• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

1
ପଲିଥିନ ବଣ୍ଟନ ବେଳେ ବିପନ୍ନଙ୍କୁ ଲାଠିମାଡ଼

ଜଗତସିଂହପୁର:  ଜଗତସିଂହପୁର ବିରିଡି ବ୍ଲକରେ ପଲିଥିନ ବଣ୍ଟନ ବେଳେ ବିପନ୍ନଙ୍କୁ ଲାଠିମାଡ଼ ଅଭିଯୋଗ ହୋଇଛି। ପୋଲିସ ମାଡ଼ରେ ଜଣେ ହିତାଧିକାରୀ ଗୁରୁତର ଆହତ ହୋଇଛନ୍ତି। ଆଜି ବିରିଡି ବ୍ଲକ ଅଞ୍ଚଳର ଫୋନି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତହସିଲ ଅଫିସରେ ପଲିଥିନ ବଣ୍ଟନ କରାଯାଉଥିଲା । ସେଠାରେ ବଲିଥିନ୍‌ ନେବାକୁ ଲୋକଙ୍କ ଭିଡ  ଓ ଠେଲାପେଲା ନିୟନ୍ତ୍ରଣ ପାଇଁ ପୋଲିସ ଉପସ୍ଥିତ ଥିଲା। ହେଲେ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍‌ ସେମାନଙ୍କ ଉପରେ ଲାଠିମାଡ କରିଥିବା ଲୋକେ ଅଭିଯୋଗ କରିଛନ୍ତି। […]

vv
କାର ଓଲଟି ଓଡ଼ିଆ ହାସ୍ୟାଭିନେତା ସଲିଲ୍ ମିତ୍ର ଗୁରୁତର

ଆନନ୍ଦପୁର:କେନ୍ଦୁଝର ଘଟଗାଁ କଲେଜ ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଆ ହାସ୍ୟ ଅଭିନେତା ସଲିଲ ମିତ୍ର ଗୁରୁତର ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି। ଗୋଡ ଭାଙ୍ଗି ଯାଇଛି। ଘଟଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସଲିଲ ତାଙ୍କ କାରରେ ଯାଉଥିବାବେଳେ ହଠାତ ଗୋରୁ ପଲ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଲେ। ଫଳରେ ଗାଡି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ତେବେ କାରରେ […]

m11
ଲାଞ୍ଜିଗଡ଼ରେ ଲାଲ୍ ଆତଙ୍କ, ନିର୍ମାଣାଧୀନ ସିଆର୍‌ପିଏଫ୍ କ୍ୟାମ୍ପ୍ ଉଡ଼ାଇଲେ ନକ୍ସଲ

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲାରେ ପୁଣି ଲାଲ୍ ଆତଙ୍କ।  ନକ୍ସଲମାନେ ଆଜି ଲାଞ୍ଜିଗଡ଼ ବ୍ଲକ୍‌ର ତ୍ରିଲୋଚନପୁରରେ ନିର୍ମାଣାଧୀନ ଏକ ସିଆର୍‌ପିଏଫ୍‌ କ୍ୟାମ୍ପକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ଆଜି ସକାଳେ ନକ୍ସଲମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି।  ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପୂର୍ବରୁ ମଧ୍ୟ ଏହି ନିର୍ମାଣାଧୀନ ସିଆର୍‌ପିଏଫ୍ କ୍ୟାମ୍ପକୁ ମାଓବାଦୀମାନେ ଟାର୍ଗେଟ କରିଥିଲେ। ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ମାଥିଲି ଥାନା […]

