ଦେବଗଡ଼: ଦେବଗଡ ଜିଲ୍ଲା ଝରାକଣ୍ଢଳ ପଞ୍ଚାୟତ ପୁରୁଣାପାଣି ଗାଁରେ ଅଙ୍ଗନଓ୍ୱାଡି କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗ ହୋଇଛି। ଯୋଗ୍ୟ ପ୍ରାର୍ଥୀନୀଙ୍କୁ ନିଯୁକ୍ତି ଦିଆ ନଯାଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଜଣଙ୍କୁ କର୍ମୀ ଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ପୁରୁଣାପାଣି ଅଙ୍ଗନଓ୍ୱାଡି କେନ୍ଦ୍ରର କର୍ମୀ ନିଯୁକ୍ତି ପାଇଁ ୯ ଜଣ ଆବେଦନ କରିଥିଲେ। ଆବେଦନ କରିଥିବା ଜୟନ୍ତୀ ତିର୍କୀ ଜାଲ ମ୍ୟାଟ୍ରିକ ସାର୍ଟିଫିକେଟ ଦାଖଲ କରି ଆବେଦନ […]
କଟକ: ସୁଧୁରିବାର ନାଁ ଧରୁନି କଟକ ବାଙ୍କୀ ବସଷ୍ଟାଣ୍ଡର ଅବସ୍ଥା। ରାସ୍ତା କଡରେ ବସ୍ ଛିଡ଼ା ହେଉଥିବାରୁ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ଲୋକେ। ଏମିତିକି ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଦିନକୁ ଦିନ ବାଙ୍କୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ମୁଖ୍ୟରାସ୍ତାରେ କେବଳ ବସ୍ ଛିଡା ହେଉନାହିଁ, ଛୋଟ ବଡ ଗାଡି ମଧ୍ୟ ପାର୍କିଂ ହେଉଛି। ଫଳରେ ଟ୍ରାଫିକ୍ ସମସ୍ୟା ଜଟିଳ ହେବାରେ ଲାଗିଛି। ଏଠାରେ ଯାତ୍ରୀଙ୍କ ପାଇଁ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବିଡ଼ିଓଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। କିଏ ଓ କ’ଣ ପାଇଁ ଅପହରଣ କରିଛି, ତାହା ସ୍ପଷ୍ଟ ହୋଇନି। ଅପହରଣ ସୂଚନା ପାଇବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅଭିଯୋଗରୁ ପ୍ରକାଶ, ଆଜି ଅପରାହ୍ଣରେ ବିଡିଓ ସରୋଜ ମିଶ୍ର ଅଫିସ୍ରେ ଥିଲେ। ଏହି ସମୟରେ ଏକ ସ୍କର୍ପିଓରେ କିଛି ଲୋକ ଆସି ଅଫିସ ଭିତରେ ପଶି ବିଡିଓଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅପହରଣ ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ […]
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଶୁକ୍ରବାର ମଧ୍ୟରାତ୍ରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଆ ବୁଢ଼ୀ ଠାକୁରାଣୀ ବାପ ଘରକୁ ଯିବେ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାପଘର ଲୋକ ପ୍ରଥମେ ଆସି ମା’ଙ୍କୁ ସମୟ ଜଣାଇବା ପରେ ମଧ୍ୟରାତ୍ରରେ ମାଆଙ୍କ ଘଟ ଓ ଫୁଲ ବାପଘର ଦେଶୀ ବେହେରାଙ୍କ ଅସ୍ଥାୟୀ ପୀଠକୁ ଯିବ। ଏହାସହ ଆରମ୍ଭ ହେବ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ପରମ୍ପରା ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ମାଆ ବୁଢ଼ୀ ଠାକୁରାଣୀଙ୍କ […]
