ଭୁବନେଶ୍ୱର: ରାଜ୍ୟରେ ତାପାମାତ୍ରା ବଢୁଛି। ଆସନ୍ତା ୨୨ ତାରିଖ ଯାଏ ତାପମାତ୍ରା ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ। ତେଣୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ସହ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅଧିକ ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତଜନିତ ମୃତ୍ୟୁ ଖବର ଆସିନଥିବା କହିଛନ୍ତି ଏସ୍ଆରସି ସେଠୀ।
ଭୁବନେଶ୍ୱର: ଉଭୟ ବିଧାନସଭା ଓ ଲୋକସଭାରେ ଏକମାତ୍ର ଦଳ ଭାବେ ବିଜେପିର ଆସନ ସଂଖ୍ୟା ବଢୁଛି । ଅନ୍ୟ ଦଳଗୁଡ଼ିକର ଆସନ ସଂଖ୍ୟା କମୁଛି। ଏକ୍ଜିଟ ପୋଲ ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ରବିବାର ଶେଷ ପର୍ଯ୍ୟାୟ ମତଦାନ ସରିବା ପରେ ବିଭିନ୍ନ ଗଣ ମାଧ୍ୟମ ଓ ସର୍ଭେକାରୀ ସଂସ୍ଥା ପକ୍ଷରୁ ଏକ୍ଜିଟ ପୋଲ ପ୍ରକାଶ ପାଇଛି। ସମସ୍ତଙ୍କ ଆକଳନ କହୁଛି ଦେଶରେ ପୁଣି ବିଜେପି କ୍ଷମତାକୁ ଆସିବ […]
ଗଞ୍ଜାମ: ଗଂଜାମ ଜିଲ୍ଲା ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତା ଜଗନ୍ନାଥପୁର ଛକରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଏରେଣ୍ଡା ଗାଁର ସନ୍ତୋଷ ପ୍ରଧାନ ନିଜ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ବାଇକ୍ରେ ଗାଁ ଅଭିମୁଖେ ଆସୁଥିବାବେଳେ ଏକ ବୋଲେରୋ ପଛପଟୁ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ସ୍ତ୍ରୀ ଓ ଦୁଇ ପୁଅଙ୍କୁ […]
ଭୁବନେଶ୍ୱର: ଏକ୍ଜିଟ ପୋଲ୍ ଆକଳନକୁ ନେଇ ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ଘଡ଼ାଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ କହିଛନ୍ତି, ଏକଜିଟ୍ ପୋଲ୍ ଯାହା କରିଥାଏ, ତାହାର ବିପରୀତ ମଧ୍ୟ ବେଳେବେଳେ ହୋଇଥାଏ। ତେଣୁ ଏହା ଉପରେ ଭରସା କରି କୌଣସି ନିଷ୍ପତିରେ ପହଞ୍ଚିବା ଉଚିତ୍ ନୁହେଁ। ପ୍ରଫୁଲ୍ଲ ଆହୁରି ମଧ୍ୟ କହିଛନ୍ତି, ଏହା ସତ୍ୟ ଯେ, ସାରା ଭାରତବର୍ଷରେ ବିଜେପି ବା ମୋଦିଙ୍କ ସପକ୍ଷରେ ଜନମତ ଅଧିକ ରହିଛି। କିନ୍ତୁ ରାଜ୍ୟରେ ନବୀନଙ୍କ ସପକ୍ଷରେ ଜନାଦେଶ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ରବିବାର ପ୍ରକାଶ ପାଇଛି ଏକ୍ଜିଟ୍ ପୋଲ। ଏକ୍ଜିଟ ପୋଲରେ ଅଧିକାଂଶ ଗଣମାଧ୍ୟମ କେନ୍ଦ୍ରରେ ଏନଡିଏ ପୁଣି ଥରେ ସରକାର ଗଢିବ ବୋଲି ପୂର୍ବାନୁମାନ କରିଛି। ସେହିପରି ରାଜ୍ୟର ଫଳାଫଳ ନେଇ ମଧ୍ୟ ଗଣମାଧ୍ୟମମାନେ ପୂର୍ବାନୁମାନ କରିଛନ୍ତି। ଇଣ୍ଡିଆ ଟୁଡେ-ଆକ୍ସିସ୍ ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ ଅନୁଯାୟୀ ଓଡ଼ିଶାରେ ୧୪୬ ବିଧାନସଭା ଆସନ ମଧ୍ୟରୁ ବିଜେଡି ଖାତାକୁ ଯାଇପାରେ ୮୯ରୁ ୧୦୫ ସିଟ୍। ସେହିପରି ୨୯ରୁ […]
