ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ଏବେ ବିପଦରେ। ଗତ ତିନି ଦିନ ମଧ୍ୟରେ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୩ଟି ଏବେ ଅସୁସ୍ଥ ଅଛନ୍ତି। ଏହାକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ଚେନ୍ନାଇ ଚିଡ଼ିଆଖାନାରୁ ଗତ କିଛିଦିନ ତଳେ ୮ଟି ଆନାକୋଣ୍ଡାଙ୍କୁ ନନ୍ଦନକାନନ ଅଣାଯାଇଥିଲା। ବଂଶବୃଦ୍ଧି କରିବାକୁ ଅଣାଯାଇଥିବା ଏହି ଆନାକୋଣ୍ଡା ଏବେ ଲୋପ ପାଇବାକୁ ଯାଉଛି। ବ୍ୟାକ୍ଟେରିଆ ନା ରକ୍ତ ସଂକ୍ରମଣ ଯୋଗୁ ଆନାକୋଣ୍ଡାଙ୍କ ମୃତ୍ୟ ହେଉଛି, ତାହା ଏ […]
ଭୁବନେଶ୍ୱର: ସଡ଼କ ସୁରକ୍ଷା ନିୟମ ଆସନ୍ତାକାଲିଠୁ କଡ଼ାକଡ଼ି ହେବ। ସଂଶୋଧିତ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ଡିସେମ୍ବର ପହିଲାରୁ ପାଳନ ପାଇଁ ପୂର୍ବ ନିର୍ଦ୍ଧାରିତ ସମୟ ସୀମାକୁ ରାଜ୍ୟ ସରକାର ଆଉ ୩ ମାସ ବୃଦ୍ଧି କରିବାପରେ ସଡ଼କ ସୁରକ୍ଷା ନିୟମକୁ ଜନସାଧାରଣ କିଭଳି ଭାବରେ ପାଳନ କରିବେ ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ପରିବହନ କମିଶନର ଚିଠି କରିଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ସଡ଼କ ସୁରକ୍ଷା ନିୟମକୁ ଉଲ୍ଲଂଘନ କରନ୍ତି ସେମାନଙ୍କ […]
ନୟାଗଡ଼: ମରଣ ମୁହଁରୁ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀର ମୃତ୍ୟୁ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଭାଟସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥା କଟାକଟିରୁ ହୋଇଥିବା ମରଣାନ୍ତକ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ମାନି ସିଂ। ତାଙ୍କ ସ୍ୱାମୀ ନିରଞ୍ଜନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ କିଛି ଯୁବକ ଭୋଜି କରୁଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଆଉ କିଛି ଯୁବକଙ୍କ […]
କୋରାପୁଟ: ମା’ କୋଳରୁ ହଠାତ୍ ଗାଏବ ହୋଇଗଲା ୩ମାସର ଶିଶୁ କନ୍ୟା। ଆଉ ଖୋଜାଖୋଜି ପରେ ଘରଠୁ କିଛି ଦୂରରୁ ମିଳିଲା ମୃତଦେହ। ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଶିଶୁ କନ୍ୟାଙ୍କ ମା’ଙ୍କ କହିବାନୁଯାୟୀ, “ଗତ ରାତିରେ ମୋ’ ପାଖରେ ୩ ମାସର ଶିଶୁକନ୍ୟା ଓ ୨ ବର୍ଷର ଶିଶୁପୁତ୍ର ଶୋଇଥିଲେ। ହେଲେ ରାତିରେ ହଠାତ୍ ନିଦ ଭାଙ୍ଗିବାରୁ ଛୁଆକୁ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଚିକିତ୍ସା ପାଇଁ ଆସିଥିବା ଜଣେ ଛାତ୍ରୀଙ୍କ ସହ ଡାକ୍ତର ଏଭଳି ବ୍ୟବହାର କରିଛନ୍ତି, ଯାହା ଆପଣ ବିଶ୍ୱାସ କରିପାରିବେ ନାହିଁ। ଅମାନୁଷିକ ଭାବେ ଜଣେ ଡାକ୍ତର ଛାତ୍ରୀଙ୍କ ନାକ, କାନ, ପାଟିରେ ଔଷଧ ପକାଇ ଦେବା ସହ ଓଢଣୀରେ ତାଙ୍କ ପାଟିକୁ ବନ୍ଦ କରି ଦେଇଥିଲେ। ଏହାପରେ ନିର୍ଧୂମ ମାଡ଼ ମାରିଥିଲେ। ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ କାଲିମେଳା […]
ଭୁବନେଶ୍ୱର: ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିବାଦୀୟ ହାଇଦ୍ରାବାଦ ଗସ୍ତକୁ ନେଇ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଆଉ ଏପରି ସମୟରେ ମନ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ ବିଜେପିକୁ ତାଚ୍ଛଲ୍ୟ କରି କହିଛନ୍ତି, କିଏ କାହା ବନ୍ଧୁବାନ୍ଧବଙ୍କୁ ନେଇ କଣ ଯାଇ ପାରିବେନି? ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି, ଦୁଇ ମହିଳାଙ୍କୁ ନେଇ ମନ୍ତ୍ରୀ ହାଇଦ୍ରାବାଦ […]
ଭୁବନେଶ୍ୱର: ଅବଧି ପୂର୍ବରୁ ବିଧାନସଭାର ଶୀତ ଅଧିବେଶନକୁ ବନ୍ଦ ରଖିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛି ବିଜେପି। ‘ମନମାନି, ଅଗଣତାନ୍ତ୍ରିକ, ସେଚ୍ଛାଚାରିତା ଭାବରେ ଏକ ନିର୍ଦ୍ଦିଷ୍ଟ ଦଳର ଚାପରେ ବାଚସ୍ପତି ଗୃହକୁ ବନ୍ଦ କରିଥିଲେ। ଏକ ନିର୍ଲଜ ଭାବରେ ଓଡ଼ିଶାରେ ସରକାର ଚାଲିଛି, ଯିଏ ସମ୍ପୂର୍ଣ୍ଣ ଭାବରେ ସମ୍ବେଦନଶୀଳହୀନ’ ବୋଲି ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ସେ ଆହୁରି […]
କଳାହାଣ୍ଡି: ଟ୍ରକ୍ ଚେସିସ୍ରେ ଥିଲା ୭ ଫୁଟର ଅଜଗର ସାପ। ଡ୍ରାଇଭରଙ୍କୁ ଏସମ୍ପର୍କରେ ପୂର୍ବରୁ ଜଣା ନ ଥିଲା। ଯେତେବେଳେ ଗାଡ଼ିର ଚକ ଯାଞ୍ଚ କରିବା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଥିଲେ, ଏହି ସମୟରେ ଚେସିସ୍ରେ ଭିତରେ ଏତେ ବଡ଼ ଅଜଗର ଦେଖି ସେ ଭୟଭୀତ ହୋଇଯାଇଥିଲେ। କଥା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଛତିକୁଡ଼ା ଛକରୁ ଏହି ସାପକୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଟ୍ରକ୍ଟି ଛିଡ଼ା […]