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିର ପ୍ରସିଦ୍ଧ ପଞ୍ଚୁପାଣ୍ଡବ ମେଳନ ଉଦ୍ଯାପିତ ହୋଇଯାଇଛି। ମହାଭାରତ କଥାବସ୍ତୁକୁ ନେଇ ଏହି ମେଳଣ ହୋଇଥାଏ। ତିନି ଦିନ ଧରି ଆୟୋଜିତ ହେଉଥିବା ଏହି ମେଳନରେ ଶ୍ରୀକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଓ ସୋମନାଥ ଦେବଙ୍କ ମହାମିଳନ ଆୟୋଜିତ ହୋଇଥାଏ। ଏହି ତିନିଦିନ ଏଠାରେ ସାହିଯାତ ସହ ସାସ୍କୃତିକ କାର୍ଯ୍ୟକ୍ରମ ଓ କିଣବିକାର ମଜା ଉଠାଇଥାନ୍ତି ସ୍ଥାନୀୟ ବାସିନ୍ଦା ସହ ପର୍ଯ୍ୟଟକ। ଥାନାପତି ଗୋପୀନାଥ ଦେବଙ୍କର ଆମନ୍ତ୍ରଣରେ ବ୍ରହ୍ମଗିରିର ଖାଣ୍ଡବବନରେ […]
ବାଲିଗୁଡ଼ା (ଅଜିତ ନାଏକ): ଶୌଚ ପାଇଁ ଯାଇ ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ମୃତ ୩ ନାବାଳିକାଙ୍କ ବୟସ ୭ରୁ ୮ ବର୍ଷ ମଧ୍ୟରେ ହେବ। ଆଜି ସନ୍ଧ୍ୟାରେ ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା ଗାଁର ବାୟାବନ୍ଧୁ ନାୟକଙ୍କ ଦୁଇ ଝିଅ ରେଣୁକା ନାୟକ ଓ ନେନକା ନାୟକ ଏବଂ ପ୍ରକାଶ ସେନାପତିଙ୍କ ଝିଅ ନିଶା ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ […]
ଭୁବନେଶ୍ୱର: ହାଇୱେ ଲୁଟେରାଙ୍କୁ କାବୁ କରି ମଞ୍ଚେଶ୍ୱର ଥାନାର ଦୁଇ ପିସିଆର ଷ୍ଟାଫଙ୍କୁ ପୁଲିସ କମିଶନର ପୁରସ୍କୃତ କରିଛନ୍ତି। ଠିକଣା ସମୟରେ କାର୍ଯ୍ୟଦକ୍ଷତା ଯୋଗୁଁ ଏହି ସମ୍ମାନ ଦିଆଯାଇଛି। କିଛିଦିନ ତଳେ ପାଟ୍ରୋଲିଂ କରୁଥିବାବେଳେ ରାଜ୍ୟ ବାହାରର ଏକ ଟ୍ରକକୁ ହାଇୱେ ଉପରେ ଲୁଟ୍ କରାଯାଇଥିଲା। ଟ୍ରକ ଡ୍ରାଇଭର ଜଣଙ୍କ ସେଠାରୁ ଦୌଡି ଦୌଡି ଆସି ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ପିସିଆର୍ ଷ୍ଟାଫ ନିଜର ଉପସ୍ଥିତ ବୁଦ୍ଧିରୁ ଲୁଟେରାଙ୍କୁ […]
ପୁରୀ: ବିଭିନ୍ନ ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁରୀ ପୁଲିସ୍ ୪ ଜଣ ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉମାକାନ୍ତ ବେହେରା, ପହଲି, ରାଜୁ ଓ ରାହୁଲ। ସେମାନଙ୍କ ପାଖରୁ ପୁଲିସ୍ ଗୋଟିଏ ଟିଭି, ଦୁଇଟି ଲାପଟପ୍, ୨ଟି ମୋବାଇଲ୍ ଓ ଏକ ଟ୍ୟାବ୍ ଜବତ କରିଛି। ସୂଚନା ମୁତାବକ, ଗତ ୨ ମାସ ଧରି ଅପରାଧୀମାନେ ଏସସିଏସ୍ କଲେଜ ଅଞ୍ଚଳରେ ବିଭିନ୍ନ ଘରର କବାଟ ଓ ଝରକା କାଟି ଚୋରି କରୁଥିଲେ। […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ବହୁ ଆନ୍ଦୋଳନ ପରେ ମଣ୍ଡିରୁ ଧାନ ଉଠାଇ ଥିଲା ପ୍ରଶାସନ। ହେଲେ ଏ ପର୍ଯ୍ୟନ୍ତ ଚାଷୀଙ୍କ ଅକାଉଣ୍ଟରେ ଟଙ୍କା ଆସି ନଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର କାଲିମେଳା ଓ ପଡ଼ିଆ ବ୍ଲକରୁ। ଏନେଇ କିଛି ଚାଷୀ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚଳିତବର୍ଷ ମାଲକାନଗିରି ଜିଲ୍ଲାରେ ମଣ୍ଡିର ଅବ୍ୟବସ୍ଥା ସହ ମାସ ମାସ ଧରି ଧାନ ଉଠିପାରିନଥିଲା। ଯେଉଁଠି ବି […]