  • Wednesday, 21 July 2021
b2
ବିଜୁଳି ପାଇଁ ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ବାଙ୍କି: ‘ଫୋନି’ ଯିବାର ୧୦ ଦିନ ହୋଇଗଲାଣି। ହେଲେ ସବୁ ଲୋଙ୍କ ପାଖରେ ପହଞ୍ଚି ପାରିନି  ପାଣି ଓ ବିଜୁଳି । ଭୁବନେଶ୍ୱର ଓ କଟକର ୮୦ ପ୍ରତିଶତ ଲୋକ ଯଦିଓ ବିଜୁଳି, ପାଣି ପାଇଲେଣି ତଥାପି ଅନେକ ଜାଗାରେ ଲୋକେ ଏବେ ବି ଫୋନିର ନିର୍ଯାତନା ଭୋଗୁଛନ୍ତି।  ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଅନେକ ଜାଗାରେ ରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ପଞ୍ଚାୟତକୁ ଆଜିଯାଏ ପାଣି-ବିଜୁଳି କିଛି ବି ଆସିନି। […]

  • Wednesday, 21 July 2021
r2
ବିଦ୍ୟୁତ୍‌ ନ ଆସିବାକୁ ନେଇ ଜଗତସିଂହପୁରରେ ଅସନ୍ତୋଷ

ଜଗତ୍‌ସିଂହପୁର(ଶଶାଙ୍କ ପଣ୍ଡା): ବାତ୍ୟା ଫୋନିର ୧୦ଦିନ ପରେ ମଧ୍ୟ ବିଦ୍ୟୁତ୍‌ ନ ଆସିବାକୁ ନେଇ ଜଗତସିଂହପୁରରେ ଅସନ୍ତୋଷ। ଉତ୍ୟକ୍ତ ଲୋକେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି। ବାତ୍ୟା ଫୋନିରେ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷତି ହେବା ସହ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଥିଲା। ତେବେ ବାତ୍ୟାର ୧୦ଦିନ ପରେ ମଧ୍ୟ ଅଧିକାଂଶ ଅଂଚଳ ଅନ୍ଧାରରେ ରହିଛି। ତେଣୁ ତୁରନ୍ତ ବିଦ୍ୟୁତ୍‌ ସେବା ପ୍ରଦାନ ଦାବୀରେ ‌ଆଜି କାଦୁଅପଡ଼ା ପଞ୍ଚାୟତବାସୀ ରାସ୍ତାରୋକ କରିଛନ୍ତି। ପ୍ରାୟ ଶତାଧିକ ଲୋକ […]

  • Wednesday, 21 July 2021
accident 1
ବୋଲେରୋ-ଟ୍ରକ୍‌ ଧକ୍କାରେ ଜଣେ ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବରପଦା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। କଟକରେ ଜଣେ ରୋଗୀଙ୍କୁ ଛାଡ଼ି ଫେରୁଥିବା ଏକ ବୋଲେରୋ ୨୦ ନମ୍ବର ଜାତୀୟ ରାଜପଥର ବରପଦା ଛକ ନିକଟରେ ଟ୍ରକ୍‌କୁ ଧକ୍କା ଦେଇଥିଲା।  ଫଳରେ  ବୋଲେରୋ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ବ୍ୟକ୍ତିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଉଭୟ ଟ୍ରକ୍ […]

  • Wednesday, 21 July 2021
deadbody
ମହୁଲ ଗଛ ପାଇଁ ବଡ଼ଭାଇକୁ ପିଟି ମାରିଦେଲା ସାନଭାଇ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର୍ ଥାନା ଅନ୍ତର୍ଗତ ମହୁଲଡିହା ମାରାଣ୍ଡି ସାହିରେ ଶନିବାର ରାତିରେ ଏକ ମହୁଲ ଗଛ ପାଇଁ ସାନଭାଇ ବଡ଼ ଭାଇକୁ ପିଟି ପିଟି ମାରି ଦେଇଛି। ଏହାକୁ ବିରୋଧ କରିବାକୁ ଯାଇ ଭାଉଜ ଓ ୧୦ ବର୍ଷର ପୁତୁରା ମଧ୍ୟ  ଗୁରୁତର ହୋଇଛନ୍ତି। ପାରିବାରିକ ଝଗଡ଼ାର ପରିଣତି କେତେ କରୁଣ ହୋଇପାରେ ତାହା ଦେଖିବାକୁ ମିଳିଛି ମାରାଣ୍ଡି ସାହିରେ। ବଡ଼ ଭାଇ ଜିତେନ ହୋ ଘର ନିକଟରେ ଥିବା ଏକ ମହୁଲ ଗଛ […]