ଭୁବନେଶ୍ୱର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଆଜି ବିଧାନସଭାରେ ବିରୋଧୀ ହୋହଲ୍ଲା କରିଛନ୍ତି। ଫଳରେ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବି କରାଯାଇଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜ ଏହି ପ୍ରସଙ୍ଗ ଉଠାଇ ମନ୍ତ୍ରୀ ଜ୍ୟୋତି ପ୍ରକାଶଙ୍କୁ ଟାର୍ଗେଟ୍ କରିଥିଲେ। ସରକାରୀ ଖର୍ଚ୍ଚରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ୨ ମହିଳାଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ମନ୍ତ୍ରୀ। କେଉଁ […]
ଭୁବନେଶ୍ୱର: ଟ୍ରାଫିକ୍ ନିୟମ କୋହଳର ଡେଡ୍ଲାଇନ୍ ସରିବାକୁ ହାତରେ ଆଉ ମାତ୍ର ୨ ଦିନ ରହିଛି। ଡିସେମ୍ବର ୧ରୁ ପୁଣି ଟ୍ରାଫିକ ନିୟମ କଡ଼ାକଡ଼ି ହେବ। ହେଲେ ଆରଟିଓ ଅଫିସ ଆଗରୁ ଏଯାଏ ଲୋକଙ୍କ ଭିଡ଼ କମୁନି। ବରଂ ଡେଡ୍ଲାଇନ ଯେତିକି ପାଖେଇ ଆସୁଛି, ଭିଡ଼ ସେତିକି ବଢୁଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍ଟିଓ) ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆଜି ବିଧାନସଭାର ଶୂନ୍ୟକାଳରେ ଏହି […]
ଭୁବନେଶ୍ୱର: ଟ୍ରାଫିକ୍ ନିୟମ କୋହଳର ଡେଡ୍ଲାଇନ୍ ସରିବାକୁ ହାତରେ ଆଉ ମାତ୍ର ୨ ଦିନ ରହିଛି। ଡିସେମ୍ବର ୧ରୁ ପୁଣି ଟ୍ରାଫିକ ନିୟମ କଡ଼ାକଡ଼ି ହେବ। ହେଲେ ଆରଟିଓ ଅଫିସ ଆଗରୁ ଏଯାଏ ଲୋକଙ୍କ ଭିଡ଼ କମୁନି। ବରଂ ଡେଡ୍ଲାଇନ ଯେତିକି ପାଖେଇ ଆସୁଛି, ଭିଡ଼ ସେତିକି ବଢୁଛି। ଏମିତିକି ସକାଳ ଭିଡ଼ରୁ ବର୍ତ୍ତିବା ପାଇଁ OSRTC କାର୍ଯ୍ୟାଳୟ ବାହାରେ ଲୋକମାନେ ଗତକାଲି ରାତି କାଟିଛନ୍ତି। ଅସମ୍ଭାଳ ଭିଡ଼ ହେଉଥିବାରୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପାଇବାକୁ ଲୋକେ ଛାନିଆ […]
ଭଦ୍ରକ: ଅସ୍ତ୍ରୋପଚାର ସମୟରେ ରୋଗୀ ମୃତ୍ୟୁକୁ ନେଇ ଭଦ୍ରକର ଏକ ଘରୋଇ ନର୍ସିଂହୋମରେ ଉତ୍ତେଜନା ପ୍ରକାଶ ପାଇଛି। ଡାକ୍ତରଙ୍କ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତା ମହିଳା ହେଲେ ଯାଜପୁର ଜ଼ିଲ୍ଲା କୋଳଥା ଗାଁର ସ୍ୱର୍ଣ୍ଣଲତା ମହାପାତ୍ର। ପରିବାର ଲୋକଙ୍କ କହିବାନୁଯାୟୀ, ଗତକାଲି ଅସ୍ତ୍ରୋପଚାର ନିମନ୍ତେ ସ୍ୱର୍ଣ୍ଣଲତାଙ୍କୁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଓଟି ଭିତରେ ଅସ୍ତ୍ରୋପଚାର ସମୟରେ ତାଙ୍କ ମୃତ୍ୟୁ ହୋଇଥିଲେ। ଡାକ୍ତରଙ୍କ ଅବହେଳା ଯୋଗୁ […]