ରାଉରକେଲା: ରାଉରକେଲା NITର ଜଣେ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏମ. ସ୍ୱାମୀନାଥନ ହଷ୍ଟେଲ ବାରଣ୍ଡାରୁ ଏହି ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ଘର ଭୁବନେଶ୍ୱର ଏବଂ ସେ NITରେ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ ବୋଲି ସୂଚନା ମିଳିଛି। ତେବେ ଛାତ୍ରଙ୍କ ମୃତ୍ୟୁର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି। ସେପଟେ ଏହି ଘଟଣାରେ ପୁଲିସ ତନାଘନା ଜାରି ରହିଛି।
ଭବାନୀପାଟଣା: ଭବାନୀପାଟଣାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଦର ଥାନା ମାଣିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗାଁର ଜଣେ ମହିଳା ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ଶିଶୁକନ୍ୟାକୁ ପ୍ରଥମେ ଦେଖିଥିଲେ। ଏ ସମ୍ପର୍କରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଉଦ୍ଧାର ଶିଶୁକନ୍ୟାକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି।
ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବଂଶଧାରା ନଦୀ ପୋଲ ତଳୁ ଆଜି ଜଣେ ଶିକ୍ଷକଙ୍କ ମୃତଦେହ ଠାବ କରାଯାଇଛି। ମୃତକ ଜଣକ ହେଲେ ସମଦଳା ସ୍କୁଲର ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆ। ଆଜି ସକାଳୁ ଗାଁ ଲୋକେ ବାଇକ୍ ସହ ମୃତଦେହ ପଡିଥିବା ଦେଖି ପୋଲିସ୍କୁ ଖବର ଦେଇଥିଲେ। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ପରେ ତାଙ୍କୁ କେହି ହତ୍ୟା କରି ସେଠାରେ ଫୋପାଡି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ତେବେ ପୋଲିସ୍ ଘଟଣାର ଛାନଭିନ୍ କରୁଛି।
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟାଙ୍ଗା ଥାନା ଗୁଣଦେଇ ଗାଁରେ ଆଜି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ମଙ୍ଗରାଜ ପାତ୍ର ଓ ତାଙ୍କର ବୟସ ୬୫ ବୋଲି ଜଣାପଡ଼ିଛି। ମଙ୍ଗରାଜ ଆମ୍ବ ତୋଳିବାକୁ ଗାଁ ନିକଟ ତୋଟାକୁ ଯାଇଥିବା ସମୟରେ ତାଙ୍କୁ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ମୃତକଙ୍କ ପରିବାରକୁ ସହାୟତା ଦାବିରେ ଉତ୍ତ୍ୟକ୍ତ ଲୋକ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ମିଛାପାଲିରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକାଙ୍କ ପରିବାର ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ କୋମନା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଥିବା ନାବାଳିକାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଗତ ଶୁକ୍ରବାର ସକାଳେ ପରିବାର ଲୋକେ ଚା’ ପିଇବା ପରେ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସମସ୍ତଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ କ’ଣ ହେବ ? ସେଥିପାଇଁ ସମସ୍ତଙ୍କର ଅପେକ୍ଷା ମେ ୨୩ ତାରିଖକୁ। ଏହି ଦିନ ଓଡ଼ିଶା ସମେତ ସାରା ଦେଶରେ ହେବ ଭୋଟ୍ ଗଣତି। ଭୋଟ ଫଳାଫଳକୁ ନେଇ ଅନେକ ରାଜନୈତିକ ସମୀକ୍ଷକ ଅନେକ ମତ ରଖୁଛନ୍ତି। ଏ ପରିପ୍ରକ୍ଷୀରେ ଡାକ୍ତର ଦାମୋଦର ରାଉତ ଫଳାଫଳ ନେଇ ନିଜ ମତ ରଖିଛନ୍ତି। କେଉଁ ଦଳ କେତେ ଆସନ ପାଇବ ତାର ତାର ଆକଳନ କରିଛନ୍ତି। ସେ ଆକଳନ କରିଛନ୍ତି, ଓଡ଼ିଶାରେ […]