  • Wednesday, 21 July 2021
66
ରାତି ପାହିଲେ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଆସନ୍ତାକାଲି ହେବ ୬ଷ୍ଠ ପର୍ଯ୍ୟାୟ ଭୋଟ୍‌ଗ୍ରହଣ । ୭ ରାଜ୍ୟର ୫୯ ଆସନରେ ୯୭୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ। ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ୟାଦବ, ଶିଲା ଦୀକ୍ଷିତ ଓ ଦିଗ୍‌ବିଜୟ ସିଂହଙ୍କ ସମେତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମାନେକା ଗାନ୍ଧି ଓ କ୍ରିକେଟ୍‌ରରୁ ରାଜନେତା ହୋଇଥିବା ଗୌତମ ଗାମ୍ଭୀରଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍। ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ଆସନ୍ତାକାଲି ଭୋଟ ଦେବେ। ଉତ୍ତର ପ୍ରଦେଶର ୧୪ […]

80
ଫୋନି ପାଇଁ ନଷ୍ଟ ହେବାକୁ ବସିଛି  ହଜାର ହଜାର ଦୁର୍ଲଭ ପାଣ୍ଡୁଲିପି

ପୁରୀ: ଫୋନି ମାଡ଼ରେ ଖାଲି ଯେ, ପୁରୀ ଜିଲ୍ଲାର ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି ତା ନୁହେଁ, ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷାନୁଷ୍ଠାନ। ଗୋପ ଓ ନିମାପଡ଼ା ବ୍ଲକ୍‌ର ୮୦ ଭାଗ ସ୍କୁଲ୍ ବାତ୍ୟାରେ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଥିବା ବେଳେ ପୁରୀ ସହରରେ ଥିବା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର ବି ଛାରଖାର ହୋଇଯାଇଛି । ତେବେ ଚିନ୍ତାର ବିଷୟ ହେଉଛି ଫୋନି ଯୋଗୁଁ ଏଠାରେ ନଷ୍ଟ ହେବାକୁ ବସିଛି  ହଜାର ହଜାର ଦୁର୍ଲଭ […]

878
‘ଫୋନି’ରେ ଚିତ୍ରଶୂନ୍ୟ ପଟ୍ଟଚିତ୍ରର ଗାଁ ରଘୁରାଜପୁର

ଭୁବନେଶ୍ୱର (ଜଗଦୀଶ ଦାଶ): ଉତ୍କଳୀୟ ଐତିହ୍ୟର ଚଳନ୍ତି ଦର୍ପଣ ସାଜି ସାରା ବିଶ୍ୱକୁ କଳା ଚାତୁରୀରେ ବାନ୍ଧି ରଖିଥିବା ଶିଳ୍ପୀ ଗ୍ରାମ ହେଉଛି ରଘୁରାଜପୁର। ଏହି ଗ୍ରାମରେ ବତୁରି ଯାଇଛି କାରୀଗରଙ୍କ ବର୍ଷ ବର୍ଷର ପରିଶ୍ରମ। ଦୋହଲି ଯାଇଛି ଗୁଜୁରାଣର ଭବିଷ୍ୟତ। ବିଧ୍ୱଂସ ଓ ବିପର୍ଯ୍ୟୟକୁ ସାଙ୍ଗରେ ଧରି ଗତ ୩ ତାରିଖରେ ସମଗ୍ର ପୁରୀ ଜିଲ୍ଲାକୁ ଛାରଖାର କରି ଦେଇଥିବା ଝଡ଼ବାତ୍ୟା ‘ଫୋନି’ ଏହି ଗାଁକୁ ଯେମିତି ଚିତ୍ରଶୂନ୍ୟ କରିଦେଇଛି।   ପଟ୍ଟତିତ୍ରର ଗାଁ ରଘୁରାଜପୁର […]

