• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

baripada
ଦରମା ନ ମିଳିବାରୁ ତାତିଲେ ସଫେଇ କର୍ମଚାରୀ, ପୌରପାଳିକା ଅଫିସ୍‌ ଭିତରକୁ ଫିଙ୍ଗିଲେ ଅଳିଆ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ଦରମା ନ ମିଳିବାରୁ ବାରିପଦା ପୌରପାଳିକାର ସଫେଇ କର୍ମଚାରୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସଫେଇ କର୍ମଚାରୀମାନେ ସହରରୁ ଅଳିଆ ସଫା କରି ଆଣି ପୌରପାଳିକା କାର୍ଯ୍ୟାଳୟ ଭିତରକୁ ଫିଙ୍ଗିବା ସହ ଆନ୍ଦୋଳନ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଟାଉନ୍‌ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସଫେଇ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ଗତମାସଠୁ ଏକ ନୂଆ ଠିକା ସଂସ୍ଥା ମ୍ୟୁନିସିପାଲିଟିର […]

  • Wednesday, 21 July 2021
dead body
ଘର ଭିତରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲା ସେକ୍ଟର ୨ ସ୍ଥିତ ଏକ ଘର ଭିତରୁ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ନୀଳଶୈଳ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର। ତାଙ୍କ ବୟସ ୨୧ ବର୍ଷ ହେବ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ରୁମ୍‌ ଭିତରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରାଯାଇଛି। ତାଙ୍କର ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି […]

  • Wednesday, 21 July 2021
representational image
‘ମୋ ବାପାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ’

ମୋହନା (ମିହିର ଜତି): ବିଜ୍ଞାନ ଯୁଗରେ ବି ଚାଲିଛି ଅନ୍ଧବିଶ୍ୱାସର ରାଜୁତି। ଏଭଳି ଏକ ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଭାଲିଆସାହି ଗାଁରେ। ଗୁଣିଗାରେଡ଼ି ସନ୍ଦେହରେ ଅତି ନିର୍ମମ ଭାବେ ଜଣେ ବୃଦ୍ଧଙ୍କୁ ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଭାଲିଆସାହି ଗାଁର ଦସୁ ମଲ୍ଲିକ(୬୫)। ଗୁଣିଗାରେଡ଼ି ସନ୍ଦେହରେ ବାପାଙ୍କୁ ଏଭଳି  ହତ୍ୟା କରାଯାଇଥିବା ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। […]

  • Wednesday, 21 July 2021
accident
ପିଟିଦେଇ ପଳାଇଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ବାଙ୍କୀ: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ବ୍ରିଜ୍‌ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ କୃଷ୍ଣଚନ୍ଦ୍ରପୁର ଗାଁ ବାରିକ ସାହିର ମୂରଲୀଧର ପାଲ୍‌। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ତ୍ରିଶୁଳିଆ ଛକ ଠାରୁ କଟକ ଅଭିମୁଖେ ଯିବାକୁ ଥିବା ଏହି ବ୍ରିଜ୍‌ ନିକଟରେ ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ମୂରଲୀଧରଙ୍କୁ ପିଟିଦେଇ ପଳାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ […]

  • Wednesday, 21 July 2021
odisha
ଆଜି ଛାଡ଼ଖାଇ, ଆମିଷ ମାର୍କେଟ୍‌ରେ ପ୍ରବଳ ଭିଡ଼

ଭୁବନେଶ୍ୱର: ଆଜି ଛାଡ଼ଖାଇ। କାର୍ତ୍ତିକ ମାସ ପାଇଁ ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା’ନ୍ତି। ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାଛ ମାର୍କେଟ ସହ ମାଂସ ଦୋକନରେ ମଧ୍ୟ ପ୍ରବଳ ଭିଡ ଜମିଛି। ଭୁବନେଶ୍ୱରର ୟୁନିଟ୍ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର ଭଳି ବିଭିନ୍ନ ବଜାରରେ ମାଛ […]