ସାଲେପୁର (ମନୋଜ ଆଚାର୍ଯ୍ୟ): ମୌଳିକ ସୁବିଧା ମିଳୁ ନଥିବାରୁ କଟକ ଜିଲ୍ଲା ସାଲେପୁରର ଶୁଖୁଆ ସାହି ବାସିନ୍ଦା ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି। ଦୀର୍ଘଦିନ ହେଲା ରାସ୍ତାଘାଟ, ପାନୀୟ ଜଳ, ଭତ୍ତା ଆଦି ମୌଳିକ ସୁବିଧାରୁ ବଞ୍ଚିତ ଶୁଖୁଆ ବାସିନ୍ଦା ଏପରି ନିଷ୍ପତ୍ତି ନେଇଛନ୍ତି। ରାସନ କାର୍ଡରେ ଚାଉଳ, କିରୋସିନକୁ ବାଦ୍ ଦେଲେ ଅନ୍ୟ କୌଣସି ସରକାରୀ ସୁବିଧା ମିଳୁନଥିବା ସାହି ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ […]
ଉଦଳା (ମାନସ ପାଣି): ଜମି ଦେବା ନାଁରେ ଟଙ୍କା ଠକେଇ ଅଭଯୋଗରେ ଜଣଙ୍କୁ ଅଟକ ରଖି ପୁଲିସ୍ ଜିମା ଦେଉଛନ୍ତି ଲୋକେ। ଏପରି ଘଟଣା ଘଟିଛି ଉଦଳା ଅଞ୍ଚଳରେ। ଅଭିଯୁକ୍ତ ଜଣଙ୍କ ହେଲେ କପ୍ତିପଦା ଥାନା ଅଞ୍ଚଳର ଦେବାଶିଷ ପଟ୍ଟନାୟକ। ଦେବାଶିଷ ଉଦଳା ଓ କପ୍ତିପଦା ଅଞ୍ଚଳରୁ ପ୍ରାୟ ୨୫ ଜଣଙ୍କ ପାଖରୁ ଦେଢ କୋଟିରୁ ଅଧିକ ଟଙ୍କା ନେଇ ଠକିଥିବା ଅଭିଯୋଗ କରିଛନ୍ତି ଲୋକେ। ଦେବାଶୀଷଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଠକେଇ ମାମଲା ରହିଛି।
ଆନନ୍ଦପୁର (ମୁନା ସିଂ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ନଦୀରେ ବୁଡ଼ି ଦୁଇ ଜଣ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ବୈତରଣୀ ନଦୀର କୋଡ଼ପଡ଼ା ଘାଟରେ ଗାଧଉ ଥିବା ବେଳେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଶଢା ଗାଁର ଜଗନ୍ନାଥ ସୁତାରଙ୍କ ପୁଅ ସୁବ୍ରପ୍ରସାଦ ସୁତାର (୧୧) ଏବଂ ବସନ୍ତିଆ ଗାଁର ଅନାମ ଓଝାଙ୍କ ପୁଅ ରୁଦ୍ର ପ୍ରତାପ ଓଝା (୧୭) l ମଙ୍ଗଳା ଓଷା ପାଇଁ ସୁବ୍ର ଏବଂ ରୁଦ୍ର […]
ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲାର ଐତିହାସିକ ଧର୍ମଶାଳା ମୁନସି ମେଳଣ ଉଦ୍ଯାପିତ ହୋଇଯାଇଛି। ସୁସଜ୍ଜିତ ବିମାନରେ ରାଧାକୃଷ୍ଣ ଓ ଗୋପିନାଥଜିଉଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଆଉ ପରମ୍ପରା ଅନୁସାରେ ପୁଲିସଙ୍କ ସହ ହୋଲି ଖେଳି ଉତ୍ସବ ମନାଇଛନ୍ତି ଲୋକେ। ମେଳଣ ପଡ଼ିଆରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସହ ଓ ଗୋପିନାଥଜିଉଙ୍କୁ ଦର୍ଶନ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ। ଆଖପାଖ ଅଞ୍ଚଳର ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବସାଇ ପାରମ୍ପରିକ ବାଦ୍ୟ, ନୃତ୍ୟ, ସଂର୍କୀତ୍ତନର ତାଳେ ତାଳେ ଶୋଭାଯାତ୍ରାରେ […]