90
ବାତ୍ୟା ପରେ ବିପନ୍ନଙ୍କ ଦିନ ଏମିତି କଟୁଛି

ବ୍ରହ୍ମଗିରି/ପୁରୀ(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ତାଣ୍ଡବ ରଚିଲା। ଉଜାଡ଼ିଦେଲା ବାସ ବେଉସା। ମାଟିରେ ମିଶାଇଦେଲା ଧନ ଜୀବନ। ବଡ଼ଠାକୁରଙ୍କ ବଡ଼ଦେଉଳ ହେଉ କିମ୍ବା ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ମେହନତି ମଣିଷର ଗାଁ ହେଉ, ସବୁଠି ଧ୍ୱସ୍ତବିଧ୍ୱସ୍ତର ଚିତ୍ର । ଅବଶ୍ୟ ଇତିମଧ୍ୟରେ ପ୍ରାଣଘାତୀ ଫୋନିକୁ ଆଠଦିନ ବିତିଯାଇଛି। ହେଲେ ଦୂର ହେଉନି ଗାଁ ଲୋକଙ୍କ ଦୁର୍ଦ୍ଦଶା। ନା ସରକାର ନା ପ୍ରଶାସନ। ସହାୟତା ତ ଦୂରର କଥା ସମବେଦନା ଜଣାଇବାକୁ ବି କେହି ଆସୁନାହାଁନ୍ତି ବିପନ୍ନଙ୍କ […]

d
କାଲି ଆସିବ କେନ୍ଦ୍ରିୟ ଟିମ୍‌

ଭୁବନେଶ୍ୱର:  ବାତ୍ୟା ଫୋନିରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆସନ୍ତାକାଲି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍ । ବାତ୍ୟା ପୁନରୁଦ୍ଧାର ପ୍ରସଙ୍ଗରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶକ୍ତି ସଚିବଙ୍କ ନେତୃତ୍ୱରେ ଏହି ଟିମ୍ ଓଡ଼ିଶା ଆସୁଛନ୍ତି। ଏହି ଟିମରେ ଟେଲିକମ, ବ୍ୟାଙ୍କିଙ୍ଗ ବ୍ୟାପାର ସଚିବ ଓ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ଆସନ୍ତା ସପ୍ତାହରେ ଗୃହ ବିଭାଗର ଏକ ଟିମ୍ […]

nn
୮ଦିନ ପରେ ବି ଅନ୍ଧାରରେ ରାଜଧାନୀ

ଭୁବନେଶ୍ୱର: ସମନ୍ୱୟ ଅଭାବ ଯୋଗୁଁ ରାଜଧାନୀରେ ଧିମେଇ ଯାଇଛି ବିଜୁଳି ମରାମତି କାମ।  ଫଳରେ ଫୋନିର ୮ ଦିନ ପରେ ବି ଅନ୍ଧାରରେ ରହିଛି ରାଜଧାନୀର। ଅନେକ  ଅଂଚଳ  ରାଜ୍ୟ ବାହାରୁ ଆସିଥିବା କୁଶଳୀ କର୍ମଚାରୀ ଓ ଶ୍ରମିକମାନଙ୍କୁ ସଠିକ୍ ଭାବେ କାମରେ ଲଗାଇପାରୁନାହାଁନ୍ତି ସରକାର। ଆନୁଷଙ୍ଗିକ ସୁବିଧା  ଓ ଆବଶ୍ୟକ ସଂରଜାମ ଯୋଗାଇ ନ ଦେବାରୁ ବିଜୁଳି ମରାମତି ପାଇଁ ଆସିଥିବା କର୍ମଚାରୀ ହାତବାନ୍ଧି ବସୁଛନ୍ତି । ଏପଟେ କିନ୍ତୁ ସରକାର ଦାବି କରୁଛନ୍ତି କାଲି […]