କଟକ: କଟକ ମଧୁସୂଦନ ଲ’ କଲେଜ ଛାତ୍ରାବାସରୁ ଆଜି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରଙ୍କ ନାମ ଅଜିତ କୁମାର ସେଠୀ ଓ ତାଙ୍କ ଘର ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ। ସେ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ଏବଂ ଯୋବ୍ରାର ରହେମାନ ଛକସ୍ଥିତ କଲେଜ ହଷ୍ଟେଲରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ରୁମ୍ରେ ତାଙ୍କର ଝୁଲନ୍ତା ମୃତଦେହ ସହପାଠୀମାନେ ଦେଖିବାକୁ ପାଇଥିଲେ । ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ […]
ଭୁବନେଶ୍ୱର: ଦେଶରେ ଅନ୍ତିମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଉଥିଲାବେଳେ ଓଡ଼ିଶାର ୩୪ଟି ମତଦାନ କେନ୍ଦ୍ରରେ ଚାଲିଛି ଭୋଟ ଗ୍ରହଣ ହେଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ୧୨୭ ନମ୍ବର ବୁଥ୍ରେ ମଧ୍ୟ ସାନି ମତଦାନ ହଉଛି। ଏଠାରେ ଏପ୍ରିଲ ୨୩ ତାରିଖ ମତଦାନ ହୋଇଥିଲା। ଏହି ମତଦାନ କେନ୍ଦ୍ରରେ ବିଭିନ୍ନ ବିଶୃଙ୍ଖଳା ଅଭିଯୋଗ ଆସିବା ପରେ ନିର୍ବାଚନ ଅଧିକାରୀ ଏଠାରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ମଧ୍ୟ ଭୁବନେଶ୍ୱରସ୍ଥିତ ସହିଦ ନଗର ହାଇସ୍କୁଲ […]
ଗଞ୍ଜାମ: ବିବାହାର ୫ ଦିନ ପରେ ଗଞ୍ଜାମ ଜିଲ୍ଲା ଜଗନ୍ନଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଦୀନବନ୍ଧୁ ସ୍ୱାଇଁ । ଗତକାଲି ସଂଧ୍ୟାରେ ସେ ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ବେଳେ ମୁଖା ପିନ୍ଧା ୩ଜଣ ବ୍ୟକ୍ତି ଆସି ତାଙ୍କୁ ହଠାତ ଆକ୍ରମଣ କରିଥିଲେ। ଏଥରେ ସେ ଗୁରୁତର ହୋଇ ପଡିଥିଲେ। ପରେ ଆଉ ୪ ଜଣ ବ୍ୟକ୍ତି ଆସି ଧାରୁଆ ଅସ୍ତ୍ରରେ ତାଙ୍କୁ ନୃଶଂସ ଭାବେ […]
ପୁରୀ: ପ୍ରଳୟଙ୍କରୀ ଫୋନି ବାତ୍ୟାକୁ ୨ ସପ୍ତାହ ପୂରିଲା । ହେଲେ ଫୋନିରେ ଶ୍ରୀହୀନ ହୋଇଯାଇଥିବା ଶ୍ରୀକ୍ଷେତ୍ରର ବହୁ ଇଲାକା ଆଜି ବି ଅନ୍ଧାରରେ। ପର୍ଯ୍ୟଟନ ସହରରେ ସମ୍ପୁର୍ଣ୍ଣ ସ୍ୱାଭାବିକ ହୋଇନି ବିଜୁଳି ଯୋଗାଣ ବ୍ୟବସ୍ଥା। ଫଳରେ ଗରମ ଆଉ ଗୁଳୁଗୁଳି ସହ ପାନୀୟ ଜଳ ସମସ୍ୟାରେ କଲବଲ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଏସବୁ ଭିତରେ ସମ୍ପୁର୍ଣ୍ଣ ପୁରୀ ସହରରେ ବିଜୁଳି ପୁର୍ନବାହାଲ ହେବାକୁ ଆସନ୍ତା ୨୫ ତାରିଖ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି […]
ଭୁବନେଶ୍ୱର: ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ୨୦୧୭ରେ ବ୍ରହ୍ମପୁର ବଡ଼ବଜାର ମଙ୍ଗଳାବରମ୍ପେଟା ସାହିରୁ ମାରଣାସ୍ତ୍ର, ଟଙ୍କା ସହ ଗିରଫ ହୋଇଥିବା ସବ୍ୟସାଚୀଙ୍କୁ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଯୋଜନା କରୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଏହି ସଜା ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୈାରା ଜଜ୍। ତେବେ ତାଙ୍କ ବିରୋଧରେ ସାକ୍ଷ ପ୍ରମାଣ ନ ଥିବାରୁ କୋର୍ଟଙ୍କ ରାୟ ବିରୋଧରେ ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ସବ୍ୟସାଚୀ। ଆଜି କୋର୍ଟ […]
