁଥିରେ ନିୟୋଜିତ ହେବେ ପ୍ରାୟ ୮ ହଜାର ଅଧ୍ୟାପକ ଓ ଅଧ୍ୟାପିକା। ଦୁଇଟି ପର୍ଯ୍ୟାୟରେ ହେବ ଖାତା ମୂଲ୍ୟାୟନ। ଏପ୍ରିଲ୍ ୮ରୁ ୧୮ ଯାଏ ପ୍ରଥମ ପର୍ଯ୍ୟୟ ଓ ଏପ୍ରିଲ୍ ୨୩ରୁ ମେ ୨ ଯାଏ ଦ୍ୱିତୀୟ ପର୍ଯ୍ୟୟ ଖାତା ମୂଲ୍ୟାୟନ କରାଯିବ। ସବୁ ମୂଲ୍ୟାୟନ କେନ୍ଦ୍ର ଗୁଡିକ […]
ଭୁବନେଶ୍ୱର: ବର୍ଷକ ଭିତରେ ୧୩.୭୭ କେଜି ସୁନା ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ଚାରି କୋଟି ଟଙ୍କା ହେବ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ କଷ୍ଟମ ଓ ଜିଏସ୍ଟି ବିଭାଗର ଚିଫ୍ କମିଶନର ନରେଶ ପେନୁ ମକା। ସୁନା ଚୋରାଚାଲାଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଛି। ୨୦୧୯ ଏପ୍ରିଲ ୩ ତାରିଖରେ ଭୁବନେଶ୍ୱର ଏୟାରପୋର୍ଟରୁ ଧରା ପଡ଼ିଥିଲା ୯ ଲକ୍ଷରୁ ଅଧିକ ଟଙ୍କାର ଚୋରା […]
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୁଲିସ ଚଢଉ କରି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାସହ ଗୋଟିଏ ପିସ୍ତଲ, ଗୋଟିଏ ଜବନ୍ତ ଗୁଳି, ୪ଟି ମୋବାଇଲ, ୨ଟି ବାଇକ ସହ ନଗଦ ୨ଲକ୍ଷ ୩୦ ହଜାର ଟଙ୍କା ମଧ୍ୟ ଜବତ କରିଛି ପୁଲିସ। ଜଟଣୀର ବାଲି ଛକ ସାହିରେ ଏକ ଭଡା ଘର ଉପରେ ପୁଲିସ ଚଢଉ କରିଥିଲା। ଅଭିଯୁକ୍ତ ଏସ୍.କେ ପୟଦ ଓ ଏସ୍.କେ ଚାନ୍ଦକୁ ଗିରଫ କରି କୋର୍ଟ ଚାଲାଣ […]
ଟିଟିଲାଗଡ଼: ଶବକୁ ଅସମ୍ମାନ ଓଡ଼ିଶାରେ କିଛି ନୂଆ କଥା ନୁହେଁ। କେତେବେଳେ ଏଠି କାନ୍ଧରେ ତ ଆଉ କେତେବେଳେ ରିକ୍ସାରେ ଶବ ବୁହା ହେବାର ବହୁ ନଜିର ରହିଛି। ଏପରି ଘଟଣା ଯେତେବେଳେ ଲୋକଲୋଚନକୁ ଆସେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ଚେତା ପସେ। ଆଗକୁ ଏପରି ଘଟଣା ଘଟିବ ନାହିଁ ବୋଲି ଦମ୍ଭୋକ୍ତି ବାଢ଼ନ୍ତି। ହେଲେ ସ୍ଥିତିରେ କିଛି ସୁଧାର ହେବା ପରି ଲାଗୁନାହିଁ। କାରଣ ନିର୍ବାଚନୀ ଉଷ୍ମତା ଭିତରେ ଆଜି ରାଜ୍ୟରେ ପୁଣି […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟରେ ମା ତାରାତାରିଣୀ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ହିଞ୍ଜିଳିକାଟୁ ନିକଟରେ ବସ୍ଟି ଏକ କଲଭର୍ଟରେ ଧକ୍କା ହୋଇ ନାଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି। ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।