ଲଖନପୁର/ବିନିକା: ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଶେଷ କରି ଝିଅମାନଙ୍କୁ ଶିକ୍ଷିତ କରିବାକୁ ବହୁ ଯୋଜନା କରାଯାଉଛି। ଛାତ୍ରୀନିବାସ ନିର୍ମାଣ କରାଯାଉଛି, ସେଠାରେ ଝିଅମାନେ ରହି ପାଠ ପଢ଼ିବାକୁ। ହେଲେ ଝାରସୁଗୁଡାର ଲଖନପୁର ଏବଂ ସୁବର୍ଣ୍ଣପୁରର ବିନିକାରେ ଥିବା ଛାତ୍ରୀନିବାସକୁ ଦେଖିଲେ, ମନକୁ ପ୍ରଶ୍ନ ଆସିବ ଏହି ଛାତ୍ରୀନିବାସ କାହା ସ୍ୱାର୍ଥରେ ? ଛାତ୍ରଛାତ୍ରୀଙ୍କ ଶିକ୍ଷିତ କରିବା ଲକ୍ଷ୍ୟରେ ସରକାର ଆଶ୍ରମ ସ୍କୁଲ୍ ଖୋଲୁଛନ୍ତି। ସ୍କୁଲର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ […]
କଟକ (ବିବର୍ତ୍ତନ ପଣ୍ଡା): ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା। ମାଟ୍ରିକ, ମଧ୍ୟମା ଏବଂ ମୁକ୍ତ ବିଦ୍ୟାଳୟ ପାଇଁ ଚଳିତବର୍ଷ ରାଜ୍ୟରେ ମୋଟ ୬୦ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ଚଳିତବର୍ଷ ମୂଲ୍ୟାୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ତ୍ରୁଟିଶୁନ୍ୟ କରିବାକୁ ବୋର୍ଡ ଯୋଜନା କରିଥିବାବେଳେ ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ଫୋନ ନେବାକୁ ବାରଣ କରାଯାଇଛି। ଚଳିତବର୍ଷ ମୋଟ ୧୬ ହଜାର ୩୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ମୂଲ୍ୟାୟନ […]
ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଏବ ବ୍ୟସ୍ତବହୁଳ ଅଞ୍ଚଳ। ପ୍ରତିଦିନ ଏଠାରୁ ସହ ସହ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି। ବିଡ଼ମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଏଠାରେ ବସ୍ଷ୍ଟାଣ୍ଡଟିଏ ହୋଇପାରିଲା ନାହିଁ। ଏହାସହ ରାସ୍ତା ଉପରକୁ ମାଡ଼ି ଦୋକାନ ରହିଥିବାରୁ ବହୁ ସମସୟରେ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି। ବାରମ୍ବାର ଦାବି ସତ୍ତ୍ୱେ ଏହାର ସମାଧାନ କରାଯାଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ପାର୍କିଂ ସୁବିଧା କି ବସଷ୍ଟାଣ୍ଡ ନାହିଁ। […]
ପାରାଦୀପ (ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା ଜାଲପଦା ଗାଁରୁ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆସିଛି। ମୃତକ ହେଲେ ଜୋତ୍ସ୍ନା। ଯୌତୁକ ପାଇଁ ଶାଶୁ ଘର ଲୋକେ ଜୋତ୍ସ୍ନାଙ୍କୁ ହତ୍ୟା କରିଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଜାଲପଦା ଗାଁ ନେତ୍ରାନନ୍ଦ ରାଉତ ୮ ବର୍ଷ ତଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗ ଗାଁର ଜୋତ୍ସ୍ନାଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ବାପଘରୁ ଅଧିକ ଯୌତୁକ ଆଣିବାକୁ ଶାଶୁଘର ଲୋକେ […]