  • Wednesday, 21 July 2021
rape
ମିଳିଲାନି ପ୍ରମାଣ, ଖଲାସ ହେଲେ ଡ୍ରାଇଭର

ଭୁବନେଶ୍ୱର: ଚଳନ୍ତା କାର୍‌ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଖୋର୍ଦ୍ଧା ପିଏନ୍‌ କଲେଜ ସମ୍ମୁଖରେ ଫିଙ୍ଗିଦେବା ଘଟଣାରେ ପୁଲିସ୍‌କୁ ଏଯାଏ କୌଣସି ପ୍ରମାଣ ମିଳିନି। ତେଣୁ ଏହି ଘଟଣାରେ ୪ଦିନ ହେଲା ଖଣ୍ଡଗିରି ଥାନାରେ ଅଟକ ଥିବା କାର୍ ଡ୍ରାଇଭରକୁ ପୁଲିସ୍‌ ଛାଡ଼ି ଦେଇଛି। ସୂଚନାଯୋଗ୍ୟ, ଗତ ୭ ତାରିଖ ଦିନ ଟ୍ୱିଟ୍‌ କରି ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ ଯେ, ଏହି ଘଟଣାରେ ଅଭିଯୁକ୍ତକୁ ଅଟକ ରଖାଯିବା ସହ କାର୍‌କୁ ମଧ୍ୟ ଜବତ କରାଯାଇଛି। ଏହି […]

  • Wednesday, 21 July 2021
fire
ଜାଳିଦେଲେ ଅଙ୍ଗନବାଡ଼ି କେନ୍ଦ୍ର !

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ଧୋବଶିଳା ପଞ୍ଚାୟତର ୧୧ ନମ୍ବର ୱାର୍ଡ ଅଧୀନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଦୀର୍ଘ ଦେଢ଼ ବର୍ଷ ହେବ ଏହି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିଲା। କୌଣସି କାରଣରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଁଲୋକେ ବିରୋଧ କରିଥିଲେ। ଏହାପରେ ଅଙ୍ଗନବାଡ଼ି କର୍ମୀ ଓ ଗାଁ ଲୋକେ ଦୁଇଟି ପୃଥକ ପୃଥକ୍‌ ତାଲା ଝୁଲାଇ ଦେଇଥିଲେ। ତେବେ ଆଜି ସକାଳେ ଗାଁ ଲୋକେ ଅଙ୍ଗନବାଡ଼ି […]

  • Wednesday, 21 July 2021
odisha
୧୩ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଦିନକ ପରେ ଅର୍ଥାତ୍‌ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ।  ପ୍ରଥମ ଦିନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ। ଡିସେମ୍ବର ୧୯ ତାରିଖ ଯାଏ ଶୀତ ଅଧିବେଶନ ଚାଲିବ। ଶୀତ ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏଥିସହ ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ମନ୍ତ୍ରୀ ବିକ୍ରମ […]

  • Wednesday, 21 July 2021
odisha
ପୂରା ପ୍ଲାନ୍‌ କରି ଆସିଥିଲେ ବ୍ୟାଙ୍କ ଲୁଟ୍‌ କରିବା ପାଇଁ, ହେଲେ...

ସାଲେପୁର(ମନୋଜ ଆଚାର୍ଯ୍ୟ): ‍ପୂରା ପ୍ଲାନ୍‌ କରି ଆସିଥିଲେ ବ୍ୟାଙ୍କରେ ଲୁଟ୍‌ କରିବା ପାଇଁ, ହେଲେ ଘଟିଲା ଏମିତି କିଛି। ଚୋରମାନେ ଯାହାକୁ ଟଙ୍କା ଭର୍ତ୍ତି ବାକ୍ସ ଭାବି ନେଇ ପଳାଇଛନ୍ତି, ପ୍ରକୃତରେ ତାହା ଏକ ଖାଲି ବାକ୍ସ। ସୂଚନା ଅନୁସାରେ, ଗତକାଲି ରାତିରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଥିବା ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ ଇଣ୍ଡିଆରେ ଲୁଟ୍‌ କରିବା ପାଇଁ ପୂର୍ବ ଯୋଜନା ମୁତାବକ ୩ ଯୁବକ ବ୍ୟାଙ୍କରେ ପହଞ୍ଚିଥିଲେ। ପ୍ରଥମେ ବ୍ୟାଙ୍କର ଝରକା ଭାଙ୍ଗି […]