ଭୁବନେଶ୍ୱର: ଆଉ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଆଣ୍ଡାମାନ ଛୁଇଁବାର ସମ୍ଭାବନା ରହିଛି । ହେଲେ ରାଜ୍ୟରେ ଗ୍ରୀଷ୍ମ ଲହରୀ କମି ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଯେମିତି ଜଳୁଛି। ଆସନ୍ତା ୩ ଦିନ ଯାଏ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ଲହରୀ ଜାରି ରହିବ। ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି। ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁରରେ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ଏବେ ଓଡ଼ିଶାକୁ ସମସ୍ତେ ସହଯୋଗ ହାତ ବଢାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଦେଶ ସମବେଦନା ଜଣାଇଛନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବତୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ମହିନା ଖାନୁମ୍ ଓଡ଼ିଶାବାସୀଙ୍କୁ ସମବେଦନା ଜଣାଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ମହିନା ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀ ନୃତ୍ୟଶିକ୍ଷା କରିଛନ୍ତି। ଇଲିଆନା ସିତାରିଷ୍ଟିଙ୍କ ସେ ହେଉଛନ୍ତି ଛାତ୍ରୀ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ଦ୍ୱାରା ଫ୍ରାନ୍ସରେ […]
ମାଲକାନଗିରି: ନୂଆ ଗାଡ଼ି ଆଣିଥିଲେ। ଗାଡ଼ିପୂଜା କରିବା ପାଇଁ ପୂଜକଙ୍କୁ ଡାକିଥିଲେ। ତେବେ ପୂଜକ ଜଣକ ଗାଡ଼ି ଚକା ତଳେ ଲେମ୍ବୁ ରଖୁଥିବା ବେଳେ ତାଙ୍କ ଉପରେ ଚଢ଼ିଗଲା ଗାଡ଼ି । ମାଲକାନଗିରି ଜିଲ୍ଲା ମାଥିଲି କୁଟୁଣିପାଲି ପଞ୍ଚାୟତର ଡୁର୍କାଯୋଡ଼ି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଗାଁର ତ୍ରିନାଥ ପୂଜାରୀ ନୂଆ ପିକ୍ ଅପ୍ ଭ୍ୟାନ କିଣିଥିଲେ। ନୂଆ ଗାଡ଼ି ପୂଜା କରିବା ଲାଗି ସେ ନେତାଲଗନ୍ଧିର ପୂଜକ ଚତୁର୍ଭୁଜ ମହାନ୍ତିଙ୍କୁ ଡାକିଥିଲେ। […]
ସୋର: ବାଲେଶ୍ୱର ଜିଲ୍ଲା ଉତ୍ତରେଶ୍ୱର ଛକ ନିକଟ ପୋଲ ଉପରେ ଆଜି ଭୋର ସମୟରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ପିଟିଲା ଟ୍ରକ୍। ଫଳରେ ବସ୍ଟି ପୋଲ ବାଡ଼ା ଉପରେ ଚଢ଼ି ଯାଇ ଅଧା ଝୁଲି ରହିଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି। ତେବେ ଏକ ବଡ଼ଧରଣର ଦୁର୍ଘଟଣାରୁ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ୱରରୁ ଜଳେଶ୍ୱର ଯାଉଥିବା ‘ସାହୁ’ ବସ୍କୁ ଟ୍ରକ୍ଟି ପଛ ପଟୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ତତ୍କ୍ଷଣାତ ବସ୍ରୁ ସମସ୍ତ […]