ଭୁବନେଶ୍ୱର: ‘ମୁଁ ବି ଦେଖିବି ତମେ ଆଉ କାହା ହାତ ଧରି କେମିତି ଚାଲି ଯିବ। ମୋ ସ୍ତ୍ରୀକୁ ମୁଁ ଘରକୁ ନେବି, କିଛି ଶୁଣିବାର ନାହିଁ। ବାସ୍ ମୋ ସ୍ତ୍ରୀ ଆସୁ ଆଉ ମୁଁ ତାକୁ ନେଇକି ଯିବି’। ଏପରି କହି ଧାରଣାରେ ବସିଲେ ଯୁବତୀଙ୍କୁ ବିବାହ କରିଛି ବୋଲି ଦାବି କରୁଥିବା ଜଣେ ଯୁବକ। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଅଞ୍ଚଳର। ଯେତେବେଳେ ସମ୍ପୃକ୍ତ ଯୁବକ ଜଣକ ଜାଣିଲେ ଯୁବତୀ ଜଣକ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ମୋବାଇଲ୍ରେ ଲୁଡୁ ଖେଳକୁ ନେଇ ପ୍ରଥମେ ବଚସା, ତା’ପରେ ଜଣେ ଅନ୍ୟ ଜଣଙ୍କ ପେଟରେ ଭୁସି ଦେଲା ଛୁରୀ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଝାଡକୁଦା ଗାଁରେ। ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଗାଁର ରାଧାକୃଷ୍ଣ ମନ୍ଦିର ପାଖରେ କେ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ଅନ୍ୟ ଜଣେ ଯୁବକ ଲୁଡ଼ୁ ଖେଳୁଥିଲେ। ଏହି ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଗତକାଲି ରାତିରେ ପୁଣି ସେହି ମନ୍ଦିର ନିକଟରେ […]
ଭୁବନେଶ୍ୱର: ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ / ଶିକ୍ଷୟିତ୍ରୀ। ଆଜି ବିଧାନସଭାରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ପ୍ରାଥମିକ ସ୍ତରରେ ୧୫, ମାଧ୍ୟମିକ ସ୍ତରରେ ୭୬ ଏବଂ ୧୨୫ ଜଣ ଶିକ୍ଷା ସହାୟକ ଏବଂ କନିଷ୍ଠ ଶିକ୍ଷକ ଜାଲ୍ ପ୍ରମାଣପତ୍ର ଦେଇ ଧରା ପଡିଥିବା ବିଧାନସଭାକୁ ଏନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହି ସମସ୍ତ ଶିକ୍ଷକ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ଫେକ୍ ଆକାଉଣ୍ଟ୍। କେହି ଦୁବୃର୍ତ୍ତ ଜିଲ୍ଲାପାଳଙ୍କ ନାଁରେ ଫେସ୍ବୁକ୍ରେ ଏହି ଫେକ୍ ଆକାଉଣ୍ଟ୍ ଖୋଲି ଏହାକୁ ପରିଚାଳନା କରୁଥିବା ଅଭିଯୋଗ ହୋଇଛି। ତେବେ ଏହି ଆକାଉଣ୍ଟ୍ରେ ପ୍ରୋଫାଇଲ୍ ପିକ୍ଚର୍ରେ ସମର୍ଥ ବର୍ମାଙ୍କ ଏକ ଫଟୋ ଥିବା ଦେଖିବାକୁ ମିଳିଛି। ଦୁର୍ବୃତ୍ତ ଜଣଙ୍କ ଏହାର ଅପବ୍ୟବହାର କରୁଥାଇପାରେ ବୋଲି ଜିଲ୍ଲାପାଳ ଆଶଙ୍କା କରିଛନ୍ତି। ତେବେ ଏହି ଆକାଉଣ୍ଟ୍କୁ ବିଶ୍ୱାସକୁ ନ ନେବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଏନେଇ ଜିଲ୍ଲାପାଳ […]