  • Wednesday, 21 July 2021
odisha
ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ ଘଟଣାକୁ ନେଇ ଡାକ୍ତରୀ ଟିମ୍‌ର ତନାଘନା

ମାଲକାନଗିରି (ଜିତେନ୍ଦ୍ର ବେଉରା): ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ମାଲକାନଗିରି ଜିଲ୍ଲା କାଲିମେଳା MV-୭୯ ତାମନପଲ୍ଲୀରେ ଡାକ୍ତରୀ ଦଳ ପହଞ୍ଚିଛନ୍ତି। କେଉଁ କାରଣ ପାଇଁ ୧୫ ଦିନରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହେଲା ସେନେଇ କୋରାପୁଟ୍ ମେଡିକାଲ୍‌ରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାମନପଲ୍ଲୀରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଗାଁରେ ଏବେ ବି ୭ ଜଣ ଶିଶୁ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରୀ ଦଳ ସେମାନଙ୍କ […]

  • Wednesday, 21 July 2021
electricity
‘ବୁଲ୍‌ବୁଲ୍‌’ ଯୋଗୁ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁ ୬ଟି ଜିଲ୍ଲାର ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୧୫ ଲକ୍ଷ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ସଂଯୋଗ ପୁନଃସ୍ଥାପନ ହୋଇଛି। ବାକି ୧ ଲକ୍ଷ ଉପଭୋକ୍ତାଙ୍କୁ ମଙ୍ଗଳବାର ସଂଧ୍ୟା ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ‘ବୁଲ୍‌ବୁଲ୍‌’ ପ୍ରଭାବିତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂରେ ବାତ୍ୟା […]

  • Wednesday, 21 July 2021
odisha
ରାସ୍ତାରୁ ମୁମୂର୍ଷୁ ଅବସ୍ଥାରେ ମହିଳା ଉଦ୍ଧାର

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ନାପଖାଲିନା ରାସ୍ତାରୁ ଜଣେ ମହିଳାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆଜି ସକାଳେ ମହିଳା ଜଣକ ମୁମୂର୍ଷ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ମହିଳା ଜଣଙ୍କୁ ଏଭଳି ଅବସ୍ଥାରେ ରାସ୍ତା ମଝିରେ କିଏ ଛାଡ଼ି ଦେଇଗଲା ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। କାହିଁକି ନା ତାଙ୍କ କଥାରେ କୌଣସି ତାଳମେଳ ରହୁନାହିଁ। କେତେବେଳେ କହୁଛନ୍ତି ସ୍ୱାମୀ ଆଣି ଛାଡ଼ି ଦେଇ ପଳାଇଲେ , ତ […]

  • Wednesday, 21 July 2021
odisha
ମିଥ୍ୟା ବିଜ୍ଞାପନ କଲେ ମିଳିବ ଦଣ୍ଡ

ଭୁବନେଶ୍ୱର: ମିଥ୍ୟା ବିଜ୍ଞାପନ କଲେ ଦଣ୍ଡିତ ହେବେ ବିଜ୍ଞାପନରେ ଅଭିନୟ କରୁଥିବା ବ୍ୟକ୍ତି। ଏପରିକି ଏଭଳି ବିଜ୍ଞାପନରେ ଅଭିନୟ କରୁଥିବା ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ମଧ୍ୟ ଏଥିରୁ ବାଦ୍ ପଡ଼ିବେ ନାହିଁ। କମ୍ପାନୀ ସହିତ ସେମାନଙ୍କୁ ମଧ୍ୟ ଜରିମାନା ଦେବାକୁ ପଡ଼ିବ। ଏନେଇ ସୂଚନା ଦେଇଛନ୍ତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ସଭାପତି ଅନନ୍ତ ଶର୍ମା। ଭୁବନେଶ୍ୱରରେ ଏହି ସଂଗଠନର ଓଡ଼ିଶା ଶାଖା ଉଦ୍‌ଘାଟନ ଅବସରରେ ଅନନ୍ତ ଶର୍ମା କହିଛନ୍ତି, ‘ମିଥ୍ୟା ବିଜ୍ଞାପନକୁ […]