ଗଞ୍ଜାମ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ବସନ୍ତ କୁମାର ପଟ୍ଟନାୟକ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଲାଇନ୍ମ୍ୟାନ୍ଙ୍କ ବଦଳି ପାଇଁ ସେ ଏହି ଟଙ୍କା ନେଉଥିଲେ ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କେଶପୁର ଅଞ୍ଚଳର ଲାଇନ୍ମ୍ୟାନ୍ ବିବେକାନନ୍ଦ ନାୟକଙ୍କୁ ସେ ଏହି ଟଙ୍କା ମାଗିଥିଲେ। ତେବେ ଖଲ୍ଲିକୋଟ-କେଶପୁର ଜାତୀୟ ରାଜପଥ କଡ଼ରେ ଲାଞ୍ଚ ନେଉଥିବା ବେଳେ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ […]
ପୁରୀ: ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ ୮୦ ଜଣ କର୍ମଚାରୀଙ୍କୁ ନେଇ ଏକ ୨୧ଟି ଟିମ୍ ଗଠନ କରାଯାଇଛି। ଜିଲ୍ଲାର ଆର୍ଆଇ, ଜେଇ ଓ ଅନ୍ୟ ଅଧିକାରୀମାନେ ଏଥିରେ ସାମିଲ ଅଛନ୍ତି। ଗତକାଲି କୃଷ୍ଣପ୍ରସାଦର ନୂଆପଡା ଓ ପଣସପଦା ପଞ୍ଚାୟତର କିଛି ଗାଁରେ ଅଧିକାରୀମାନେ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ୭ଦିନ ମଧ୍ୟରେ କୃଷ୍ଣପ୍ରସାଦ ବ୍ଲକ୍ର କ୍ଷୟକ୍ଷତି ଆକଳନ ଶେଷ କରିବାକୁ ଲକ୍ଷ୍ୟ […]
ଭଦ୍ରକ: ଶାଢ଼ି ଦୋକାନୀଙ୍କୁ ଆକ୍ରମଣ। ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଏକ ଶାଢ଼ି ଦୋକାନର ମାଲିକ ଓ ତାଙ୍କ ସ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁଇ ଜଣ ଯୁବକ ଶାଢ଼ି ଦୋକାନକୁ ଶାଢ଼ି କିଣିବା ଆଳରେ ଆସି ଦୋକାନର ମାଲିକ ନରେନ୍ଦ୍ର ସାହୁ ଓ ତାଙ୍କ ସ୍ତ୍ରୀ ସୁମତି ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗତକାଲି ରାତି ସାଢ଼େ ୯ଟା ରୁ୧୦ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ନରେନ୍ଦ୍ର ଓ ସୁମତିଙ୍କୁ ଗୁରୁତର ଅବସ୍ଥାରେ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଝାଡ଼ଫୋଖରୀ ଗାଁରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ଗାଁ ନିକଟରେ ଥିବା କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ି ରହିଥିଲା। ମୃତ ମହିଳା ଜଣଙ୍କ ଘଟଗାଁ ବ୍ଲକ କଟରାବେଡ଼ା ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପତ୍ନୀ ମଙ୍ଗୁଳି ବେହେରା । ତେବେ ମହିଳାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହା ଆତ୍ମହତ୍ୟା ନା ହତ୍ୟା ସେକଥା ଜାଣିବା ପାଇଁ ପୁଲିସ୍ ତଦନ୍ତ କରୁଛି।
ନୟାଗଡ଼: ଗାଁକୁ ରାସ୍ତା ନ ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ଏଥିପାଇଁ ଷ୍ଟ୍ରେଚରରେ ପ୍ରାୟ ୧ କିଲୋମିଟର ବୁହା ହେଲେ ଗର୍ଭବତୀ। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଦୁର୍ଗମ ଅଞ୍ଚଳ କନଡି ଗାଁରେ। ଏହି ଗାଁର ସବିତା ଜାନୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଜି ସକାଳେ ଦଶପଲ୍ଲା ଡାକ୍ତରଖାନାକୁ ଆଣିବାକୁ ୧୦୮ ଆମ୍ବୁଲାନ୍ସ ଯାଇଥିଲା। ହେଲେ ଗାଁକୁ ରାସ୍ତା ନ ଥିବାରୁ ଅଧା ବାଟରେ ଆମ୍ବୁଲାନ୍ସ ଅଟକି ରହିଲା। ଷ୍ଟ୍ରେଚରରେ ଗର୍ଭବତୀ ମହିଳାଙ୍କୁ ଆଶାକର୍ମୀ […]