p7
‘ଫୋନି’ ପାଇଁ ୱେବ ପୋର୍ଟାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ପରବର୍ତ୍ତୀ ଥଇଥାନ ଲାଗି ଜନସାଧାରଣ ଓ ବିଭିନ୍ନ ସଂସ୍ଥାଠାରୁ ସହାୟତା ରାଶି ସଂଗ୍ରହ ଉଦ୍ଦେଶ୍ୟରେ ନୂଆ ୱେବ୍‌ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ୱେବ୍‌ ପୋର୍ଟାଲ rebuild.odisha.gov.in କୁ ଲଞ୍ଚ ହୋଇଛି। ଏହି ପୋର୍ଟାଲ୍‌ ମାଧ୍ୟମରେ ରାଜ୍ୟର ଶକ୍ତି, ଗୃହ, ଶିକ୍ଷା, ଅଙ୍ଗନଓ୍ୱାଡ଼ି, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ଗୋଷ୍ଠୀଗତ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ। ଏହାସହ ଏହିସବୁ […]

GG
ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ୧୬ଶହ କୋଟିର ପ୍ୟାକେଜ୍ ଘୋଷଣା କଲେ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୬ ଶହ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା  ବିଶେଷ କରି ଚାଷୀ, ଗୋ ଏବଂ ମତ୍ସ୍ୟଚାଷୀ, SHG ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଣଜଳସେଚିତ ଜମି ପାଇଁ ହେର ପିଛା ୬ ହଜାର ୮ଶହ ଟଙ୍କା ଇନ୍‌ପୁଟ୍ ସବସିଡି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଜଳସେଚିତ ଜମି ପାଇଁ ହେର ପିଛା ୧୩,୫୦୦ ଟଙ୍କା ଇନପୁଟ୍ ସବସିଡି, ଫନି ଦ୍ୱାରା […]

ndn
ଚଳିତମାସ ୨୧ତାରିଖରୁ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେବ ନନ୍ଦନକାନନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇ ବନ୍ଦ ରହିଥିବା ନନ୍ଦନକାନନ ଚଳିତମାସ ୨୧ତାରିଖରୁ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହେବ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଭୁବନେଶ୍ୱରସ୍ଥିତ ଜୟଦେବ ବାଟିକା ଆସନ୍ତାକାଲିଠୁ ଖୋଲିବାକୁ ଥିବାବେଳେ ଏକାମ୍ର କାନନକୁ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଖୋଲିଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରାଥମିକ ଆକଳନ ରିପୋର୍ଟ ଅନୁସାରେ ‘ଫୋନି’ ବାତ୍ୟାରେ ବିଭାଗର ମୋଟ ୫୩୭କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି […]

yo
ଫୋନି ଉଜାଡିଲା ଔଷଧୀୟ ବୃକ୍ଷ

ଭୁବନେଶ୍ୱର: ମହାବାତ୍ୟା ଫୋନିରେ  ଉଜଡ଼ିଯାଇଇଛି। ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର ।  ନଷ୍ଟ ହୋଇଛି ବିରଳ ପ୍ରଜାତିର ଅନେକ ଔଷଧୀୟ ବୃକ୍ଷରାଜୀ। ଭୁବନେଶ୍ୱର ପାଞ୍ଚ ନମ୍ବର ଜାତୀୟ ରାଜପଥ  ପାତ୍ରପଡାସ୍ଥିତ  ୬୦ ହେକଟର ଜମିରେ ତିଆରି ହୋଇଥିଲା ଏହି ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର ବା ମେଡିସିନାଲ ପ୍ଲାଣ୍ଟ ନଲେଜ୍ ସେଣ୍ଟର ।  ୨୦୦୩  ମସିହାଠାରୁ ଆରମ୍ଭ ହୋଇଥିବା ଏହି  କେନ୍ଦ୍ରରେ  ୩୦୦ ପ୍ରଜାତିର ବହୁ ବିରଳ  ଔଷଧୀୟ ବୃକ୍ଷ ରହିଥିଲା ଯାହାକି ଫୋନୀ ଯୋଗୁ  ଅଧାରୁ […]