  • Wednesday, 21 July 2021
accident
ଓଭରବ୍ରିଜ୍‌ରେ ଦୁର୍ଘଟଣା; ଜଣେ ମୃତ, ଜଣେ ଗୁରୁତର

ରାଉରକେଲା: ରାଉରକେଲା ବାସନ୍ତୀ ନଗର ଓଭରବ୍ରିଜ୍‌ ଉପରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାସନ୍ତୀ କଲୋନୀର ସୁମିତ କୁଅଁର ବୋଲି ସୂଚନା ମିଳିଛି। ଦୁର୍ଘଟଣାରେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ରବିବାର ରାତିରେ ସୁମିତ ଓ ତାଙ୍କର ଜଣେ ସାଙ୍ଗ ଏକ ବାଇକ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଭରବ୍ରିଜ୍‌ ବାଡ଼ାରେ ବାଡ଼େଇ ହୋଇ ଯାଇଥିଲେ। ଘଟଣାସ୍ଥଳରେ ସୁମିତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ୍‌ ତାଙ୍କ […]

  • Wednesday, 21 July 2021
mobile-phone
ଚାର୍ଜ ବସାଇ ମୋବାଇଲ୍‌କୁ ଛାତି ଉପରେ ରଖିଥିଲେ, ଫାଟିଗଲା

ପାରାଦୀପ: ମୋବାଇଲ୍‌ ଫୋନ୍‌ ବିସ୍ଫୋରଣରେ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ପାରାଦୀପରେ ଏହି ଅଘଟଣ ଘଟିଛି। ମୃତ ରାଜମିସ୍ତ୍ରୀଙ୍କ ଘର ନୟାଗଡ଼ ଅଞ୍ଚଳରେ ବୋଲି ସୂଚନା ମିଳିଛି। ପାରାଦୀପରେ ରହି ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସୂଚନା ଅନୁସାରେ, ସମ୍ପୃକ୍ତ ରାଜମିସ୍ତ୍ରୀ ଜଣକ ତାଙ୍କର ୪ ଜଣ ସାଥୀଙ୍କ ସହ ଅଠରବାଙ୍କୀ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ।  ତେବେ ଗତକାଲି ଫୋନ୍‌କୁ ଚାର୍ଜରେ ବସାଇ ଏହାକୁ ଛାତିରେ ରଖି ରାଜମିସ୍ତ୍ରୀ […]

  • Wednesday, 21 July 2021
odisha
ଧବଳେଶ୍ୱର ପୀଠରେ ଲାଗି ହେଲା ଗଜ ଭୋଗ

ଆଠଗଡ଼: ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସର ବଡ଼ ଓଷା। ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଗଜ ଭୋଗ ଓ ତରଣ ଭୋଗ। ବଡ଼ ଓଷା ପାଳନ ସହିତ ହଜାର ହଜାର ଭକ୍ତ ଧବଳେଶ୍ୱର ପୀଠରେ ଏହି ଗଜ ଭୋଗକୁ ଅପେକ୍ଷା କରିଥାନ୍ତି। ଧବଳେଶ୍ୱର ପୀଠର ଏହି ଗଜଭୋଗ ଓ ତରଣ ଭୋଗର ବିଶେଷତ୍ୱ ରହିଛି।

  • Wednesday, 21 July 2021
odisha
ଭୁବନେଶ୍ୱରରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୟୁନିଟ୍‌-୧ ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୁକ୍ତର ନାଁ ଅଜୟ ବାଗର। ପୁଲିସ୍‌ ତାକୁ ଗିରଫ କରିଛି। ସୂଚନା ଅନୁସାରେ, ଛାତ୍ରୀ ଜଣକ ୟୁନିଟ୍‌-୧ ଅଞ୍ଚଳରେ ଏକ ବସ୍ତିରେ ରହୁଥିଲେ। ଅଜୟ ତାଙ୍କୁ ଆଗରୁ ମଧ୍ୟ ପିଛା କରି ବହୁ ସମୟରେ ଅଶ୍ଲୀଳ ଇଙ୍ଗିତ କରୁଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଗତ ରାତିରେ ସମ୍ପୃକ୍ତ ଛାତ୍ରୀ […]