ଭୁବନେଶ୍ୱର: ସରକାରଙ୍କ ନାରା ‘ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ’। କିନ୍ତୁ ଆଜି ବି ଗାଁ ଗହଳିର ଶିଶୁଙ୍କ ପାଇଁ ଭଲ ଶୈକ୍ଷିକ ପରିବେଶ ନାହିଁ। ସରକାର ବଦଳୁଛନ୍ତି, ସରକାରୀ ବାବୁ ବି ବଦଳୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ଗ୍ରାମାଞ୍ଚଳର ଶିଶୁଙ୍କ ଭାଗ୍ୟ ବଦଳିପାରୁନି। ଆମର ସ୍ୱତନ୍ତ୍ର ସେଗମେଣ୍ଟ ଭୋଟରଙ୍କ ମୁଦ୍ଦାରେ ଆଜି ଆସନ୍ତୁ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖିବା ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାରୁ ରିପୋର୍ଟ। ମୁଣ୍ଡ ଉପରେ ଚାଳ ଛପର। ଚାରିକଡେ ଖୋଲାମେଲା ପରିବେଶ। […]
ନୟାଗଡ଼ (ସତ୍ୟନାରାୟଣ ସୁରଜଗଦ୍ଦେବ): ଡାକ୍ତରଖାନା ଅଛି। ହେଲେ ରୋଗୀଙ୍କ କାମରେ ଲାଗୁନାହିଁ। କାରଣ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି। ଏହା ହେଉଛି ନୟାଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବା। ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ବିରିଡିହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। ଏଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଝୁଲୁଛି ତାଲା। ବେଡରେ ଯେଉଁ ଜଣେ ଦୁଇ ଜଣ ରୋଗୀ ଅଛନ୍ତି, ତାଙ୍କୁ ବି […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସହକାରୀ ଜିଲ୍ଲାପାଳ ଶିବପ୍ରସାଦ ପାଣିଗ୍ରାହୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମାତ୍ରାଧିକ କାର୍ଯ୍ୟଚାପରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଅଫିସରୁ ଘରକୁ ଫେରିଥିଲେ ଶିବ ପ୍ରସାଦ। ଆଜି ସକାଳେ ମାତ୍ରାଧିକ କ୍ଲୋରୋକୁଇନ୍ ଖାଇଦେବାରୁ ଗୁରୁତର ହୋଇଯାଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତ କିଛିଦିନ ହେବ ଶିବପ୍ରସାଦ କାମ […]
ପୁରୀ: ଦୋଳ ଅବସରରେ ପୁରୀ ଜିଲ୍ଲା ନିମାପଡ଼ା ଭଗବତୀପୁରରେ ନିଆରା ବାଣ ଉତ୍ସବ ଆୟୋଜିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭଗବତୀପୁରରେ ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଥିବା ବେଳେ ପାରମ୍ପରିକ ବାଣଫୁଟା ଉତ୍ସବର ମଧ୍ୟ ମଜା ନେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଦୋଳ ପୂର୍ଣ୍ଣିମାର ମାସେ ପୂର୍ବରୁ ଏଠାରେ ବାଣ ଉତ୍ସବ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଭଗବତୀପୁର ଗାଁର ବ୍ରାହ୍ଣଣ ସମ୍ପ୍ରଦାୟର ଲୋକେ ଏକ ମାସ ଧରି ହବିଷ୍ୟାନ୍ନ ଖାଇ ନିଷ୍ଠାର ସହ ନିଜେ […]
