• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବୁଲେଟ୍ ଭଳି ଦିଶୁଛି ସାଇକେଲ ।

  • ଡିଜାଇନ କରିଛନ୍ତି କେରଳର ଜଣେ ବ୍ୟକ୍ତି ।

  • କହୁଛନ୍ତି ତେଲ ଦର ବଢ଼ିଲା ବାଇକ କିଣି ହେବନି।

ଦେଶରେ ବଢୁଥିବା ତେଲ ଦରରୁ ମୁକୁଳିବା ପାଇଁ ଅଭିନବ ଉପାୟ । କେରଳର ଜଣେ ବ୍ୟକ୍ତି ଏଭଳି ଏକ ସାଇକେଲ ନିର୍ମାଣ କରିଛନ୍ତି ଯାହାକି ମୋଟୋର ସାଇକେଲ ଭଳି ଦେଖାଯାଉଛି । ମଲ୍ଲପୁରମ ଜିଲ୍ଲାର ଲିଜେଶ ସେଟ୍ଟିୟାର ନାମକ ବ୍ୟକ୍ତି ଏଭଳି ଉଦ୍ଭାବନ କରିଛନ୍ତି । ଏହାକୁ ସେ ବୁଲେଟ ଓ ସାଇକେଲର କମ୍ବିନେସନ ବୋଲି କହୁଛନ୍ତି । ଏଥିପାଇଁ ଏହାର ନାଁ ମଧ୍ୟ ରଖିଛନ୍ତି ବୁଲ୍-ସାଇ।

ବଡ କଥା ହେଉଛି କବଳ ଦୁଇଟି ଚକକୁ ଛାଡିଦେଲେ, ଏହି ଗାଡିର ପ୍ରାୟ ସମସ୍ତ ପାର୍ଟ ବର୍ଯ୍ୟବସ୍ତୁରେ ତିଆରି ହୋଇଛି । ପ୍ରାୟ ୨୫ ହଜାର ଖର୍ଚ୍ଚ କରି ସେ ଏହି ଅଭିନବ ବାଇକ୍‌ ତିଆରି କରିଛନ୍ତି । ଏଥିପାଇଁ ତାଙ୍କୁ ଦୀର୍ଘ ମାସ ଧରି ବେଶ ପରିଶ୍ରମ କରିବାକୁ ପଡିଥିଲା ବୋଲି ସେ କହିଛନ୍ତି । ତାଙ୍କ କହିବ କଥା ତେଲ ଦର ଯେଉଁପରି ଭାବେ ବୃଦ୍ଧି ପାଉଛି, ଲୋକେ ଗାଡି କିଣିବେ ନାହିଁ । କିନ୍ତୁ ଏଭଳି ଏକ ବୁଲେଟ ଲୁକ୍‌ ଥିବା ସାଇକେଲ କିଣି ମନକୁ ବୁଝାଇପାରିବେ ।

ସୂଚନାଯୋଗ୍ୟ, ସାରା ଦେଶରେ ଏବେ ପେଟ୍ରୋଲ ଦରକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିରୋଧୀ କଂଗ୍ରେସ ମଧ୍ୟ ବିକ୍ଷୋ କରୁଛି । ରାଜରାସ୍ତାକୁ ଓହ୍ଳାଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଛି ।

ଓଡ଼ିଶାରେ ମଧ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ତେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଶୋଭାଯାତ୍ରା କରିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ କର୍ମୀ । ଏଥିରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ, ସୁର ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ । ସେହିଭଳି ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା କର୍ମୀ ସାମିଲ ହୋଇଥିଲେ।

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ବଡ଼ ଅଘଟଣ । ମହାରାଷ୍ଟ୍ରରେ ଶଗଡ଼ ଗାଡ଼ିରେ ଚଢ଼ି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରୁଥିଲେ କଂଗ୍ରେସ କର୍ମୀ । ହେଲେ ହଠାତ୍ ଭାଙ୍ଗି ପଡ଼ିଥିଲା ଶଗଡ଼ ଗାଡ଼ି । ଫଳରେ ଏହି ଅଘଟଣା ଅନେକ କଂଗ୍ରେସ କର୍ମୀ ସାମାନ୍ୟ ଆହତ ହୋଇଛନ୍ତି । ଏବେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି ।

ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ପେଟ୍ରୋଲିୟମ ପଦାର୍ଥର ମୂଲ୍ୟ ବୃଦ୍ଧି ବିରୋଧରେ ପ୍ରଦର୍ଶନ କରିବାକୁ କଂଗ୍ରେସ କର୍ମୀମାନେ ଏକ ଶଗଡ଼ ଗାଡ଼ିର ବ୍ୟବସ୍ଥା କରିଥିଲେ । ଶଗଡ଼ ଗାଡ଼ି ଉପରକୁ ଚଢ଼ି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । 

କରୋନା କାଳରେ ଲଗାତାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଯୋଗୁଁ ଚିନ୍ତାରେ ସାଧାରଣ ଜନତା । ମହାମାରୀ ସମୟରେ ଏଭଳିସ୍ଥିତି କଟା ଘା’ରେ ଚୂନ ଦେବା ପରି ଲାଗୁଛି । ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ ଟପିଛି । ତେବେ ନିକଟ ଭବିଷ୍ୟତରେ ତୈଳ ଦର ହ୍ରାସ ପାଇବାର ସମ୍ଭାବନା ଦେଖାଯାଉ ନାହିଁ ।