  • Wednesday, 21 July 2021
odisha
ଚକଡ଼ା ପୋକ ପାଇଁ ଜାଳିଦେଲେ ଚାଷ ଜମି

ସୁବର୍ଣ୍ଣପୁର: ଚକଡ଼ା ପୋକ ପାଇଁ ଚାଷ ଜମି ଜାଳିଲେ ଚାଷୀ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ଅନ୍ତର୍ଗତ ଅର୍ଡା ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର ସହଦେବ କର୍ମୀ ନାମକ ଜଣେ ଚାଷୀ ହାତ ଉଧାରି ଏବଂ ବ୍ୟାଙ୍କରୁ ଋଣ କରି ନିଜର ୫ ଏକର ଜମିରେ ଧାନ ଚାଷ କରିଥିଲେ। ଚାଷ ଭଲ ହୋଇଥିଲା, ହେଲେ ଚକଡ଼ା ପୋକ ଯୋଗୁ ତାଙ୍କର ଅଧା ଏକର ଧାନ ନଷ୍ଟ ହୋଇଯାଇଥିଲା। ଏହାପରେ ସେ କୃଷି ବିଭାଗ […]

  • Wednesday, 21 July 2021
odisha
ଅଜଣା ରୋଗ ଆତଙ୍କ, ୧୫ ଦିନରେ ଗଲାଣି ୬ ଶିଶୁଙ୍କ ଜୀବନ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଅଜଣା ରୋଗର ଆତଙ୍କ। କାଲିମେଳା ବ୍ଲକ୍‌ର ତାମନପାଲି ଗାଁରେ ଏହି ଅଜଣା ରୋଗର ଆତଙ୍କ ଦେଖା ଦେଇଛି। ଗତ ୧୫ ଦିନ ମଧ୍ୟରେ ଗାଁରେ ଅଜଣା ରୋଗରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଖବର ପାଇ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି  ଚିକିତ୍ସା ଆରମ୍ଭ କରିଛନ୍ତି। ତା’ସହିତ ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଛି, ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ […]

  • Wednesday, 21 July 2021
accident
ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ବସ୍‌

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନାମ୍ପୋ ଠାରେ ଏକ ଦୁର୍ଘଟଣା ଘଟିଛି। ଏକ ବସ୍‌ ଏକ ଟ୍ରକ୍‌କୁ ପଛପଟରୁ ଧକ୍କା ଦେବାରୁ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ‘ନୁରାନି’ ନାମକ ଏହି ବସ୍‌ ଚନ୍ଦନେଶ୍ୱରରୁ ଜଳେଶ୍ୱର ଯାଉଥିଲା। ଏହି ସମୟରେ ବସ୍‌ଟି ଚଳନ୍ତା ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ […]

  • Wednesday, 21 July 2021
Transgenders
ଅନୁଭବଙ୍କ ଗିରଫ ଦାବି କଲେ ଟ୍ରାନ୍ସଜେଣ୍ଡର

ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗରେ ଆଗକୁ ଆସିଛନ୍ତି ଟ୍ରାନ୍ସଜେଣ୍ଡର। ଓଟିଭି ପ୍ରତିନିଧିଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଆଜି ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନର କହିଛନ୍ତି, ‘ଅନୁଭବ ଯେଉଁଭଳି କ୍ଷମାପ୍ରାର୍ଥନା କରିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ। କ୍ଷମାପ୍ରାର୍ଥନା ଆଳରେ ଅନୁଭବ ଧମକ ଦେଇଛନ୍ତି। ’ ତେବେ ସର୍ବସମ୍ମୁଖରେ ଅନୁଭବ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଟ୍ରାନ୍ସଜେଣ୍ଡର […]

  • Wednesday, 21 July 2021
odisha
ପୁଣିଥରେ 5Tକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଅପରାଜିତା

ସମ୍ବଲପୁର: 5Tକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। 5T ଏକ ଅଭିନବ ପଦକ୍ଷେପ ନୁହେଁ ବୋଲି ପୁଣିଥରେ ଅପରାଜିତା ଷଡ଼ଙ୍ଗୀ ତାଙ୍କ ପୂର୍ବ ମନ୍ତବ୍ୟକୁ ଦୋହରାଇଛନ୍ତି। ଆଜି ସମ୍ବଲପୁର ଗସ୍ତ ବେଳେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ‘5T ଏକ ମ୍ୟାନେଜମେଣ୍ଟ୍ ପ୍ରିନ୍ସିପଲ୍‌। ସବୁ ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁସନ୍‌ରେ ଏ ବିଷୟରେ ଶିକ୍ଷା ଦିଆଯାଉଛି। ଏହା କୌଣସି ଅଭିନବ ପଦକ୍ଷେପ ନୁହେଁ। କେବଳ ଦୁଇଟି ବିଭାଗ ନୁହେଁ, ସବୁ ବିଭାଗରେ […]

  • Wednesday, 21 July 2021
scb
ଶିଶୁ ମୃତ୍ୟୁକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା

କଟକ: ଶିଶୁ ମୃତ୍ୟୁକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଉତ୍ତେଜନା। ଏକ ଶିଶୁର ମୃତ୍ୟୁକୁ ନେଇ ଆଜି ଏସ୍‌ସିବି ମେଡିକାଲ୍‌ରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡିକାଲ୍‌ର କାଜୁଆଲିଟିରେ ତାଲା ପକାଇ ଦେଇଥିଲେ। ସୂଚନା ଅନୁସାରେ, ଗତକାଲି ସିଡିଏ ସେକ୍ଟର ୬ ସ୍ଥିତ ହଇରାଣ ବସ୍ତିର ଏକ ୩ ବର୍ଷର ଶିଶୁ ସିଡ଼ିରୁ ପଡ଼ିଯାଇଥିଲା। ପରିବାର ଲୋକେ ଶିଶୁଟିକୁ ବଡ଼ ଡାକ୍ତରଖାନାର […]

  • Wednesday, 21 July 2021
odisha
ବାଘ ଆତଙ୍କ, ଗୁହାଳ ଭିତରେ ପଶି ମାରିଲା ଛେଳି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ୍‌ ଅନ୍ତର୍ଗତ ବୋଇରଗାଁ ଲିମପଡ଼ା ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ଶୁକ୍ରବାର ରାତିରେ ଏକ କଲରାପତରିଆ ବାଘ ଗାଁର ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗୋଟିଏ ଛେଳିକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଗୁହାଳରୁ ଜୋରରେ ଶବ୍ଦ ହେବାରୁ ଲୋକେ ଦୌଡ଼ି ଆସି ପହଞ୍ଚିଥିଲେ। ସେଠାରେ ଦେଖିବାକୁ ପାଇଲେ ଯେ ବାଘ ଛେଳିକୁ ମାରି ଛାଡ଼ି ପଳାଇଯାଇଛି। ଗାଁ ଭିତରକୁ ବାଘ ଆସିଥିବାରୁ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ଲୋକଙ୍କୁ […]

  • Wednesday, 21 July 2021
Sex-Racket
ସେକ୍ସ ରାକେଟ୍ ଠାବ, ରାଣୀ ମହୁମାଛି ସମେତ ୪ ଗିରଫ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗୁରୁକୁଳ ଆଶ୍ରମ ନିକଟରେ ଥିବା ଏକ ଘରୁ ସେକ୍ସ ରାକେଟ୍ ଠାବ ହୋଇଛି। ଶନିବାର ସକାଳେ ପାଇକମାଳ ପୁଲିସ୍‌ ଏହି ଘର ଉପରେ ଚଢ଼ାଉ କରି ଏହି ସେକ୍ସ ରାକେଟ୍‌ର ଖୁଲାସା କରିଛି। ଏହି ଘଟଣାର ମାଷ୍ଟର ମାଇଣ୍ଡ ବା ରାଣୀ ମହୁମାଛି ଓ ତା’ର ଅନ୍ୟ ୩ ଜଣ ସହଯୋଗୀଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ଅନ୍ୟ ୩ ଅଭିଯୁକ୍ତ ହେଲେ ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ଥାନା ଅନ୍ତର୍ଗତ […]

  • Wednesday, 21 July 2021