ଜଳେଶ୍ୱର (ଅଜିତ କୁମାର ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ରାଜନଗରରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଜଣେ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ବଳରାମପୁର ଗାଁର ଯୁବ ବ୍ୟବସାୟୀ ବପୁନ ଭୂୟାଁ। ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଅନ୍ତର୍ଗତ ରାଜନଗର ନିକଟ ଧାନ ବିଲରୁ ପୁଲିସ୍ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଯୁବକଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ସନ୍ଦେହ କରାଯାଉଛି। କିଏ ଓ କାହିଁକି ତାଙ୍କୁ […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ଭାରରେ ବୁହା ହେଲେ ହାତ ଯୁବକ। ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ତାଗବେଡ଼ା ଗାଁରେ। ଗାଁର ସମା କିର୍ଷନି ଗଛରୁ ପଡ଼ି ଗୋଡ଼ ଭାଙ୍ଗି ଯାଇଥିଲା। ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ୱୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଗାଁର ରାସ୍ତା ଖରାପ ଥିବାରୁ ଆମ୍ୱୁଲାନ୍ସ ଆସିପାରିଲାନାହିଁ। ତେଣୁ ବାଧ୍ୟ ହୋଇ ଗାଁ ଲୋକେ ସମାଙ୍କୁ ୭ କିଲୋମିଟର ଏକ ଭାରରେ ବୋହି ମାଲିକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ମାଲକାନଗିରି(ଜିତେନ୍ଦ୍ର ବେଉରା)/ ନୂଆପଡ଼ା(ମାୟାଧର ସରାଫ୍): ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇ ଲୋକସଭା ଓ ବିଧାନସଭା ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ବସ୍ଷ୍ଟାଣ୍ଡ ସହ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଛି। ନିର୍ବାଚନକୁ ବିରୋଧ କରିବା ସହ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ ନଦେବାକୁ ମାଓବାଦୀ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି। ପୋଷ୍ଟରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରି ମାଓବାଦୀ ବାର୍ତ୍ତା […]
ଭୁବନେଶ୍ୱର: ଚୋରା ବନ୍ଧୁକ କାରବାର ଅଭିଯୋଗରେ ପୁଲିସ୍ ବିଜେଡି ଛାତ୍ର ନେତା ଚିନ୍ମୟ ନନ୍ଦ ବଡ଼ଜେନାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ସେ ଭୁବନେଶ୍ୱରର ଏକ ସ୍ଥାନରେ ଚୋରା ବନ୍ଧୁକକୁ ୪୫ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ୍ କରିଥିଲେ। ଏମିତିକି ବନ୍ଧୁକ ଠିକ୍ ଅଛି କି ନାହିଁ ଦେଖାଇବା ପାଇଁ ବ୍ଲାଂକ ଫାଇରିଂ ମଧ୍ୟ କରିଥିଲେ। ପରେ ପୁଲିସ୍ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ଚିନ୍ମୟଙ୍କ ନାଁରେ ୧୪ରୁ ଅଧିକ ମାମଲା ରହିଛି। ପୂର୍ବରୁ […]