u0
କଟକରେ ନିଜ ଉଦ୍ୟମରେ ବିଜୁଳି ମରାମତି କାମ କରୁଛନ୍ତି ସହରବାସୀ

କଟକ: ଫୋନି ତାଣ୍ଡବ ପରେ ଏବେ ବି ସ୍ୱାଭାବିକ ହୋଇନି କଟକ ସହର।  ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ।  ଜଗତପୁର ଅଞ୍ଚଳରେ ଏବେ ବି ବିଜୁଳି ନାହିଁ । ବିଦ୍ୟୁତ ଖୁଣ୍ଟି ରାସ୍ତା ଉପରେ ପଡ଼ିଥିବା ବେଳେ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି । ଲୋକେ ନିଜ ଉଦ୍ୟମରେ ବିଜୁଳି ମରାମତି କାମ ଆରମ୍ଭ କରିଛନ୍ତି । ସେପଟେ ଆସନ୍ତା ୧୩ ତାରିଖ ସୁଦ୍ଧା ବିଜୁଳି ସଂଯୋଗ କରାଯିବ […]

1
ପ୍ରଚଣ୍ଡ ଖରାରେ ଜଳୁଛି ରାଜ୍ୟ :  କାଲିଠାରୁ ଖସିପାରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ବିଶେଷ କରି ପଶ୍ଚିମ ଓଡ଼ିଶା ଏବଂ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥିତି ଅସମ୍ଭାଳ । ନା ଘରେ ରହି ହେଉଛି ନା ବାହାରେ । ପାଣିପାଗ ବିଭାଗ ପକ୍ଷରୁ ହିଟ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ଦିନ ହେଲା ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ସେପଟେ ଉପକୂଳ ଅଞ୍ଚଳରେ ତାପମାତ୍ରା ଅଧିକ ନାହିଁ । କିନ୍ତୁ ଆଦ୍ରତା […]

uu21
ବୋଲେରୋ ଧକ୍କାରେ ବାଇକ୍‌ ଆରୋହୀ ଏଏସ୍‌ଆଇ ମୃତ

କେନ୍ଦୁଝର(ପ୍ରଣୟ କୁମାର ପାଣି): ବାଇକ୍‌ରେ ଥାନାକୁ ଯାଉଥିଲେ। କିନ୍ତୁ ବାଟରେ ପିଟି ଦେଲେ ବୋଲେରୋ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ। ମୃତ ଏଏସ୍‌ଆଇଙ୍କ ନାଁ ମୋରିସ କୁଜୁର। ୨୦ ନମ୍ବର ଜାତୀୟ ରାଜପଥରେ ଝୁମ୍ପୁରା ବାଇପାସ୍ ନିକଟରେ ବୋଲେରୋଟି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଝୁମ୍ପୁରା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବୋଲେରୋକୁ […]

ol
ଏନ୍‌ଡିଆର୍‌ଏଫ୍‌ ଟିମ୍ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ରହିବ

ଭୁବନେଶ୍ୱର: ଓଡ଼ିଶାରେ ‘ଫୋନି’ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଏନଡିଆର୍‌ଏଫ୍‌ର ୫୦ଟି ଟିମ୍‌ ସାମିଲ ଅଛନ୍ତି। ସେମାନେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ପୁନର୍ବାହାଲ କରିବାକୁ ଅଗ୍ରାଧିକାର ଦେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏନଡିଆରଏଫ୍‌ ଡିଜି ସତ୍ୟ ନାରାୟଣ ପ୍ରଧାନ। ଏନ୍‌ଡିଆର୍‌ଏଫ୍‌ ଡିଜି ଶ୍ରୀ ପ୍ରଧାନ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ସହ ‘ଫୋନି’ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା […]