ରାୟଗଡ଼ା: ମଦ ପିଇଲେ ଗଣିବେ ଟଙ୍କା। ଖାଲି ଟଙ୍କା ଗଣିବେ ନାହିଁ ଏହାସହ ମଦ ପିଇ ଥିବା ବ୍ୟକ୍ତିଙ୍କୁ ପୁଲିସ୍ ଜିମାରେ ମଧ୍ୟ ଦିଆଯିବ। ମଦୁଆଙ୍କୁ ସାବାଡ୍ କରିବା ପାଇଁ ରାୟଗଡ଼ା ଜିଲ୍ଲା ଉପକଣ୍ଠ ଦୁମାଗୁଡା ଓ ମାରିଗୁଡା ଗାଁର ମହିଳା ଅଣ୍ଟା ଭିଡ଼ିଛନ୍ତି। ଯେଉଁ ବ୍ୟକ୍ତି ମଦ ପିଇବେ ପ୍ରଥମେ ତାଙ୍କୁ ହଜାରେ ଟଙ୍କା ଜରିମାନା କରାଯିବ। ଏହାସହ ତାଙ୍କୁ ପୁଲିସ୍ ଜିମା ଦିଆଯିବ। ଦିନକୁ ଦିନ ମଦୁଆଙ୍କୁ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡ଼ିଲାଣି। ତେଣୁ […]
ବ୍ରହ୍ମପୁର: ଘରୋଇ ବସ୍ ମାଲିକ ସଂଘ ଆଜି ଗଞ୍ଜାମ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରଖିଛି। ବ୍ରହ୍ମପୁର ହଳଦିଆପଦର ବସ୍ ଟର୍ମିନାଲ୍ରୁ ବସ୍ ଚଳାଚଳକୁ ବିରୋଧ କରି ସଂଘ ଆନ୍ଦୋଳନ ଜାରି ରଖିଛି। ଆଜିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ପୂରା ଗଞ୍ଜାମ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରଖିଛି ସଂଘ। ଅଚଳାବସ୍ଥା ପାଇଁ ପ୍ରଶାସନ ଦାୟୀ ବୋଲି ସଂଘ କହିଛି। ବସ୍ ମାଲିକ ସଂଘ ଓ ପ୍ରଶାସନ ନିଜ ଜିଦ୍ରେ ଅଟଳ ଥିବାରୁ ଏଥିପାଇଁ ଯାତ୍ରୀମାନଙ୍କୁ ହନ୍ତସନ୍ତ ହେବାକୁ […]
କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଦେଢ଼ ଲକ୍ଷର ଦୁଇ ଜାମିନଦାରଙ୍କ ବଦଳରେ କୋର୍ଟ ତାଙ୍କୁ ଏହି ଜାମିନ୍ ପ୍ରଦାନ କରିଛନ୍ତି। ଏହାସହ ସେ ପାସ୍ପୋର୍ଟ ଜମା କରିବେ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ମାମଲାରେ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଚଳିତ ବର୍ଷ ସେପ୍ଟେମ୍ବର ୧୯ରେ ଗିରଫ କରିଥିଲା। ଆଶୀର୍ବାଦଙ୍କର ଏଟି ଗ୍ରୁପ୍ ସହ ଲିଙ୍କ ଥିବା ଅଭିଯୋଗ […]
ଭୁବନେଶ୍ୱର: ବିଜେପି ଆଣିଥିବା ୧୦୦ କୋଟିର ଜମି ଦୁର୍ନୀତି ଅଭିଯୋଗର ଜବାବ ରଖିଛନ୍ତି ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀ। ସେ କହିଛନ୍ତି, ବିଜେପି ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଅସତ୍ୟ ଓ କପଳକଳ୍ପିତ। ଯଦି ମୁଁ ଗୋଟିଏ ଟଙ୍କାର ସରକାରୀ, ଅନାବାଦି, ଗୋଚର, ସ୍ଥିତିବାନ୍ ଜମିକୁ ହଡ଼ପ କରିଥିବାର ପ୍ରମାଣ ଦେବେ ତା’ହେଲେ ମୁଁ ରାଜନୀତିରୁ ସମ୍ପୂର୍ଣ୍ଣ ସନ୍ୟାସ ନେଇଯିବି। ସେ ଆହୁରି ମଧ୍ୟ କହିଛନ୍ତି, ‘୧୦୦ କୋଟି କ’ଣ ୧୦୦ ଟଙ୍କାର ଜମି ଆଜି ଯାଏ […]
ଭୁବନେଶ୍ୱର: ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। ରତ୍ନ ଭଣ୍ଡାର ଖୋଲାହେବା ସମ୍ପର୍କରେ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଶେଷଥର ପାଇଁ କେବେ ଖୋଲା ଯାଇଥିଲା ଏବଂ ସେହି ସମୟରେ କ’ଣକ’ଣ ରତ୍ନ କେତେ ପରିମାଣର ଗଚ୍ଛିତ ଥିଲା ? ରତ୍ନଭଣ୍ଡାର ଏବେ […]
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଚଳିତ ବର୍ଷର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଯାହାର ପରିମାଣ ରହିଛି ୮ ହଜାର ୧୨୬ କୋଟି ଟଙ୍କା। ଏହି ଅତିରିକ୍ତ ବଜେଟ୍ର ଆକାର ମୂଳ ବଜେଟ୍ର ୫.୮ ପ୍ରତିଶତ ହୋଇଥିବା ବେଳେ ଏହାର ୯୨ ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ଥିବା ଗୃହରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ମୋଟ ବ୍ୟୟ ବରାଦ ୭ ହଜାର ୪୩୩ କୋଟି ଟଙ୍କା ଥିବା ବେଳେ ସେଥିରୁ […]
ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବସ୍ଷ୍ଟାଣ୍ଡରୁ ରାଜ୍ୟର ଅନ୍ୟ ସ୍ଥାନକୁ ଗଡ଼ିବନି ଘରୋଇ ବସ୍। ହଳଦିଆ ପଦର ବସ୍ଷ୍ଟାଣ୍ଡରୁ ବସ୍ ଚଳାଚଳ ନେଇ ଘରୋଇ ବସ୍ ମାଲିକ ସଂଘ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ନୂଆ ବସ୍ଷ୍ଟାଣ୍ଡ ତିଆରି ହେବା ଯାଏ ବସ୍ ସେବା ବନ୍ଦ ରଖାଯିବ ବୋଲି ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଆଜିଠୁ ବ୍ରହ୍ମପୁର ବସ୍ଷ୍ଟାଣ୍ଡର ଉନ୍ନତିକରଣ […]
ଚାନ୍ଦବାଲି: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍। ଆଉ ଚାଲିଗଲା ଦୁଇ ଦୁଇଟି ଜୀବନ। ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦେଲେ ଅଶୋକ ଦାସ ଓ ବଳରାମ ନାୟକ। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଆନନ୍ଦ ନାୟକ। ମୃତାହତ ସମସ୍ତେ ନଳଗୋହିରା ଗାଁରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ଏକ ବାଇକ୍ରେ ମତୋ- […]
ରାୟଗଡ଼ା: ରାୟଗଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବାକୁ ଏନ୍କାଉଣ୍ଟର୍ କରିଛି ପୁଲିସ୍। ଆଜି ଭୋରରୁ ଶିବା ଲୁଚି ରହିଥିବା ସ୍ଥାନରେ ଚଢ଼ଉ କରିଥିଲା ଟାଉନ ଥାନା ପୁଲିସ୍। ତେବେ ଏହି ସମୟରେ ପୁଲିସ୍ ଉପରକୁ ଗୁଳି ଚଲାଇଥିଲା ଶିବା। ଯାହାର ଜବାବ ଦେଇଥିଲା ପୁଲିସ୍। ଶିବାର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏମ୍କେସିଜିରେ ଭର୍ତ୍ତି କରାଯାଇଛି। ଶିବା ନାଁରେ ରାୟଗଡ଼ା ଓ ଅନ୍ୟ ଜିଲ୍ଲାରେ ୫୦ରୁ […]