1
ମାଟି ଅତଡ଼ା ଖସି ୩ ମୃତ, ୨ ଗୁରୁତର

କୋରାପୁଟ:କୋରାପୁଟ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାର ପଟ୍ଟାଙ୍ଗି ଥାନା ଚନ୍ଦକା ପଞ୍ଚାୟତର ଦଳପତି ଗୁଡା କରଞ୍ଜିଗୁଡ଼ା ପାହାଡ଼ରେ ଚୂନମାଟି ଖୋଳିବାକୁ ଯାଇ ମାଟି ଅତଡ଼ା ଖସି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିଲା ବେଳେ ଜଣେ ପୁରୁଷ ଅଛନ୍ତି। ମୃତ ଅବସ୍ଥାରେ ୩ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ସେହିପରି ଆହତ ୨ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଯାଇଛି। […]

yyjh
୧୯ରେ ରାଜ୍ୟର ୩୪ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟ ବେଳେ ଅନେକ ବୁଥ୍‌ରୁ ଆସିଥିଲା ଅନିୟମିତତା ଓ ବିଭ୍ରାଟର ଅଭିଯୋଗ । ଏସବୁ ଅଭିଯୋଗ ଆଧାରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ବୁଥରେ ଆଉ ଥରେ ଭୋଟ କରିବା ନେଇ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଥିଲେ । ଏହି ସୁପାରିଶ ଆଧାରରେ ନିର୍ବାଚନ କମିଶନ ରାଜ୍ୟର ୩୪ ବୁଥରେ ସାନି ମତଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। ଏଥିରେ ତୃତୀୟ ପର୍ଯ୍ୟାୟର ୧୨ ଓ ଚତୁର୍ଥ ପାର୍ଯ୍ୟାୟରେ ୨୨ଟି […]

ku
ରାସନ କାର୍ଡ ନାହିଁ ତ ରିଲିଫ ନାହିଁ

ଭୁବନେଶ୍ୱର: ରାସନ କାର୍ଡ ନାହିଁ ତ ରିଲିଫ ନାହିଁ । ବାତ୍ୟା ପରେ ରିଲିଫ ବଣ୍ଟନରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା। ବାତ୍ୟାରେ ହଜାର ହଜାର ଲୋକଙ୍କର ଘର ଭାଙ୍ଗିଛି, କିନ୍ତୁ ରାସନ କାର୍ଡ ନ ଥିବାରୁ ସେମାନଙ୍କୁ ରିଲିଫ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ବହୁ ଅଭିଯୋଗ ପହଞ୍ଚିଛି ।

uo
ଫୋନିରେ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ବାତ୍ୟା ଫୋନିର କ୍ଷୟକ୍ଷତିକୁ ନେଇ ତଥ୍ୟ ପ୍ରକାଶ କରିଛି ରାଜ୍ୟ ଏମର୍ଜେନ୍ସି ଅପରେସନ ସେଣ୍ଟର-SEOC । ଆଜି SEOC ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ତଥ୍ୟ ଅନୁସାରେ, ବାତ୍ୟା ଫୋନିରେ ରାଜ୍ୟରେ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗିଛି। ମୋଟ ୧ କୋଟି ୫୦ ଲକ୍ଷ ୯୪ ହଜାର ଲୋକ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ପଶୁପକ୍ଷୀ। ବାତ୍ୟା ଫୋନି ଦ୍ୱାରା ସିଧାସଳଖ ୮୭ ଲକ୍ଷ ପଶୁପକ୍ଷୀ ପ୍ରଭାବିତ […]